Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିକାଶ ଓ ନିବେଶକୁ ପ୍ରୋତ୍ସାହନ ଦେବା ଲାଗି ଆୟକର ଆଇନରେ ନୂଆ ବ୍ୟବସ୍ଥା, ଘରୋଇ କମ୍ପାନୀ ପାଇଁ କର୍ପୋରେଟ ଟିକସ ୨୨%କୁ ହ୍ରାସ
ବିଶେଷ ଖବର

ବିକାଶ ଓ ନିବେଶକୁ ପ୍ରୋତ୍ସାହନ ଦେବା ଲାଗି ଆୟକର ଆଇନରେ ନୂଆ ବ୍ୟବସ୍ଥା, ଘରୋଇ କମ୍ପାନୀ ପାଇଁ କର୍ପୋରେଟ ଟିକସ ୨୨%କୁ ହ୍ରାସ

September 20, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
Sitharaman announces cut in taxes for corporate, new manufacturing companies

ସମୀକ୍ଷା ବ୍ୟୁରୋ

କେନ୍ଦ୍ର ସରକାର ଆୟକର ଆଇନ ୧୯୬୧ ଏବଂ ଅର୍ଥ (ସଂଖ୍ୟା ୨) ଆଇନ ୨୦୧୯ରେ କେତେକ ସଂଶୋଧନ ଆଣିବା ଉଦ୍ଦେଶ୍ୟରେ କର ନିର୍ଦ୍ଧାରଣ ଆଇନ (ସଂଶୋଧନ) ଅଧ୍ୟାଦେଶ ୨୦୧୯ ଆଗତ କରିଛନ୍ତି । କେନ୍ଦ୍ର ଅର୍ଥ ଏବଂକର୍ପୋରେଟ ବ୍ୟାପାରମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ଗୋଆରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଅର୍ଥମନ୍ତ୍ରୀଏହି ସଂଶୋଧନର ଯେଉଁ ବିଶେଷତ୍ୱ ବିଷୟରେ ସୂଚନା ଦେଇଥିଲେ, ତାହା ହେଲା

୧. ବିକାଶ ଏବଂ ନିବେଶକୁ ପ୍ରୋତ୍ସାହନ ଦେବା ଲାଗି ଆୟକର ଆଇନରେ ଏକ ନୂଆ ବ୍ୟବସ୍ଥା କରାଯାଇଛି । ଏହା ୨୦୧୯-୨୦ ଆର୍ଥିକ ବର୍ଷଠାରୁ ଲାଗୁ ହେବ ।ଏହି ବ୍ୟବସ୍ଥା ଦ୍ୱାରା ଯେ କୌଣସି ଘରୋଇ କମ୍ପାନୀ ୨୨% ହାରରେ ଆୟକର ପରିଶୋଧ କରିବାର ବିକଳ୍ପ ପାଇବେ । ତେବେ କୌଣସି ପ୍ରକାରର ରିହାତି କିମ୍ବା ପ୍ରୋତ୍ସାହନ ଗ୍ରହଣ ନ କରିବାର ସର୍ତରେ ସେମାନଙ୍କୁ ଏହି ସୁବିଧା ମିଳି ପାରିବ । ସରଚାର୍ଜ ଏବଂ ସେସକୁ ମିଶାଇ କମ୍ପାନୀଗୁଡ଼ିକ ପାଇଁ ଲାଗୁ ଦର ୨୫.୧୭% ରହିବ । ଏପରି କମ୍ପାନୀଗୁଡ଼ିକୁ ସର୍ବନିମ୍ନ ବିକଳ୍ପ ଟିକସ ପଇଠ କରିବାର ମଧ୍ୟ ଆବଶ୍ୟକତା ରହିବ ନାହିଁ ।

୨. ଉତ୍ପାଦନ କ୍ଷେତ୍ରରେ ନୂଆ ନିବେଶକୁ ଆକୃଷ୍ଟ କରିବା ଏବଂ ସରକାରଙ୍କ ‘ମେକ ଇନ ଇଣ୍ଡିଆ’କୁ ପ୍ରୋତ୍ସାହନ ଦେବା ଲାଗି ଆୟକର ଆଇନରେ ଆଉ ଏକ ନୂଆ ବ୍ୟବସ୍ଥାକୁ ମଧ୍ୟ ସାମିଲ କରାଯାଇଛି । ଏହା ୨୦୧୯-୨୦ ଆର୍ଥିକ ବର୍ଷଠାରୁ ଲାଗୁ ହେବ । ୧ ଅକ୍ଟୋବର ୨୦୧୯ କିମ୍ବା ଏହା ପରେ ପ୍ରତିଷ୍ଠିତ ହୋଇଥିବା ଯେ କୌଣସି ନୂଆ ଉତ୍ପାଦନ ଭିତିକ ଘରୋଇ କମ୍ପାନୀକୁ୧୫% ଦରରେ ଟିକସ ପଇଠ କରିବାର ବିକଳ୍ପ ମିଳିବ ।ତେବେ କୌଣସି ପ୍ରକାରର ରିହାତି କିମ୍ବା ପ୍ରୋତ୍ସାହନର ଲାଭ ନେଉଥିବା ଏବଂ ୩୧ ମାର୍ଚ୍ଚ ୨୦୨୩ କିମ୍ବା ତା’ ପୂର୍ବରୁ ଉତ୍ପାଦନ ଆରମ୍ଭ କରୁଥିବା କମ୍ପାନୀକୁ ଏହି ସୁବିଧା ମିଳିବ ନାହିଁ । ସରଚାର୍ଜ ଏବଂ ସେସକୁ ମିଶାଇଏହି କମ୍ପାନୀଗୁଡ଼ିକ ପାଇଁ ଲାଗୁ ଟିକସ ଦର ୧୭.୦୧% ରହିବ । ଏପରି କମ୍ପାନୀଗୁଡ଼ିକୁ ସର୍ବନିମ୍ନ ବିକଳ୍ପ ଟିକସ ପଇଠ କରିବାର ମଧ୍ୟ ଆବଶ୍ୟକତା ରହିବ ନାହିଁ ।

