Author: Samikhsya Bureau

1993 ପରଠାରୁ ଦିଲ୍ଲୀରେ 64 ସଫେଇ କର୍ମଚାରୀ ପ୍ରାଣ ହରାଇଛନ୍ତି । ମଙ୍ଗଳବାର ଦିନ ଜାତୀୟ ସଫେଇ କର୍ମଚାରୀ ସଂଘ ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି । ସଂଘର ସମ୍ପାଦକ ମନ୍ହର ଭଲ୍‌ଜୀଭାଇ ଜଲା ଏହି ସୂଚନା ପ୍ରଦାନ କରିବା ସହିତ ବିଗତ ଦୁଇ ବର୍ଷ ମଧ୍ୟରେ 38 କର୍ମଚାରୀ ପ୍ରାଣ ହରାଇଥିବା ସୂଚନା ଦେଇଛନ୍ତି । 2013ରେ ସଫେଇ କର୍ମଚାରୀଙ୍କ ସୁରକ୍ଷା ପାଇଁ ଲାଗୁ କରାଯାଇଥିବା ନିୟମାବଳୀକୁ ଜାତୀୟ ରାଜଧାନୀ ଦିଲ୍ଲୀରେ ସଠିକ୍‌ ଢଙ୍ଗରେ ପାଳନ କରାଯାଉନାହିଁ ଯାହା ଦେଶର ଅନ୍ୟ ସହର ଗୁଡିକୁ ଭୁଲ ବାର୍ତ୍ତା ପ୍ରଦାନ କରୁଛି ବୋଲି ମନ୍ହର ଭଲ୍‌ଜୀଭାଇ ଜଲା ପ୍ରକାଶ କରିଛନ୍ତି । ମୃତକଙ୍କ ମଧ୍ୟରୁ 46 ଜଣଙ୍କ ପରିବାରକୁ ସରକାର 10 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଆସନ୍ତା ଏକ ସପ୍ତାହ ମଧ୍ୟରେ ବାକି 18 ପରିବାରକୁ ସହାୟତା ରାଶି ପ୍ରଦାନ କରିବାକୁ ଦାବି କରାଯଇଛି…

Read More

ଉତ୍ତର ଭାରତରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି । ୪.୩୫ ମିନିଟ୍‌ରେ ଦିଲ୍ଲୀ, ଏନ୍‌ସିଆର, ପଞ୍ଜାବ, ହରିୟାଣା ଆଦି ସ୍ଥାନରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି ।  ଜମ୍ମୁ କାଶ୍ମୀରରେ ଏହି  ଭୂକମ୍ପର ଝଟ୍‌କା ଟିକେ ଅଧିକ ଅନୁଭୂତ ହୋଇଛି । ପାକିସ୍ତାନର ଲାହୋରର ଉତ୍ତର ପଶ୍ଚିମ ୧୭୩ କିମି ଦୂର ଜାଔଲାନଠାରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି  ।  ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୧ ରହିଥିବା ସୂଚନା ରହିଛି । ଝଟ୍‌କାରେ ଭୟଭୀତ ହୋଇ ଲୋକ ଘରୁ ବାହାରି ଆସିଛନ୍ତି । ପାକିସ୍ତାନ ଅଧିକୃତ କାଶ୍ମୀରରେ ଅଧିକ ଅନୁଭୂତ ହୋଇଥିବାବେଳେ ପାକିସ୍ତାନରେ ଭୂମିକମ୍ପର ରିକ୍ଟର ସ୍କେଲର ୬.୩ ରହିଥିଲା ବୋଲି ଜଣାପଡିଛି ।  ଭୂମିକମ୍ପର ତୀବ୍ରତା ଜଣେ ମହିଳା ମୃତ, ୫୦ ଆହତ ହୋଇଥିବାବେଳେ ବହୁ ଘର ଭୁଶୁଡ଼ି ଯାଇଛି ।

