Author: Samikhsya Bureau

ସମୀକ୍ଷା ବ୍ୟୁରୋ ଆସନ୍ତା 6 ତାରିଖରେ ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି। ସେଥିପାଇଁ ଭୁବନେଶ୍ବର ପୋଲିସ କମିଶନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେଦିନ ଉପରାଷ୍ଟ୍ରପତି ସକାଳ 10ଟା 15 ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିବେ। ଏହାପରେ ସେ ସେଠାରୁ ସିଧା କିଟ୍ କ୍ୟାମ୍ପସକୁ ଯିବେ। ସେଠାରେ ଦିନ 11ଟା ବେଳେ 39ତମ ବିଶ୍ବ କବି ସମ୍ମିଳନୀର ଉଦଜାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସେଠାରୁ ସେ କଟକ ଅଭିମୁଖେ ଯାତ୍ରା କରିବେ। ଅପରାହ୍ନ 3ଟା 55 ମିନିଟରେ ଉପରାଷ୍ଟ୍ରପତି କଟକ ଜବାହାରଲାଲ ନେହୁର ଇନଡୋର ଷ୍ଟାଡିୟମରେ ଦୈନିକ ସମାଜର ଏକ ଶହତମ ଜନ୍ମ ଉତ୍ସବ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ। ଉପରାଷ୍ଟ୍ରପତି 5ଟା 55 ବେଳେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଚି ନୂଆ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର- ବର୍ତମାନ ବ୍ୟାଙ୍କ୍ ଖାତା, ତିନି ମାସର ସକ୍ରିୟତା, ଆଧାର ନମ୍ବର ଓ ଟେଲିଫୋନ ଠିକଣା ଥିଲେ ବ୍ୟାଙ୍କ୍ ତଥା ଇ-ମୁଦ୍ରା ବା ଡିଜିଟାଲ୍ ପ୍ଲାଟଫର୍ମରେ ମାତ୍ର ୩୦ ସେକେଣ୍ଡ୍ ମଧ୍ୟରେ ଜଣେ ଲୋକ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରୁଛି । ଏହା ମୋଦି ସରକାରଙ୍କ ଗରିବ ଲୋକଙ୍କୁ ଭେଟି ବୋଲି ଶୁକ୍ରବାର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଭୁବନେଶ୍ୱର ଶାଖା କାର୍ଯ୍ୟାଳୟ ତରଫରୁ ଆୟୋଜିତ ଗ୍ରାହକ ମେଳାରେ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ସେ ଓଡିଶାରେ ବ୍ୟାଙ୍କ୍ ଶାଖା କମ୍ ଥିବାରୁ ଅଧିକ ବ୍ୟାଙ୍କ୍ ଖୋଲିବାକୁ ପରାମର୍ଶ ଦେଇଥିଲେ । ବ୍ୟାଙ୍କ୍ ସହ ଗ୍ରାହକଙ୍କ ସମ୍ପର୍କ ସୂତ୍ର ପ୍ରସାରଣ ନିମନ୍ତେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ କହିଛନ୍ତି ଯେ ଭାରତ ସରକାରଙ୍କର ଅର୍ଥ ବିଭାଗ ତରଫରୁ ତଥା ବ୍ୟାଙ୍କିଂ ଡିଭିଜନ୍ ତରଫରୁ ପାର୍ବଣ ଅବସରରେ ଦେଶରେ ଗୋଟିଏ ଅଭିନବ କାର୍ଯ୍ୟକ୍ରମ ହାତକୁ…

