କଟକ ଏସସିବିରେ ଚିକିତ୍ସିତ ହେଉଛନ୍ତି କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗାକାଳିଆ । ଦିଲ୍ଲୀ ଏମସରୁ ଦୁଇ ଭାଇଙ୍କ ମୁଣ୍ଡ ଅଲଗା ହୋଇ କଟକ ଆସିବା ପରେ ଜଗା ପ୍ରାୟତଃ ସୁସ୍ଥ ରହିଛି । କିନ୍ତ କାଳିଆର ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି । କାଳିଆ ଏବେ ଗୁରୁତର ଅବସ୍ଥାରେ ଭେଂଟିଲେଟରରେ ରହିଛି । ତେବେ କାଳିଆର ସ୍ୱାସ୍ଥ୍ୟାବସ୍ଥା ନେଇ ଏସସବି ପକ୍ଷରୁ ଏମ୍ସ ଡାକ୍ତରଙ୍କ ପରାମର୍ଶ ନିଆଯାଇଛି । ଏସସିବି ଡାକ୍ତରଙ୍କ କହିବାନୁସାରେ, ଏମ୍ସ ଡାକ୍ତରଙ୍କ ପରାମର୍ଶରେ ଜଗା-କାଳିଆର ଚିକିତ୍ସା କରାଯାଉଛି । କାଳିଆର ଛାତିରେ ସଂକ୍ରମଣ ଓ ନିମୋନିଆ ମଧ୍ୟ ହୋଇଛି । ଯାହା ଫଳରେ ତାକୁ ଭେଂଟିଲେଟରରେ ରଖାଯାଇଛି। ତେବେ ବର୍ତ୍ତମାନ କାଳିଆର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସୂଚନାଯୋଗ୍ୟ, ଏକ ୧୪ ଜଣିଆ ଡାକ୍ତରୀ ଟିମ୍ କାଳିଆର ଅବସ୍ଥା ଉପରେ ନଜର ରଖିଛନ୍ତି । ଗତକାଲି କାଳିଆର ସ୍ୱାସ୍ଥ୍ୟାରେ ଅବନତି ଘଟିବା ପରେ ଏମ୍ସ ଡାକ୍ତରଙ୍କ ନିକଟକୁ ଚିଠି ଲେଖାଯାଇଥିଲା…
Author: Samikhsya Bureau
ବିହାରରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ନେଇ ରବିବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ୧୫ଟି ଜିଲାକୁ ରେଡ଼ ଆଲର୍ଟ ଜାରି କରିଥିବା ବେଳେ ୧୦ଟି ଜିଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ପ୍ରବଳ ବର୍ଷା ହେବା କାରଣରୁ ବନ୍ୟାସ୍ଥିତିକୁ ଦୃଷ୍ଟିରେ ରଖି କିଛି ଜିଲାର ସ୍କୁଲ ଓ ଅଙ୍ଗନବାଡ଼ିକୁ ଆଗାମୀ ୨ ଦିନ ପାଇଁ ବନ୍ଦ ରଖାଯାଇଛି। ସେହିଭଳି ବିହାରକୁ ଆସୁଥିବା ଓ ଯାଉଥିବା କିଛି ଟ୍ରେନକୁ ମଧ୍ୟ ବାତିଲ କରାଯାଇଛି। ଏନଡ଼ିଆରଏଫ ଓ ସେନା ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଉତ୍ତରପ୍ରଦେଶରେ ବନ୍ୟା ଯୋଗୁ ଗତ ୨ ଦିନ ମଧ୍ୟରେ ୭୯ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଶନିବାର ରାଜ୍ୟରେ ୩୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବିହାର ଏବଂ ମହାରାଷ୍ଟ୍ରରେ…
