Author: Samikhsya Bureau

ସମୀକ୍ଷା ବ୍ୟୁରୋ ପ୍ରଖ୍ୟାତ ଗାୟିକା ଲତା ମଙ୍ଗେସକରଙ୍କ 90 ତମ ଜନ୍ମ ଦିନରେ ବାଲୁକା କଳାର ଉପହାର ପ୍ରଦାନ କରିଛନ୍ତି ଆନ୍ତର୍ଜାତୀୟ ଖ୍ୟାତି ସଂପର୍ଣ୍ଣ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ସୁଦର୍ଶନ 20 ଫୁଟ ଲମ୍ବା ଏବଂ 5 ଫୁଟ ଉଚ୍ଚତାର ଏକ ବୀଣା ନିର୍ମାଣ କରିଛନ୍ତି। ସେଥିପାଇଁ ସୁଦର୍ଶନ ପ୍ରାୟ 9 ଟନ ବାଲି ବ୍ୟବହାର କରିଛନ୍ତି। ଏଥିରେ ବୀଣା ସହିତ ଲତାଙ୍କର ଏକ ପ୍ରତିମୂର୍ତ୍ତି ମଧ୍ୟ ବାଲିରେ ନିର୍ମାଣ କରିଛନ୍ତି ସୁଦର୍ଶନ। ସେଥିରେ ସେ Happy Birthday to Lata Didi ବୋଲି ଲେଖିଛନ୍ତି। ଲତା ହେଉଛନ୍ତି ଭାରତର ନାଇଟେଙ୍ଗଲ, ତାଙ୍କର ସଂଗୀତ ପ୍ରତି ଅବଦାନ ପାଇଁ ତାଙ୍କୁ ମିଳିଛି ଭାରତ ରତ୍ନ ସମ୍ମାନ, ସେଥିପାଇଁ ତାଙ୍କର ଜନ୍ମଦିନରେ ଏହି ଉପହାର ଦିଆଯାଇଛି ବୋଲି ସୁଦର୍ଶନ କହିଛନ୍ତି। ତାଙ୍କୁ ପ୍ରଭୁ ଜଗନ୍ନାଥ ଦୀର୍ଘାୟୁ କରିବା ନେଇ ଏହି କଳା ମାଧ୍ୟମରେ ପ୍ରାର୍ଥନା କରାଯାଇଛି ବୋଲି ସେ…

Read More

ଭାରତୀୟ ସେନାର ଏକ ମିଲିଟାରୀ ହେଲିକପ୍ଟର ଦୁର୍ଘଟଣା ଗସ୍ତ ହୋଇଛି । ଏହି ଚିତା ହେଲିକପ୍ଟରଟି ଦୁର୍ଘଟଣା ଗ୍ରସ୍ତ ହେବା ସହିତ ଦୁଇ ଜଣ ଯବାନଙ୍କ ପ୍ରାଣହାନି ଘଟିଛି । ଅରୁଣାଚଳ ପ୍ରଦେଶରୁ ଦିନ ଗୋଟାଏରେ ନିଖୋଜ ହୋଇଥିବା ଏହି ବିମାନଟି ଭୁଟାନର ୟୋନ୍‌ଫୁଲା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଭାରତୀୟ ବିମାନ ବାହିନୀ ଏହି ବିମାନର ଅବଶେଷ ଖୋଜିବାରେ ନ୍ୟସ୍ତ ରହିଛି ।

Read More

ବହୁ ପ୍ରତୀକ୍ଷିତ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ନିର୍ବାଚନର ଫଳାଫଳ ଘୋଷଣା ହୋଇଛି। । ଓସିଏ ସମ୍ପାଦକ ହେଲେ ଆଶୀର୍ବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରା । ୨୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ହୋଇଛନ୍ତି ସଞ୍ଜୟ ବେହେରା । ସଞ୍ଜୟଙ୍କ ପ୍ୟାନେଲର ସମସ୍ତ ୫ ପ୍ରାର୍ଥୀ ବିଜୟୀ  ଶୁକ୍ରବାର ସକାଳ ସାଢ଼େ ୧୧ଟା ବେଳେ ଆରମ୍ଭ ହୋଇଥିବା ଭୋଟ୍ ପର୍ଯ୍ୟାୟ ଅପରାହ୍ଣ ୨ଟା ବେଳେ ଶେଷ ହୋଇଥିଲା। ୪ଟା ବେଳେ ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା, ଯେଉଁଥିରେ ସଞ୍ଜୟ ବେହେରାଙ୍କ ସପକ୍ଷରେ ୭୩ରୁ ୪୫ ଭୋଟ ଯାଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ନବ ପଟ୍ଟନାୟକଙ୍କ ସପକ୍ଷରେ ମାତ୍ର ୨୫ ଭୋଟ୍ ଯାଇଥିଲା। ସେହିପରି ସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି, ଉପସଭାପତି ଭାବେ ଅକ୍ଷୟ ସାମଲ, କୋଷାଧ୍ୟକ୍ଷ ଭାବେ ବିକାଶ ପ୍ରଧାନ ଏବଂ ଯୁଗ୍ମ ସମ୍ପାଦକ ଭାବେ ମେହତାବ ଖାଁ ନିର୍ବାଚିତ ହୋଇଛନ୍ତି। ସଞ୍ଜୟ ନିର୍ବାଚନ ଜିତିବା ପରେ ନିଜ…

