କଳାହାଣ୍ଡିରେ ଜିଲ୍ଲା ଜୁନାଗଡ଼ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଛୁରି ଦେଖାଇ ଗଣଦୁଷ୍କର୍ମ କରାଯାଇଛି। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ବେଳେ ଭାଇରାଲ ଭିଡିଓରୁ ଏହି ଘଟଣା ପଦାକୁ ଆସିଛି । ଭିଡିଓ ଭାଇରାଲ୍ ହେବା ପରେ ପୋଲିସ୍ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ଜୁନାଗଡ଼ରୁ ଭବାନୀପାଟଣା ଯାଇଥିବା 26 ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଜାରିଙ୍ଗ ଜଙ୍ଗଲରେ ଏହି ଭିଡିଓ ସୁଟ୍ ହୋଇଥିବା ଅନୁମାନ କରାଯାଉଛି । କିନ୍ତୁ ଏହା କେବେ ଶୁଟ୍ ହୋଇଛି, ସେ ସମ୍ପର୍କରେ କିଛି ନିର୍ଦ୍ଦିଷ୍ଟ ସୂଚନା ମିଳି ପାରିନାହିଁ। ଭିଡିଓରେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ 4 ଜଣ ଦୁର୍ବୃତ୍ତ ଛୁରି ଦେଖାଇ ଭୟଭୀତ କରାଇ ଯୁବତୀଙ୍କୁ ଗଣବଳାତ୍କାର କରାଯାଇଥିବା ଭିଡିଓରୁ ଜଣାପଡ଼ିଛି ।
Author: Samikhsya Bureau
ଆତଙ୍କବାଦୀଙ୍କ ବିରୋଧରେ ଲଢ଼ାଇ କରିବାର ସମୟ ଆସିଛି । ଆମେରିକାର ଟେକ୍ସାସର ହଷ୍ଟନସ୍ଥିତ ଏନଆରଜି ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମତ ଦେଇଛନ୍ତି । ହାଓଡି ମୋଦି କାର୍ଯ୍ୟକ୍ରମରେ 50 ହଜାର ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧନ କରିଛନ୍ତି । ପ୍ରଧାନମନ୍ତ୍ରୀ ଆମେରିକାରେ ଘଟିଥିବା 9/11 ଓ ଭାରତରେ ଘଟିଥିବା 26/11 ଆତଙ୍କବାଦୀ ଘଟଣାକୁ ମନେ ପକାଇଛନ୍ତି । ଏହି ସମସ୍ତ ଆକ୍ରମଣର ଯୋଜନା ଏକ ନିର୍ଦ୍ଦିଷ୍ଟ ଦେଶରୁ ପ୍ରସ୍ତୁତ ହୋଇଥିଲା । ପାକିସ୍ତାନର ନାମ ନନେଇ ମୋଦି ପରୋକ୍ଷରେ ପାକିସ୍ତାନକୁ ସମାଲୋଚନା କରିଥିଲେ । ଯେଉଁମାନେ ଆତଙ୍କବାଦୀକୁ ପ୍ରୋତ୍ସାହନ ଦେଉଛନ୍ତି, ସେମାନଙ୍କର ବିରୋଧରେ ଲଢ଼ିବାର ସମୟ ଆସିଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦ ନିଜର ଭାଷଣରେ କହିଥିଲେ । ଜମ୍ମୁ କଶ୍ମୀରରୁ ଧାରା 370 ଉଚ୍ଛେଦ କରିବା ପରେ ଉଭୟ ଜମ୍ମୁ କଶ୍ମୀର ଓ ଲଦାଖ ଅଞ୍ଚଳର ସାମଗ୍ରୀକ ବିକାଶ ହୋଇପାରିବ । ଏବେ ସେଠାକାର ଲୋକମାନେ ସମାନ ଅଧିକାର ପାଇପାରିବେ…
