Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମହାତ୍ମା ଗାନ୍ଧୀ: ବିଜ୍ଞାନ ବିହୀନ ପ୍ରଚାରତନ୍ତ୍ର ଓ ଆଜିର ପ୍ରଚାର ସର୍ବସ୍ଵ ଜୀବନ 
ବିଶେଷ ଖବର

ମହାତ୍ମା ଗାନ୍ଧୀ: ବିଜ୍ଞାନ ବିହୀନ ପ୍ରଚାରତନ୍ତ୍ର ଓ ଆଜିର ପ୍ରଚାର ସର୍ବସ୍ଵ ଜୀବନ 

October 2, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଗାନ୍ଧୀ,ବିଜ୍ଞାନ ବିହୀନ ପ୍ରଚାରତନ୍ତ୍ର ଓ ଆଜିର ପ୍ରଚାର ସର୍ବସ୍ଵ ଜୀବନ 

 କେଦାର ମିଶ୍ର 

ଆଜି ଅକ୍ଟୋବର ୨ ତାରିଖ। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମଦିନ। ଏ ଲେଖା ଲେଖିଲା ବେଳକୁ ମୋ ହାତରେ ଗୋଟେ ବହି ଅଛି। ବହିର ନାଁ “ ଗାନ୍ଧୀ ; ଦି ଇଅର୍ସ ଦେଟ ଚେଞ୍ଜଡ ଦି ୱାର୍ଲ୍ଡ’’ ଓ ଏହାର ଲେଖକ ହେଉଛନ୍ତି ପ୍ରସିଦ୍ଧ ଐତିହାସିକ ରାମଚନ୍ଦ୍ର ଗୂହା। ଗାନ୍ଧୀଙ୍କ ବିରାଟକାୟ ଜୀବନୀର ଏହା ଦ୍ଵିତୀୟ ଭାଗ ଓ ଏଥିରେ ୧୯୧୪ ରୁ ୧୯୪୮ ପର୍ଯନ୍ତ ବାପୁଙ୍କ ଜୀବନ କାହାଣୀ ବିସ୍ତୀର୍ଣ୍ଣ ଭାବରେ ବର୍ଣ୍ଣିତ ହୋଇଛି। ବହିର ପୃଷ୍ଠା ସଂଖ୍ୟା ୧୧୩୦, ତେଣୁ ଏହାକୁ ସାରିବା ଲାଗି ମୋତେ ଯଥେଷ୍ଟ ସମୟ ଲାଗିଛି। ତେବେ ମୋ ଲେଖାଟି ଏ ବହି ବିଷୟରେ ନୁହଁ। ଏ ବହି ମୋତେ ଗାନ୍ଧୀଙ୍କ ବିଷୟରେ ଲେଖିବା ଲାଗି ଗୋଟେ ସଙ୍କେତ ଦେଇଛି ମାତ୍ର। ଆମେ ସମସ୍ତେ ଗାନ୍ଧୀଙ୍କ ବିଷୟରେ ଆଇନଷ୍ଟାଇନ ଦେଇଥିବା ସେଇ ପ୍ରସିଦ୍ଧ ବକ୍ତବ୍ୟଟିକୁ ଜାଣିଛୁ, ଯେଉଁଠି ସେ କହିଛନ୍ତି, ‘’ “ହୁଏତ ଆଗାମୀ ପିଢୀ ବିଶ୍ଵାସ କରିବେ ନାହିଁ ଯେ ଗାନ୍ଧୀଙ୍କ ପରି ରକ୍ତ ମାଂସଧାରୀ ମଣିଷଟିଏ ସତରେ ଆମ ପୃଥିବୀରେ ଥିଲା”। ତେବେ ଏହି ମନ୍ତବ୍ୟ ତୁଳନାରେ ଏହା ପୂର୍ବରୁ ଆଇନଷ୍ଟାଇନ ଆଉ କିଛି କଥା କହିଛନ୍ତି, ଯାହାକି ଗାନ୍ଧୀଙ୍କୁ ଆଜିର ସମୟରେ ଜାଣିବା ଲାଗି ବେଶୀ ଉପଯୋଗୀ ସାବ୍ୟସ୍ତ ହେବ। ଗାନ୍ଧୀଙ୍କ ବ୍ୟକ୍ତିତ୍ବ ବିଷୟରେ କହିବାକୁ ଯାଇ ଆଇନଷ୍ଟାଇନ କହୁଛନ୍ତି- “ ସେ ତାଙ୍କ ନିଜ ଲୋକଙ୍କର ନେତା, ଯାହାଙ୍କ ପଛରେ କୌଣସି ବାହ୍ୟ କ୍ଷମତା କେନ୍ଦ୍ରର ସହଯୋଗ ନଥିଲା। ସେ ଏମିତି ଜଣେ ରାଜନେତା ଯିଏ ରାଜନୈତିକ କୌଶଳ କିମ୍ବା ଆଧୁନିକ ବୈଜ୍ଞାନିକ ଉପକରଣର ସହାୟତା ନନେଇ ନିଜ ନେତୃତ୍ବକୁ ପ୍ରତିଷ୍ଠା ଦେଇଥିଲେ। “