Read More

ହମୀରପୁର ସଦର ବିଧାନସଭା ଉପ ନିର୍ବାଚନରେ ବିଜେପିର ଯୁବରାଜ ସିଂ ୧୭ହାଜରୁ ଅଧିକ ମତରେ ଏସପି ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି । ବିଏସପି ପ୍ରାର୍ଥୀ ନୋଶାଦ ଅଲ୍ଲି ତୃତୀୟ ସ୍ଥାନରେ ଏବଂ କଂଗ୍ରେସ ପ୍ରାର୍ଥୀ ପୂର୍ବପରି ଚତୁର୍ଥ ସ୍ଥାନରେ ରହିଛି । ବିଜେପିର ଯୁବରାଜ ସିଂହଙ୍କୁ ସମୁଦାୟ ୭୪୧୬୮ଭୋଟ ମିଳିଥିବାବେଳେ ଏସପି ପ୍ରାର୍ଥୀ ମନୋଜ କୁମାରଙ୍କୁ ୫୬୩୯୭ ଭୋଟ ମିଳିଛ । କେରଳରେ ଏଲଡିଏଫ ପ୍ରାର୍ଥୀ ମଣି ସି  କପ୍ପେନ ୟୁଡିଏଫର ଜୋଷ ଟମ ପୁଲିକ୍କୁନେଲଙ୍କୁ ୨,୯୪୩  ଭୋଟରେ ପରାସ୍ତ କରିଛନ୍ତି । ଅନ୍ୟପଟେ ଦାନ୍ତେୱାଡାରେ କଂଗ୍ରେସ ନିକଟତମ ପ୍ରାର୍ଥୀ ବିଜେପିଠାରୁ ୨୭୭୮ଟି ଭୋଟରେ ଆଗୁଆ ରହିଛି । ସେହିପରି ତ୍ରିପୁରାର ବାଧରଘାଟ ବିଧାନସଭା ନିର୍ବାଚନ ଆସନରେ ବିଜେପିର ମିନି ମଜୁମଦାର ଆଗୁଆ ଅଛନ୍ତି ।

Read More

ବାବ୍ରୀ ମସଜିଦ୍ ଧ୍ଵଂସ ମାମଲାରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କୁ ବଡ଼ ଆଶ୍ଵସ୍ତି ମିଳିଛି। ସିବିଆଇର ସ୍ଵତନ୍ତ୍ର ଅଦାଲତ ଏହି ମାମଲାରେ ୨ ଲକ୍ଷ ଟଙ୍କା ମୁଚଲିକାରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। କଲ୍ୟାଣ ସିଂହଙ୍କ ବିରୋଧରେ ଏହି ମାମଲାରେ ଅନେକ ଧାରା ଆଧାରରେ ଆରୋପ ନିର୍ଦ୍ଧାରିତ କରାଯାଇଥିଲା।  ଅଦାଲତରେ କଲ୍ୟାଣଙ୍କ ବିରୋଧରେ ୧୫୩ଏ, ୧୫୩ବି, ୨୯୫ ଅପରାଧିକ ଷଡ଼ଯନ୍ତ୍ରର ଧାରା ଅନୁଯାୟୀ ନିୟମ ବିରୋଧରେ ଭିଡ଼କୁ ଏକଜୁଟ୍ ହେବାକୁ ଦେବା, ଧାର୍ମିକ ଭାବନାକୁ ଉସୁକାଇବା, ଅପରାଧିକ ଷଡ଼ଯନ୍ତ୍ର ମାମଲା ସ୍ଥିର କରାଯାଇଛି। ଏବେ ସିବିଆଇର ସ୍ଵତନ୍ତ୍ର ଜଜ ଅଯୋଧ୍ୟା ମାମଲାରେ କଲ୍ୟାଣ ସିଂହଙ୍କ ଉପରେ ମୋକଦ୍ଦମା ଚଳାଇବେ। ବର୍ତ୍ତମାନ ଅଦାଲତରେ ସାକ୍ଷୀଙ୍କ ଟ୍ରାଏଲ ଚାଲିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସ୍ଵତନ୍ତ୍ର କୋର୍ଟ ଏହି ମାମଲାରେ ଶୁଣାଣି କରୁଛି। ପ୍ରତି ଦିନ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଉଛି। ଉଲ୍ଲେଖଯୋଗ୍ୟ, ଶୁକ୍ରବାର କଲ୍ୟାଣ ସିଂହ ଲକ୍ଷ୍ନୌ ସ୍ଥିତ ସିବିଆଇର ସ୍ଵତନ୍ତ୍ର…

