ସମୀକ୍ଷା ବ୍ୟୁରୋ ଅପେକ୍ଷା କରନ୍ତୁ। ଆପଣଙ୍କ ପାଖକୁ ହଠାତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ କଲ ଆସିବ। ଆଉ ସେ ଆପଣଙ୍କୁ ପଚାରିବେ ଯେ, ଆପଣ ଥାନାକୁ ଯାଇଥିଲେ, ସେଠାରେ ଥାନାବାବୁ ଆପଣଙ୍କୁ ସାହାର୍ଯ୍ୟ କଲେ ନା ନାହିଁ। ହୁଏତ ଆପଣଙ୍କୁ ପଚାରିପାରନ୍ତି, ଆପଣ ହସପିଟାଲ ଯାଇଥିଲେ ଡାକ୍ତର ଠିକରେ ଚିକିତ୍ସା କଲେ ନା ନାହିଁ। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କାରଣ ଆଜି ଗାନ୍ଧି ଜୟନ୍ତିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଆରମ୍ଭ କରିଛନ୍ତି “ମୋ ସରକାର” ଯୋଜନା। ଆଉ ଏହି ଯୋଜନା ମାଧ୍ୟମରେ ଲୋକଙ୍କୁ ସରକାରଙ୍କ ମୁଖିଆ ସବୁବେଳେ ଆପଣଙ୍କୁ ଫୋନ କରି ଭଲମନ୍ଦ ପଚାରି ବୁଝିବେ। ଉଦଘାଟନ ଅବସରରେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଆଠଜଣ ବ୍ୟକ୍ତିଙ୍କୁ ଫୋନ କରି ସେମାନଙ୍କୁ ସରକାରୀ ଅଧିକାରୀମାନେ ଠିକରେ ସେବା ଯୋଗାଇଛନ୍ତି କି ନାହିଁ ପଚାରି ବୁଝିଛନ୍ତି। ମୋ ସରକାର ଯୋଜନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ…
Author: Samikhsya Bureau
ପେରୁରେ ଏକ ଭୟାନକ ବସ୍ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ 23 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 15 ଜଣ ଆହତ ହୋଇଛନ୍ତି । ମଙ୍ଗଳବାର ରାତିରେ ଏହି ଦୁର୍ଘଟଣା ଘଟିଥିବା ନେଇ ପେରୁ ପରିବହନ ବିଭାଗ ପକ୍ଷରୁ ସୂଚନା ମିଳିଛି । ବସ୍ଟିରେ 40 ଜଣ ଯାତ୍ରୀ ଯାତ୍ରା କରୁଥିବା ବେଳେ ବସ୍ଟି 300 ଫୁଟ ତଳକୁ ଖସି ପଡିଥିଲା । ଆହତ ମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁଇ ଜଣ ଯାତ୍ରୀ ବର୍ତ୍ତମାନ ସୁଦ୍ଧା ନିଖୋଜ ଥିବା ଜଣାପଡିଛି । ଆହତଙ୍କ ମଧ୍ୟରୁ ଅନେକ ଗୁରୁତର ରହିଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ପର୍ଯ୍ୟଟକ ରହିଥିବା ବେଳେ ଦୁର୍ଘଟଣାର ତଦନ୍ତ ଜାରି ରହିଛି ।
