ସମୀକ୍ଷା ବ୍ୟୁରୋ ଗଞ୍ଜେଇ ବ୍ୟବହାରରେ ନ୍ୟୁୟର୍କ ସବୁଠାରୁ ଆଗରେ ରହିଛି। ଭାରତୀୟ ରାଜଧାନୀ ନୂଆଦିଲ୍ଲୀ ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଥିବା ବେଳେ ପାକିସ୍ତାନର କରାଚୀ ଦ୍ବିତୀୟ ସ୍ଥାନରେ ରହିଛି। ଅନ୍ୟତମ ଭାରତୀୟ ସହର ମୁମ୍ବାଇ ଏହି ତାଲିକାରେ ଷଷ୍ଠ ସ୍ଥାନରେ ରହିଛି। 2018 ମସିହାରେ କେଉଁ ସହରବାସୀ କେତେ ପରିମାଣର ଗଞ୍ଜେଇ ବ୍ୟବହାର କରିଛନ୍ତି ଏହାର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଏକ ଜର୍ମାନୀ ଫାର୍ମ ଏବିସିଡି ପକ୍ଷରୁ ଏହି ସର୍ବେକ୍ଷଣ କରାଯାଇ ରିପୋର୍ଟ ପ୍ରଦାନ କରାଯାଇଛି। ଏହି ତାଲିକାରେ ଯୁକ୍ତରାଷ୍ଟକ୍ର ଆମେରିକାର ସର୍ବାଧିକ ତିନୋଟି ସହର ରହିଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କ ବ୍ୟତିତ ଲସ ଏଞ୍ଜେଲ୍ସ ଏବଂ ଚିକାଗୋ ଏହି ତାଲିକାର ଶ୍ରେଷ୍ଠ 10 ରାଷ୍ଟ୍ର ମଧ୍ୟରେ ସ୍ଥାନ ପାଇଛି । ଅନ୍ୟ ସହର ମାନଙ୍କ ମଧ୍ୟରେ ବ୍ରିଟେନ୍ର ରାଜଧାନୀ ଲଣ୍ଡନ, ଇଜିପ୍ଟର ରାଜଧାନୀ କାଇରୋ, କାଇରୋ ରାଜଧାନୀ ମସ୍କୋ, ଟରଣ୍ଟୋ । ତାଲିକାରେ ସ୍ଥାନ ପାଇଥିବା…
Author: Samikhsya Bureau
ସଂଶୋଧିତ ନୂତନ ମୋଟର ଯାନ ଆଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ରାଜ୍ୟ ସରକାର ଜନତାଙ୍କୁ ୩ ମାସ ସମୟ ଅବଧି ଦେଇଛନ୍ତି । ଏହି ସମୟ ମଧ୍ୟରେ ଗାଡ଼ିର ସମସ୍ତ କାଗଜ ପାତ୍ର କାମ ଶେଷ କରିବାକୁ କୁହାଯାଇଛି । ଏଥିପାଇଁ ଛୁଟି ଦିନରେ ଏସମ୍ପର୍କିତ ସମସ୍ତ ଅଫିସ୍ ଖୋଲା ରହିବ ବୋଲି ରାଜ୍ୟ ସଡ଼କ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର ଗାଡ଼ିର କାଗଜପତ୍ର କାମ କରିବାକୁ ତିନି ମାସ ସମୟ ଦେଇଛନ୍ତି । ଏହି ଅବଧି ମଧ୍ୟରେ ଗାଡ଼ିର ସମସ୍ତ କାଗଜପତ୍ର କାମ କରିଦିଅନ୍ତୁ। ଏଥିପାଇଁ ଛୁଟି ଦିନରେ ବି ଏ ସମ୍ପର୍କିତ କାର୍ଯ୍ୟାଳୟ ଖୋଲିବ । ଏହା ସହିତ କ୍ୟାମ୍ପ କରାଯାଇ ଲୋକଙ୍କୁ ସାହାଯ୍ୟ ମଧ୍ୟ କରାଯିବ । ତେବେ ଆଦାୟ ଜରିମାନା ଅର୍ଥରାଶିକୁ ଫେରାଇବାକୁ ବିରୋଧି କରିଥିବା ଦାବିକୁ ସେ ଅଗ୍ରାହ୍ୟ କରିଛନ୍ତି ।…
