Author: Samikhsya Bureau

ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୁଶୀଲ୍‌ ଲୋହାନୀଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଭାବେ ନିଯୁକ୍ତ କରାଯାଇଛି । ଲୋହାନୀ ହେଉଛନ୍ତି ୧୯୯୫ ବ୍ୟାଚର ବରିଷ୍ଠ ଆଇଏଏସ ଅଫିସର। କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଅନୁମୋଦନ କ୍ରମେ ଆଜି ତାଙ୍କୁ ନିଯୁକ୍ତି ମିଳିଛି। ସେ ସୁରେନ୍ଦ୍ର କୁମାରଙ୍କ ସ୍ଥାନ ନେବେ। ସୂଚନାଯୋଗ୍ୟ, ବର୍ତ୍ତମାନ ୧୯୯୩ ବ୍ୟାଚର ବରିଷ୍ଠ ଆଇଏଏସ ଅଧିକାରୀ ସୁରେନ୍ଦ୍ର  କୁମାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି। ମାତ୍ର ସିଇଓ ପରିବର୍ତ୍ତନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତିନି ଜଣ ଆଇଏଏସ ଅଧିକାରୀଙ୍କ ନାମ  କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ନିକଟକୁ ସୁପାରିଶ କରାଯାଇଥିଲା। ସେଥିରେ ଅବକାରୀ ବିଭାଗର ସଚିବ ତଥା ମଦ ନିଗମର ଅଧ୍ୟକ୍ଷ ସୁଶିଲ  ଲୋହାନୀ, ୧୯୯୪ ବ୍ୟାଚର ଆଇଏଏସ ଅଧିକାରୀ ଏନ.ବି.ଏସ ରାଜପୁତ ଏବଂ ୧୯୯୯ ବ୍ୟାଚର ଭାସ୍କର ଜ୍ୟୋତି ଶର୍ମା ସାମିଲ ଥିଲେ।

Read More

ମହାରାଷ୍ଟ୍ର ବିଧାନସଭା ପାଇଁ ବିଜେପି ଓ ଶିବସେନା ମଧ୍ୟରେ ଆସନ ଭାଗବଣ୍ଟା ସରିଛି । ୨୦୧୯ ବିଧାନସଭା ନିର୍ବାଚନରେ ୧୨୬ଟି ଆସନରେ ଲଢ଼ିବା ପାଇଁ ବିଜେପିର ପ୍ରସ୍ତାବକୁ ଶିବସେନା ସୁପ୍ରିମୋ ଉଦ୍ଧବ ଠାକ୍‌ରେ ଗ୍ରହଣ କରିଥିବା ଜଣାପଡ଼ିଛି। ଫଳରେ ବିଜେପି ୧୪୪ଟି ଆସନରେ ଲଢ଼ିବା ଚୂଡ଼ାନ୍ତ ହୋଇଛି। ଅନ୍ୟପକ୍ଷରେ ବଳକା ୧୮ଟି ଆସନ ମେଣ୍ଟର ଅନ୍ୟ ଛୋଟ ଛୋଟ ଦଳଙ୍କୁ ଛଡ଼ାଯିବା ନିଶ୍ଚିତ ହୋଇଛି। ୨୦୧୪ ନିର୍ବାଚନରେ ଶିବସେନା ୨୮୨ଟି ଆସନରେ ଲଢ଼ି ୬୩ଟିରେ ଜିତିଥିଲା। ବିଜେପି ୨୬୦ଟିରେ ଲଢ଼ି ୧୨୨ଟିରେ ଜିତିଥିଲା। ଆସନ୍ତା ମାସ ୨୧ରେ ଏଠାରେ ନିର୍ବାଚନ ହେବ ଏବଂ ୨୪ ତାରିଖରେ ଫଳାଫଳ ବାହାରିବ।

