Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗାନ୍ଧୀ ମନସ୍ତତ୍ତ୍ଵ ; ଏକ ସାର୍ବଜନୀନ ସନ୍ଥର ମାନସିକ ସ୍ୱାସ୍ଥ୍ୟ ପରୀକ୍ଷା
ବିଶେଷ ଖବର

ଗାନ୍ଧୀ ମନସ୍ତତ୍ତ୍ଵ ; ଏକ ସାର୍ବଜନୀନ ସନ୍ଥର ମାନସିକ ସ୍ୱାସ୍ଥ୍ୟ ପରୀକ୍ଷା

October 2, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଗାନ୍ଧୀ ମନସ୍ତତ୍ତ୍ଵ ; ଏକ ସାର୍ବଜନୀନ ସନ୍ଥର ମାନସିକ ସ୍ୱାସ୍ଥ୍ୟ ପରୀକ୍ଷା

ଜ୍ୟୋତି ନନ୍ଦ

ଏହି ରାଜନୈତିକ ପିତୃପୁରୁଷ ସନ୍ଥଙ୍କର ବିଶେଷରେ ତାଙ୍କର ମାନସିକ ସ୍ୱାସ୍ଥ୍ୟପରୀକ୍ଷା କିଛି ବିଶିଷ୍ଟ ମନସ୍ତତ୍ୱବିତଙ୍କ ଉପଲବ୍ଧିର ଆଧାରରେ କରାଯିବାର ପ୍ରୟାସ ଏଇଠି,ତେଣୁ ନିବେଦନ ଆଜିକାଲି ଯେଉଁ ସହଜ ରାଜନୈତିକ ବ୍ୟାୟାମଟି ସମସ୍ତଙ୍କର ପ୍ରିୟଭାଜନ ହେବାରେ ଲାଗିଛି,ଅର୍ଥାତ୍ ହଠାତ୍ ଏକ ନିର୍ଣ୍ଣୟରେ ପହଂଚିଯିବାର ଆନନ୍ଦ, ଦୟାକରି ସେଥିରୁ କ୍ଷାନ୍ତ ରହିବେ ।

ମୋହନଦାସ କରମଚାନ୍ଦ ଗାନ୍ଧୀ ବୋଲି ଏହି ବିଖ୍ୟାତ ସନ୍ଥ ଜଣକ ଆମର ଏତେ ପରିଚିତ ଯେ ତାଙ୍କ ବିଷୟରେ କିଛି କହିବା ସବୁବେଳେ ଅତିଶୟୋକ୍ତି ହେବ । ତାଙ୍କର ଜନ୍ମର ଦେଢଶହ ବର୍ଷ ପରେ ଆଜିବି ଯଦି ନିଜର ଦେହସାରା ରୁପେଲି ବାର୍ଣ୍ଣିସ୍ ବୋଳି ହୋଇ ଜଣେ କେହି ମୁଣ୍ଡ ଉଚ୍ଚର ଠେଙ୍ଗାଟିଏ ହାତରେ ଧରି ଆମ ରାଜରାସ୍ତାରେ ଯାଉଥାଏ ତେବେ ଆମେ ସବୁକାମ ଛାଡି ତାହାକୁ ଘଡିଏ ଚାହିଁରହୁ । କୌଣସି ଭିକାରି କି କେଉଁ ବହୁରୁପୀ ଏମିତି ସେଇଥିପାଇଁ ଆମକୁ ଅକର୍ଷଣ କରୁନଥାଏ । ଆମ ମାନସିକତାକୁ ଏକ ବରଗଛ ଭଳି ଯେଉଁ ଜାତିର ପିତାଟି ଆଚ୍ଛନ୍ନ କରି ରଖିଆସିଛି କେଉଁ କାଳରୁ ତାହାକୁହିଁ ଆମେ ଖୋଜୁଥାଉ ସେହି ରୁପେଲି ବାର୍ଣ୍ଣିସବୋଳା ଚରିତ୍ରର ଅଭ୍ୟନ୍ତରରୁ ।

