Author: Samikhsya Bureau

ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ନେଇ ଦାଖଲ ହୋଇଥିବା ସମସ୍ତ ଯାଚିକାରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଧାରା ୩୭୦ ଉଚ୍ଛେଦକୁ ନେଇ ୪ ସପ୍ତାହ ମଧ୍ୟରେ କେନ୍ଦ୍ର ସରକାର ଜବାବ ରଖିବାକୁ ସମ୍ବିଧାନ ଖଣ୍ଡପୀଠ କହିଛନ୍ତି। ତେବେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୪ରେ ହେବାକୁ ଯାଉଛି। ସୁପ୍ରିମକୋର୍ଟ କାଶ୍ମୀରକୁ ନେଇ ଦାଖଲ କରାଯାଇଥିବା ସମସ୍ତ ଯାଚିକାରେ ୫ଜଣିଆ ଖଣ୍ଡପୀଠ ଶୁଣାଣି କରୁଛନ୍ତି। ଘାଟିରେ ସାମ୍ବାଦିକମାନଙ୍କ ଯିବା ଆସିବାକୁ ନେଇ ଲାଗିଥିବା ପ୍ରତିବନ୍ଧକ, ନାବାଳକଙ୍କୁ ଅବୈଧ ଭାବରେ ହେପାଜତରେ ରଖିବା, ମୋବାଇଲ ଇଣ୍ଟରନେଟ୍‌ ସର୍ଭିସ୍‌ ବନ୍ଦ ଓ ନେତାଙ୍କ ଜମ୍ମୁକାଶ୍ମୀର ଓ ଶ୍ରୀନଗର ଗସ୍ତ ଉପରେ ପ୍ରତିବନ୍ଧିକ ଆଦି ମାମଲା ଯାଚିକାରେ ସାମିଲ ରହିଛି। ଜଷ୍ଟିସ୍ ଏନୱି ରମଣଙ୍କ ଅଧ୍ୟକ୍ଷତାରେ ଶୁଣାଣି କରାଯାଉଛି। ଅଗଷ୍ଟ ୫ରେ କେନ୍ଦ୍ର ସରକାର ଏକ ଐତିହାସିକ ପଦକ୍ଷେପ ନେଇ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ଏହାକୁ କେନ୍ଦ୍ରଶାସିତ ଅଂଚଳ…

Read More

ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଟ୍ବିଟ୍ଟର ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ରମଣ କରିଛନ୍ତି । ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ଧନ୍ୟବାଦ ଜଣାଇ ପରୋକ୍ଷରେ ମୋଦିଙ୍କୁ ଆକ୍ରମଣ କରିଛନ୍ତି ରାହୁଲ୍ । ମୋଦିଙ୍କ ଅବ୍‌ କୀ ବାର ଟ୍ରମ୍ପ ସରକାର ମନ୍ତବ୍ୟକୁ ନେଇ ଟ୍ବିଟ୍ଟରରେ ଜୟଶଙ୍କରଙ୍କ ସଫେଇ ପରେ ରାହୁଲ ଏହି ଟ୍ବିଟ୍‌ କରିଥିଲେ । ଏସ୍‌ ଜୟଶଙ୍କର ପୂର୍ବରୁ ବୈଦେଶିକ ମନ୍ତ୍ରଣାଳୟରେ କାର୍ଯ୍ୟ କରି ସାରିଛନ୍ତି ଏବଂ ବର୍ତ୍ତମାନ ସେ ମୋଦି ସରକାରରେ ବୈଦେଶିକ ମନ୍ତ୍ରୀ ରହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଭୁଲ୍‌କୁ ଘୋଡାଇବାକୁ ଚେଷ୍ଟା କରୁଥିବାରୁ ଜୟଶଙ୍କରଙ୍କୁ ଧନ୍ୟବାଦ । ମାତ୍ର ବୈଦେଶିକ ନୀତି ସମ୍ବନ୍ଧରେ ସେ ପ୍ରଧାନମନ୍ତ୍ରୀଙ୍କୁ କିଛି ଶିକ୍ଷା ଦିଅନ୍ତୁ ବୋଲି ରାହୁଲ୍‌ ଟ୍ବିଟ୍‌ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ହାଉଡି ମୋଦି କାର୍ଯ୍ୟକ୍ରମରେ ଅବ୍‌କୀ ବାର ଟ୍ରମ୍ପ ସରକାର ମତ ଦେଇଥିଲେ ।