Read More

ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ ପ୍ରଶାନ୍ତ ଦାଶଙ୍କ ଆତ୍ମସମର୍ପଣ। ରାଉରକେଲା ଏସ୍‌ଡିଜିଏମ୍‌ଙ୍କ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ପ୍ରଶାନ୍ତ । ରଘୁନାଥପାଲ୍ଲୀ ଥାନାର ଏକ ଠକେଇ ମାମଲା ରହିଛି । ପୂର୍ବରୁ ପ୍ରଶାନ୍ତ ହାଇକୋର୍ଟରେ ଜାମିନ ଆବେଦନ କରିଥିବା ବେଳେ ତଳ କୋର୍ଟରେ ଆତ୍ମସମର୍ପଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ପରେ ମଙ୍ଗଳବାର ପ୍ରଶାନ୍ତ ଆତ୍ମସମର୍ପଣ କରିଛନ୍ତି ।

Read More

ନୂତନ ମୋଟର୍‌ ଯାନ ଆଇନରେ ଗାଡ଼ି ଚଲାଇବା ନିୟମକୁ କଡ଼ାକଡ଼ି କରାଯାଇଛି । ଡ୍ରାଇଭିଂ ଲାଇସେନ୍ସକୁ ଏଥିରେ ବାଧ୍ୟତାମୂଳକ କରାଯାଇଛି । ଆର୍‌ଟିଓ କାର୍ଯ୍ୟରେ ଗହଳିକୁ ନଜରରେ ରଖି ବ୍ଲକ୍‌ ସ୍ତରରେ ଡିଏଲ୍‌ କ୍ୟାମ୍ପ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏ ନେଇ ସଡ଼କ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ଯେଉଁମାନଙ୍କର ଡ୍ରାଇଭିଂ ଲାଇସେନ୍ସ ନାହିଁ ସେମାନଙ୍କୁ  ଜରିମାନା ଦେବାକୁ ପଡ଼ୁଛି । ସେଥିପାଇଁ ସମସ୍ତେ ଏବେ ଆର୍‌ଟିଓ କାର୍ଯ୍ୟାଳୟରେ ଭିଡ଼ ଜମାଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରତି ବ୍ଲକରେ ଡିଏଲ୍‌ କ୍ୟାମ୍ପ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରତି ବ୍ଲକ୍‌ ଓ ସବ୍‌ଡିଭିଜନ୍‌ ସ୍ତରରେ ଡ୍ରାଇଭିଂ ଲାଇସେନ୍ସ ପାଇଁ କ୍ୟାମ୍ପ୍‌ ଖୋଲା ଯିବ । ଲୋକମାନେ ସେଠାରେ ଡିଏଲ୍‌ ପାଇଁ ଆବେଦନ କରିପାରିବେ । ସେହି ବ୍ଲକ୍‌ରେ କ୍ୟାମ୍ପରେ ଲର୍ଣ୍ଣିଂ ଲାଇସେନ୍ସ ଦେବାକୁ ବ୍ୟବସ୍ଥା କରାଯାଉଥିବା ମନ୍ତ୍ରୀ କହିଛନ୍ତି…

Read More

ବିଜେପୁର ଉପ ନିର୍ବାଚନ ପାଇଁ କଂଗ୍ରସ ପକ୍ଷରୁ ଆସନ୍ତା ଦୁଇ ଦିନ ମଧ୍ୟରେ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ଜଣାପଡିଛି । ଆଜି ସନ୍ଧ୍ୟା କିମ୍ବା ଆସନ୍ତା କାଲି ସୁଦ୍ଧା କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ବିଧାୟକ ତଥା ଚୟନ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ସୂଚନା ଦେଇଛନ୍ତି । ବିଧାୟକ ପ୍ରାର୍ଥୀ ପାଇଁ ପାଞ୍ଚଜଣ ପ୍ରାର୍ଥୀଙ୍କ ନାମ ବିଚାର କରାଯାଉଛି ଏବଂ ଚୟନ କ୍ମିଟି ଅନ୍ତିମ ନିଷ୍ପତ୍ତି ଗ୍ରହଣ କରିବ ବୋଲି କଂଗ୍ରେସ ପକ୍ଷରୁ ପ୍ରକାଶ କରାଯାଇଛି ।