କେନ୍ଦ୍ରାପଡ଼ାରେ ହୋଇପାରେ ଜାତୀୟ ନାଗରିକ ପଞ୍ଜୀକରଣ । ଏନେଇ ପଦକ୍ଷେପ ନେବାକୁ ରେଜିଷ୍ଟ୍ରାର ଜେନେରାଲ୍ ଅଫ୍ ଇଣ୍ଡିଆକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଚିଠି ଲେଖାଯାଇଛି । ହାଇକୋର୍ଟ ପକ୍ଷରୁ ନିଯୁକ୍ତ ଆମିକସକ୍ୟୁରିଙ୍କ ରିପୋର୍ଟକୁ ନେଇ ଏହି ଚିଠି ଲେଖାଯାଇଛି । ଗତବର୍ଷ ନଭେମ୍ବରରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଜାତୀୟ ନାଗରିକ ପଞ୍ଜୀକରଣ ଲାଗୁ ପାଇଁ ଆମିକସକ୍ୟୁରି ମୋହିତ ଅଗ୍ରୱାଲ ହାଇକୋର୍ଟଙ୍କୁ ରିପୋର୍ଟ ଦେଇଥିଲେ । ମୋହିତଙ୍କ ପରାମର୍ଶ ଅନୁଯାୟୀ କମିଟି ଏନେଇ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।
ଜ୍ୟୋତି ନନ୍ଦ ଏହି ରାଜନୈତିକ ପିତୃପୁରୁଷ ସନ୍ଥଙ୍କର ବିଶେଷରେ ତାଙ୍କର ମାନସିକ ସ୍ୱାସ୍ଥ୍ୟପରୀକ୍ଷା କିଛି ବିଶିଷ୍ଟ ମନସ୍ତତ୍ୱବିତଙ୍କ ଉପଲବ୍ଧିର ଆଧାରରେ କରାଯିବାର ପ୍ରୟାସ ଏଇଠି,ତେଣୁ ନିବେଦନ ଆଜିକାଲି ଯେଉଁ ସହଜ ରାଜନୈତିକ ବ୍ୟାୟାମଟି ସମସ୍ତଙ୍କର ପ୍ରିୟଭାଜନ ହେବାରେ ଲାଗିଛି,ଅର୍ଥାତ୍ ହଠାତ୍ ଏକ ନିର୍ଣ୍ଣୟରେ ପହଂଚିଯିବାର ଆନନ୍ଦ, ଦୟାକରି ସେଥିରୁ କ୍ଷାନ୍ତ ରହିବେ । ମୋହନଦାସ କରମଚାନ୍ଦ ଗାନ୍ଧୀ ବୋଲି ଏହି ବିଖ୍ୟାତ ସନ୍ଥ ଜଣକ ଆମର ଏତେ ପରିଚିତ ଯେ ତାଙ୍କ ବିଷୟରେ କିଛି କହିବା ସବୁବେଳେ ଅତିଶୟୋକ୍ତି ହେବ । ତାଙ୍କର ଜନ୍ମର ଦେଢଶହ ବର୍ଷ ପରେ ଆଜିବି ଯଦି ନିଜର ଦେହସାରା ରୁପେଲି ବାର୍ଣ୍ଣିସ୍ ବୋଳି ହୋଇ ଜଣେ କେହି ମୁଣ୍ଡ ଉଚ୍ଚର ଠେଙ୍ଗାଟିଏ ହାତରେ ଧରି ଆମ ରାଜରାସ୍ତାରେ ଯାଉଥାଏ ତେବେ ଆମେ ସବୁକାମ ଛାଡି ତାହାକୁ ଘଡିଏ ଚାହିଁରହୁ । କୌଣସି ଭିକାରି କି କେଉଁ ବହୁରୁପୀ ଏମିତି ସେଇଥିପାଇଁ ଆମକୁ ଅକର୍ଷଣ କରୁନଥାଏ ।…
