Author: Samikhsya Bureau

ସମୀକ୍ଷା ବ୍ୟୁରୋ ଓଡିଶାର ପ୍ରତିଷ୍ଠିତ ଠାକୁରାଣୀ ବାଣପୁର ମା ଭଗବତୀଙ୍କ ପୀଠରେ ଆରମ୍ଭ ହୋଇଯାଇଛି ପାର୍ବଣ ପୂଜା। ସାଧାରଣତଃ ମା ଭଗବତୀଙ୍କ ପୀଠରେ ମୁଳାଷ୍ଠମୀରୁ ଏହି ସ୍ବତନ୍ତ୍ର ପୂଜାବିଧୀ ଅନୁଷ୍ଠିତ ହୋଇଥାଏ। ସେଥିମଧ୍ୟରେ ମହାଳୟା ଦିନ ଏହି ପୀଠରେ ଦେଖିବାକୁ ମିଳେ ଏକ ଅନନ୍ୟ ପରଂପରା। ଯାହାକୁ କୁହାଯାଇ ଦୁଇ ଠାକୁରାଣୀ ଭଉଣୀଙ୍କ ମଧ୍ୟରେ ଭେଟ। ବଡ ଭଉଣୀ ବିରଜାଈ ଏବଂ ସାନ ଭଉଣୀ ଭଗବତୀଙ୍କ ମଧ୍ୟରେ ଭେଟ ହୋଇଥାଏ। ସେଥିପାଇଁ ସ୍ଥାନୀୟ ଜନସାଧାରଣ ଏହି ମହାଳୟା ଅମବାସ୍ୟାକୁ ଭେଟ ଅମବାସ୍ୟା ବୋଲି ମଧ୍ୟ କହିଥାନ୍ତି। ପାର୍ବଣ ଋତୁ ଆରମ୍ଭ ହୋଇଗଲେ ମା ବିରଜାଈଙ୍କୁ ମା ଭଗବତୀ ନିମନ୍ତ୍ରଣ କରି ବାଣପୁରକୁ ଆଣିଥାନ୍ତି। ଫଳରେ ମା ବିରଜାଈ ବାଣପୁରର ସାତବଖରା ଘରେ ରହିଥାନ୍ତି। ସଂଧ୍ୟ୍ୟା ହେଲେ ଉଭୟ ଠାକୁରାଣୀ ପୃଥକ ପୃଥକ ଶୋଭାଯାତ୍ରାରେ ଆସି ବାଣପୁର ବଜାରରେ ଏକାଠି ହୋଇଥାନ୍ତି। ଦୁଇ ଠାକୁରାଣୀ ଉଭଣୀଙ୍କ ଭେଟ ସମୟରେ ଘଣ୍ଟଘଣ୍ଟା କାହାଳୀ ସହିତ…

Read More

ସମୀକ୍ଷା ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିପିଆଇ ସାଧାରଣ ସଂପାଦକ ଡି. ରାଜାଙ୍କ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରି କହିଛନ୍ତି, ‘ନିର୍ବାଚନ ପୂର୍ବରୁ ନବୀନ ଗୋଟିଏ କଥା କହୁଥିଲେ, କିନ୍ତୁ ନିର୍ବାଚନ ପରେ ସଂପୂର୍ଣ୍ଣ ଭାବେ ତାଙ୍କର ସ୍ବର ବଦଳି ଯାଇଛି। କେନ୍ଦ୍ର ସରକାରଙ୍କ ଅନେକ କଥାରେ ଓଡ଼ିଶା ସରକାର ସହମତି ପ୍ରକାଶ କରୁଛନ୍ତି। ଅର୍ଥନୀତି ଉପରେ ଆକ୍ରମଣ ଚାଲିଥିବା ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଚୁପ୍ ରହୁଛନ୍ତି।’ ଭଗତ ସିଂହଙ୍କ ସହିଦ୍‌ ଦିବସ ଉପଲକ୍ଷେ କଟକରେ ସିପିଆଇ ପକ୍ଷରୁ ଏକ ରାଜ୍ୟ ସାଙ୍ଗଠନିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀରେ ଯୋଗ ଦେଇ ସିପିଆଇ ସାଧାରଣ ସମ୍ପାଦକ ଡି.ରାଜା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ନବୀନ ପଟ୍ଟନାୟକ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଆହ୍ବାନ ଦେଇଛନ୍ତି । ଦେଶରେ ମାନ୍ଦାବସ୍ଥା ଦେଖାଦେଉଥିବା ବେଳେ ବିରୋଧୀମାନେ ଏହାର ବିରୋଧ କରୁଛନ୍ତି କିନ୍ତୁ ନବୀନ ଏନେଇ ଚୁପ୍ ଅଛନ୍ତି। କେନ୍ଦ୍ର ସରକାରଙ୍କ ଅନେକ କଥାରେ…

Read More

ବିହାରରେ ବନ୍ୟା ପରିସ୍ଥିତି ଅସମ୍ଭାଳ ହୋଇପଡିଛି। ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁ ରାଜ୍ୟରେ ଏପର୍ଯ୍ୟନ୍ତ ୨୩ ଜଣଙ୍କର ମୃତ୍ୟୁ ଘଟିଛି। ଗୟା ଓ ଭାଗଲପୁରରେ ୬ ଜଣ ଲେଖାଏଁ ଲୋକଙ୍କ ମୃତ୍ୟୁ  ହୋଇଥିବାବେଳେ ଦାନାପୁର ଓ କୈମୁରରେ ୪ ଜଣ ଲେଖାଏଁ ମୃତ ହୋଇଛି । ସେହିପରି ଜମୁଈ, ବେଗୁସରାଇ ଓ ସୀତାମଢ଼ିରେ ଜଣେ ଲେଖାଏଁ ମୃତ ବରଣ କରିଛନ୍ତି ।  ରାଜ୍ୟର ୧୫ଟି ଜିଲାରେ ହାଇଆଲର୍ଟ ଘୋଷଣା କରାଯାଇଛି। ବନ୍ୟାକୁ ଦୃଷ୍ଟିରେ ରଖି ୧୩ଟି ଟ୍ରେନ୍‌ ବାତିଲ କରାଯାଇଛି।  ଘଟଣାସ୍ଥଳରେ ଏନଡିଆରଏଫ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି।

Read More

ଲର୍ଣ୍ଣିଂ ଲାଇସେନସ ପାଇଁ ରାଜଧାନୀରେ ପରିବହନ ବିଭାଗର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସହିଦ୍‌ ନଗର ବିଏମ୍‌ସି ଅଫିସ୍‌ ଓ ଓଏସ୍‌ଆରଟିସି ପରିସରରେସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆସନ୍ତା କାଲିଠାରୁ ୪ ତାରିଖ ଯାଏଁ ମିଳିବ ଲର୍ଣ୍ଣିଂ ଲାଇସେନ୍ସ୍‌ । ଦିନ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି ସୁବିଧା ମିଳିବ । କୌଣସି ସ୍ଲଟ୍‌ ବୁକ୍‌ କରାଯିବ ନାହିଁ ବୋଲଇ ସୂଚନା ରହିଛି ।