ଆଜିର ଆଲୋଚନା ଲାଗି ଏଇ ଶେଷ ବାକ୍ୟଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୌଣସି ବୈଜ୍ଞାନିକ ଓ ବୈଷୟିକ ମାଧ୍ୟମର ସହାୟତା ନନେଇ ବିଂଶ ଶତାବ୍ଦୀର ରାଜନୀତିରେ ନିଜକୁ ପ୍ରତିଷ୍ଠା ଦେବା ଆଦୌ ସହଜ କଥା ନଥିଲା। ଗାନ୍ଧୀଙ୍କ ଉତ୍ଥାନ ଓ ବିଜ୍ଞାନର ଜାୟଯାତ୍ରା ସମାନ୍ତରାଳରେ ଚାଲିଥିବାବେଳେ ଗାନ୍ଧୀ ବିଜ୍ଞାନକୁ ନିଜ ରାଜନୀତିର ସହାୟକ ଭାବରେ ବାଛି ନଥିଲେ। ଗାନ୍ଧୀ ବିଜ୍ଞାନର ସବୁଠୁ କମ ଉପଯୋଗ କରିଥିବା ରାଜନେତା ବୋଲି ଆମେ କହିପାରିବା। ତେବେ ଗାନ୍ଧୀ ବୈଜ୍ଞାନିକ ସିଦ୍ଧାନ୍ତରେ ବିଶ୍ଵାସ କରୁଥିଲେ। ବୈଜ୍ଞାନିକ ସିଦ୍ଧାନ୍ତ ଓ ବିଜ୍ଞାନର ରାଜନୈତିକ ପ୍ରୟୋଗ ଭିତରେ ବଡ ଫରକ ରହିଛି।