ସେ ଠିକ ଥିଲେ। ସେ ଜାଣିଥିଲେ ସେ ଠିକ ଥିଲେ। ଆମେ ସମସ୍ତେ ଜାଣୁ ସେ ଠିକ ଥିଲେ। ତାଙ୍କର ହତ୍ୟାକାରୀ ବି ଜାଣିଥିଲା ସେ ଠିକ ଥିଲେ। ହିଂସାର ଅତ୍ୟାଚାର ଯେତିକି ବଢିବ, ଗାନ୍ଧୀ ଠିକ ବୋଲି ସେତେ ଅଧିକ ପ୍ରମାଣିତ ହେବ। ସେ କହିଥିଲେ, ଅହିଂସା ମାଧ୍ୟମରେ ଶେଷ ଯାଏ ସଂଘର୍ଷ କରିବାକୁ ହେବ। ହିଂସା ର ପୃଥିବୀ ସବୁବେଳେ ରୋଗିଣା ଓ ପୀଡିତ। ଭାରତ! ତମେ ତମର ଗାନ୍ଧୀଙ୍କ ଲାଗି ଯୋଗ୍ୟ କରିବାର ସତସାହହ ଦେଖାଅ। (ପାର୍ଲ ଏସ ବକ- ନୋବେଲ ବିଜୟିନୀ ଲେଖିକା)
ଅନେକଙ୍କ ପରି ମୁଁ ବି କେବଳ ଗାନ୍ଧୀଙ୍କ ବିଷୟରେ ଶୁଣିଥିଲି। ତାଙ୍କୁ ଗମ୍ଭୀରତାର ସହ ପଢିi ନଥିଲି। ତାଙ୍କୁ ପଢିବା ପରେ ଅହିଂସା ଆଧାରିତ ପ୍ରତିବାଦର ଅର୍ଥକୁ ମୁଁ ବୁଝୁଛି। ମୋ ଲାଗି ସତ୍ୟାଗ୍ରହର ଚେତନା ଅତ୍ୟନ୍ତ ଗୁରୂତ୍ବପୂର୍ଣ୍ଣ। (ମାର୍ଟିନ ଲୁଥର କିଙ୍ଗ-ଜୁନିଅର)
ସ୍ଵର୍ଗତ ଉଦୟନାଥ ଷଡଙ୍ଗୀ (ଉଦୟନାଥ ଷଡଙ୍ଗୀ, ଓଡିଆ ସାହିତ୍ୟ ଓ ସାମ୍ବାଦିକତାର ଏକ ଅନନ୍ୟ ସ୍ଵର। “ସମାଜ”ର ପୂର୍ବତନ ସମ୍ପାଦକ। ଗାନ୍ଧୀ ଓ ଗୋପବନ୍ଧୁଙ୍କ ପରମ ଶିଷ୍ୟ ଉଦୟନାଥଙ୍କ ଆତ୍ମଜୀବନୀର ନାଁ ହେଉଛି- ଗାନ୍ଧୀ ମହାରାଜଙ୍କ ଶିଷ୍ୟ। ସେଇ ଆତ୍ମଜୀବନୀର କିଛି ଅଂଶ ବାପୁ ତର୍ପଣ ପାଇଁ।) ବିଶ୍ବକବି ରବୀନ୍ଦ୍ରନାଥଙ୍କର ଗୋଟିଏ ପ୍ରସିଦ୍ଧ କବିତା ହେଉଛି – ଗାନ୍ଧି ମହାରାଜେର ଶିଷ୍ୟ କୋଉ ବା ଧନୀ, କୋଉ ବା ନିଃସ୍ବ ଏକ ଜାୟଗାୟ ଆଛେ ମୋଦେର ମିଲ୍ ଗରିବ ମେରେ ଭରାଇନେ ପେଟ, ଧନୀର କାଛେ ହଇନେକୋ ହେଟ, ଆତଙ୍କେ ମୁଖ ହଏନା କଭୁ ନୀଲ୍ । ଷଣ୍ଢା ଯଖନ ଆସେ ତେଡେ ଉଁଚିଏ ଘୁଷି, ଦଣ୍ଡା ନେଡେ …
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଦୃଢ ସ୍ଥିତିରେ ରହିଛି ଭାରତ । ଭାରତ ପକ୍ଷରୁ ରୋହିତ ଶର୍ମା ଅପରାଜିତ ଶତକ ହାସଲ କରିଛନ୍ତି । ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ରୋହିତ ଏବଂ ମୟଙ୍କ ଅଗ୍ରଓ୍ବାଲ 200 ରନ୍ର ଭାଗିଦାରୀ କରିଥିଲେ । ଚା ପାନ ବିରତି ବେଳକୁ ଭାରତ କୌଣସି ଓ୍ବିକେଟ ନହରାଇ 202 ରନ୍ ସଂଗ୍ରହ କରିଛି । ରୋହିତ ଓପନର ଭାବରେ ବ୍ୟାଟିଂ କରି ଏହି ମ୍ୟାଚ୍ରେ ଶତକ ହାସଲ କରିଥିଲେ । ରୋହିତ 174 ବଲ୍ର ସମ୍ମୁଖୀନ ହୋଇ 115 ରନ୍ରେ ବ୍ୟାଟିଂ କରୁଥିବା ବେଳେ ମୟଙ୍କ ଅଗ୍ରଓ୍ବାଲ 183 ବଲ୍ର ସମ୍ମୁଖୀନ ହୋଇ 84 ରନ୍ରେ ବ୍ୟାଟିଂ କରୁଛନ୍ତି । ରୋହିତ ନିଜ ଇନିଂସରେ 12ଟି ଚୌକା ଏବଂ 5ଟି ଛକ୍କା ମାରିଥିବା ବେଳେ ମୟଙ୍କ 11ଟି ଚୌକା ଏବଂ 2ଟି ଛକ୍କା…
ଆପଣଙ୍କର ଟ୍ବିଟ୍ଟର କାମ କରୁନାହିଁ କି? ଯଦି ହଁ ତେବେ ଚିନ୍ତିତ ହୁଅନ୍ତୁ ନାହିଁ କାରଣ ସମୁଦାୟ ବିଶ୍ବରେ ବୈଷୟିକ ତ୍ରୁଟି କାରଣରୁ ଟ୍ବିଟ୍ଟର ଅଚଳ ହୋଇ ପଡି ରହିଛି । ଟ୍ବିଟ୍ଟରର ଅଫିସିଆଲ୍ ହ୍ୟାଣ୍ଡେଲ୍ ଟ୍ବିଟ୍ ଡେକ୍ ପକ୍ଷରୁ ଟ୍ବିଟ୍ କରାଯାଇ ଏହା ସ୍ପଷ୍ଟ କରାଯାଇଛି । ସମସ୍ତ ମୋବାଇଲ୍ରୁ ଏହା ଆପେ ଆପେ ସାଇନ୍ ଆଉଟ୍ ହୋଇଯାଇଥିବା ଜଣା ପଡିଛି । ଏହି ସମସ୍ୟା ଉପରେ କାମ ଚାଲିଛି ଏବଂ ଖୁବ୍ ଶୀଘ୍ର ଏହାର ସମାଧାନ ହେବ ବୋଲି ଟ୍ବିଟ୍ଟର ପକ୍ଷରୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, କିଛିଦିନ ପୂର୍ବରୁ ଟ୍ବିଟ୍ଟର ସିଇଓ ଜ୍ୟାକ୍ ଡୋର୍ସିଙ୍କ ଟ୍ବିଟ୍ଟର ଆକାଉଣ୍ଟ ହ୍ୟାକ୍ ହୋଇଥିଲା ।
ସ୍ଵର୍ଗତ ଗୋପବନ୍ଧୁ ଚୌଧୁରୀ (ସ୍ଵାଧୀନତା ଆନ୍ଦୋଳନର ଅନ୍ୟତମ ମହାନାୟକ ଗୋପବନ୍ଧୁ ଚୌଧୁରୀ। ଗୋପବନ୍ଧୁ ଦାସଙ୍କ ପରେ ଓଡିଶାରେ କଂଗ୍ରେସର ମଙ୍ଗ ସମ୍ଭାଳିଥିବା ମହାନ ସଂଗ୍ରାମୀ ଥିଲେ ସେ। ୧୯୪୨ ଭାରତ ଛାଡ ଆନ୍ଦୋଳନ ସମୟରେ ବନ୍ଦୀ ହୋଇ ବ୍ରହ୍ମପୁର ଜେଲ ରେ ଥିବା ସମୟରେ ସାଧାରଣ କଂଗ୍ରେସ କର୍ମୀ ଓ ତୃଣମୂଳ ସ୍ତରର ନେତାଙ୍କୁ ଗାନ୍ଧୀ ବିଚାର ବୁଝାଇବାକୁ ସେ ଲେଖିଥିଲେ ଏକ ପୁସ୍ତକ “ଚାଷୀ ମୂଲିଆ ଗାନ୍ଧୀ” । ବହିଟି ପ୍ରକାଶ ପାଇଥିଲା ୧୯୪୯ ରେ। ଗାନ୍ଧୀ ଦର୍ଶନା, ବିଚାର ଓ ବ୍ୟକ୍ତିତ୍ବକୁ ଅତି ସରଳ ଭାବରେ ବୁଝାଇଥିବା ଏଭଳି ବହି ଆଉ ଲେଖା ହୋଇନାହିଁ। ବାପୁଙ୍କ ୧୫୦ତମ ଜୟନ୍ତୀ ଅବସରରେ ସେ ଲେଖାର କିଛି ଅଂଶ। ) ଜଣେ ପାଦ୍ରୀବନ୍ଧୁ ଥରେ ଗାନ୍ଧିଙ୍କୁ ପଚାରିଥିଲେ, ‘ଗରିବଙ୍କ ପ୍ରତି ଆପଣଙ୍କର ତ ଅସୀମ ପ୍ରେମ, ତାହା ଆପଣ ପହିଲେ କେବେ ଅନୁଭବ କଲେ ?’ ଗାନ୍ଧି ଜବାବ ଦେଇଥିଲେ, ‘ମୋ…