Read More

ଗୁଣି ଗାରେଡ଼ି ସନ୍ଦେହରେ ପୁଣି ଗଡ଼ିଛି ମୁଣ୍ଡ। ଏଥର ଏପରି ନୃଶଂସ କାଣ୍ଡ ଘଟିଛି କେନ୍ଦୁଝର ଜିଲ୍ଲାରେ। ଆନନ୍ଦପୁର ବ୍ଲକ୍‌ କନ୍ତଳା ଗାଁରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଥିବା ଭଣଜାର ଟାଙ୍ଗିଆ ଚୋଟରେ ମାଇଁର ମୃତ୍ୟୁ ଘଟିଛି। ମୃତା ମହିଳା ହେଲେ ଜିଙ୍ଗି ପୂର୍ତ୍ତି। ଅଭିଯୁକ୍ତ ନାଁ ଅଙ୍କୁରା ବୀରୁଆ। ଗତକାଲି ରାତି ପ୍ରାୟ ୯ଟା ବେଳେ ଏହି ହତ୍ୟାକାଣ୍ଡ ଘଟିଛି। ଜିଙ୍ଗି ଘରକୁ ଆସୁଥିବା ବେଳେ ନିଛାଟିଆ ରାସ୍ତା ଦେଖି ଅଙ୍କୁରା ଟାଙ୍ଗିଆରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ଜିଙ୍ଗିଙ୍କ ମୃତ୍ୟୁ ଘଟିଥିଲା। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଗୁଣି ଗାରେଡ଼ି ସନ୍ଦେହରେ ଏହି ହତ୍ୟା କରିଥିବା ଅଙ୍କୁରା ପୁଲିସ୍‌ ନିକଟରେ କହିଛି।

Read More

ଦଲାଲ୍‌ ଦମନ ଅଭିଯାନରେ ଏବେ ସୁଦ୍ଧା ୩୦ ଦଲାଲ ଗିରଫ ହୋଇଛନ୍ତି । ସମ୍ବଲପୁର ଓ ବଲାଙ୍ଗିରରୁ ସର୍ବାଧିକ ୫ଜଣ ଲେଖାଏଁ ଗିରଫ ହୋଇଥିବାବେଳେ ଭୁବନେଶ୍ବର, ରାଉରକେଲା ଓ ଭଦ୍ରକରୁ ୪ ଜଣ ଲେଖାଏଁ ଗିରଫ ହୋଇଛନ୍ତି । ମୟୂରଭଞ୍ଜରୁ ୩, ବାଲେଶ୍ବରରୁ ୩ ଓ ନବରଙ୍ଗପୁରର ୨ ଦଲାଲ୍‌ ଗିରଫ ହୋଇଛନ୍ତି । ମେଡ଼ିକାଲ୍‌ ଓ ଆରଟିଓ ଅଫିସ୍‌କୁ ଦଲାଲ ମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେବା ପରେ ପ୍ରଶାସନ କାର୍ଯ୍ୟରେ ତତ୍ପରତା ଦେଖାଇ ଆଜି ୩୦ ଜଣ ଦଲାଲ୍‌କୁ ଗିରଫ କରିଛି ।

Read More

ଅଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ହୋଇପାରିବ ପଲ୍ୟୁସନ୍‌ ଟେଷ୍ଟିଂ । ଡିସେମ୍ବର ୩୧ ପର୍ଯ୍ୟନ୍ତ ଅବଧି ବଢାଇଛନ୍ତି ରାଜ୍ୟ ସରକାର ।   ଟେଷ୍ଟିଂ ୟୁନିଟ୍‌ ଅଭାବ  ଏବଂ ଲୋକଙ୍କ ଲମ୍ବା ଧାଡ଼ି ପାଇଁ ଏହି ନିୟମରେ  କୋହଳ କରାଯାଇଛି । ଏନେଇ ପରିବହନ ବିଭାଗ ପକ୍ଷରୁ ଜିଲ୍ଲାପାଳ, ଏସ୍‌ପି ଓ ଆରଟିଓଙ୍କୁ ଚିଠି କରାଯାଇଛି । ପୂର୍ବରୁ ଅକ୍ଟୋବର ୧ରୁ ଅନଲାଇନ୍‌ ପଲ୍ୟୁସନ୍‌ ଟେଷ୍ଟ ବାଧ୍ୟତାମୂଳକ ଥିଲା । ପଲ୍ୟୁସନ୍‌ ଟେଷ୍ଟିଂ ପାଇଁ ବିଭିନ୍ନ ଜିଲ୍ଲାରେ ଅଧିକ ଟେଷ୍ଟିଂ ୟୁନିଟ୍‌ ଖୋଲାଯିବ ରହିବ ବୋଲି ସୂଚନା ରହିଛି ।