Read More

ସମୀକ୍ଷା ବ୍ୟୁରୋ ଲାଞ୍ଚ ନେଉଥିବା ବେଳେ ଧରା ପଡିବାରୁ ଝାରସୁଗୁଡା ବନହରପାଲି ଥାନା ପୋଲିସ ଏଏସଆଇ ନିଲମ୍ବିତ ହୋଇଛନ୍ତି। ଟଙ୍କା ମାଗିବା ବେଳର ମୋବାଇଲ ଭିଡିଓ ରେକର୍ଡ଼ିଂ ଦେଖି ଏସପି ଏଭଳି  କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।  ସାରା ଦେଶରେ ସଂଶୋଧିତ ମୋଟର ଯାନ ଆକ୍ଟ ଲାଗୁ ହେବାପରେ କାଗଜପତ୍ର ନଥିବା ବହୁ ଗାଡି ଚାଳକ ଧରା ହୋଇଥିଲେ। ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ମଧ୍ୟ ଆଦାୟ କରାଯାଇଥିଲା। ଗୋଟିଏ ପଟେ ଏହି ନିୟମକୁ କଡାକଡି କରି ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ବେଳେ ଏହାକୁ ପ୍ରହରା ଦେବାକୁ ନିୟୋଜିତ ହୋଇଥିବା ପୋଲିସ ବାବୁ ଧରା ପଡିଥିବା ଏକ ଗାଡିକୁ ଟଙ୍କା ନେଇ ଛାଡିବା ବେଳେ ଭିଡିଓ ଭାଇରାଲ୍ ହୋଇଥିଲା। ଝାରସୁଗୁଡା  ବନହରପାଲି ଥାନା ଏଏସଆଇ ପରିକ୍ଷିତ ସାହୁ ଏହି ଘଟଣାରେ ନିଲମ୍ବିତ ହୋଇଛନ୍ତି। ଟଙ୍କା ମାଗିବା ବେଳର ମୋବାଇଲ ଭିଡିଓ ରେକଡିଂ ଦେଖି ଏସପି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

Read More

ପିଆଜର ବଢୁଥିବା ଦର ଦାମକୁ କାବୁ କରିବା ପାଇଁ ସରକାର ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । କେନ୍ଦ୍ର ସରକାର ପିଆଜ ରପ୍ତାନୀ ଉପରେ ରୋକ ଲଗାଇଛନ୍ତି । ପିଆଜ ରପ୍ତାନୀ ଉପରେ ଆଇନ ସଂଶୋଧନ କରିଯାଇଛି । ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ଏବଂ ପିଆଜର ରପ୍ତାନୀ ବନ୍ଦ ରହିବ। ଗତ କିଛି ଦିନ ଭିତରେ ଆକାଶ ଛୁଆଁ ହୋଇଛି ପିଆଜ ଦର। ଦେଶର ଅଧିକାଂଶ ମହାନଗରରେ ୨୦ରୁ ୩୦ ଟଙ୍କା ପ୍ରତି କିଲୋରୁ ବଢି ୬୦ରୁ ୮୦ ଟଙ୍କାରେ ପହଞ୍ଚିଛି ।

Read More

ବିଜେପୁର ଉପନିର୍ବାଚନ ପାଇଁ ନିର୍ବାଚନୀ ବିଗୁଲ୍‌ ବାଜିସାରିଛି । ବିଜେଡ଼ି ଓ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ବିଜେପି ଆଜି ସନତ ଗଡ଼ତିଆଙ୍କୁ ନିଜର ପ୍ରାର୍ଥୀ ଭାବେ ଘାେଷଣା କରିଛି । ବିଜେଡ଼ି ତରଫରୁ ରୀତା ସାହୁଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ କଂଗ୍ରେସ ତରଫରୁ ଦିଲ୍ଲୀପ ପଣ୍ଡା ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି ।  ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ସନତଙ୍କ ନାମ ଘୋଷଣା କରିଛନ୍ତି । ଆସନ୍ତା ଅକ୍ଟୋବର ୨୧ ତାରିଖରେ ବିଜେପୁର ଉପନିର୍ବାଚନ ଅନୁଷ୍ଠିତ ହେବ । ଚଳିତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପାରମ୍ପରିକ ଆସନ ହିଞ୍ଜିଳି ସହିତ ବିଜେପୁର ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରତିଦ୍ବନ୍ଦ୍ବିତା କରିଥିଲେ ସନତ ଗଡ଼ତିଆ ।  ତେବେ ପାଟକୁରା ନିର୍ବାଚନ ପରି ବିଜେପୁର ଉପନିର୍ବାଚନର ଫଳାଫଳ ସମାନ ରହିବ ନା ଅଙ୍କ କିଛି ବଦଳିବ, ତାହା ଆଗାମୀ ସମୟରେ ଜଣାପଡ଼ିବ ।