୩. ରିହାତି ଟିକସ ବ୍ୟବସ୍ଥାର ବିକଳ୍ପ ଚୟନ କରୁ ନ ଥିବା ତଥା ଟିକସ ଛାଡ଼ କିମ୍ବା ପ୍ରୋତ୍ସାହନର ଲାଭ ଉଠାଉ ଥିବା କମ୍ପାନୀକୁ ପୂର୍ବ ସଂଶୋଧିତ ଦରରେ ଟିକସ ପଇଠ କରିବାକୁ ପଡ଼ିବ । ତେବେ ଏପରି କମ୍ପାନୀ ନିଜ ଟିକସ ଛାଡ଼ ଅବଧି ଶେଷ ହେବା ପରେ ରିହାତି ଟିକସ ବ୍ୟବସ୍ଥାର ବିକଳ୍ପ ଚୟନ କରିପାରିବେ । ବିକଳ୍ପ ଚୟନ କରିବା ପରେ ସେମାନେ ୨୨% ଦରରେ ଟିକସ ପଇଠ କରିବା ଲାଗି ଉତରଦାୟୀ ହେବେ । ଥରେ ଏହି ବିକଳ୍ପ ଚୟନ କରିବା ପରେଏହି ବିକଳ୍ପକୁ ପ୍ରତ୍ୟାହାର କରାଯାଇ ପାରିବ ନାହିଁ । ରିହାତି କିମ୍ବା ପ୍ରୋତ୍ସାହନର ଲାଭ ନେବା ଜାରି ରଖୁଥିବା କମ୍ପାନୀଗୁଡ଼ିକୁ ରିହାତି ପ୍ରଦାନ କରିବା ଲାଗି ସର୍ବନିମ୍ନ ବିକଳ୍ପ ଟିକସ ଦରକୁ୧୮.୫%ରୁ ହ୍ରାସକରି ୧୫% କରି ଦିଆଯାଇଛି ।

୪. ପୁଞ୍ଜି ବଜାରରେ ଅର୍ଥ ପ୍ରବାହକୁ ସ୍ଥିର ରଖିବା ଉଦ୍ଦେଶ୍ୟରେ ଜଣେ ବ୍ୟକ୍ତି, ଏଚୟୁଏଫ, ଏଓପି, ବିଓଆଇ ଏବଂ ଏଜେପି ହାତରେ ଥିବା ଏକ କମ୍ପାନୀ କିମ୍ବା ଇକ୍ୟୁଟି ଆଧାରିତ ପାଣ୍ଠି, କିମ୍ବା ପ୍ରତିଭୂତି କାରବାର ଟିକସ ପାଇଁ ଉତରଦାୟୀ ଏକ ବ୍ୟବସାୟିକ ଟ୍ରଷ୍ଟର ଏକ ୟୁନିଟରେ ଇକ୍ୟୁଟି ଶେୟାର ବିକ୍ରିରୁ ମିଳୁଥିବା ପୁଞ୍ଜି ଲାଭ ଉପରେ ଅର୍ଥ (ସଂଖ୍ୟା ୨), ଆଇନ ୨୦୧୯ ଦ୍ୱାରା ବର୍ଦ୍ଧିତ ସରଚାର୍ଜ ଲାଗୁ ହେବ ନାହିଁ ।

୫. ବର୍ଦ୍ଧିତ ସରଚାର୍ଜ ବିଦେଶୀ ପୋର୍ଟଫୋଲି ଓ ନିବେଶକ (ଏଫପିଆଇ) ଦ୍ୱାରା ଡେରିଭେଟିବ୍ସ ସମେତ କୌଣସି ପ୍ରକାର ପ୍ରତିଭୂତି ବିକ୍ରିରୁ ହେଉଥିବା ଲାଭ ଉପରେ ମଧ୍ୟ ଲାଗୁ ହେବ ନାହିଁ ।

