ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ବସିଥିଲା । ଏହି ବୈଠକରେ ରାଜ୍ୟ କ୍ୟାବିନେଟର ୧୦ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ଲାଗିଛି । ଧାନ ଓ ଚାଉଳ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ପ୍ରସଙ୍ଗ କ୍ୟାବିନେଟ ବୈଠକରେ ଗୃହୀତ ହୋଇଛି । ଚଳିତ ବର୍ଷ ୬୦ଲକ୍ଷ ଟନ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହା ସହ ବରମୁଣ୍ଡା ବସଷ୍ଟାଣ୍ଡର ନବକଳେବର ପାଇଁ ୧୬୦କୋଟି ଟଙ୍କା ଖର୍ଚ୍ଚ କରାଯିବା ନେଇ ବୈଠକରେ ନିଷ୍ପତି ହୋଇଛି । ଚଳିତ ବର୍ଷ ୬୦ଲକ୍ଷ ଟନ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୪୧ଲକ୍ଷ ଟନ ଚାଉଳ ସଂଗ୍ରହ ପାଇଁ ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଧାନ ସଂଗ୍ରହରେ ପାକ୍ସ, ଲ୍ୟାମ୍ପସ ସହ ଏସଏଚଜି ମହିଳା ମଧ୍ୟ ସାମିଲ ରହିବେ । ପୂର୍ବରୁ ୪୮ଘଣ୍ଟା ୭୨ଘଣ୍ଟା ମଧ୍ୟରେ ଚାଷୀଙ୍କୁ ଧାନ ବିକ୍ରି ଟଙ୍କା ମିଳୁଥିଲା । ସେଥିରେ…
Author: Samikhsya Bureau
ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୮୭ ବର୍ଷ ବୟସରେ ପାଦ ଦେଇଛନ୍ତି । ସେ ୧୯୩୨ ସେପ୍ଟେମ୍ବର ୨୬ ତାରିଖରେ ପଂଜାବର ଏକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଭାରତର ଦୁଇଥର ପ୍ରଧାନମନ୍ତ୍ରୀ ହୋଇ ସାରିଛନ୍ତି । ସେ ଏବେ ରାଜସ୍ଥାନରୁ ରାଜ୍ୟସଭାର ସଦସ୍ୟ ରହିଛନ୍ତି । ମନମୋହନଙ୍କ ଜନ୍ମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନ କାମନା କରୁଛନ୍ତି । ସେହିପରି କଂଗ୍ରେସର ପ୍ରମୁଖ ନେତାଗଣ ମଧ୍ୟ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।
ସମୀକ୍ଷା ବ୍ୟୁରୋ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଆଜି ୮୭ ବର୍ଷ ବୟସରେ ପାଦ ଦେଇଛନ୍ତି । ୟୁପିଏ ଶାସନ କାଳରେ ଦେଶର ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି ଡ. ମନେମାହନ ସିଂ । ନିଜର ନୀରବତା ଗୁଣ ପାଇଁ ସଦାସର୍ବଦା ବିରୋଧୀଙ୍କ ଟାର୍ଗେଟ୍ରେ ରହୁଥିବା ମନମୋହନ ସିଂଙ୍କ ସରଳତା ବିରୋଧୀଙ୍କୁ ବିଚଳିତ କରିଥାଏ । ନିରବ ପ୍ରଧାନମନ୍ତ୍ରୀ ଭାବେ ଯେତେ ସମାଲୋଚିତ ହେଲେ ମଧ୍ୟ ଜଣେ ପ୍ରମୁଖ ତଥା ଅର୍ଥଶାସ୍ତ୍ର ଭାବରେ ମନମୋହନ ସିଂ ବେଶ୍ ଚର୍ଚ୍ଚିତ । ମନମୋହନ ସିଂ ବର୍ତ୍ତମାନ ରାଜସ୍ଥାନରୁ ରାଜ୍ୟସଭାର ସଦସ୍ୟ ରହିଛନ୍ତି । ରାଜନୀତିର ଜଟିଳ ତଥା କୂଟନୀତିଠାରୁ ଏକ ଅଲଗା ଛବି ରଖିଥିବା ବ୍ୟକ୍ତିତ୍ବ ହେଉଛନ୍ତି ମନମୋହନ ସିଂହ। କଂଗ୍ରେସର ଲୋକପ୍ରିୟ ତଥା ସମ୍ମାନିତ ବ୍ୟକ୍ତି ହେଉଛନ୍ତି ମନମୋହନ ସିଂହ । ଭାରତର ୧୪ତମ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ହେଉଛନ୍ତି ମନମୋହନ ସିଂ । ଜଣେ ସାଧାରଣ ଓ ସରଳ ବ୍ୟକ୍ତିତ୍ବ…
କଲମ୍ବିଆ ବିଶ୍ବବିଦ୍ୟାଳୟରେ ଏକ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ 2 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 10ରୁ ଅଧିକ ଆହତ ହୋଇଛନ୍ତି । କଲମ୍ବିଆର ରାଜଧାନୀ ବୋଗୋଟାରେ ଅବସ୍ଥାପିତ ପେଡାଗୋଗିକ୍ ବିଶ୍ବବିଦ୍ୟାଳୟରେ ଏହି ବିସ୍ଫୋରଣ ଘଟିଥିଲା । ବୁଧବାର ବିଳମ୍ବିତ ରାତିରେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣର କାରଣ ସ୍ପଷ୍ଟ ହୋଇନଥିବା ବେଳେ କଲମ୍ବିଆ ପୋଲିସ୍ ପକ୍ଷରୁ ତଦନ୍ତ ଜାରି ରହିଛି । ସମସ୍ତ ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି ।
ଆସନ୍ତକାଲିଠାରୁ ଓମ୍ଫେଡ୍ କ୍ଷୀର ଦର ବଢ଼ାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଓମଫେଡ କ୍ଷୀର ଲିଟର ପିଛା 4 ଟଙ୍କା ବଢ଼ିବ । ତେଣୁ ପ୍ରିମିୟମ ଓ ଗୋଲ୍ଡ ପ୍ରିମିୟମ ଲିଟର୍ ପ୍ରତି ଏଣିକି ଗ୍ରାହକଙ୍କୁ 44 ଟଙ୍କା ଦେବାକୁ ପଡ଼ିବ । ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଥିଲେ । ରାଜ୍ୟର ଘରୋଇ ଦୁଗ୍ଧ କମ୍ପାନିଗୁଡ଼ିକ କ୍ଷୀର ଦର ବୃଦ୍ଧି କରିଥିବାରୁ ରାଜ୍ୟ ସରକାର ଓମଫେଡ କ୍ଷୀର ଦର ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ ଫରେଷ୍ଟର ଜଗବନ୍ଧୁ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି । କେନ୍ଦୁପତ୍ର ବିଭାଗରେ ଫରେଷ୍ଟର ଭାବେ କାର୍ଯ୍ୟରତ ଥିବା ଜଗବନ୍ଧୁଙ୍କ ରଇଠାଣିସ୍ଥିତ ବାସଭବନ, ଟାଟା ମୋଟରକୁ ଭଡ଼ା ଦେଇଥିବା ଏକ ଅଟ୍ଟାଳିକା ସମେତ ଏକକାଳୀନ 4 ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରାଯାଇଛି । ବୌଦ୍ଧ ଓ ଫୁଲବାଣୀ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ଉ ହୋଇଛି ।
