ଜନୈକା ଆଇନ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଚିନ୍ମୟାନନ୍ଦ ଗିରଫ ହୋଇଥିବା ବେଳେ ଧମକ ଏବଂ ବେଆଇନ ଅର୍ଥ ଆଦାୟ ଅଭିଯୋଗରେ ଅଭିଯୋଗ କାରିଣୀ ଏବଂ ଅନ୍ୟ ଦୁଇ ଆଇନ ଛାତ୍ରଙ୍କୁ ଗିରଫ କରିବା ପରେ ଆଜି କଂଗ୍ରେସ ପକ୍ଷରୁ ପ୍ରତିବାଦରେ ଏକ ଶୋଭାଯାତ୍ରା କରାଯାଇଥିଲା । ଏହି ପ୍ରତିବାଦ ରାଲିରୁ 80 ଜଣ କଂଗ୍ରେସ ନେତାଙ୍କୁ ଗିରଫ କରାଯାଇଛି । କଂଗ୍ରେସ ପକ୍ଷରୁ ଏହି ରାଲି ପାଇଁ ଅନୁମତି ନିଆଯାଇ ନଥିବାରୁ ସମସ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଆଇନ ଛାତ୍ରଙ୍କୁ ଗିରଫ ପ୍ରତିବାଦରେ ଶାହାଜହାନପୁରରୁ ଲକ୍ଷ୍ନୌ ପର୍ଯ୍ୟନ୍ତ ଏହି ପ୍ରତିବାଦ ଶୋଭାଯାତ୍ରା କରାଯାଉଥିଲା ।
Author: Samikhsya Bureau
ବିଜେପୁର ଉପନିର୍ବାଚନ ପାଇଁ ରାଜନୈତିକ ଦଳମାନଙ୍କର ରଣନୀତି ପ୍ରସ୍ତୁତ ହୋଇସାରିଲାଣି । ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଥିବାରୁ ଆଜି କଂଗ୍ରେସରୁ ଦିଲୀପ ପଣ୍ଡା ଓ ବିଜେଡିରୁ ରୀତା ସାହୁ ରିଟର୍ଣ୍ଣଂ ଅଫିସର ପଦ୍ମପୁର ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି। ପ୍ରଥମେ ଦିଲୀପ ପଣ୍ଡା ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହାପରେ ନାନା ପଟୁଆର ଧରି ରୀତା ସାହୁ କାର୍ଯ୍ୟାଳୟରେ ପହଁଚିଥିଲେ। ଦିଲୀପଙ୍କ ପରେ ରୀତା ସାହୁ ନାମାଙ୍କନ ପତ୍ର ଦାଖଲ କରିଥିଲେ। କିନ୍ତୁ ବିଜେପିରୁ ସନତ ଗଡତିଆ ଏଯାଏଁ ନାମାଙ୍କନ ଦାଖଲ କରି ନାହାଁନ୍ତି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଂଜିଳି ଆସନ ରଖି ବିଜେପୁର ଆସନ ଛାଡିବା ପରେ ଏଠାରେ ଉପନିର୍ବାଚନ ପାଇଁ ବିଗୁଲ ବାଜିଥିଲା । ଆସନ୍ତା ୨୧ ତାରିଖରେ ମତଦାନ ହେବା ସହ ୨୪ରେ ଗଣତି ହେବ ।
କାଲିଠାରୁ ସବୁ ସରକାରୀ ବ୍ୟାଙ୍କ କାର୍ଯ୍ୟ ଅବଧିରେ ପରିବତ୍ତର୍ନ ହେଉଛି । ବ୍ୟାଙ୍କ କାର୍ଯ୍ୟ ଅବଧି ଦିନ ୧୦ଟାରୁ ଅପରାହ୍ନ ୪ଟା ହେବ । ଗ୍ରାହକମାନଙ୍କ ସୁବିଧା ପାଇଁ ନୀତିଗତ ଭାବେ ଲାଗୁ ହେବ ନିଷ୍ପତ୍ତି । ସବୁ ସରକାରୀ ବ୍ୟାଙ୍କର ସମାନ କାର୍ଯ୍ୟ ଅବଧି ନେଇ ଏସ୍ଏଲ୍ବିସିରେ ନିଷ୍ପତ୍ତି ନିଆଯାଇଛି । ୟୁକୋ ବ୍ୟାଙ୍କ ଅଧ୍ୟକ୍ଷ ଅତୁଲ କୁମାର ଗୋୟଲ ସୂଚନା ଦେଇଛନ୍ତି । ସମାନ ସମୟ ଅବଧି ପାଳନ ପାଇଁ ଘରୋଇ ବ୍ୟାଙ୍କକୁ ବି କୁହାଯାଇଛି ।