Read More

ଗଞ୍ଜାମ ଗୋଳନ୍ଥରାରେ ୨ଟି ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଏହି ଘଟଣାରେ ଉଭୟ ଗୋଷ୍ଠୀର ୧୦ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇପଡ଼ିଛନ୍ତି । ଆଜି ଗଞ୍ଜାମ ଜିଲ୍ଲା ଗୋଳନ୍ଥରାର ୨ଟି ଗାଁ ରାମେୟାପାଟଣା ଓ ଚନ୍ଦନବାଡ଼ି ଗାଁ ମଧ୍ୟରେ ବାହୁଦା ନଦୀ ମୁହାଣରେ ମାଛ ମାରିବା ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ହୋଇଛି । ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଥିଲା । ଉଭୟ ଗୋଷ୍ଠୀର ୧୦ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇପଡ଼ିଛନ୍ତି । ଏଥିରେ ରାମେୟାପାଟଣା ଗାଁ ମୁଖିଆ ପି. ଋାମେୟାଙ୍କ ସମେତ ୫ଜଣ ଆହତ ହୋଇଛନ୍ତି । ସେହିପରି ଚନ୍ଦନବାଡ଼ି ଗାଁର ମଧ୍ୟ କିଛି ବ୍ୟକ୍ତି ଆହତ ହୋଇଛନ୍ତି । ସମସ୍ତଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ କେନ୍ଦ୍ର କରି ଉଭୟ ଗାଁରେ ଏବେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।…

Read More

ଆସନ୍ତାକାଲି ଅର୍ଥାତ ଗାନ୍ଧୀ ଜୟନ୍ତୀଠାରୁ ସାରା ରାଜ୍ୟରେ ପ୍ଲାଷ୍ଟିକ ଉପରେ କଟକଣା ଲାଗିବ । ବିଶେଷ କରି ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଉପରେ ରାଜ୍ୟ ସରକାର ବ୍ୟାନ ଲଗାଇଛନ୍ତି । ସରକାରଙ୍କ ନିୟମ ଅନୁସାରେ, ଆସନ୍ତାକାଲିଠାରୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଯେପରି ପ୍ଲାଷ୍ଟିକ ଗ୍ଲାସ, ପଲିଥିନ, ଚାମଚ, ବାଉଲ ଆଦି ବ୍ୟବହାର ଉପରେ ବ୍ୟାନ ଲାଗିବ । ସେହିଭଳି ୨୦୦ ମିମିର ପ୍ଲାଷ୍ଟିକ ପାଣି ବୋତଲ ଉପରେ ମଧ୍ୟ ବ୍ୟାନ ଲାଗିଛି। ଯଦି କେହି ପ୍ଲାଷ୍ଟିକ ପଲିଥିନ ବ୍ୟବହାର କରୁଥିବେ ତେବେ ସେମାନଙ୍କୁ ଜରିମାନା ଲଗାଯିବ । କେବଳ ୫୦ ମାଇକ୍ରୋନରୁ ଅଧିକ ମୋଟେଇର ପଲିଥିନ ବ୍ୟବହାର କରିବାକୁ ଅନୁମତି ଦିଆଯିବ । ପ୍ଲାଷ୍ଟିକ୍‌ କଟକଣା ନିୟମକୁ କଡାକଡି ପାଳନ କରିବା ପାଇଁ ଜଙ୍ଗଲ ଓ ପରିବେଶ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

