Author: Samikhsya Bureau

ନନ୍ଦନକାନନରେ ଥିବା ଏକମାତ୍ର ନୀଳିଗିର ଲଙ୍ଗୁର ପ୍ରାଣ ହରାଇଛି । ମୃତ ମାଈ ନୀଳଗିରି ଲଙ୍ଗୁରଟି କିଛିଦିନ  ଧରି ଅସୁସ୍ଥ ରହିଥିଲା । ମୃତ ଲଙ୍ଗୁରର ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ନିକଟରେ ହରପିସ୍‌ ପାଇଁ ୪ଟି ହାତୀଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ଏକମାତ୍ର ଲଙ୍ଗୁରର ମୃତ୍ୟ ହେବା ଖବରଟି ନନ୍ଦନକାନନରେ ଶନିଦଶା ପଡ଼ିବା ପରି ଲାଗୁଛି ।

Read More

କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାରଙ୍କ ନାଁ ଲେଖି କାର୍ଯ୍ୟକାରୀ କରିବାର ଅଭିଯୋ କରିଛି ବିଜେପି । ପ୍ରଧାନମନ୍ତ୍ରୀଙ୍କ ଫଟୋ ବଦଳାଇ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସ୍ଥାନିତ ଅଭିଯୋଗ କରିଛି ବିଜେପି । ରାଜ୍ୟସରକାରଙ୍କ କେନ୍ଦ୍ରୀୟ ଯୋଜନାକୁ ହାଇଜାକ୍‌ ପ୍ରତିବାଦରେ ୨୭ରେ ପ୍ରତି ବ୍ଲକ୍‌ରେ ଗଣଧାରଣା ଦେବ ବୋଲି ଆଜି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି । ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ଦେବ ବିଜେପି ବୋଲି କହିଛନ୍ତି ବସନ୍ତ ପଣ୍ଡା ।

Read More

ହାଇକୋର୍ଟ ସୋମବାର ଦୁଇ ଦୁଇଟି ନିର୍ବାଚନ ଅନିୟମିତତା ମାମଲାକୁ ଗ୍ରହଣ କରିଛନ୍ତି । ଲକ୍ଷ୍ମୀପୁର ଓ ସାନଖେମୁଣ୍ଡି ବିଧାନସଭା ଆସନ ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ଆବେଦନ ହୋଇଛି । ଯାହାର ଶୁଣାଣୀ କରିବାକୁ ହାଇକୋର୍ଟ ସହମତି ପ୍ରକାଶ କରିବା ସହିତ ପ୍ରତିପକ୍ଷଙ୍କୁ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲକ୍ଷ୍ମୀପୁର ବିଧାନସଭା ଆସନରୁ ଲଢ଼ି ପରାଜିତ ହୋଇଥିବା କୈଳାଶ ଚନ୍ଦ୍ର କୁଲେସିକା ନିର୍ବାଚନ ଅନିୟମତିତା ଅଭିଯୋଗ ଆଣିଛନ୍ତି । ଯାହାକୁ କୋର୍ଟ ଗ୍ରହଣ କରି ପ୍ରତିପକ୍ଷ ବିଧାୟକ ପ୍ରଭୁ ଜାନି ଓ ଅନ୍ୟମାନଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ । ମାମଲାର ପକ୍ଷଭୁକ୍ତ ଥିବାରୁ ନୋଟିସ୍‌ ଜାରି କରିଛନ୍ତି କୋର୍ଟ । ସେହିପରି ସାନଖେମୁଣ୍ଡି ବିଧାନସଭା ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ନନ୍ଦିନୀ ଦେବୀ ଆବେଦନ କରିଛନ୍ତି । ତାଙ୍କ ଆବେଦନକୁ କୋର୍ଟ ଗ୍ରହଣ କରିବା ସହିତ…

