Author: Samikhsya Bureau

ସମୀକ୍ଷା ବ୍ୟୁରୋ ବାଣପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଚିତ୍ରାଙ୍କନ, ଓଡିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରତିଯୋଗିତା ଆଜି ୮ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ସମ୍ବାଦ -ଆମ ଓଡିଶା ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ସମୁଦାୟ ୧୧ଟି ସ୍କୁଲର ୧୯୮ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଚିତ୍ରାଙ୍କନରେ ୭୫ ଜଣ, ହସ୍ତାକ୍ଷରରେ ୮୮ ଏବଂ ଭାଷାଜ୍ଞାନ-ପ୍ରବନ୍ଧରେ ୩୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଆଜି ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଚିତ୍ରାଙ୍କନରେ ଅଂଶଗ୍ରହଣ କରିଥିବା ବେଳେ ଷଷ୍ଠ-ସପ୍ତମ ଶ୍ରେଣୀର ପିଲା ଓଡିଆ ହସ୍ତାକ୍ଷର ଏବଂ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଓଡିଆ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଚିଲିକା ରିପୋର୍ଟସ ଆସୋସିଏସନ୍‌ର ସଭାପତି ସୁନୀଲ କୁମାର ସୁବୁଦ୍ଧିଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାକୁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସମ୍ପାଦକ ବସନ୍ତ କୁମାର ନାୟକ ପ୍ରଦୀପ ପ୍ରଜ୍ଜ୍ବଳନ କରି ଉଦ୍‌ଘାଟନ…

Read More

ଉତ୍ତର ପ୍ରଦେଶର ମୂଖ୍ୟମନ୍ତ୍ରୀ ଯୋଗୀ  ଆଦିତ୍ୟନାଥ  ଧାରା ୩୭୦ ଉଚ୍ଛେଦକୁ ନେଇ ନିଜର ମତ ପ୍ରକାଶ କରିଛନ୍ତି। ଧାରା ୩୭୦ ଉଚ୍ଛେଦ କାରଣରୁ କାଶ୍ମୀରରେ ଆତଙ୍କବାଦୀ ଅନୁପ୍ରବେଶ କମିଯାଇଛି ବୋଲି ଆଦିତ୍ୟନାଥ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଆତଙ୍କବାଦୀଙ୍କ ନିକଟରେ ବନ୍ଧୁକ ରହିଛି ମାତ୍ର ଏଥିରେ ଭର୍ତ୍ତି କରିବାକୁ  ଗୁଳି ନାହିଁ ବୋଲି ଯୋଗୀ କହିଛନ୍ତି। ଧାରା ୩୭୦ ଉଚ୍ଛେଦ ଜମ୍ମୁ କାଶ୍ମୀରକୁ ବିକାଶର ମୁଖ୍ୟ ଧାରାରେ ସାମିଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଯୋଗୀ ମତ ପ୍ରକାଶ କରିଛନ୍ତି। ଉତ୍ତରପ୍ରଦେଶର ଆମ୍ବେଦକର ନଗରରେ ବିଭିନ୍ନ ଜନ ହିତକର କାର୍ଯ୍ୟର ଲୋକାର୍ପଣ ସମୟରେ ଯୋଗୀ ଏହି ମତ ଦେଇଥିଲେ।

Read More

ନୂତନ ଟ୍ରାଫିକ୍‌ ନିୟମରେ ପ୍ରଥମ ଥର ପାଇଁ ଜରିମାନା ଭରିଛନ୍ତି ଭୁବନେଶ୍ବର ବିଧାୟକ । ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରଥମ ବିଧାୟକ ଭାବରେ ୫୦୦ ଟଙ୍କା ଜରିମାନା ଭରିଛନ୍ତି । ଡିସିପିଙ୍କ ଉପସ୍ଥିତିରେ ଏହି ଜରିମାନା ଅର୍ଥ ପ୍ରଦାନ କରିଛନ୍ତି ବିଧାୟକ । ବିଧାୟକ ସଡକ ସୁରକ୍ଷା ସଚେତନତା ପାଇଁ ଲୋକଙ୍କୁ ଚକୋଲେଟ୍‌ ଏବଂ ଲିଫ୍‌ଲେଟ୍‌ ବଣ୍ଟନ କରୁଥିବା ସମୟରେ ତାଙ୍କୁ ଏହି ଜରିମାନା ଭରିବାକୁ ପଡିଛି ।

Read More

ୟୁରୋ କପ୍‌ 2020ର ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ସର୍ବିଆକୁ 4-2 ଗୋଲ୍‌ରେ ପରାସ୍ତ କରିଛି ପର୍ତ୍ତୁଗାଲ । ପର୍ତ୍ତୁଗାଲ ପକ୍ଷରୁ ଓ୍ବିଲିୟମ୍‌ କାର୍ଭାଲୋ, ଗୋନ୍‌କାଲୋ ଗୁଏଡେସ୍‌, କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ବର୍ଣ୍ଣାର୍ଡୋ ସିଲ୍‌ଭା ପ୍ରତ୍ୟେକ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ପର୍ତ୍ତୁଗାଲ ପକ୍ଷରୁ ଓ୍ବିଲିୟମ୍‌ କାର୍ଭାଲୋ ମ୍ୟାଚ୍‌ର 42 ତମ ମିନିଟ୍‌ରେ ଗୋଲ ସ୍କୋର କରିଥିବା ବେଳେ ଗୋନ୍‌କାଲୋ ଗୁଏଡେସ୍‌ ମ୍ୟାଚ୍‌ର 58 ତମ ମିନିଟ୍‌ରେ ଗୋଲ୍‌ ସ୍କୋର କରିଥିଲେ । ଏହାପରେ ମ୍ୟାଚ୍‌ର 68 ତମ ମିନିଟ୍‌ରେ ନିକୋଲା ମିଲେଙ୍କାଭିକ୍ ଗୋଲ ସ୍କୋର କରି ମ୍ୟାଚ୍‌କୁ 2-1 ବ୍ୟବଧାନକୁ ଆଣିଥିଲେ । ଏହାପରେ ମ୍ୟାଚ୍‌ର 80 ତମ ମିନିଟ୍‌ରେ ପେନାଲ୍‌ଟି କର୍ଣ୍ଣର ଜରିଆରେ କ୍ରିଷ୍ଟିଆନୋ ରୋନାଲ୍ଡୋ ଗୋଲ ସ୍କୋର କରି ଦଳର ଅଗ୍ରଣୀକୁ 3-1କୁ ବଢାଇଥିବା ବେଳେ 85 ତମ ମିନିଟ୍‌ରେ ଆଲେକ୍ଜାଣ୍ଡର ମିଟ୍ରୋଭିକ୍‌ ଗୋଲ୍‌ ସ୍କୋର କରି ମ୍ୟାଚ୍‌କୁ 3-2କୁ ନେଇ ଆସିଥିଲେ । ଏକ…