ରାଜନୀତିରେ ଶାନ୍ତିପୂର୍ଣ୍ଣ ଓ ଅହିଂସକ ପ୍ରତିବାଦ ସମସ୍ତ ଅନ୍ୟାୟ ଓ ବିଷମତାର ସଫଳ ଉପଶମକାରୀ ବୋଲି ବିଚାରଟିଏ ସେ ଆମର ବିଚାରଭଂଡାରକୁ ପ୍ରଦାନ କରିଛନ୍ତି । ବିଶିଷ୍ଟ ମନସ୍ତତ୍ୱବିତ୍ ଏରିକ୍ ଏରିକ୍ସନ୍ ଗାନ୍ଧୀଜୀଙ୍କର ସବୁବେଳେ ଶାନ୍ତିପୂର୍ଣ୍ଣ ପନ୍ଥା ଗ୍ରହଣ କରୁଥିବା କାରଣରୁ ତାଙ୍କଭିତରେ ସ୍ୱାଭାବିକ ମାତୃସୁଲଭ ପ୍ରବୃତ୍ତି ଅଧିକ ଥିଲା ବୋଲି ମତବ୍ୟକ୍ତ କରିଛନ୍ତି ।ତାଙ୍କର ଆତ୍ମଜୀବନୀ ସତ୍ୟର ପ୍ରୟୋଗର ଆଧାର ରେ ନିଜର ପିତାଙ୍କ ଅପେକ୍ଷା ମାତାଙ୍କର ଅଧିକ ନିକଟତର ହୋଇଥିବା କାରଣରୁ ତାଙ୍କ ଭିତରେ ଏପରି ମାନସିକତାର ସୃଷ୍ଟି ବୋଲି ଏରିକ୍ସନଙ୍କ ମତ । ଜଣେ ନାରୀ ଓ ମାଆ ଯେଉଁପରି କୌଣସି ପାରବାରିକ ସମସ୍ୟାକୁ ଶାନ୍ତ,ସ୍ଥିର,ଧୈର୍ଯ୍ୟ ଓ ସାହସର ସହ ପରିଚାଳନା କରିଥାଏ ଅବିକଳ ସେମିତି ସେ ଆମର ପରାଧିନତାର ସମସ୍ୟାକୁ ପରିଚାଳନା କରିଛନ୍ତି । ଏହାସହିତ ଏରିକ୍ସନ୍ ଗାନ୍ଧୀଜୀଙ୍କ ସାମଗ୍ରୀକ ଜୀବନକାହାଣୀକୁ ଜଣେ ମନସ୍ତତ୍ତ୍ଵବିତର ଦୃଷ୍ଟିରେ ଅନୁଧ୍ୟାନକରି ଏକ ନିଷ୍କର୍ଷ ପ୍ରଦାନ କରିଛନ୍ତି ଓ ସେଥିରେ ଗାନ୍ଧୀଜୀଙ୍କର ଯେଉଁ ମାନସିକ ପ୍ରବୃତିଟିକୁ ସେ ଚିହ୍ନଟ କରିଛନ୍ତି ତଦନୁଯାୟୀ ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସର ଏକ ମନସ୍ତାତ୍ୱିକ ପ୍ରେକ୍ଷାପଟକୁ ଅନୁଧ୍ୟାନ କରାଯାଇପାରେ ।