Read More

ଅଲିମ୍ପିକ ପଦକ ବିଜେତା ମଲ୍ଲଯୋଦ୍ଧା ଯୋଗେଶ୍ଵର ଦତ୍ତ ଓ ଭାରତୀୟ  ହକି ଦଳର ପୂର୍ବତନ ଅଧିନାୟକ ସନ୍ଦୀପ ସିଂହ ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି। ଆଗାମୀ ମାସରେ ହେବାକୁ ଥିବା ହରିୟାଣା ବିଧାନସଭା ନିର୍ବାଚନରେ ଉଭୟ ପାର୍ଟି ପକ୍ଷରୁ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ହରିୟାଣା ବିଜେପି ରାଜ୍ୟ ସଭାପତି ସୁଭାଷ ବରାଲଙ୍କ ଉପସ୍ଥିତିରେ ସନ୍ଦୀପ ସିଂହ ମଧ୍ୟ ପାର୍ଟିରେ ଯୋଗ ଦେଇଛନ୍ତି।  ହରିୟାଣାରେ ବିଧାନସଭା ନିର୍ବାଚନ ଅକ୍ଟୋବର ୨୧ରେ ହେବାକୁ ଥିବା ବେଳେ ଫଳାଫଳ ଘୋଷଣା ଅକ୍ଟୋବର ୨୪ରେ ହେବ। ନିକଟରେ ବବିତା ଫୋଗାଟ ନିକଟରେ ନିଜ ପିତାଙ୍କ ସହିତ ବିଜେପିରେ ପାଦ ଦେଇଥିଲେ। ବବିତା ନିର୍ବାଚନ ମଇଦାନକୁ ଓହ୍ଲାଇବା ନେଇ ମଧ୍ୟ ଚର୍ଚ୍ଚା ରହିଛି ।

Read More

ବାଂଲାଦେଶ ବିପକ୍ଷ ଫୁଟବଲ ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା ପୂର୍ବରୁ ସମସ୍ତ ଭାରତୀୟ ଖେଳାଳି ଫିଟ୍‌ ରହିବା ଆବଶ୍ୟକ ବୋଲି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଆଇଗର୍‌ ଷ୍ଟିମାକ୍‌ ପ୍ରକାଶ କରିଛନ୍ତି । ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟର ଦ୍ବିତୀୟ ଚରଣ ଆସନ୍ତା ଅକ୍ଟୋବର 15 ତାରିଖରୁ ଆରମ୍ଭ ହେଉଛି । ଭାରତ ବାଂଲାଦେଶ ବିପକ୍ଷରେ କୋଲକାତାରେ ଏହାର ଦ୍ବିତୀୟ ମ୍ୟାଚ୍‌ ଖେଳିବ । ଭାରତର ପ୍ରଥମ ମ୍ୟାଚ୍‌ କାତାର ବିପକ୍ଷରେ ଅମୀମାଂସିତ ଭାବରେ ଶେଷ ହୋଇଥିଲା । ଆହତ କାରଣରୁ ଏକାଧିକ ବରିଷ୍ଠ ଖେଳାଳି ଏହି ମ୍ୟାଚ୍‌ରେ ଖେଳିନଥିଲେ । ଦ୍ବିତୀୟ ମ୍ୟାଚ୍‌ଟି ଘରୋଇ ଷ୍ଟାଡିୟମ୍‌ ଏବଂ ଅପେକ୍ଷାକୃତ ଦୁର୍ବଳ ଦଳ ବିପକ୍ଷରେ ଖେଳାଯାଉଥିବାରୁ ଭାରତ ପୂର୍ଣ୍ଣ କ୍ଷମତାରେ ଖେଳିଲେ ସହଜରେ ବିଜୟୀ ହୋଇପାରିବ ବୋଲି ଷ୍ଟିମାକ୍‌ ପ୍ରକାଶ କରିଛନ୍ତି ।

