Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ହରିୟାଣା ବିଧାନସଭା ନିର୍ବାଚନ : ପୁଣି ଥରେ କାମ କରିବ କି ମୋଦି ମ୍ୟାଜିକ୍‌ ?
ବିଶେଷ ଖବର

ହରିୟାଣା ବିଧାନସଭା ନିର୍ବାଚନ : ପୁଣି ଥରେ କାମ କରିବ କି ମୋଦି ମ୍ୟାଜିକ୍‌ ?

September 26, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସରୋଜ ଜେନା

ଚାରିଦିନ ତଳେ ଭାରତୀୟ ନିର୍ବାଚନ କମିଶନ ବିଭିନ୍ନ ରାଜ୍ୟରେ ନିର୍ବାଚନ ଏବଂ ଉପ ନିର୍ବାଚନ ନେଇ ଘୋଷଣା କରିଥିଲେ । ଏହା ମଧ୍ୟରେ ହରିୟାଣା ମଧ୍ୟ ସାମିଲ ରହିଛି । ହରିୟାଣାରେ ଆସନ୍ତାକାଲି ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବା ବେଳେ ୪ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ୨୧ ତାରିଖରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବାକୁ ଥିବା ବେଳେ ୨୪ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।

୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲହର ହରିୟାଣା ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିଥିଲା । ବିଜେପି ୯୦ ଆସନ ବିଶିଷ୍ଟ ହରିୟାଣାରୁ ଏକାକୀ ୪୭ ଆସନ ହାସଲ କରିବା ସହିତ ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ବରେ ସରକାର ଗଠନ କରିଥିଲା । ମାତ୍ର ସେତେବେଳର ଅବସ୍ଥା ଏବଂ ବର୍ତ୍ତମାନର ପରସ୍ଥିତି ପରସ୍ପର ଠାରୁ ବହୁତ ଅଲଗା ରହିଛି । ସେ ସମୟରେ ମୋଦୀଙ୍କୁ ବିପୁଳ ସମର୍ଥନ ଉପରେ ବସି ବିଜେପି ହରିୟାଣାର ନିର୍ବାଚନୀ ଡଙ୍ଗା ପାର ହୋଇଯାଇଥିଲା । ମାତ୍ର ସମ୍ପ୍ରତି ଦେଶରେ ଲାଗି ରହିଥିବା ଆର୍ଥିକ ମାନ୍ଦାବସ୍ଥା ଓ ମୋଦିଙ୍କ ବିରୋଧାଭାସ ଦେଖିବାକୁ ମିଳୁଥିବା କାରଣରୁ ମୋଦି ମ୍ୟାଜିକ୍‌ ନିଷ୍ପ୍ରଭ ହୋଇପାରେ । ହରିୟାଣାରେ କେବଳ କଂଗ୍ରେସ ବ୍ୟତୀତ ଅନ୍ୟ କୌଣସି ଦଳ ଲଗାତାର ଭାବରେ ଦୁଇଥର ଶାସନ କ୍ଷମତା ହାସଲ କରିବାରେ ସକ୍ଷମ ହୋଇନାହିଁ । ହରିୟାଣାରେ କଂଗ୍ରେସ ୬ ଥର ଶାସନ କ୍ଷମତା ହାସଲ କରିଥିବା ବେଳେ ବିଜେପି ପ୍ରଥମ ଥର ପାଇଁ ୨୦୧୪ରେ କ୍ଷମତା ଡୋରୀ ଧରିଥିଲା ।

