ସମୀକ୍ଷା ବ୍ୟୁରୋ ଆଜି ପୂଜା ଛୁଟି ପୂର୍ବରୁ ରାଜ୍ୟ ସରକାର ପୁଣି ଥରେ ଦୁର୍ନିତି ଗସ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏକଥରେ ତିନିଜଣ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ସେମାନେ ହେଲେ ସହକାରୀ ଯୋଗାଣ ଅଧିକାରୀ ଅଶୋକ କୁମାର ମାଝୀ, ଉପବନ ସଂରକ୍ଷକ ଶରତ ଚନ୍ଦ୍ର ପଣ୍ଡା ଏବଂ ଢେଙ୍କାନାଳର ଆଞ୍ଚଳିକ ପରିବହନ ଅଧିକାରୀ ବସନ୍ତ କୁମାର ବେହେରା। ଏମାନେ ତାଙ୍କ ଚାକିରୀ କାଳ ମଧ୍ୟରେ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବାର ଅଭିଯୋଗ ଆସିଛି। ସେହି ଅଭିଯୋଗ ଆଧାରରେ ତାଙ୍କୁ ବାଧ୍ୟତାମୂଳକ ବହିସ୍କାର ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ରାଜ୍ୟ ସରକାର ୩୭ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିଛନ୍ତି। ସେହିପରି ୬ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ୍ ମଧ୍ୟ ବନ୍ଦ କରି ଦେଇଛନ୍ତି। ଏଥିରେ ଇଂଜିନିୟର, କିରାଣୀ , ପ୍ରଧାନ ଶିକ୍ଷକ, ରାଜସ୍ୱ ନିରିକ୍ଷକ, ଫାର୍ମାସିଷ୍ଟ, ଅମିନ ଏବଂ ପଂଚାୟତ ନିର୍ବାହୀ ଅଧିକାରୀ ସାମିଲ ଅଛନ୍ତି। ପରବର୍ତ୍ତି…
Author: Samikhsya Bureau
ବଲାଙ୍ଗୀର ପୋଲିସ ଏକ ବାଇକ୍ ଚୋରି ରାକେଟ୍ର ପର୍ଦ୍ଦାଫାଶ କରିଛି । କଣ୍ଟାବାଞ୍ଜି ପୋଲିସ୍ ପକ୍ଷରୁ 10 ଜଣ ବାଇକ୍ ଲୁଟେରାଙ୍କୁ ଗିରଫ କରାଯିବା ସହିତ 25ଟି ବାଇକ୍ ଜବତ କରାଯାଇଛି । ଏହି ବାଇକ୍ ଚୋରି ଗ୍ୟାଙ୍ଗଟି ସମଗ୍ର ରାଜ୍ୟରେ ସକ୍ରିୟ ଭାବରେ କାର୍ଯ୍ୟ କରୁଥିବା ବେଳେ ନମ୍ବର ପ୍ଲେଟ୍ ବଦଳାଇ ଗାଡିକୁ ବିକ୍ରି କରୁଥିଲେ । ଏହି ରାକେଟ୍ରେ ସମ୍ପୃକ୍ତ ଗ୍ୟାରେଜ୍ ଗୁଡିକ ସମ୍ପର୍କରେ ପୋଲିସ୍ ତଦନ୍ତ ଚଳାଇଛି ।