ବ୍ରହ୍ମପୁର ବିଦ୍ୟୁତପୁର କଲୋନୀରୁ ରବିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଏକ ପରିତ୍ୟକ୍ତ କୂଅରୁ ଏହି ମୃତଦେହ ଉଦ୍ଧାର ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଯୁବକ ଜଣଙ୍କ ୨ ଦିନ ହେବ ନିଖୋଜ ଥିଲେ। ଯୁବକଙ୍କ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। ତେବେ ଆଜି ଉଦ୍ଧାର ହୋଇଥିବା ମୃତଦେହ ସେହି ନିଖୋଜ ଯୁବକଙ୍କର ଜଣାପଡ଼ିଛି। ତେବେ ପୂର୍ବ ଶତ୍ରୁତା କାରଣରୁ ଯୁବକଙ୍କୁ କେହି ହତ୍ୟା କରି କୂଅରେ ପକାଇ ଦେଇଛି ବୋଲି ପୁଲିସ ସନ୍ଦେହ କରୁଛି ଓ ଘଟଣାର ତଦନ୍ତ ଜାରି ରଖିଛି।
ସମୀକ୍ଷା ବ୍ୟୁରୋ କାଶତଣ୍ଡୀର ଫୁଲେ ଫୁଲେ ଶରତ ଆସିସାରିଛି । ଆଉ ଚାରିଆଡେ ପାର୍ବଣର ମାହୋଲ୍ । ମା’ ଆସୁଛନ୍ତି । ଧରା ସୁସଜ୍ଜିତ ହୋଇ ଅପେକ୍ଷା କରିଛି । ଶାରଦୀୟ ଦୁର୍ଗାପୂଜାର ପ୍ରସ୍ତୁତି ହୋଇସାରିଲାଣି । ଆଜିଠାରୁ ଶାରଦୀୟ ନରବାତ୍ରି ଆରମ୍ଭ ହୋଇଯାଇଛି । ନବରାତ୍ରୀ ଅବସରରେ ଆଜି ଶ୍ରଦ୍ଧାଳୁମାନେ ଦେବୀଙ୍କୁ ମନ୍ଦିର ଓ ପୀଠରେ ପୂଜାର୍ଚ୍ଚନା କରିଛନ୍ତି । ଆଧ୍ୟାତ୍ମିକ ବିଶ୍ୱାସ ଅନୁସାରେ ନବରାତ୍ରୀର ପ୍ରଥମ ଦିନରେ ମା’ଙ୍କୁ ପୂଜାର୍ଚ୍ଚନା କଲେ ବହୁ ଆଶୀର୍ବାଦ ମିଳିଥାଏ । ଏହି କ୍ରମରେ ଆଜି ସାରା ଭାରତ ବର୍ଷରେ ଥିବା ପ୍ରସିଦ୍ଧ ଦେବୀ ପୀଠରେ ନବରାତ୍ରୀ ଆରମ୍ଭ ହୋଇଛି । ମା’ ଦୁର୍ଗା ନବରାତ୍ରୀ କାଳରେ ଭକ୍ତଙ୍କୁ ବିଭିନ୍ନ ବେଶରେ ଦର୍ଶନ ଦେବେ । ନବରାତ୍ରୀ ହେଉଛି ଦଶହରା ମହୋତ୍ସବର ଆଦ୍ୟ ପର୍ବ । ଆଶ୍ୱିନ ଶୁକ୍ଲପକ୍ଷର ପ୍ରତିପଦ ତିଥିରୁ ଏହା ଆରମ୍ଭ ହୋଇ ଦଶହରାରେ ଶେଷ ହୋଇଥାଏ । ଏହି ନବରାତ୍ରି…