ଆସନ୍ତା କାଲି ଅନୁଷ୍ଠିତ ହେବ ଓଡିଶା କ୍ରକେଟ ଆସୋସିଏସନର ନିର୍ବାଚନ । ନାମାଙ୍କନ ପତ୍ର ଦାଖଲ ସରିଥିବା ବେଳେ ଓସିଏ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ମଧ୍ୟ ଏହି ନିର୍ବାଚନରେ ମତଦାନ କରିପାରିବେ । ଏନେଇ ଓସିଏ ନିର୍ବାଚନ ଅଧିକାରୀ ଏମଏଲ ମଜୁମଦାର ସୂଚନା ଦେଇଛନ୍ତି । ଜେଲ୍ରେ ରହିଥିବା ଆଶୀର୍ବାଦ ବାଲାଟ ପେପର ଜରିଆରେ ନିଜର ମତଦାନ ପ୍ରଦାନ କରିବେ ବୋଲି ଜଣାପଡିଛି । ଏଥି ନିମନ୍ତେ ଓଡିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଝାରପଡା ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟକୁ 4ଟି ବାଲାଟ ପେପର ପଠାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଗତ ସେପ୍ଟେମ୍ବର 19 ତାରିଖରେ ଓଡ଼ିଶା କ୍ରିକେଟ ଆସୋସିଏସନର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ସିବିଆଇ ହାତରେ ଗିରଫ ହୋଇଥିଲେ । ଓପିଏଲ୍ ପାଇଁ ଅର୍ଥତତ୍ବ ନିକଟରୁ ପଇସା ଆଣିଥିବା ଅଭିଯୋଗରେ ଆଶୀର୍ବାଦଙ୍କୁ ସିବିଆଇ ପକ୍ଷରୁ ଗିରଫ କରାଯାଇଥିଲା ।
ବରଗଡର ଦୁର୍ଦ୍ଦାନ୍ତ ଅପରାଧୀ ତଥା ପୋଲିସ୍ର ମୋଷ୍ଟ ଓ୍ବାଣ୍ଟେଡ୍ ତାଲିକାରେ ରହିଥିବା ଅମିତ ଦାସକୁ ପୋଲିସ୍ ଗିରଫ କରିଛି । ବରଗଡର ସମରଧାରା ନିକଟରେ ପୋଲିସ ସହିତ ମୁହାଁମୁହିଁ ସମୟରେ ଅମିତକୁ କାବୁ କରିବାରେ ସକ୍ଷମ ହୋଇଛି ପୋଲିସ୍ । ପୋଲିସ୍ ସହିତ ଏନ୍କାଉଣ୍ଟର ସମୟରେ ଅମିତ୍ ପୋଲିସ୍ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇ ଖସି ଯିବାର ଉଦ୍ୟମ କରିଥିଲେ ମଧ୍ୟ ପୋଲିସ୍ ତାକୁ କାବୁ କରି ନେଇଛି । ବରଗଡ ଓ ବଲାଙ୍ଗୀର ଥାନାରେ ଅମିତ ନାମରେ ଏକାଧିକ ମାମଲା ରହିଥିବା କାରଣରୁ ସେ ପୋଲିସ୍ ମୋଷ୍ଟ ଓ୍ବାଣ୍ଟେଡ୍ ତାଲିକାରେ ରହିଥିଲା । ଅମିତ୍ ନିକଟରୁ ପୋଲିସ୍ ଏକ ବାଇକ୍ ଏବଂ ଗୋଟିଏ ବନ୍ଧୁକ ଜବତ କରିଛି ।
ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବସ୍ତା ବ୍ଲକ୍ ମଧ୍ୟ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର କ୍ରମଶଃ ବଢିବାରେ ଲାଗିଛି । ମଥାନି ଠାରେ ବିପଦ ସଙ୍କେତ 5.50 ମିଟର ରହିଥିବା ଜଳସ୍ତର ବୃଦ୍ଧି ପାଇ 6.55 ମିଟରରେ ପ୍ରବାହିତ ହେଉଛି। ଘଣ୍ଟା ପ୍ରତି 0.05 ମିଟର ଜଳସ୍ତର ବଢୁଥିବା ସୂଚନା ମିଳିଛି । ଜଳକା ନଦୀର ଉପର ମୁଣ୍ତ ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ଶୁଳିଆପଦା, ଚିତ୍ରଡ଼ା ଆଦି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବାରୁ ଜଳସ୍ତର ବଢିବାରେ ଲାଗିଛି । ଏଭଳି ଭାବେ ଲଗାଣ ବର୍ଷା ଜାରି ରହିଲେ ବନ୍ୟା ଆସିବାର ମଧ୍ୟ ଆଶଙ୍କା ରହିଛି ।
ଆଜି ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଭୁବନେଶ୍ୱରସ୍ଥିତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଦିନ 10.30 ଯାଏ ସତର୍କ ରହିବାକୁ 11ଟି ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି । ବାଲେଶ୍ୱର, ଯାଜପୁର, ପୁରୀ, ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଜଗତସିଂହପୁର, କଟକ, ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲା ପାଇଁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
Samikhsya Bureau ଏଆଇସିସି ଓଡିଶାର ବିଜେପୁର ବିଧାନସଭା ଉପ-ନିର୍ବାଚନ ପାଇଁ କଂଗ୍ରେସ ଦିଲ୍ଲୀପ କୁମାର ପଣ୍ଡାଙ୍କ ନାମ ଘୋଷଣା କରିଛନ୍ତି। କଂଗ୍ରେସ ବିଜେପୁର ଉପ-ନିର୍ବାଚନ ପାଇଁ ଦଳୀୟ ପ୍ରାଥୀ ଚୟନ ନେଇ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କ ଅଧକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। ଏହି କମିଟିର ବୈଠକରେ ଆସିଥିବା ଆବେଦନ ଓ ବିଜୟ ସଂଭାବନା ଥିବା ପ୍ରାଥୀମାନଙ୍କ ସମ୍ପର୍କରେ ଆଲୋଚନା କରାଯାଇ ଜଣେ ମହିଳା ପ୍ରାଥୀଙ୍କ ସମେତ ୪ ଜଣଙ୍କ ନାମ ବଛାଯାଇଥିଲା। ହେଲେ ପରବର୍ତ୍ତି ସମୟରେ ଏଆଇସିସିକୁ ୩ ଜଣଙ୍କ ନାମ ପଠାଯାଇଥିଲା। ପୂର୍ବତନ ମନ୍ତ୍ରୀ ତଥା ଗତ ନିର୍ବାଚନରେ ଦଳୀୟ ପ୍ରାଥୀ ହୋଇଥିବା ରିପୁନାଥ ସେଠଙ୍କ ପୁଅଙ୍କ ନାମ ସହ ଦିଲ୍ଲୀପ ପଣ୍ଡା ଓ ଅନ୍ୟ ଜଣଙ୍କ ନାମ ସୁପାରିଶ କରାଯାଇଥିଲା। କିନ୍ତୁ ଏଆଇସିସି ଦିଲ୍ଲୀପ ପଣ୍ଡାଙ୍କ ନାମକୁ ଅନୁମୋଦନ ଦେଇଛନ୍ତି। କଂଗ୍ରେସ ନିର୍ବାଚନ କାର୍ଯ୍ୟ ପରିଚାଳନା କରିବା ପାଇଁ ପିସିସି ଏକ ୯ ଜଣିଆ…
