ଜୁନାଗଡ଼ ଗଣ ଦୁଷ୍କର୍ମ ମାମଲାରେ ଡ୍ରାଇଭର ଲଳିନ୍ଦ୍ରଙ୍କୁ ଗିରଫ କରାଯାଇଛି । ପୀଡ଼ିତାଙ୍କ ସାନି ବୟାନ ଆଧାରରେ ତାଙ୍କୁ ଗିରଫ କରାଯାଇଛି । ଡ୍ରାଇଭର ଲଳିନ୍ଦ୍ର ଶବର ମୁଖ୍ୟ ଖଳନାୟକ ବୋଲି କହିଥିଲେ ପୀଡ଼ିତା ଜଣକ। ଲଳିନ୍ଦ୍ରଙ୍କୁ ଛାଡ଼ି ଦେଲେ ପୀଡ଼ିତା ଜଣକ ଆତ୍ମହତ୍ୟା କରିବେ ବୋଲି କହିଥିଲେ । ଆଜି ଏନେଇ ପୀଡ଼ିତାଙ୍କ ସାନି ବୟାନ ନେଇଥିଲା ପୋଲିସ୍ । ସିଆରପିସି ଦଫା ୧୬୧ରେ ପୀଡ଼ିତାଙ୍କ ସାନି ବୟାନ ନେଇଥିଲା । ସାନି ବୟାନରେ ଲଳିନ୍ଦ୍ରଙ୍କ ନାଁ ନେଇଥିଲେ ପୀଡ଼ିତା ଛାତ୍ରୀ । ଲଳିନ୍ଦ୍ରଙ୍କୁ ନେଇ ବିଜେପି ବିଜେଡ଼ି ଉପରେ ଦୋଷାରୋପ କରିଥିଲା ।
Author: Samikhsya Bureau
ଆଜି ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ଘୋଷଣା ହୋଇ ସାରିଥିବା ବେଳେ ଆସନ୍ତା କାଲି ବିଜେପି ପ୍ରାର୍ଥୀ ଘୋଷଣା କରିବ। କାଲି ଦିଲ୍ଲୀରେ ସଂସଦୀୟ ବୋର୍ଡ ବୈଠକ ପରେ ପ୍ରାର୍ଥୀ ଘୋଷଣା। ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି। ଏହି ଆସନ ପାଇଁ ବିଜେଡିର ରୀତା ସାହୁ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ଦିଲ୍ଲୀପ ପଣ୍ଡା ପ୍ରାର୍ଥୀ ହୋଇଛନ୍ତି। ଆସନ୍ତା ଅକ୍ଟୋବର ୨୧ ତାରିଖରେ ଏହି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଅକ୍ଟୋବର ୨୪ ତାରିଖରେ ନିର୍ବାଚନ ଫଳାଫଳ ଜଣାପଡ଼ିବ । ଚଳିତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ଓ ବିଜେପୁରରୁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇ ବିଜୟୀ ହୋଇଥିଲେ
ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳ ବିବାଦର ଆଜି ଟ୍ରିବ୍ୟୁନାଲ ଶୁଣାଣୀ କରିଛନ୍ତି। ଉଭୟ ରାଜ୍ୟର ବୈଷୟିକ ଟିମ ୨ ରାଜ୍ୟ ଗସ୍ତ କରିବେ । ଏହାପରେ ନଭେମ୍ବର ୩୦ରେ ପରବର୍ତ୍ତୀ ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ କରାଯାଇଥିବା