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଟି20 ସିରିଜ୍ ଅମୀମାଂସିତ ଭାବରେ ଶେଷ ହୋଇଛି । ରବିବାର ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା 9 ଓ୍ବିକେଟ୍ରେ ବିଜୟୀ ହୋଇଛି । ଭାରତ 20 ଓଭରରେ 9 ଓ୍ବିକେଟ୍ ବିନିମୟରେ 134 ରନ୍ ସଂଗ୍ରହ କରିଥିବା ବେଳେ ଦକ୍ଷିଣ ଆଫ୍ରିକା 16.5 ଓଭରରେ ବିଜୟୀ ହୋଇଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ଅଧିନାୟକ କ୍ବିଣ୍ଟନ ଡିକକ୍ ଅପରାଜିତ 79 ରନ୍ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୀଜା ହେଣ୍ଡ୍ରିକ୍ସ28 ରନ୍ କରିଥିବା ବେଳେ ତେମ୍ବା ବାଭୁମା ଅପରାଜିତ 27 ରନ୍ ସଂଗ୍ରହ କରିଥିଲେ । ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଥିବା ବେଳେ ଟପ୍ ଅର୍ଡର ଏବଂ ମଧ୍ୟ କ୍ରମ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା । ଭାରତ ପକ୍ଷରୁ ଶିଖର ଧଓ୍ବନ୍ ସର୍ବାଧିକ 36 ରନ୍ ସଂଗ୍ରହ କରିଥିଲେ । ଦକ୍ଷିଣ ଆଫ୍ରିକା…
ସମୀକ୍ଷା ବ୍ୟୁରୋ ଆମେରିକାର ହ୍ୟୁଷ୍ଟନ ସହରର ଏନଜିଆର ଷ୍ଟାଡିୟମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପ୍ରବାସୀ ଭାରତୀୟଙ୍କ ଦ୍ବାରା ଆୟୋଜିତ ଏହି ବିଶାଳ ସମାବେଶରେ ମୋଦୀଙ୍କ ସହିତ ଯୋଗଦେଇଥିଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ଷ୍ଟାଡିୟମରେ ପ୍ରାୟ 50 ହଜାରର ଲୋକ ଯୋଗ ଦେଇଥିଲେ। ମୋଦୀ ପ୍ରଥମେ ଟ୍ରମ୍ପଙ୍କୁ ସାଥିରେ ଧରି ମଞ୍ଚ ଉପରକୁ ଆସିଥିଲେ। ଏହାପରେ ସେ ଇଂରାଜୀରେ ଭାଷଣ ଦେଇ ଟ୍ରମ୍ପଙ୍କୁ ପ୍ରଶଂସା କ’ରିବା ସହିତ କିଛି ପୁରୁଣା କଥା ମନେ ପକାଇଥିଲେ। ତାହାଥିଲେ କିଛି ବର୍ଶ ତଳେ ଟ୍ରମ୍ପ ତାଙ୍କ ପରିବାର ସହିତ ତାଙ୍କୁ ପରିଚିତ କରାଇଥିଲେ। ଆଜି ଟ୍ରମ୍ପଙ୍କୁ ମୋର ପରିବାର ସହିତ ପରିଚୟ କରାଇ ଦେଉଛି ବୋଲି କହି ଷ୍ଟାଣ୍ଡିୟମରେ ବସିଥିବା ଲୋକଙ୍କ ଆଡକୁ ହାତ ବୁଲାଇଥିଲେ। ଏହାପରେ ମୋଦୀ ମଞ୍ଚ ତଳକୁ ଆସିବା ପରେ ଟ୍ରମ୍ପ ପ୍ରାୟ 25 ମିନଟ ଧରି ଭାଷଣ ଦେଇଥିଲେ। ଏଥିରେ…
ସମୀକ୍ଷା ବ୍ୟୁରୋ ଗତକାଲି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ମହାରାଷ୍ଟ୍ରର ୨୮୮ଟି ଆସନ ପାଇଁ ଅକ୍ଟୋବର ୨୧ରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଅକ୍ଟୋବର ୨୪ରେ ଭୋଟ୍ ଗଣତି ହେବ ବୋଲି ଘୋଷଣା ହୋଇଛି । ନିର୍ବାଚନରେ ବିଜୟ ଅଭିଯାନ ଜାରି ରଖିବା ପାଇଁ ବିଜେପି ଓ ଶିବସେନା ଏକାଠି ହୋଇ ପୁଣି ଥରେ ମହାରାଷ୍ଟ୍ରରେ ନିର୍ବାଚନ ଲଢ଼ିବେ । ଆସନ ବୁଝାମଣାକୁ ନେଇ ଉଭୟ ଦଳ ମଧ୍ୟରେ ବିବାଦ ଲାଗି ରହିଥିଲେ ମଧ୍ୟ ସଫଳତା ନେଇ ଉଭୟ ଆଶାବାଦୀ ଅଛନ୍ତି । ଅନ୍ୟପକ୍ଷରେ ଲୋକସଭା ନିର୍ବାଚନର ମନୋମାଳିନ୍ୟକୁ ଭୁଲି ଏକାଠି ନିର୍ବାଚନ ଲଢିବାର ନିଷ୍ପତ୍ତି ନେଇଛନ୍ତି କଂଗ୍ରେସ ଏବଂ ଏନ୍ସିପି । ୨୮୮ ଆସନ ମଧ୍ୟରୁ ୨୦୧୪ ବିଧାନସଭା ନିର୍ବାଚନରେ ବିଜେପି ୧୨୨ ଆସନ ଅକ୍ତିଆର କରିଥିଲା । ସହଯୋଗୀ ଦଳ ଶିବସେନା ୬୩ ଟି ଆସନ ଅକ୍ତିଆର କରିଥିଲା…
ମାଓବାଦୀ ମୁକାବିଲାରେ ପୁଲିସ୍କୁ ବଡ ସଫଳତା ମିଳିଛି । ଆନ୍ଧ୍ରପ୍ରଦେଶର ମଦିମାଲୁ ଜଙ୍ଗଲରେ ରବିବାର ଏହମି ଏନକାଉଣ୍ଟର ଘଟିଛି । ସୁରକ୍ଷା ବଳଙ୍କ ପକ୍ଷରୁ କରାଯାଇଥିବା ଏନ୍କାଉଣ୍ଟରରେ 5 ଜଣ ମାଓବାଦୀ ପ୍ରାଣ ହରାଇଥିବା ବେଳେ ପୁଲିସ୍ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରିଛି । ଆନ୍ଧ୍ର ଗ୍ରେହାଉଣ୍ଡ ପୋଲିସ୍ ପକ୍ଷରୁ କମ୍ବିଂ ଅପରେସନ୍ ବେଳେ ମାଓବାଦୀଙ୍କ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା । ପାଲଟା ଗୁଳିଚାଳନାରେ 5 ମାଓବାଦୀ ପ୍ରାଣ ହରାଇଥିଲେ ।
ଆଜି ବାଣପୁର ଏବିଭିପିର ଆୟାମ ଷ୍ଟୁଡେଣ୍ଟ ଫର ଡେଭଲପମେଣ୍ଟ(ଏସ.ଏଫ.ଡି) ଦ୍ୱାରା ସ୍ଥାନୀୟ ଶନି ମନ୍ଦିର ନିକଟରେ ଥିବା ଲଡୁକେଶ୍ୱର ଵୃଦ୍ଧାଶ୍ରମରେ ସ୍ବଛ ଭାରତ ଅଭିଯାନ କରାଯାଇଥିଲା ।ଏବିଭିପି ବାଣପୁର କଲେଜ ଯୁକ୍ତ ଦୁଇ କ୍ୟାମ୍ପସ ୟୁନିଟ ସଭାପତି ଅମରଜିତ ସିଂ ଓ ଯୁକ୍ତ ତିନି କ୍ୟାମ୍ପସ ୟୁନିଟ ସଭାପତି ବିଶ୍ୱଜିତ ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀ ମାନେ ଵୃଦ୍ଧାଶ୍ରମର ପରିସର ଏବଂ ବଗିଚା ମଧ୍ୟ ସଫା କରିଥିଲେ । ସର୍ବଶେଷରେ ଅନ୍ତେବାସୀ ମାନଙ୍କ ଆଶୀର୍ବାଦ ନେଇଥିଲେ ଓ କିଛି ଖାଦ୍ୟ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପ୍ରଦାନ କରିଥିଲେ । ଅକ୍ଟୋବର ଦୁଇରୁ ସ୍ବଚ୍ଛତା ସପ୍ତାହ ପାଳିତ ହେବାକୁ ଯାଇଥିବାରୁ ଏବିଭିପି ପକ୍ଷରୁ ବୃଦ୍ଧାଶ୍ରମରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଏବଂ ଖାଦ୍ୟ ଓ ଅନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀ ପରିଷଦର ରାଜ୍ୟ ଏସ.ଏଫ.ଡି ଯୁଗ୍ମ ସଂଯୋଜକ ସୀତାରାମ ଅଗ୍ରୱାଲ ଯୋଗ ଦେବାସହ ପ୍ରତି…