Read More

ପୁଲିସ କୌଣସି ଆପରାଧିକ ମାମଲାର ତଦନ୍ତ କରୁଥିବା ସମୟରେ ଅଭିଯୁକ୍ତଙ୍କ ଅଚଳାଚଳ ସମ୍ପତ୍ତିକୁ ଜବତ କରିପାରିବ ନାହିଁ। ସୁପ୍ରିମକୋର୍ଟ ମଙ୍ଗଳବାର ଏହା ଘୋଷଣା କରିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ବିଚାରପତି ଦୀପକ ଗୁପ୍ତା ଏବଂ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମହାରାଷ୍ଟ୍ର ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଯଥାର୍ଥ ଦର୍ଶାଇବା ସହିତ କହିଛନ୍ତି, ସିଆରପିସି ଧାରା ୧୦୨ରେ ବେଆଇନ ସମ୍ପତ୍ତିକୁ ଜବତ କରିବାରେ ପୁଲିସର କୌଣସି ଅଧିକାର ନାହିଁ। ମହାରାଷ୍ଟ୍ର ହାଇକୋର୍ଟ ଏକ ମାମଲାର ଶୁଣାଣି ବେଳେ କହିଥିଲେ ଯେ, ତଦନ୍ତ ସମୟରେ ଅଭିଯୁକ୍ତଙ୍କ ସମ୍ପତ୍ତି ଜବତ କରିବାରେ ପୁଲିସର କୌଣସି ଅଧିକାର ନାହିଁ। ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

Read More

ଉଚ୍ଚ ଶିକ୍ଷା ବିଭାଗର କର୍ମଚାରୀଙ୍କ ପାଇଁ ସରକାର ନିୟମକୁ କଡ଼ାକଡ଼ି କରିଛନ୍ତି । କର୍ମଚାରୀଙ୍କୁ ସମୟାନୁବର୍ତ୍ତିତା କରିବାକୁ ସରକାର ବାୟୋମେଟ୍ରିକ୍‌କୁ ବାଧ୍ୟତାମୂଳକ କରିଛନ୍ତି । ଯଦି କୌଣସି କର୍ମଚାରୀ ବାୟୋମେଟ୍ରିକ୍‌ରେ ଆଙ୍ଗୁଳି ଚିହ୍ନ ବା ପଞ୍ଚ ଇନ୍‌ ଓ ପଞ୍ଚ ଆଉଟ୍‌ ନ କରନ୍ତି ତାହା ହେଲେ ତାଙ୍କର ସେଦିନ ଛୁଟି ବୋଲି ବିବେଚନା କରାଯିବ । ଏ ନେଇ ଆଜି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି । ଉଚ୍ଚ ଶିକ୍ଷା ବିଭାଗର କର୍ମଚାରୀଙ୍କ ପାଇଁ ଦିନକୁ ସାଢ଼େ ୭ ଘଣ୍ଟା ଡ୍ୟୁଟି ସମୟ ବାଧ୍ୟତାମୂଳକ କରାଯାଇଛି । ୧୦ଟାରୁ ୬ଟା ପର୍ଯ୍ୟନ୍ତ ଅଫିସ ସମୟ ରଖାଯାଇଥିବାବେଳେ ଆସିବା ସମୟ ୩୦ ମିନିଟ କୋହଳ କରାଯାଇଛି । ସେହିପରି ସାଢ଼େ ୧୦ଟାରୁ ୧୧ଟା ମଧ୍ୟରେ ଆସିଲେ ବିଳମ୍ବ ଉପସ୍ଥାନ ହେବ ।  ଗୋଟିଏ ମାସର ୩ଟି ବିଳମ୍ବ ଉପସ୍ଥାନ ହେଲେ ତାହା ଗୋଟିଏ ଦିନ ଛୁଟିରେ ଗଣାଯିବ…

Read More

ସୋସିଆଲ ମିଡ଼ିଆର ଅପବ୍ୟବହାର ନେଇ ସୁପ୍ରିମ୍‌କୋର୍ଟ କ୍ଷୁବ୍ଧ ହୋଇଛନ୍ତି । ଅପବ୍ୟବହାର ରୋକିବା ପାଇଁ ଗାଇଡ୍‌ ଲାଇନ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ । ତିନି ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ । ଗାଇଡ୍‌ ଲାଇନ୍‌ ପାଇଁ ନିର୍ଦ୍ଦିଷ୍ଟ କେତେ ଦିନ ନେବେ ସେନେଇ ସତ୍ୟପାଠ ଦାଖଲ ପାଇଁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ଅପବ୍ୟବହାରୀଙ୍କ ଉପରେ ଅଙ୍କୁଶ ସମ୍ପର୍କରେ  କୋର୍ଟ ମତ ଦେଇ କହିଛନ୍ତି ଯେ, ଏବେ ଆମେ ଆଉ କହିପାରିବାନି ଯେ କିଏ ଅପବ୍ୟବହାରର ଜନକ । ଟେକ୍ନୋଲୋଜି ଯଦି ବାର୍ତ୍ତା ପହଞ୍ଚାଇ ପାରୁଛି, ବନ୍ଦ କାହିଁକି କରିପାରିବନି ବୋଲି କହିଛନ୍ତି କୋର୍ଟ ।