Read More

ରାଜଧାନୀରେ ପୁଣି ଡ୍ୟାନ୍ସ ବାର୍‌ ଖୋଲିବାକୁଯାଉଛି । ସୋମବାର ମିଳିଥିବା ସୂଚନା ଅନୁଯାୟୀ 7ଟି ଡ୍ୟାନ୍ସବାରକୁ ଅବକାରୀ ବିଭାଗର ଅନୁମତି ପ୍ରଦାନ କରିଛି । ଡ୍ୟାନ୍ସବାରକୁ ଅନୁମତି ପ୍ରଦାନ କରାଯାଇଥିଲେ ମଧ୍ୟ ଅବକାରୀ ବିଭାଗ ପକ୍ଷରୁ କିଛି କଟକଣା ଜାରି କରାଯାଇଛି । ଡ୍ୟାନ୍ସବାରରେ ଉଦ୍ଦୀପନା ସୃଷ୍ଟିକାରୀ ଏବଂ ଅର୍ଦ୍ଧନଗ୍ନ ପୋଷାକ ପିନ୍ଧିବା ଊପରେ କଟକଣା ଜାରି କରାଯାଇଛି । ଡ୍ୟାନ୍ସ ବାର୍‌ରେ ବସିବା ସମୟରେ ଟଙ୍କା ଉଡାଇବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ମ୍ୟାନେଜରଙ୍କୁ ଦିଆଯିବ ଡ୍ୟାନ୍ସରଙ୍କ ପୁରସ୍କାର ରାଶି । କଡ଼ାକଡ଼ି ପାଳନ ହେବ ଧୂମ୍ରପାନ ନିେଷଧ । ୧୦ ୧୨ ଫୁଟ୍‌ରେ ଡ୍ୟାନ୍ସ ଫ୍ଲୋର ରହିବ । ଡ୍ୟାନ୍ସରଙ୍କ ନିକଟକୁ ଗ୍ରାହ ଯାଇପାରିବେ ନାହିଁ । ମହିଳା ଡ୍ୟାନ୍ସରଙ୍କୁ ଆଧାର, ଫଟୋ ଓ ସମ୍ମତି ପତ୍ର, ମେଡ଼ିକାଲ୍‌ ଫିଟିନେସ୍‌ ଦେବାକୁ ପଡ଼ିବ । ଡ୍ୟାନ୍ସ ସମୟରେ ଆଇକାର୍ଡ ଝୁଲାଇବେ ଡ୍ୟାନ୍ସର ।  ଡ୍ୟାନ୍ସର ମାଗଣା…

Read More

ଗଣିତଜ୍ଞ ଶକୁନ୍ତଳା ଦେବୀ ବାୟୋପିକ୍‌ର ଷ୍ଟାରକାଷ୍ଟରେ ଯୋଗ ଦେଇଛନ୍ତି ସାନ୍ୟା ମଲହୋତ୍ରା । ଏହି ଚଳଚିତ୍ରରେ ବିଦ୍ୟା ବାଲାନ୍‌ ଶକୁନ୍ତଳା ଦେବୀ ଚରିତ୍ରରେ ନଜର ଆସିବାକୁ ଯାଉଥିବା ବେଳେ ଶକୁନ୍ତଳା ଦେବୀଙ୍କ ଝିଅ ଅନୁପମା ବାନାର୍ଜୀଙ୍କ ଚରିତ୍ରରେ ନଜର ଆସିବେ ସାନ୍ୟା ମଲହୋତ୍ରା । ଏକ ସପ୍ତାହ ପୂର୍ବରୁ ବିଦ୍ୟା ବାଲାନ୍‌ ଏହି ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ୍‌ କରିଥିବା ବେଳେ ଏହି ଫିଲ୍ମରେ କାମ କରିବା ନେଇ ସାନ୍ୟା ମଲହୋତ୍ରା ଘୋଷଣା କରିଛନ୍ତି । ଏହା ସହିତ ପ୍ରଥମ ଥର ପାଇଁ ବିଦ୍ୟା ବାଲାନଙ୍କ ସହ କାମ କରିବାକୁ ନେଇ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି ଏହି ବଧାଇ ହୋ ଅଭିନେତ୍ରୀ । ଅନୁ ମେନନ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଥିବା ବେଳେ 2020ରେ ଏହି ଫିଲ୍ମଟି ରିଲିଜ୍‌ ହେବାକୁ ଯାଉଛି ।

Read More

ବାଣପୁର ଥାନା ଅନ୍ତର୍ଗତ ଦୀକ୍ଷିତପଡା ଗ୍ରାମର ଶାଳିଆ ନଦୀ ତଟରୁ ଅଜଣା ଶବ ମିଳିଛି । ପୋଲିସ୍‌ ଶବକୁ ଉଚ୍ଛେଦ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଶବଟି ଜଣେ ମହିଳାଙ୍କ ବୋଲି ଅନୁମାନ କରାଯାଇଥିବାବେଳେ ୩୦ ବର୍ଷ ବୟସ୍କା ବୋଲି ପୋଲିସ୍‌ ଅନୁମାନ କରୁଛି । ଚଳିତ ବର୍ଷ ଉକ୍ତ ସ୍ଥାନରେ ଏହା ଦ୍ବିତୀୟ ଘଟଣା ହୋଇଥିବାରୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଶବଟି ସମ୍ପର୍କରେ କିଛି ଜଣାପଡିନଥିବାବେଳେ ପୋଲିସ୍‌ ଏହାର ଅନୁସନ୍ଧାନ କରୁଛି ।