Read More

ସମୀକ୍ଷା ବ୍ୟୁରୋ ଆଜି ପୂର୍ବାହ୍ନରେ ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ସୁଶୀଲ କୁମାର ଲୋହାନୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ସୁରେନ୍ଦ୍ର କୁମାରଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଜେପୁର ଉପନିର୍ବାଚନ ପ୍ରକିୟା ଚାଲୁ ରହିଥିବାରୁ ଶ୍ରୀ ସୁରେନ୍ଦ୍ର କୁମାର ନିର୍ବାଚନ ସଂପର୍କିତ କାର୍ଯ୍ୟକ୍ରମଗୁଡ଼ିକୁ ନୂତନ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଇଥିଲେ । ନିର୍ବାଚନ କାର୍ଯ୍ୟରେ ନିୟେଜିତ ସମସ୍ତ ବରିଷ୍ଠ ଅଧିକାରୀ, ଉପବିଭାଗୀୟ ଅଧିକାରୀ, ସହକାରୀ ଉପବିଭାଗୀୟ ଅଧିକାରୀ ଏବଂ ଅନ୍ୟ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ଶ୍ରୀ ଲୋହାନୀଙ୍କୁ ସ୍ୱାଗତ କରିଥିଲେ। ଅପରାହ୍ନରେ ନୂତନ ମୁଖ୍ୟ ନିର୍ବାଚନ ଅଧିକାରୀ ଲୋହାନୀ ମୁଖ୍ୟ କର୍ମଚାରୀମାନଙ୍କୁ ନେଇ ବିଜେପୁର ଉପନିର୍ବାଚନ ସଂପର୍କରେ ଏକ ସମୀକ୍ଷା କରିଥିଲେ ।

Read More

procession of Sri Malayappa Swamy in His most bewitching Avatara of Mohini, the cosmic damsel on the colorfully decked Palanquin and blessed the devotees in Mohini Avatara, on the fifth day of annual Navaratri brahmotsavams. The beauty of the Avatara enhanced with the presence of silver idol of Sri Krishna Swamy on another palanquin, at Tirumal on Friday.

Read More

ସମୀକ୍ଷା ବ୍ୟୁରୋ ଆଜି ପୂଜା ଛୁଟି ପୂର୍ବରୁ ରାଜ୍ୟ ସରକାର ପୁଣି ଥରେ ଦୁର୍ନିତି ଗସ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏକଥରେ ତିନିଜଣ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ସେମାନେ ହେଲେ ସହକାରୀ ଯୋଗାଣ ଅଧିକାରୀ ଅଶୋକ କୁମାର ମାଝୀ, ଉପବନ ସଂରକ୍ଷକ ଶରତ ଚନ୍ଦ୍ର ପଣ୍ଡା ଏବଂ ଢେଙ୍କାନାଳର ଆଞ୍ଚଳିକ ପରିବହନ ଅଧିକାରୀ ବସନ୍ତ କୁମାର ବେହେରା। ଏମାନେ ତାଙ୍କ ଚାକିରୀ କାଳ ମଧ୍ୟରେ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବାର ଅଭିଯୋଗ ଆସିଛି। ସେହି ଅଭିଯୋଗ ଆଧାରରେ ତାଙ୍କୁ ବାଧ୍ୟତାମୂଳକ ବହିସ୍କାର ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ରାଜ୍ୟ ସରକାର ୩୭ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିଛନ୍ତି। ସେହିପରି ୬ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ୍ ମଧ୍ୟ ବନ୍ଦ କରି ଦେଇଛନ୍ତି। ଏଥିରେ ଇଂଜିନିୟର, କିରାଣୀ , ପ୍ରଧାନ ଶିକ୍ଷକ, ରାଜସ୍ୱ ନିରିକ୍ଷକ, ଫାର୍ମାସିଷ୍ଟ, ଅମିନ ଏବଂ ପଂଚାୟତ ନିର୍ବାହୀ ଅଧିକାରୀ ସାମିଲ ଅଛନ୍ତି। ପରବର୍ତ୍ତି…

Read More

ବଲାଙ୍ଗୀର ପୋଲିସ ଏକ ବାଇକ୍‌ ଚୋରି ରାକେଟ୍‌ର ପର୍ଦ୍ଦାଫାଶ କରିଛି । କଣ୍ଟାବାଞ୍ଜି ପୋଲିସ୍‌ ପକ୍ଷରୁ 10 ଜଣ ବାଇକ୍‌ ଲୁଟେରାଙ୍କୁ ଗିରଫ କରାଯିବା ସହିତ 25ଟି ବାଇକ୍‌ ଜବତ କରାଯାଇଛି । ଏହି ବାଇକ୍‌ ଚୋରି ଗ୍ୟାଙ୍ଗଟି ସମଗ୍ର ରାଜ୍ୟରେ ସକ୍ରିୟ ଭାବରେ କାର୍ଯ୍ୟ କରୁଥିବା ବେଳେ ନମ୍ବର ପ୍ଲେଟ୍‌ ବଦଳାଇ ଗାଡିକୁ ବିକ୍ରି କରୁଥିଲେ । ଏହି ରାକେଟ୍‌ରେ ସମ୍ପୃକ୍ତ ଗ୍ୟାରେଜ୍‌ ଗୁଡିକ ସମ୍ପର୍କରେ ପୋଲିସ୍‌ ତଦନ୍ତ ଚଳାଇଛି ।