ବିଜେପୁର ନିର୍ବାଚନ ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା ମତାମତ ରଖିଛନ୍ତି । ଖୁବ୍ଶୀଘ୍ର ପ୍ରାର୍ଥୀ ଚୂଡ଼ାନ୍ତ କରି କେନ୍ଦ୍ରୀୟ କମିଟିର ମଞ୍ଜୁରି ପାଇଁ ପଠାଯିବ ବୋଲି ଶ୍ରୀ ପଣ୍ଡା ରବିବାର ସୂଚନା ଦେଇଛନ୍ତି । ଦଳ ପକ୍ଷରୁ ତିନି ଜଣ ପ୍ରାର୍ଥୀଙ୍କୁ ଚୟନ କରି କେନ୍ଦ୍ରୀୟ କମିଟି ନିକଟକୁ ପଠାଯିବ ଏବଂ କେନ୍ଦ୍ରୀୟ କମିଟିର ମଞ୍ଜୁରୀ ପରେ ପ୍ରାର୍ଥୀ ଚୟନ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇ ବିଜେପୁରକୁ ଉପେକ୍ଷା କରିଛନ୍ତି ତେଣୁ ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି ବିଜେପି ଲୋକଙ୍କ ପାଖକୁ ଯିବ ବୋଲି କହିଛନ୍ତି ପଣ୍ଡା ।
ଅନ୍ତରାଷ୍ଟ୍ରୀୟ ଡ୍ରଗ୍ସ ମାଫିଆ ସେକ୍ ରାଜା ବିଭିନ୍ନ ଲିଙ୍କର ଏବେ ଖୋଳତାଡ଼ କରୁଛି । ଆଜି କ୍ରାଇମବ୍ରାଞ୍ଚର ଏସ୍ଟିଏଫ୍ ଟିମ୍ ତାଙ୍କ ଘରେ ଚଢ଼ାଉ କରିଛି । ଏକ 5 ଜଣିଆ ସଶସ୍ତ୍ର ଟିମ୍ ରାଜାର ବାଲେଶ୍ୱର ଜିଲ୍ଲା ସଦଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ଼ବଜାର ଘରେ ଚଢ଼ାଉ ଚାଲିଛି । ଉଲ୍ଲେଖ ଯୋଗ୍ୟ ଯେ, ଗତ ୧୬ ତାରିଖରେ ମୋଷ୍ଟ ଓ୍ୱାଣ୍ଟେଡ ଡ୍ରଗ୍ସ ଡିଲର ସେକ୍ ରାଜାକୁ ଭୁବନେଶ୍ୱରରୁ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଗିରଫ କରିଥିଲା । ରାଜାର ବିଦେଶ ଲିଙ୍କ୍ ରହିଥିବା ଏସ୍ଟିଏଫ୍ର ତଦନ୍ତରେ ଜଣାପଡିଛି । ରାଜାର ବାଂଲାଦେଶ, ନେପାଳ, ରାଜସ୍ଥାନ, ଗୋଆ ଅଞ୍ଚଳରେ ବ୍ରାଉନସୁଗାର କାରବାର ନେଇ ଏସଟିଏଫ୍ ତଥ୍ୟ ସଂଗ୍ରହ କରିଛି । ସେକ୍ ରାଜା କୋଲକତା ମୁର୍ସିଦାବାଦରୁ ବ୍ରାଉନସୁଗାର ଆଣି ବେପାର କରୁଥିଲା । ରାଜା ଜଳେଶ୍ୱର ଓ ବାଲେଶ୍ୱରରେ ଡ୍ରଗ୍ସ କାରବାର କରୁଥିଲେ । ଗିରଫ ବେଳେ ରାଜା ଠାରୁ ଏକ ଲକ୍ଷ ଟଙ୍କା,…
ସମୀକ୍ଷା ବ୍ୟୁରୋ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ତଥା ଓଡିଶା ବିଜେପିର ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ ଓଡିଶା ଗସ୍ତରେ ଅଛନ୍ତି । ରାଜ୍ୟପାଳ ଭାବରେ ଦାୟିତ୍ବ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଓଡିଶା ଗସ୍ତ । ଭୁବନେଶ୍ବରରେ ଲିଙ୍ଗରାଜ ମନ୍ଦିର ଗସ୍ତ କରି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ବିଶ୍ବଭୂଷଣ । ଏହି ସମୟରେ ଗଣମାଧ୍ୟମ ଅଧିକାରୀଙ୍କ କିଛି ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ ରାଜ୍ୟପାଳ । ପୋଲାଭରମ ପ୍ରସଙ୍ଗରେ ଆସିଥିବା ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ସାମ୍ବିଧାନିକ ବିଧି ବ୍ୟବସ୍ଥା ମଧ୍ୟରେ ରହି ଉଭୟ ରାଜ୍ୟ ମଧ୍ୟରେ ବିବାଦର ସମାଧାନ କରିବାର ଉଦ୍ୟମ କରିବି । ଲିଙ୍ଗରାଜଙ୍କ ଦର୍ଶନ ପରେ ରାଜ୍ୟପାଳ ଆସନ୍ତାକାଲି ନିଜର ଜନ୍ମସ୍ଥାନ ବାଣପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ବାଣପୁର ଗସ୍ତ ପାଇଁ ଆସନ୍ତା ୨୩ ତାରିଖ ଅପରାହ୍ନ ୩ଟା ସମୟରେ ତାଙ୍କ ସମ୍ବର୍ଦ୍ଧନାରେ ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ଏକ…
ଭୁବନେଶ୍ବରର କୁଆଖାଇ ବ୍ରିଜ୍ ତଳୁ ଏକ ଅଜଣା ଶବ ମିଳିଛି । ଶବଟି ଗଳିତ ଅବସ୍ଥାରେ ରହିଥିବା ବେଳେ ଯୁବକଙ୍କର ପରିଚୟ ମିଳିପାରି ନାହିଁ । ବାଲିଅନ୍ତା ଥାନା ଅନ୍ତର୍ଗତ ବାଙ୍କୁଆଳ ବ୍ରିଜ୍ ତଳୁ ଭୁବନେଶ୍ବର ଅଗ୍ନିଶମ ବିଭାଗ ଅଧିକାରୀ ଏହି ଶବଟିକୁଚ ଜବତ କରିଛନ୍ତି । ମୃତ ଯୁବକଙ୍କ ପରିଚୟ ମିଳି ପାରି ନଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । କମିଶନରେଟ୍ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।
ରୋଷେଇ ଘରେ ନୁହେଁ ବରଂ ଏବେ ବଜାରରେ ପିଆଜ ଲୋକଙ୍କୁ କନ୍ଦାଉଛି । ଆକାଶ ଛୁଆଁ ହୋଇଛି ପିଆଜ ଦର । ପିଆଜ ଦର ଏବେ 50 ଟଙ୍କା ଛୁଇଁଛି । କଟକ, ଭୁବନେଶ୍ୱର ଓ ବାଲେଶ୍ୱର ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ା ଦରରେ ପିଆଜ ବିକ୍ରି ହେଉଛି । ଆନ୍ଧ୍ର ଓ ନାସିକ୍ରୁ ଆସୁଥିବା ପିଆଜର ପରିମାଣ କମିବା କାରଣରୁ ଏହି ଦର ବୃଦ୍ଧି ଲାଗି ରହିଛି । ଏହି ଧାରା ଜାରି ରହିଲେ ପିଆଜ ମୂଲ୍ୟ 80 ଛୁଇଁବ ବୋଲି ଅନୁମାନ କରାଯାଇଛି ।
ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସାହସପୁରରେ ନିକଟରେ ଚୋରା ମଦ ବେପାରୀ ଏକ ଷଣ୍ଢକୁ ଧକ୍କା ଦେଇ ଫସିଛନ୍ତି । ସ୍ଥାନୀୟ ଲୋକ 2 ଜଣଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରି ଅବକାରୀ ବିଭାଗ ଜିମା ଦେଇଛନ୍ତି । ସେମାନଙ୍କ ନିକଟରୁ 400 ଲିଟର୍ ମଦ ଜବତ କରାଯାଇଛି । ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଆଜି ସକାଳୁ ତିନୋଟି ବାଇକରେ 3 ଜଣ ବ୍ୟକ୍ତି ବାଲେଶ୍ୱରରୁ ଧାମରା ଯାଉଥିଲେ । ଏହି ସମୟରେ ସାହସପୁର ନିକଟରେ ଗୋଟିଏ ବାଇକ୍ ଏକ ଷଣ୍ଢକୁ ଧକ୍କା ଦେଇଥିଲା । ଫଳରେ ବାଇକ ଆରୋହୀ ତଳେ ପଡ଼ିଯାଇଥିଲା । ସ୍ଥାନୀୟ ଲୋକ ଆସି ଉଦ୍ଧାର କରିବା ବେଳକୁ ସେମାନେ ମଦ ଚୋରା ଚାଲାଣକାରୀ ବୋଲି ଜାଣି ସୋର ଅବକାରୀ ବିଭାଗକୁ ହସ୍ତାନ୍ତର କରିଥିଲେ । ସେମାନଙ୍କ ନିକଟରେ 4 ଶହ ଲିଟର୍ ମଦ ଜବତ କରାଯାଇଛି ।
