BJP MP Ram Kripal Yadav who was visiting flood-affected areas in Patna turned chaotic on Wednesday night when a makeshift boat that he was travelling in capsized. UNI
Author: Samikhsya Bureau
ଉତ୍ତର ପ୍ରଦେଶର କଂଗ୍ରେସ ବିଧାୟିକା ଅଦିତି ସିଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ଧାରଣାସଭାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଗାନ୍ଧୀଜିଙ୍କ 150 ତମ ଜନ୍ମ ଦିବସ ଅବସରରେ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ରାଏବରେଲୀରୁ ବିଧାୟିକା ରହିଥିବା ଅଦିତି ବିଧାନସଭା ଅଧିବେଶନରେ ଯୋଗ ଦେବା ପାଇଁ ଏହି ଧାରଣା ବର୍ଜନ କରିଥିବା କହିଛନ୍ତି । ବିକାଶ ସମ୍ବନ୍ଧିତ 17ଟି ବିଲ୍ ଉପରେ ଆଲୋଚନା ହେବାର ଥିଲା ତେଣୁ ବିଲ୍ ଅପେକ୍ଷା ଧାରଣା ଅଧିକ ଜରୁରୀ ନଥିଲା ବୋଲି ବିଧାୟିକା ପ୍ରକାଶ କରିଛନ୍ତି । ବିଧାୟିକାଙ୍କ ଏହି ଧାରଣା ବର୍ଜନ ପରେ ସେ ବିଜେପିରେ ଯୋଗ ଦେବାର ଆଶଙ୍କା ଦେଖାଦେଇଛି ।
ବିଜେଡିରୁ ବହିଷ୍କୃତ ତଥା ବରିଷ୍ଠ ବିଜେପି ନେତା ଦାମୋଦର ରାଉତ ନିର୍ବାଚନ ନ ଲଢିବା ସମ୍ପର୍କରେ ଘୋଷଣା କରିଛନ୍ତି । ଏକ ସାକ୍ଷାତକାର ଅବସରରେ ଦାମ ଏହି ସୂଚନା ଦେଇଛନ୍ତି । ଦଳରେ ତାଙ୍କୁ ଉପେକ୍ଷା କରାଯାଉଛି । ନିର୍ବାଚନ ପୂର୍ବର ଏବଂ ପରର ପରସ୍ଥିତିରେ ଅନେକ ଫରକ ରହିଛି । ବିଜେପୁର ନିର୍ବାଚନ ସମ୍ପର୍କରେ କୌଣସି ସୂଚନା ନଥିଲା ଗଣମାଧ୍ୟମରୁ ଏ ସମ୍ପର୍କରେ ମିଳିଥିଲା ବୋଲି ଦାମ କହିଛନ୍ତି । ବର୍ତ୍ତମାନ ବୟସ ଅଧିକ କାରଣରୁ ବର୍ତ୍ତମାନ ନିର୍ବାଚନ ଲଢିବା ସମ୍ଭବ ନୁହେଁ ବୋଲି ଦାମ କହିଛନ୍ତି । ସେଥିପାଇଁ ସେ ରାଜନୀତିରୁ ସନ୍ୟାସ ନେବେ ବୋଲି ଆଜି ଘୋଷଣା କରିଛନ୍ତି।
ଆସନ୍ତା 18 ତାରିଖରେ ବିଜେପୁରରେ ଉପ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ନିର୍ବାଚନ ପୂର୍ବରୁ ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଏବଂ ବିଜେଡି ନିଜର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛନ୍ତି । ନିର୍ବାଚନ ପାଇଁ ପ୍ରତ୍ୟୋକ ଦଳ ପକ୍ଷରୁ ଏହାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ନବୀନ ପଟ୍ଟନାୟକ ବିଜେପୁର ଉପନିର୍ବାଚନ ପାଇଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ନବୀନଙ୍କ ସହିତ ଅନଙ୍ଗ ଉଦୟ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରଫୁଲ୍ଲ ମଲ୍ଲିକ, ପଦ୍ମନାଭ ବେହେରା, ଦେବୀ ମିଶ୍ର, ନବଦାସ , ବିକ୍ରମ ଆରୁଖ ଏବଂ ନିରଞ୍ଜନ ପୂଜାରୀ ପ୍ରମୁଖ ଏହି ତାଲିକାରେ ରହିଛନ୍ତି । ସେହିପରି ବିଜେପିର 24 ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତି ଅନେକ ଜାତୀୟ ସ୍ତରୀୟ ନେତା । ବିଜେପିର ଜାତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି…
ରଙ୍ଗାଚରଣ ପ୍ରଧାନ କଥା କ’ଣ କି, ଗତ ଶନିବାର ସନ୍ଧ୍ୟାରେ ଯେତେବେଳେ ନ୍ୟୁଜ୍ ଦେଖିବାପାଇଁ ଟିଭି ଖୋଲିଲି, ଦେଖିଲି ସବୁ ଚାନେଲରେ ଉତ୍ସବ ପାଳନ ହେଉଛି । ପ୍ରଧାନମନ୍ତ୍ରୀ ମୋଦୀ ଏକ ସପ୍ତାହର ଆମେରିକା ଗସ୍ତ ସାରି ଦିଲ୍ଲୀ ବିମାନବନ୍ଦରରେ ବିମାନରୁ ଓହ୍ଲାଇ ଦୁଇ କିଲୋମିଟର ରାସ୍ତାରେ ହଜାର ହଜାର ଲୋକଙ୍କୁ ହାତ ହଲେଇ ହଲେଇ ଚାଲୁଛନ୍ତି । ନ୍ୟୁଜ୍ ଆଙ୍କରଙ୍କ ଉତ୍ସାହ କହିଲେ ନ ସରେ । ମୋଦୀ ସାରା ବିଶ୍ବରେ ନାଁ କମେଇ ଆସିଛନ୍ତି । କିଏ କହିଲା ବିଶ୍ବବିଜୟୀ । ଆଉ କିଏ କହିଲା ମହାନାୟକ । ସେ ତାଙ୍କ ପାରମ୍ପରିକ ଧଳା କୁର୍ତ୍ତା ପିନ୍ଧିଛନ୍ତି ଓ କୁଆଡେ ପ୍ରଥମଥର ପାଇଁ ଗେରୁଆ କାନ୍ଧପକା ପକେଇଛନ୍ତି ବୋଲି ଜଣେ ଆଙ୍କରଙ୍କର ମନେ ଅଛି । ଧୋନୀ ଟିମ୍ ଯେତେବେଳେ ସାଉଥ୍ ଆଫ୍ରିକାରେ ଟି-୨୦ ବିଶ୍ବକପ୍ ଜିତିକି ଆସିଥିଲା, ସେତେବେଳେ ବି ଏତେବଡ ସମ୍ବର୍ଦ୍ଧନା ଦିଆଯାଇ ନଥିଲା ।…
ବହୁ ପ୍ରତିକ୍ଷୀତ ବନ୍ଦେ ଭାରତ ଏକ୍ସପ୍ରେସକୁ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକାର୍ପିତ କରିଛନ୍ତି । ଏହି ଦ୍ରୁତଗାମୀ ଟ୍ରେନ୍ଟି ଦିଲ୍ଲୀରୁ ଜମ୍ମୁ-କଶ୍ମୀର କଠରା ମଧ୍ୟରେ ଯାତାୟାତ କରିବ । ଅମିତ ଶାହଙ୍କ ସହ ପୀୟୂଷ ଗୋଏଲ ବିଧିବଦ୍ଧ ଭାବେ ପତାକା ଦେଖାଇ ଏହି ଟ୍ରେନ୍ର ଚଳାଚଳ ଶୁଭାରମ୍ଭ କରିଛନ୍ତି । ଆସନ୍ତା 5 ତାରିଖରୁ ଏହାର ବ୍ୟବସାୟିକ ଯାତାୟାତ ଆରମ୍ଭ ହେବ । ଏହି ଟ୍ରେନରେ ସର୍ବନିମ୍ନ 1630 ଟଙ୍କା ଓ ସର୍ବାଧିକ 3015 ଟଙ୍କା ଭଡ଼ା ରହିଛି । ଟ୍ରେନ୍ଟି ସପ୍ତାହରେ 6 ଦିନ ଯାତ୍ରା କରିବ ଏବଂ 8 ଘଣ୍ଟାରେ ଏହା ଦିଲ୍ଲୀରୁ ବୈଷ୍ଣୋଦେବୀ ପହଞ୍ଚିବ ବୋଲି ଜଣାପଡିଛି ।