Read More

ବିଜୁ ଜନତା ଦଳ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଦଳରେ ଏକ ପରିବର୍ତ୍ତନ କରିଛନ୍ତି । ସରକାରୀ ଉପ ମୁଖ୍ୟ ସଚେତକ ପଦରେ ଥିବା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ହଟାଇ ଦେଇଛନ୍ତି । ତାଙ୍କ ସ୍ଥାନରେ ବିଧାୟକ ରୋହିତ ପୂଜାରୀଙ୍କୁ ନିଯୁକ୍ତି ମିଳିଛି ।

Read More

ବଂଶଧାରା ଜଳବିବାଦ ମାମଲାର ଟ୍ରିବ୍ୟୁନାଲ୍‌ରେ ଶୁଣାଣି ଆଜି ହୋଇଛି । ଓଡ଼ିଶାର ଜଏଣ୍ଟ ସର୍ଭେ ଅନାବଶ୍ୟକ ଆବେଦନକୁ ଖାରଜ କରିଛନ୍ତି ଟ୍ରିବ୍ୟୁନାଲ୍‌ ।  ନେରେଡି ଓ କାଟ୍ରାଗଡ଼ା ପ୍ରକଳ୍ପର ଯୁଗ୍ମ ସର୍ଭେ ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ସିଡବ୍ଲ୍ୟୁସିଙ୍କ ତତ୍ତ୍ବାବଧାନରେ ସର୍ଭେ କରିବାକୁ ନିର୍ଦ୍ଦେଶ ରହିଛି । ଡିସେମ୍ବର ୩୦ ସୁଦ୍ଧା ସର୍ଭେ ଶେଷ କରିବାକୁ ଟ୍ରିବ୍ୟୁନାଲ୍‌ ନିର୍ଦ୍ଦେଶ ଦେଇଛନ୍ତି । ଜଏଣ୍ଟ ସର୍ଭେର ଆବଶ୍ୟକତା ନାହିଁ ବୋଲି ଓଡ଼ିଶା କହିଥିଲା । ଜାନୁଆରୀ ୧୦ରେ ଟ୍ରିବ୍ୟୁନାଲଙ୍କ ପରବର୍ତ୍ତୀ ଶୁଣାଣି ହେବ ।

Read More

ସ୍କୁଲରେ ବଜ୍ରପାତ ଘଟି 4 ଜଣ ଆହତ ହୋଇଛନ୍ତି । ଫୁଲବାଣୀର ଏକ ସ୍କୁଲରେ ପାଠପଢା ଚାଲିଥିବା ସମୟରେ ଶ୍ରଣୀଗୃହ ଉପରେ ବଜ୍ରପାତ ହେବାର ଶିକ୍ଷୟିତ୍ରୀଙ୍କ ସମେତ 4 ଜଣ ଆହତ ହୋଇଛନ୍ତି । ଚକାପାଦ ବ୍ଲକ୍‌ର ବ୍ରାହ୍ମଣପାଦ ବିରୁପାକ୍ଷ ନୋଡାଲ ହାଇସ୍କୁଲରେ ଏହି ଅଘଟଣ ଘଟିଛି । ସଙ୍ଗେ ସଙ୍ଗ ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Read More

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆନ୍ଧ୍ରର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଆଜି ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାକୁ ଛାଡ଼ି ଅନ୍ୟ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି । ଏଥିସହ କିଛି ଜିଲ୍ଲାରେ ଘଡ଼ଘଡ଼ି ହେବା ନେଇ ୟଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି। ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, ଅନୁଗୋଳ, କେନ୍ଦ୍ରାପଡ଼ା, ଗଞ୍ଜାମ, ନୟାଗଡ଼ ଓ ବାଲେଶ୍ୱର ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । 24 ତାରିଖ ପରଠୁ ବର୍ଷାର ପରିପାଣ ବଢ଼ିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Read More