Read More

ବିଦେଶଗସ୍ତରୁ ଫେରିବା ପରେ ମୋଦିଙ୍କ ମନ୍‌ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଉଛନ୍ତି । ଲୋକପ୍ରିୟ ଗାୟିକା ଲତା ମଙ୍ଗେସକରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି ଏହା ସହିତ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନବରାତ୍ରୀର ଶୁଭକାମନା ଜଣେଇବା ସହ ଏହି ପର୍ବରେ ଗରିବ ଲୋକମାନଙ୍କୁ ସାମିଲ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଆମକୁ ସବୁ ପର୍ବପର୍ବାଣୀରେ ଅନ୍ୟମାନଙ୍କ ଆବଶ୍ୟକତା ପୂରଣ ପାଇଁ ଚେଷ୍ଟା କରିବା ଆବଶ୍ୟକ। ଏହି ଅବସରରେ ପ୍ରଧାନମନ୍ତ୍ରୀ ବାଳିକାମାନଙ୍କ ସମ୍ମାନାର୍ଥେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଦେଶର କନ୍ୟା ସନ୍ତାନମାନଙ୍କୁ ପ୍ରଧାନମନ୍ତ୍ରୀ ଦେଶର ଲକ୍ଷ୍ମୀ ଭାବେ ସମ୍ବୋଧନ କରିଛନ୍ତି। ଭାରତର ଲକ୍ଷ୍ମୀ’ ଅଭିଯାନ ଚଳାଇ ଝିଅମାନଙ୍କୁ ସମ୍ବର୍ଦ୍ଧିତ କରାଯାଉ ବୋଲି କହିଛନ୍ତି । ଅରୁଣାଚଳପ୍ରଦେଶର ଜଣେ ଛାତ୍ର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇଥିବା ପତ୍ର ପ୍ରସଙ୍ଗ ଉତଥାପନ କରି ମୋଦୀ ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନଙ୍କୁ ଚାପ ମୁକ୍ତ ପରୀକ୍ଷା ବିଷୟରେ ମତାମତ ଜଣାଇବାକୁ…

Read More

ପୋଲିସ ଓ ସାଧାରଣ ନାଗରିକଙ୍କ ମଧ୍ୟରେ ଉତ୍ତମ ବୁଝାମଣା ସ୍ଥାପନ କରିବା ଉଦ୍ଦେଶ୍ୟରେ ଏଣିକି  ପ୍ରତି ରବିବାର ଥାନାରେ ବରିଷ୍ଠ ନାଗରିକ ଓ ପୋଲିସ ଅଧିକାରୀଙ୍କ ମଧ୍ୟରେ ବୈଠକ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁସାରେ, ପ୍ରତି ରବିବାର ଦିନ ଥାନା ଆଇଆଇସିଙ୍କ ଅଧ୍ୟକ୍ଷତାରେ ବୈଠକ ହେବ । ଅପରାହ୍ନ ୪ରୁ ୫ଟା ଯାଏଁ ବରିଷ୍ଠ ନାଗରିକଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବ । ଏଥିରେ ବରିଷ୍ଠ ନାଗରିକମାନେ ଯୋଗଦେବେ। ସେମାନେ ତାଙ୍କ ଅଂଚଳର ସମସ୍ୟା ଆଇଆଇସିଙ୍କୁ ଜଣାଇବେ । ’ସହାୟତା’ ଆପ୍‌ ଡାଉନ୍‌ଲୋଡ୍‌ କରିବାକୁ ଉପଦେଶ ଦିଆଯାଇଥିବାବେଳେ ଏହି ଆପ୍ ବ୍ୟବହାର କରିବା ଦ୍ୱାରା ବାରମ୍ବାର ଥାନାକୁ ଆସିବାକୁ ପଡିବ ନାହିଁ ଏବଂ  ଏହାଦ୍ବାରା ଅଭିଯୋଗ ମଧ୍ୟ କରିହେବ ।  ଏତତ୍ ବ୍ୟତୀତ ଘରେ ସିସିଟିଭି ଲଗାଇବାକୁ ମଧ୍ୟ ବରିଷ୍ଠ ନାଗରିକଙ୍କୁ ନେଇ ହୋଇଥିବା ବୈଠକ ପରେ ପୋଲିସ କମିଶନର ସୂଚନା ଦେଇଛନ୍ତି ।