Read More

ଟ୍ରାଫିକ ଜରିମାନା ଆଦାୟକୁ ନେଇ ନିଜର ମତାମତ ଦେଇଛନ୍ତି କେନ୍ଦ୍ରୀୟ ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଲୋକଙ୍କ ପାଇଁ ଧନଠାରୁ ଜୀବନ ବେଶୀ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି । ଗଡକରି କହିଛନ୍ତି ଯେ, ଲୋକମାନେ ନିୟମ ଭାଙ୍ଗୁଛନ୍ତି ତେଣୁ ସେମାନଙ୍କୁ ଜରିମାନା ଦେବାକୁ ପଡୁଛି । ମାତ୍ର ଯଦି କେହି ନିୟମ ନଭାଙ୍ଗନ୍ତି ତେବେ କାହାରିକୁ ଜରିମାନା ଭରିବାକୁ ପଡିବ ନାହିଁ । ଜରିମାନା ଟ୍ରାଫିକ୍‌ ବ୍ୟବସ୍ଥାରେ ସଚେତନତା ଆଣିବ ବୋଲି କହିଛନ୍ତି ଗଡକରୀ । ରେଡ୍ ଲାଇଟ ନିୟମ ଭାଙ୍ଗିବା ହେତୁ ଦୁର୍ଘଟଣା ହେଉଛି ଏବଂ ଜୀବନ ହାନୀ ହେଉଛି । ଯଦି ସେମାନେ ଆାଇନକୁ ଡରିବେ ତେବେ ନିୟମର ପାଳନ କରିବେ । ଆଗରୁ ଜରିମାନା ରାଶି କମ୍ ଥିବାରୁ ନିୟମ ଭାଙ୍ଗୁ ଥିଲେ । ଏବେ ନିୟମ କଡାକଡି ହୋଇଛି । ତେଣୁ ନିୟମ ଭାଙ୍ଗିବା ପୂର୍ବରୁ ଲୋକେ ଶହେ ଥର ଚିନ୍ତା…

Read More

ବ୍ରାହ୍ମଣୀ ନଦୀ ଡଙ୍ଗାବୁଡି 4 ଜଣ ନିଖୋଜ ହେବା ଘଟଣାରେ ପ୍ରଶାସନକୁ ଦାୟୀ କରିଛନ୍ତି ପୂର୍ବତନ ସାଂସଦ ରୁଦ୍ର ପାଣି । ପୂର୍ବରୁ ଏହି ସ୍ଥାନରେ ଡଙ୍ଗା ବୁଡିଥିଲେ ମଧ୍ୟ ପ୍ରଶାସନ ନୀରବଦ୍ରଷ୍ଟା ସାଜିଥିଲା ବୋଲି ପାଣି ଅଭିଯରୋଗ କରିଛନ୍ତି । ଏପରି ଘଟଣା ବାରମ୍ବାର ହେଉଥିଲେ ମଧ୍ୟ ବେଆଇନ ଡଙ୍ଗା ଚାଳନା ଉପରେ ରୋକ୍‌ ଲଗାଇବାରେ ପ୍ରଶାସନ ବିଫଳ ହୋଇଛି ଯାହା ଫଳରେ ଏହି ଅଘଟଣ ଘଟିଲା ବୋଲି ସେ ଅଭିଯୋଗ କରିଛନ୍ତି । ଡଙ୍ଗାରେ ଅତ୍ୟଧିକ ଲୋଡିଂର ଯାଞ୍ଚ ହେଉନାହିଁ ଯାହା ଫଳରେ ଡଙ୍ଗା ଭାରସାମ୍ୟ ହରାଇ ଓଲଟୁଛି । କାମ ପାଇଁ ଯାଉଥିବା ଲୋକଙ୍କ ସୁରକ୍ଷିତ ଯାତାୟତର ଉତ୍ତର ଦାୟିତ୍ବ ପ୍ରଶାସନ ନେବା ଉଚିତ୍‌ ବୋଲି ରୁଦ୍ର ପାଣି କହିଛନ୍ତି ।

