ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟି20 ସିରିଜ୍ର ତୃତୀୟ ମ୍ୟାଚ୍ ଆଜି ଖେଳାଯିବ । ବେଙ୍ଗାଲୁରୁରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ ସହିତ ସିରିଜ୍ ବିଜୟ ଲକ୍ଷ୍ୟରେ ରହିଛି ବିରାଟ କୋହଲିଙ୍କ ଭାରତୀୟ ଦଳ । ଭାରତୀୟ ସମୟ ରାତି 7 ଟାରୁ ବେଙ୍ଗାଲୁରୁ ସ୍ଥିତ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ । ଶୃଙ୍ଖଳାକୁ 2-0ରେ ଜିତିବା ପାଇଁ ଭାରତ ଚେଷ୍ଟା କରିବ ଅପର ପକ୍ଷରେ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍ ଜିତି ସିରିଜ୍କୁ ବରାବରରେ ଶେଷ କରିବାକୁ ଚାହିଁବ । ଶୃଙ୍ଖଳାର ପ୍ରଥମ ମୁକାବିଲା ବର୍ଷା ଯୋଗୁଁ ଧୋଇ ଯାଇଥିବା ବେଳେ ଦ୍ବିତୀୟ ମୁକାବିଲାରେ ଭାରତ ମୋହାଲିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟ ହାସଲ କରିଥିଲା । ପନ୍ତ ବାରମ୍ବାର ବିଫଳ ହେଉଥିବାରୁ ଦଳ ଅନ୍ୟ ବିକଳ୍ପ ଆଡକୁ ଯିବାର ସମ୍ଭାବନା ରହିଛି ।
Author: Samikhsya Bureau
‘ଗଲି ବୟ’କୁ ଭାରତ ପକ୍ଷରୁ ୯୨ତମ ଓସ୍କାର ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଓସ୍କାରରେ ସର୍ବଶ୍ରେଷ୍ଠ ଇଣ୍ଟରନ୍ୟାସନାଲ ଫିଚର ଫିଲ୍ମ ବର୍ଗରେ ଏହି ଫିଲ୍ମକୁ ଭାରତ ପକ୍ଷରୁ ଚୟନ କରାଯାଇଛି। ଜୋୟା ଅଖତରଙ୍କ ଦ୍ଵାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଭିନେତା ରଣବୀର ସିଂହ ଓ ଅଭିନେତ୍ରୀ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଫିଲ୍ମର ପ୍ରିମିୟର ବର୍ଲିନ ଫିଲ୍ମ ଫେଷ୍ଟିଭାଲରେ ହୋଇଥିଲା ଏବଂ ଏହାକୁ ମେଲବର୍ଣ୍ଣର ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ସର୍ବଶ୍ରେଷ୍ଠ ଫିଲ୍ମର ଆଓ୍ଵାର୍ଡ ମିଳିଥିଲା। ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ(ଏଫଏଫଆଇ) ଶନିବାର ଏହାର ଘୋଷଣା କରିଛି। ଫିଲ୍ମଟି ଚଳିତ ବର୍ଷ ଫେବୃଆରୀରେ ରିଲିଜ୍ ହୋଇଥିଲା। ଏଥିରେ ରଣବୀର ଓ ଆଲିୟାଙ୍କ ବ୍ୟତୀତ ବିଜୟରାଜ, କଲ୍କି କୋଚଲିନ, ସିଦ୍ଧାନ୍ତ ଚର୍ତୁବେଦୀ, ବିଜୟ ବର୍ମା ଓ ଅମୃତା ସୁଭାଷଙ୍କ ଅଭିନୟକୁ ଲୋକେ ଖୁବ୍ ପ୍ରଶଂସା କରିଥିଲେ। ଚଳିତ ବର୍ଷ ପ୍ରାୟ ୨୭ ଫିଲ୍ମ ଏହି ଦୌଡ଼ରେ ଥିଲା, ମାତ୍ର ସର୍ବସମ୍ମତି କ୍ରମେ…