ଟ୍ରିବ୍ୟୁନାଲରେ ନିଷ୍ପତି ନିଆଯାଇଛି ବୋଲି ଓଡ଼ିଶା ଆଡଭୋକେଟ ଜେନେରାଲ ଅଶୋକ ପରିଜା ସୂଚନା ଦେଇଛନ୍ତି । ଆଜି ମହାନଦୀ ଟ୍ରିବ୍ୟୁନାଲରେ ଜଳ ବିବାଦକୁ ନେଇ ଉଭୟ ରାଜ୍ୟ ନିଜ ନିଜ ପକ୍ଷ ରଖିଥିଲେ । ଏହା ସହ ଆଜି ମହାନଦୀ ଜଳ ବିବାଦକୁ ନେଇ ହୋଇଥିବା ଶୁଣାଣୀରେ ଉଭୟ ରାଜ୍ୟ ବୈଷୟିକ ଟିମ ୨ ରାଜ୍ୟ ଗସ୍ତ କରିବାକୁ ନିଷ୍ପତ୍ତି ହୋଇଛି । ଛତିଶଗଡ଼ରେ ପ୍ରକଳ୍ପର ସମୀକ୍ଷା ପାଇଁ ଅକ୍ଟୋବର ୩୦ରୁ ନଭେମ୍ବର ୨ ଯାଏ ଯିବେ ଓଡ଼ିଶା ଟିମ୍ର ଛତିଶଗଡ଼ ଗସ୍ତ କରିବ । ନଭେମ୍ବର ୧୭ରୁ ୧୯ ଯାଏ ଓଡ଼ିଶାରେ ସମୀକ୍ଷା କରିବ ଛତିଶଗଡ଼…
ସମୀକ୍ଷା ବ୍ୟୁରୋ ଏକଦା ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ମହାନାୟକ ଉସ୍ତାଦ ବଡେ ଗୁଲାମ ଅଲି ଖାଁ କହିଥିଲେ- “ଶଶୁରି କଭି ବେସୁରି ନେହିଁ ହୋତି” ଓ ଯାହାଲାଗି ସେ ଏକଥା କହିଥିଲେ, ସେ ଥିଲେ ଭାରତୀୟ ଲୋକପ୍ରିୟ ସଙ୍ଗୀତର ମହାନାୟିକା ଲତା ମଙ୍ଗେସ୍କର। ଲତା, ଏଇ ନାଁ ହିଁ ଯଥେଷ୍ଟ। ୯୦ ବର୍ଷର ଜୀବନକାଳରୁ ପ୍ରାୟ ୮୦ ବର୍ଷ ସେ ଭାରତୀୟ ସଙ୍ଗୀତର ସମୃଦ୍ଧି ଲାଗି ଦେଇଛନ୍ତି। ତାଙ୍କ ନିଜ ସ୍ଵରରେ “ମେରି ଆୱାଜ ହି ପେହେଚାନ ହୈ” (ଗୁଲଜାରଙ୍କ ରଚନା, ରାହୁଲ ଦେବ ବର୍ମନଙ୍କ ସଙ୍ଗୀତ, ସିନେମା-କିନାରା) ହିଁ ତାଙ୍କର ପରିଚୟ। ଭାରତର କୋକିଳ କଣ୍ଠୀ ସ୍ବର ସାମ୍ରଜ୍ଞୀ ଲତା ମଙ୍ଗେସକରଙ୍କ ଆଜି ୯୦ତମ ଜନ୍ମଦିବସ । ଏହି ମହାନ୍ ଲୋକପ୍ରିୟ ଗାୟିକା ୧୯୨୯ ମସିହା ସେପ୍ଟେମ୍ବର ୨୮ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଦିନାନାଥ ମଙ୍ଗେସ୍କର ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ଥିଏଟର ଆର୍ଟିଷ୍ଟ ଥିଲେ…
DOHA, Sept. 28 (Xinhua) — Chinas Xu Shuangshuang (1st R) competes during the womens 3,000m steeplechase heats at the 2019 IAAF World Athletics Championships in Doha, Qatar, Sept. 27, 2019.