ସମୀକ୍ଷା ବ୍ୟୁରୋ ରାଜ୍ୟକୁ ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବା ପାଇଁ ରାଜ୍ୟ ସରକାର ଏକ ଅଭିନବ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ତାହା ହେଲା କୋଣାର୍କରେ ପ୍ରାୟ 40 ଏକ ପରିମିତ ସ୍ଥାନରେ ନିର୍ମାଣ ହେବ ଆସ୍ଥାୟୀ ଟେଣ୍ଟ ହାଉସ। ଏହି ଆକର୍ଷଣୀୟ ଟେଣ୍ଟ ହାଉସରେ ରହିବାର ମଜ୍ଜା ସହିତ ଓଡିଶାର କଳା ସଂସ୍କୃତି ଉପରେ ପର୍ଯ୍ୟଟକଙ୍କୁ ଅବଗତ କରାଇବାକୁ ପ୍ରୟାସ କରାଯିବ। ଜାନୁୟାରୀ ମାସରୁ ଆରମ୍ଭ ହେବାକୁ ଥିବା ଏହି ଯୋଜନା ପ୍ରାୟ ତିନିମାସ ଧରି ଚାଲିବ। ଏହି ଟେଣ୍ଟ ହାଉସରେ ରହିବା ପାଇଁ ପର୍ଯ୍ୟଟକ ଭଡା ପ୍ରଦାନ କରିବେ। ସେଥିପାଇଁ ଏହି ଘରଗୁଡିକ ସଂପୂର୍ଣ୍ଣ ଆତ୍ୟାଧୁନିକ ରୂପରେ ନିର୍ମାଣ କରାଯିବ। ଲାଗିବ ଯେପରି ଟେଣ୍ଟ ହାଉସ ନୁହେଁ ସତ ଘରେ ଅବସ୍ଥାନ କରୁଛନ୍ତି। ମୁଖ୍ୟତଃ କୋଣାର୍କରେ ଦିନବେଳା ପର୍ଯ୍ୟଟକ ଆସିଥାନ୍ତି। ହେଲେ ରାତିରେ ସେଠାରେ ଦେଖିବାର କୌଣସି ବ୍ୟବସ୍ଥା ନ ଥିବାରୁ ପର୍ଯ୍ୟଟକମାନେ ରହିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ।…
ଚୀନ୍ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩୬ ଜଣଙ୍କର ମୃତ୍ୟୁ ଘଟିଥିବା ରବିବାର ଜଣାପଡ଼ିଛି । ସଡ଼କ ଦୁର୍ଘଟଣାରେ ଅନ୍ୟ ୩୬ ଜଣ ଗୁରୁତର ଥିବା ଗଣମାଧ୍ୟମର ଖବରରୁ ଜଣାପଡ଼ିଛି । ପୂର୍ବ ଚୀନରେ ଏକ ଦ୍ରୁତଗାମୀ ଯାତ୍ରୀବାହୀ ବସ ଏକ୍ସପ୍ରେସ ୱେରେ ଟ୍ରକକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଯାତ୍ରୀବାହୀ ବସ ପୂର୍ବ ଜିଆନସୁ ରାଜ୍ୟରେ ଶନିବାର ୬୯ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା । ବସ ଯାତ୍ରା କରୁଥିବା ବେଳେ ଏହାର ଏକ ଟାୟାରରେ କ୍ଷତି ପହଞ୍ଚିଥିଲା । ସେହି ସମୟରେ ଏକ ବସର ଚାଳକ ନିୟନ୍ତ୍ରଣ ହରାଇଥିଲେ । ଫଳରେ ବସ ଦୁର୍ଘଟଣାର ସମ୍ମୁଖୀନ ହୋଇ ଟ୍ରକକୁ ଧକ୍କା ଦେଇଥିଲା ।