ଆଜି ଅନ୍ତଜାର୍ତୀୟ ବେଳାଭୂମି ସଫେଇ ପାଳିତ ହୋଇଯାଇଛି । ଏହି ଅବସରରେ ପୁରୀରୁ ଅସ୍ତରଙ୍ଗ ମଧ୍ୟରେ ସମୁଦାୟ ୧୪୦ କିମି ବେଳାଭୂମିର ସଫେଇ କରାଯାଇଥିଲା। ସେହିପରି ଆଜି ଚିଲିକା କୂଳର ମଧ୍ୟ ସଫେଇ ଅଭିଯାନ ଆରମ୍ଭ ହୋଇଥିଲା। ଏହି ସଫେଇ କାର୍ଯ୍ୟରେ ଶତାଧିକ ସ୍ବେଚ୍ଛାସେବୀ ଏବଂ ସାଧାରଣ ଲୋକ ନିଜକୁ ନିୟୋଜିତ କରିଛନ୍ତି । ପ୍ରଶିକ୍ଷାର୍ଥୀମାନେ ୱେଲର ନୌକା ସାହାଯ୍ୟରେ କାଳିଜାଇ ଦ୍ୱୀପ ପର୍ଯ୍ୟନ୍ତ ଏବଂ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଓ ଏନ୍ସିସି ପିଲାମାନେ ୧୦ କିମି ଦୂରରେ ଥିବା ଆଲପୁର ଠାରେ କୂଳ ସଫା କରିଥିଲେ। ଏହି ଅଭିଯାନରେ ଆଇଏନ୍ଏସ୍ ଚିଲିକାର ପ୍ରାୟ ୪୦୦ ଜଣ କର୍ମଚାରୀ ସକାଳ ୬ ଟାରୁ ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ସମସ୍ତ ନୌସେନା କର୍ମୀ, ପ୍ରତିରକ୍ଷା ସୁରକ୍ଷା କର୍ମୀ, ଅର୍ଦ୍ଧସୈନିକ କର୍ମଚାରୀ ପ୍ରଶିକ୍ଷାର୍ଥୀ, କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଏନ୍ଏସିସି ତଥା ଚିଲିକା ପରିବାର ସମସ୍ତ ସଦସ୍ୟଙ୍କ ଦ୍ୱାରା ପରିଚାଳିତ ହୋଇଥିଲା ।…
ଭାରତୀୟ କୁସ୍ତିଯୋଦ୍ଧା ଦୀପକ ପୁନିଆ ଚତୁର୍ଥ ଭାରତୀୟ ଖେଳାଳି ଭାବରେ ଅଲମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି । ୮୬ କିଗ୍ରା ବର୍ଗରେ ଜୁନିୟର ବିଶ୍ୱ ଚାମ୍ପିୟନ୍ ଦୀପକ ପୁନିଆ ଏହି ଚାମ୍ପିୟନ୍ସିପ୍ର ସେମି ଫାଇନାଲରେ ପହଞ୍ଚି ଅଲମ୍ପିକ୍ସ କୋଟା ପକ୍କା କରିଛନ୍ତି । ମ୍ୟାଚ୍ର ଆରମ୍ଭରୁ ପୁନିଆ ରକ୍ଷଣାତ୍ମକ ଢଙ୍ଗରେ ଖେଳିଥିବା ବେଳେ ୩-୬ରେ ପଛୁଆ ରହିଥିଲେ । ମାତ୍ର ଅନ୍ତିମ ମିନିଟ୍ରେ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ପୁନିଆ ବିଜୟୀ ହୋଇଥିଲେ । କଲମ୍ବିଆର ଆରୁଟୋ ମେଣ୍ଡେଜ୍ଙ୍କୁ ପରାସ୍ତ କରି ଫାଇନାଲରେ ପହଞ୍ଚିଥିବା ପୁନିଆ ସ୍ୱର୍ଣ୍ଣ ପଦକ ମୁକାବିଲାରେ ସ୍ୱିଜରଲ୍ୟାଣ୍ଡର ଷ୍ଟିଫାନ୍ ରିଚ୍ମୁଥଙ୍କ ସାମ୍ନା କରିବେ ।