Read More

ଭାରତ ଗସ୍ତରେ ରହିଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଏନ୍‌ଆରସିକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି । ଭାରତ ସରକାରଙ୍କ ପକ୍ଷରୁ ଜାତୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆର୍‌ସି) ଆସାମରେ ଲାଗୁ କରାଯାଇଥିବା ବେଳେ ଆଗାମୀ ଦିନରେ ଏହାକୁ ଅନ୍ୟାନ୍ୟ ରାଜ୍ୟରେ ଲାଗୁ କରାଯିବାର ଯୋଜନା ରଖିଛି ଗୃହ ମନ୍ତ୍ରାଳୟ । ହସିନା ନୂଆଦିଲ୍ଲୀରେ ଅବସ୍ଥା୍ପିତ ବାଂଲାଦେଶ ଉଚ୍ଚାୟୁକ୍ତଙ୍କ ସହିତ ଆଲୋଚନା ପରେ ଏହି ଘୋଷଣା କରିଛନ୍ତି । ହସିନା କହିଛନ୍ତି, ଏହି ନିୟମକୁ ନେଇ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ଏବଂ ବାଂଲାଦେଶ ଏହି ପଞ୍ଜୀକରଣକୁ ନେଇ ଚିନ୍ତିତ ହେବା ଅନୁଚିତ୍‌ ବୋଲି ହସିନା ପ୍ରକାଶ କରିଛନ୍ତି ।

Read More

ସାମାଜିକ ଗଣମାଧ୍ୟମ ସର୍ବଦା ଦୁଇ ଧାରିଆ ଛୁରୀ ସଦୃଶ । ରାଉରକେଲାର ଜନୈକ ଯୁବତୀ ଫେସ୍‌ବୁକ୍‌ ପ୍ରେମରେ ଫସିଛନ୍ତି । ଫେସବୁକ୍‌ରୁ ଆରମ୍ଭ ହେଲା ପ୍ରେମ । ମାତ୍ର ଯୁବତୀ ଜଣକ ଅନ୍ୟତ୍ର ବିବାହ କରିବାରୁ ଉତ୍ୟକ୍ତ ଯୁବକ ଯୁବତୀଙ୍କର ଅଶ୍ଲୀଳ ଫଟୋ ଭାଇରାଲ କରିଛନ୍ତି । ଏନେଇ ଯୁବତୀଙ୍କ ଅଭିଯୋଗ ପରେ ରାଉରକେଲା ସାଇବର ପୁଲିସ୍‌ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛନ୍ତି । ଗୁରୁବାର ବିହାରର ମୁଙ୍ଗେରରୁ ଉକ୍ତ ଯୁବକଙ୍କୁ ପୋଲିସ ଗିରଫ କରିଛି । ଆସନ୍ତା କାଲି ଯୁବକଙ୍କୁ କୋର୍ଟ ଚାଲାଣ କରାଯିବ ବୋଲଜି ଜଣାପଡିଛି ।