Read More

ସମୀକ୍ଷା ବ୍ୟୁରୋ ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ତେବେ ତାଙ୍କର ପୂର୍ବ ନିର୍ଦ୍ଧାରିତ ଗସ୍ତ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ସେହି ଅନୁସାରେ ସେ ଆସନ୍ତାକାଲି ଭୁବନେଶ୍ବରର ରାଜଭବନରେ ନ ରହି ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜରେ ରାତ୍ରି ଯାପନ କରିବେ। କାଲି ସନ୍ଧ୍ୟା ୭ଟା ୪୦ ମିନିଟରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚି ସେଠାରୁ ସିଧା ଗୋଳାବନ୍ଦ ଯିବେ। ପୂର୍ବରୁ ସେ ଭୁବନେଶ୍ବରର ରାଜଭବନରେ ରାତ୍ରୀ ଯାପନ କରିବାର କାର୍ଯ୍ୟକ୍ରମ ଥିଲା। ଶୁକ୍ରବାର ଦିନ ଆର୍ମି କଲେଜରେ ରହିବା ପରେ ଶନିବାର ସକାଳେ ସେ କଲର୍ସ ପ୍ରେଜେଣ୍ଟେସନ କାର୍ଯ୍ୟ କ୍ରମରେ ଯୋଗୋଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। କାର୍ଯ୍ୟକ୍ରମ ସରିବା ପରେ ସେଠାରୁ ସିଧା ଭୁବନେଶ୍ବର ବିମାନ ବନ୍ଦର ପହଁଚି ସେଠାରୁ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ ଓଡିଶା ରାଜ୍ୟପାଳ ଗଣେଷୀ…

Read More

ରାଜ୍ୟରେ ପିଆଜ ଅଭାବ ଦୂର କରିବାକୁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । କେନ୍ଦ୍ର ସରକାରଙ୍କ ଠାରୁ ପିଆଜ ଆଣିବାକୁ ଆଲୋଚନା ପାଇଁ ଯୋଗାଣ ସଚିବ ଦିଲ୍ଲୀ ଯିବେ । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରତିକ୍ରିୟା ଦେଇଛନ୍ତି ।  ରାଜ୍ୟରେ କିଛି ଦିନ ହେବ ପିଆଜ ଦର ଆକାଶ ଛୁଆଁ  ହୋଇଛି। ପିଆଜ କିଲୋ ଏବେ ୫୦ଛୁଇଁଲାଣି। ପିଆଜର ମୂଲ୍ୟ ବୃଦ୍ଧି ସବୁ ବର୍ଗର ଲୋକଙ୍କ ପକେଟକୁ ସୁହାଉ ନାହିଁ ।  ରାଜ୍ୟରେ ପିଆଜ ଦର ବୃଦ୍ଧି ପାଇବା ପର ଠାରୁ କଳାବଜାରୀ ମଧ୍ୟ ବୃଦ୍ଧି ପାଇଛି । ପିଆଜ ଗୋଦାମରେ ରଖି କିଛି ବ୍ୟବସାୟୀ ଚଢା ଦରରେ ବିକ୍ରି କରୁଛନ୍ତି । ତେଣୁ ପିଆଜ କଳାବଜାରୀ ଦୂର କରିବାକୁ ମଧ୍ୟ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରତିକ୍ରିୟା ରଖିଛନ୍ତି ।

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟୁଜିଲ୍ୟାଣ୍ଡ ଏବଂ ଏଷ୍ଟୋନିଆର ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ମିଳିତ ଜାତିସଂଘ ବୈଠକରେ ମୋଦି ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡ୍ରେନ୍‌ ଏବଂ ଏଷ୍ଟୋନିଆ ପ୍ରଧାନମନ୍ତ୍ରୀ କେର୍ଷ୍ଟି କାଲ୍‌ଜୁଲେଡ୍‌ଙ୍କୁ ଭେଟିଛନ୍ତି । ଏହି ବୈଠକ ସମୟରେ ଅର୍ଥନୀତି, ରାଜନୀତି, ପ୍ରତିରକ୍ଷା ଏବଂ ସୁରକ୍ଷା ସମ୍ବନ୍ଧରେ ଆଲୋଚନା ହୋଇଛି । ଅନ୍ତର୍ଜାତୀୟ ଆତଙ୍କବାଦକୁ ପ୍ରତିହତ କରିବା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । 2021-22ରେ ଭାରତର ଅସ୍ଥାୟୀ ସଦସ୍ୟ ପଦବୀକୁ ସମର୍ଥନ ପ୍ରଦାନ ନେଇ ଏହି ବୈଠକରେ ଉଭୟ ରାଷ୍ଟ୍ର ପକ୍ଷରୁ ସମ୍ମତି ପ୍ରଦାନ କରାଯିବାରୁ ମୋଦି ଉଭୟ ନେତାଙ୍କୁ ଧନ୍ୟବାଦ ଜଣାଇଥିଲେ ।