“ହରଫିସ” ଭୂତାଣୁର ଖୁବଶୀଘ୍ର ମୁକାବିଲା ନେଇ ବାହାରୁ ଏକ ସ୍ବତନ୍ତ୍ର ଟିମ ଆସିବା ନେଇ ଆଜି ବସିଥିବା ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି । ଏନେଇ ଟେକନିକାଲ ଟିମର ମୁଖ୍ୟ ଏସ.କେ ରାୟଙ୍କ ପ୍ରତିକ୍ରିୟା ଦେଇଛନ୍ତି । ହରଫିସ ଭୂତାଣୁ ସଂକ୍ରମଣରେ ୨୬ଦିନରେ ୪ଟି ହାତୀଙ୍କର ମୃତ୍ୟୁ ଘଟିଛି । ହରଫିସ ଭୂତାଣୁ ୭ପ୍ରକାରର ରହିଛି । କିନ୍ତୁ କେଉଁଥି ପାଇଁ ହାତୀଙ୍କର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ । ହରଫିସ ମୁକାବିଲାରେ ସଫଳ ବିଦେଶୀ ସଂସ୍ଥା ବା ଆମେରିକାନ ସଂସ୍ଥାକୁ ବ୍ଲଡ଼ ସାମ୍ପଲ ପଠାଯାଇଛି । ଏହି ଭୂତାଣୁ ସଂକ୍ରମଣରେ ଆଜି ହାତୀ ଗୈାରିର ମୃତ୍ୟୁ ଘଟିଥିବା ବେଳେ ଏବେ ୨ବର୍ଷର ହାତୀ ମାମା ଓ ୨୧ବର୍ଷର ହାତୀ ହୀରାକୁ ନଜରରେ ରଖାଯାଇଛି । ଦୁଇ ଦିନ ତଳେ ଏକ ୭ ବର୍ଷର ମାଈ ହାତୀ ‘କମଳା’ର ମୃତ୍ୟୁ ଘଟିଥିଲା । ଅସୁସ୍ଥ ମାଈହାତୀ କମଳାର ଚିକିତ୍ସା କରାଯାଉଥିଲା।…
ବଲିଉଡ୍ ଅଭିନେତା ଅର୍ଜୁନ୍ କପୁର ତାମିଲ ଫିଲ୍ମ କୋମାଲିର ରିମେକ୍ରେ ନଜର ଆସିବାକୁ ଯାଉଛନ୍ତି । ପ୍ରଯୋଜକ ବୋନି କପୁର ଏହି ଫିଲ୍ମର ସ୍ବତ୍ତ୍ବ କିଣିଛନ୍ତି । ମୂଳ ତାମିଲ ଫିଲ୍ମରେ ଜୟମ ରବି ମୁଖ୍ୟ ଭୂମିକାରେ ନଜର ଆସିଥିଲେ । 16 ବର୍ଷ ପରେ କୋମାରୁ ଉଠିଥିବା ଜଣେ ଯୁବକର କାହାଣୀ ଉପରେ ଏହି ଫିଲ୍ମ ଆଧାରିତ । ଫିଲ୍ମଟି ଅଜିତ୍ଙ୍କ ନେରକୋଣ୍ଡା ପାରାବି ସହିତ ରିଲିଜ୍ ହୋଇଥିବା ବେଳେ 41 କୋଟିର ବ୍ୟବସାୟ କରିଥିଲା । ଜୟମ ରବିଙ୍କ ସହିତ କାଜଲ ଅଗ୍ରଓ୍ବାଲ ଏବଂ ଯୋଗୀ ବାବୁ ପ୍ରମୁଖ ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମ ବ୍ୟତୀତ ବୋନି କପୁର ମୈଦାନ ଏବଂ ବଧାଇ ହୋର ତେଲୁଗୁ ରିମେକ୍ରେ ପ୍ରଯୋଜନାରେ ବ୍ୟସ୍ତ ଅଛନ୍ତି ବୋନି କପୁର ।