Read More

କୋରିଆ ଓପନ୍‌ ବ୍ୟାଡମିଣ୍ଟନ୍‌ ସେମିରେ ପ୍ରବେଶ କରିଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ପାରୁପଲ୍ଲୀ କଶ୍ୟପ୍‌ । ଏକମାତ୍ର ଭାରତୀୟ ଭାବରେ ଏହି ଟୁର୍ଣ୍ଣାମେଣ୍ଟରେ ରହିଥିବା କଶ୍ୟପ୍‌ ଶୁକ୍ରବାର କ୍ବାର୍ଟର ଫାଇନାଲ୍‌ରେ ଡେନମାର୍କର ଜାନ୍‌ ଓ ଜୋର୍ଗେନ୍‌ସନ୍‌ଙ୍କୁ ପରାସ୍ତ କରି ସେମିରେ ପ୍ରବେଶ କରିଛନ୍ତି । 33 ବର୍ଷୀୟ ହାଇଦ୍ରାବାଦୀ ସଟ୍‌ଲର କଶ୍ୟପ ମାତ୍ର 37 ମିନିଟ୍‌ ସମୟ ନେଇ ଜୋର୍ଗେନ୍‌ସନ୍‌ଙ୍କୁ 24-22 ଏବଂ 21-8 ସେଟ୍‌ରେ ପରାସ୍ତ କରିଛନ୍ତି । ଶନିବାର ଅନୁଷ୍ଠିତ ହେବାକୁ ଥିବା ସେମିରେ କଶ୍ୟପ ବିଶ୍ବ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ରହିଥିବା ତଥା ଦୁଇ ଥର ବିଶ୍ବ ଚାମ୍ପିୟନ୍‌ କେଣ୍ଟୋ ମୋମୋଟାଙ୍କୁ ଭେଟିବେ । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟଗୋଷ୍ଠୀ କ୍ରୀଡା ସ୍ବର୍ଣ୍ଣ ପଦକ ହାସଲ କରିଥିବା କଶ୍ୟପ୍‌ ବର୍ତ୍ତମାନ ବିଶ୍ବ ମାନ୍ୟତାର 6 ନମ୍ବର ସ୍ଥାନରେ ରହିଛନ୍ତି ।