ରାଜ୍ୟରେ ଦୁଷ୍କର୍ମ ମାମଲା ଦିନକୁ ଦିନ ବଢି ଚାଲିଥିବା ବେଳେ ଜନୈକ ଦୁଷ୍କର୍ମକାରୀକୁ କୋର୍ଟ ଫାଶୀ ଦଣ୍ଡ ଶୁଣାଇଛନ୍ତି । ଜଗତସିଂହପୁର ଏରସମାରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡ ପ୍ରଦାନ କରାଯାଇଛି । ପୋକ୍ସୋ ଆକ୍ଟ ଅନୁଯାୟୀ ଅଭିଯୁକ୍ତ କାଳିଆ ମାନ୍ନା ଓରଫ ଲବକୁ ଫାଶୀ ଦଣ୍ଡ ପ୍ରଦାନ କରାଯାଇଛି । ଗଡ଼ହରୀଶପୁର ଗାଁରେ ଚଳିତ ବର୍ଷ ମାର୍ଚ 21 ତାରିଖରେ 9 ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିଥିଲା
ନୂଆ ମୋଟର ଯାନ ଆଇନରେ ଜରିମାନା ଆଦାୟକୁ ବିଭିନ୍ନ ମହଲରେ ବିରୋଧ କରାଯାଉଛି । ଏହି ପ୍ରସଙ୍ଗରେ ମତାମତ ପ୍ରଦାନ କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଆସନ୍ତା 3 ମାସ ପର୍ଯ୍ୟନ୍ତ ସରକାର ଏହି ନିୟମରେ କୋହଳ ମନୋବୃତ୍ତି ପ୍ରଦର୍ଶନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଦରକାରୀ କାଗଜପତ୍ର ପ୍ରସ୍ତୁତ କରିବା ନିମନ୍ତେ ବର୍ତ୍ତମାନ ତିନି ମାସର ଅତିରିକ୍ତ ସମୟ ପ୍ରଦାନ କରାଯାଇଛି । ଏହି ତିନି ମାସ ସମୟ ମଧ୍ୟରେ ବିଭିନ୍ନ ସ୍ଥାନରେ କାଉଣ୍ଟର ଖୋଲାଯାଇ ଲୋକଙ୍କୁ ସହାୟତା ପ୍ରଦାନ କରାଯିବ । ଏପରିକି ଛୁଟି ଦିନରେ ମଧ୍ୟ ପରିବହନ କାର୍ଯ୍ୟାଳୟ ଏବଂ ଏହି ସମସ୍ତ ଅତିରିକ୍ତ କାଉଣ୍ଟର ଖୋଲା ରହିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଆପୋଲୋ ହସ୍ପିଟାଲ ଲାଇସେନ୍ସ ରଦ୍ଦ ପାଇଁ ଏନ୍ଏଚ୍ଆର୍ସିଙ୍କ ନିର୍ଦେଶ ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ । ଏହି ପ୍ରସଙ୍ଗରେ ମତ ରଖି ବିଭାଗୀୟ ମନ୍ତ୍ରୀ କହିଛନ୍ତି ଏ ସମ୍ପର୍କିତ କୌଣସି ନିର୍ଦ୍ଦେଶ ମୋ ନିକଟକୁ ଆସିନାହିଁ । ଏହା ସମ୍ପର୍କରେ ପ୍ରଥମେ ଗଣମାଧ୍ୟମରୁ ଖବର ପାଇଥିଲି । ଏଗନ୍ଏଚ୍ଆରସି କର୍ତ୍ତୃପକ୍ଷଙ୍କ ନିକଟରୁ ନିର୍ଦ୍ଦେଶ ମିଳିବା ପରେ ଏହା ଉପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