ଓଡ଼ିଶାରେ ପୁଣି ପୁଞ୍ଜି ନିବେଶ କରିବାକୁ ମନ ବଳାଇଛି ଦକ୍ଷିଣ କୋରିଆ । ଆଜି ଏନେଇ ଦକ୍ଷିଣ କୋରିଆ ରାଷ୍ଟ୍ରଦୂତ ସିନ୍ ବଙ୍ଗ କିଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି ।  ଆଜି ଓଡ଼ିଶା ଆସି ଦକ୍ଷିଣ କୋରିଆ ରାଷ୍ଟ୍ରଦୂତ ସିନ୍ ବଙ୍ଗ କିଲଙ୍କ ସହ ୪୬ଜଣିଆ ବ୍ୟବସାୟିକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ପୋସ୍କୋ ଓଡ଼ିଶାରୁ ମୁହଁ ଫେରାଇବା ପରେ ପୁଣି ନିବେଶ ଆଶା ରହିଛି। ପୋସ୍କୋ ନେଇ ତିକ୍ତ ଅନୁଭୂତି ଓ ଏଥିରୁ ଶିକ୍ଷା ପାଇଛନ୍ତି ବୋଲି ରାଷ୍ଟ୍ରଦୂତ କହିଛନ୍ତି । ପୋସ୍କୋ ବହୁ ବାଧାବିଘ୍ନର ସମ୍ମୁଖୀନ ହୋଇ ଶେଷରେ ଓହରିଯାଇଥିଲା । ପୋସ୍କୋ ଘଟଣାରୁ ଉଭୟ ପକ୍ଷ ଶିକ୍ଷାଲାଭ କରିଥିବା ଆଶା କରାଯାଇଛି । ପୋସ୍କୋ ଶିକ୍ଷା ପରେ ଏବେ ନୂଆ କରି ଆରମ୍ଭ କରି ଆଗେଇବା ବୋଲି ରାଷ୍ଟ୍ରଦୂତ କହିଛନ୍ତି । ଦକ୍ଷିଣ କୋରିଆର ପୁଞ୍ଜି ନିବେଶ ନେଇ…

Read More

ସାେମବାର  ସୁପ୍ରିମ୍‌କୋର୍ଟର ୪ ଜଣ ନୂଆ ବିଚାରପତି ଶପଥ ଗ୍ରହଣ କରିଛନ୍ତି । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ସେମାନଙ୍କୁ ପଦ ଓ ଗୋପନୀୟତାର ସହ ଶପଥପାଠ କରାଇଛନ୍ତି। ନିକଟରେ ୪ଟି ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସୁପ୍ରିମକୋର୍ଟରେ ବିଚାରପତି ଭାବେ ପଦୋନ୍ନତି ମିଳିଥିଲା। ସେମାନେ ହେଲେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି କ୍ରିଷ୍ଣା ମୁରାରୀ, ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ. ରବୀନ୍ଦ୍ର ଭଟ୍ଟ, ହିମାଚଳ ପ୍ରଦେଶର ମୁଖ୍ୟ ବିଚାରପତି ଭି. ରାମସୁବ୍ରମଣ୍ୟମ, କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ହଷିକେଶ ରାୟ। ୪ ନୂଆ ବିଚାରପତିଙ୍କ ଶପଥ ଗ୍ରହଣ ପରେ ବର୍ତ୍ତମାନ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି।

Read More

ପୂର୍ବତନ ଭାରତୀୟ ଓପ୍‌ନର ମାଧବ ଆପ୍ତେଙ୍କ ପରଲୋକ ହୋଇଛି । ସୋମବାର ସକାଳୁ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ 86 ବର୍ଷ ବୟସରେ ପ୍ରାଣ ହରାଇଛନ୍ତି । 1950 ମସିହାରେ ଭାରତୀୟ କ୍ରିକେଟ ଦଳର ଓପ୍‌ନର ରହିଥିବା ଆପ୍ତେ ଭାରତ ପକ୍ଷରୁ 7ଟି ଟେଷ୍ଟ ଖେଳିଛନ୍ତି । 7ଟି ଟେଷ୍ଟ ମ୍ୟାଚ୍‌ରୁ ଆପ୍ତେ 542 ରନ୍‌ ସଂଗ୍ରହ କରିଛନ୍ତି । ଏହା ବ୍ୟତିତ ଆପ୍ତେ 67ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ 3336 ରନ୍‌ ସଂଗ୍ରହ କରିଛନ୍ତି । ପ୍ରଥମ ଶ୍ରେଣୀ କ୍ୟାରିୟରରେ ଆପ୍ତେ ମୁମ୍ବାଇ ପକ୍ଷରୁ 46ଟି ମ୍ୟାଚ୍‌ ଖେଳିଥିବା ବେଳେ ବେଙ୍ଗଲ ପକ୍ଷରୁ 3ଟି ମ୍ୟାଚ୍‌ ଖେଳିଛନ୍ତି । ପ୍ରଥମ ଶ୍ରେଣୀ କ୍ୟାରିୟରରେ ସେ 6ଟି ଶତକ ଏବଂ 16ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।