Read More

ଶନିବାର ଅନୁଷ୍ଠିତ ୟୁଏସ୍‌ ଓପନ୍‌ ମହିଳା ଫାଇନାଲରେ ବିଜୟୀ ହୋଇ ଟାଇଟଲ୍‌ ହାସଲ କରିଛନ୍ତି ବିଆନ୍ସା ଆଣ୍ଡ୍ରିସ୍‌ । 24 ତମ ଗ୍ରାଣ୍ଡ ସ୍ଲାମ ମୁକାବିଲା ଲକ୍ଷ୍ୟରେ ଥିବା ସେରେନା ସିଧାସଳଖ ସେଟ୍‌ରେ ବିଆନ୍ସାଙ୍କ ନିକଟରୁ ପରାସ୍ତ ହୋଇଥିଲେ । 6-3 ଏବଂ 7-5ର ସିଧାସଳଖ ସେଟ୍‌ରେ ବିଆନ୍ସା ଏହି ମ୍ୟାଚ୍‌ରେ ବିଜୟୀ ହୋଇଥିଲେ । ଟାଇଟଲ ମୁକାବିଲାରେ ବିଜୟୀ ହୋଇଥିବା ବିଆନ୍ସା ପ୍ରଥମ କାନାଡା ଖେଳାଳି ଭାବରେ ଗ୍ରାଣ୍ଡସ୍ଲାମ ବିଜୟୀ ହେବା ସହିତ ସାରାପୋଭାଙ୍କ ପରେ 2006 ପରଠାରୁ ପ୍ରଥମ ଖେଳାଳି ଭାବରେ 19 ବର୍ଷରେ ୟୁଏସ୍‌ ଓପନ୍‌ ବିଜୟୀ ହେବାରେ ସଫଳ ହୋଇଛନ୍ତି । 2018 ଫାଇନାଲ୍‌ରେ ମଧ୍ୟ ସେରେନା ନାଓମି ଓସାକାଙ୍କ ନିକଟରୁ ପରାଜିତ ହୋଇଥିଲେ । ପ୍ରଥମ ସେଟ୍‌ଟିକୁ ବିଆନ୍ସା ଅନାୟାସରେ ଜିତି ନେଇଥିବା ବେଳେ ଦ୍ବିତୀୟ ସେଟ୍‌ରେ ମଧ୍ୟ 4-2ରେ ଆଗୁଆ ରହିଥିଲେ ମାତ୍ର ସେରେନା କ୍ରମାଗତ ତିନିଟି ମ୍ୟାଚ୍‌ ପଏଣ୍ଟ ଜିତି ଅଗ୍ରଣୀ…

Read More

କେନ୍ଦୁଝରର ଘଟଗାଁରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି । ଶୋଇଥିବା ଅବସ୍ଥାରେ ଦମ୍ପତ୍ତିଙ୍କୁ ହତ୍ୟା କରାଯାଇଛି । ଘଟଗାଁର ଗୋଧିପଡାରେ ଏହି ଘଟଣା ଘଟିଛି । ଧାରୁଆ ଅସ୍ତ୍ରରେ ଉଭୟଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତିର ତଦନ୍ତ କରୁଛି ।

Read More

ବ୍ରହ୍ମପୁରରୁ ଚୋରି କରିଥିବା ଅଭିଯୋଗରେ ଜଣେ ଯୁବକକୁ ଉତ୍ୟକ୍ତ ଗ୍ରାମବାସୀ ପିଟି ପିଟି ଲଣ୍ଡା କରିଛନ୍ତି । ଏକ ମନ୍ଦିରରୁ ପାର୍ବତୀ ମୂର୍ତ୍ତି ଚୋରି କରିଥିବା ଅଭିଯୋଗରେ ଉତ୍ୟକ୍ତ ଗ୍ରାମବାସୀ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧିବା ସହିତ ଲଣ୍ଡା କରି ଚପଲ ମାଳ ପିନ୍ଧାଇଥିଲେ । ଦିଗପହଣ୍ଡିର ଛଣମେରି ଗ୍ରାମରେ, ଏହି ଘଟଣା ଘଟିଥିଲା । ଉତ୍ୟକ୍ତ ଗ୍ରାମବାସୀଙ୍କ କବଳରୁ ପୋଲିସ୍‌ ଉକ୍ତ ଯୁବକକୁ ଉଦ୍ଧାର କରିଛି । ଯୁବକ ଜଣକ ଗୁରୁତର ଥିବାରୁ ତାଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି ।

