Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୂର୍ତ୍ତି ଭସାଣି ଆମର ଜଳ ସମ୍ପଦକୁ ଯେମିତି ନଷ୍ଟ ନ କରେ ସେଥିପ୍ରତି ଦୃଷ୍ଟି ରଖିବା ଆମର ପ୍ରଥମ କର୍ତ୍ତବ୍ୟ
ବିଶେଷ ଖବର

ମୂର୍ତ୍ତି ଭସାଣି ଆମର ଜଳ ସମ୍ପଦକୁ ଯେମିତି ନଷ୍ଟ ନ କରେ ସେଥିପ୍ରତି ଦୃଷ୍ଟି ରଖିବା ଆମର ପ୍ରଥମ କର୍ତ୍ତବ୍ୟ

September 17, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ସମଗ୍ର ବିଶ୍ବରେ ୭୧ ପ୍ରତିଶତ ଜଳ ରହିଥିବା ବେଳେ ତନ୍ମଧ୍ୟରୁ ୯୯  ପ୍ରତିଶତ ଜଳ ହେଉଛି ସମୁଦ୍ର ଜଳ ବା ଲୁଣି ପାଣି। ଏହି ଜଳ ସାଧାରଣ ଜୀବନରେ ବ୍ୟବହାର ନିମନ୍ତେ ଅନୁପଯୁକ୍ତ ହୋଇଥିବା ବେଳେ ବଳକା ଜଳକୁ ଦୂଷିତ କରିବାରେ ମାନବ ସମାଜ ବ୍ୟସ୍ତ। ଜଳ ପ୍ରଦୂଷଣ ବିଭିନ୍ନ କାରଣରୁ ହେଉଥିବା ବେଳେ ଆମ ଦେଶରେ ମୂର୍ତ୍ତି ବିସର୍ଜନ ଏହାର ଏକ ପ୍ରମୁଖ କାରଣ ଭାବରେ ଉଭା ହୋଇଛି। ଭାରତୀୟ ସଂସ୍କୃତିରେ ମୂର୍ତ୍ତି ପୂଜା ଏକ ପାରମ୍ପରିକ ପ୍ରକ୍ରିୟା। ବିଭିନ୍ନ ପୂଜା  ପାର୍ବଣ ସମୟରେ ଦେବାଦେବୀଙ୍କ ମୂର୍ତ୍ତିକୁ ପୂଜା କରାଯିବା ସହିତ ଏହାକୁ ନଦୀରେ ବିସର୍ଜନ କରାଯାଏ। ଏହି ବିସର୍ଜିତ ମୂର୍ତ୍ତି ନଦୀ ପାଣିକୁ ପ୍ରଦୂଷିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

ମୂର୍ତ୍ତି ପ୍ରସ୍ତୁତିରେ ବ୍ୟବହୃତ ପ୍ଲାଷ୍ଟର୍ ଅଫ୍ ପ୍ୟାରିସ୍, ପୂଜା ସାମଗ୍ରୀ ରୂପେ ବ୍ୟବହୃତ ସୋଲ, ପ୍ଲାଷ୍ଟିକ୍ ଫୁଲ, ଜରି ଏବଂ କପଡା ଭଳି ଅଜୈବିକ ପଦାର୍ଥ ବିଘଟିତ ହୋଇ ସଙ୍ଗେସଙ୍ଗେ ଜଳରେ ମିଶୁ ନଥିବାରୁ ଜମା ହୋଇ ଆବର୍ଜନା ସୃଷ୍ଟି କରିଥାନ୍ତି। ମୂର୍ତ୍ତିକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ରାସାୟନିକ ରଙ୍ଗ ବ୍ୟବହାର କରାଯାଉଛି। ରାସାୟନିକ ରଙ୍ଗ ପ୍ରସ୍ତୁତିରେ ସାଧାରଣତଃ ଅନେକ ଭାରି ଧାତୁ ସୀସା, ପାରଦ, ଜିଙ୍କ୍, ମାଙ୍ଗାନିଜ୍ ଏବଂ କ୍ରୋମିୟମ୍ ଇତ୍ୟାଦି ବ୍ୟବହାର କରାଯାଏ ଯାହାକି ଜଳଜ ଜୀବଙ୍କ ବ୍ୟତିତ ମାନବ ସମାଜର ପ୍ରଭୃତ କ୍ଷତି ଘଟାଇଥାଏ। ଏହି ସମସ୍ତ ଧାତୁ ଗୁଡିକ ଜଳରେ ମିଶି ବିଭିନ୍ନ ବିଷାକ୍ତ ରାସାୟନିକ ପଦାର୍ଥ ସୃଷ୍ଟି କରିଥାଏ। ମୂର୍ତ୍ତି ବିସର୍ଜନ ପୂର୍ବରୁ ଏବଂ ପରେ କରାଯାଇଥିବା ବିଭିନ୍ନ ପରୀକ୍ଷଣ ଅନୁଯାୟୀ ବିସର୍ଜନ ପରେ ଜଳର ତାପମାତ୍ରା, ଅମ୍ଳର ପରିମାଣ, ଦ୍ରବୀଭୂତ ଅଙ୍ଗାରକାମ୍ଳ,ଏବଂ କ୍ଲୋରାଇଡ୍‌ର ପରିମାଣରେ ଅହେତୁକ ବୃଦ୍ଧି ଘଟୁଥିବା ବେଳେ ଦ୍ରବୀଭୂତ ଅମ୍ଳଜାନ, ଦ୍ରବଣୀୟତା ଏବଂ ଟିଡିଏସ୍‌ ପରିମାଣ ହ୍ରାସ ପାଇଥାଏ।