PRAYAGRAJ, SEP 28 (UNI)- Devotees perform rituals the occasion of ‘Pitra Visarjani Amavasya’, the last day of the Pitra Paksha, on the banks of Holy Ganga, in Prayagraj on Saturday. UNI PHOTO-16U
ବହୁ ଚର୍ଚ୍ଚିତ ଯୋଡ଼ାମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା-କାଳିଆଙ୍କ ମଧ୍ୟରୁ କାଳିଆର ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ରହିଛି । ବର୍ତ୍ତମାନ ଏସସିବି ମେଡ଼ିକାଲରେ କାଳିଆର ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ୁଥିବାରୁ ଦିଲ୍ଲୀ ଏମ୍ସର ସହାୟତା ଲୋଡ଼ାଯାଇଛି । ଏମ୍ସରୁ ୨ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ପଠାଇବାକୁ ଏସସିବି କର୍ତ୍ତୃପକ୍ଷ ଚିଠି ଲେଖିଛନ୍ତି । ଜଗା ଓ କାଳିଆଙ୍କୁ ନୂଆଦିଲ୍ଲୀର ଏମ୍ସ୍ରୁ ଆଣି କଟକ ଏସ୍ସିବି ମେଡିକାଲରେ ଚିକିତ୍ସା କରାଯାଉଛି । କାଳିଆର ଛାତିରେ ସଂକ୍ରମଣ ଥିବାରୁ ୨ଦିନ ହେବ ତାକୁ ଭେଣ୍ଟିଲେଟରରେ ରଖାଯାଇଛି । ୧୪ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ କାଳିଆର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ।କାଳିଆର ସ୍ୱାସ୍ଥ୍ୟାବସ୍ଥା ଖରାପ ଦିଗରେ ଗତି କରୁଛି । ତେଣୁ ଦିଲ୍ଲୀ ଏମ୍ସର ସହାୟତା ଲୋଡ଼ିଛି ଏସସିବି ମେଡିକାଲ । ଏମ୍ସରୁ ୨ଜଣ ବିଶେଷଜ୍ଞ ଡାକ୍ତରୀ ଦୀପକ ଗୁପ୍ତା ଓ ଡାକ୍ତର ରାକେଶ ଲୋଧାଙ୍କୁ ଓଡ଼ିଶା ପଠାଇବାକୁ ଏସସିବି କର୍ତ୍ତୃପକ୍ଷ ଦିଲ୍ଲୀ ଏମ୍ସକୁ ଚିଠି ଲେଖିଛନ୍ତି ।
MUMBAI, SEP 28 (UNI)- Actors Pooja Hegde, Kriti Sanon and Kriti Kharbanda during the trailer launch of their upcoming film Housefull-4, in Mumbai on Friday. UNI PHOTO-5U
Vehicles plying on a flooded road after heavy rain in Patna on Saturday.
ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ପାଇଁ ପ୍ରାର୍ଥୀ ଭାବେ ଘାେଷଣା କରିଛନ୍ତି । ରୀତା ସାହୁଙ୍କୁ ବିଜେଡ଼ି ତରଫରୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଆସନ୍ତା ଅକ୍ଟୋବର ୨୧ତାରିଖରେ ଏହି ବିଧାନସଭା ଆସନରେ ଉପ ନିର୍ବାଚନ ଅନୁଷ୍ଠିତ ହେବ । ସେପ୍ଟେମ୍ବର ୩୦ ତାରିଖ ଭିତରେ ବିଜେଡ଼ି ପ୍ରାର୍ଥୀ ଘୋଷଣା କରିବାକୁ କହିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ରୀତା ସାହୁଙ୍କ ନାମ ଘୋଷଣା କରିଛନ୍ତି । ସୁବଳ ସାହୁଙ୍କ ମୃତ୍ୟୁ ପରେ ବିଜେଡ଼ି ରୀତା ସାହୁଙ୍କୁ ବିଜେଡ଼ି ତରଫରୁ ଟିକେଟ ଦେଇଥିଲା । ଉପନିର୍ବାଚନ ଜିଣି ସ୍ବଳ୍ପକାଳ ପାଇଁ ବିଧାୟିକା ହୋଇଥିଲେ ରୀତା ସାହୁ । ୨୦୧୮ରେ ପ୍ରଥମ ଥର ପାଇଁ ବିଧାୟିକା ହୋଇଥିଲେ ରୀତା ସାହୁ । ତେବେ ୨୦୧୯ ସାଧାରଣ ନିର୍ବାଚନରେ ହିଞ୍ଜିଳି ଓ ବିଜେପୁର ଆସନରୁ ନିଜେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ତେବେ ବିଜେପୁର ଉପନିର୍ବାଚନ…
ଗୋଳାବନ୍ଧ ଆର୍ମି ଏଡି ସେଣ୍ଟରକୁ କଲର୍ସ ଆଓ୍ବାର୍ଡ ପ୍ରଦାନ କଲେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଉଲ୍ଲେଖନୀୟ ସେବା ପାଇଁ ଆର୍ମି ଏଡି ସେଣ୍ଟରକୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି । ଏୟାର ଡିଫେନ୍ସର ୨୫ ବର୍ଷ ପୂର୍ତ୍ତି ଅବସରରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ଆର୍ମି ଏଡି ସେଣ୍ଟରରେ ଅଭିଭାଷଣରେ ଭାରତୀୟ ସେନାର ଗୌରବ ବଖାଣିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏୟାର୍ ଡିଫେନ୍ସ ବାହିନୀର ଅବଦାନକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି । ଏହି ସମ୍ମାନ ଉତ୍ସବରେ ଚିଫ୍ ଅଫ୍ ଆର୍ମି ଷ୍ଟାଫ୍ ବିପିନ୍ ରାଓ୍ବତ୍, ରାଜ୍ୟପାଳ ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଛନ୍ତି ।
ସମୀକ୍ଷା ବ୍ୟୁରୋ ଆଜି ହେଉଛି ପବିତ୍ର ମହାଳୟା। ଏହିଦିନ ପିତୃପୁରୁଷଙ୍କୁ ଶ୍ରାଦ୍ଧ ପ୍ରଦାନ କରି ପିଣ୍ଡଦାନ କରାଯାଇଥାଏ। ସେଥିପାଇଁ ଆଜି ପୁରୀ ଜଗନ୍ନାଥ ମନ୍ଦିରୀ ଏବଂ ଭୁବନେଶ୍ବରର ବିନ୍ଦୁ ସାଗରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଭକ୍ତମାନ ସକାଳୁ ସକାଳୁ ସ୍ନାନାଦି କାର୍ଯ୍ୟ ଶେଷ କରି ବିନ୍ଦୁ ସାଗରେ କୂଳରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ପ୍ରଦାନ କରିଛନ୍ତି। ବିଶ୍ବାସ ରହିଛି ଏହି ଦିନ ପିତୃପୁରୁଷମାନେ ଧରାଧାମକୁ ଆସିଥାନ୍ତି। ସେଥିପାଇଁ ସେମାନଙ୍କୁ ଶ୍ରାଦ୍ଧ ପ୍ରଦାନ କରି ସନ୍ତୁଷ୍ଠ କରାଯାଇଥାଏ। ଏହାଦ୍ବାରା ପିତୃପୁରୁଷମାନେ ଆର୍ଶିବାଦ କରିଥାନ୍ତି ବୋଲି ବିଶ୍ବାସ ରହିଛି। ସାଧାରଣତଃ ମହାଳୟା ଶ୍ରାଦ୍ଧ ଘରର ବରିଷ୍ଠ ବ୍ୟକ୍ତି ପ୍ରଦାନ କରି ପିତୃପୁରୁଷଙ୍କୁ ସନ୍ତୁଷ୍ଠ କରାଇଥାନ୍ତି। ଭୁବନେଶ୍ବରର ବିନ୍ଦୁ ସାଗର କୂଳରେ ଭକ୍ତମାନେ ଧାଡି ବାନ୍ଧି ଶ୍ରାଦ୍ଧ ଦେଉଥିବାର ପରିଲକ୍ଷିତ ହୋଇଛି। ଅନ୍ୟପଟେ ପୁରୀରେ ମଧ୍ୟ ବେଶ୍ ଭିଡ ପରିଲକ୍ଷିତ ହୋଇଛି। ସେଠାରେ ମଧ୍ୟ ଭକ୍ତମାନେ ପିତୃପୁରୁଷଙ୍କ ସନ୍ତୁଷ୍ଠି ପାଇଁ ବାଇଶି ପାହାଚରେ ଶ୍ରାଦ୍ଧ…