ଭୁବନେଶ୍ବର ୟୁନିଟ୍-6 ସ୍ଥିତ ଜନୈକ ଶିକ୍ଷୟିତ୍ରୀ ଭିଜିଲାନ୍ସ ଜାଲରେ ଫସିଛନ୍ତି । ୟୁନିଟ୍-6 ସିଟି ସ୍କୁଲର ଶିକ୍ଷୟିତତ୍ରୀ ତିଳୋତ୍ତମା ମହାନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଶିକ୍ଷୟିତ୍ରୀଙ୍କ ବାସଭବନ ସମେତ ତିନୋଟି ସ୍ଥାନରେ ଚଢାଉ କରାଯାଇଛି । ଶିକ୍ଷୟିତ୍ରୀଙ୍କ ନାମରେ 9ଟି ପ୍ଲଟ୍, 2ଟି ଘର ସହିତ କୋଟିଏ ଟଙ୍କାରୁ ଅଧିକ ସମ୍ପତ୍ତି ରହିଥିବା ଜଣାପଡିଛି ।
ଦିଲ୍ଲୀରେ ଜୈସ୍ ଏ ମହମ୍ମଦ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଦିଲ୍ଲୀ ପୋଲିସ୍ ପକ୍ଷରୁ 7ଟି ସ୍ଥାନରେ ଚଢାଉ କରାଯାଇଛି । ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ନୂଆଦିଲ୍ଲୀରେ କିଛି ଜୈସ୍ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିଥିଲା । ଏହାପରେ ରେଡ ଆଲର୍ଟ ଜାରି କରାଯିବା ସହିତ ଚଢାଉ କରାଯାଇଥିଲା । ବୁଧବାର ବିଳମ୍ବିତ ରାତିରେ ଦିଲ୍ଲୀ ପୋଲିସ୍ ପକ୍ଷରୁ ସୀଲାମପୁର, ଉତ୍ତର ପୂର୍ବ ଦିଲ୍ଲୀ, ଜାମିଆ ନଗର, ପାହାଡ ଗଞ୍ଜ ସମେତ ଅନ୍ୟାନ୍ୟ ଅଞ୍ଚଳରେ ଏହି ତଲାସୀ ଅଭିଯାନ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଜମ୍ମୁ କାଶ୍ମୀରରେ ଧାରା 370 ଉଚ୍ଛେଦ ହେବା ପରେ 3ରୁ 4 ଜଣ ଆତଙ୍କୀ ଦିଲ୍ଲୀରେ ପ୍ରବେଶ କରିଥିବା ନେଇ ସୂଚନା ପ୍ରକାଶ ପାଇଥିଲା ।
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ମୟଙ୍କ ଅଗ୍ରଓ୍ବାଲ(112*) ଶତକ ହାସଲ କରିଛନ୍ତି । ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନରେ ଭାରତ ପକ୍ଷରୁ ରୋହିତ ଶର୍ମା ଶତକ ହାସଲ କରିଥିବା ବେଳେ ଦ୍ବିତୀୟ ଦିନରେ ମୟଙ୍କ ଅଗ୍ରଓ୍ବାଲ ନିଜର ପ୍ରଥମ ଶତକ ହାସଲ କରିଛନ୍ତି । ନିଜର ପଞ୍ଚମ ଟେଷ୍ଟ ମ୍ୟାଚ୍ ଖେଳୁଥିବା ମୟଙ୍କ ତିନୋଟି ଅର୍ଦ୍ଧଶତକ ଏବଂ ଗୋଟିଏ ଶତକ ହାସଲ କରିଛନ୍ତି । ପୂର୍ବରୁ ମୟଙ୍କ ନିଜର ପ୍ରଥମ ଚାରିଟି ଟେଷ୍ଟ ବିଦେଶ ମାଟିରେ ଖେଳିଥିବା ବେଳେ ଘରୋଇ ପଦାର୍ପଣରେ ଶତକ ହାସଲ କରିଛନ୍ତି । ଏହା ସହିତ ରୋହିତ ଶର୍ମା 150 ରନ୍ ହାସଲ କରିଛନ୍ତି । ଦୁଇ ଜଣଙ୍କ ଶତକ ସହାୟତାରେ ଭାରତ 77 ଓଭର ଶେଷ ସୁଦ୍ଧା କୌଣସି ଓ୍ବିକେଟ୍ ନ ହରାଇ 283 ରନ୍ ସଂଗ୍ରହ କରିଛି ।
ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗାଁରେ ଏକ ବିସ୍ଫୋରଣ ଘଟିଛି । କାଳିଚରଣ ମହାପାତ୍ରଙ୍କ ଏକ ତିନି ତାଲା କୋଠାର ଉପର ମହଲାରେ ଗତକାଲି ବିଳମ୍ୱିତ ରାତିରେ ବିସ୍ଫୋରଣ ହୋଇଛି । ଫଳରେ ଉପର ମହଲାର କାନ୍ଥ ଭାଙ୍ଗି ଛିନ୍ଛତ୍ର ହୋଇପଡ଼ିଛି । କାଳିଚରଣଙ୍କ ଘରର ଉପର ମହଲାରେ ଜଣେ ମାର୍ବଲ ମିସ୍ତ୍ରୀ ଭଡ଼ାରେ ରହୁଥିଲେ । ବିସ୍ଫୋରଣ ପରଠୁ ତାଙ୍କର ପତ୍ତା ମିଳୁନି । ଅନ୍ୟପକ୍ଷରେ ମଝି ମହଲାରେ ରହୁଥିବା ସୁମିତ ନାମକ ବ୍ୟକ୍ତି ମଧ୍ୟ ନିଖୋଜ ଅଛନ୍ତି । ବିସ୍ଫୋରଣର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବୁଧବାର ଚାମ୍ପିୟନ୍ସ ଲିଗ୍ରେ ଏକ ମ୍ୟାଚରେ ବାର୍ସେଲୋନା ଇଣ୍ଟରମିଲାନକୁ ପରାସ୍ତ କରିଛି । ବାର୍ସେଲୋନା ପକ୍ଷରୁ ଲୁଇସ୍ ସୁଆରେଜ୍ ଦୁଇଟି ଗୋଲ୍ ସ୍କୋର କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ନିଜର ଶେଷ 6ଟି ମ୍ୟାଚ୍ରେ ବିଜୟୀ ହୋଇଥିବା ଇଣ୍ଟର ମିଲାନ୍ ଏହି ମ୍ୟାଚ୍ର ପ୍ରଥମାର୍ଦ୍ଧର ଦ୍ବିତୀୟ ମିନିଟ୍ରେ ଗୋଲ୍ ସ୍କୋର କରିଥିଲା । ଆର୍ଜେଣ୍ଟିନା ଫରଓ୍ବାର୍ଡ ଲାଟୁରାଓ ମାର୍ଟିନେଜ୍ ଏକ ମାତ୍ର ଗୋଲ ସ୍କୋର କରିଥିଲେ । ମାତ୍ର ଦ୍ବିତିୟାର୍ଦ୍ଧରେ ଚିଲି ଷ୍ଟ୍ରାଇକର୍ ଲୁଇସ୍ ସୁଆରେଜ୍ ଦୁଇଟି ଗୋଲ୍ ସ୍କୋର୍ କରି ଦଳକୁ ବିଜୟୀ କରାଇଥିଲେ । ଆଣ୍ଟୋନିଓ କୋଣ୍ଟା ଇଣ୍ଟର ମିଲାନର ନେତୃତ୍ବ ନେବା ପରେ ଏହା ଦଳର ପ୍ରଥମ ପରାଜୟ ।
କେଦାର ମିଶ୍ର ମୁଁ କାହାକୁ ବିଶ୍ଵାସ କରିବି- ନିଜକୁ ନା ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ? ଗତକାଲି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ବାପୁଙ୍କ ସାବରମତି ଆଶ୍ରମରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାହା କହିଲେ, ତାକୁ ଅବିଶ୍ଵାସ କଲେ, ପ୍ରଧାନମନ୍ତ୍ରୀଙ୍କ ଭକ୍ତମାନେ ଆମକୁ ଦେଶଦ୍ରୋହୀ ବୋଲି କହିବାର