Read More

ନୀତି ଆୟୋଗ ୨୦୧୬-୧୭ ବର୍ଷ ପାଇଁ ସ୍କୁଲ ଶିକ୍ଷା କ୍ବାଲିଟିର ରାକିଂ ଜାରି କରିଛନ୍ତି । ଏହି ରାକିଂରେ ଦେଶର ୨୦ଟି ବଡ଼ ବଡ଼ ରାଜ୍ୟକୁ ସ୍ଥାନିତ କରାଯାଇଛି । ଏହି ସୂଚକାଙ୍କରେ ପ୍ରଥମ ସ୍ଥାନରେ କେରଳ ରହିଥିବାବେଳେ ଅନ୍ତିମ ସ୍ଥାନରେ ରହିଛି ଉତ୍ତରପ୍ରଦେଶ । ଦ୍ବିତୀୟ ଏବଂ ତୃତୀୟସ୍ଥାନରେ ରହିଛନ୍ତି ରାଜସ୍ଥାନ ଓ କର୍ଣ୍ଣାଟକ । ଏହି ରିପୋର୍ଟ ଅନୁସାରେ କେରଳର ସ୍କୋର ୭୬.୬ ପ୍ରତିଶତ ଥିବାବେଳେ ଉତ୍ତରପ୍ରଦେଶର ସ୍କୋର ୩୬.୪ ପ୍ରତିଶ ରିହଛି । ‘ଦ ସକ୍ସସେସ୍‌ ଅଫ୍‌ ଓ୍ବାର ସ୍କୁଲସ-ସ୍କୁଲ ଏଜୁକେସନ୍‌ କ୍ବାଲିଟି ଇଣ୍ଡେକ୍ସ’  ଆଧାରରେ ଏହି ରିପୋର୍ଟ ଜାରି କରାଯାଇଛି ।  ନୀତି ଆୟୋଗ, ମାନବ ସଂଶାଧନ ବିକାଶ ମନ୍ତ୍ରାଳୟ ଓ ବିଶ୍ବବ୍ୟାଙ୍କ ଯୁଗ୍ମ ରୂପେ ଏହି ରିପୋର୍ଟକୁ ଜାରି କରିଛନ୍ତି । ସ୍କୁଲରେ ପିଲାଙ୍କ ଶିଖିବାର ପରିଣାମ ଉପରେ ଏହି ରିପୋର୍ଟ ଆଧାରିତ ହୋଇଛି । ଏହି ଇଣ୍ଡେକ୍ସରେ ୨୦୧୫-୧୬ ଆଧାର ବର୍ଷ ରୂପେ…

Read More

ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ୭୪ ବର୍ଷରେ ପାଦ ଦେଇଛନ୍ତି।  ଅକ୍ଟୋବର ୧, ୧୯୪୫ରେ ଉତ୍ତର ପ୍ରଦେଶର କାନପୁର ଦେହାତ ଜିଲ୍ଲାର ଏକ କୃଷକ ପାରିବାରରେ ଜନ୍ମଗ୍ରହଣ କରିଥିଲେ ରାମନାଥ କୋବିନ୍ଦ । କାନପୁର ନଗର ବିଏନଏସଡିରେ ଇଣ୍ଟରମିଡ଼ିଏଟ, ଡିଏବି କଲେଜରୁ ବାଣିଜ୍ୟରେ ସ୍ନାତକ ଏବଂ ଡିଏବି ଆଇନ ମହାବିଦ୍ୟାଳୟରୁ ଆଇନରେ ସ୍ନାତକ କରିଥିଲେ ରାଷ୍ଟ୍ରପତି କୋବିନ୍ଦ । ଦେଶର ୧୪ ତମ ରାଷ୍ଟ୍ରପତି ଭାବରେ ୨୦୧୭ରେ ଦାୟିତ୍ବ ଗ୍ରହଣ କରିଛନ୍ତି ରାମନାଥ କୋବିନ୍ଦ । ରାଜନୀତିରେ ପ୍ରବେଶ ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମ୍‌କୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରିଥିଲେ । ୧୯୯୧ ମସିହାରେ ବିଜେପିରେ ଯୋଗଦେଇଥିଲେ ରାମନାଥ କୋବିନ୍ଦ ।  ଦଳର ମୁଖପାତ୍ରରେ କାର୍ଯ୍ୟ କରିଛନ୍ତି ରାମନାଥ କୋବିନ୍ଦ ।  ୧୯୯୪ ମସିହାରେ ଉତ୍ତରପ୍ରଦେଶର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।  ୨୦୧୫ ମସିହାରେ ବିହାରର ରାଜ୍ୟପାଳ ଭାବେ କାର୍ଯ୍ୟ କରିଛନ୍ତି । ୨୦୧୭ ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ତରଫରୁ…

Read More

ନୂତନ ମୋଟର ଯାନ ଆକ୍ଟ ଲାଗୁ ହେବା ପରଠୁ ମୋଟା ଅଙ୍କର ତଣ୍ଡ ଗଣିବା ପରେ ଗାଡ଼ିଚାଳକଙ୍କୁ କାଗଜପତ୍ର ପ୍ରସ୍ତୁତି ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଉଠାଇଛନ୍ତି। ଡ୍ରାଇଭିଂ ଲାଇସେନ୍ସ ପାଇଁ ଅଧିକ କାଉଣ୍ଟର ଖୋଲିବା ସହିତ  ଯାଞ୍ଚରେ ତିନି ମାସ କୋହଳ ପରେ ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ଉଠାଇଛନ୍ତି। ଏବେ ସରକାର ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ(ଏଚଏସଆରପି) କଟକଣା ୧ ମାସ କୋହଳ କରିଛନ୍ତି। ଅକ୍ଟୋବର ୧ ପରିବର୍ତ୍ତେ ଅକ୍ଟୋବର ୩୧ ଯାଏ କଟକଣା କୋହଳ କରାଯାଇଛି। ରାଜ୍ୟ ସରକାର ପୂଜା ଅବକାଶକୁ ଦୃଷ୍ଟିରେ ରଖି ଏହି କୋହଳ କରିଛନ୍ତି। ଏହି ମାସେ ଭିତରେ ଗାଡ଼ି ଡିଲର ଅଣ ଏଚଏସଆରପି ପ୍ଲେଟ୍ କାଢି ଏଚଏସଆରପି ପ୍ଲେଟ୍ ଦେବେ। ଯଦି ଡିଲର ଧାର୍ଯ୍ୟ ସମୟ ଭିତରେ ଏଚଏସଆରପି ପ୍ଲେଟ୍ ନଦିଅନ୍ତି ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର କହିଛନ୍ତି। ଏହା ବ୍ୟତୀତ ଏଚଏସଆରପି ବିନା ଗାଡ଼ି କ୍ରେତାଙ୍କୁ…

Read More

ବ୍ୟାଙ୍କ କାର୍ଯ୍ୟ ସମୟରେ ପରିବର୍ତ୍ତନ ହୋଇଛି । ଏଣିକି ଗ୍ରାହକଙ୍କ ପାଇଁ ବ୍ୟାଙ୍କ କାର୍ଯ୍ୟ ଅବଧି ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ରହିବାକୁ ନିଷ୍ପତି ହୋଇଛି । ଏନେଇ ଗତକାଲି  ୟୁକୋ ବ୍ୟାଙ୍କ ଅଧ୍ୟକ୍ଷ ଅତୁଲ କୁମାର ଗୋୟଲ ସୂଚନା ଦେବା ପରେ ଆଜିଠାରୁ ବ୍ୟାଙ୍କ ସମୟରେ ପରିବର୍ତ୍ତନ ହେବ । ଗତକାଲି ଷ୍ଟେଟ ଲେବଲ ବ୍ୟାଙ୍କର୍ସ କମିଟିର ୧୫୬ ତମ ବୈଠକ ବସିଥିଲା । ଏହି ବୈଠକରେ ରାଜ୍ୟର ସମସ୍ତ ସରକାରୀ ବ୍ୟାଙ୍କ ଗୁଡ଼ିକ ଗ୍ରାହକଙ୍କ କାର୍ଯ୍ୟ ପାଇଁ ଅବଧି ୧୦ଟାରୁ ୪ଟା ଯାଏଁ ରହିବ ବୋଲି ନିଷ୍ପତ୍ତି ହୋଇଥିଲା । ପୂର୍ବରୁ ଏହି ବ୍ୟାଙ୍କ ଗୁଡ଼ିକ ଖୋଲିବା ସମୟ ଭିନ୍ନ ଭିନ୍ନ ରହିଥିଲା । ତେଣୁ ଏଥିରେ ପରିବର୍ତ୍ତନ କରି ବ୍ୟାଙ୍କ ଗ୍ରାହକଙ୍କ ସୁବିଧା ପାଇଁ ନୀତିଗତ ଭାବେ ଆଜିଠାରୁ ନୂଆ ନିୟମ ସମସ୍ତ ସରକାରୀ ବ୍ୟାଙ୍କ ପାଇଁ ଲାଗୁ କରାଯାଇଛି । ରାଜ୍ୟର ସବୁ ସରକାରୀ…