କଂଗ୍ରେସ ଦଳ ପରିତ୍ୟାଗ କରିଛନ୍ତି ଉର୍ମିଳା ମାତୋଣ୍ଡକର । ବଲିଉଡ୍ ଅଭିନେତ୍ରୀ ଉର୍ମିଳା ବିଗତ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ଉର୍ମିଳା ନିଜର ଇସ୍ତଫା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ମୁମ୍ବାଇ କଂଗ୍ରେସର କର୍ମକର୍ତ୍ତା ପରିବର୍ତ୍ତନ ଆଣିବା ପାଇଁ ଆଗ୍ରହୀ ନୁହନ୍ତି । ଏନେଇ ପୂର୍ବରୁ କଂଗ୍ରେସର ସଭାପତି ରହିଥିବା ମିଲିନ୍ଦ ଦେଓରାଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏହାକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଏଥିପାଇଁ କଂଗ୍ରେସ ଛାଡିବା ନେଇ ଘୋଷଣା କରିଛନ୍ତି ଉର୍ମିଳା । ବିଗତ ଲୋକସଭା ନିର୍ବାଚନରେ ଉତ୍ତର ମୁମ୍ବାଇରୁ ପ୍ରତିଦ୍ବନ୍ଦିତା କରିଥିଲେ ଉର୍ମିଳା । ବିଜେପିର ଗୋପାଲ ଶେଟ୍ଟୀଙ୍କ ନିକଟରୁ ପରାସ୍ତ ହୋଇଥିଲେ ଉର୍ମିଳା ।
ଇସ୍କନ ପକ୍ଷରୁ ଅଦିନ ରଥଯାତ୍ରା ପ୍ରସ୍ତୁତି ବିବାଦ ପ୍ରସଙ୍ଗରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ମନ୍ତବ୍ୟ ଦେଇଛନ୍ତି । ପ୍ରେସ୍ ରିଲିଜ୍ ଜରିଆରେ ପ୍ରତିକ୍ରିୟା ଦେଲେ ଗଜପତି ମହାରାଜା । ଶ୍ରୀଗୁଣ୍ଡିଚା ଯାତ୍ରା ସନାତନ ଶାସ୍ତ୍ର ଆଧାରିତ ପରମ୍ପରାରେ ହୋଇଥାଏ ବୋଲି ଗଜପତି କହିଛନ୍ତି । ପ୍ରତିବର୍ଷ ଆଷାଢ ଶୁକ୍ଳ ଦ୍ବିତୀୟା ତିଥିରେ ଶ୍ରୀଗୁଣ୍ଡିଚା ଯାତ୍ରା ହୋଇଥାଏ । ରଥଯାତ୍ରା ସରିଲେ ଶ୍ରୀବିଗହମାନେ ରତ୍ନ ସିଂହାସନ ବିଜେ କରିଥା’ନ୍ତି । ତ୍ରୟୋଦଶୀ/ଚତୁର୍ଦ୍ଦଶୀରେ ମହାପ୍ରଭୁ ରତ୍ନ ସିଂହାସନ ବିଜେ କରିଥା’ନ୍ତି । ବିଶ୍ବର ସମସ୍ତ ଜଗନ୍ନାଥପ୍ରେମୀ ନିର୍ଦ୍ଧାରିତ ତିଥିରେ ଘୋଷଯାତ୍ରା କରନ୍ତୁ । ଶ୍ରୀମନ୍ଦିର ପରମ୍ପରାକୁ ଉଲ୍ଲଂଘନ କରି ପବିତ୍ର ଯାତ୍ରା କରନ୍ତୁନି ବୋଲି କହିଛନ୍ତି ଗଜପତି । ନିର୍ଦ୍ଧାରିତ ତିଥିରେ ଶ୍ରୀଜଗନ୍ନାଥ ରଥଯାତ୍ରା କରନ୍ତୁ ବୋଲି ପୁରୀ ଗଜପତି କହିଛନ୍ତି ।