ମନସ୍ତତ୍ୱର ଅଧ୍ୟୟନରେ ଆପଣଙ୍କର ଯେଉଁ ଚରିତ୍ରଟି କେସ ଷ୍ଟଡି ହିସାବରେ ବସିବ ସେ ଅସ୍ୱାଭାବିକ ହେବା ଥୟ । ସେ ଗାନ୍ଧୀଜୀ କି ଈଶ୍ୱର ଯିଏବି ହୁଅନ୍ତୁନା କାହିଁକି । ଏରିକସନ୍ ଗାନ୍ଧୀଜୀଙ୍କୁ ଆଦ୍ୟକାଳରୁ ଲଜ୍ଜାଶୀଳ,ଅନ୍ତର୍ମୁଖୀ,ଅଗ୍ରଜମାନଙ୍କରସମାଲୋଚନାବିମୁଖ,ଅଳ୍ପବୟସରେ ବିବାହ କାରଣରୁ ଶରୀରଗତସୁଖ ପ୍ରତି ମାତ୍ରାଧିକ ଆସକ୍ତିକୁ ଲକ୍ଷ୍ୟ କରିଛନ୍ତି । ନିଜର ନବଯୁବାବସ୍ଥା କାଳରେ ତାଙ୍କ ଭିତରେ ସ୍ୱାଧୀନ ହେବାର ଇଚ୍ଛାଟି ଅଗ୍ରଜମାନଙ୍କ ବିରୁଦ୍ଧରେ ନଯାଇପାରିବାର ଅସହାୟତା ଯୋଗୁ ଦମିତ,ତେଣୁ ତାହା ସିଗାରେଟ୍,ଚୋରୀ,ବେଶ୍ୟା,ଓ ଏପରିକି ଆତ୍ମହତ୍ୟାର ପ୍ରୟାସରେ ଚରିତାର୍ଥ ହେବାର ମାର୍ଗ ଖୋଜିଛି । ଆତ୍ମହତ୍ୟା ପାଇଁ ଅବଶ୍ୟକ ଧୁତୁରା ବିଷ ରଖିଥିଲେ ମଧ୍ୟ ଅତ୍ମହତ୍ୟାପାଇଁ ସାହସ ହୋଇନାହି କିଶୋର ଗାନ୍ଧୀଜୀଙ୍କର । ଆତ୍ମହତ୍ୟାର ଅସଫଳ ପ୍ରୟାସ ପରେ ମନ୍ଦିରକୁ କୁ ଯାଇ ଏହି କିଶୋରଟି ମନସ୍ଥ କରିଛି , ସ୍ୱାଧୀନତା ବିନା ବଂଚିବାରେ କ୍ଷତି କ’ଣ ?ଏହି ମାନସିକତାଟି ଘୋର ଅବସାଦର ଉପଜ ବୋଲି ଏରିକସନ୍ କହିଛନ୍ତି । ତେଣୁ ଏହି ତରୁଣଟି ମାନସିକ ଦୃଷ୍ଟିରୁ ସର୍ବଦା ଆତୁର,ଲଜ୍ଜାଶୀଳ ଓ ବିଷାଦପ୍ରବଣ ।

ଇଂଲଣ୍ଡରେ ଆଇନ ପଢିବା ସମୟ(୧୮୮୮)ରେ ଭୀରୁ ଓ ଅନ୍ତର୍ମୁଖୀ ଏହି ଚରିତ୍ରଟି ନିଜର ସ୍ୱଭାବସୁଲଭ ଲଜ୍ଜା ଓ ନିରବତାକୁ ଆତ୍ମିକ ବିକାଶର ଏକ ମାର୍ଗ ହିସାବରେ ନିର୍ମାଣ କରିନେଇଛି । ଏଇଠାରୁ ଆସିଛି ଆବଶ୍ୟକତାରୁ ସୁଗୁଣ ନିର୍ଣ୍ଣୟ ର ଧାରା ଗାନ୍ଧୀଜୀବନରେ । ପରବର୍ତ୍ତୀ କାଳରେ ଅନ୍ତର୍ମୁଖ ଓ ଆତ୍ମବର୍ଜନକୁ ସେ ଏକ ଅସ୍ତ୍ର ହିସାବରେ ବ୍ୟବହାର କରିଛନ୍ତି ଶାନ୍ତି ଆଉ ଅନ୍ୟାୟପାଇଁ ବ୍ରିଟିଶ ସରକାର୍ ବିରୁଦ୍ଧରେ ସଂଘର୍ଷ କରିବା ସମୟରେ ।