Read More

କେଦାର ମିଶ୍ର ସବୁଠି ଚର୍ଚ୍ଚା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ଷମତା କୁଆଡେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଢେର ଅଧିକ। କ୍ଷମତା ମାପିବା ଲାଗି “ଇଣ୍ଡିଆନ ଏକ୍ସପ୍ରେସ” କେଉଁ ମାପକ ବା ମାନକ ବ୍ୟବହାର କରିଥିଲେ ଆମେ ଜାଣିନୁ। ତେବେ ଏକଥା ସ୍ଵୀକାର କରିବାରେ ଅସୁବିଧା ନାହିଁ  ଯେ ସରକାରରେ ଯେ ରହିଲା, ତାଙ୍କର କ୍ଷମତା ସବୁବେଳେ ଅଧିକ। ଦେଶର ଖ୍ୟାତନାମା ଇଂରାଜୀ ଖବର କାଗଜ “ଇଣ୍ଡିଆନ ଏକ୍ସପ୍ରେସ” ଗୋଟେ ଶହେ ଜଣିଆ କ୍ଷମତାଶାଳୀ ଲୋକଙ୍କ ତାଲିକା ତିଆରି କରିଛି। ଯେଉଁ ତାଲିକାରେ ରାଜନେତା, ଅମଲା, ବ୍ୟବସାୟୀ, ସିନେ ତାରକା, କଳାକାର, ବିଚାରପତି ଇତ୍ୟାଦି ବିଭିନ୍ନ ବୃତ୍ତିର ଲୋକ ଅଛନ୍ତି। ଦେଶର ସବୁଠୁ ବଡ କ୍ଷମତାଶାଳୀ ଲୋକ ଭାବରେ ସ୍ଵାଭାବିକ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଦୁଇ ନମ୍ବରରେ ତାଙ୍କର ସେନାପତି ଅମିତ ଶାହା ରହିଛନ୍ତି। ମୋଦୀଙ୍କଠୁ ଆରମ୍ଭ ହୋଇଥିବା ଏ ତାଲିକା ସିନେମା ଅଭିନେତ୍ରୀ ଦୀପିକା…

Read More

ଦୁର୍ଗାପୂଜା ଅବସରରେ ସମୀକ୍ଷା ଡଟ କମ ତରଫରୁ ସେଲଫି ପ୍ରତିଯୋଗୀତା କରାଯାଉଛି। ଆପଣ ଆପଣଙ୍କ ଅଞ୍ଚଳରେ ମା ଦୁର୍ଗାଙ୍କ ସହିତ ସେଲଫି ନିଅନ୍ତୁ ଆଉ ଆମ ହ୍ବାଟସପ ନମ୍ବରରେ ପଠାନ୍ତୁ। ସେଥିରେ ଆପଣଙ୍କ ନାମ ଓ ଅଞ୍ଚଳର ନାମ ଜିଲ୍ଲାର ନାମ ଲେଖି ପଠାନ୍ତୁ। ଶ୍ରେଷ୍ଠ ଫଟୋକୁ ଦିଆଯିବ ପୁରସ୍କାର ହ୍ବାଟସଆପ ନମ୍ବର ହେଲା-6371698369

Read More

ଭାରତୀୟ ଜନତା ପାର୍ଟି(ବିଜେପି) ହରିୟାଣା ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି । 90 ବିଧାନସଭା ଆସନରୁ ବିଜେପି ପ୍ରଥମ ତାଲିକାରେ 78 ଜଣ ପ୍ରାର୍ଥୀଙ୍କ ନାମ ଜାରି କରିଛି । ନିକଟରେ ଦଳରେ ଯୋଗ ଦେଇଥିବା କ୍ରୀଡାବିତ୍‌ ଫୋଗଟ, ଯୋଗେଶ୍ଵର ଦତ୍ତ ଓ ସନ୍ଦୀପ ସିଂହଙ୍କୁ ମଧ୍ୟ ବିଜେପି ଟିକେଟ୍ ଦେଇଛି । ଏଥିରେ 38 ଜଣ ବର୍ତ୍ତମାନର ବିଧାୟକଙ୍କୁ ଟିକେଟ୍ ଦିଆଯାଇଥିବା ବେଳେ ୭ ବିଧାୟକଙ୍କ ଟିକେଟ୍ କଟାଯାଇଛି । ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଏଥର ନିର୍ବାଚନରେ କରନାଲ ଆସନରୁ ପ୍ରାର୍ଥୀ କରାଯାଇଛି। ଏହା ବ୍ୟତୀତ କୁସ୍ତିଯୋଦ୍ଧା ଯୋଗେଶ୍ଵର ଦତ୍ତଙ୍କୁ ବରୋଦା, ହକି ଖେଳାଳି ସନ୍ଦୀପ ସିଂହଙ୍କୁ ପିଟୁଆ ଏବଂ ବବିତା ଫୋଗଟଙ୍କୁ ଦାଦ୍ରିରୁ ପ୍ରାର୍ଥୀ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ହରିୟାଣାରେ ଅକ୍ଟୋବର 21 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ।