ଆରଟିଓ ଅଫିସକୁ ଦଲାଲ ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଆଜି ଭୁବନେଶ୍ୱର ଆରଟିଓ ୧ ପରିସରରୁ ଜବରଦଖଲ ଉଚ୍ଛେଦ କରାଯାଇଛି । ରାଜ୍ୟର ବିଭିନ୍ନ ଆରଟିଓରେ ଚାଲିଥିବା ଦଲାଲଗିରି ଉପରେ ଅଙ୍କୁଶ ଲଗାଇବା ପାଇଁ ସରକାର ତତ୍ପରତା ପ୍ରକାଶ କରିଥିଲେ । ଏପରିକି ବିଭିନ୍ନ ସ୍ଥାନରୁ ଅନେକ ଦଲାଲଙ୍କୁ ଗିରଫ କରାଯାଇଥିଲା । ଦଲାଲମୁକ୍ତ ଅଭିଯାନରେ ଆଜି ଭୁବନେଶ୍ୱର ଆରଟିଓ ଅଫିସରୁ ଜବରଦଖଲ ଉଚ୍ଛେଦ କରାଯାଇଛି । ବିଡିଓ ଓ ବିଏମସି ପକ୍ଷରୁ ଅଫିସ ପାଖରେ ଥିବା ଝୁମ୍ପୁଡି ହୋଟେଲ ଉଚ୍ଛେଦ କରାଯାଇଛି । ଏପରିକି ଆରଟିଓ କର୍ମଚାରୀମାନେ ହାତରେ ବ୍ଲୁ ବ୍ୟାଣ୍ଡ ବାନ୍ଧିବା ନେଇ ମଧ୍ୟ କୁହାଯାଇଥିଲା । ଯେପରି କୌଣସି ଲୋକ ଦଲାଲ ହାବୁଡରେ ନପଡନ୍ତି ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ଅଧିକ କାଉଣ୍ଟର ଖୋଲା ଯାଇଥିଲା ।
People participate in Plane Pull at OHare International Airport in Chicago, the United States, Sept. 28, 2019. Participants in groups were required to pull a plane weighing nearly 90 tons a distance of about 3.66 meters. Xinhua/UNI PHOTO-7F
Defence Minister Rajnath Singh onboard the INS Vikramaditya
ବାୟୁସେନାର ମୁଖ୍ୟ ଭାବେ ଦାୟିତ୍ବ ନେଲେ ଆରକେଏସ୍ ଭଦୋରିଆ । ବିଏସ ଧନୋଆ ସେବନିବୃତ୍ତ ହେବା ପରେ ଆଜି ଆରକେଏସ ଭଦୌରିଆ ବାୟୁସେନାର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ଧନୋଆ ଦିଲ୍ଲୀ ସ୍ଥିତ ୟୁଦ୍ଧ ସ୍ମାରକୀରେ ପହଁଚିଥିଲେ । ସେଠାରେ ସେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ଧନୋଆ ଏୟାର ଚିଫ ମାର୍ସାଲ ଅରୂପ ରାହାଙ୍କ ଅବସର ପରେ ଦାୟିତ୍ୱ ଗ୍ରହଣ କରିଥିଲେ । ଆରକେଏସ ଭଦୋରିଆ ୩୬ ରାଫେଲ ବିମାନ କିଣିବା କମିଟର ସଦସ୍ୟ ଥିଲେ । ଆରକେଏସ ଭଦୋରିଆ ଏନଡିଏ ପୁନେର ଛାତ୍ର । ସେ ୪୨୫୦ରୁ ଅଧିକ ଘଣ୍ଟା ଉଡାଣ ଭରିଛନ୍ତି ଏବଂ ତାଙ୍କ ପାଖରେ ୨୬ ବିଭିନ୍ନ ପ୍ରକାର ଯୁଦ୍ଧ ବିମାନର ଅଭିଜ୍ଞତା ରହିଛି । ଭଦୋରିଆ ଦକ୍ଷିଣ କମାଣ୍ଡର ଭାବେ ମାର୍ଚ୍ଚ ୨୦୧୭ରୁ ଅଗଷ୍ଟ ୧୮ ପର୍ଯ୍ୟନ୍ତ ଦାୟିତ୍ୱ ସମ୍ଭାଳିଥିଲେ । ଏହାପରେ ସେ ଟ୍ରେନିଂ କମାଣ୍ଡର…