ଗାନ୍ଧୀଜୀବନରେ ଚିରାଚରିତ ଅବସାଦବୋଧ ତାଙ୍କର ରାଜନୀତିକୁ ପ୍ରଭାବିତ କରିଛି । ସାଧାରଣତଃ ଅବସାଦବୋଧ ସହିତ ଜଡିତ ଥାଏ ଏକପ୍ରକାର ସମ୍ବେଦନଶୀଳତା । ଏହି ଉଭୟ ଉପାଦାନରୁ ଯେଉଁ ଗାନ୍ଧୀବିଚାରର ସୃଷ୍ଟି, ତାହା ଏହିପରି । ଏକରେ,ଇଂରେଜମାନଙ୍କର ଶାସନବ୍ୟବସ୍ଥାର ସେ ଗଭୀର ସମାଲୋଚକ ଥିଲେ ମଧ୍ୟ ଇଂରେଜମାନେ ବ୍ୟକ୍ତି ହିସାବରେ ତାଙ୍କର ପ୍ରିୟ ରହିଥିଲେ ।ଦୁଇରେ,ସେ ଅସହଯୋଗକୁ ଘୃଣାର ଆଧାରରେ ଦେଖୁନଥିଲେ ।ଅସହଯୋଗର ଆଧାରଟି ତାଙ୍କପାଇଁ ପ୍ରେମର । ଅସହଯୋଗ ଦ୍ୱାରା ପ୍ରତିପକ୍ଷଟି ଯେମିତି ନିଜକୁ ସଂଶୋଧନ କରିପାରିବ ତାହା ତାଙ୍କର ସବୁବେଳେ ଲକ୍ଷ୍ୟ ଥିଲା । ତିନରେ,ବ୍ରିଟିଶ ଶାସନରୁ ମୁକ୍ତ ହେବାପାଇଁ ପ୍ରୟାସ କରିବା ସହିତ ବ୍ରିଟିଶ ଶାସନର ମର୍ଯ୍ୟଦାକୁ ଏଠି ବୁଝିବା ନିତାନ୍ତ ଆବଶ୍ୟକ । ଚାରିରେ,ଆମର ଯନ୍ତ୍ରଣାରୁହିଁ ପ୍ରତିପକ୍ଷର ବିଚାରବୋଧଟି ବିକଶିତ ହେବ । ପାଂଚରେ,ସତ୍ୟାଗ୍ରହ ସ୍ୱାଧୀନତା ପାଇଁ ଯେଉଁ ସାମଗ୍ରିକ ମାନସିକତାର ର ପ୍ରୟୋଜନ ତାହାକୁହିଁ ପ୍ରସ୍ତୁତ କରିଥାଏ ।

ପତାକା ଆଉ ସୈନ୍ୟ ପାଇଲା ପରେ ସମସ୍ତେ ହିଂସ୍ର ହୋଇଯାଆନ୍ତି । ଭାରତର ସ୍ୱାଧୀନତା ପ୍ରାପ୍ତି ପରେ ଏହି ବିଖ୍ୟାତ ସନ୍ଥଟି ତେଣୁ ନୀରବ ରହିଥିଲା ସେଦିନ । ଅବସାଦଗ୍ରସ୍ତ ଗାନ୍ଧୀଜୀଙ୍କୁ ମନସ୍ତତ୍ୱ ଦୃଷ୍ଟିରୁ ଜଣେ ଡିସ୍ଥେମିକ୍ ବ୍ୟକ୍ତିତ୍ୱ ବୋଲି କୁହାଯାଏ ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026

୮୦ ଦଶକ ଫଟୋ ଟ୍ରେଣ୍ଡ୍‌ର ମୋହ: ଗୋଟିଏ ଫଟୋ ପାଇଁ ଖର୍ଚ୍ଚ ହେଉଛି ଲିଟର ଲିଟର ପାଣି

September 12, 2026

ନନ୍ଦନକାନନକୁ ଗୁଜରାଟ ବନ୍ତାରାରୁ ଆସିଲେ ୭ ପ୍ରଜାତିର ନୂଆ ଅତିଥି

September 12, 2026
Latest News

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

September 12, 2026

ପାକିସ୍ତାନକୁ କ୍ଲିନ ସ୍ଵିପ୍ କଲା ଇଂଲଣ୍ଡ: ୩-୦ ରେ ଜିତିଲା ଟେଷ୍ଟ ସିରିଜ୍

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

‘ଔରଙ୍ଗଜେବଙ୍କ ଭଳି ମାନସିକତା’: ଅଖିଳେଶ ଯାଦବଙ୍କ ଉପରେ ସଙ୍ଗୀତ ସୋମଙ୍କ କଡ଼ା ଆକ୍ରମଣ

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.