ଭାରତ ଗସ୍ତରେ ରହିଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଏନ୍ଆରସିକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି । ଭାରତ ସରକାରଙ୍କ ପକ୍ଷରୁ ଜାତୀୟ ନାଗରିକ ପଞ୍ଜୀକରଣ (ଏନ୍ଆର୍ସି) ଆସାମରେ ଲାଗୁ କରାଯାଇଥିବା ବେଳେ ଆଗାମୀ ଦିନରେ ଏହାକୁ ଅନ୍ୟାନ୍ୟ ରାଜ୍ୟରେ ଲାଗୁ କରାଯିବାର ଯୋଜନା ରଖିଛି ଗୃହ ମନ୍ତ୍ରାଳୟ । ହସିନା ନୂଆଦିଲ୍ଲୀରେ ଅବସ୍ଥା୍ପିତ ବାଂଲାଦେଶ ଉଚ୍ଚାୟୁକ୍ତଙ୍କ ସହିତ ଆଲୋଚନା ପରେ ଏହି ଘୋଷଣା କରିଛନ୍ତି । ହସିନା କହିଛନ୍ତି, ଏହି ନିୟମକୁ ନେଇ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ଏବଂ ବାଂଲାଦେଶ ଏହି ପଞ୍ଜୀକରଣକୁ ନେଇ ଚିନ୍ତିତ ହେବା ଅନୁଚିତ୍ ବୋଲି ହସିନା ପ୍ରକାଶ କରିଛନ୍ତି ।
ସାମାଜିକ ଗଣମାଧ୍ୟମ ସର୍ବଦା ଦୁଇ ଧାରିଆ ଛୁରୀ ସଦୃଶ । ରାଉରକେଲାର ଜନୈକ ଯୁବତୀ ଫେସ୍ବୁକ୍ ପ୍ରେମରେ ଫସିଛନ୍ତି । ଫେସବୁକ୍ରୁ ଆରମ୍ଭ ହେଲା ପ୍ରେମ । ମାତ୍ର ଯୁବତୀ ଜଣକ ଅନ୍ୟତ୍ର ବିବାହ କରିବାରୁ ଉତ୍ୟକ୍ତ ଯୁବକ ଯୁବତୀଙ୍କର ଅଶ୍ଲୀଳ ଫଟୋ ଭାଇରାଲ କରିଛନ୍ତି । ଏନେଇ ଯୁବତୀଙ୍କ ଅଭିଯୋଗ ପରେ ରାଉରକେଲା ସାଇବର ପୁଲିସ୍ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛନ୍ତି । ଗୁରୁବାର ବିହାରର ମୁଙ୍ଗେରରୁ ଉକ୍ତ ଯୁବକଙ୍କୁ ପୋଲିସ ଗିରଫ କରିଛି । ଆସନ୍ତା କାଲି ଯୁବକଙ୍କୁ କୋର୍ଟ ଚାଲାଣ କରାଯିବ ବୋଲଜି ଜଣାପଡିଛି ।
ଚଳିତବର୍ଷ ଫେବୃଆରୀରେ ଅନୁଷ୍ଠିତ ହୋଇଥିବା ବାଲାକୋଟ ଏୟାର ଷ୍ଟ୍ରାଇକ୍ ସମ୍ପର୍କରେ ସୂଚନା ଦେଇଛନ୍ତି ବାୟୁସେନା ମୁଖ୍ୟ ଆର୍ କେ ଭଦୋରିଆ । ଭାରତୀୟ ବାୟୁସେନା ପକ୍ଷରୁ ଫେବୃୟାରୀ 26 ତାରିଖରେ ଏୟାର ଷ୍ଟ୍ରାଇକ୍ କରିଥିଲା । ପାକିସ୍ତାନ ସ୍ଥିତ ବାଲାକୋଟରେ ଥିବା ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ପ୍ରଶିକ୍ଷଣ ଶିବିର ଉପରେ ଆକ୍ରମଣରେ ଶତାଧିକ ଆଏଥିରେ ଶତାଧିକ ଆତଙ୍କବାଦୀ ନିହତ ହୋଇଥିଲେ । ଶୁକ୍ରବାର ବାୟୁସେନା ପକ୍ଷରୁ ଏହି ଆକ୍ରମ ଏବେ ଭାରତୀୟ ବାୟୁସେନା ସେହି ଆକ୍ରମଣର ଏକ ପ୍ରମୋଶନାଲ ଭିଡିଓ ସାତ ମାସ ପରେ ଜାରି କରାଯାଇଛି ।
