ହୁଏତ ଆଗାମୀ ପିଢୀ ବିଶ୍ଵାସ କରିବ ନାହିଁ ଯେ ଗାନ୍ଧୀଙ୍କ ପରି ରକ୍ତ ମାଂସଧାରୀ ମଣିଷଟିଏ ସତରେ ଆମ ପୃଥିବୀରେ ରହିଥିଲା। (ଆଲବର୍ଟ ଆଇନଷ୍ଟାଇନ, ମହାନ ବୈଜ୍ଞାନିକ)
Author: Samikhsya Bureau
ମହଙ୍ଗା ପଡିଲା ପୁଲିସ୍ ଉପରେ ଦାଦାଗିରି । କର୍ତ୍ତବ୍ୟରତ ପୁଲିସ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଝାରସୁଗୁଡା ବିଜେଡି ଉପସଭାପତି ଶମ୍ଭୁ ମହାନ୍ତି ଗିରଫ ହୋଇଛନ୍ତି । ସୂଚନା ଅନୁଯାୟୀ, ଗତକାଲି ରାତିରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ନିଜ ଗାଡ଼ିରେ ଯାଉଥିଲେ । ମାତ୍ର ସେ ସିଟ୍ ବେଲ୍ଟ୍ ବାନ୍ଧି ନଥିଲେ। ବେଲ୍ପାହାଡ଼ ଫାଟକ ନିକଟରେ କାର୍ଯ୍ୟରତ ଏଏସ୍ଆଇ ଗାଡି ଅଟକାଇବା ପରେ ବିଧାୟକଙ୍କ ପରିଚୟ ଜାଣି ଛାଡି ଦେଇଥିଲେ । ତେବେ ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଝାରସୁଗୁଡ଼ା ବିଜେଡି ଜିଲ୍ଲା ଉପ-ସଭାପତି ଶମ୍ଭୁ ମହାନ୍ତି ପୁଲିସ୍ର ଏପରି କାର୍ଯ୍ୟକୁ ବିରୋଧ କରିଥିଲେ। କାର୍ଯ୍ୟରତ ଦୁଇ ପୁଲିସ କର୍ମଚାରୀଙ୍କୁ ଅତି ଅଭଦ୍ର ଭାଷାରେ ଗାଳି ଦେଇଥିଲେ। ଏପରିକି ଜେଲ୍ ପଠାଇବାର ଧମକ ମଧ୍ୟ ଦେଇଥିଲେ। ଯାହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବା ପରେ ଶମ୍ଭୁ ମହାନ୍ତିଙ୍କୁ ଗିରଫ କରାଯାଇଛି ।
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ସୋନିଆ ଗାନ୍ଧୀ ଆଜି ବିଜୟ ଘାଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ 116 ତମ ଜନ୍ମ ଦିବସରେ ବିଜୟ ଘାଟରେ ଏହି ଦୁଇ ନେତା ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ଲାଲବାହାଦୁର ଶାସ୍ତ୍ରୀଙ୍କ ପୁଅ ଅନିଲ ଶାସ୍ତ୍ରୀ ମଧ୍ୟ ବିଜୟ ଘାଟ ପହଞ୍ଚି ନିଜର ବାପାଙ୍କ ସ୍ମୃତିପୀଠରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ଜାତିର ପିତା ମହାତ୍ମା ଗାନ୍ଧୀଙ୍କ 150 ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିଲ୍ଲୀସ୍ଥିତ ରାଜ ଘାଟରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି । ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ମୋଦୀ ବିଜୟ ଘାଟରେ ପହଞ୍ଚି ଥଲେ । ସେଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ମୋଦୀଙ୍କ ସହିତ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