ପ୍ରତାପ ବେହେରା ବର୍ତ୍ତମାନ ସମସ୍ତଙ୍କ ମୋବାଇଲ ନମ୍ବର ୧୦ ଅଙ୍କ ବିଶିଷ୍ଠ ରହିଛି। ହେଲେ ଭାରତ ଟେଲିକମ ରେଗୁଲେଟରୀ ଅଥରିଟ୍ ବା ଟ୍ରାଇ ବର୍ତ୍ତମାନ ଏହି ଅଙ୍କକୁ ପରିବର୍ତ୍ତନ କରିବାକୁ ଯାଉଛି। ଏହା ଯଦି ଲାଗୁ ହୁଏ ତେବେ ମୋବାଇଲ ନମ୍ବର ୧୦ ଅଙ୍କ ବିଶିଷ୍ଠ ନ ହୋଇ ୧୧ ଅଙ୍କ ବିଶିଷ୍ଠ ହେବ। ଏକ ବିଶେଷ ସୁତ୍ରର ଏହି ଖବର ଜଣାପଡିଛି। ଟ୍ରାଇ ଏପରି ନିଷ୍ପତି ନେବା ପଛର କାରଣ ହେଉଛି ଯେ, ଦିନକୁ ଦିନ ମୋବାଇଲ ଗ୍ରାହକ ସଂଖ୍ୟା ବୃଦ୍ଧି। ବର୍ତ୍ତମାନ ଭାରତରେ ଯେଉଁ ମୋବାଇଲ ନମ୍ବର ରହିଛି ସେଗୁଡିକ 6,7,8 କିମ୍ବା 9 ନମ୍ବରରେ ଆରମ୍ଭ ହେଉଛି। ଏଗୁଡିକର କ୍ଷମତା ହେଉଛି ୨ଶହ କୋଟି ଗ୍ରାହକ। ହେଲେ ବର୍ତ୍ତମାନ ମୋବାଇଲ ଗ୍ରାହକ ସଂଖ୍ୟା ୧୨୦ କୋଟି ଟପି ସାରିଲାଣି। ଟ୍ରାଇ ହିସାବ କରି ଜାଣିପାରିଛି ଯେ, ୨୦୫୦ ମସିହା ବେଳକୁ ଭାରତରେ ଏହି ମୋବାଇଲ ଗ୍ରାହକ ସଂଖ୍ୟା…
୩୯ ବର୍ଷ ବୟସରେ ପାଦ ଦେଇଛନ୍ତି ବଲିଉଡ୍ ବେବୋ କରୀନା କପୁର୍ ଖାନ୍ । ୧୯୮୦ ସେପ୍ଟେମ୍ବର ୨୧ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିବା ଏହି ଅଭିନେତ୍ରୀ ଜଣକ ବଲିଉଡ୍ରେ ବେଶ୍ ପରିଚିତା । ୨୦୦୦ ମସିହାରେ ’ରିଫ୍ୟୁଜି’ ଫିଲ୍ମ ଜରିଆରେ ବଲିଉଡ୍ ଏଣ୍ଟ୍ରି କରିଥିବା ଏହି ଅଭିନେତ୍ରୀଜଣକ ବଲିଉଡ୍ରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ବଲିଉଡ୍ର ଆଗଧାଡ଼ିର ଅଭିନେତା ଅର୍ଥାତ୍ ତିନି ଖାନ୍ଙ୍କଠାରୁ ଆରମ୍ଭ କରି ବଲିଉଡ୍ର ନୂଆ ଓ ପୁରୁଣା ଅଭିନେତାମାନଙ୍କ ସହ କାମ କରିଛନ୍ତି । କରୀନାଙ୍କ ଅଭିନୀତ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି – କଭି ଖୁସି କଭି ଗମ୍, ’ଓମ୍କାରା’, ଅଶୋକା, ଚମେଲି, ’ଜବ୍ ଉଇ ମେଟ୍’, ୩ ଇଡିଅଟ୍ସ, ବଡିଗାର୍ଡ, ତଲାସ, ହିରୋଇନ୍, ବଜରଙ୍ଗି ଭାଇଜାନ, ଉଡତା ପଞ୍ଜାବ ଭଳି ହିଟ୍ ଫିଲ୍ମ ଭେଟି ଦେଇଛନ୍ତି ଦର୍ଶକଙ୍କୁ। ବାପା ରଣଧୀର କପୁର୍ ଓ ମାତା ବବିତାଙ୍କ ଦ୍ବିତୀୟ ସନ୍ତାନ ହେଉଛନ୍ତି କରୀନା । ଫିଲ୍ମ…
ରାଜ୍ୟରେ ବ୍ରାଉନ୍ସୁଗାର ଜାଲରେ ଯୁବପିଢି ନଷ୍ଟ ହେଉଥିବା ବେଳେ ଆଜି ଖାକି ପୋଷାକରେ ମଧ୍ୟ ଦାଗ ଲାଗିଛି । ହାବିଲଦାର ରଞ୍ଜନ ସାହୁ ବ୍ରାଉନ ସୁଗାର ବିକ୍ରି ମାମଲାରେ ଗିରଫ ହୋଇଛନ୍ତି । କ୍ରାଇମବ୍ରାଞ୍ଚ ପକ୍ଷରୁ ରଞ୍ଜନଙ୍କୁ ଗିରଫ କରାଯାଇଥିବା ନେଇ ଏସ୍ପି ରାହୁଲ୍ ପି ଆର୍ ସୂଚନା ଦେଇଛନ୍ତି । ଦୁଇ ଦିନ ପୂର୍ବରୁ କର୍ତ୍ତବ୍ୟରେ ଅବହେଳା କାରଣରୁ ରଞ୍ଜନଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା । ଗିରଫ ପରେ ରାହୁଲଙ୍କୁ ବାଲେଶ୍ବର ଏସ୍ଡିଜିଏମ୍ଙ୍କ କୋର୍ଟରେ ହାଜର କରାଯିବା ପରେ ହାଜତକୁ ପଠାଇ ଦିଆଯାଇଛି ।
ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଭି କେ ତାହିଲାରମଣୀଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ରହିଥିବା ବିଜୟା କମଲେଶ ତାହିଲାରମଣୀ ନିଜର ମେଘାଳୟ ସ୍ଥାନାନ୍ତରକୁ ବିରୋଧ କରି ନିଜର ଇସ୍ତଫା ପ୍ରଦାନ କରିଥିଲେ । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଇସ୍ତଫାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସେହିପରି ଅନ୍ୟତମ ବରିଷ୍ଠ ବିଚାରକ ଭୀନିତ କୋଠାରୀଙ୍କୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବରେ ଘୋଷଣା କରିଛନ୍ତି । କଲେଜିୟମ୍ ପକ୍ଷରୁ ନୂତନ ବିଚାରପତି ନିଯୁକ୍ତ ନହେବା ପର୍ଯ୍ୟନ୍ତ କୋଠାରୀ ଏହି ଦାୟିତ୍ବ ନିର୍ବାହ କରିବେ ବୋଲି ଜଣାପଡିଛି ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ନିକଟସ୍ଥ ଶ୍ରୀଶ୍ରୀ ବିଶ୍ବବିଦ୍ୟାଳୟ ପରିସରେ ଶ୍ରୀ ଶ୍ରୀ ଆର୍ୟୁବେଦ ଗବେଷଣା କଲେଜ ଓ ହସପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବିଶ୍ବବିଦ୍ୟାଳୟ ପରିସରରେ ଏହାର କ୍ୟାମ୍ପସ କାମ ଆଜିଠାରୁ ଆରମ୍ଭ କରାଯିବ। ଏହି କଲେଜ ମାଧ୍ୟମରେ ଛାତ୍ରଛାତ୍ରୀ ଆର୍ୟୁବେଦ ଉପରେ ଗବେଷଣା କରିବା ସହିତ ରୋଗୀମାନଙ୍କୁ ଚିକିତ୍ସା ମଧ୍ୟ କରାଯିବ। ପୂର୍ବର ଏହି ବିଶ୍ବବିଦ୍ୟାଳୟରେ ମ୍ୟାନେଜମେଣ୍ଟଠାରୁ ଆରମ୍ଭ କରି ଅନ୍ୟାନ୍ୟ ବିଭାଗରେ ପାଠାପଢା ଯାଉଛି। ବର୍ତ୍ତମାନ କେବଳ ଆର୍ୟୁବେଦ ଉପରେ ବିଶ୍ବବିଦ୍ୟାଳୟ ସ୍ବତନ୍ତ୍ର ନଜର ଦେବା ପାଇଁ ଏହି ପଦକ୍ଷେପ ନେଇଛି। ଏହି ଉତ୍ସବରେ ଶ୍ରୀଶ୍ରୀ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତ ତଥା ଆଧ୍ୟାତ୍ନିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କରଙ୍କ ସହିତ ବିଶ୍ବବିଦ୍ୟାଳୟର ଅଧିକାରୀମାନେ ଯୋଗଦେଇଥିଲେ।