Read More

ଭାରତୀୟ ସେନା ପ୍ରମୁଖ ଜେନେରାଲ୍‌ ବିପିନ୍‌ ରାଓ୍ବତ ଆଜି  ଚିଫ୍‌ ଅଫ୍‌ ଡିଫେନ୍ସ୍‌ ଷ୍ଟାଫ୍‌  କମିଟିର ଅଧ୍ୟକ୍ଷ ପଦ ସମ୍ଭାଳିଛନ୍ତି।  ପୂର୍ବରୁ ବାୟୁସେନା ପ୍ରମୁଖ ବିଏସ୍‌ ଧନ୍ଓ୍ବା ୨୦୧୯, ମଇରେ ଚିଫ୍‌ ଅଫ୍‌ ଷ୍ଟାଫ୍‌ କମିଟିର ସଭାପତି ଭାବେ ନିଯୁକ୍ତି ପାଇଥିଲେ । ନୌସେନା ପ୍ରମୁଖ ସୁନୀଲ୍‌ ଲମ୍ବାଙ୍କ ସେବାନିବୃତ୍ତ ହେବା ପରେ ଧନ୍‌ଓ୍ବା ଏହି ଦାୟିତ୍ବକୁ ସମ୍ଭାଳିଥିଲେ । ସୂଚନାଯୋଗ୍ୟ, ଚିଫ୍‌ ଅଫ୍‌ ଷ୍ଟାପ୍‌ କମିଟିରେ ସେନା, ନୌସେନା ଓ ବାୟୁସେନା ପ୍ରମୁଖ ଓ ଏହି ପଦବୀ ଜଣେ ବରିଷ୍ଠତମ ସଦସ୍ୟଙ୍କୁ ନିଯୁକ୍ତି କରାଯାଇଥାଏ । ଏହି କମିଟିର ଅଧ୍ୟକ୍ଷ ଦାୟିତ୍ୱ ତିନି ସେନାର ସେନାଧ୍ୟକ୍ଷଙ୍କ ମଧ୍ୟରୁ ସବୁଠାରୁ ଯିଏ ବରିଷ୍ଠତମଙ୍କୁ ମିଳିଥାଏ । ବାୟୁସେନା ଅଧ୍ୟକ୍ଷ ବିଏସ ଧନୋଆ ଚଳିତ ମାସ ୩୦ ତାରିଖରେ ନିଜ ସେବାରୁ ଅବସର ଗ୍ରହଣ କରିବେ । ଏହାପରେ ବରିଷ୍ଠତମ ସୂଚୀରେ ସ୍ଥଳସେନା ଅଧ୍ୟକ୍ଷ ଜେନେରାଲ ବିପିନ ରାୱତ ରହିଛନ୍ତି । ଜେନେରାଲ ବିପିନ ରାୱତ…

Read More

କଳାହାଣ୍ଡି ଜୁନାଗଡ଼ ଦୁଷ୍କର୍ମ ମାମଲାକୁ ନେଇ ଏବେ ବିଜେଡ଼ି ଓ ବିଜେପି ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି ଚାଲିଛି । ଡ୍ରାଇଭର ଲଳିନ୍ଦ୍ର ଶବରକୁ ଖସାଇ ଦେବାରେ ବିଜେଡ଼ି ମନ୍ତ୍ରୀ ଓ ନେତାଙ୍କ ହାତ ଥିବା ବିଜେପି ଅଭିଯୋଗ କରିଛି । ସେ ବିଜେଡ଼ି ନେତାଙ୍କ ବସ୍‌ ଡ୍ରାଇଭର ବୋଲି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି। ପୋଲିସ କାହିଁକି ଡ୍ରାଇଭରକୁ ଛାଡ଼ି ଦିଆଯାଇଛି ତାହାର ଜବାବ ମାଗିଛନ୍ତି । ଅନ୍ୟପକ୍ଷରେ ଏହାକୁ ରାଜନୀତିକରଣ ନ କରିବାକୁ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର କହିଛନ୍ତି। ଲେଖାଶ୍ରୀଙ୍କ ଅଭିଯୋଗ ମୁତାବକ, ଲଳିନ୍ଦ୍ର ଓରଫ୍ ନରେନ୍ଦ୍ର ଶବର ହେଉଛି ପ୍ରବୋଧ ରଥଙ୍କ ବସ୍‌ ଡ୍ରାଇଭର। ସେ ହେଉଛନ୍ତି କଳାହାଣ୍ଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି । ତାଙ୍କୁ କିଛି ଦିନ ତଳେ ନିଯୁକ୍ତି ଦିଆଯାଇଛି । ଲଳିନ୍ଦ୍ର ତାଙ୍କର ସୁଭଦ୍ରା ନାମରେ ଘରୋଇ ବସ୍‌ ଚଲାଏ । ସେ ହିଁ ଘଟଣାର ମୁଖ୍ୟ…