କେଦାର ମିଶ୍ର ଗତକାଲି ବିଜେପୁର ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହେଲାପରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଯେତେବେଳେ ଟେଲିଭିଜନ କ୍ୟାମେରା ଆଗରେ କହୁଥିଲେ ଯେ, ଆମେ ବିଜେପୁରରେ ନିଶ୍ଚୟ ଜିତିବୁ, ସେତେବେଳେ ଆମର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ବେଶୀ ବେଶୀ ମାନେ ପଡୁଥିଲା। କିଛିଦିନ ତଳେ ପ୍ରଦୀପ୍ତ ନାୟକ ଖୋଲାଖୋଲି କହିଥିଲେ ଯେ, ଆମେ ଗୋଟେ ସମୟରେ ନବୀନ ବାବୁଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲୁ ଓ ଆଜି ମଧ୍ୟ ତାଙ୍କ ସହିତ ଆମର ସମ୍ପର୍କ ବହୁତ ଭଲ। ଯଦି ସମ୍ପର୍କ ବହୁତ ଭଲ ତାହେଲେ, ଏ ନିର୍ବାଚନୀ ଗରମ କାହିଁକି ଆଜ୍ଞା! ସାଧାରଣ ନିର୍ବାଚନର ଅନ୍ତିମ ପର୍ୟାୟ ଯେଉଁ ଦିନ ସରିଲା, ବିଜେଡି ବିଜେପି ବାଦୀପାଲାର ଉଦଯାପନ ସେହିଦିନ ହୋଇଗଲା। ତାପରେ ବିଜେଡି ବିଜେପି ଭାଇ ଭାଇ। ମୋଦୀ ଓ ଅମିତ ଶାହାଙ୍କ ଲାଗି ନବୀନ ପରମ ମିତ୍ର ଓ ନବୀନଙ୍କ ଲାଗି ମୋଦୀ-ଶାହାଙ୍କ ବାକ୍ୟ…
ଅନ୍ଲାଇନ୍ କ୍ରିକେଟ୍ ବେଟିଂ ଚାଲିଥିବା ବେଳେ ଧରାପଡ଼ିଲେ 5 ଜଣ ଅଭିଯୁକ୍ତ । ରାୟଗଡ଼ା ଟାଉନ୍ ଥାନା ପୋଲିସ ସେମାନଙ୍କୁ ଗିରଫ କରିବା ସହିତ ଲକ୍ଷାଧିକ ଟଙ୍କା ଜବତ କରିଛି । ତେବେ ଏହି କାରବାର କେତେଦିନ ଧରି ଚାଲିଥିଲା, ତାହାର ତଦନ୍ତ ଚାଲିଛି । ଶନିବାର ରାତିରେ ରାୟଗଡ଼ ଲକ୍ଷ୍ମୀନାରାୟଣ ଷ୍ଟ୍ରିଟ୍ରେ କେ. ସୂର୍ଯ୍ୟ ରାଓଙ୍କ ଘରେ ଅନ୍ଲାଇନ୍ କ୍ରିକେଟ ବେଟିଂ ଚାଲିଥିଲା । ଏ ସମ୍ପର୍କରେ ଖବର ପାଇ ଟାଉନ୍ ଥାନା ପୁଲିସ୍ ଅଚାନକ ଉକ୍ତ ଘରେ ଚଢଉ କରି କରି 4 ଜଣଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତଙ୍କୁ ଜେରା ବେଳେ କିଙ୍ଗପିନ୍ଙ୍କ ସମ୍ପର୍କରେ ପୁଲିସକୁ ସୂଚନା ମିଳିଥିଲା । ସେମାନଙ୍କ ବୟାନ ଆଧାରରେ ପୁଲିସ ଗୁଣୁପୁର ସୁଭଦ୍ରାପୁରରେ ଚଢ଼ଉ କରି ମୁଖ୍ୟ ଅଭିଯୁକ୍ତ ପି. କିଶୋର ରାଓଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ କେ. ସୂର୍ଯ୍ୟ ରାଓ, ସାଗର ସାହୁ, ଜ୍ୟୋତି ରଞ୍ଜନ…

