Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ହ୍ୟୁଷ୍ଟନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିପୁଳ ସମ୍ବର୍ଦ୍ଧନା, ଆମେରିକାରେ ମଧ୍ୟ ଓଡିଆରେ ପଦେ କହିଲେ ମୋଦୀ
ବିଶେଷ ଖବର

ହ୍ୟୁଷ୍ଟନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିପୁଳ ସମ୍ବର୍ଦ୍ଧନା, ଆମେରିକାରେ ମଧ୍ୟ ଓଡିଆରେ ପଦେ କହିଲେ ମୋଦୀ

September 23, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
ହ୍ୟୁଷ୍ଟନରେ ମୋଦୀଙ୍କୁ ବିପୁଳ ସମ୍ବର୍ଦ୍ଧନା, ଆମେରିକାରେ ମଧ୍ୟ ମୋଦୀ ଓଡିଆରେ ପଦେ କହିଦେଲେ

ସମୀକ୍ଷା ବ୍ୟୁରୋ

ଆମେରିକାର ହ୍ୟୁଷ୍ଟନ ସହରର ଏନଜିଆର ଷ୍ଟାଡିୟମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପ୍ରବାସୀ ଭାରତୀୟଙ୍କ ଦ୍ବାରା ଆୟୋଜିତ ଏହି ବିଶାଳ ସମାବେଶରେ ମୋଦୀଙ୍କ ସହିତ ଯୋଗଦେଇଥିଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ଷ୍ଟାଡିୟମରେ ପ୍ରାୟ 50 ହଜାରର ଲୋକ ଯୋଗ ଦେଇଥିଲେ। ମୋଦୀ ପ୍ରଥମେ ଟ୍ରମ୍ପଙ୍କୁ ସାଥିରେ ଧରି ମଞ୍ଚ ଉପରକୁ ଆସିଥିଲେ। ଏହାପରେ ସେ ଇଂରାଜୀରେ ଭାଷଣ ଦେଇ ଟ୍ରମ୍ପଙ୍କୁ ପ୍ରଶଂସା କ’ରିବା ସହିତ କିଛି ପୁରୁଣା କଥା ମନେ ପକାଇଥିଲେ। ତାହାଥିଲେ କିଛି ବର୍ଶ ତଳେ ଟ୍ରମ୍ପ ତାଙ୍କ ପରିବାର ସହିତ ତାଙ୍କୁ ପରିଚିତ କରାଇଥିଲେ। ଆଜି ଟ୍ରମ୍ପଙ୍କୁ ମୋର ପରିବାର ସହିତ ପରିଚୟ କରାଇ ଦେଉଛି ବୋଲି କହି ଷ୍ଟାଣ୍ଡିୟମରେ ବସିଥିବା ଲୋକଙ୍କ ଆଡକୁ ହାତ ବୁଲାଇଥିଲେ।

ଏହାପରେ ମୋଦୀ ମଞ୍ଚ ତଳକୁ ଆସିବା ପରେ ଟ୍ରମ୍ପ ପ୍ରାୟ 25 ମିନଟ ଧରି ଭାଷଣ ଦେଇଥିଲେ। ଏଥିରେ ଭାରତ ଆମେରିକାର ସଂପର୍କର ସୁଦୃଢ ସହିତ ନୂଆ ବ୍ୟବସାୟିକ ସଂପର୍କ ଉପରେ ଭାଷଣ ଦେଇଥିଲେ। ଏଥିରେ ମୁଖ୍ୟ ପ୍ରସଂଗ ଥିଲା ବିଶ୍ବରୁ ଆତଙ୍କବାଦ ହଠାଇବା। ସେଥିପାଇଁ ଟ୍ରମ୍ପ ଏକ ବଡ ଘୋଷଣା କରିଥିଲେ। ତାହା ହେଲା ଭାରତ ଓ ଆମେରିକା ସୁରକ୍ଷା କର୍ମି ମିଶି ଏକ ନୂଆ ବାହିନୀ ଗଠନ କରିବେ ଯାହାର ନାମ ରହିବ ‘ଟାଇଗର’। ମୁଖ୍ୟତଃ ସୀମା ଆତଙ୍କବାଦୀଙ୍କୁ ଏହି ବାହିନୀ ନିୟନ୍ତ୍ରଣ କରିବ ବୋଲି ଟ୍ରମ୍ପ ଘୋଷଣା କରିଥିଲେ। ଏଥିସହିତ କ୍ରିଡା ଏବଂ ପେଟ୍ରୋକେମିକାଲ ଉପରେ ଭାରତ ଓ ଆମେରିକାର ସହାୟତା ସଂପର୍କରେ ଅବଗତ କରାଇଥିଲେ ଟ୍ରମ୍ପ।