Read More

ରାଜ୍ୟରେ ଥିବା ମନ୍ଦିରଗୁଡ଼ିକର ଆକାଉଣ୍ଟ ଉପରେ ଏବେ ସରକାରଙ୍କ ନଜର ପଡ଼ିଛି । ରାଜ୍ୟରେ ଥିବା ପ୍ରସିଦ୍ଧ ମନ୍ଦିରଗୁଡ଼ିକର ଆକାଉଣ୍ଟ ଅଡିଟ୍‌ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶା ପ୍ରିନ୍ସିପାଲ ଆକାଉଣ୍ଟ ଜେନେରାଲଙ୍କ ତତ୍ୱାବଧାନରେ ଅଡିଟ୍‌ ହେବ । ଏଥିପାଇଁ ଅଡିଟର୍‌ଙ୍କୁ ମନୋନୀତ କରାଯିବ ବୋଲି ପ୍ରିନ୍ସିପାଲ ଏଜି ସୂଚନା ଦେଇଛନ୍ତି ।  ରାଜ୍ୟରେ ଥିବା ୬୧ ମନ୍ଦିରଗୁଡ଼ିକର ଆକାଉଣ୍ଟ ଅଡିଟ୍‌ ହେବ । ଖୋର୍ଦ୍ଧାର ୭ଟି ଓ କଟକର ୬ଟି ମନ୍ଦିର ଆକାଉଣ୍ଟ ଅଡିଟ୍‌ ହେବ । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, ରାମ ମନ୍ଦିର ଓ ଶନିମନ୍ଦିର, କଟକର କଟକ ଚଣ୍ଡୀ, ପଞ୍ଚମୁଖୀ ହନୁମାନ, କେନ୍ଦ୍ରାପଡ଼ାର ବଳଦେଜୀଉ, ଯାଜପୁରର ବିରଜା, ଭଦ୍ରକ ଆରଡ଼ି ଆଖଣ୍ଡଳମଣୀ ଓ ସମ୍ବଲପୁରର ସମଲେଇ ଆଦି ମନ୍ଦିର ଗୁଡ଼ିକର ଅଡିଟ୍‌ ହେବ । ପୂର୍ବରୁ ମନ୍ଦିର ପକ୍ଷରୁ ଅଡିଟ୍‌ କରାଯାଉଥିଲା । ଏବେ ରାଜ୍ୟ ସରକାର ତାହାକୁ ଅଡିଟ୍‌ କରିବେ ।

Read More

ସିଦ୍ଧାର୍ଥ ମଲହୋତ୍ରା ଏବଂ ରୀତେଶ ଦେଶମୁଖ ଅଭିନୀତ ଫିଲ୍ମ ମରଜାଓ୍ବାଁର ଟ୍ରେଲର ରିଲିଜ୍‌ ହୋଇଛି । ଟ୍ରେଲରରେ ସିଦ୍ଧାର୍ଥ ମଲହୋତ୍ରା ଜବରଦସ୍ତ ଆକ୍ସନ୍‌ ଭୂମିକାରେ ନଜର ଆସିଥିବା ବେଳେ ରୀତେଶ ଦେଶମୁଖ ନକରାତ୍ମକ ଭୂମିକାରେ ନଜର ଆସିଛନ୍ତି । ହିନ୍ଦୁ ମୁସ୍‌ଲିମ୍‌ ପ୍ରେମ କାହାଣୀ ଉପରେ ଆଧାରିତ ପ୍ରେମ କାହାଣୀରେ ତାରା ସୁତାରିଆ ଜଣେ ମୁସଲିମ୍‌ ଏବଂ ସିଦ୍ଧାର୍ଥ ଜଣେ ହିନ୍ଦୁ ଗ୍ୟାଙ୍ଗଷ୍ଟର ଭୂମିକାରେ ନଜର ଆସିଛନ୍ତି । ରୀତେଶ ନକରାତ୍ମକ ଚରିତ୍ର ସହିତ ଜଣେ ବାମନ ଭୂମିକାରେ ନଜର ଆସିଛନ୍ତି । ରୀତେଶଙ୍କ ଏଣ୍ଟ୍ରି ଏକ ଭିଲେନ୍‌ର ତେରି ଗଲିୟାଁ ଗୀତରେ ହୋଇଛି ଯାହାକି ଅତ୍ୟନ୍ତ ଜବରଦସ୍ତ ହୋଇଛି । ଟ୍ରେଲରରେ ରକୁଲ ପ୍ରୀତ୍‌ ସିଂ ଗୋଟିଏ ସିନ୍‌ରେ ନଜର ଆସିଛନ୍ତି । 3.15 ମିନିଟ୍‌ର ଏହି ଟ୍ରେଲରରେ ଜବରଦସ୍ତ ଆକ୍ସନ୍‌ ଏବଂ ରୋମାନ୍ସ ଦେଖିବାକୁ ମିଳିଛି । ମିଲାପ୍‌ ମିଲନ୍‌ ଜାଭେରୀ ଫିଲ୍ମର କାହାଣୀ, ସଂଳାପ ଲେଖିଥିବା ବେଳେ…

