Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଧର୍ମେନ୍ଦ୍ର ପ୍ରଧାନ କୁଆଡେ ଅଧିକ କ୍ଷମତାଶାଳୀ, ତେବେ ଏତେ କ୍ଷମତା ଥାଇ ସେ ନିର୍ବାଚନ ଲଢିବାକୁ ପଛଘୁଞ୍ଚା ଦେଉଛନ୍ତି କାହିଁକି??
ବିଶେଷ ଖବର

ଧର୍ମେନ୍ଦ୍ର ପ୍ରଧାନ କୁଆଡେ ଅଧିକ କ୍ଷମତାଶାଳୀ, ତେବେ ଏତେ କ୍ଷମତା ଥାଇ ସେ ନିର୍ବାଚନ ଲଢିବାକୁ ପଛଘୁଞ୍ଚା ଦେଉଛନ୍ତି କାହିଁକି??

October 1, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଧର୍ମେନ୍ଦ୍ର ପ୍ରଧାନ କୁଆଡେ ଅଧିକ କ୍ଷମତାଶାଳୀ, ତେବେ ଏତେ କ୍ଷମତା ଥାଇ ସେ ନିର୍ବାଚନ ଲଢିବାକୁ ପଛଘୁଞ୍ଚା ଦେଉଛନ୍ତି କାହିଁକି??

କେଦାର ମିଶ୍ର

ସବୁଠି ଚର୍ଚ୍ଚା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ଷମତା କୁଆଡେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଢେର ଅଧିକ। କ୍ଷମତା ମାପିବା ଲାଗି “ଇଣ୍ଡିଆନ ଏକ୍ସପ୍ରେସ” କେଉଁ ମାପକ ବା ମାନକ ବ୍ୟବହାର କରିଥିଲେ ଆମେ ଜାଣିନୁ। ତେବେ ଏକଥା ସ୍ଵୀକାର କରିବାରେ ଅସୁବିଧା ନାହିଁ  ଯେ ସରକାରରେ ଯେ ରହିଲା, ତାଙ୍କର କ୍ଷମତା ସବୁବେଳେ ଅଧିକ। ଦେଶର ଖ୍ୟାତନାମା ଇଂରାଜୀ ଖବର କାଗଜ “ଇଣ୍ଡିଆନ ଏକ୍ସପ୍ରେସ” ଗୋଟେ ଶହେ ଜଣିଆ କ୍ଷମତାଶାଳୀ ଲୋକଙ୍କ ତାଲିକା ତିଆରି କରିଛି। ଯେଉଁ ତାଲିକାରେ ରାଜନେତା, ଅମଲା, ବ୍ୟବସାୟୀ, ସିନେ ତାରକା, କଳାକାର, ବିଚାରପତି ଇତ୍ୟାଦି ବିଭିନ୍ନ ବୃତ୍ତିର ଲୋକ ଅଛନ୍ତି। ଦେଶର ସବୁଠୁ ବଡ କ୍ଷମତାଶାଳୀ ଲୋକ ଭାବରେ ସ୍ଵାଭାବିକ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଦୁଇ ନମ୍ବରରେ ତାଙ୍କର ସେନାପତି ଅମିତ ଶାହା ରହିଛନ୍ତି। ମୋଦୀଙ୍କଠୁ ଆରମ୍ଭ ହୋଇଥିବା ଏ ତାଲିକା ସିନେମା ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପାଖରେ ସରିଛି।

ଦେଶର ଶହେ ଜଣ କ୍ଷମତାଶାଳୀ ଲୋକଙ୍କ ତାଲିକାରେ ଚାରିଜଣ ଓଡିଆଙ୍କ ନାଁ ରହିଛି। ସେଥିରୁ ଦୁଇଜଣ ରାଜନେତା ଓ ଆଉ ଦୁଇଜଣ ଅମଲା। ପ୍ରମୁଖ କ୍ଷମତାଶାଳୀ ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୪, ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ପ୍ରମୋଦ କୁମାର ମିଶ୍ର ୧୯, ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ୨୯ ଓ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୯ ନମ୍ବର ସ୍ଥାନରେ ରହିଛନ୍ତି। ତେବେ କ୍ଷମତାର ଯେଉଁ ବର୍ଣ୍ଣନା ଉକ୍ତ ଗଣମାଧ୍ୟମ କରିଛି, ତାହା ଅତ୍ୟନ୍ତ ମଜାଳିଆ। ଯେମତି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶକ୍ତିଶାଳୀ ହେବାର ପ୍ରମୁଖ କାରଣ ଭାବରେ କୁହାଯାଇଛି – “ସେ ନିକଟରେ ସରକାରଙ୍କୁ ରିଜର୍ଭ ବ୍ୟାଙ୍କର ରିଜର୍ଭ କୋଟାରୁ ୧.୭୬ ଲକ୍ଷ କୋଟି ଟଙ୍କା ଦେଇଛନ୍ତି।“ ଏହା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ଶକ୍ତି ନା ଦୁର୍ବଳତା। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବରେ ଏହି ଇତିହାସର ଛାତ୍ର ଜଣକ ନିଜେ ନେତୃତ୍ଵ ନେଉଥିବା ଅନୁଷ୍ଠାନର ସ୍ଵାୟତ୍ତତା ଓ ମର୍ୟାଦାକୁ ସରକାରଙ୍କ ପାଖରେ ସମର୍ପି ଦେଇଛନ୍ତି। ଏହା କ୍ଷମତାର ଗୁଣ ନୁହେଁ, ବରଂ ଦୁର୍ବଳ ପ୍ରଶାସକ ର ଲକ୍ଷଣ।