୬. ୫ ଜୁଲାଇ ୨୦୧୯ ପୂର୍ବରୁ ଶେୟାର ବାଏ ବ୍ୟାକ ଘୋଷଣା କରୁଥିବା ତାଲିକା ଭୁକ୍ତ କମ୍ପାନୀଗୁଡ଼ିକୁ ଏଥିପାଇଁ ଲାଗୁ ହେଉଥିବା ଟିକସ ଦେବାକୁ ପଡ଼ିବ ନାହିଁ । ଉକ୍ତ କମ୍ପାନୀଗୁଡ଼ିକୁ ରିହାତି ଦେବା ଲାଗିଏହି ନିଷ୍ପତି ନିଆଯାଇଛି ।

୭. ସିଏସଆର ଅନ୍ତର୍ଗତ ହେଉଥିବା ୨% ଖର୍ଚ୍ଚର ପରିଧି ବୃଦ୍ଧି କରିବା ଲାଗି ମଧ୍ୟ ସରକାର ନିଷ୍ପତି ନେଇଛନ୍ତି । ବର୍ତମାନ ୨% ସିଏସଆର ଅର୍ଥରାଶି କେନ୍ଦ୍ର କିମ୍ବା ରାଜ୍ୟ ସରକାର କିମ୍ବା ଅନ୍ୟ କୌଣସି ଏଜେନ୍ସି କିମ୍ବା କେନ୍ଦ୍ର ଓ ରାଜ୍ୟର ରାଷ୍ଟ୍ରାୟତ ଉଦ୍ୟୋଗ ଦ୍ୱାରା ଅର୍ଥ ଯୋଗାଣ ହେଉଥିବା ଇନକ୍ୟୁବେଟର୍ସ ଉପରେ ମଧ୍ୟ ଖର୍ଚ୍ଚ କରାଯାଇ ପାରିବ । ଏଥି ସହିତ ଏସଡିଜିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂଏବଂମେଡିସିନ କ୍ଷେତ୍ରରେ ଗବେଷଣା କରୁଥିବା ସରକାରୀ ବିଶ୍ୱବିଦ୍ୟାଳୟ, ଆଇଆଇଟି, ଜାତୀୟ ଗବେଷଣାଗାର ଏବଂ ସ୍ୱାୟତସଂସ୍ଥା (ଇଲେକ୍ଟ୍ରୋନିକ୍ସ ଏବଂସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଆଇସିଏଆର, ଆଇସିଏମଆର, ସିଏସଆଇଆର, ଡିଏଇ, ଡିଆରଡିଓ, ଡିଏସଟି ଅଧୀନରେ ପ୍ରତିଷ୍ଠିତ) ଲାଗି ମଧ୍ୟ ଏହି ଅର୍ଥ ଖର୍ଚ୍ଚ କରାଯାଇପାରିବ ।

୮. କର୍ପୋରେଟ ଟିକସ ଦରରେ ରିହାତିଏବଂ ଅନ୍ୟ ରିହାତି ଘୋଷଣା ହେବା ଫଳରେ ରାଜକୋଷ ଉପରେ ୧,୪୫, ୦୦୦ କୋଟି ଟଙ୍କାର ବୋଝ ପଡ଼ିବ।

Share. Facebook Twitter LinkedIn Email WhatsApp Copy Link

Related Posts

“ହର୍ମୁଜ୍ ବନ୍ଦ ଅଛି, ତୁରନ୍ତ ଫେରିଯାଅ,”: ଭାରତୀୟ ଜାହାଜକୁ ମଝି ରାସ୍ତାରୁ ଫେରାଇ ଦେଲେ ଇରାନୀ ସେନା

April 19, 2026

ବଜେଟ ଅଧିବେଶନରେ ସଂସଦର ଉଭୟ ଗୃହରେ ୯ଟି ବିଲ୍ ପାସ୍

April 19, 2026

“ମହିଳା ସଶକ୍ତିକରଣର ସ୍ୱପ୍ନ ଚୁରମାର ହୋଇଯାଇଛି:” ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ

April 18, 2026

ସାମୁଦ୍ରିକ ବୀମା ସୁରକ୍ଷା ଯୋଗାଇ ଦେବା ଲାଗି ସାର୍ବଭୌମ ଗ୍ୟାରେଣ୍ଟି ସହ ଗଠନ ହେବ ବିଏମଆଇ ପୁଲ୍

April 18, 2026
Latest News

କଟକରେ ସକାଳୁଆ ସ୍କୁଲ

April 19, 2026

ସାଇବର ଠକେଇ ବନ୍ଦ କରିବ : ‘ଅଭୟ’

April 19, 2026

ଗାଡ଼ି ସାଇଡ୍ ମାରିବାକୁ ନେଇ ତୁମୁଳକାଣ୍ଡ

April 19, 2026

ଯୁବକର ଉନ୍ମତ୍ତକାଣ୍ଡ: ଶାବଳ ମାଡ଼ରେ ଜଣେ ମୃତ

April 19, 2026

ଜଳଭଣ୍ଡାରରେ ବୁଡ଼ି ୨ ନାବାଳାକଙ୍କର ମୃତ୍ୟୁ

April 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.