Read More

ବିବାଦୀୟ ଧର୍ମଗୁରୁ ଜାକିର ନାଏକଙ୍କୁ ପଳାତକ ଘୋଷଣା କରିବା ପାଇଁ ଇଡି ପକ୍ଷରୁ ଆବେଦନ କରାଯାଇଛି । ଅର୍ଥ ହେରଫେର ମାମଲାରେ ସମ୍ପୃକ୍ତ ଜାକିରକୁ ପଳାତକ ଘୋଷଣା କରିବା ପାଇଁ ସୋମବାର ଆବେଦନ କରାଯାଇଛି । ନୂତନ ଆତଙ୍କୀ ନିରୋଧୀ ନିୟମ ଅନୁଯାୟୀ ଜାକିରକୁ ପଳାତକ ଘୋଷଣା କରିବା ପାଇଁ ଆବେଦନରେ ଉଲ୍ଲେଖ କରାଯାଇଛି । ଏହା ସହିତ ଇଡି ପକ୍ଷରୁ ସମସ୍ତ ଆବଶ୍ୟକୀୟ ଦସ୍ତାବିଜ ପ୍ରଦାନ କରାଯାଇଥିବା ବେଳେ ଏହା ଉପରେ 30 ତାରିଖରେ ବିଚାର କରାଯିବ ବୋଲି ଜଣା ପଡିଛି । ନାଏକଙ୍କର 50 କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ମୁମ୍ବାଇ ଏବଂ ପୁନେର ବିଭିନ୍ନ ସ୍ଥାନରେ ରହିଛି । 2016ରେ ଏନ୍‌ଆଇଏ ପକ୍ଷରୁ ଜାକିରଙ୍କ ବିପକ୍ଷରେ ମାମଲା ରୁଜୁ କରାଯିବା ପରଠାରୁ ସେ ମାଲେସିଆରେ ଅବସ୍ଥାନ କରୁଛନ୍ତି ।

Read More

ବିଜେପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ଆସନ୍ତା ଅକ୍ଟୋବର ୨୧ ତାରିଖରେ ଏହି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ସବୁ ଦଳ ସଜବାଜ ହେଲେଣି । ବିଜେପୁର ଆସନ ପାଇଁ ପ୍ରଭାସ ସିଂ ଆଶାୟୀ ରହିଥିବା ଜଣାଇଛନ୍ତି । ଏନେଇ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକଙ୍କୁ ଅବଗତ କରିଥିବାର କହିଛନ୍ତି ପ୍ରଭାସ ସିଂ । ଦଳ ପାଇଁ କାମ କରୁଛନ୍ତି ଓ ଟିକେଟ ଆଶାୟୀ ହେବା ସ୍ବାଭାବିକ ବୋଲି କହିବା ସହିତ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବରଗଡ଼ର ସାଂସଦ ରହିଥିଲେ ପ୍ରଭାସ ସିଂ ।

Read More

ଛତିଶଗଡ଼ କାଙ୍କେର ଜିଲ୍ଲାରେ ମାଓ ହମ୍‌ଲା । ଏକ ଡିଜେଲ୍‌ ଟ୍ୟାଙ୍କର ବିସ୍ଫୋରଣ କଲେ ମାଓବାଦୀ । ବିସ୍ଫୋରଣରେ ୨ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ସୂଚନା । ବିସ୍ଫୋରଣ ଘଟିଥିବା ଟ୍ୟାଙ୍କରଟି ରେଲ୍‌ଓ୍ବେ କାମରେ ଲାଗିଥିଲା । ଏବେବି ମାଓବାଦୀ ଓ ପୋଲିସ୍‌ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ସୂଚନା ।