ସବୁଠୁ ମଜା କଥା ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ୧୪ ନମ୍ବର କ୍ଷମତାଶାଳୀ ବ୍ୟକ୍ତି ଭାବରେ କେନ୍ଦ୍ରମନ୍ତ୍ରୀ ଭାବରେ ତାଙ୍କର ପ୍ରଦର୍ଶନ ପାଇଁ ନୁହଁ, ବରଂ ଓଡିଶାରେ ବିଜେପିର ଶକ୍ତି ପ୍ରତିଷ୍ଠା ପାଇଁ କୁଆଡେ ମନୋନୀତ କରାଯାଇଛି। “ଧର୍ମେନ୍ଦ୍ର ପ୍ରଧାନ ଓଡିଶାରେ ବିଜେପିର ନେତୃତ୍ଵ ନେଇ ଏହାର ଶକ୍ତି ବୃଦ୍ଧି କରାଇବା ସହିତ ଏହାକୁ ମୁଖ୍ୟ ବିରୋଧୀ ଦଳର ଭୂମିକାରେ ଠିଆ କରାଇଛନ୍ତି। ଧର୍ମେନ୍ଦ୍ର ଦଳୀୟ ଇସ୍ତାହାର ବାହାରେ ଚାଉଳ-ଡାଲି-ଲୁଣ-ତେଲ ଦେବାର ପ୍ରତିଶ୍ରୁତି ଦେଇ ବିଜେପିକୁ ଜିତାଇବାରେ ସଫଳ ହୋଇଛନ୍ତି।“ ପ୍ରଥମ କଥା ହେଉଛି ଯଦି ଧର୍ମେନ୍ଦ୍ର ବିଜେପିର ଓଡିଶା ଚେହେରା ହୋଇଥାନ୍ତେ, ତାହେଲେ ସେ ଓଡିଶାରୁ ନିର୍ବାଚନ ଲଢିବାକୁ ଡରି ନଥାନ୍ତେ। ୨୦୧୯ ନିର୍ବାଚନରେ ବିଜେପିର ଖରାପ ପ୍ରଦର୍ଶନ ପଛରେ ଧର୍ମେନ୍ଦ୍ରଙ୍କ ଉଗ୍ର ଓ ଅହଙ୍କାରୀ ପ୍ରଚାର ଦାୟୀ ବୋଲି ଅନେକ ବିଜେପି କର୍ମକର୍ତ୍ତା ସ୍ଵୀକାର କରୁଛନ୍ତି। ତେବେ କେଉଁ ଆଧାରରେ ଓଡିଶାରେ ଧର୍ମେନ୍ଦ୍ର ସବୁଠୁ ଶକ୍ତିଶାଳୀ ହେଲେ ତାହା ଆମେ ବୁଝି ପାରୁନୁ।