ଆଜିର ସମୟରେ ଟେଲିଭିଜନ, ଇଣ୍ଟରନେଟ ଓ ସୋସିଆଲ ମିଡିଆ ର ଯୁଗରେ ବିନା ବୈଷୟିକ କୌଶଳ ପ୍ରୟୋଗରେ ରାଜନୀତି କରିବା ସମ୍ଭବ ନୁହେଁ ବୋଲି ଆମେ ଧରି ନେଇଛୁ। ତେବେ ଗାନ୍ଧୀ ତାଙ୍କ ସମୟର ସବୁଠୁ ଶକ୍ତିଶାଳୀ ବୈଜ୍ଞାନିକ କ୍ଷମତା କେନ୍ଦ୍ର ସହିତ ବାଡି ଖଣ୍ଡେ ଧରି ଲଢିବାର ସାହସ କରିଥିଲେ ଓ ସଫଳ ମଧ୍ୟ ହୋଇଥିଲେ। ଚର୍ଚ୍ଚିଲ, ଷ୍ଟାଲିନ ଓ ରୁଜଭେଲ୍ଟଙ୍କ ଭଳି ନେତାଙ୍କ ଆଗରେ ଗାନ୍ଧୀଙ୍କ କ୍ଷମତା ଥିଲା ଅତ୍ୟନ୍ତ ସୀମିତ। ତେବେ ଇତିହାସ ପ୍ରମାଣିତ କରିଛି, ଏସବୁ ନେତାଙ୍କ ତୁଳନାରେ ଗାନ୍ଧୀ ଆଜି ଅଧିକ ପ୍ରାସଙ୍ଗିକ। ପ୍ରଚାରତନ୍ତ୍ର ରାଜନୀତିର ସବୁଠୁ ବଡ ଆଧାର। ଗାନ୍ଧୀ ସାରା ଜୀବନ ପ୍ରଚାରତନ୍ତ୍ରକୁ ଲୋକଙ୍କ ଭିତରୁ ଆବିଷ୍କାର କରିଥିଲେ। ନିଜ ବିଷୟରେ ପ୍ରଚାର କରିବା ଅପେକ୍ଷା ନିଜ କାମକୁ ନିଷ୍ଠାର ସହ କରିବାର ଗୋଟେ ଅଦ୍ଭୁତ ଝୁଙ୍କ ତାଙ୍କ ପାଖରେ ଥିଲା। ଯାହାର ପରିଣତି ସ୍ଵରୂପ ସେ ଅହମଦାବାଦ କି ୱାର୍ଦ୍ଧାରେ ଯାହା କରୁଥିଲେ, ତୁରନ୍ତ ତାହା ବରୀ କିମ୍ବା ବୋରିଗୁମ୍ମା ରେ ପହଞ୍ଚି ପାରୁଥିଲା। ସୂତା କାଟିବା ହେଉ ଅଥବା ଲୁଣ ମାରିବା, ଅସହଯୋଗ ଆନ୍ଦୋଳନ ହେଉ ବା ଭାରତ ଛାଡର ନିର୍ଣ୍ଣାୟକ ବାର୍ତ୍ତା, ସବୁକିଛି ଲୋକ ମୁଖରେ ପ୍ରଚାରିତ ହୋଇ ଲୋକଙ୍କ ଭିତରେ ମୁକ୍ତିର ଅଭୀପ୍ସା ତିଆରି କରୁଥିଲା।

ଗାନ୍ଧୀଙ୍କ ଶକ୍ତିର ଗୋଟେ ଛୋଟ ଉଦାହରଣ ପଣ୍ଡିତ ଗୋପବନ୍ଧୁ ଦାସ ଦେଇଥିଲେ ୯. ଜୁଲାଇ, ୧୯୨୧ ରେ ପ୍ରକାଶିତ “ସମାଜ”ର ଏକ ଲେଖାରେ। ଗୋପବନ୍ଧୁଙ୍କ ଭାଷାରେ “ ଗାନ୍ଧୀ ବିଚାରିଲେ ଏକା ରାତିକେ କୋଟିଏ ଟଙ୍କା କରିପାରିବେ। କେତେ ଶେଠ, ସାହୁକାର ତାଙ୍କ ପାଦତଳେ ଲକ୍ଷ ଲକ୍ଷ ଟଙ୍କା ଥୋଇ କୃତକୃତ୍ୟ ହେବାକୁ ଆପଣାର ସୌଭାଗ୍ୟ ମଣିବେ। ମାତ୍ର ଖାଲି ଶେଠ ସାହୁକାରଙ୍କ ଧନରେ ସ୍ଵରାଜ୍ୟ ପାଣ୍ଠି କରିବା ତାଙ୍କ ଇଚ୍ଛା ନୁହେଁ। ଶେଠର ସହସ୍ର ଲକ୍ଷ ସଙ୍ଗେ ଦରିଦ୍ରର ପଇସାଏ ପାହୁଲାଏ ମିଶିବା ଦରକାର। “ ଏଇଟା ଇ ଗାନ୍ଧୀ ଶକ୍ତି। ସମାଜର ସବୁ ବର୍ଗକୁ ସମାନ ଭାବରେ ଆନ୍ଦୋଳନରେ ସାମିଲ କରିପାରିବାର ଦକ୍ଷତା ଯୋଗୁଁ ତାଙ୍କ ବାର୍ତ୍ତା ସବୁଠି ସମାନ ଭାବରେ ପହଞ୍ଚି ପାରୁଥିଲା। ବମ୍ବେ କି ଲାହୋରରେ ସେ ଯାହା କହୁଥିଲେ ତାକୁ ଅଗମ୍ୟ କୋରାପୁଟର ଲକ୍ଷ୍ମଣ ନାୟକଙ୍କ ଭଳି କର୍ମୀମାନେ ଶୁଣି ପାରୁଥିଲେ ଓ ତାକୁ କାମରେ ଲଗାଉଥିଲେ।