କେଦାର ମିଶ୍ର ଆଜି ଅକ୍ଟୋବର ୨ ତାରିଖ। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମଦିନ। ଏ ଲେଖା ଲେଖିଲା ବେଳକୁ ମୋ ହାତରେ ଗୋଟେ ବହି ଅଛି। ବହିର ନାଁ “ ଗାନ୍ଧୀ ; ଦି ଇଅର୍ସ ଦେଟ ଚେଞ୍ଜଡ ଦି ୱାର୍ଲ୍ଡ’’ ଓ ଏହାର ଲେଖକ ହେଉଛନ୍ତି ପ୍ରସିଦ୍ଧ ଐତିହାସିକ ରାମଚନ୍ଦ୍ର ଗୂହା। ଗାନ୍ଧୀଙ୍କ ବିରାଟକାୟ ଜୀବନୀର ଏହା ଦ୍ଵିତୀୟ ଭାଗ ଓ ଏଥିରେ ୧୯୧୪ ରୁ ୧୯୪୮ ପର୍ଯନ୍ତ ବାପୁଙ୍କ ଜୀବନ କାହାଣୀ ବିସ୍ତୀର୍ଣ୍ଣ ଭାବରେ ବର୍ଣ୍ଣିତ ହୋଇଛି। ବହିର ପୃଷ୍ଠା ସଂଖ୍ୟା ୧୧୩୦, ତେଣୁ ଏହାକୁ ସାରିବା ଲାଗି ମୋତେ ଯଥେଷ୍ଟ ସମୟ ଲାଗିଛି। ତେବେ ମୋ ଲେଖାଟି ଏ ବହି ବିଷୟରେ ନୁହଁ। ଏ ବହି ମୋତେ ଗାନ୍ଧୀଙ୍କ ବିଷୟରେ ଲେଖିବା ଲାଗି ଗୋଟେ ସଙ୍କେତ ଦେଇଛି ମାତ୍ର। ଆମେ ସମସ୍ତେ ଗାନ୍ଧୀଙ୍କ ବିଷୟରେ ଆଇନଷ୍ଟାଇନ ଦେଇଥିବା ସେଇ ପ୍ରସିଦ୍ଧ ବକ୍ତବ୍ୟଟିକୁ ଜାଣିଛୁ, ଯେଉଁଠି ସେ କହିଛନ୍ତି,…
ଆଜି ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଏବଂ ତାଙ୍କ ଧର୍ମପତ୍ନୀ ସୁପ୍ରଭା ହରିଚନ୍ଦନ ବିଜୟୱାଡାର କନକ ଦୁର୍ଗା ମନ୍ଦିରରେ ପୂଜା ଅର୍ଚ୍ଚନା କରିଛନ୍ତି। ସପତ୍ନିକ ବିଜୟାୱାଡା ଯାଇ ସେଠାରେ ଇନ୍ଦିରାକିଲ୍ଲାଦ୍ରୀ ପାହାଡ ଉପରେ ଅବସ୍ଥାପିତ ମା ଦୁର୍ଗାଙ୍କୁ ଦର୍ଶନ କରିଥିଲେ। ବର୍ତ୍ତମାନ ନବରାତ୍ର ଚାଲିଥିବାରୁ ରାଜ୍ୟପାଳ ଦମ୍ପତି ଏହି ପୂଜା କରିଛନ୍ତି। ସେଠାରେ ଉଭୟ ପ୍ରାୟ ଏକ ଘଣ୍ଟା ଧରି ପୂଜା କରିବା ସହିତ ମନ୍ଦିର ବୁଲି ଦର୍ଶନ କରିଥିଲେ। ସାଧାରଣତଃ ଦୁର୍ଗା ପୂଜା ସମୟରେ କନକ ଦୁର୍ଗା ମନ୍ଦିରରେ ଭକ୍ତମାନଙ୍କ ଭିଡ ବୃଦ୍ଧି ପାଇଥାଏ। ବିଶ୍ବାସ ରହିଛି ଯେ, ନବରାତ୍ର ସମୟରେ ଏହି ମନ୍ଦିରରେ ମାଙ୍କୁ ଦର୍ଶନ କଲେ ପୂଣ୍ୟ ହୋଇଥାଏ। ସେଥିପାଇଁ ବହୁ ଦୂରଦୂରାନ୍ତରୁ ଭକ୍ତମାନେ ଏହି ସ୍ଥାନକୁ ମା ଙ୍କୁ ଦର୍ଶନ କରିବା ପାଇଁ ଛୁଟି ଆସନ୍ତି। ଭିଡକୁ ଦେଖି ରାଜ୍ୟପାଳ ଦମ୍ପତିଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।
A view of the BBMP Mayor and Deputy Mayor Election at BBMP Head Office, in Bengaluru on Tuesday.
Women journalists and lawyers participating along with the Telangana Governor Dr. Tamilisai Soundararakam on the second day of Bathukamma celebrations at Raj Bhavan in Hyderabad on Tuesday. UNI PHOTO-RSN15U
Artists performing Ramlila at Lav Kush Ramlila, in New Delhi on Tuesday.