ବିଶ୍ବକପ୍ ବିଜୟୀ ଭାରତୀୟ ଦଳର ଅଧିନାୟକ ତଥା ଭାରତୀୟ କ୍ରିକେଟ ପରାମର୍ଶଦାତା କମିଟିର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି କପିଳ ଦେବ । ପରାମର୍ଶଦାତା କମିଟିର ମୁଖ୍ୟ ରହିଥିବା କପିଳ ଦେବଙ୍କ ବିରୋଧରେ ଦ୍ବୈତ ସ୍ବାର୍ଥ ମାମଲା ଆସିବା ପରେ ବିସିସିଆଇର ନୈତିକ ଅଫିସର ଡିକେ ଜୈନ୍ଙ୍କ ନୋଟିସ୍ ପରେ କପିଲ କମିଟିର ଅଧ୍ୟକ୍ଷ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ପୂର୍ବରୁ କମିଟିର ଅନ୍ୟ ଦୁଇ ସଦସ୍ୟ ଶାନ୍ତା ରଙ୍ଗସ୍ବାମୀ ଏବଂ ଅଂଶୁମାନ ଗାଏକ୍ବାଡ ମଧ୍ୟ ଇସ୍ତଫା ପ୍ରଦାନ କରିଥିଲେ । ବିସିସିଆଇର ଆଡ୍ ହକ୍ କମିଟି ଏବଂ ସିଇଓ ରାହୁଲ ଜୋହରୀଙ୍କ ନିକଟକୁ କପିଲ ନିଜର ଇସ୍ତଫା ପତ୍ର ପଠାଇଥିଲେ । ଶନିବାର ଦିନ ଡିକେ ଜୈନ ସମସ୍ତ କମିଟି ସଦସ୍ୟଙ୍କୁ ଦ୍ବୈତ ସ୍ବାର୍ଥ ମାମଲାରେ ନୋଟିସ୍ ଜାରି କରିଥିଲେ ।
ଆମେମାନେ ହୁଏତ ବିପ୍ଳବରେ ବିଶ୍ଵାସ କରୁ, ହେଲେ କେଉଁଠି ନା କେଉଁଠି ଆମେ ଗାନ୍ଧୀଙ୍କର ଶିଷ୍ୟ। ପ୍ରତ୍ୟକ୍ଷରେ ହେଉ ବା ପରୋକ୍ଷରେ, ତାହାହିଁ ସତ୍ୟ। (ହୋ ଚି ମିନ, ଭିଏତନାମ ମୁକ୍ତି ସଂଗ୍ରାମର ନେତା)
ପଚାରୁଛ ଗାନ୍ଧୀଙ୍କର ପ୍ରଭାବ କଣ? ହିମାଳୟ ଦେଖିଲା ପରେ ତାର ପ୍ରଭାବ କୁ କେମିତି କହିହେବ। (ଜର୍ଜ ବାର୍ଣ୍ଣାଡ ଶ, ମହାନ ଲେଖକ)
ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଜମି ଅଧିଗ୍ରହଣ ପାଇଁ 40 କୋଟି ମଞ୍ଜୁରୀ ପ୍ରଦାନ କରାଯାଇଛି । ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ମନ୍ଦିର ପରିସରରୁ 75 ମିଟର ମଧ୍ୟରେ ଉଚ୍ଛେଦ ପ୍ରକ୍ରିୟା ଚାଲୁଛି । ତେବେ ବହୁ ସ୍ଥାନରେ ଏହାର ପ୍ରତିବାଦ ମଧ୍ୟ କରାଯାଉଛି । ଏହି ପ୍ରତିବାଦ ଓ ବିରୋଧକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ନୂଆ ପନ୍ଥା ଆପଣାଇବା ସହିତ ଜମି ଅଧିଗ୍ରହଣ ଯୋଜନାକୁ ଆଗେଇବା ପାଇଁ 40 କୋଟି ଅର୍ଥ ବ୍ୟବସ୍ଥା କରାଯାଇଛି । ଏଥିରେ ଅଧିଗ୍ରହଣର ଏକ ମାସ ମଧ୍ୟରେ ଜମି ହସ୍ତାନ୍ତର ପାଇଁ ଇଚ୍ଛୁକ ଥିବା ବ୍ୟକ୍ତିଙ୍କୁ 10 ଭାଗ ଅଧିକ ସହାୟତା ଯୋଗାଇ ଦିଆଯିବ ।
ଓଡିଶା ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ବିଧାନସଭା ପରିସରରେ ରହିଥିବା ମହାତ୍ମାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟପାଳ ଡ. ଗଣେଶୀ ଲାଲ ଗାନ୍ଧୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଗାନ୍ଧୀଜୀଙ୍କ 150 ତମ ଜନ୍ମ ଦିବସ ଅବସରରେ ସମଗ୍ର ଦେଶ ଗାନ୍ଧୀଙ୍କ ଅହିଂସା ନୀତି ଓ ଆଦର୍ଶରେ ଅନୁପ୍ରାଣିତ ବୋଲି ରାଜ୍ୟପାଳ ଗଣେଶୀ ଲାଲ ପ୍ରକାଶ କରିଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗାନ୍ଧୀ ନୀତିର ବର୍ଣ୍ଣନା କରିଥିଲେ ।
ଆଜିଠାରୁ ରାଜ୍ୟର ସବୁ ସହରରେ ପ୍ଲାଷ୍ଟିକ ନିଷିଦ୍ଧ । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ଆଜିଠାରୁ ଏକକ ବ୍ୟବହାର ପ୍ଲାଷ୍ଟିକ ବ୍ୟବହାରକୁ ସମ୍ପୂର୍ଣ୍ଣଭାବେ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଗତକାଲି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଗାଇଡ ଲାଇନ ଜାରି କରିଥିଲା । ସରକାରଙ୍କ ନିୟମ ଅନୁସାରେ, ଆସନ୍ତାକାଲିଠାରୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଯେପରି ପ୍ଲାଷ୍ଟିକ ଗ୍ଲାସ, ପଲିଥିନ, ଚାମଚ, ବାଉଳ ଆଦି ବ୍ୟବହାର ଉପରେ ବ୍ୟାନ ଲାଗିବ । ସେହିଭଳି 200 ମାଇକ୍ରନ୍ରୁ କମ ପରିମାଣର ପ୍ଲାଷ୍ଟିକ ପାଣି ବୋତଲ ଉପରେ ମଧ୍ୟ ବ୍ୟାନ ଲାଗିଛି । ଯଦି କେହି ପ୍ଲାଷ୍ଟିକ ପଲିଥିନ ବ୍ୟବହାର କରୁଥିବେ ତେବେ ସେମାନଙ୍କୁ ଜରିମାନା ଲଗାଯିବ । କେବଳ ୫୦ ମାଇକ୍ରୋନରୁ ଅଧିକର ପଲିଥିନ ବ୍ୟବହାର କରିବାକୁ ଅନୁମତି ଦିଆଯିବ ।