Tamil Nadu Chief Minister K Palanisamy being received by AIADMK workers on his arrival at Chennai Airport on Tuesday, after 14 days three Nation official tour
ଏଣିକି ମଧ୍ୟାହ୍ନ ଭୋଜନରେ ମିଳିବ ଦୁଗ୍ଧ ଜାତ ଦ୍ରବ୍ୟ । ମଧ୍ୟାହ୍ନ ଭୋଜନରେ ଦୁଗ୍ଧଜାତ ଦ୍ରବ୍ୟ ଯୋଗାଇ ଦେବା ନେଇ ସରକାର ଯୋଜନା କରୁଥିବାର କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଏହାଦ୍ବାରା ପିଲାମାନେ ପୁଷ୍ଟିକର ଖାଦ୍ୟ ପାଇପାରିବା ସହିତ ଦୁଗ୍ଧ ଚାଷୀମାନେ ମଧ୍ୟ ଲାଭାନ୍ବିତ ହେବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ତେବେ ଏନେଇ ଆସିଥିବା ପ୍ରସ୍ତାବକୁ ସରକାର ତର୍ଜମା କରୁଛନ୍ତି ।
ଟ୍ରାଫିକ ନିୟମ ନେଇ ଲୋକମାନଙ୍କୁ ସଚେତନ କରିବାକୁ କମିଶନରେଟ ପୁଲିସ ଏବେ ଏକ ନୂଆ ଉପାୟ ଆପଣେଇଛି। ବିନା ହେଲମେଟ୍ରେ ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କୁ ଫାଇନ କାଟିବା ସହ ସେହି ଟଙ୍କାରେ ହେଲମେଟ୍ ଦିଆଯାଉଛି। ରାଜଧାନୀର କଳ୍ପନା ଛକରେ ଏଭଳି ନିଆରା ଉଦ୍ୟମ କରିଛି କମିଶନରେଟ୍ ପୁଲିସ। ଯେଉଁ ବାଇକ ଚାଳକ ବିନା ହେଲମେଟରେ ଗାଡ଼ି ଚଳାଉଛନ୍ତି, ସେମାନଙ୍କଠାରୁ ୫୦୦ ଟଙ୍କା ଫାଇନ ନେବା ସହ ଏହା ବଦଳରେ ହେଲମେଟ ଦେଉଛି ପୁଲିସ। ଏହାଦ୍ୱାରା ବାଇକ ଚାଳକ ସଚେତନ ହେବା ସହ ହେଲମେଟ ପିନ୍ଧିବେ ବୋଲି ଟ୍ରାଫିକ୍ ଡିସିପି ସାଗରିକା ନାଥ କହିଛନ୍ତି। ଟ୍ରାଫିକ୍ ଏସିପି ଓ ଆଇଆଇସି ଉପସ୍ଥିତ ରହି ଲୋକଙ୍କୁ ସଚେତନ କରିଛନ୍ତି। ଗାଡ଼ି ଚାଳକଙ୍କୁ ଚକଲେଟ ଓ ଲିଫଲେଟ ବଣ୍ଟନ କରିଛନ୍ତି ପୁଲିସ ଅଧିକାରୀ।