କେଦାର ମିଶ୍ର ଏମିତି କୌଣସି ସରକାରୀ କାର୍ଯ୍ୟାଳୟ ନାହିଁ, ଯେଉଁଠି ଦଲାଲ ନାହାନ୍ତି। ସେ ସରକାରୀ ଡାକ୍ତରଖାନା ହେଉ ଅଥବା ପରିବହନ ଅଧିକାରୀଙ୍କ କାର୍ୟାଳୟ, ସେ ଜମିଜମା ନିବନ୍ଧକଙ୍କ ଅଫିସ ହେଉ ବା ସଚିବାଳୟ, ସବୁଠି ଦଲାଲ ଅଛନ୍ତି। ସାଧାରଣ ଲୋକ ସରକାରୀ ବାବୁଙ୍କୁ ସିଧା ସିଧା ଭେଟି ନିଜର ଅଭିଯୋଗ ଦାଖଲ କରିବାର ସୁଯୋଗ କମ ପାଇଥାଏ। ଅନ୍ତତଃ କେତୋଟି ନିର୍ଦ୍ଦିଷ୍ଟ ସରକାରୀ ବିଭାଗ ରହିଛି, ଯେଉଁଠି ବିନା ଦଲାଲରେ କାମ କରିବା ସମ୍ଭବ ନୁହେଁ। ତାର ଏକ ବଡ ଉଦାହରଣ ହେଉଛି ପରିବହନ ବିଭାଗ। ଆରଟିଓ ନାମରେ କୁଖ୍ୟାତ ଏହି ଅଫିସରେ ଶହ ଶହ ଦଲାଲ ଦୋକାନ ଖୋଲି ବସିଥାନ୍ତି। ବାବୁଙ୍କ ସଂଖ୍ୟା ତୁଳନାରେ ଦଲାଲଙ୍କ ସଂଖ୍ୟା ଢେର ବେଶୀ। ରାଜ୍ୟ ସରକାରୀ କର୍ମଚାରୀଙ୍କ ଭିତରେ ରହିଥିବା ଗୋଟେ ଅଜବ ମାନସିକତା ଏଥିପାଇଁ ଦାୟୀ। ବଡଭାଗ ସରକାରୀ କର୍ମଚାରୀ ଭାବନ୍ତି ସେମାନେ ଲୋକଙ୍କର ସେବକ ନୁହନ୍ତି, ବରଂ ନିଜ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର: ଧାରା ୩୭୦ ଓ ୩୫ (ଏ) ଉଚ୍ଛେଦ ମୋଦି ସରକାରଙ୍କ ଏକ ଐତିହାସିକ ନିଷ୍ପତି । ଏହା ଦ୍ୱାରା ଦେଶର ସମସ୍ତ ରାଜ୍ୟ ଭଳି ଜାମ୍ମୁକାଶ୍ମିର ବାସିନ୍ଦା କେନ୍ଦ୍ରସରକାରଙ୍କ ସମସ୍ତ ଯୋଜନାର ଲାଭ ଏବଂ ସୁବିଧା ନେଇପାରିବେ । ଏହି ଧାରା ହଟିବା ପରେ ଏହାର ଉବଲବ୍ଧୀ ଜନମାନସରେ ପହଂଚାଇବା ପାଇଁ ରାଜ୍ୟ ବିଜେପି ପକ୍ଷରୁ ଜନସଂର୍ପକ କାର୍ଯ୍ୟକ୍ରମ କରାଯାଉଛି । ଏଥି ସହ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ଭେଟି ଏ ସଂର୍ପକରେ ଅବଗତ କରାଯାଉଛି । ଏହି ଅବସରରେ ପୂର୍ବତନ ମନ୍ତ୍ରୀ କେ.ଭି ସିଂହଦେଓ ଏବଂ ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ଭେଟିି ଧାରା ୩୭୦ ଓ ୩୫ (ଏ) ଉଚ୍ଛେଦ ସଂର୍ପକରେ ଅବଗତ କରାଇଛନ୍ତି । ଉଭୟ ଅବସରପ୍ରାପ୍ତ ମେଜର ଜେନେରାଲ କେ.ପି ଧଳସାମନ୍ତଙ୍କୁ ଭେଟି ଏହି ଦୁଇ ଧାରା ଉଚ୍ଛେଦ ନେଇ ଆଲୋଚନା କରିବା ସହ…