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ଜାରି ରହିଛି । ଏହା ସହ 11ଟି ଜିଲ୍ଲାରେ ଆଜି ଅବରାହ୍ନ ସୁଦ୍ଧା ବର୍ଷା ସାଙ୍ଗକୁ ବଜ୍ରପାତ ହେବା ସମ୍ଭାବନା ରହିଛି । ଏନେଇ ସତର୍କ ପରାମର୍ଶ ଜାରି କରିଛି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର । ବର୍ଷା ଓ ବଜ୍ରପାତ ହେବାକୁ ଥିବା ଜିଲ୍ଲାଗୁଡ଼ିକ ହେଲା ବୈାଦ୍ଧ, ଅନୁଗୁଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ଦେବଗଡ଼, ନୟାଗଡ଼, ଗଞ୍ଜାମ, ରାୟଗଡ଼ା, ମୟୂରଭଞ୍ଜ, ଖୋର୍ଦ୍ଧା ଓ କେନ୍ଦୁଝର ।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଶିବସେନାକୁ ଝଟ୍କା । ଗତକାଲି ବିଜେପି ସହିତ ମେଣ୍ଟ ଘେଷଣା ପରେ ଦଳର 200 ସଦସ୍ୟ ଇସ୍ତଫା ପ୍ରଦାନ କରିଛନ୍ତି । ବିଜେପିରେ ଯୋଗ ଦେଇଥିବା ଏନ୍ସିପି ନେତା ଗଣେଶ ନାଏକଙ୍କୁ ନଭି ମୁମ୍ବାଇରୁ ଟିକେଟ ମିଳିବା ପରେ ଉତ୍କ୍ଷିପ୍ତ ଶିବ ସେନା କର୍ମୀ ଇସ୍ତଫା ପ୍ରଦାନ କରିଛନ୍ତି । ଶିବସେନାର ନଭି ମୁମ୍ବାଇ ମୁ୍ଖ୍ୟ ଏବଂ ଜିଲ୍ଲା ଉପ ସଭାପତି ମଧ୍ୟ ନିଜର ଇସ୍ତଫା ପ୍ରଦାନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଶିବସେନା ଏବଂ ବିଜେପି ମଧ୍ୟରେ ଆସନ ବୁଝାମଣା ହୋଇ ସାରିଥିବା ନେଇ ବିଜେପି ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ ସୋମବାର ସୂଚନା ଦେଇଥିଲେ ।
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଭାରତୀୟ ଦଳ ପକ୍ଷରୁ ପ୍ରଥମ ଟେଷ୍ଟ ପାଇଁ ଋଷଭ ପନ୍ତଙ୍କୁ ବାଦ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ରିଦ୍ଧିମାନ ଶାହାଙ୍କୁ ଦଳରେ ସାମିଲ କରାଯାଇଛି । ଏହା ସହିତ ପ୍ରଥମ ଥର ପାଇଁ ରୋହିତ ଶର୍ମାଙ୍କୁ ଓପ୍ନର ଭାବରେ ଦଳରେ ସାମିଲ କରାଯାଇଛି । ବିରାଟ କୋହଲି, ଚେତେଶ୍ବର ପୂଜାରା, ଆଜିଙ୍କ୍ୟ ରାହାଣେ ଏବଂ ହନୁମା ବିହାରୀ ମଧ୍ୟକ୍ରମ ବ୍ୟାଟିଂ ସମ୍ଭାଳିବେ । ପିଠି ଆଘାତ କାରଣରୁ ନିୟମିତ ଓପ୍ନର ଶିଖର ଧଓ୍ବନ୍ ବାଦ ପଡିବାରୁ ରୋହିତଙ୍କୁ ଏହି ସୁଯୋଗ ମିଳିଛି । ଯଶପ୍ରୀତ୍ ବୁମ୍ରାଙ୍କ ଅନୁପସ୍ଥିତିରେ ଇଶାନ୍ତ ଶର୍ମା ଏବଂ ମହମ୍ମଦ ସାମି ପେସ୍ ବିଭାଗ ସମ୍ଭାଳିବେ । ଭାରତୀୟ ଦଳ : ବିରାଟ କୋହଲି (ଅଧିନାୟକ), ଆଜିଙ୍କ୍ୟ ରାହାଣେ (ଉପ ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରଓ୍ବାଲ, ଚେତେଶ୍ବର…