ଆଧୁନିକ ସମୟର ଯେ କୌଣସି ଲୋକ ସମ୍ପର୍କ ଅନୁଷ୍ଠାନ ଏ ପ୍ରକାର ବ୍ୟବସ୍ଥା ବିଷୟରେ ଚିନ୍ତା ମଧ୍ୟ କରି ପାରିବେ ନାହିଁ।  ଆଜି ସୋସିଆଲ ମିଡିଆ ଡୋନାଲ୍ଡ ଟ୍ରମ୍ଫ କିମ୍ବା ନରେନ୍ଦ୍ର ମୋଦୀ ଭଳି ନେତାଙ୍କୁ ଗଢୁଛି ଏବଂ ଭାଙ୍ଗୁଛି। ବୈଷୟିକ କୌଶଳର ଏ ପ୍ରକାର ରାଜନୀତି ଏକପ୍ରକାର ବୈଜ୍ଞାନିକ ଷଡଯନ୍ତ୍ର। ଗାନ୍ଧୀ ଏ ଷଡଯନ୍ତ୍ରକୁ ଭାଙ୍ଗି ଏକ ଆଧ୍ୟାତ୍ମିକ ପ୍ରଚାରତନ୍ତ୍ର ଗଢିଥିଲେ। ତେଣୁ ଏ ଦେଶର ଇତିହାସରେ ବୁଦ୍ଧଙ୍କ ପରେ ସେ ଇ ଏକମାତ୍ର ନେତା ଯିଏ ଆମର ଧର୍ମ ଓ ରାଜନୀତିକୁ ସମାନ ଭାବରେ ପ୍ରଭାବିତ କରିଥିଲେ।

କେଦାର ମିଶ୍ର ଗାନ୍ଧୀ ଜୟନ୍ତୀ ମହାତ୍ମା ଗାନ୍ଧୀ
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦୀ: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 1, 2026

୨୦୩୦-୩୧ ପର୍ଯ୍ୟନ୍ତ ବଢ଼ିଲା ପିଏମ୍‌ କିଷାନ୍‌ ଯୋଜନାର ଅବଧି

August 1, 2026

‘ମୋତେ ଏବଂ ମୋ ସ୍ୱର୍ଗତ ମାଆଙ୍କୁ ଗାଳି କରିଥିବା ପିଲାମାନଙ୍କୁ ମୁଁ କ୍ଷମା କରୁଛି’: ପ୍ରଧାନମନ୍ତ୍ରୀ ମୋଦି

August 1, 2026

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ଚାଷୀଙ୍କୁ ମିଳିବ କୃଷି ଓ ରାଜସ୍ୱ ବିଭାଗର ମିଳିତ ପ୍ୟାକେଜ୍

July 31, 2026
Latest News

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026

ରାଷ୍ଟ୍ରପତିଙ୍କ ଅନୁମୋଦନ: ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ୍

August 1, 2026

ବଡ଼ ଆଶ୍ୱସ୍ତି ଦେଲେ କେନ୍ଦ୍ର ସରକାର: ଆଜିଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ

August 1, 2026

‘ବିକଶିତ ଭାରତ ସଂକଳ୍ପ ଅଭିଯାନ ପାଇଁ ନିଶାମୁକ୍ତ ଯୁବବର୍ଗ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

August 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକ ଗସ୍ତ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.