ଉତ୍ତରାଖଣ୍ଡର ଦେବପ୍ରୟାଗଠାରେ ଶନିବାର ଦିନ ଏନଏଚ୍-୫୮ରେ ତିନିଧାରା ନିକଟରେ ଏକ ଗାଡ଼ି ଦୁର୍ଘଟଣାଗସ୍ତ ହୋଇଛି । ପାହାଡ଼ର ଭଗ୍ନାବଶେଷ ଏହି ଗାଡ଼ି ଉପରେ ପଡ଼ିବାରୁ ଗାଡ଼ିଟିର ଦୁର୍ଘଟଣା ଘଟିଥିଲା । ଏଥିରେ ୬ଜଣ ମୃତ୍ୟୁ ହୋଇଥିବାବେଳେ ୪ଜଣ ଗଭୀର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଏହି ଗାଡ଼ିଟିରେ ୧୦ଜଣ ଶ୍ରଦ୍ଧାଳୁ ରହିଥିଲେ । ଏହି ଦୁର୍ଘଟଣା ଭୂସ୍ଖଳନ ଯୋଗୁଁ ହୋଇଛି ବୋଲି ଜଣାପଡିଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି । ବିହାର, ଉତ୍ତରପ୍ରଦେଶ ସହିତ ଉତ୍ତରାଖଣ୍ଡରେ ମୂଷଳଧାରରେ ବର୍ଷା ହେବା ଯୋଗୁଁ ଏହିପରି ଘଟଣାମାନ ଦେଖାଯାଉଛି ।
ସମୀକ୍ଷା ବ୍ୟୁରୋ ଭାରତର ରାଷ୍ଟ୍ରପତି ତଥା ଭାରତୀୟ ସଶସ୍ତ୍ର ସେନାବାହିନୀର ସର୍ବୋଚ୍ଚ କମାଣ୍ଡର ଶ୍ରୀ ରାମନାଥ କୋବିନ୍ଦ ୨୮ ସେପ୍ଟେମ୍ବର ୨୦୧୯ରେ ଗୋପାଳପୁର ସେନା ଷ୍ଟେସନ ଠାରେ ସେନା ବାୟୁ ପ୍ରତିରକ୍ଷା ବାହିନୀକୁ ରାଷ୍ଟ୍ରପତି କଲର୍ସ ସମ୍ମାନରେ ସମ୍ମାନିତ କରିଛନ୍ତି । ସ୍ୱାଧୀନ ବାହିନୀ ଭାବେ ୨୫ ବର୍ଷର ଉଲ୍ଲେଖନୀୟ ସେବା ଲାଗି ସେନା ବାୟୁ ପ୍ରତିରକ୍ଷା ବାହିନୀକୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଆର୍ମୀ ଏଡି କେନ୍ଦ୍ରର ଲେଫନାଣ୍ଟ ବିବେକ ବିଜୟ ମୋରେ ସେନା ବାୟୁ ପ୍ରତିରକ୍ଷା ବାହିନୀ ପକ୍ଷରୁ ରାଷ୍ଟ୍ରପତିଙ୍କ ଠାରୁ କଲର୍ସ ସମ୍ମାନ ଗ୍ରହଣ କରିଥିଲେ। ଭାରତୀୟ ସ୍ଥଳ ସେନାର ଗୌରବପୂର୍ଣ୍ଣ ସମ୍ମାନ ମଧ୍ୟରେ ପ୍ରେସିଡେଂଟ କଲର୍ସ ଆୱାର୍ଡ ହେଉଛି ସର୍ବୋଚ୍ଚ ସମ୍ମାନ । ଯୁଦ୍ଧ ଏବଂ ଶାନ୍ତି ପ୍ରକ୍ରିୟାରେ ସେନାବାହିନୀର ପ୍ରଦର୍ଶନ ଏବଂ ଉପଲବ୍ଧି ଆଧାରରେ ରାଷ୍ଟ୍ରପତି କଲର୍ସ ଆୱାର୍ଡ ପ୍ରଦାନ କରାଯିବା ଲାଗି ସୈନ୍ୟ ବାହିନୀର ଚୟନ କରାଯାଇଥାଏ । ଦ୍ୱିତୀୟ ବିଶ୍ୱଯୁଦ୍ଧ…
ବଲିଉଡ଼ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଲାଲ କପ୍ତାନ’ର ଦ୍ବିତୀୟ ଟ୍ରେଲର ଶନିବାର ରିଲିଜ୍ ହୋଇଛି। ୧ ମିନିଟ୍ ୨୯ ସେକେଣ୍ଡର ଏହି ଟ୍ରେଲରରେ ଦୀପକ ଡୋବ୍ରିୟାଲଙ୍କ ଭୂମିକା ଉପରେ ଗୁରୁତ୍ବାରୋପ କରାଯାଇଛି। ଚଳଚ୍ଚିତ୍ରରେ ଦୀପକ ଏକ ବିଶେଷ ଭୂମିକାରେ ଅଭିନୟ କରିଛନ୍ତି, ଯାହାର