ସମୀକ୍ଷା ବ୍ୟୁରୋ ଖୁବ ଶିଘ୍ର ଭାରତୀୟ ବଜାରରେ ମିଳିବ ମଞ୍ଜି ବିହିନ ଆର୍ଜେଣ୍ଟିନା ଲେମ୍ବୁ। ଏ ନେଇ ଆଜି ଭାରତ ସରକାର ଆଇ.ଜି ଇଣ୍ଟରନ୍ୟାସନାଲ କଂପାନୀକୁ ଅନୁମତି ପ୍ରଦାନ କରିଛନ୍ତି। ମୁଖ୍ୟତଃ ଆର୍ଜେଣ୍ଟିନା ଲେମ୍ବୁର ସାରା ବିଶ୍ବରେ ବେଶ୍ ଚାହିଦା ରହିଛି। କାରଣ ଏହି ଲେମ୍ବୁ ଦେଖିବାକୁ ବେଶ୍ ଆକର୍ଷଣୀୟ। ସାମାନ୍ୟ ହଲଦୀ ରଂଗର ଏହି ଲେମ୍ବୁର ରସ ମଧ୍ୟ ହଲଦିଆ ଦେଖାଦେଇଥାଏ। ଏହା ଅଣ୍ଡାକୃତିର ଏବଂ ଉପରି ଭାଗ ତେଲିଆ ପରି ଦେଖାଯାଇଥାଏ। ଏହାର ବିଶେଷତ୍ବ ହେଲା ଯେ, ଏହି ଲେମ୍ବୁକୁ କାଟି ଜୁସ ତିଆରି କଲେ ଏଥିରୁ କୌଣସି ମଂଜି ବାହାରି ନ ଥାଏ। ଫଳରେ ବିଶ୍ବ ବଜାରରେ ଏହାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। କଂପାନୀ ଭାରତକୁ ପ୍ରାୟ 5ଶହ ମେଟ୍ରିକ ଟନ ଲେମ୍ବୁ ଆମଦାନୀ କରିବ ବୋଲି ଲକ୍ଷ୍ୟ ରଖିଛି। ସେଥିପାଇଁ ଆର୍ଜେଣ୍ଟିନାର ଏକ ପ୍ରତିଷ୍ଠିତ କଂପାନୀ ସାନ ମିଗୁଲ ସହିତ ଆଇ ଜି ଇଣ୍ଟରନ୍ୟାସନାଲ…
ନ୍ୟାସନାଲ କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ଶରଦ ପାଓ୍ଵାର ନିଜ ଉପରେ ଲାଗିଥିବା ମହାରାଷ୍ଟ୍ର କପେରେଟିଭ ବ୍ୟାଙ୍କ ଦୁର୍ନୀତି ଆରୋପ ଉପରେ ଜବାବ ରଖିଛନ୍ତି। ସେ ମୁମ୍ଵାଇରେ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟ କରିଛନ୍ତି ଯେ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରିବେ। ଏହା ସହିତ ସେପ୍ଟେମ୍ବର ୨୭ରେ ଖୋଦ୍ ଇଡି ଦପ୍ତରରେ ହାଜର ହେବେ ବୋଲି କହିଛନ୍ତି। ଇଡି ଶରଦ ପାଓ୍ଵାର ସମେତ ୭୦ ଅନ୍ୟ ଲୋକଙ୍କ ବିରୋଧରେ ବେଆଇନ ଅର୍ଥ କାରବାର ସହିତ ଅନ୍ୟ ମାମଲାରେ କେସ୍ ରୁଜୁ କରିଛି। ପ୍ରାୟ ୨୫ ହଜାର କୋଟି ଟଙ୍କାର ଏହି ଦୁର୍ନୀତିରେ ମୁମ୍ବାଇ ପୋଲିସ ପକ୍ଷରୁ ଏଫଆଇଆର ରୁଜୁ କରାଯାଇଥଲା। ପାଓ୍ଵାର କହିଛନ୍ତି ଯେ ସେ ମିଡିଆରୁ ଜାଣିବାକୁ ପାଇଲି ଯେ କେନ୍ଦ୍ର ସରକାରଙ୍କ ଇଡି ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ମୋତେ କହିବାରେ ଏହା କୌଣସି ଅସୁବିଧା ନାହିଁ ଯେ ଆଜି ପର୍ଯ୍ୟନ୍ତ ମୁଁ କୌଣସି…