ଗୁଜୁରାଟ ଦଙ୍ଗାରେ ଗଣଦୁଷ୍କର୍ମର ଶିକାର ହୋଇଥିବା ବିଲ୍କିସ୍ ବାନୋଙ୍କୁ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ କ୍ଷତିପୂରଣ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଏପ୍ରିଲ୍ 23 ତାରିଖରେ ବାନୋଙ୍କୁ 50 ଲକ୍ଷ ଟଙ୍କାର କ୍ଷତି ପୂରଣ ପ୍ରଦାନ କରିବା ପାଇଁ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଥିଲେ । ମାତ୍ର ଗୁଜୁରାଟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ସର୍ବୋଚ୍ଚ କୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହିତ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ କ୍ଷତିପୂରଣ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, 2002 ଗୁଜରାଟ ଦଙ୍ଗା ସମୟରେ ଗର୍ଭବତୀ ଥିବା 19 ବର୍ଷୀୟ ବିଲକିସ୍ ୟାକୁବ ରସୁଲ୍ଙ୍କୁ ଗଣ ଦୁଷ୍କର୍ମ କରାଯାଇଥିଲା ।
ଭାରତୀୟ ଟେନିସ୍ ଖେଳାଳି ସୁମିତ୍ ନାଗଲ ନିଜ କ୍ୟାରିୟର୍ର ପ୍ରଥମ ଏଟିପି ଟାଇଟଲ୍ ହାସଲ କରିଛନ୍ତି । ବ୍ୟୁନୋସ୍ ଏଇରେସ୍ରେ ଅନୁଷ୍ଠିତ ଏଟିପି ମାଷ୍ଟର୍ସରେ ନିଜର ପ୍ରଥମ ଟାଇଟଲ୍ ହାସଲ କରିଛନ୍ତି ନାଗଲ୍ । ଫାଇନାଲ୍ରେ ଆର୍ଜେଣ୍ଟିନାର ଫାଉସୁଣ୍ଡୋ ବାଗ୍ନିସ୍ଙ୍କୁ ସିଧାସଳଖ 6-4, 6-2 ସେଟ୍ରେ ପରାସ୍ତ କରିଛନ୍ତି ନାଗଲ୍ । 54160 ଡଲାର ପୁରସ୍କାର ରାଶି ବିଶିଷ୍ଟ ଏଟିପି ଚ୍ୟାଲେଞ୍ଜର ଫାଇନାଲ୍ରେ ମାତ୍ର 1 ଘଣ୍ଟା 40 ମିନିଟ୍ ସମୟ ନେଇ ଏହି ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ବିଜୟୀ ହେବା ସହିତ ନାଗଲ୍ ନିଜର ଫ୍ରେଞ୍ଚ ଓପନ ବିଫଳତାକୁ ଭୁଲି ଏହି ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଛନ୍ତି ।
ତିନି ଦିନ ଧରି ଉର୍ଦ୍ଧ୍ବମୁଖୀ ରହିଥିବା ଭାରତୀୟ ସେୟାର ବଜାର ଆଜି ତଳକୁ ଖସିଛି । ସପ୍ତାହର ପ୍ରଥମ ଦିନରେ ଆଜି ସେୟାର ବଜାର ତଳକୁ ଖସିଛି । ସୋମବାର ସେନ୍ସେକ୍ସ 310 ପଏଣ୍ଟ ତଳକୁ ଖସିଥିବା ବେଳେ ନିଫ୍ଟୀ 84 ପଏଣ୍ଟ ତଳକୁ ଖସିଛି । ସେନ୍ସେକ୍ସ 310.80 ପଏଣ୍ଟ ତଳକୁ ଖସି 38511.77 ପଏଣ୍ଟରେ ପହଞ୍ଚିଥିବା ବେଳେ ନିଫ୍ଟୀ 11500 ପଏଣ୍ଟ ତଳକୁ ଖସିଛି । 