ଏହି ସମସ୍ତ ଜିନିଷକୁ ଏଡାଇବା ନିମନ୍ତେ କେନ୍ଦ୍ର ପ୍ରଦୂଷଣ ବୋର୍ଡ ପକ୍ଷରୁ ମୂର୍ତ୍ତି ବିସର୍ଜନ ପାଇଁ ଏକ ନିୟମାବଳୀ ପ୍ରସ୍ତୁତ କରାଯାଇଛି। ଏହି ନିୟମାବଳୀ ଅନୁଯାୟୀ ମୂର୍ତ୍ତି ନିର୍ମାଣରେ ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍ ଏବଂ ରାସାୟନିକ ରଙ୍ଗ ବ୍ୟବହୃତ ହେବ ନାହିଁ। ସାଧାରଣ ଲୋକଙ୍କ ବ୍ୟବହୃତ ସ୍ଥଳରେ ମୂର୍ତ୍ତି ବିସର୍ଜିତ କରାଯିବ ନାହିଁ। ନଦୀ ବ୍ୟତିତ ପୁଷ୍କରିଣୀ କିମ୍ବା ସ୍ବତନ୍ତ୍ର ଜଳାଶୟରେ ଏହି ବିସର୍ଜନ କରାଯିବ। ସେହିପରି ଚଳିତ ମେ ମାସ ୨୦ ତାରିଖ ଦିନ ମୂର୍ତ୍ତି ନିର୍ମାଣରେ କ୍ରୋମିୟମ୍‌, ନିକେଲ୍‌ ଏବଂ ଲୁହାର ବ୍ୟବହାର ଉପରେ ନିଷେଧାଦେଶ ଜାରି କରିଛନ୍ତି କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ।

Share. Facebook Twitter LinkedIn Email WhatsApp Copy Link

Related Posts

VB-G RAM G Act: ଭିବି-ଜି ରାମ ଜି ଯୋଜନାର ଶୁଭାରମ୍ଭ କଲେ ଶ୍ରୀ ଶିବରାଜ ସିଂହ ଚୌହନ

July 2, 2026

Odisha IHC MoU: ମେଗା ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଆରବ କଂପାନୀ ସହ ବୁଝାମଣା କଲା ଓଡିଶା

July 2, 2026

କିଏ ସେହି ଲାଲଜୀ ଦେଶାଇ, ଯିଏ ଓଡିଶା ପ୍ରଦେଶ କଂଗ୍ରେସର ହେଲେ ନୂଆ ପ୍ରଭାରୀ

July 2, 2026

‘ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧି’: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାର ନୂଆ ଅଧ୍ୟାୟ

July 2, 2026
Latest News

ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ସରକାରଙ୍କ କଡ଼ା ଆକ୍ସନ୍

July 3, 2026

ଏ ମାସ ଶେଷ ସୁଦ୍ଧା ବୋର୍ଡ, ନିଗମ ଘୋଷଣା

July 3, 2026

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି

July 2, 2026

ବଳରାମ ଦାସଙ୍କ ସମାଧି ପୀଠରେ ନିର୍ମାଣ ହେବ ଲକ୍ଷ୍ମୀ ପୁରାଣ କରିଡର

July 2, 2026

ପାଠ୍ୟପୁସ୍ତକ ତ୍ରୁଟି : ମତ ଲୋଡିଲେ ଶିକ୍ଷା ବିଭାଗ

July 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.