Read More

ଚଳିତବର୍ଷ ଫେବୃଆରୀରେ ଅନୁଷ୍ଠିତ ହୋଇଥିବା ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ସମ୍ପର୍କରେ ସୂଚନା ଦେଇଛନ୍ତି ବାୟୁସେନା ମୁଖ୍ୟ ଆର୍‌ କେ ଭଦୋରିଆ । ଭାରତୀୟ ବାୟୁସେନା ପକ୍ଷରୁ ଫେବୃୟାରୀ 26 ତାରିଖରେ ଏୟାର ଷ୍ଟ୍ରାଇକ୍ କରିଥିଲା । ପାକିସ୍ତାନ ସ୍ଥିତ ବାଲାକୋଟରେ ଥିବା ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ପ୍ରଶିକ୍ଷଣ ଶିବିର ଉପରେ ଆକ୍ରମଣରେ ଶତାଧିକ ଆଏଥିରେ ଶତାଧିକ ଆତଙ୍କବାଦୀ ନିହତ ହୋଇଥିଲେ । ଶୁକ୍ରବାର ବାୟୁସେନା ପକ୍ଷରୁ ଏହି ଆକ୍ରମ ଏବେ ଭାରତୀୟ ବାୟୁସେନା ସେହି ଆକ୍ରମଣର ଏକ ପ୍ରମୋଶନାଲ ଭିଡିଓ ସାତ ମାସ ପରେ ଜାରି କରାଯାଇଛି ।

Read More

ରଙ୍ଗାଚରଣ ପ୍ରଧାନ  ଗତ ସେପ୍ଟେମ୍ବର ୨୦ ତାରିଖରେ ଅର୍ଥମନ୍ତ୍ରୀଙ୍କ ଦ୍ବାରା କମ୍ପାନୀମାନଙ୍କ ପାଇଁ ମୋଟ ୧.୪୫ ଲକ୍ଷ କୋଟି ଟଙ୍କାର ଟିକସ ହ୍ରାସ ଘୋଷଣା ହେବା ପରେ ବମ୍ବେ ଷ୍ଟକ୍ ଏକସ୍ଚେଞ୍ଜର ସୁଚକାଙ୍କ ଗୋଟିଏ ଦିନରେ ୨୦୦୦ ଅଙ୍କ ଉପରକୁ ଉଠି ତାହାକୁ ସ୍ବାଗତ କରିଥିଲା । ଅବଶ୍ୟ ଷ୍ଟକ୍ ମାର୍କେଟରେ କେବେ ବି ଦେଶର ପ୍ରକୄତ ଆର୍ଥିକ ପରିସ୍ଥିତିର ସଠିକ ପ୍ରତିଫଳନ ହୁଏ ନାହିଁ । ଗତ ବର୍ଷ ଦେଶରେ ପୁଞ୍ଜିଲଗାଣ ଓ ନିଯୁକ୍ତି କ୍ରମାଗତ ଭାବେ କମି ଚାଲିଥିବା ସମୟରେ ଷ୍ଟକ୍ ମାର୍କେଟ ସୁଚକାଙ୍କ ତାହାର ପ୍ରତିକ୍ରିୟାରେ କେବେ ତଳକୁ ଖସିନାହିଁ । ଅବଶ୍ୟ ଏହି ଟିକସ ହ୍ରାସ ଯୋଗୁଁ ଷ୍ଟକ୍ ମାର୍କେଟର ଅସ୍ଥାୟୀ ପ୍ରତିକ୍ରୀୟା ପରେ ତାହା ପୁଣି ପୂର୍ବାବସ୍ଥାକୁ ଫେରି ସାରିଲାଣି । ଅଗଷ୍ଟ ମାସ ଶେଷରେ ଦେଶର ରିଜର୍ଭ ବ୍ୟାଙ୍କ ଯେତେବେଳେ କେନ୍ଦ୍ର ସରକାରଙ୍କୁ ୧,୭୬,୦୦୦ କୋଟି ଟଙ୍କା ଦେବେ ବୋଲି କହିଲେ ସେତେବେଳେ…