Read More

ସମୀକ୍ଷା ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ହ୍ୟୁଷ୍ଟନ ସ୍ଥିତ ଏନ୍‌ଆରଜି ଷ୍ଟାଡିଅମ୍‌ରେ ଠାରେ ‘ହାଉଡ଼ି ମୋଦି’ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତ-ଆମେରିକାର ସମ୍ପର୍କକୁ ବର୍ଣ୍ଣନା କରିବା ସହ ଆତଙ୍କବାଦ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସୂଚନା ଦେଇଛନ୍ତି। ପରୋକ୍ଷରେ ମୋଦୀ ପାକିସ୍ତାନକୁ ଦୃଢ ସମାଲୋଚନା କରିଛନ୍ତି । ଏହି ଅବସରରେ ନିଜ ସରକାରର ସଫଳତାର ଫର୍ଦ୍ଦ ବର୍ଣ୍ଣନା ମଧ୍ୟ କରିଛନ୍ତି । କିନ୍ତୁ ଏହି କାର୍ଯ୍ୟକ୍ରମରେ ମୋଦିଙ୍କ ‘ଅବ୍‌କୀ ବାର୍‌ ଟ୍ରମ୍ପ୍‌ ସରକାର’ର ନାରାବାଜିକୁ ନେଇ ବିଶ୍ବ ରାଜନୀତିରେ ବେଶ୍ ଚର୍ଚ୍ଚା ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ସରକାରଙ୍କ ସପକ୍ଷରେ ପ୍ରଚାର କରିବାକୁ ସହଜରେ ଗ୍ରହଣ କରି ନାହାଁନ୍ତି ବିରୋଧୀ। ମୋଦିଙ୍କର ଏପରି ବୟାନକୁ କଂଗ୍ରେସ ସମାଲୋଚନା କରିବାକୁ ପଛାଇ ନାହିଁ । ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଉପସ୍ଥିତିରେ ମୋଦିଙ୍କ ’ଅବ୍‌କୀ ବାର୍‌ ଟ୍ରମ୍ପ୍‌ ସରକାର’ର ବୟାନ ନେଇ…

Read More

ବିଜେପୁର ଉପ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜେପୁରର ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରକାଶିତ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ଆଜିଠୁ ନାମାଙ୍କନ ଦାଖଲ କରାଯାଇପାରିବ । ସେପ୍ଟେମ୍ବର 30 ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ରଖାଯାଇଛି । ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ ହେବ ବୋଲି ଜଣାପଡିଛି । ଅକ୍ଟୋବର 1 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ ଏବଂ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟୋବର 3 ତାରିଖ ରହିଛି । 21 ତାରିଖ ସକାଳ 7ଟାରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ ମତଦାନ କରାଯିବ ।

Read More

ଅର୍ଥ ହେରଫେର ମାମଲାରେ ଜେଲ୍‌ରେ ରହିଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଭେଟିଛନ୍ତ ମନମୋହନ ସିଂ ଏବଂ ସୋନିଆ ଗାନ୍ଧୀ । ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପି ଚିଦାମ୍ବରମ୍‌ଙ୍କୁ ଭେଟିଛନ୍ତି । ଆଇଏନ୍‌ଏଏକ୍ସ ମିଡିଆର ଅର୍ଥ ହେରଫେର ମାମଲାରେ ଜେଲରେ ବନ୍ଦ ରହିଥିବା ଚିଦାମ୍ବରମଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଏହି ଦୁଇ ବରିଷ୍ଠ ନେତା କର୍ତ୍ତି ଚିଦାମ୍ବରମଙ୍କ ସହିତ ତିହାର ଜେଲ୍‌ ଯାଇ ଚିଦାମ୍ବରମଙ୍କୁ ଭେଟିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସେପ୍ଟେମ୍ବର 5 ତାରିଖରୁ ଆଇଏନ୍‌ଏକ୍ସ ମାମଲାରେ ତିହାର ଜେଲ୍‌ରେ ରହିଛନ୍ତି ଚିଦାମ୍ବରମ୍‌ ।

Read More