ରଙ୍ଗାଚରଣ ପ୍ରଧାନ ଗତ ସେପ୍ଟେମ୍ବର ୨୦ ତାରିଖରେ ଅର୍ଥମନ୍ତ୍ରୀଙ୍କ ଦ୍ବାରା କମ୍ପାନୀମାନଙ୍କ ପାଇଁ ମୋଟ ୧.୪୫ ଲକ୍ଷ କୋଟି ଟଙ୍କାର ଟିକସ ହ୍ରାସ ଘୋଷଣା ହେବା ପରେ ବମ୍ବେ ଷ୍ଟକ୍ ଏକସ୍ଚେଞ୍ଜର ସୁଚକାଙ୍କ ଗୋଟିଏ ଦିନରେ ୨୦୦୦ ଅଙ୍କ ଉପରକୁ ଉଠି ତାହାକୁ ସ୍ବାଗତ କରିଥିଲା । ଅବଶ୍ୟ ଷ୍ଟକ୍ ମାର୍କେଟରେ କେବେ ବି ଦେଶର ପ୍ରକୄତ ଆର୍ଥିକ ପରିସ୍ଥିତିର ସଠିକ ପ୍ରତିଫଳନ ହୁଏ ନାହିଁ । ଗତ ବର୍ଷ ଦେଶରେ ପୁଞ୍ଜିଲଗାଣ ଓ ନିଯୁକ୍ତି କ୍ରମାଗତ ଭାବେ କମି ଚାଲିଥିବା ସମୟରେ ଷ୍ଟକ୍ ମାର୍କେଟ ସୁଚକାଙ୍କ ତାହାର ପ୍ରତିକ୍ରିୟାରେ କେବେ ତଳକୁ ଖସିନାହିଁ । ଅବଶ୍ୟ ଏହି ଟିକସ ହ୍ରାସ ଯୋଗୁଁ ଷ୍ଟକ୍ ମାର୍କେଟର ଅସ୍ଥାୟୀ ପ୍ରତିକ୍ରୀୟା ପରେ ତାହା ପୁଣି ପୂର୍ବାବସ୍ଥାକୁ ଫେରି ସାରିଲାଣି । ଅଗଷ୍ଟ ମାସ ଶେଷରେ ଦେଶର ରିଜର୍ଭ ବ୍ୟାଙ୍କ ଯେତେବେଳେ କେନ୍ଦ୍ର ସରକାରଙ୍କୁ ୧,୭୬,୦୦୦ କୋଟି ଟଙ୍କା ଦେବେ ବୋଲି କହିଲେ ସେତେବେଳେ…
କ୍ରମାଗତ ପଞ୍ଚମ ଥର ପାଇଁ ଆରବିଆଇ ପକ୍ଷରୁ ରେପୋ ରେଟ୍ ହ୍ରାସ କରାଯାଇଛି । ଶୁକ୍ରବାର 0.25 ବେସ ପଏଣ୍ଟ ହ୍ରାସ କରିବା ପରେ ରେପୋ ରେଟ୍ ବର୍ତ୍ତମାନ 4.9 ପ୍ରତିଶତରେ ପହଞ୍ଚିଛି । ଆରବିଆଇର ଏହି ନିଷ୍ପତ୍ତି ପରେ ସାଧାରଣ ଲୋକଙ୍କ ପକେଟ ଉପରେ ଋଣ ବୋଝ କମ୍ ପଡ଼ିବ । ଶୁକ୍ରବାର ଅନୁଷ୍ଠିତ ଅର୍ଥନୈତିକ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ସହିତ 2019-20 ଆର୍ଥିକ ବର୍ଷ ନିମନ୍ତେ ସଂଶୋଧିତ ଅଭିବୃଦ୍ଧି 6.1 ପ୍ରତିଶତ ରଖାଯାଇଛି । ପୂର୍ବରୁ ଏହା 6.9 ପ୍ରତିଶତ ରହିବା ନେଇ ଆରବିଆଇ ପକ୍ଷରୁ ଆକଳନ କରାଯାଇଥିଲା ।
A float carrying Lord Ram, Lakshman and Sita during a procession oin connection with Dussehra festival in Prayagraj on Friday early morning.