Read More

ରାଜ୍ୟରେ ସାପ କାମୁଡାର ଆତଙ୍କ ଦେଖିବାକୁ ମିଳିଛି । ଗତକାଲି ସାପ କାମୁଡାରେ ରାଜ୍ୟରେ 6 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଆଜି ସକାଳୁ ଆହୁରି ଦୁଇ ଜଣଙ୍କର ପ୍ରାଣହାନି ଘଟିଛି । ଦୁଇ ମୃତକଙ୍କୁ ରାଜଲକ୍ଷ୍ମୀ ମଲ୍ଲିକ ଓ ପୁଅ ଆଦିତ୍ୟ ବୋଲି ଚିହ୍ନଟ କରାଯାଇଛି । କନ୍ଧମାଳ ଜିଲ୍ଲା କଞ୍ଜାମେଣ୍ଡି ପଞ୍ଚାୟତ ଟପାର ଗାଁର ମା’ ରାଜଲକ୍ଷ୍ମୀ ଓ 8 ବର୍ଷର ପୁଅ ଆଦିତ୍ୟ ଶୋଇଥିବାବେଳେ ଏକ ବିଷାକ୍ତ ସାପ କାମୁଡ଼ିଥିଲା । ସେମାନଙ୍କୁ ପ୍ରଥମେ ନୂଆଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରଥମେ ପୁଅର ମୃତ୍ୟୁ ହୋଇଥିଲା । ଏହା ପରେ ମା’ଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଫୁଲବାଣୀ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା ମାତ୍ର ସେଠାରେ ସେ ପ୍ରାଣ ହରାଇଥିଲେ ।

Read More

କୁଖ୍ୟାତ ନିଶା ବେପାରୀ ସବୀର୍‌ ଖାନ୍‌କୁ ଗିରଫ କରିଛି ସମ୍ବଲପୁର ପୋଲିସ୍‌ । ମଙ୍ଗଳବାର ଦିନ ପୋଲିସ୍‌ ସକାଳେ ସବୀର୍‌କୁ ଗିରଫ କରିବା ସହିତ ତା ନିକଟରୁ ଗୋଟିଏ ବନ୍ଧୁକ ଏବଂ କିଛି ଜୀବନ୍ତ ଗୁଳି ଜବତ କରିଛି । ସମ୍ବଲପୁର ପୋଲିସ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସବୀର ନାମରେ ବିଭିନ୍ନ ଥାନାରେ 15ରୁ ଅଧିକ ମାମଲା ରହିଛି ।

Read More

କେଦାର ମିଶ୍ର ହ୍ୟୁଷ୍ଟନ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ ସବୁ ଭଲ ଅଛି ! କେବଳ ଓଡ଼ିଆରେ କହିଲେ ନି ଭାରତର ସବୁ ଭାଷାରେ ସେହି ସମାନ କଥା କହିଲେ । ହ୍ୟୁଷ୍ଟନ୍‌ ସହରରେ ଯେଉଁମାନେ ପ୍ରଧାନମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବାକୁ ଆସିଥିଲେ, ସେମାନେ ସମସ୍ତେ ବହୁତ ଖୁସି ।  କାରଣ  ପ୍ରଧାନମନ୍ତ୍ରୀ କହିଲେ ଭାରତରେ ସବୁ କିଛି ଠିକ୍‌ଠାକ୍‌ ଅଛି । ତେବେ ଭାରତରେ ସବୁ ଠିକ୍‌ ଠାକ୍‌ ଅଛି କି ନାହିଁ , ସେକଥା ଜାଣିବା ପାଇଁ ଆମେରିକାରେ ରହୁଥିବା ଗ୍ରୀନ୍‌କାର୍ଡଧାରୀଙ୍କର କୌଣସି ଆଗ୍ରହ ନାହିଁ । କାରଣ ସେମାନଙ୍କୁ ବ୍ୟାଗ୍‌ ଧରି ବଜାରକୁ ପିଆଜ କିଣିବାକୁ ଯିବାକୁ ପଡେ ନାହିଁ । କିମ୍ବା ପେଟ୍ରୋଲ ପମ୍ପ୍‌ ଆଗରେ ନିଜ ମୋଟରସାଇକେଲ୍‌ ଧରି ତେଲ ପକାଇବାକୁ ଅପେକ୍ଷା କରିବାକୁ ପଡେ ନାହିଁ । ଆମେରିକାର ରହୁଥିବା ପ୍ରବାସୀ ଭାରତୀୟଙ୍କୁ ଘୃଣା ଜନିତ ଅପରାଧ ବା ସାମ୍ପ୍ରଦାୟିକତାର ଶିକାର ହେବାକୁ ପଡେ…