Read More

କ୍ରମାଗତ ପଞ୍ଚମ ଥର ପାଇଁ ଆରବିଆଇ ପକ୍ଷରୁ ରେପୋ ରେଟ୍ ହ୍ରାସ କରାଯାଇଛି । ଶୁକ୍ରବାର 0.25 ବେସ ପଏଣ୍ଟ ହ୍ରାସ କରିବା ପରେ ରେପୋ ରେଟ୍ ବର୍ତ୍ତମାନ 4.9 ପ୍ରତିଶତରେ ପହଞ୍ଚିଛି । ଆରବିଆଇର ଏହି ନିଷ୍ପତ୍ତି ପରେ ସାଧାରଣ ଲୋକଙ୍କ ପକେଟ ଉପରେ ଋଣ ବୋଝ କମ୍ ପଡ଼ିବ । ଶୁକ୍ରବାର ଅନୁଷ୍ଠିତ ଅର୍ଥନୈତିକ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ସହିତ 2019-20 ଆର୍ଥିକ ବର୍ଷ ନିମନ୍ତେ ସଂଶୋଧିତ ଅଭିବୃଦ୍ଧି 6.1 ପ୍ରତିଶତ ରଖାଯାଇଛି । ପୂର୍ବରୁ ଏହା 6.9 ପ୍ରତିଶତ ରହିବା ନେଇ ଆରବିଆଇ ପକ୍ଷରୁ ଆକଳନ କରାଯାଇଥିଲା ।

Read More

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବ୍ରହ୍ମପୁର ମହାନଗର ନିଗମର ଅଫିସ୍ ଆସିଷ୍ଟାଣ୍ଟ ଏ. ଲକ୍ଷ୍ମୀ ପ୍ରସାଦ ରାଓ । ବ୍ରହ୍ମପୁରର ଜନୈକ ହୋଟେଲ ମାଲିକଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଦୋକାନ ଗୃହର ମାଲିକାନାସ୍ବତ୍ତ୍ବ ବଦଳାଇବା ପାଇଁ ଏହି ହୋଟେଲ ମାଲିକଙ୍କ ନିକଟରୁ ଅର୍ଥ ଦାବି କରାଯାଇଥିବା ଜଣାପଡିଛି । ଏହା ସହିତ ଗିରଫ କର୍ମଚାରୀଙ୍କ ପୁରୁଷୋତ୍ତମପୁରରେ ଥିବା ଘର ଓ ସରକାରୀ କ୍ୱାର୍ଟର୍ସରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି ।

Read More

ନୀଳଗିରି ବିଧାୟକ ଓ ତହସିଲଦାରଙ୍କ ମଧ୍ୟରେ ପାଟିତୁଣ୍ଡ ଧିରେଧିରେ ଘନେଇବାରେ ଲାଗିଛି । ତହସିଲଦାର କରିଥିବା ଦୁର୍ବ୍ୟବହାର ପ୍ରତିବାଦରେ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି । ସୂଚନାନୁସାରେ, ତହସିଲ କାର୍ଯ୍ୟାଳୟ ପରିସରରେ ଥିବା କିଛି ଅଂଚଳରେ ଉଚ୍ଛେଦ ପ୍ରକ୍ରିୟା ଚାଲିଥିଲା । ସେଠାରେ ଥିବା ମୋହରିରିଙ୍କ ଚାଳକୁ ଭାଙ୍ଗି ଦିଆଯାଇଥିଲା । ତଦସିଲଦାରଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ ପ୍ରକ୍ରିୟା ଚାଲିଥିଲା । ମୋହରିରଙ୍କ ଚାଳ ଭଙ୍ଗାଯିବାକୁ ବିଧାୟକ ସୁକାନ୍ତ କୁମାର ନାୟକ ବିରୋଧ କରିଥିଲେ । ଏହି ସମୟରେ ବିଧାୟକ ଓ ତହସିଲଦାର ମୁହାଁମୁହିଁ ହୋଇଥିଲେ । ତେବେ ତହସିଲଦାର ଦୁର୍ବ୍ୟବହାର କରିଥିବା ବିଧାୟକ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦ କରି ସେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି ।

Read More

ବାଲୁଗାଁରୁ ଜନୈକ ଦମ୍ପତ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଉଭୟଙ୍କୁ ରଶିରେ ଲଟକିଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଚିଲିକା ସ୍ଥିତ ନଇରି ବ୍ଲକ୍‌ର ବଡସାହିର ଏକ ଭଡା ଘରୁ ଏହି ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । 5 ମାସ ତଳେ ଏହି ଦମ୍ପତ୍ତି ପ୍ରେମ ବିବାହ କରିଥିବାରୁ ଏହା ଆତ୍ମହତ୍ୟା କି ହତା ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ବାଣପୁର ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Read More