Read More

ଲିଙ୍ଗରାଜ ମନ୍ଦିରରେ ଫାଟ କାରଣରୁ ପ୍ରତ୍ନତତ୍ତ୍ବ ବିଭାଗ ଡିଜିଙ୍କୁ ଚିଠି ଲେଖିଛନ୍ତି ଦେବୋତ୍ତର କମିଶନର । ମନ୍ଦିରର ମୁଖ୍ୟ ଦ୍ବାରରେ ଫାଟ ହୋଇଥିବା କାରଣରୁ ମୁଖ ଦ୍ବାରରେ ପାଣି ଗଳୁଛି । ଏହା ସହିତ ମନ୍ଦିରର ଦଧିନଉତିରେ ମଧ୍ୟ ଫାଟ ସୃଷ୍ଟି ହୋଇଛି । ଏଏସ୍‌ଆଇ ପକ୍ଷରୁ ରକ୍ଷଣାବେକ୍ଷଣରେ ଅଭିଯୋଗ କରିଛନ୍ତି ଦେବୋତ୍ତର କମିଶନର । ଏହା ସହିତ ପାର୍ବତୀ ମନ୍ଦିର ଏବଂ ରୋଷ ଘରରେ ମଧ୍ୟ ମରାମତି ଆବଶ୍ୟକ ବୋଲି ଦେବୋତ୍ତର କମିଶନର ଚିଠିରେ ଉଲ୍ଲେଖ କରିଛନ୍ତି ।

Read More

କେଦାର ମିଶ୍ର ଆମେ ଯେତେବେଳେ ସାମ୍ବାଦିକତାରେ ଯୋଗଦେବାର ସ୍ଵପ୍ନ ଦେଖୁଥିଲୁ, ଆମ ଲାଗି ଜାତିସଂଘର ସାଧାରଣ ପରିଷଦ ବୈଠକ ଥିଲା ସବୁଠୁ ବଡ ଆକର୍ଷଣ। କାରଣ ଏହି ମଞ୍ଚରେ ପୃଥିବୀର ସବୁଠୁ ବଡ ନେତା ଓ ଭଲ ସାମ୍ବାଦିକଙ୍କ ଭିତରେ ବିଚାର ଓ ବିତର୍କ ଦେଖିବାର ସୁଯୋଗ ମିଳେ। ସମୟ ବଦଳିବା ସହିତ ଜାତିସଙ୍ଘରେ ବିଶ୍ଵର ବଡ ନେତାମାନେ ଡାକୁଥିବା ସାମ୍ବାଦିକ ସମ୍ମିଳନୀ ଗୁଡିକ ସାଧାରଣ ସାମ୍ବାଦିକ ସମ୍ମିଳନୀ ପରି ହୋ-ହଲ୍ଲା ଭରପୂର ଓ ବେକାର ପ୍ରଶ୍ନୋତ୍ତର ଭିତରେ ସରିଯାଉଛି। ଏହାର ସବୁଠୁ ବଡ ଉଦାହରଣ ହେଉଛି, ଜାତିସଂଘ ସାଧାରଣ ପରିଷଦର ବୈଠକ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ହୋଇଥିବା ଦୁଇଟି ଯୁଗ୍ମ ସାମ୍ବାଦିକ ସମ୍ମିଳନୀ। ଏହି ଦୁଇଟି ଯାକ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରପତି ଟ୍ରମ୍ଫ ଗୋଟିଏ ସାଧାରଣ ପ୍ରଶ୍ନ ପଚାରିଥିଲେ, ଏମିତି ସାମ୍ବାଦିକ ସବୁ…