Read More

ଜମ୍ମୁ କାଶ୍ମୀରରେ ଅବସ୍ଥା ସାଧାରଣ ନଥିଲେ ମଧ୍ୟ ଶାନ୍ତିପୂର୍ଣ୍ଣ ରହିଛି ବୋଲି ଜମ୍ମୁ କାଶ୍ମୀର ପୋଲିସ୍‌ ମୁଖ୍ୟ ଦିଲବାଗ ସିଂ ପ୍ରକାଶ କରିଛନ୍ତି । ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଦିଲବାଗ ସିଂ କହିଛନ୍ତି, ରାଜ୍ୟରେ ଅବସ୍ଥା ଶାନ୍ତିପୂର୍ଣ୍ଣ ରହିଛି । ଅଗଷ୍ଟ 5 ତାରିଖରୁ ଧାରା 370 ଉଚ୍ଛେଦ ପରେ 3 ହଜାରରୁ ଅଧିକ ଯୁବକଙ୍କୁ ହାଜତରେ ରଖାଯାଇଛି । ଏହି ଯୁବକ ମାନଙ୍କୁ ଗିରଫ କରାଯାଇନାହିଁ ବରଂ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଅଟକ ରଖାଯାଇଛି ବୋଲି ଦିଲବାଗ ସିଂ ପ୍ରକାଶ କରିଛନ୍ତି । ଗିରଫ ଯୁବକ ମାନଙ୍କୁ ଧୀରେ ଧୀରେ ଛଡାଯାଉଛି ଏବଂ ଆସନ୍ତା 3ରୁ 4 ଦିନ ମଧ୍ୟରେ ସମସ୍ତଙ୍କୁ ମୁକ୍ତ କରାଯିବ ବୋଲି ସିଂ ସୂଚନା ଦେଇଛନ୍ତି । କାଶ୍ମୀର ଉପତ୍ୟାକାରେ ସାଧାରଣ ଜନତା ଶାନ୍ତିପୂର୍ଣ୍ଣ ଉପାୟ ଆପଣେଇବା ପସନ୍ଦ କରିଛନ୍ତି ତେଣୁ କାଶ୍ମୀର ଉପତ୍ୟାକାରେ ଶାନ୍ତି ପ୍ରତ୍ୟାବର୍ତ୍ତନ କରିବ ବୋଲି କହିଛନ୍ତି…

Read More

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଛୁରି ଦେଖାଇ ଗଣଦୁଷ୍କର୍ମ ଘଟଣାର ଅନୁଧ୍ୟାନ କରିବାକୁ ଆଜି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଘଟଣାସ୍ଥଳକୁ ଯିବେ ବୋଲି ଜଣାପଡିଛି । ଅନ୍ୟପକ୍ଷରେ ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ 3 ଜଣଙ୍କୁ ପୋଲିସ୍‌ ଗିରଫ କରିଥିବା ଜଣାପଡିଛି । ଜୁନାଗଡ଼-ଭବାନୀପାଟଣାର 26 ନମ୍ବର ଜାତୀୟ ରାଜପଥ କଡ଼ ଜାରିଙ୍ଗ ଜଙ୍ଗଲରେ ଏହି ଘଟଣା ଘଟିଥିବା ପୀଡ଼ିତା ଗତକାଲି ଥାନାରେ ଏତଲା ଦେଇଥିଲେ। ଗତ 14 ତାରିଖରେ ଏହି ଘଟଣା ଘଟିଥିବା ପୀଡ଼ିତା କହିଛନ୍ତି । ଗଣଦୁଷ୍କର୍ମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ମହିଳା କମିଶନ ଅଧ୍ୟକ୍ଷା ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ପାଇଁ ଯିବେ ବୋଲି ଜଣାପଡିଛି ।