କେନ୍ଦୁଝର ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ନେଙ୍କଡ଼ାଘର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି । ଏକ ଟ୍ରକ୍‌କୁ ଯାତ୍ରୀବାହୀ ବସ୍ ପଛରୁ ପିଟି ଦେବାରୁ 8 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ବସ୍ ଡ୍ରାଇଭର୍ ଓ ହେଲ୍‌ପର୍ ବି ଅଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ‘ଶ୍ରୀରାମ’ ନାମକ ଏହି ଘରୋଇ ବସ୍‌ଟି ବଡ଼ବିଲ୍‌ରୁ ଭୁବନେଶ୍ୱର ଯାଉଥିବା ବେଳେ ଏ ଦୁର୍ଘଟଣା ଘଟିଥିଲା । ଟାଉନ ଥାନା ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ଓ ଆହତମାନଙ୍କୁ ଡାକ୍ତରଖାନା ପଠାଇଥିଲେ । ସମସ୍ତ ଆହତ ଯାତ୍ରୀଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Read More

କେଦାର ମିଶ୍ର ଗତକାଲି ଓଡିଶାର ଏକ ପ୍ରମୁଖ ଟେଲିଭିଜନ ଚାନେଲର ଖବର ଥିଲା- ପାକିସ୍ତାନ ଓ ବାଂଲାଦେଶକୁ ପିଆଜ ଚିନ୍ତା। ବଡ ବିଚିତ୍ର ଖବର। ଯେତେବେଳେ ଆମ ନିଜ ଦେଶରେ ପିଆଜ ଉତ୍ପାଦନ, ବିତରଣ ଓ ବଜାରର ସ୍ଥିତି ଅତ୍ୟନ୍ତ ଖରାପ ଅବସ୍ଥାରେ ରହିଛି, ସେତେବେଳେ ପାକିସ୍ତାନ ଓ ବାଂଲାଦେଶର ଚିନ୍ତା ଆମକୁ ଏତେ ପାଗଳ କରୁଛି କାହିଁକି? ଏ ପ୍ରକାର ଖବର ପଛରେ କି ଉଦ୍ଦେଶ୍ୟ ଥାଇପାରେ? ଆମ ଦେଶରେ ପିଆଜ ମହଙ୍ଗା ହେବା ଏକ ସାଧାରଣ ଘଟନା, ହେଲେ ପାକିସ୍ତାନରେ ପିଆଜ ମହଙ୍ଗା ହେବା ଅସ୍ଵାଭାବିକ ବୋଲି ଆମର ଗଣମାଧ୍ୟମ ଭାବୁଛି କି? ପାକିସ୍ତାନର ପିଆଜ ଦରକୁ ନେଇ ପଞ୍ଜାବ, କାଶ୍ମୀର,ରାଜସ୍ଥାନ ବା ଗୁଜରାଟ ଗଣମାଧ୍ୟମରେ ଚର୍ଚ୍ଚା ହେଲେ, ତାର କିଛି କାରଣ ଅଛି ବୋଲି ଆମେ ବୁଝିବା। ଏ ସବୁ ରାଜ୍ୟ ପାକିସ୍ତାନକୁ ଲାଗିକି ଅଛନ୍ତି ଓ ପାକିସ୍ତାନର ବଜାର ମୂଲ୍ୟ ସହିତ ଏମାନେ କିଛିଟା ପ୍ରଭାବିତ…

Read More

ଆଜି ରାଜ୍ୟରେ କିଛି ଜିଲ୍ଲାରେ ଝଡ଼ବର୍ଷା ସହିତ ଘଡ଼ଘଡ଼ି ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ 10ଟି ଜିଲ୍ଲାରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ । ସେଥିପାଇଁ ସକାଳ 10.15 ପର୍ଯ୍ୟନ୍ତ ସତର୍କ ରହିବାକୁ କୁହାଯାଇଛି । ମୟୂରଭଞ୍ଜ, ବାଲେଶ୍ୱର, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ ପୁରୀ ଜିଲ୍ଲା ନିମନ୍ତେ ଏହି ସତର୍କ ସୂଚନା ଜାରି କରାଯାଇଛି ।

Read More