Read More

ମିଳିତ ଜାତିସଂଘରେ କାଶ୍ମୀର ମାମଲାରେ ମତ ରଖିଛନ୍ତି ମାଲେସିଆ ପ୍ରଧାନମନ୍ତ୍ରୀ ମହାଥୀର ମହମ୍ମଦ । ଭାରତ ବଳପୂର୍ବକ ପାକିସ୍ତାନକୁ ଅକ୍ତିଆର କରିଛି ବୋଲି ମହମ୍ମଦ ମତ ଦେଇଛନ୍ତି । ଉଭୟ ଭାରତ ଏବଂ ପାକିସ୍ତାନ ମିଳିତ ଭାବରେ କାଶ୍ମୀର ସମସ୍ୟାର ସମାଧାନ କରିବା ଉଚିତ୍‌ ବୋଲି ନିଜ ବକ୍ତବ୍ୟରେ କହିଛନ୍ତି ମହମ୍ମଦ । ଭାରତ ମିଳିତ ଜାତିସଂଘର ନିଷ୍ପତ୍ତିକୁ ବିରୋଧ କରିବା ସହିତ ଅନ୍ୟ ସମସ୍ତ ରାଷ୍ଟ୍ର ମାନଙ୍କ ନିମନ୍ତେ ଏକ ଖରାପ ଉଦାହରଣ ସୃଷ୍ଟି କରୁଛି । ଭାରତ ନିକଟରେ କାଶ୍ମୀର ଅଧିକାର କରିବାର ଅନେକ କାରଣ ରହିଛି ମାତ୍ର ଯେପରି ପରସ୍ଥିତିରେ ବଳପୂର୍ବକ ଭାବରେ ଏହା କାଶ୍ମୀର ଅଧିକୃତ କଲା ତାହା ଗ୍ରହଣଯୋଗ୍ୟ ନୁହେଁ । ମିଳିତ ଆଲୋଚନା ମାଧ୍ୟମରେ ଭାରତ ଏବଂ ପାକିସ୍ତାନ ଏହି ସମସ୍ୟାର ସମାଧାନ ବାହାର କରିବା ଉଚିତ୍‌ ବୋଲି ମାଲେସିଆ ପ୍ରଧାନମନ୍ତ୍ରୀ ମତ ଦେଇଥିଲେ ।

Read More

ରାଜ୍ୟପାଳ ଗଣେଶୀ ଲାଲ୍‌ ଦୁଇ ବିଶ୍ବବିଦ୍ୟାଳୟର କୁଳପତି ନିଯୁକ୍ତି କରିଛନ୍ତି ।  ପ୍ରଫେସର ଗୋବିନ୍ଦ ଜେ. ଚକ୍ରପାଣିଙ୍କୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି  ଓ ହରିହରି ହୋତାଙ୍କୁ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର କୁଳପତି ରୂପେ ନିଯୁକ୍ତି ମିଳିଛି ।

Read More

କରତାପୁର କରିଡର ବାହାନାରେ ପାକିସ୍ତାନ ଏବେ ଭାରତ ସହିତ ନୂତନ ଚାଲ ଖେଳିଛି। ପାକିସ୍ତାନ ସରକାର କହିଛି ଯେ କରତାପୁର କରିଡରର ଉଦଘାଟନ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଆମନ୍ତ୍ରଣ ଦିଆଯିବ। ପାକିସ୍ତାନ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ ଦେବ ନାହିଁ। ଭାରତୀୟ ଶିଖ୍ ତୀର୍ଥଯାତ୍ରୀଙ୍କ ପାଇଁ କରତାପୁର କରିଡର ନଭେମ୍ବର ୯ରେ ଖୋଲାଯିବ। ପାକିସ୍ତାନ ବୈଦେଶିକ ମନ୍ତ୍ରୀ  ଶାହ ମେହମୁଦ କ୍ୟୁରେସୀ କହିଛନ୍ତି ଯେ, ତାଙ୍କ ଦେଶ କରତାପୁର କରିଡର ଉଦଘାଟନ ପାଇଁ ମନମୋହନ ସିଂହଙ୍କୁ ଔପଚାରିକ ନିମନ୍ତ୍ରଣ ପଠାଇବ। ମାତ୍ର ପାକ୍ ବୈଦେଶିକ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ ଦେବା ନେଇ କିଛି କହିନାହାନ୍ତି।