୨୦୧୪ରେ ହରିୟାଣାରେ ସମୁଦାୟ ୭୬.୫୪ ପ୍ରତିଶତର ମତଦାନ ହୋଇଥିବା ବେଳେ ବିଜେପିକୁ ୩୩.୨ପ୍ରତିଶତ ଭୋଟ ମିଳିଥିଲା ।୨୦୦୯ରେ ବିଜେପି ମାତ୍ର ଚାରିଟି ଆସନ ହାସଲ କରିଥିବା ବେଳେ ୨୦୧୪ରେ ଏହା ୪୭ଆସନ ଅକ୍ତିଆର କରିବାରେ ସକ୍ଷମ ହୋଇଥିଲା । ରାଜ୍ୟରେ ଦ୍ବିତୀୟ ବୃହତମ ଦଳ ଭାବରେ ଆଇଏନ୍‌ଏଲ୍‌ଡି ୧୨ଟି ଆସନ ହରାଇ ୧୯ଆସନରେ ବିଜୟୀ ହୋଇଥିଲା । ଆଇଏଡ଼୍‌ଏଲ୍‌ଡିର ଭୋଟ ପ୍ରତିଶତ ୨୪.୧ ରହିଥିଲା । ୨୦୧୪ନିର୍ବାଚନରେ କଂଗ୍ରେସ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ୨୦୦୯ରେ ୪୦ଆସନ ହାସଲ କରିଥିବା କଂଗ୍ରେସ ୨୦୧୪ରେ ମାତ୍ର ୧୫ଟି ଆସନରେ ବିଜୟୀ ହୋଇଥିଲେ । କଂଗ୍ରେସର ଭୋଟ ପ୍ରତିଶତ ମାତ୍ର  ୨୦.୬ ପ୍ରତିଶତ ରହିଥିଲା । ଅନ୍ୟ ରାଜନୈତିକ ଦଳ ମାନଙ୍କ ମଧ୍ୟରେ ହରିୟାଣା ଜନହିତ କଂଗ୍ରେସ(୨), ବହୁଜନ ସମାଜ ପାର୍ଟି (୧), ଶିରୋମଣୀ ଅକାଳୀ ଦଳ(୧) ମଧ୍ୟ ନିଜ ନିଜର ଆସନ ହରାଇଥିଲେ ।

ବିଧାନସଭା ନିର୍ବାଚନ ପୂର୍ବରୁ ଜନ ନାୟକ ଜନତା ପାର୍ଟି(ଜେଜେପି) ଓ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମିଳିତ ଭାବେ ବିଧାନସଭା ନିର୍ବାଚନ ଲଢିବେ ବୋଲି ଜଣାପଡିଛି । ସମୁଦାୟ ୯୦ ଆସନ ମଧ୍ୟରୁ ଜେଜେପି ୫୦ ଏବଂ ବିଏସ୍‌ପି ୪୦ ଆସନରେ ପ୍ରାର୍ଥୀ ଦେବ ବୋଲି ଜଣାପଡିଛି ।

୨୦୧୯ ଲୋକସଭା ନିର୍ବାଚନରେ ମଧ୍ୟ ବିଜେପି ବାଜିମାତ କରିଛି । ସମସ୍ତ ୧୦ ଲୋକସଭା ଆସନରେ ଦଳ ବିଜୟୀ ହୋଇଛି । ଏହାକୁ ଦୃଷ୍ଟିରେ ରଖିଲେ ବିଜେପି ପୁନର୍ବାର କ୍ଷମତା ଦଖଲ କରିପାରେ ମାତ୍ର ଏହି ସମୟରେ କଂଗ୍ରେସର ଭୋଟ ବ୍ୟାଙ୍କରେ ମଧ୍ୟ ୫.୫୨ ପ୍ରତିଶତ ଭୋଟ ବୃଦ୍ଧି ପାଇଛି । ୨୦୧୪ପରଠାରୁ ଦେଶର ରାଜନୀତିରେ ଅନେକ ପରିବର୍ତ୍ତନ ଘଟିଛି । କ୍ଷମତାରେ ଥାଇ ମଧ୍ୟ ବିଜେପି ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ପରାଜିତ ହୋଇଛି । ଏହା ଉପରେ ଦେଶରେ ବର୍ତ୍ତମାନ ଜାରି ରହିଥିବା ମାନ୍ଦାବସ୍ଥା ଏବଂ ଘରୋଇ ଅଭିବୃଦ୍ଧି ହାରରେ ହ୍ରାସ ପାଇଁ ଚଳିତ ସରକାର ଅଡୁଆରେ ପଡିପାରନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଚିର ନିଦ୍ରାରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ସଂଗୀତ ଜଗତରେ ଶୋକର ଛାୟା

August 21, 2026

ପେଲେଟ୍ ଗନ୍ ମାମଲା: ପୋଲିସ ଷ୍ଟେସନ ବାହାରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ

August 21, 2026

‘ଇଥାନଲ ଯୋଗୁଁ ମହଙ୍ଗା ହେଲା ଚିନି’: ମୋଦି ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

August 21, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ

August 21, 2026
Latest News

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026

ରାକ୍ଷୀରେ ମିଳିବ ସୁଭଦ୍ରା ଟଙ୍କା, ବକେୟା କିସ୍ତି ନେଇ ଆସିଲା ବଡ଼ ଅପଡେଟ୍‌

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.