Read More

ସମୀକ୍ଷା ବ୍ୟୁରୋ ରାଜଧାନୀ ଉପକଣ୍ଠ ଜାମୁକୋଳି ଅଂଚଳରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । କିଛି ଦୁର୍ବୃତ୍ତ ଯୁବକଙ୍କୁ ଖଣ୍ଡାରେ ହାଣିଛନ୍ତି । ଜଟଣୀ ଥାନା ଅଧିନରେ ଥିବା ଜାମୁକୋଳି ନିକଟବର୍ତ୍ତୀ ପାଂଚଗାଁ ଗ୍ରାମରେ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଛି । ଏଥିରେ ଯୁବକଜଣକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତି କରାଯାଇଛି । ପୂର୍ବ ଶତ୍ରୁତାରୁ  ତାଙ୍କୁ ଆକ୍ରମଣ କରାଯାଇଥିବା କୁହାଯାଉଛି । ଜଟଣୀ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି ।

Read More

ରାଉରକେଲାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ  ହୋଇଛି ।  ସୂଚନାନୁସାରେ, ଗତ ୨୨ ତାରିଖରେ ରାଉରକେଲା ସେକ୍ଟର ୭ ଅଂଚଳର ଜଣେ ନାବାଳିକା ଏକ ପୂଜାରେ ଯୋଗ ଦେବାକୁ ଯାଉଥିଲେ । ସେହି ସମୟରେ ତାଙ୍କୁ ଏକୁଟିଆ ପାଇଁ ପ୍ରାୟ ୫ଜଣ ଯୁବକ ଗଣଦୁଷ୍କର୍ମ କରିଥିଲେ । ଏହାସହ କାହାକୁ କିଛି କହିଲେ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ । ତେବେ ଏନେଇ ନାବାଳିକାଜଣଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ସତ ସାମ୍ନାକୁ ଆସିଥିଲା । ପରିବାର ଲୋକେ ଏହି ଘଟଣାକୁ ନେଇ ତାନାରେ ଅଭିଯୋଗ କରିଥିଲ । ପୋଲିସ ଏହି ଘଟଣାରେ ୩ଜଣ ଯୁବକଙ୍କୁ ଅଟକ ରଖିଛି । ସେମାନଙ୍କୁ ପଚରାଉଚରା ମଧ୍ୟ କରାଯାଉଛି । ଏହି ଦୁଷ୍କର୍ମ ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

Read More

ବାଲେଶ୍ୱର ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୨୦ ଜଣ ଡେଙ୍ଗୁ ରୋଗୀ ଭର୍ତ୍ତି ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୭ ଜଣ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତରିତ କରାଯାଇଛି । ବର୍ଷା ଦିନ ହୋଇଥିବାରୁ ବିଭିନ୍ନ ସ୍ଥାନରେ ଜମା ହୋଇ ରହିଥିବା ଅପରିଷ୍କାର ପାଣି ପ୍ରଭାବରେ ଡେଙ୍ଗୁ ରୋଗ ବ୍ୟାପିବାରେ ଲାଗିଛି । ଫଳରେ ଜିଲ୍ଲାରେ ମଧ୍ୟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏତତ୍ ବ୍ୟତୀତ, ଡେଙ୍ଗୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ସହରର ବିଭିନ୍ନ ସ୍ଥାନକୁ ପରିଷ୍କାର କରାଯିବା ସହ ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି ।

Read More