ନର୍ସ ନିହାରିକା ପାତ୍ର ହତ୍ୟା ରହସ୍ୟ ଉନ୍ମୋଚନରେ ସଫଳ ହୋଇଛି କମିଶନରେଟ ପୋଲିସ୍ । ଡିଜିପି ବିକେ ଶର୍ମା ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ନିହାରିକାଙ୍କୁ କଟକରେ ହତ୍ୟା କରାଯାଇଥିଲା । ହତ୍ୟାରେ ପ୍ରେମିକ ରାଜାଙ୍କର ସାନଭାଇ ଏବଂ ଜଣେ ବନ୍ଧୁ ମଧ୍ୟ ସାମିଲ ଥିବା ପୋଲିସକୁ ସୂଚନା ମିଳିଛି । ଏହି ହତ୍ୟା ମାମଲାର ସିସି ଟିଭି ଫୁଟେଜ୍ କମିଶନରେଟ୍ ପୋଲିସ୍ର ହସ୍ତଗତ ହୋଇଥିବା ନେଇ ଶର୍ମା ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ମଙ୍ଗଳବାର ଦିନ ଜଗତସିଂହପୁରର ବିଲୁଆଖାଇ ନଦୀପଠାରୁ ଏକ ବସ୍ତା ଭିତରୁ ନିଖୋଜ ନିହାରିକାଙ୍କ ମୃତଦେହ ମିଳିଥିଲା । ମୁଖ୍ୟ ଅଭିଯୁକ୍ତ ତଥା ପ୍ରେମିକ କିଶୋର ଆଞ୍ଚଲ ଗତକାଲି ବିରିଡି ଥାନାରେ ଆତ୍ମସମର୍ପଣ କରିଥିଲା ।
ଗୁଜୁରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଏ ଏ କ୍ୟୁରେଶୀଙ୍କୁ ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରିବା ପାଇଁ କଲେଜିୟମ୍ ପ୍ରସ୍ତାବ ଦେଇଛନ୍ତି । ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ କଲେଜିୟମ୍ଙ୍କୁ ଦୁଇ ଥର ଚିଠି ପଠାଯିବା ପରେ କଲେଜିୟମ୍ ଏହି ନିଷ୍ପତ୍ତି ନେଇଛନ୍ତି । କଲେଜିୟମ୍ର ମୁଖ୍ୟ ତଥା ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଏହି ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ସେପ୍ଟେମ୍ବର 5 ତାରିଖରେ ଗୁଜୁରାଟ ହାଇକୋର୍ଟ ବରିଷ୍ଠ ବିଚାରପତି ଏ ଏ କ୍ୟୁରେଶୀଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଘୋଷଣା କରିଥିଲେ । ଅଗଷ୍ଟ 23 ଏବଂ 27 ତାରିଖରେ ଦୁଇଟି ଚିଠି ପଠାଯିବା ପରେ ଏହାର ବିଚାର କରି କଲେଜିୟମ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସେହିପରି ମାଡ୍ରାସ ହାଇକୋର୍ଟ ବିଚାରପତି ଭି କେ ତାହିଲାରମଣୀଙ୍କ ବଦଳି ନିଷ୍ପତ୍ତି ଉପରେ ନିଜର ମତ ରଖିଛନ୍ତି କଲେଜିୟମ୍ । ସମସ୍ତ ବିଚାରପତିଙ୍କ ବଦଳି…