Read More

ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅନ୍ତର୍ଗତ ଭଣ୍ଡାରୀମାଳ ଗାଁରେ ହୋଇଛି ଦୁଇ ଦୁଇଟି ହତ୍ୟାକାଣ୍ଡ । ମଦ୍ୟପାନକୁ ନେଇ ଝଗଡା ପରେ ଗାଁରେ ଚାରି ଜଣ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହଣାଯାଇଛି । ଏଥିରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଦୁଇ ଭାଇ ଆହତ ହୋଇଛନ୍ତି । ମୃତକମାନେ ହେଲେ ଶକ୍ତିଭୂଷଣ କୁମୁରା ଓ ଅରବିନ୍ଦ କୁମୁରା । ଆହତମାନେ ହେଲେ ବିଭୂତି ଭୂଷଣ କୁମରା ଓ ସମ୍ପର୍କୀୟ ଭାଇ ନନ୍ଦଲାଲ ଭୁଏ। ସେମାନଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପାରିବାରିକ କହଳ ଓ କମେଣ୍ଟ ମରାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ଏସ୍‌ପି କନୱର ବିଶାଲ ସିଂହ କହିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୁଖ୍ୟ ଅଭିଯୁକ୍ତକୁ ଅଟକ ରଖିଛି । ଏହା ସହିତ ଅନ୍ୟମାନଙ୍କୁ ଧରିବାକୁ ଚଢ଼ାଉ କରାଯାଉଛି । ପାରିବାରିକ କଳହରୁ ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ଘଟଣାର ତଦନ୍ତ ପାଇଁ 4ଟି…

Read More

ଭିଜିଲାନ୍ସ ଜାଲରେ ସରକାରୀ ଯନ୍ତ୍ରୀ । ଆୟବହିର୍ଭୂତ ସମ୍ପତ୍ତି ଠୂଳ ଅଭିଯୋଗ ମାମଲାରେ ବଲାଙ୍ଗୀରର ପାଟଣାଗଡ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ । ସହକାରୀ ନିର୍ବାହୀ ଯନ୍ତ୍ରୀ କିଶୋର ପାତ୍ରଙ୍କ ଘରେ ମଙ୍ଗଳବାର ସକାଳୁ ଚଢାଉ କରାଯାଇଥିଲା । ଏକାଥରେ ପାଟଣାଗଡର ବାସଭବନ ସମେତ 4ଟି ସ୍ଥାନରେ ଚଢାଉ କରାଯାଇଥିଲା ।

Read More

ପ୍ରଦୂଷଣ ସାର୍ଟିଫିକେଟ୍‌ ନିୟମରେ କୋହଳ କରିଥିବା ରାଜ୍ୟ ସରକାର ପୁନର୍ବାର ଏହି ନିୟମକୁ କଡାକଡି କରିଛନ୍ତି । ନୂତନ ମୋଟରଯାନ ଆଇନ ଲାଗୁ ହେବା ପରେ ରାଜ୍ୟ ସରକାର ଏହାକୁ କଡାକଡି ଭାବରେ ଲାଗୁ କରିଥିଲେ । ମାତ୍ର ଏହି ନିୟମକୁ ସାଧାରଣ ଜନତାଙ୍କ ପକ୍ଷରୁ ବିରୋଧ କରାଯିବା ପରେ ସରକାରଙ୍କ ପକ୍ଷରୁ ଏହି ନିୟମକୁ ତିନି ମାସ ପାଇଁ କୋହଳ କରାଯାଇଥିଲା । ମାତ୍ର ମାନବାଧିକାର କମିଶନଙ୍କ ପକ୍ଷରୁ ଏହାକୁ ବିରୋଧ କରାଯିବା ପରେ ସୋମବାର ପୁନର୍ବାର ଏହି ନିୟମ ଲାଗୁ କରିବାର ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହି ନିୟମ ଲାଗୁ ହେବା ପରେ ଆସନ୍ତା ଅକ୍ବୋବର 1 ତାରିଖରୁ ପୁନର୍ବାର ଏହି ନିୟମ କଡାକଡି ଭାବରେ ପାଳନ ହେବ ।

Read More