ଟ୍ରମ୍ପଙ୍କ ଭାଷଣ ସରିବା ପରେ ମଞ୍ଚକୁ ପୁଣି ଥରେ ମୋଦୀ ଆସି ତାଙ୍କ ଅଭିଭାଷଣ ହିନ୍ଦୀରେ ରଖିଥିଲେ। ଏଥିରେ ସେ ଟ୍ରମ୍ପ ଏବଂ ଆମେରିକାବାସୀଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ସମୟରେ ମୋଦୀ ହାୱଡି ମୋଦୀର ଅର୍ଥ କଣ ବୋଲି ପ୍ରଶ୍ନ କରିଥିଲେ। ଯଦି କାହାକୁ ହାୱଡି କୁହାଯାଇ ତେବେ ତାହାର ଉତ୍ତର କଣ ହେବ ଭିନ୍ନ କଥା, ହେଲେ ଭାରତୀୟଙ୍କ ଗୋଟିଏ ଉତ୍ତର ହେବ we are fine। ଏହି ଉତ୍ତରକୁ ମୋଦୀ 6ଟି ଭାରତୀୟ ଭାଷାରେ କହିଥିଲେ। ଗୁଜୁରାଟୀ, ତେଲୁଗୁ, ମାଲାୟାଲାମ, କନ୍ନଡ ବଙ୍ଗାଳୀ ସହିତ ଓଡିଆରେ ମଧ୍ୟ କହିଥିଲେ। ମୋଦୀ ଓଡିଆରେ We Are Fineକୁ ଯାହା କହିଲେ ତାହା ହେଲା, ‘ ଆମେ ସବୁ ଭଲ ଅଛୁ।’

Share. Facebook Twitter LinkedIn Email WhatsApp Copy Link

Related Posts

ନନ୍ଦନକାନନକୁ ଗୁଜରାଟ ବନ୍ତାରାରୁ ଆସିଲେ ୭ ପ୍ରଜାତିର ନୂଆ ଅତିଥି

September 12, 2026

ବ୍ରିକ୍ସ ପ୍ଲାଟଫର୍ମରୁ ମହିନ୍ଦ୍ରାଙ୍କୁ ପ୍ରଶଂସା କଲେ ପୁଟିନ୍: ଜାଣନ୍ତୁ କାହିଁକି?

September 12, 2026

୭ ବର୍ଷ ପରେ ଭାରତ ଆସୁଛନ୍ତି ସି ଜିନପିଙ୍ଗ: ମୋଦିଙ୍କ ସହ ହେବ ବଡ଼ ବୈଠକ

September 12, 2026

ହରିଶ ରାୱତଙ୍କ ଇସ୍ତଫା ପଛରେ ବଡ଼ ରାଜନୈତିକ ଟ୍ୱିଷ୍ଟ! ୨୦୨୭ ପୂର୍ବରୁ ଉଷ୍ମ ଉତ୍ତରାଖଣ୍ଡ ରାଜନୀତି

September 12, 2026
Latest News

ସୁନା ଓ ରୂପା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

September 12, 2026

ନନ୍ଦନକାନନକୁ ଗୁଜରାଟ ବନ୍ତାରାରୁ ଆସିଲେ ୭ ପ୍ରଜାତିର ନୂଆ ଅତିଥି

September 12, 2026

ବ୍ରିକ୍ସ ପ୍ଲାଟଫର୍ମରୁ ମହିନ୍ଦ୍ରାଙ୍କୁ ପ୍ରଶଂସା କଲେ ପୁଟିନ୍: ଜାଣନ୍ତୁ କାହିଁକି?

September 12, 2026

କ୍ଷତିକାରକ ନୁହେଁ ଉପବାସ, ଜାଣନ୍ତୁ କ’ଣ ମିଳିଥାଏ ଲାଭ

September 12, 2026

୭ ବର୍ଷ ପରେ ଭାରତ ଆସୁଛନ୍ତି ସି ଜିନପିଙ୍ଗ: ମୋଦିଙ୍କ ସହ ହେବ ବଡ଼ ବୈଠକ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.