ଓମ୍ଫେଡ କ୍ଷୀର ଦର ବୃଦ୍ଧି ନେଇ ସୂଚନା ଦେଲେ ଅରୁଣ ସାହୁ । ଉଭୟ ଖାଉଟି ଓ ଦୁଗ୍ଧ ଚାଷୀଙ୍କ ସୁହାଇବା ଭଳି ଦର ଧାର୍ଯ୍ୟ ହେବ । ଘରୋଇ ଦୁଗ୍ଧ ସଂସ୍ଥା ଆଗୁଆ ଦର ବୃଦ୍ଧି କରିଛନ୍ତି । ଘରୋଇ ସଂସ୍ଥା ଆଗୁଆ ଦାମ ବଢାଇଥିବାବେଳେ ଏବେ ଓମ୍ଫେଡ୍ କ୍ଷୀରର ଦର ବୃଦ୍ଧି ଘଟିବ ।
Muslims took out processions on the streets of Kolkata on the occasion of Muharram on Tuesday
ଜାପାନରେ ତାଣ୍ଡବ ମଚାଇଛି ଟାଇଫୁନ୍ ଫକ୍ସାଇ। ଏହି ଝଡ ଫଳରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଟୋକିଓର ନାରିଟା ବିମାନବନ୍ଦର। ମଙ୍ଗଳବାର ବିଳମ୍ବିତ ରାତିରେ ଫକ୍ସାଇ ନରାଟି ବିମାନବନ୍ଦରରେ ତାଣ୍ଡବ ମଚାଇଥିଲା। ଫକ୍ସାଇ ତାଣ୍ଡବ କାରଣରୁ ବିମାନ ବନ୍ଦରରେ ଅନ୍ୟୁନ ୧୭ ହଜାର ଯାତ୍ରୀ ଫସି ରହିଥିବା ଜଣାପଡିଛି। ବିମାନ ବନ୍ଦରର ୭୦ କିମି ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଜନଜୀବନ ବାଧାପ୍ରାପ୍ତ ହୋଇଥିଲା। ଏହି ସମୟରେ ବିମାନବନ୍ଦରରେ ୧୬୯୦୦ ଯାତ୍ରୀ ଉପସ୍ଥିତ ରହିଥିବା ନେଇ ବିମାନ ବନ୍ଦର ଅଧିକାରୀ କେଇ ମିୟାହାରା ସୂଚନା ଦେଇଛନ୍ତି। ଏହି ସମୟରେ ସମୁଦାୟ ୧୦୦ଟି ବିମାନର ଯାତ୍ରା ବାତିଲ କରାଯାଇଛି।
ଗତକାଲି ସିଝରଣରେ ଘଟିଥିବା ଟ୍ରିପଲ୍ ମର୍ଡରରେ ହତ୍ୟାକାରୀର ସୂଚନା ମିଳିଛି । ପରକୀୟା ପ୍ରୀତି କାରଣରୁ ପତ୍ନୀ ଏବଂ ଦୁଇ ପୁଅକୁ ହତ୍ୟା କରିଥିବା ନେଇ ପିତା ସ୍ବୀକାର କରିଛି । ଗତକାଲି ଘଟିଥିବା ହତ୍ୟାକାଣ୍ଡରେ ଦୁଇ ପୁତ୍ରଙ୍କୁ ଘର ଭିତରେ ଗଳା କାଟି ହତ୍ୟା କରାଯାଇଥିବା ବେଳେ ସ୍ତ୍ରୀକୁ ମାରି ରେଳ ଲାଇନ୍ରେ ଫିଙ୍ଗକାଯାଇଥିଲା । ଅଭିଯୁକ୍ତ ପିତାର ସ୍ବୀକୋରକ୍ତି ଅନୁଯାୟୀ ପ୍ରଥମେ ସ୍ତ୍ରୀକୁ ହତ୍ୟା କରି ରେଳ ଲାଇନ୍ରେ ପକାଇବା ପରେ ଘରକୁ ଫେରି ଦୁଇ ପିଲାଙ୍କୁ ଗଳାକାଟି ହତ୍ୟା କରିଥିଲା । ନିଜର ପରକୀୟା ପ୍ରୀତି କାରଣରୁ ଅଭିଯୁକ୍ତ ଏହି କାଣ୍ଡ ଘଟାଇଥିବା ନେଇ କଳାହାଣ୍ଡି ଏସ୍ପି ବି. ଗଙ୍ଗାଧର ସୂଚନା ଦେଇଛନ୍ତି ।