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବ୍ରହ୍ମପୁର ମହାନଗର ନିଗମର ଅଫିସ୍ ଆସିଷ୍ଟାଣ୍ଟ ଏ. ଲକ୍ଷ୍ମୀ ପ୍ରସାଦ ରାଓ । ବ୍ରହ୍ମପୁରର ଜନୈକ ହୋଟେଲ ମାଲିକଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଦୋକାନ ଗୃହର ମାଲିକାନାସ୍ବତ୍ତ୍ବ ବଦଳାଇବା ପାଇଁ ଏହି ହୋଟେଲ ମାଲିକଙ୍କ ନିକଟରୁ ଅର୍ଥ ଦାବି କରାଯାଇଥିବା ଜଣାପଡିଛି । ଏହା ସହିତ ଗିରଫ କର୍ମଚାରୀଙ୍କ ପୁରୁଷୋତ୍ତମପୁରରେ ଥିବା ଘର ଓ ସରକାରୀ କ୍ୱାର୍ଟର୍ସରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି ।
ନୀଳଗିରି ବିଧାୟକ ଓ ତହସିଲଦାରଙ୍କ ମଧ୍ୟରେ ପାଟିତୁଣ୍ଡ ଧିରେଧିରେ ଘନେଇବାରେ ଲାଗିଛି । ତହସିଲଦାର କରିଥିବା ଦୁର୍ବ୍ୟବହାର ପ୍ରତିବାଦରେ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି । ସୂଚନାନୁସାରେ, ତହସିଲ କାର୍ଯ୍ୟାଳୟ ପରିସରରେ ଥିବା କିଛି ଅଂଚଳରେ ଉଚ୍ଛେଦ ପ୍ରକ୍ରିୟା ଚାଲିଥିଲା । ସେଠାରେ ଥିବା ମୋହରିରିଙ୍କ ଚାଳକୁ ଭାଙ୍ଗି ଦିଆଯାଇଥିଲା । ତଦସିଲଦାରଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ ପ୍ରକ୍ରିୟା ଚାଲିଥିଲା । ମୋହରିରଙ୍କ ଚାଳ ଭଙ୍ଗାଯିବାକୁ ବିଧାୟକ ସୁକାନ୍ତ କୁମାର ନାୟକ ବିରୋଧ କରିଥିଲେ । ଏହି ସମୟରେ ବିଧାୟକ ଓ ତହସିଲଦାର ମୁହାଁମୁହିଁ ହୋଇଥିଲେ । ତେବେ ତହସିଲଦାର ଦୁର୍ବ୍ୟବହାର କରିଥିବା ବିଧାୟକ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦ କରି ସେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି ।
ବାଲୁଗାଁରୁ ଜନୈକ ଦମ୍ପତ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଉଭୟଙ୍କୁ ରଶିରେ ଲଟକିଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଚିଲିକା ସ୍ଥିତ ନଇରି ବ୍ଲକ୍ର ବଡସାହିର ଏକ ଭଡା ଘରୁ ଏହି ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । 5 ମାସ ତଳେ ଏହି ଦମ୍ପତ୍ତି ପ୍ରେମ ବିବାହ କରିଥିବାରୁ ଏହା ଆତ୍ମହତ୍ୟା କି ହତା ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ବାଣପୁର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।
କେନ୍ଦୁଝର ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ନେଙ୍କଡ଼ାଘର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି । ଏକ ଟ୍ରକ୍କୁ ଯାତ୍ରୀବାହୀ ବସ୍ ପଛରୁ ପିଟି ଦେବାରୁ 8 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ବସ୍ ଡ୍ରାଇଭର୍ ଓ ହେଲ୍ପର୍ ବି ଅଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ‘ଶ୍ରୀରାମ’ ନାମକ ଏହି ଘରୋଇ ବସ୍ଟି ବଡ଼ବିଲ୍ରୁ ଭୁବନେଶ୍ୱର ଯାଉଥିବା ବେଳେ ଏ ଦୁର୍ଘଟଣା ଘଟିଥିଲା । ଟାଉନ ଥାନା ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ଓ ଆହତମାନଙ୍କୁ ଡାକ୍ତରଖାନା ପଠାଇଥିଲେ । ସମସ୍ତ ଆହତ ଯାତ୍ରୀଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