କେଦାର ମିଶ୍ର ଜାତିସଂଘର ସାଧାରଣ ପରିଷଦ ବୈଠକ ଦକ୍ଷିଣ ଏସିଆର ଦେଶମାନଙ୍କ ଲାଗି ଯୁଦ୍ଧ ଧମକ ଓ ପଡୋଶୀଙ୍କ ଭିତରେ କଥା କଟାକଟିର ଏକ ଉଦ୍ଭଟ ମଞ୍ଚ ପାଲଟି ଯାଉଛି। ଗତକାଲି ଜାତିସଂଘ ସାଧାରଣ ପରିଷଦରେ ଭାରତ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ନିଜର ଭାଷଣ ଦେବାବେଳେ ଲାଗୁଥିଲା, ସତେକି ଏହା କୌଣସି ଆନ୍ତର୍ଜାତିକ ମଞ୍ଚ ନୁହେଁ, ବରଂ ଏକ କୁସ୍ତିଯୁଦ୍ଧର ଆଖଡା। ଦୁଇଟି ପଡୋଶୀ ଦେଶ ନିଜ ନିଜ ଭିତରେ ଆଲୋଚନା କରିବା ପରିବର୍ତ୍ତେ ଏକ ଆନ୍ତର୍ଜାତିକ ମଞ୍ଚରେ କଳି କରୁଛନ୍ତି। ଗତ ସତୁରୀ ବର୍ଷ ଧରି ଭାରତ ଓ ପାକିସ୍ତାନ ଭିତରେ ବହୁ ସଂଘର୍ଷ ହୋଇଛି, ଏପରିକି ଯୁଦ୍ଧ ମଧ୍ୟ ହୋଇଛି, ହେଲେ ଆନ୍ତର୍ଜାତିକ ମଞ୍ଚରେ ଭାରତର ପ୍ରଧାନମନ୍ତ୍ରୀମାନେ ନିଜର ଗରିମା ଅକ୍ଷୁଣ୍ଣ ରଖିଛନ୍ତି। କେବଳ ପାକିସ୍ତାନ ବିରୋଧରେ କହିବା ଭାରତର ବୈଦେଶିକ ନୀତିର ମୌଳିକ ଉଦ୍ଦେଶ୍ୟ କେବେ ବି ନଥିଲା। ପଣ୍ଡିତ ଜବାହାରଲାଲ ନେହେରୁଙ୍କ ସମୟରୁ ତୃତୀୟ ବିଶ୍ଵର…
ଭାରତୀୟ ନୌସେନାରେ ସାମିଲ ହେଲା ବୁଡାଜାହାଜ ଆଇଏନ୍ଏସ୍ ଖଣ୍ଡେରୀ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ଏହି ବୁଡାଜାହାଜ ଭାରତୀୟ ନୌସେନାରେ ସାମିଲ ହୋଇଛି । 2017ରୁ ଏହି ଜାହାଜ ସମୁଦ୍ରରେ ପରିଭ୍ରମଣ କରୁଥିବା ବେଳେ ଶେଷରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ଏହାକୁ ନୌସେନାରେ ସାମିଲ କରାଯାଇଛି । ଭାତୀୟ ନୌସେନାରେ 6ଟି ଶ୍ରେଣୀର ବୁଡାଜାହାଜ ରହିଥିବା ବେଳେ ଏହି ଜାହାଜଟି ଦ୍ବିତୀୟ ଶ୍ରେଣୀର କାଭଲାରୀ ବର୍ଗରେ ଅନ୍ତର୍ଭୁକ୍ତ । ମହାରାଜା ଶିବାଜୀଙ୍କ ଦୁର୍ଗ ଖଣ୍ଡେରୀ ନାମରେ ଏହି ଜାହାଜଟିକୁ ନାମିତ କରାଯାଇଛି ।
ଦୁର୍ଦ୍ଦାନ୍ତ ନକ୍ସଲ ମାଡକାମୀ ଦୁଲା ମାଲକାନଗିରି ପୁଲିସ୍ ନିକଟରେ ଗତକାଲି ଆତ୍ମସମର୍ପଣ କରିଛି । କୋରାପୁଟର ବୈପାରୀଗୁଡା ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଲିସ୍ ଉପରକୁ ଆକ୍ରମଣ ଘଟଣାରେ ସେ ସାମିଲ ଥିଲା । ଆନ୍ଧ୍ର ଓଡ଼ିଶା ବର୍ଡର ଜୋନାଲ କମିଟିର ସଚିବ ଉଦୟର ସୁରକ୍ଷା ଦାୟିତ୍ୱରେ ରହିଥିବା ମାଡକାମୀ ନାଁରେ 2 ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ଗତକାଲି ମାଲକାନଗିରି ଏସ୍ପି ଋଷିକେଶ ଖିଲାରୀ ଓ ନୀରଜ କୁମାରଙ୍କ ଉପସ୍ଥିତିରେ ମାଡକାମୀ ଆତ୍ମସମର୍ପଣ କରିଥିଲା ।
ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ ନିତି ଆୟୋଗ ମୁଖ୍ୟ ଏବଂ ଅନ୍ୟାନ୍ୟ ସରକାରୀ ଅଧିକାରୀଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାର ସିବଆଇକୁ ଅନୁମତି ପ୍ରଦାନ କରିଛନ୍ତି । ଆଇଏନଏକ୍ସ ମିଡିଆରେ ବିଦେଶୀ ପୁଞ୍ଜିନିବେଶକୁ ମଞ୍ଜୁରୀ ଦେବା ମାମଲାରେ ନୀତି ଆୟୋଗର ପୂର୍ବତନ ମୁଖ୍ୟ କାର୍ଯ୍ୟାଧିକାରୀ ସିନ୍ଧୁଶ୍ରୀ ଖୁଲ୍ଲାର ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରିବାକୁ ସିବିଆଇକୁ ଅନୁମତି ପ୍ରଦାନ କରିଛନ୍ତି । ଖୁଲ୍ଲାରଙ୍କ ସମେତ ସରକାରଙ୍କ ସୁକ୍ଷ୍ମ, ଲଘୁ ଏବଂ ମଧ୍ୟମ ମନ୍ତ୍ରାଳୟର ପୂର୍ବତନ ସଚିବ ଅନୁପ କେ.ପୂଜାରୀ , ଅର୍ଥ ମନ୍ତ୍ରାଳୟର ତତ୍କାଳୀନ ନିର୍ଦ୍ଦେଶକ ପ୍ରବୋଧ ସକ୍ସେନା ଏବଂ ଆର୍ଥିକ ମାମଲା ବିଭାଗର ପୂର୍ବତନ ସଚିବ ରବିନ୍ଦ୍ର ପ୍ରସାଦଙ୍କ ବିରୋଧରେ ଆଇଏନଏକ୍ସ ମିଡିଆ ମାମଲାରେ ମକଦମା ଚଲେଇବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।
କେନ୍ଦ୍ରାପଡା ପୋଲିସ୍ ପକ୍ଷରୁ ଏକ ଏନ୍କାଉଣ୍ଟର କରାଯାଇଛି । ଏହି ଏନ୍କାଉଣ୍ଟରରେ ଜଣେ ଅପରାଧୀକୁ ପୋଲିସ୍ ଗିରଫ କରିଥିବା ବେଳେ 4 ଜଣ ଅପରାଧୀ ଫେରାର ହେବାରେ ସକ୍ଷମ ହୋଇଛନ୍ତି । ପୋଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଅପରାଧୀ ମାନେ ଡକାୟତି କରି ଫେରାର ହେବାର ଉଦ୍ୟମ କରୁଥିବା ବେଳେ ଏହି ଏନ୍କାଉଣ୍ଟର ଘଟିଥିଲା । ଆହତ ଅପରାଧୀ ଜଣକ ହେଉଛି ହୃଷୀକେଶ ମଲ୍ଲିକ । ଆଳିର ଜୁଆଣିଆର ଏକ ପରିବାରରୁ ଭତିନି ଜଣଙ୍କୁ ହାଣି ସୁନା ଗହଣା ଲୁଟ କରି ଏହି 5 ଜଣ ଫେରାର ହେଇଯାଇଥିବା ବେଳେ ପିଛା କରି ପୋଲିସ୍ ପକ୍ଷରୁ ଏନ୍କାଉଣ୍ଟର କରାଯାଇଥିଲା । ହୃଷୀକେଶ ଗୁରୁତର ଭାବରେ ଆହତ ହୋଇଥିବାରୁ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
Defence Minister Rajnath Singh attending the 66th Birthday celebrations of Mata Amritanandamayi Devi at Karunagapally in Kollam
In the run-up to Bengalis biggest festival, West Bengal Chief Minister Mamata Banerjee during the inauguration of 77th Chaltabagan Lohapatty Durga Puja Pandal in Kolkata on Friday.