84 ପଏଣ୍ଟ ତଳକୁ ଖସିବା ସହିତ ନିଫ୍ଟୀ 11427.55 ପଏଣ୍ଟରେ ପହଞ୍ଚିଛି । ସେନ୍ସେକ୍ସ ଓ ନିଫ୍ଟୀରେ ହ୍ରାସର ହାର ଯଥାକ୍ରମେ 0.80 ଏବଂ 0.74 ପ୍ରତିଶତ ରହିଛି । ଏହି ସମୟରେ ୟେସ୍ ବ୍ୟାଙ୍କ, ଇଣ୍ଡସଇଣ୍ଡ ବ୍ୟାଙ୍କ, ଟାଟା ଷ୍ଟିଲ୍, ସନ୍ ଫାର୍ମା ଏବଂ ବେଦାନ୍ତ ସର୍ବାଧିକ କ୍ଷତି ସହିଥିବା ବେଳେ ଏଚ୍ସିଏଲ୍, ଟିସିଏସ୍ ଏବଂ ଇନ୍ଫୋସିସ୍ ପରି ଆଇଟି କମ୍ପାନୀ ସର୍ବାଧିକ ଲାଭ ହାସଲ କରିଛନ୍ତି ।
ଭଦ୍ରକ ନିକଟରେ ଏକ କୋଇଲା ବୋଝେଇ ମାଲଗାଡି ଲାଇନଚ୍ୟୁତ ହୋଇଛି । ତିହିଡି ଥାନା ନିକଟସ୍ଥ ଜିଝାରପୁର ଅଞ୍ଚଳରେ ଏହି ଘଟଣା ଘଟିଛି । ମାଲଗାଡିର 7ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଏହି କୋଇଲା ବୋଝେଇ ଟ୍ରେନ୍ଟି ଧାମରା ନିମନ୍ତେ ଯାଉଥିବା ଜଣାପଡିଛି । ଦୁର୍ଘଟଣାରେ କୌଣସି ପ୍ରାଣହାନି ଘଟିନଥିବା ବେଳେ ଦୁର୍ଘଟଣାର କାରଣ ସମ୍ପର୍କରେ ରେଳ ବିଭାଗ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି ।
ଲର୍ଣ୍ଣିଂ ଲାଇସେନ୍ସ ପାଇଁ ପ୍ରବଳ ଭିଡକୁ ନିୟନ୍ତ୍ରଣ କରିବାକୁ ରାଜଧାନୀରେ ପରିବହନ ବିଭାଗର ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ସହିଦ ନଗର ବିଏମସି ଅଫିସ୍ ଓ ଓଏସଆରଟିସି ପରିସରରେ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି । ଆଜିଠାରୁ ଆସନ୍ତା ଅକ୍ଟୋବର 4 ତାରିଖ ଯାଏଁ ଏହି ଦୁଇଟି ସ୍ଥାନରେ ଲର୍ଣ୍ଣିଂ ଲାଇସେନ୍ସ ମିଳିବ । ଆରଟିଓ ଅଫିସରେ ଗହଳି କାରଣରୁ ପରିବହନ ବିଭାଗ ଏକ ସ୍ଵତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଦିନ 10ରୁ ଅପରାହ୍ନ 5ଟା ଯାଏଁ ଏହି ସୁବିଧା ମିଳିବ ।
ଚୀନର ଏକ କାରଖାନାରେ ଅଗ୍ନିକାଣ୍ଡ ଘଟି 21 ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଚୀନ୍ର ପୂର୍ବ ଭାଗରେ ଥିବା ଝେନଜାଙ୍ଗର ନିଙ୍ଘାଇ କାଉଣ୍ଟିର ଏକ ରାସାୟନିକ କାରଖାନାରେ ରବିବାର ଅଚାନକ ନିଆଁ ଲାଗିଥିଲା । ସ୍ଥାନୀୟ ପ୍ରଶାସନ ପକ୍ଷର ମିଳିଥିବା ସୂଚନା ଅନୁଯାୟୀ ମୃତକମାନଙ୍କ ମଧ୍ୟରେ ଅଧିକାଂଶ ଶ୍ରମିକ ରହିଛନ୍ତି । ସେହିପରି ଅଗ୍ନିକାଣ୍ଡ ଯୋଗୁଁ ଆହୁରି ଅନେକ ଲୋକ ଆହତ ହୋଇଥିବା ଅନୁମାନ କରାଯାଉଛି । ଅଗ୍ନିକାଣ୍ଡର କାରଣ ଜଣା ପଡିନଥିବା ବେଳେ ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି ।