ମହାତ୍ମା ଗାନ୍ଧୀଙ୍କ 150 ତମ ଜନ୍ମ ଦିବସରେ ଗାନ୍ଧୀଙ୍କ ପ୍ରିୟ ଭଜନ ବୈଷ୍ଣବ ଜନତୋର ସଂସ୍କୃତ ରିମେକ୍ ହେବାକୁ ଯାଉଛି । ଜନୈକ ଆସାମୀ ସଂସ୍କୃତ ଶିକ୍ଷକ ରଞ୍ଜନ କୁମାର ବେଜବରୁଆ ଏହି ରିମେକ୍ ଗାନ୍ଧୀ ଜୟନ୍ତୀରେ ରିଲିଜ୍ କରାଇବାକୁ ଯାଉଛନ୍ତି । ଗୁଜୁରାଟର କବି ନରସିଂହ ମେହେଟ୍ଟାଙ୍କ ଦ୍ବାରା 15ଶହ ଶତାବ୍ଦୀରେ ରଚିତ ଏହି କବିତା ଆସନ୍ତା କାଲି ରିଲିଜ୍ ହେବାକୁ ଯାଉଛି । ରଞ୍ଜନ ବେଜ ବରୁଆ ପୂର୍ବରୁ ଭୂପେନ ହଜାରିକାଙ୍କ ଅନେକ ଗୀତକୁ ସଂସ୍କୃତରେ ରିମେକ୍ କରିଛନ୍ତି । ବୈଷ୍ଣବ ଜନତୋ ଗୁଜୁରାଟୀ ଭାଷାରେ ରହିଥିବାରୁ ବାରଣାସୀର ଆଲୋକ କୁମାର ଏହାର ଆସାମୀ ଅନୁବାଦ କରିଥିବା ବେଳେ ଜେଏନ୍ୟୁର ନାରାୟଣ ଦତ୍ତ ମିଶ୍ର ଏବଂ ପ୍ରଞ୍ଜଳ ବୋରା ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଭଜନ ବ୍ୟତୀତ ସାରେ ଜହାଁ ସେ ଅଚ୍ଛାର ସଂସ୍କୃତ ରିମେକ୍ ଏବଂ ରବୀନ୍ଦ୍ର ନାଥ ଟାଗୋରଙ୍କ ଭଜନ ଏ ଆର…
ମହାରାଷ୍ଟ୍ର ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଦଳ ପକ୍ଷରୁ ମଙ୍ଗଳବାର ଦିନ ପ୍ରଥମ ପର୍ଯ୍ୟାୟରେ 125 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏହି ତାଲିକାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ଙ୍କ ସମେତ ମହାରାଷ୍ଟ୍ର ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ୍ଙ୍କ ନାମ ଘୋଷଣା କରାଯାଇଛି । ଦକ୍ଷିଣ ପଶ୍ଚିମ ନାଗପୁରରୁ ଫଡନବିସ୍ ପ୍ରାର୍ଥୀ ହୋଇଥିବା ବେଳେ ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲଙ୍କୁ କୋଥ୍ରୁଡ୍ରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ବିଧାୟକ ରହିଥିବା 50 ଜଣ ପ୍ରାର୍ଥୀଙ୍କୁ ବିଜେପି ପକ୍ଷରୁ ଟିକେଟ ପ୍ରଦାନ କରାଯାଇଛି । ଦଳରେ ଯୋଗ ଦେଇଥିବା ଦୁଇ କଂଗ୍ରେସ ବିଧାୟକ ହର୍ଷବର୍ଦ୍ଧନ ପାଟିଲ୍ ଏବଂ ରାଧାକ୍ରିଷ୍ଣ ଭିଖେ ପାଟିଲଙ୍କୁ ମଧ୍ୟ ଟିକେଟ ମିଳିଛି । ମାତ୍ର ଦଳର ବରିଷ୍ଠ ନେତା ଏକନାଥ ଖଡ୍ସେ ଏବଂ ବିନୋଦ ତାଓ୍ବଡେଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକଟ ମିଳିନାହିଁ । ଆସନ୍ତା ଅକ୍ଟୋବର…