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ରାଜ୍ୟର ମହିଳାମାନଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ପତିଙ୍କ ଦ୍ୱାରା ନିର୍ଯ୍ୟାତନାର ଶିକାର ହୋଇଥିବା ହିନ୍ଦୁ ଓ ମୁସଲିମ ମହିଳାଙ୍କୁ ବାର୍ଷିକ ୬ହଜାର ଟଙ୍କା ସହାୟତା ଦେବେ ବୋଲି ଯୋଗୀ କହିଛନ୍ତି । ପରିତ୍ୟକ୍ତା ହିନ୍ଦୁ ମହିଳାଙ୍କୁ ନ୍ୟାୟ ମିଳିବା ପାଇଁ ଆଇନ ଅଣାଯିବ। ବୁଧବାର ତିନି ତଲାକ୍ ପୀଡ଼ିତା ମହିଳାଙ୍କୁ ଭେଟି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଭଳି ସୂଚନା ଦେଇଛନ୍ତି। ହିନ୍ଦୁ ସମାଜରେ ବିବାହ କରି ଅନ୍ୟ ଜଣେ ମହିଳାଙ୍କୁ ପାଖରେ ରଖିଥିବା ପୁରୁଷଙ୍କ ଦଣ୍ଡିତ କରାଯିବା ଲାଗି ଆଇନର ଆବଶ୍ୟକତା ରହିଛି ବୋଲି ଯୋଗୀ କହିଛନ୍ତି। ତିନି ତଲାକ୍ ପୀଡ଼ିତାଙ୍କ ମାମଲା ସରକାର ଲଢ଼ିବେ। ଏହା ସହିତ ସେମାନଙ୍କୁ ୬ ହଜାର ଟଙ୍କା ଅନୁଦାନ ଯୋଗାଇ ଦିଆଯିବାର ଯୋଜନା ରହିଥିବା ସେ ସୂଚନା ଦେଇଛନ୍ତି। ବାସଗୃହ ନ ଥିବା ମହିଳା ରହିବା ପାଇଁ ଘର, ପିଲାଙ୍କ ପାଠପଢ଼ା…
ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ୍-ଇ-ମହମ୍ମଦ ଟାର୍ଗେଟ୍ରେ ଭାରତର ୩ ଶକ୍ତିଶାଳୀ ବ୍ୟକ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଜୈଶ୍ରେ ହିଟ୍ ଲିଷ୍ଟରେ ଥିବା ଜଣାପଡ଼ିଛି। ବ୍ୟୁରୋ ଅଫ୍ ସିଭିଲ ଆଭିଏସନ୍ ସିକ୍ୟୁରିଟି ଗତ କିଛି ଦିନ ତଳେ ଏକ ଚିଠି ପାଇଛି ଯେଉଁଥିରେ ଲେଖାଅଛି ଏହି ଆତଙ୍କୀ ସଂଗଠନ ମୋଦି,ଶାହ ଏବଂ ଡୋଭାଲଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛି। ଜମ୍ମୁ-କଶ୍ମୀର ପାଇଁ ଲାଗୁ ହେଉଥିବା ୩୭୦ ଧାରା ଉଚ୍ଛେଦ ପରେ ପ୍ରତିଶୋଧ ନେବା ପାଇଁ ସେମାନେ ଏହି ଷଡ଼ଯନ୍ତ୍ର କରୁଥିବା ଏଥିରେ ଉଲ୍ଲେଖ କରାଯାଇଛି। ଏହି ସୂତ୍ରରୁ ଜଣାପଡ଼ିଛି ଜୈଶ ଭାରତର ୩୦ଟି ପ୍ରମୁଖ ସହରକୁ ମଧ୍ୟ ଆକ୍ରମଣ ତାଲିକାରେ ରଖିଛି। ଏଥିରେ ଜମ୍ମୁ, ପଠାନ୍କୋଟ୍, ଅମୃତସର, ଜୟପୁର, ଗାନ୍ଧିନଗର, କାନପୁର ଏବଂ ଲକ୍ଷ୍ନୌ ଆଦି ସହର ରହିଛି। ଏହି ଚିଠିରେ ଆହୁରି ମଧ୍ୟ ଉଲ୍ଲେଖ ରହିଥିଲା…