Read More

ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ସହିତ ଶାନ୍ତି ଆଲୋଚନା ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବାରମ୍ବାର ବିସ୍ଫୋରଣ କରୁଥିବାରୁ ତାଲିବାନ ସହ ଶାନ୍ତି ଆଲୋଚନା ଅସମ୍ଭବ ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି । ଟ୍ରମ୍ପଙ୍କ ଏହି ଘୋଷଣା ପରେ ତାଲିବାନ-ଆମେରିକା ଶାନ୍ତି ଆଲୋଚନା ପ୍ରଭାବିତ ହେବାର ସମ୍ଭାବନା ହେବାର ସମ୍ଭାବନା ଦେଖାଦେଇଛି । ରବିବାର ଉଭୟ ରାଷ୍ଟ୍ର ମଧ୍ୟରେ କ୍ୟାମ୍ପ ଡେଭିଡ୍‌ରେ ଏକ ଶାନ୍ତି ଆଲୋଚନା ହେବାର ଥିଲା । ମାତ୍ର ଶନିବାର ଦିନ ଟ୍ବିଟ୍ଟର ଜରିଆରେ ଟ୍ରମ୍ପ ଆଲୋଚନା ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି । ଏହି ଆଲୋଚନା ପୂର୍ବରୁ ନିଜର ସ୍ଥିତି ଦୃଢ କରିବା ପାଇଁ ବିସ୍ଫୋରଣକୁ ମାଧ୍ୟମ କରୁଥିବାରୁ ଟ୍ରମ୍ପ ଏକାଧିକ ଟ୍ବିଟ୍‌ ଜରିଆରେ ତାଲିବାନ ଗୋଷ୍ଠୀକୁ ସମାଲୋଚନା କରିବା ସହିତ ଶାନ୍ତି ଆଲୋଚନା ବନ୍ଦ କରିବା ନେଇ ଘୋଷଣା କରିଥିଲେ ।

Read More

ଭାରତର ପ୍ରଖ୍ୟାତ ଓକିଲ ତଥା ପୂର୍ବତ୍ତନ ମନ୍ତ୍ରୀ ରାମ ଜେଠାମାଳିନୀଙ୍କର ଆଜି ସକାଳେ ଦେହାନ୍ତ ହୋଇଯାଇଛି। ନୂଆଦିଲ୍ଲୀସ୍ଥିତ ବାସଭବନରେ ଆଜି ସକାଳ 7ଟା 45ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ 95 ବର୍ଷ ବୟସ ହୋଇଥିଲା। ଆଉ ପାଞ୍ଚ ଦିନ ପରେ ଅର୍ଥାତ ସେପ୍ଟମ୍ବର 14 ତାରିଖରେ ତାଙ୍କର 96 ତମ ଜନ୍ମଦିନ ପାଳନ କରିଥାଆନ୍ତେ। ଜେଠାମାଳିନୀ ଦୀର୍ଘ ମାସ ଧରି ବୟସାଧିକ ରୋଗରେ ପିଡିତ ହୋଇ ଘରେ ଚିକିତ୍ସିଚ ହେଉଥିଲେ। ତାଙ୍କ ପୁତ୍ର ମହେଶ ଜେଠାମାଳିନୀଙ୍କ ଅନୁସାରେ ଆଜି ଅପରାହ୍ନରେ ତାଙ୍କର ଶେଷକୃତ୍ୟ ସଂପର୍ଣ୍ଣ ହେବ। 14 ସେପ୍ଟେମ୍ବର 1923ରେ ବମ୍ବେର ଶିଖରପୁରରେ ଜନ୍ମଗ୍ରହଣ କରିଥିବା ରାମ ଜେଠମଲାନୀ 1988ରେ ପ୍ରଥମ ଥ୍ର ପାଇଁ ସାଂସଦ ଭାବରେ ସଂସଦ ପ୍ରବେଶ କରିଥିଲେ । 1980ରେ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ ମଧ୍ୟ 1985ରେ କଂଗ୍ରେସର ସୁନୀଲ ଦତ୍ତଙ୍କ ନିକଟରୁ ପରାଜିତ ହୋଇଥିଲେ । 1996ରେ…