କି ଶୁଂଘିବାର ଏ ଭିନ୍ନ କ୍ଷମତା ରହିଛି। ଏହାସହିତ ତାଙ୍କ ସହାୟତା ପାଇଁ ଚଳଚ୍ଚିତ୍ରରେ ୨ଟି ଶିକାରୀ କୁକୁର ମଧ୍ୟ ଅଛନ୍ତି। ନବଦୀପ ସିଂହଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ରରେ ସୈଫ୍ ଜଣେ ନାଗା ସାଧୁ ଭୂମିକାରେ ନଜର ଆସିବେ। ସୈଫଙ୍କ ଲୁକ୍ ମଧ୍ୟ ଜବରଦସ୍ତ ରହିଛି। ପୂର୍ବରୁ ଏହି ଫିଲ୍ମରେ ସୋନାକ୍ଷୀଙ୍କ ଲୁକ୍ ସାମ୍ନାକୁ ଆସିଥିଲା । ସୋନାକ୍ଷୀ ଏଥିରେ ଜଣେ ତୁର୍କୀ ମହିଳା ରୂପେ ନଜର ଆସିଛନ୍ତି । ଆସନ୍ତା ଅକ୍ଟୋବର ୧୮ ତାରିଖରେ ଏହି ଫିଲ୍ମଟି ପରଦା ଉପରକୁ ଆସିବ ।
ଆଜି ପବିତ୍ର ମହାଳୟା। ଆଜିଠୁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି। ଗତକାଲି ମଧ୍ୟରାତ୍ରରୁ ମାଆ ସମଲେଶ୍ୱରୀଙ୍କ ସ୍ନାନ ସମ୍ପନ୍ନ ପରେ ଧବଳମୁଖୀ ବେ କରାଯାଇଥିଲା। ମା’ଙ୍କର ଏହି ବେଶ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ପୂଜକମାନଙ୍କ ପକ୍ଷରୁ ଶଙ୍ଖ ଓ ଗୋପୀ ତିଳକରେ ମାଆଙ୍କଠାରେ ଧବଳ ପ୍ରଲେପ ଦିଆଯାଇ ଧବଳମୁଖୀ ବେଶ କରାଯାଇଥିଲା। ଏହି ବେଶ ଅଢ଼େଇଦିନ ଯାଏ ରହିବ। ଏହା ପରେ ମାଆ ସମଲେଶ୍ୱରୀ ଭିନ୍ନ ଭିନ୍ନ ଦିନରେ ଭିନ୍ନ ଭିନ୍ନ ରୂପରେ ଦର୍ଶନ ଦେବେ। ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଆଜି ଆଫଗାନିସ୍ଥାନଠାରେ ହେଉଥିବା ରାଷ୍ଟ୍ରପତି ନିର୍ବାଚନ ସମୟରେ ଏକ ଭୋଟିଂ ବୁ୍ଥ ପାଖରେ ବିସ୍ଫୋରଣ ହୋଇଛି । ଏଥିରେ ୧୫ଜଣ ଆହତ ହୋଇଥିବାର ସୂଚନା ରହିଛି । ଆଫଗାନିସ୍ଥାନ ରାଷ୍ଟ୍ରପତି ନିର୍ବାଚନରେ ଅଶରଫ୍ ଗନି ଓ ଅବଦୁଲ୍ଲା-ଅବଦୁଲ୍ଲାଙ୍କ ମଧ୍ୟରେ ନିର୍ବାଚନୀ ଲଢେଇ ହେଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ତରଫରୁ ତାଲିବାନ ଶାନ୍ତି ବାର୍ତ୍ତା ପ୍ରସଙ୍ଗକୁ ରଦ୍ଦ କରାଯିବା ପରେ ଆଫଗାନିସ୍ଥାନରେ ରାଜନୖେତିକ ଅନିଶ୍ଚିତତା ସୃଷ୍ଟି ହୋଇଛି । ତାଲିବାନରେ ମତଦାନ ପ୍ରକ୍ରିୟାରୁ ଦୂରରେ ରହିବାକୁ ଧମକ ଦିଆଯାଇଥିଲା । ଏହାକୁ ନଜର ରଖି ତାଲିବାନୀ ଆତଙ୍କବାଦୀଙ୍କ ସହ ମୁକାବିଲା କରିବା ପାଇଁ ଆଫଗାନିସ୍ଥାନରେ ଦଶହଜାର ସୁରକ୍ଷା ବଳକଙ୍କୁ ନିୟୋଜିତ କରାଯାଇଥଛି ।