Read More

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣବଳୟ ପ୍ରଭାବରେ ଆସନ୍ତା ୨୪ଘଣ୍ଟା ରାଜ୍ୟରେ ବର୍ଷା ଜାରି ରହିବ । ଏହା ସହ ଆଜି ସନ୍ଧ୍ୟା ୬ଟା ମଧ୍ୟରେ ରାଜ୍ୟର ୯ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ପୂର୍ବାନୁମାନ କରି ସନ୍ଧ୍ୟା ୬ଟା ସୁଦ୍ଧା ୯ଟି ଜିଲ୍ଲାକୁ ସତର୍କ ରହିବା ପାଇଁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।  ଘଡଘଡି ସହ ବର୍ଷା ହେବା ସମ୍ଭାବନା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଥିବା ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗୀର, କଳାହାଣ୍ଡି, ସୁନ୍ଦରଗଡ଼ ସମ୍ବଲପୁର ଏବଂ ମୟୂରଭଞ୍ଜ । ଆସନ୍ତା ୨୪ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ପାଇଁ ୧୦ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, କଟକ, ଢ଼େଙ୍କାନାଳ, ଭଦ୍ରକ, କେନ୍ଦ୍ରାପଡ଼ା,ବାଲେଶ୍ୱର ଓ ମୟୁରଭଞ୍ଜ ରହିଛି।

Read More

ସମୀକ୍ଷା ବ୍ୟୁରୋ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ ପକ୍ଷରୁ 100 ଜଣ ଲୋକପ୍ରିୟ ଭାରତୀୟଙ୍କ ତାଲିକା ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ ଶ୍ରେଷ୍ଠ 10 ଜଣଙ୍କ ମଧ୍ୟରେ ସର୍ବାଧିକ ବିଜେପି ଏବଂ ଆରଏସ୍‌ଏସ୍‌ କର୍ମୀ ରହିଥିବା ବେଳେ କେବଳ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଏବଂ ମୁକେଶ ଅମ୍ବାନୀ ଅଣ ରାଜନୈତିକ ବ୍ୟକ୍ତି ଭାବରେ ଶ୍ରେଷ୍ଠ 10ରେ ସ୍ଥାନ ପାଇଛନ୍ତି । ଗୃହମନ୍ତ୍ରୀ ଅମିତ ଶାହା ମୋଦିଙ୍କ ପରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ତୃତୀୟ ସ୍ଥାନରେ ରହିଛନ୍ତି । ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀ ପଞ୍ଚମ ସ୍ଥାନରେ ରହିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଷଷ୍ଠ , ଏନ୍‌ଏସ୍‌ଏ ମୁଖ୍ୟ ଅଜିତ୍‌ ଡୋଭାଲ୍‌ ସପ୍ତମ, ଅର୍ଥମନ୍ତ୍ରୀ ନିର୍ମଳା ସିୀତାରମଣ ଅଷ୍ଟମ,…

Read More

ସମୀକ୍ଷା ବ୍ୟୁରୋ ବିଜେପୁର ଉପନିର୍ବାଚନ ପାଇଁ ୭ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ବିଜେପିର ସନତ ଗଡତିଆ, ବିଜେଡିର ରୀତା ସାହୁ, କଂଗ୍ରେସର ଦିଲ୍ଲୀପ ପଣ୍ଡାଙ୍କ ସମେତ ଅଖିଳ ଭାରତୀୟ ହିନ୍ଦୁ ମହାସଭା ଓ ସମାଜବାଦୀର ପାର୍ଟିର ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ଦୁଇ ଜଣ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ଏହି ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପଦ୍କପୁର ଉପଜିଲ୍ଲାପାଳ ଏହି ସମ୍ବନ୍ଧୀୟ ସୂଚନା ଦେଇଛନ୍ତି । କଂଗ୍ରେସର ଗଡ଼ ଥିବା ବିଜେପୁର ସୁବଳ ସାହୁଙ୍କ ମୃତ୍ୟୁ ପରେ ବିଜେଡ଼ି ଆସନ ତରଫରୁ ରୀତା ସାହୁ ଟିକେଟ ପାଇ ଜିତିଥିଲେ । ତେବେ ସେତେବେଳେ ସମବେଦନା ମୂଳକ ଭୋଟ ହେଉ ଅଥବା ବିଜେପୁର ପ୍ରତି ବିଜେଡ଼ିର ଫୋକସ୍‌ ପ୍ଲାନ୍‌ ହେଉ କିନ୍ତୁ ବିଜେଡ଼ି ସେଠାରେ ବାଜିମାତ୍‌ କରିଥିବାବେଳେ ଚଳିତ ସାଧାରଣ ନିର୍ବାଚନରେ ବିଜେଡ଼ି ସୁପ୍ରିମୋ ବିଜେପୁର ଆସନର ଛିଡା…

Read More

ଆଇଏନଏକ୍ସ ମିଡିଆ ଦୁର୍ନୀତିରେ ଜେଲରେ ବନ୍ଦୀ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆଶ୍ଵସ୍ତି ମିଳିନାହିଁ। ସୋମବାର ହାଇକୋର୍ଟ ପୂର୍ବତନ ଅର୍ଥମନ୍ତ୍ରୀଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ସିବିଆଇ ଚିଦାମ୍ବରମଙ୍କୁ ଜାମିନ ଦିଆଯିବାକୁ କୋର୍ଟରେ ବିରୋଧ କରିଥିଲା। ସୋମବାର ହାଇକୋର୍ଟ  କହିଛନ୍ତି ଯେ ଚିଦାମ୍ବରମଙ୍କୁ ଜାମିନ ଦେଲେ ତଥ୍ୟ ପ୍ରମାଣ ନଷ୍ଟ ନହେଲେ ବି ସାକ୍ଷୀଙ୍କୁ ପ୍ରଭାବିତ କରିବାର ସମ୍ଭାବନା ଅଧିକ ରହିଛି। ଏବେ ଚିଦାମ୍ବରମ ତିହାର ଜେଲରେ ବନ୍ଦୀ ଅଛନ୍ତି ଏବଂ ଏବେ ଜାମିନ ଖାରଜ ହେବାରୁ ତାଙ୍କୁ ଜେଲରେ ହଁ ରହିବାକୁ ପଡ଼ିବ। ଚିଦାମ୍ବରମଙ୍କୁ ସିବିଆଇ ଅଗଷ୍ଟ ୨୧ରେ ଗିରଫ କରିଥିଲା। ସିବିଆଇ ଓ ଇଡି ଆଇଏନଏକ୍ସ ମିଡିଆର ପ୍ରମୋଟର ଇନ୍ଦ୍ରାଣୀ ମୁଖାର୍ଜୀ ଏବଂ ତାଙ୍କ ସ୍ଵାମୀ ପିଟର ମୁଖାର୍ଜୀଙ୍କ ବୟାନ ଆଧାରରେ ଚିଦାମ୍ବରମଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା।

Read More

ବାଲେଶ୍ୱର ହସ୍ପିଟାଲ ପରିସରରେ ଥିବା ଏଏନଏମ ତାଲିମ କେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ତାଲିମ କେନ୍ଦ୍ରର ଛାତରୁ କଂକ୍ରିଟ ଖସି ୨ଜଣ ଏଏନଏମ ଆହତ ହୋଇଛନ୍ତି । ଆଜି ତାଲିମ ନେଉଥିବାବେଳେ ତାଲିମ କେନ୍ଦ୍ରର ଛାତରୁ କଂକ୍ରିଟର ଏକ ବଡ ଖଣ୍ଡ ଖସି ପଡିଥିଲା । ଫଳରେ ସେହି ସମୟରେ ଉପସ୍ଥିତ ଥିବା ୨ ଏଏନଏମଙ୍କ ଉପରେ ଏହା ପଡିଥିଲା । ଫଳରେ ସେମାନେ ଆହତ ହୋଇଥିଲେ । ତେବେ ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।  ଏହି ଅଘଟଣ ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି । ଏଏନଏମମାନେ ସିଡିଏମଓ ଅଫିସରେ ତାଲା ପକାଇଛନ୍ତି ।

Read More