ବିଜେପୁର ଉପନିର୍ବାଚନ ପାଇଁ ବିଗୁଲ୍ ବାଜିଲା ଆଜି ମହାରାଷ୍ଟ୍ର ଓ ହରିୟାଣାର ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା ହେବା ସହିତ ବିଜେପୁର ଉପନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା ହୋଇଛି । ଅକ୍ଟୋବର ୨୧ ତାରିଖରେ ଉଭୟ ରାଜ୍ୟର ନିର୍ବାଚନ ସହିତ ବିଜେପୁରର ଉପନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ । ସେହିପରି ଅକ୍ଟୋବର ୨୪ରେ ବିଜେପୁର ଉପନିର୍ବାଚନର ଭୋଟଗଣତି ଅନୁଷ୍ଠିତ ହେବ । ସେପ୍ଟେମ୍ବର ୨୩ରେ ବିଜେପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ହେବ । ସେପ୍ଟେମ୍ବର ୩୦ରେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଥିବାବେଳେ ଅକ୍ଟୋବର ୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ଆଜିଠାରୁ ଆଚରଣ ବିଧି ଲାଗୁ । ଓଡ଼ିଶା ବ୍ୟତୀତ ୧୮ଟି ରାଜ୍ୟ ୬୪ ବିଧାନସଭା ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ ।
ମହାରାଷ୍ଟ୍ର, ହରିୟାଣା ପାଇଁ ବିଧାନସଭା ନିର୍ବାଚନ ପାଇଁ ଆଜି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ୍ ଆରୋରା ତାରିଖ ଘୋଷଣା କରିଛନ୍ତି । ଅକ୍ଟୋବର ୨୧ରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଉଭୟ ରାଜ୍ୟରେ ଅକ୍ଟୋବର ୨୪ରେ ଭୋଟ୍ ଗଣତି ହେବ ବୋଲି ସୂଚନା ରହିଛି । ମହାରାଷ୍ଟ୍ରର ୨୮୮ ଓ ହରିୟାଣାର ୯୦ଟି ଆସନ ପାଇଁ ହେବ ନିର୍ବାଚନ ଅନୁଷ୍ଠିତ ହେବ । ମହାରାଷ୍ଟ୍ର ଓ ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ପୂର୍ବରୁ ପ୍ରସ୍ତୁତ ହୋଇଛନ୍ତି। ନିର୍ବାଚନରେ ନିଜର ବିଜୟ ଅଭିଯାନ ଜାରି ରଖିବା ପାଇଁ ବିଜେପି ଓ ଶିବସେନା ଏକାଠି ହୋଇ ପୁଣି ଥିରେ ମହାରାଷ୍ଟ୍ରରେ ନିର୍ବାଚନ ଲଢ଼ିବେ । ସେହିପରି ହରିୟାଣାରେ ମନୋହର ଖଟ୍ଟର ସରକାର ନିଜର କ୍ଷମତା ଜାରି ରଖିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି । ସେହିପରି ଓଡିଶାର ବିଜେପୁରରେ ମଧ୍ୟ ସେହି ଅକ୍ଟୋବର ୨୧ ତାରିଖରେ ନିର୍ବାଚନ ହେବ…