ଯଦି ଧର୍ମେନ୍ଦ୍ରଙ୍କୁ ଦେଶର ସର୍ବାଧିକ କାଳ ପେଟ୍ରୋଲିୟମ ବିଭାଗର ମନ୍ତ୍ରୀ ରହିଥିବା ରାଜନେତା ଭାବରେ କ୍ଷମତାଶାଳୀ ବୋଲି କୁହା ଯାଇଥାନ୍ତା, ତାହେଲେ ତାକୁ ହୁଏତ ବିଶ୍ଵାସ କରିବା ସହଜ ହୁଅନ୍ତା। ତାଙ୍କୁ  ଓଡିଶା ରାଜନୀତିରେ ପ୍ରଭାବଶାଳୀ ହୋଇଥିବାରୁ କ୍ଷମତାଶାଳୀ ବୋଲି କହିବା ଏ ଶତାବ୍ଦୀର ସବୁଠୁ ବଡ “ଜୋକ୍ସ” ନିଶ୍ଚୟ। ଓଡିଶା ରାଜନୀତି, ବିଶେଷ କରି ବିଜେପି ରାଜନୀତିରେ ଧର୍ମେନ୍ଦ୍ରଙ୍କ ତୁଳନାରେ ପ୍ରତାପ ଷଡଙ୍ଗୀଙ୍କ ପ୍ରଭାବ ଢେର ଅଧିକ। ଏପରିକି ନୂଆ ସାଂସଦ ହୋଇଥିବା ସୁରେଶ ପୂଜାରୀ ଓ ଅପରାଜିତା ଷଡଙ୍ଗୀଙ୍କ ପ୍ରଭାବ ଆଗରେ ଧର୍ମେନ୍ଦ୍ର ଯଥେଷ୍ଟ ଫିକା ପଡିଯିବେ। ଏହି ତାଲିକା ପ୍ରକାଶ ପାଇବା ପରେ ଅନେକ ଲୋକ ସୋସିଆଲ ମିଡିଆରେ ସେଥିଲାଗି ପ୍ରଶ୍ନ ପଚାରୁଛନ୍ତି- ଧର୍ମେନ୍ଦ୍ର ଯଦି ଏତେ ଶକ୍ତିଶାଳୀ ଏଠି ନିର୍ବାଚନ ଲଢିବାକୁ ଡରୁଛନ୍ତି  କାହିଁକି? ତାଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀଙ୍କୁ ଜିତାଇବାରେ ଅସମର୍ଥ ଧର୍ମେନ୍ଦ୍ର, ଓଡିଶା ବିଜେପି ଲାଗି ସବୁଠୁ ବଡ ବୋଝ।

ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜାତୀୟ କ୍ଷମତା ବଳୟରେ ପତିଆରା କମିଛି ବୋଲି ଯାହା କୁହା ଯାଇଛି, ସେଥିରେ କିଛିଟା ସତ୍ୟତା ରହିଛି। ନିର୍ବାଚନ ପୂର୍ବରୁ ନବୀନଙ୍କୁ ବିଜେପି ବିରୋଧୀ ଶକ୍ତିର ଏକ ପ୍ରମୁଖ କେନ୍ଦ୍ର ବୋଲି ବିଚାର କରାଯାଉଥିଲା। ନିର୍ବାଚନ ପରେ ପରେ ବିଜେପି ପାଖରେ ବିଜେଡ଼ିର ପୂର୍ଣ୍ଣ ଆତ୍ମ ସମର୍ପଣ ତାଙ୍କ କ୍ଷମତାକୁ ସଙ୍କୁଚିତ କରିଛି। ପାଞ୍ଚ ଥର ବିପୁଳ ଜଣ ସମର୍ଥନ ପାଇ ଜିତିଥିବା ଜଣେ ମୁଖ୍ୟମନ୍ତ୍ରୀ ଏତେ ଦୁର୍ବଳ ଭାବରେ ଆତ୍ମ ସମର୍ପଣ କରିବା କଥାକୁ ଦେଶର ଜନ ସାଧାରଣ ସହଜରେ ଗ୍ରହଣ କରି ନାହାନ୍ତି। ତେବେ ନବୀନଙ୍କ ତୁଳନାରେ ଓଡିଶା ରାଜନୀତିରେ ଧର୍ମେନ୍ଦ୍ରଙ୍କର ସ୍ଥିତି ମଜବୁତ ହୋଇଛି ବୋଲି କହିବା ରାଜନୈତିକ ପିଲାଳିଆମୀ ଛଡା ଆଉ କିଛି ନୁହେଁ।

dharmendrapradhan
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଉପରେ ଲିଖିତ ପୁସ୍ତକ ଉନ୍ମୋଚନ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

July 28, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓକୁ ବ୍ୟାନ୍ କରିବା ପାଇଁ ପରିଣାମ ଭୋଗିବ ଫେସବୁକ୍!: ସମନ୍ କଲେ ସରକାର

July 28, 2026

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ହେବ ଫୁଲବାଣୀ ମେଡିକାଲ କଲେଜ

July 28, 2026

ବଙ୍ଗୋପସାଗରରେ ଗଭୀର ଅବପାତ, ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ କଲେ ରାଜସ୍ବ ମନ୍ତ୍ରୀ

July 27, 2026
Latest News

ଗୋଦାବରୀଶ ମହାବିଦ୍ୟାଳୟର ୬୩ ତମ ପ୍ରତିଷ୍ଠାର ଉଦଯାପନ ଦିବସ

July 28, 2026

ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

July 28, 2026

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଉପରେ ଲିଖିତ ପୁସ୍ତକ ଉନ୍ମୋଚନ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

July 28, 2026

ନେପାଳରେ ପହଞ୍ଚିଲା ଭାରତର ପ୍ରଥମ ସିଧାସଳଖ ମାଲବାହୀ ଟ୍ରେନ୍

July 28, 2026

ରଣପୁର ପୋଲିସର ବଡ଼ ସଫଳତା: ବ୍ରାଉନ ସୁଗାର ଜବତ, ଜଣେ ଗିରଫ

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.