Read More

ଏଣିକି ସମସ୍ତ ପୋଲିସ୍‌ ଗାଡିର ଡକ୍ୟୁମେଣ୍ଟ ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ହେବ । ଗତକାଲି ରାଜମହଲରେ ପୋଲିସ୍‌ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଓ୍ବେବ୍‌ସାଇଟ୍‌ରେ ସମସ୍ତ ଗାଡିର ଡକ୍ୟୁମେଣ୍ଟ ଅପଲୋଡ୍‌ କରାଯିବାର ନିଷ୍ପତ୍ତି ନିଆଯାଇଛି । ଆଜି ସମସ୍ତ ଗାଡିର କାଗଜପତ୍ର ଓ୍ବେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରାଯିବ ବୋଲି ଜଣାପଡିଛି । ଯେ କୌଣସି ଲୋକ ଓ୍ବେବ୍‌ସାଇଟ୍‌ ପରିଦର୍ଶନ କରି ସମସ୍ତ ଗାଙଡି ସମ୍ପର୍କରେ ସୂଚନା ହାସଲ କରିପାରିବେ । ସାଧାରଣ ଲୋକଙ୍କ ମନରେ ରହିଥିବା ସନ୍ଦେହ ଦୂର କରିବା ନିମନ୍ତେ ଏହି ପଦକ୍ଷେପ ନିଆଯାଇଛି ବୋଲି କମିଶନର ପ୍ରକାଶ କରିଛନ୍ତି ।

Read More

ରାଜ୍ୟରେ ଲଘୁଚାପ ଜନିତ ବର୍ଷା କାରଣରୁ ବିଭିନ୍ନ ନଦୀରୁ ଜଳସ୍ତର ବଢିବାରେ ଲାଗିଛି । ବୈତରଣୀ ନଦୀର ଜଳସ୍ତର ବଢି ଏହା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଭଦ୍ରକର ଆଖୁଆପଦାରେ ଏହା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବିପଦ ସଙ୍କେତ 17.83 ମିଟର ରହିଥିବା ବେଳେ ଏହା 17.86 ମିଟରରେ ପ୍ରବାହିତ ହେଉଛି । ଏହା ସହିତ ଧାମନଗର ବ୍ଲକ୍‌ର ଦୁଇଟି ପଞ୍ଚାୟତ ସୋହଡା ଓ ପ୍ରଧାନୀ ଏହା ପ୍ରଭାବରେ ଜଳାର୍ଣ୍ଣବ ହୋଇଥିବା ଜଣାପଡିଛି ।

Read More

ବାଲେଶ୍ବରରେ ତିନି ଜଣ ସ୍କୁଲ ଛାତ୍ର ନିଖୋଜ ହୋଇଛନ୍ତି । ବାଲେଶ୍ବରର ରେମୁଣା ଥାନା ଅନ୍ତର୍ଗତ ଉଡମ୍ବର ହାଇସ୍କୁଲର ଏହି ତିନି ଜଣ ଛାତ୍ର ଆସନ୍ତା କାଲି ଠାରୁ ନିଖୋଜ ଅଛନ୍ତି । ଗତକାଲି ସ୍କୁଲ ଯାଇଥିବା ତିନି ବାଳକ ଘରକୁ ଫେରିନଥିଲେ । 24 ଘଣ୍ଟା ହେଲା ଛାତ୍ର ମାନଙ୍କର କୌଣସି ସନ୍ଧାନ ମିଳୁନଥିବାରୁ ଏହାକୁ ନେଇ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ । ନିଖୋଜ ହୋଇଥିବା ତିନି ଛାତ୍ରକାଠ ସଙ୍ଗଡା ଗ୍ରାମର ଏବଂ ସମସ୍ତେ ଅଷ୍ଟମ ଶ୍ରେଣୀରେ ପଢନ୍ତି ବୋଲି ଜଣାପଡିଛି ।