ସମ୍ଭାବନା ଅଧିକ। ବାପୁଙ୍କ ସାବରମତି ଆଶ୍ରମରୁ ପ୍ରଧାନମନ୍ତ୍ରୀ ଆମକୁ କହିଲେ ଯେ ଆଜି ଦେଶର ୬୯୯ ଜିଲାର ୬ ଲକ୍ଷ ଗାଁ ମେଲାରେ ଶୌଚ କରିବାର ଅଭ୍ୟାସ ପରିତ୍ୟାଗ କରିଛନ୍ତି। ଭାରତର ପ୍ରତ୍ୟେକ ଗାଁ ଆଜି ମେଲାରେ ମଳ ତ୍ୟାଗ କରିବାର ଅଭ୍ୟାସକୁ ଆପେ ଆପେ ପରିତ୍ୟାଗ କରିଛନ୍ତି ବୋଲି ଉଚ୍ଚ କଣ୍ଠରେ ପ୍ରଧାନମନ୍ତ୍ରୀ ଘୋଷଣା କରୁଛନ୍ତି। ଷାଠିଏ କୋଟି ଲୋକଙ୍କ ଲାଗି ଷାଠିଏ ମାସରେ ୧୧ କୋଟି ଶୌଚାଳୟ ତିଆରି କରିବା କମ ବଡ ସଫଳତା ନୁହେଁ। ତେବେ “ଷାଠିଏ ମାସରେ ଷାଠିଏ କୋଟି ଲୋକଙ୍କ ଲାଗି…
ଆନ୍ଧ୍ର- ଓଡିଶା ସୀମାନ୍ତ ସାଲୁର ଘାଟିରେ ବୁଧବାର ବିଳମ୍ବିତ ରାତିରେ ମାଟି ଅତଡା ଖସି ଯାନବାହନ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏଥିଯୋଗୁଁ ରାତି ସାରା 26 ନମ୍ବର ଜାତୀୟ ରାଜପଥରେ ଶହଶହ ଗାଡି ଅଟକି ରହିଥିଲା । ଭୁବନେଶ୍ୱରରୁ ଜୟପୁର ଏବଂ ଜୟପୁରରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ଗାଡିଗୁଡିକ ସାଲୁର ନିକଟରେ ଅଟକି ରହିଥିଲା । ସକାଳେ ଆନ୍ଧରୁ ସଡକ ପରିବହନ ବିଭାଗର ଏକ ଟିମ୍ ପହଞ୍ଚି ରାସ୍ତା ସଫା କରିବା ପରେ ଗୋଟିଏ ପାର୍ଶ୍ୱରେ ଗାଡ଼ି ଚଳାଚଳ ଆରମ୍ଭ ହୋଇଥିବା ଜଣାପଡିଛି ।
ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ବୁଧବାର ବିଳମ୍ବିତ ରାତିରେ ମହିଳାଜଣଙ୍କ ଘରେ ଥିବାବେଳେ ତିନି ଜଣ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି । ମହିଳାଙ୍କ ସ୍ୱାମୀ ଘରେ ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ମୋଟଙ୍ଗା ଥାନା ପୋଲିସ୍ 3 ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଘଟଣାର ତଦନ୍ତ ଚଳାଇଛି ।
ମଧ୍ୟପ୍ରଦେଶରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ବସ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ ନଦୀକୁ ଖସିପଡ଼ିବାରୁ 6 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 19 ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମଧ୍ୟପ୍ରଦେଶର ରାଇସେନ ଜିଲ୍ଲାରେ ଏହି ଘଟଣା ଘଟିବା ପରେ ସୂଚନା ପାଇ ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ । ସ୍ଥାନୀୟ ଲୋକଙ୍କର ସହାୟତାରେ ନଦୀ ଭିତରୁ କିଛି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆହତ ଲୋକଙ୍କୁ ବସ ଭିତରୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଦୁର୍ଘଟଣାର କାରଣ ଜଣାପଡିନାହିଁ ।
Bollywood actress Priyanka Chopra, Director Shonali Bose, actor Rohit Saraf during the promotion of their upcoming movie The Sky is Pin in New Delhi on Wednesday
A view of interior decoration at a community puja pandal in South Kolkata on Wednesday. UNI PHOTO CAL 4
ସମୀକ୍ଷା ବ୍ୟୁରୋ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଦୁଇଟି ବିଶ୍ବ ରେକର୍ଡ ହାସ କରିଛି। ପ୍ରଥମଟି ହେଲା ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଯୁବ ଛାତ୍ରଛାତ୍ରୀମାନେ କରିଥିବା ସାମୁହିକ ସ୍ବଚ୍ଛ ଭାରତ ଅଭିଜାନ। ଗୋଟିଏ ସ୍ଥାନରେ ସର୍ବାଧିକ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ “ପରିବେଶ ସୁରକ୍ଷା ଶିକ୍ଷା” ପ୍ରଦାନ କରାଯାଇ ପ୍ରଥମ ବିଶ୍ୱରେକର୍ଡ ପ୍ରତିଷ୍ଠା କରାଯାଇଥିଲା । ପାଖାପାଖି ୫ ହଜାର ଛାତ୍ରଛାତ୍ରୀ ଏହି ବିଶ୍ୱ ରେକର୍ଡରେ ଅଂଶ ଗ୍ରହଣ କରିଥିଲେ । ଅପରପକ୍ଷରେ “ଗୋଟିଏ ସ୍ଥାନରେ ମିଳିତ ଭାବେ ସୌର ଆଲୋକ ଜଳାଇବା” ବର୍ଗରେ ଦ୍ୱିତୀୟ ବିଶ୍ୱ ରେକର୍ଡ ପ୍ରତିଷ୍ଠା ହୋଇଥିଲା । ଏଥିରେ ୫ ହଜାରରୁ ଊର୍ଦ୍ଧ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ମଧ୍ୟ ପ୍ରକୃତ ସଂଖ୍ୟା ଘଟଣା ସ୍ଥଳରେ ଉପସ୍ଥିତ ଥିବା ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡସର ଅଧିକାରୀଙ୍କ ଦ୍ୱାରା ପରବର୍ତୀ ସମୟରେ ପ୍ରକାଶ ପାଇବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…
Students spinning Charkha during 150th birth anniversary celebration of Mahatma Gandhi at Sabarmati Gandhi Ashram in Ahmedabad on Wednesday