Read More

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡିଶାରେ ପହଞ୍ଚିଛନ୍ତି । ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଯୋଗେ ରାଷ୍ଟ୍ରପତି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ବାୟୁସେନାର ସ୍ବତନ୍ତ୍ର ବିମାନ ରାଜକମଲ ଜରିଆରେ କୋବିନ୍ଦ ଭୁବନେଶ୍ବରରେ ପହଞ୍ଚିଛନ୍ତି । ଦୁଇ ଦିନିଆ ଓଡିଶା ଗସ୍ତରେ ରହିଥିବା କୋବିନ୍ଦ ଅପରାହ୍ନ 3.30ରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ରେ ପହଞ୍ଚି ଗୋଳାବନ୍ଧ ଆର୍ମି ଏଡି କଲେଜ୍‌ ଯିବେ । ଏହି କାର୍ଯ୍ୟକ୍ରମରେ ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ, ଓଡ଼ିଶା ରାଜ୍ୟପାଳ ଫ୍ରପେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଲେଫ୍ଟନାଣ୍ଟ ଜେନେରାଲ ଅଶ୍ବିନୀ କୁମାର ଓ ଲେଫ୍ଟନାଣ୍ଟ ଜେନେରାଲ ଏ.ପି. ସିଂ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Read More

କୃଷ୍ଣସାର ମୃଗ ହତ୍ୟା ମାମଲାରେ କୋର୍ଟରେ ହାଜର ହୋଇ ନାହାନ୍ତି ବଲିଉଡ୍‌ ସୁପରଷ୍ଟାର ସଲ୍‌ମାନ୍‌ ଖାନ୍‌ । ଶୁକ୍ରବାର ସଲ୍‌ମାନଙ୍କୁ କୋର୍ଟରେ ହାଜର ହେବା ପାଇଁ ଯୋଧପୁର କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ବ୍ୟକ୍ତିଗତ ହାଜିରା ନିମନ୍ତେ ଅନୁପସ୍ଥିତ ରହିବା ନେଇ ସଲ୍‌ମାନ୍‌ ଅନୁରୋଧ କରିବା ସହିତ କୋର୍ଟ ଯାଇନଥିଲେ । ନିଜର ଏକ ଫିଲ୍ମର ସୁଟିଂ କାରଣରୁ ସଲ୍‌ମାନ୍‌ କୋର୍ଟରେ ଅନୁପସ୍ଥିତ ରହିଥିବା ଜଣାପଡିଛି । ଏହା ସହିତ ସଲ୍‌ମାନ କୋର୍ଟକୁ ଦୁଇଟି ଅନୁରୋଧ କରିଛନ୍ତି । ପ୍ରଥମ ଅନୁରୋଧରେ ସଲ୍‌ମାନ ଏହି ମାମଲାରୁ ମୁକ୍ତ କରିବା ପାଇଁ ଅନୁରୋଧ କରିଥିବା ବ୍ୟକ୍ତିଗତ ହାଜିରାରୁ ଛାଡ ପାଇବା ପାଇଁ ଦ୍ବିତୀୟ ଅନୁରୋଧ କରିଛନ୍ତି ।

Read More

ରାଜନୈତିକ ଅଭିସନ୍ଧି ରଖି ଏନ୍‌ସିପି ମୁଖ୍ୟ ଶରଦ ପଓ୍ବାରଙ୍କୁ ଫସାଇବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି ବୋଲି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଏନ୍‌ସିପି ମୁଖ୍ୟଙ୍କୁ ଅର୍ଥ ହେରଫେର ମାମଲାରେ ଇଡି ପକ୍ଷରୁ ସମନ ଜାରି କରାଯିବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତିକ ରାହୁଲ । ମହାରାଷ୍ଟ୍ର ନିର୍ବାଚନକୁ ଏକ ମାସରୁ କମ ସମୟ ରହିଥିବା ବେଳେ ପ୍ରତିଶୋଧ ପରାୟଣ ରାଜନୀତି କାରଣରୁ ଉଦ୍ଦେଶ୍ୟମୂଳକ ଭାବରେ ପଓ୍ବାରଙ୍କୁ ଫସାଯାଉଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି । କଂଗ୍ରେସ-ଏନ୍‌ସିପି ମେଣ୍ଟକୁ ଦୁର୍ବଳ କରିବା ପାଇଁ କେନ୍ଦ୍ର ସରକାର ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି ।