Read More

ମଧ୍ୟପ୍ରଦେଶର ଝାବୁଆ ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ ପୂର୍ବ କେନ୍ଦ୍ର ମନ୍ତ୍ରୀ କାନ୍ତିଲାଲ୍‌ ଭୂରିଆଙ୍କୁ ପ୍ରାର୍ଥୀ ରୂପେ ଚୟନ କରିଛି । ଦଳର ରାଷ୍ଟ୍ରୀୟ ମହାସଚିବ ମୁକୁଲ ବାସାନିକ୍‌ ଭୂରିଆଙ୍କ ନାମ ଘୋଷଣା କରିଛନ୍ତି ।  ଝାବୁଆର ପୂର୍ବ ବିଧାୟକ ଗୁମାନ ସିଂହ ଡୋମାରଙ୍କୁ ସାଂସଦ ରୂପେ ନିର୍ବାଚିତ ହେବା ପରେ ଏହି ଆସନ ପାଇଁ ଆସନ୍ତା ଅକ୍ଟୋବର ୨୧ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ । ବିଜେପି ଝାବୁଆର ବିଧାୟକ ଡୋମାରଙ୍କୁ ରତଲାମ୍‌ – ଝାବୁଆ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ କରିଥିବାବେଳେ  ଡୋମାର ବିଜୟୀ ହୋଇଥିଲେ । ସାଂସଦ ରୂପେ ନିର୍ବାଚିତ ହେବା ପରେ ଡୋମାର ବିଧାୟକ ପଦରୁ ଇସ୍ତଫା ଦେଇଥିଲେ । ୨୦୧୮ ବିଧାନସଭା ନିର୍ବାଚନରେ ଝାବୁଆ ବିଧାନସଭା ଆସନରେ କାନ୍ତିଲାଲ ଭୁରିଆଙ୍କ ପୁତ୍ର ବିକ୍ରାନ୍ତ ଭୁରିଆଙ୍କୁ  ହରାଇ ବିଧାୟକ ହୋଇଥିଲେ ଡୋମାର । ରାଜନୈତିକ ଦୃଷ୍ଟିକୋଣରୁ ଏହି ଆସନଟି କଂଗ୍ରେସ ପାଇଁ ବେଶ୍‌ ମହତ୍ତ୍ବପୂର୍ଣ୍ଣ…

Read More

ସରୋଜ ଜେନା ଚାରିଦିନ ତଳେ ଭାରତୀୟ ନିର୍ବାଚନ କମିଶନ ବିଭିନ୍ନ ରାଜ୍ୟରେ ନିର୍ବାଚନ ଏବଂ ଉପ ନିର୍ବାଚନ ନେଇ ଘୋଷଣା କରିଥିଲେ । ଏହା ମଧ୍ୟରେ ହରିୟାଣା ମଧ୍ୟ ସାମିଲ ରହିଛି । ହରିୟାଣାରେ ଆସନ୍ତାକାଲି ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବା ବେଳେ ୪ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ୨୧ ତାରିଖରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବାକୁ ଥିବା ବେଳେ ୨୪ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲହର ହରିୟାଣା ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିଥିଲା । ବିଜେପି ୯୦ ଆସନ ବିଶିଷ୍ଟ ହରିୟାଣାରୁ ଏକାକୀ ୪୭ ଆସନ ହାସଲ କରିବା ସହିତ ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ବରେ ସରକାର ଗଠନ କରିଥିଲା । ମାତ୍ର ସେତେବେଳର ଅବସ୍ଥା ଏବଂ ବର୍ତ୍ତମାନର ପରସ୍ଥିତି ପରସ୍ପର ଠାରୁ ବହୁତ ଅଲଗା ରହିଛି । ସେ ସମୟରେ…

Read More