ବଳିପ୍ରଥାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ତ୍ରିପୁରା ସରକାର । ତ୍ରିପୁରା ହାଇକୋର୍ଟଙ୍କ ପକ୍ଷରୁ ବଳିପ୍ରଥା ଉପରେ ରୋକ୍ ଲଗାଯାଇଥିବା ବେଳେ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ତ୍ରିପୁରାର ସଂସଦୀୟ ବ୍ୟାପାର ମନ୍ତ୍ରୀ ରତନ ଲାଲ ନାଥ କହିଛନ୍ତି, ହାଇକୋର୍ଟଙ୍କ ପକ୍ଷରୁ ମନ୍ଦିର କିମ୍ବା ଅନ୍ୟାନ୍ୟ ଧାର୍ମିକ ପୀଠରେ ବଳି ଉପରେ ରୋକ୍ ଲଗାଯାଇଛି । ହାଇକୋର୍ଟଙ୍କ ନିଷ୍ପତ୍ତିକୁ ତ୍ରିପୁରା ସରକାର ସମ୍ମାନ ଜଣାନ୍ତି ମାତ୍ର ସାଧାରଣ ଜନତାଙ୍କ ଭାଗାବେଗ କାରଣରୁ ଏହି ନିଷ୍ପତ୍ତି ବିରୋଧରେ ତ୍ରିପୁରା ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।
ଶାରଦା ଚିଟ୍ଫଣ୍ଡ ଦୁର୍ନୀତି ମାମଲାରେ କଲକାତାର ପୂର୍ବତନ ପୁଲିସ କମିଶନର ତଥା ପଶ୍ଚିମବଙ୍ଗ ସିଆଇଡି ମହାନିର୍ଦେଶକ ରାଜୀବ କୁମାରଙ୍କୁ ମଙ୍ଗଳବାର ଆଗୁଆ ଜାମିନ ମିଳିଛି। କଲକାତା ହାଇକୋର୍ଟ ତାଙ୍କୁ ୫୦ ହଜାର ଟଙ୍କାର ମୁଚାଲିକା ବଦଳରେ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜରେ ଜେରା କରାଯିବାର କୌଣସି ଆବଶ୍ୟକତା ନାହିଁ। କିନ୍ତୁ ସିବିଆଇ ଯେତେବେଳେ ତାଙ୍କୁ ସମନ ଜାରି କରିବ ସେତେବେଳେ ସେ ଜେରା ପାଇଁ ହାଜର ହେବେ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି। ତେବେ ରାଜୀବଙ୍କୁ ଆଗୁଆ ଜାମିନ ମିଳିବା ଫଳରେ ସିବିଆଇ ପାଇଁ ଅଡୁଆ ବଢ଼ିଯାଇଛି। ରାଜୀବ କ୍ଷମତାର ଦୁରୁପୋଯୋଗ କରି ପ୍ରମାଣ ନଷ୍ଟ କରିବେ ବୋଲି ସିବିଆଇ ଅଭିଯୋଗ କରିଛି। ୧୯୮୯ ବ୍ୟାଚ୍ର ଆଇପିଏସ୍ ଅଫିସର ରାଜୀବ କୁମାର ସାରଦା ଚିଟ୍ଫଣ୍ଡ ଘଟଣାର ତଦନ୍ତ ପାଇଁ ଗଠିତ ଏସ୍ଆଇଟିର ମୁଖ୍ୟ ରହିଥିଲେ। ଏହି ସମୟରେ ସେ ଘଟଣାର ଅଭିଯୁକ୍ତ ମାନଙ୍କ…
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ଙ୍କୁ ଝଟ୍କା । ନିଜ ବିପକ୍ଷରେ ରହିଥିବା ଦୁଇଟି ଅପରାଧିକ ମାମଲାର ତଥ୍ୟ ଲୁଚାଇଥିବା ନେଇ ସୁପ୍ରିମକୋର୍ଟରେ ବିଚାର ପ୍ରକ୍ରିୟାର ସମ୍ମୁଖୀନ ହେବେ ବୋଲି ଜଣାପଡିଛି । ସତୀଶ ୟୁକେଙ୍କ ପକ୍ଷରୁ ଦାୟର କରାଯାଇଥିବା ଏହି ମାମଲାକୁ ଗ୍ରହଣ କରିବା ସହିତ ଏହା ଉପରେ ବିଚାର କରିବାର ନିଷ୍ପତ୍ତି ନେଇଛନ୍ତି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ । ପୂର୍ବରୁ ବମ୍ବେ ହାଇକୋର୍ଟ ୟୁକେଙ୍କ ପିଟିସନ୍କୁ ଖାରଜ କରି ଦେଇଥିବା ବେଳେ ମଙ୍ଗଳବାର ସୁପ୍ରିମକୋର୍ଟ ଏହି ମାମଲାକୁ ଗ୍ରହଣ କରିବାର ନିଷ୍ପତ୍ତି ନେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, 2014 ନିର୍ବାଚନ ପୂର୍ବରୁ ଫଡନବିସ୍ ଦାଖଲ କରିଥିବା ସତ୍ୟପାଠରେ ନିଜର ଦୁଇଟି ଅପରାଧିକ ମାମଲା ସମ୍ପର୍କରେ ଲୁଚାଇଥିବା ଅଭିଯୋଗ ହୋଇଥିଲା ।