Read More

କେଦାର ମିଶ୍ର  ଏ ଝିଅଟିର ବୟସ ମାତ୍ର ଷୋହଳ। ବେଶୀ ଦୁନିଆଁ ଦେଖିନାଇଁ। ହେଲେ ତା କଣ୍ଠରେ ଏମିତି କିଛି ଉତ୍ତାପ ଅଛି, ଯାହାକି ଆମର ବିବେକକୁ ଜାଳି ଦେବାକୁ ଯଥେଷ୍ଟ। ଏ ଝିଅଟିର ଆଖିରେ ଗୋଟେ ଅଦ୍ଭୁତ ସାତ୍ତ୍ଵିକ କ୍ରୋଧ ଅଛି। ଜାତିସଂଘର ବୈଠକରେ ଯୋଗଦେବାକୁ ଆସୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କୁ ସେ ଯେମିତି ରାଗିକି ଅନେଇଥିଲା, ସେଥିରେ ଅହଙ୍କାର କି କ୍ରୋଧ ନଥିଲା, ବରଂ ପୃଥିବୀକୁ ନଷ୍ଟ କରିଦେବାର ଶପଥ ନେଇଥିବା ଜଣେ କ୍ଷମତାଶାଳୀ  ରାଜନେତାଙ୍କ ବିରୋଧରେ ତାହା ଥିଲା ଏକ ଶକ୍ତିଶାଳୀ ପ୍ରତିବାଦ। ଯେତେବେଳେ ଜାତିସଙ୍ଘକୁ ସମ୍ବୋଧିତ କରି ସେ କହିଥିଲା-“ତମେମାନେ ଆମକୁ ମିଛ ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିର ଗାଲୁଗପ କହି ଆମର ସ୍ଵପ୍ନ ଓ ଆମର ପିଲାଦିନକୁ ଛଡେଇ ନେଇଛ। ପୃଥିବୀର ଲୋକେ ଆଜି କଷ୍ଟ ପାଉଛନ୍ତି। ମରଣ ମୁହଁ ରେ ପଡ଼ୁଛନ୍ତି। ପୁରା ପରିବେଶର ଅବସ୍ଥା ଖରାପ। ଗୋଟେ ପୂରା ସଭ୍ୟତା…

Read More

ବର୍ଷର ଦ୍ବିତୀୟାର୍ଦ୍ଧରେ ଆର୍ଥିକ ଅଭିବୃଦ୍ଧି ସକ୍ରିୟ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ଆସନ୍ତା ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ ଅଭିବୃଦ୍ଧି ପୁନର୍ବାର ସକ୍ରିୟ ହେବ ବୋଲି ସୀତାରମଣ ସୂଚନା ଦେଇଛନ୍ତି । ଏପ୍ରିଲ୍‌ରୁ ଜୁନ୍‌ ମଧ୍ୟରେ ଆର୍ଥିକ ଅଭିବୃଦ୍ଧି ହାର 5 ପ୍ରତିଶତରୁ କମ୍‌ ରହିଥିଲା ଯାହାକି ବିଗତ 6 ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତର ଛୁଇଁଥିଲା । ଗ୍ରାମୀଣ ଭାରତରେ ଘରୋଇ ବଜାର ନିମନ୍ତେ ଅଭିବୃଦ୍ଧିର ଏକ ବୃହତର ସୁଯୋଗ ରହିଛି । ଏହି ଅଭିବୃଦ୍ଧି ହାର ହାସଲ କଲେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ସଠିକ୍‌ ଦିଗରେ ପରିଚାଳିତ ହେବ ବୋଲି ସୀତାରମଣ କହିଛନ୍ତି । ସେହିପରି ସମସ୍ତ ଘରୋଇ ବ୍ୟାଙ୍କ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଉପଯୁକ୍ତ ପରିମାଣର ଅର୍ଥ ସମସ୍ତ ବ୍ୟାଙ୍କରେ ମହଜୁଦ ରହିଛି । ସମସ୍ତ ଘରୋଇ ବ୍ୟାଙ୍କ ଅଧିକାରୀଙ୍କ ସହିତ ବୈଠକ ପରେ ସୀତାରମଣ ଏହି ସୂଚନା ଦେଇଛନ୍ତି ।…