ଗତକାଲି ବିଳମ୍ବିତ ରାତିରେ ଇଣ୍ଡିଗୋର ଏକ ବିମାନ ଗୋଆ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି। ବିମାନଟି ଗୋଆରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିଲା। ବିମାନଟି ଟେକ ଅପ କରିବା ପରେ ଗୋଟିଏ ଇଂଜୀନିରେ ନିଆଁ ଲାଗିଥିବାର ପାଇଲଟ ଅନୁଭବ କଲେ। ଫଳରେ ବିମାନଟି ପୁଣି ଥରେ ଫେରାଇ ଆଣିବା ପାଇଁ ଜରୁରୀ ଖବର ଦେଲେ। ସେହି ଅନୁସାରେ ବିମାନଟି ପୁଣି ଥରେ ବିମାନ ବନ୍ଦରକୁ ଫେରିଆସିଲା। ସେଠାରୁ ଯାତ୍ରୀମାନଙ୍କୁ ତୁରନ୍ତ ଅପସାରଣ କରାଯାଇଥିଲା। ସେହି ବିମାନରେ ଗୋଆର ଜଙ୍ଗଲ ପରିବେଷ ଓ ଶକ୍ତି ମନ୍ତ୍ରୀ ନିଜର ଓସଡି ସହ ଯାତ୍ରା କରୁଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।
କେଦାର ମିଶ୍ର ଯେ କୌଣସି ଟେଲିଭିଜନ ଚାନେଲ ବା ଖବର କାଗଜ ଖୋଲିଲେ ଏବେ ଦୁଇ ପ୍ରକାର ଖବର ମିଳିବ। ପ୍ରଥମ ଖବରରେ ପାକିସ୍ତାନ ଓ ଦ୍ଵିତୀୟ ଖବରରେ ଭାରତର ଯେତେସବୁ ଜଳମଗ୍ନ ସହର। ପ୍ରବଳ ବର୍ଷାରେ ବିହାର ରାଜଧାନୀ ପାଟନା ଉବୁଟୁବୁ ହେଉଛି। ରାସ୍ତାରେ ଡଙ୍ଗା ଚାଲୁଛି। ଡାକ୍ତରଖାନା ଗୁଡିକରେ ବେକେ ପାଣି। ରେଳ ଷ୍ଟେସନ ଓ ବିମାନ ବନ୍ଦରରେ ବି ସମାନ ଅବସ୍ଥା। ଏ ଅବସ୍ଥା ଖାଲି ପାଟନାରେ ନୁହଁ। ପ୍ରଧାନମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ବାରାଣସୀର ରେଳଷ୍ଟେସନ ଆଗରେ ବନ୍ୟାର ଭ୍ରମ ସୃଷ୍ଟି ହୋଇଛି। ଏହା ପୂର୍ବରୁ ମୁମ୍ବାଇ ସହରର କୁଖ୍ୟାତ ବର୍ଷା ବିଷୟରେ ଆମେ ଜାଣିଛୁ। ବର୍ଷା ଆସିଲେ ମୁମ୍ବାଇ ସହରର ଜନଜୀବନ ଏକପ୍ରକାର ଠପ ହୋଇଯାଉଛି। ସ୍କୁଲ, କଲେଜ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହୁଛି। ଦେଶର ବ୍ୟାବସାୟିକ ଓ ଅର୍ଥନୈତିକ ରାଜଧାନୀ ଭାବରେ ପରିଚିତ ମୁମ୍ବାଇ ସହରର ଏ ଅବସ୍ଥା ବର୍ଷ ବର୍ଷ…
ସମୀକ୍ଷା ବ୍ୟୁରୋ ପବିତ୍ର ନବରାତ୍ର ପ୍ରତିପଦ ତିଥିରେ ଭୁବନେଶ୍ୱରର ଶହୀଦ ନଗରସ୍ଥିତ ‘ଆର୍ଯ୍ୟ ସମାଜ’ ପରିସରରେ ‘ନବମାତୃକା ପୂଜା ଅଭ୍ୟର୍ଥନା କମିଟି’ ତରଫରୁ ଭିନ୍ନ ଧରଣର ନବରାତ୍ର ପୂଜା କରାଯାଇଛି। ସାଧାରଣତଃ ନବରାତ୍ର ପୂଜାରେ ନଅ ଜଣ ଦେବୀଙ୍କୁ ପୂଜା କରାଯାଇଥାଏ। ହେଲେ ଆର୍ଯ୍ୟ ସମାଜରେ ପ୍ରତିବର୍ଷ ଦେବୀ ଭାବେ ନଅ ଜଣ ମହିଳାଙ୍କୁ ପୂଜା କରାଯାଉଛି। ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବାମହିଳାମାନଙ୍କୁ ସମାଜ ବାଛି ଏହି ପୂଜାରେ ବସାଇଥାନ୍ତି। ଚଳିତ ବର୍ଷ ସମାଜସେବୀ ବାସନ୍ତୀ ପାଣି, ଶିକ୍ଷାବିତ୍ କ୍ଷୀରୋଦ୍ରା ପରିଜା, ଚିକିତ୍ସିକା ଡାକ୍ତର ନାରାୟଣୀ ପଣ୍ଡା, ଅଭିନେତ୍ରୀ ଝରଣା ଦାସ, ସୁଗୃହିଣୀ କୁନ୍ତଳ କୁମାରୀ ସାମନ୍ତରାୟ, କୃଷି କ୍ଷେତ୍ରରେ ଶାନ୍ତିଲତା ରାଉଳ, ଶିଳ୍ପୀ ଶ୍ରୀମତୀ କନକଲତା ମହାନ୍ତି ଓ ସାହିତ୍ୟିକା ଡଃ ଇନ୍ଦିରା ପଟ୍ଟନାୟକଙ୍କୁ ଅଭିନନ୍ଦିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ନବମାତୃକା ପୂଜା ଅଭ୍ୟର୍ଥନା କମିଟିର ସଭାପତି ସାତକଡି଼ ହୋତା ଶୁଭାରମ୍ଭ କରିଥିଲା ବେଳେ କମିଟିର ଆବାହିକ…
ସମୀକ୍ଷା ବ୍ୟୁରୋ ଆସନ୍ତା ଅକ୍ଟୋବର 2 ତାରିଖରେ ମହାତ୍ମା ଗାନ୍ଧୀଙ୍କ ଜନ୍ମ ତିଥିରେ ପରିବେଷଣ ହେବ ଏକ ଭିନ୍ନ ଧରଣର ନାଟକ ନିର୍ବାଣ। ଭୁବନେଶ୍ବରର ଭଂଜକଳା ମଣ୍ଡପରେ ଏହି ନାଟକ ପରିବେଷଣ ହେବ। ମୁଖ୍ୟତଃ ଅର୍ଜୁନ ଯେପରି ଶ୍ରୀକୃଷ୍ଣଙ୍କ ଦ୍ବାରା ମାର୍ଗ ଦର୍ଶ ହେଉଥିଲେ ଠିକ୍ ସେହିପରି ମହାତ୍ମା ଗାନ୍ଧୀଙ୍କ ମାର୍ଗ ଦର୍ଶକ ଥିଲେ ଗୋଖଲେ। ଏହିପରି କେତେକ କାହାଣୀକୁ ନେଇ ନାଟକର ବିଷୟ ବସ୍ତୁ ଗତିଶୀଳ ହୋଇଛି। ଏହି ନାଟକର ନିର୍ଦ୍ଦେଶକ ହେଉଛନ୍ତି ଓଡିଆ ନାଟ୍ୟ ଜଗତର ପରିଚିତ ବ୍ୟକ୍ତିତ୍ବ ଶରତ ସମ୍ରାଟ। ସେ ମଧ୍ୟ ବିଭିନ୍ନ ଭୂମିକାରେ ଅଭନୟ କରିଛନ୍ତି। ଏହି ନାଟକରେ ଶରତ ପ୍ରାୟ 5ଟି ଭୂମିକାରେ ଦେଖିବାକୁ ମିଳିବ। ସେ ଗାନ୍ଧୀ, ନେହୁର, କୃଷ୍ଣ, ଶ୍ରୀରାମ ଏବଂ ବୁଦ୍ଧ ଭୂମିକାରେ ଅଭିନୟ କରିବେ। ଅନ୍ୟ ଯେଉଁମାନେ ଅଭିନୟ କରୁଛନ୍ତି ସେମାନଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରୁ ନାଟ୍ୟ କର୍ମଶାଳା ମାଧ୍ୟମରେ ଚୟନ କରାଯାଇଛି। ଏହି ନାଟକଟି ବେଶ…
KOLKATA, SEP 29 (UNI) A hand-pulled rickshawallah wading through knee-deep water in the city following torrents in Kolkata on Sunday.UNI PHOTO CAL 13
Two dogs surf during the annual Surf City Surf Dog competition at Huntington Beach, California, the United States,