କେଦାର ମିଶ୍ର ଗତକାଲି ଓଡିଶାର ଏକ ପ୍ରମୁଖ ଟେଲିଭିଜନ ଚାନେଲର ଖବର ଥିଲା- ପାକିସ୍ତାନ ଓ ବାଂଲାଦେଶକୁ ପିଆଜ ଚିନ୍ତା। ବଡ ବିଚିତ୍ର ଖବର। ଯେତେବେଳେ ଆମ ନିଜ ଦେଶରେ ପିଆଜ ଉତ୍ପାଦନ, ବିତରଣ ଓ ବଜାରର ସ୍ଥିତି ଅତ୍ୟନ୍ତ ଖରାପ ଅବସ୍ଥାରେ ରହିଛି, ସେତେବେଳେ ପାକିସ୍ତାନ ଓ ବାଂଲାଦେଶର ଚିନ୍ତା ଆମକୁ ଏତେ ପାଗଳ କରୁଛି କାହିଁକି? ଏ ପ୍ରକାର ଖବର ପଛରେ କି ଉଦ୍ଦେଶ୍ୟ ଥାଇପାରେ? ଆମ ଦେଶରେ ପିଆଜ ମହଙ୍ଗା ହେବା ଏକ ସାଧାରଣ ଘଟନା, ହେଲେ ପାକିସ୍ତାନରେ ପିଆଜ ମହଙ୍ଗା ହେବା ଅସ୍ଵାଭାବିକ ବୋଲି ଆମର ଗଣମାଧ୍ୟମ ଭାବୁଛି କି? ପାକିସ୍ତାନର ପିଆଜ ଦରକୁ ନେଇ ପଞ୍ଜାବ, କାଶ୍ମୀର,ରାଜସ୍ଥାନ ବା ଗୁଜରାଟ ଗଣମାଧ୍ୟମରେ ଚର୍ଚ୍ଚା ହେଲେ, ତାର କିଛି କାରଣ ଅଛି ବୋଲି ଆମେ ବୁଝିବା। ଏ ସବୁ ରାଜ୍ୟ ପାକିସ୍ତାନକୁ ଲାଗିକି ଅଛନ୍ତି ଓ ପାକିସ୍ତାନର ବଜାର ମୂଲ୍ୟ ସହିତ ଏମାନେ କିଛିଟା ପ୍ରଭାବିତ…
ଆଜି ରାଜ୍ୟରେ କିଛି ଜିଲ୍ଲାରେ ଝଡ଼ବର୍ଷା ସହିତ ଘଡ଼ଘଡ଼ି ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ 10ଟି ଜିଲ୍ଲାରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ । ସେଥିପାଇଁ ସକାଳ 10.15 ପର୍ଯ୍ୟନ୍ତ ସତର୍କ ରହିବାକୁ କୁହାଯାଇଛି । ମୟୂରଭଞ୍ଜ, ବାଲେଶ୍ୱର, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ ପୁରୀ ଜିଲ୍ଲା ନିମନ୍ତେ ଏହି ସତର୍କ ସୂଚନା ଜାରି କରାଯାଇଛି ।
Durga Pooja revellers gathered in a community puja pandal in kolkata on Thursday
ସମୀକ୍ଷା ବ୍ୟୁରୋ ଗୃହ ନିର୍ମାଣ ଅଗ୍ରୀମ ସୁଧ ହାର ୭.୯ ପ୍ରତିଶତକୁ ହ୍ରାସ କରାଯାଇଛି। ଗୋଟିଏ ବର୍ଷ ଅବଧି ଲାଗି ଗୃହ ନିର୍ମାଣ ଅଗ୍ରୀମ (ଏଚବିଏ) ଉପରେ ସୁଧ ହାର ୭.୯ ପ୍ରତିଶତକୁ ହ୍ରାସ ପାଇଛି । ପୂର୍ବରୁ ଏହି ହାର ୮.୫ ପ୍ରତିଶତ ଥିଲା । ଯେ କୌଣସି ପରିମାଣର ଏଚବିଏ ଋଣ ରାଶି ପାଇଁ ଏହି ସୁଧ ହାର ଲାଗୁ ହେବ। ହ୍ରାସ ପାଇଥିବା ସୁଧ ହାର ୧ ଅକ୍ଟୋବର, ୨୦୧୯ ଠାରୁ ଲାଗୁ ହୋଇଛି । ସ୍ଥାୟୀ ସରକାରୀ କର୍ମଚାରୀଙ୍କ ସହିତ ୫ ବର୍ଷ ଲଗାତାର ସେବା ପ୍ରଦାନ କରିଥିବା ଅସ୍ଥାୟୀ କର୍ମଚାରୀଙ୍କ ପାଇଁ ମଧ୍ୟ ଏଚବିଏ ଲାଗୁ ହେବ। ମନ୍ତ୍ରଣାଳୟ କିମ୍ବା ବିଭାଗଗୁଡ଼ିକୁ ଏଚବିଏ ନିୟମ ଅନୁଯାୟୀ ନିଜ କର୍ମଚାରୀଙ୍କ ଲାଗି ଗୃହ ନିର୍ମାଣ ଅଗ୍ରୀମ (ଏଚବିଏ) ମଞ୍ଜୁର କରିବା ଲାଗି କ୍ଷମତା ପ୍ରଦାନ କରାଯାଇଛି । ଏଚବିଏ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏକ…
Punjab Chief Minister Captain Amarinder Singh meeting Prime Minister Narendra Modi, in New Delhi on Thursday
Dancers of Chinas Suzhou Ballet Theater perform in Ankara, Turkey, on Oct. 2, 2019. Chinas Suzhou Ballet Theater staged a stunning performance Wednesday in the Leyla Gencer Hall in Ankara