Read More

ରାଜ୍ୟରେ ପ୍ଲାଷ୍ଟିକ୍‌ ଅଣ୍ଡା, ପ୍ଲାଷ୍ଟିକ୍‌ ଚାଉଳ, ନକଲି କ୍ଷୀର ଓ ତେଲ ପରେ ବର୍ତ୍ତମାନ ପ୍ଲାଷ୍ଟିକ୍‌ ଅଟା ଘଟଣା ସାମ୍ନାକୁ ଆସିଛି । ଭଦ୍ରକରେ ଏହି ପ୍ଲାଷ୍ଟିକ୍‌ ଅଟା ଘଟଣା ଦେଖିବାକୁ ମିଳିଛି । ଭଦ୍ରକରେ ରାଣୀତାଲ ସରସତିଆ ଗାଁରେ ପ୍ଲାଷ୍ଟିକ ଅଟା ବିକ୍ରି ହେଉଥିବା ଘଟଣା ଦେଖାଦେଇଛି । ଜଣେ ବ୍ୟକ୍ତି ଘରେ ଅଟା ଦଳିବା ପରେ ଏହା ଚୁଇଁଗମ ପରି ହୋଇଯାଉଛି ଏବଂ ଏହା ଛିଣ୍ଡୁନଥିବା ଅଭିଯୋଗ ହୋଇଛି । ଜଣେ ବ୍ୟକ୍ତିଙ୍କ ଘରେ ପ୍ଲାଷ୍ଟିକ ଅଟା ମିଳିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି ।

Read More

ଉତ୍ତରପ୍ରଦେଶର ହମୀରପୁର, ଛତିଶଗଡ଼ର ଦାନ୍ତେଓ୍ବାଡା, କେରଳ ପାଲା, ତ୍ରିପୁରାର ବାଦରଘାଟ ବିଧାନସଭା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣନା ଆରମ୍ଭ ହୋଇଯାଇଛି । ୟୁପିର ହମୀରପୁର୍‌ ଓ ସୁମେରପୁରସ୍ଥିତ କୃଷିଭବନ ମଣ୍ଡି ପରିସରରେ ଏହି ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଆସନରୁ ୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ ଜଣାପଡିବ । ହମୀରପୁର୍ ଆସନ ପାଇଁ ସେପ୍ଟେମ୍ବର ୨୩ରେ  ଉପନିର୍ବାଚନ ହୋଇଥିବାବେଳେ ୫୧ ପ୍ରତିଶତ ଭୋଟିଂ ହୋଇଥିଲା । ଛତିଶଗଡ଼ର ମାଓପ୍ରବଣ ଅଞ୍ଚଳ ଦାନ୍ତେଓ୍ବାଡା ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ୬୦.୧ ପ୍ରତିଶତ ମତଦାନ ହୋଇଥିଲା । ହମୀର୍‌ପୁର ଆସନ ପାଇଁ ବିଜେପି ତରଫରୁ ବିଜେପିର ଯୁବରାଜ ସିଂ, ବସପାର ନୌସାଦ ଅଲ୍ଲୀ, ସପା ର ମନୋଜ କୁମାର ପ୍ରଜାପତି ଓ କଂଗ୍ରେସ ତରଫରୁ ହର ଦୀପକ ନିଷାଦଙ୍କ ସମେତ ୯ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ଏହି ଉପନିର୍ବାଚନରେ ବିରୋଧୀର ଦଳର କୌଣସି…

Read More

ମୟୂରଭଞ୍ଜ ହାତୀବାରି ସେବାଶ୍ରମର ଜଣେ ଛାତ୍ରୀଙ୍କ ମୃତ୍ୟୁ କାରଣରୁ ପରିବାର ଲୋକ ସେବାଶ୍ରମ ସମ୍ମୁଖରେ ମୃତଦେହ ରଖି ଧାରଣାରେ ବସିଛନ୍ତି । ସୂଚନାନୁସାରେ, ଗତକାଲି ମୟୂରଭଞ୍ଜ କରଞ୍ଜିଆ ବ୍ଲକ ହାତୀବାରି ସେବାଶ୍ରମ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ । ଛାତ୍ରୀଜଣକ ଅସୁସ୍ଥ ହେବାରୁ ପ୍ରଥମେ ତାଙ୍କୁ କରଞ୍ଜିଆରେ ଚିକିତ୍ସା କରାଇବା ପରେ ତାଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଥିଲା । ତଥାପି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଆହୁରି ସଂକଟାପର୍ଣ୍ଣ ହେବାରୁ କେନ୍ଦୁଝରରୁ କଟକ ସ୍ଥାନାନ୍ତର କରିବା ବେଳେ ଆଜି ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଚିକିତ୍ସା ଅବହେଳାରୁ ଝିଅର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହାପରେ ସେବାଶ୍ରମ ବିଦ୍ୟାଳୟ ସମ୍ମୁଖରେ ଝିଅର ମଥତଦେହ ରଖି କ୍ଷତିପୂରଣ ଦାବିରେ ପରିବାର ଲୋକେ ଧାରଣା ଦେଇଛନ୍ତି ।

Read More