Read More

ରାଜ୍ୟର ଚାରୋଟି ଜିଲ୍ଲାରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ସେଗୁଡିକ ହେଲା ସୋନପୁର,ସମ୍ବଲପୁର,ବରଗଡ ଏବଂ ଝାରସୁଗୁଡା। ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ଏହି ଜିଲ୍ଲାରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ସେଥିପାଇଁ ଏସଆରସି ତରଫରୁ ଏହି ଚାରି ଜିଲ୍ଲାପାଇଁ ରେଡ ୱାର୍ଣ୍ଣି ଜାରୀ କରାଯାଇଛି। ଏଥିସହିତ ଏହି ଚାରି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ବଲାଙ୍ଗୀର, ନବରଙ୍ଗପୁର, ସୁନ୍ଦରଗଡ. କେନ୍ଦୁଝର, ଦେବଗଡ ଓ ଅନୁଗୁଳ ସମେତ ମୋଟ ୮ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

Read More

ଭାରତର ଚନ୍ଦ୍ରଯାନ ମିଶନର ଅନ୍ତିମ ଚରଣ ବିଫଳ ହୋଇଥିଲେ ମଧ୍ୟ ଆସନ୍ତା 14 ଦିନ ପର୍ଯ୍ୟନ୍ତ ଲ୍ୟାଣ୍ଡର ସହିତ ସମ୍ପର୍କ ସ୍ଥାପନର ଚେଷ୍ଟା କରାଯିବ ବୋଲି ଜଣାପଡିଛି । ଇସ୍ରୋର ଚେୟାରମ୍ୟାନ୍‌ କେ ଶିବନ୍‌ ଶନିବାର ଦୂରଦର୍ଶନକୁ ଦେଇଥିବା ସାକ୍ଷାତକାରରେ ଏହି ସୂଚନା ଦେଇଛନ୍ତି । ଏହି ସାକ୍ଷାତ କାର ସମୟରେ ଶିବନ କହିଥିଲେ କି, ଲ୍ୟାଣ୍ଡରର ପ୍ରୋଗ୍ରାମିଂ ଅତ୍ୟନ୍ତ ଜଟିଳ ରହିଥିଲା । ଏହାର ଅନ୍ତିମ 15 ମିନିଟ୍‌କୁ ନେଇ ସମସ୍ତେ ଚିନ୍ତାରେ ରହିଥିବା ବେଳେ ଚନ୍ଦ୍ରପୃଷ୍ଠରେ ଅବତରଣର ମାତ୍ର 2.1 କିମି ପୂର୍ବରୁ ଲ୍ୟାଣ୍ଡର ବିକ୍ରମ ସହିତ ସମ୍ପର୍କ ବିଛିନ୍ନ ହୋଇଥିଲା । ଲ୍ୟାଣ୍ଡର ଏବଂ ରୋଭରର ଆୟୁସ 14 ଦିନ ଥିବାରୁ ଆସନ୍ତା 14 ଦିନ ପାଇଁ ଲ୍ୟାଣ୍ଡର ସହିତ ସମ୍ପର୍କ ସ୍ଥାପନ କରିବାର ଚେଷ୍ଟା କରାଯିବ । ସେହିପରି ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦୀ ବୈଜ୍ଞାନିକଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଥିଲେ ଶିବନ । ମିଶନର…

Read More

ଝାଡଖଣ୍ଡ ରାଜ୍ୟ ଗଠନ ପରେ ସରକାର ନୂଆ ବିଧାନସଭା ନିର୍ମାଣ ପାଇଁ ନିଷ୍ପତି କରିଥିଲେ। ସେହି ଅନୁସାରେ ରାଞ୍ଚିଠାରେ ନିର୍ମାଣ ହୋଇଛି ଏହି ବିଧାନସଭା। ଏହାକୁ ଆସନ୍ତା 12 ତାରିଖରେ ଉଦଘାଟନ ହେବ। ସେଥିପାଇଁ କର୍ମଚାରୀମାନେ ଶେଷ ସ୍ପର୍ଷ ଦେଉଛନ୍ତି।

Read More