ରାଜ୍ୟରେ ଅବାଧ ନିଶା କାରବାର ଦିନକୁ ଦିନ ଏହାର କାୟା ବିସ୍ତାର କରିବାରେ ଲାଗିଛି । ମଙ୍ଗଳବାର କମିଶନରେଟ ପୋଲିସ୍କୁ ବଡ ସଫଳତା ମିଳିଛି । ପୋଲିସ ପକ୍ଷରୁ 25 ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ କରାଯିବା ସହିତ ଏହି ମାମଲାରେ ଜଣେ ଡିଲରଙ୍କୁ ଗିରଫ କରାଯାଇଛି । ଡିଲର ଜଣଙ୍କ ରାଜଧାନୀରେ ବିଭିନ୍ନ ଏଜେଣ୍ଟ ମାନଙ୍କୁ ଏହି ଧଳା ଜହର ପ୍ରଦାନ କରୁଥିଲେ । ଜବତ ବ୍ରାଉନସୁଗାରର ପରିମାଣ 250 ଗ୍ରାମରୁ ଅଧିକ ହେବ ବୋଲି ଜଣାପଡିଛି । ଜବତ ବ୍ରାଉନ ସୁଗାରର ଅନ୍ତର୍ଜାତୀୟ ମୂଲ୍ୟ 25 ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।
ଚାଷୀ ପଞ୍ଜିକରଣ ଅବଧି ବଢାଇଲେ ରାଜ୍ୟ ସରକାର । ଖରିଫ ଋତୁ ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ ଅବଧି ବଢାଇଲେ । ଆଜି ଏହି ପଞ୍ଜିକରଣର ଶେଷ ଦିନ ରହିଥିବାବେଳେ ଆସନ୍ତା ୧୭ ତାରିଖ ଯାଏଁ ଏହାକୁ ବୃଦ୍ଧି କରିଛନ୍ତି ସରକାର । ଏବେ ସୁଦ୍ଧା ପ୍ରାୟ ୧୦ ଲକ୍ଷ ଚାଷୀ ପଞ୍ଜିକୃତ ହୋଇଛନ୍ତି । ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।
ସମୀକ୍ଷା ବ୍ୟୁରୋ ସୃଜନ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଓ.ଏମ୍.ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ପଞ୍ଚମ ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପ୍ରଖ୍ୟାତ ସରୋଦ ବାଦିକା ଶ୍ରୀମତୀ ଦେବଶ୍ମିତା ଭଟ୍ଟାଚାର୍ଯ୍ୟଙ୍କ ସରୋଦ ବାଦନରୁ। ସେ ପ୍ରଥମେ ଶରତ ଋତୁ ଉପରେ ଆଧାରିତ ରାଗ ଦୁର୍ଗା ପରେ ପରେ ଆଳାପ ଯାହା ବିଲମ୍ବିତ ତିନ୍ ତାଳରେ ୧୬ ମାତ୍ରା ଓ ଏକତାଳ ଏବଂ ଶେଷରେ ଆସୁଥିବା ଦୁର୍ଗାପୂଜା ଉପଲକ୍ଷେ ଗୋଟିଏ ସୁନ୍ଦର ବନ୍ଦିସ ଜୟ ଦୁର୍ଗା ମା ପରିବେଷଣ କରି ଦର୍ଶକମାନଙ୍କୁ ସେ ବିମୋହିତ କରିଥିଲେ। ତାଙ୍କୁ ତବଲାରେ ସହଯୋଗ କରିଥିଲେ ସନ୍ଦିପ ଘୋଷ। ନିଜସ୍ୱ ଶୈଳୀରେ ସର୍ଜନାତ୍ମକ ସରୋଦ ବାଦନ ତାଙ୍କୁ ଦେଶ ତଥା ଦେଶ ବାହାର ସଙ୍ଗୀତ ଦୁନିଆରେ ନୂଆ ଦିଗନ୍ତ ପ୍ରଦାନ କରିଛି ଏହି ସଂଧ୍ୟାର ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ଗୁରୁ ନିରଞ୍ଜନ ରାଉତଙ୍କ ନୂପୂର ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷଣ।…
ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଖୋର୍ଦ୍ଧା, କଟକ ଓ ବୌଦ୍ଧ ଜିଲ୍ଲାରେ ବନ୍ୟା ଆସିଛି । ଖୋର୍ଦ୍ଧାରେ ୫ଟି ପଞ୍ଚାୟତର ୨୦ଟି ଗାଁ ବନ୍ୟା ପାଣି ଘେରରେ ରହିଥିବାବେଳେ କଟକ ଓ ବୌଦ୍ଧରେ ଜଳସ୍ତର କମୁଥିବା ଦେଖାଯାଇଛି । ଖୋର୍ଦ୍ଧା ଜିଲ୍ଲା ରାଜୁଆ ନଦୀରେ ବନ୍ୟା ଆସିଛି । ଫଳରେ ଜିଲ୍ଲାର ୫ଟି ପଞ୍ଚାୟତ ଯଥା ଓରବରସିଂ, ମାନପୁର ଓ ନରଣଗଡ଼ର ୨୦ ଟି ଗାଁ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି । ଲୋକମାନେ ବନ୍ୟା ଘେରରେ ରହିଛନ୍ତି । ଲୋକମାନେ କୌଣସି ସ୍ଥାନକୁ ଯିବା ଆସିବା କରିପାରୁ ନାହିଁ। ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଏହା ସହିତ ଏକର ଏକର ଚାଷ ଜମି ଜଳାର୍ଣ୍ଣବ ହୋଇଯାଇଛି ।
‘ସୁପର ୩୦’ ଓ ‘ବାଟଲା ହାଉସ୍’ ପର ଫିଲ୍ମରେ ନିଜର କମାଲ୍ ଦେଖାଇ ସାରିଥିବା ଅଭିନେତ୍ରୀ ମୃଣାଲ୍ ଠାକୁର୍ ବର୍ତ୍ତମାନ କମେଡ଼ି ଫିଲ୍ମରେ ନଜର ଆସିବେ । ମିଳିଥିବା ସୂଚନା ଅନୁସାରେ ଉମେଶ ଶୁକ୍ଲା ନିର୍ଦ୍ଦେଶିତ ‘ନେକ୍ସଟ ଏ କମେଡି’ରେ ଅଭିନେତ୍ରୀ ମୃଣାଳ ଠାକୁରଙ୍କୁ ଦେଖିବାକୁ ମିଳିବେ । ମୃଣାଲ ଏହି କମେଡି ଫିଲ୍ମ ନେଇ ବେଶ୍ ଉତ୍ସାହିତ ରହିଥିବା କହିଛନ୍ତି। ଏଥିରେ ତାଙ୍କ ସହ ରହିଛନ୍ତି ବରିଷ୍ଠ ସିନେ କଳାକାର ପରେଶ ରାଓ୍ବଲ, ଅଭିମନ୍ୟୁ ଦଶାନି, ଆର୍ଶାଦ ଓ୍ବାର୍ସି ପ୍ରମୁଖ। ଫ୍ୟାମିଲି ଏଣ୍ଟରଟେନ୍ମେଣ୍ଟରେ ଭରି ରହିଛି ଏହି ଫିଲ୍ମ। ସୀମା ପହଓ୍ବା, ଦିବ୍ୟା ଭଟ୍ଟ ପ୍ରମୁଖ ମଧ୍ୟ ଏଥିରେ ଅଛନ୍ତି। ‘ଫିଲ୍ମଟି ଭାରତ ବାହାରେ ନ୍ୟୁଜିଲାଣ୍ଡ ଓ ପରେ ପଞ୍ଜାବରେ ସୁଟିଂ ଶେଷହେବ ବୋଲି ଜଣାପଡିଛି ।