ପରିବହନ କାର୍ଯ୍ୟାଳୟକୁ ମଧ୍ୟସ୍ଥ ଓ ଦଲାଲମୁକ୍ତ କରିବାକୁ ନିର୍ଦେଶ ଦେଇଛନ୍ତି ପରିବହନ କମିଶନର ସଂଜୀବ ପଣ୍ଡା । ସେହିପରି ଅଫିସରେ ପଶୁଥିବା ଦଲାଲ ବିରୋଧରେ ଥାନାରେ ଏତଲା ଦେବାକୁ ନିର୍ଦେଶ ଦିଆଯାଇଛି । ଏହି ଚିଠିରେ ପରିବହନ କାର୍ଯ୍ୟାଳୟକୁ ଦଲାଲ୍ ମୁକ୍ତ କରାଯିବା ନେଇ ଉଲ୍ଲେଖ କରାଯାଇଛି। ଅଫିସ୍ ପରିସରରେ ଥିବା ଅସ୍ଥାୟୀ କ୍ୟାବିନ୍ ବା ଘର ଉଚ୍ଛେଦ କରାଯିବ । କର୍ମଚାରୀଙ୍କ ପାଇଁ ବାଧ୍ୟତାମୂଳକ ହେବ ବିଭିନ୍ନ ରଙ୍ଗର ପରିଚୟ ପତ୍ର । ସରକାରୀ କର୍ମଚାରୀ ପିନ୍ଧିବେ ନୀଳ ଫିତା ବିଶିଷ୍ଟ ପରିଚୟ ପତ୍ର । ସେବା ପ୍ରଦାନକାରୀ ସଂସ୍ଥାର କର୍ମଚାରୀଙ୍କ ପାଇଁ ସବୁଜ ଫିତାର ପରିଚୟ ପତ୍ର । ସ୍ମାର୍ଟ ଚିପ୍ କମ୍ପାନି କର୍ମଚାରୀ ପିନ୍ଧିବେ ହଳଦିଆ ଫିତାର ପରିଚୟ ପତ୍ର । ଅଫିସ୍ରେ ମିଳୁଥିବା ସେବା ଓ ଦେୟର ତାଲିକା ପ୍ରଦର୍ଶିତ ହେବ । ସେହିପରି ସବୁ ଆରଟିଓ ଅଫିସ୍ରେ କିଓସ୍କ ମେସିନ୍ ଓ ସିସିଟିଭି ବାଧ୍ୟତାମୂଳକ,…
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଭୁବେନଶ୍ବର ଛାଡିଛନ୍ତି । ବାୟୁସେନାର ସ୍ବତନ୍ତ୍ର ବିମାନ ‘ରାଜକମଲ୍’ରେ ରାଷ୍ଟ୍ରପତି ଫେରିଛନ୍ତି । ଭୁବନେଶ୍ବର ବିମାନବନ୍ଦରଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ ବିଦାୟ ଜଣାଇଛନ୍ତି । ଦୁଇଦିନିଆ ଓଡ଼ିଶାଗସ୍ତରେ ଆସିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ବ୍ରହ୍ମପୁର ଗୋଳାବନ୍ଧ ଆର୍ମି ଏଡି ସେଣ୍ଟରରେ ରାଷ୍ଟ୍ରପତି ଦୀକ୍ଷାନ୍ତ ଉତ୍ସବ ପରେଡ୍ରେ ଯୋଗଦେଇଥିଲେ ରାଷ୍ଟ୍ରପତି । ଏୟାର ଡିଫେନ୍ସର ୨୫ ବର୍ଷ ପୂର୍ତ୍ତି ଅବସରରେ କର୍ପସ ଅଫ୍ ଆର୍ମି ଏୟାର ଡିଫେନ୍ସ ସେଣ୍ଟରକୁ ସର୍ବୋଚ୍ଚ ସମ୍ମାନ କଲର୍ସ ପୁରସ୍କାର ପ୍ରଦାନ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

