ମାସୁଦ୍ ଆଝାର ଏବଂ ହାଫିଜ୍ ସଇଦ୍ଙ୍କୁ ବୁଧବାର ଦିନ ବିଶ୍ବ ଆତଙ୍କବାଦୀ ଭାବରେ ଘୋଷଣା କରାଯାଇଛି । ଜୈସ ଏ ମହମ୍ମଦ ମୁଖ୍ୟ ମାସୁଦ୍ ଆଝାର ଏବଂ ଲସ୍କର ଏ ତୋଏବାର ପ୍ରତିଷ୍ଠାତା ହାଫିଜ୍ ମହମ୍ମଦ ସଇଦ୍ଙ୍କୁ ନୂତନ ଆତଙ୍କବିରୋଧୀ ନିୟମ ଅନୁସାରେ ସରକାର ଆତଙ୍କବାଦୀ ଘୋଷଣା କରାଯାଇଛି । ଅନୈତିକ କାର୍ଯ୍ୟ ରୋକିବା ପାଇଁ ଗତମାସରେ ନୂତନ ନିୟମ ଧାରା 1967 ଅନୁଯାୟୀ ସଂସଦରେ ପାଶ୍ କରାଯାଇଥିଲା । ଏହି ଆଇନ୍ ଅନୁଯାୟୀ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଜାକି ଉର୍ ରେହମାନ୍ ଲକ୍ଭୀ ଏବଂ ଅଣ୍ଡରଓ୍ବାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍କୁ ମଧ୍ୟ ଆତଙ୍କବାଦୀ ଘୋଷଣା କରାଯାଇଛି । ନୂତନ ନିୟମ ଅନୁଯାୟୀ ଥରେ ଆତଙ୍କବାଦୀ ଘୋଷଣା କରାଯିବା ପରେ ଏହି ବ୍ୟକ୍ତି ମାନଙ୍କ ଅନ୍ତର୍ଜାତୀୟ ଯାତ୍ରା ଉପରେ କଟକଣା ଲାଗୁ କରାଯିବ ।
Author: Samikhsya Bureau
ସମୀକ୍ଷା ବ୍ୟୁରୋ ଉତ୍ତମ ବଧୂ ହେବାକୁ ଚାହୁଁଛନ୍ତି ? ତେବେ ନିଅନ୍ତୁ ପ୍ରଶିକ୍ଷଣ । ମାତ୍ର ମାସିକ ୫,୦୦୦ ଟଙ୍କାରେ ଫି ଦେଇ ଆପଣ ହୋଇପାରିବେ ଉତ୍ତମ ବଧୂ ବା ପତ୍ନୀ । ଆଜ୍ଞା ହଁ, ହାଇଦ୍ରାବାଦଠାରେ ଏପରି ଏକ ଶିକ୍ଷାନୁଷ୍ଠାନ ରହିଛି, ଯେଉଁଠାରେ ଉତ୍ତମ ପତ୍ନୀ ବା ଉତ୍ତମ ବଧୂ ହେବା ପାଇଁ ପ୍ରଶିକ୍ଷଣ ଦିଆଯାଉଛି । ଏଥିପାଇଁ ଆପଣକୁ ମାସିକ ୫୦୦୦ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ହାଇଦ୍ରାବାଦଠାରେ ଏକ ବଧୂ ପ୍ରଶିକ୍ଷଣ ସଂସ୍ଥା ରହିଛି । ଏଠାରେ ଝିଅମାନଙ୍କୁ ଜଣେ କୌଶଳୀ, ଦକ୍ଷ ତଥା ଉତ୍ତମ ବୋହୂ ହେବା ପାଇଁ ପ୍ରଶିକ୍ଷଣ ଦିଆଯାଉଛି । ହାଇଦ୍ରାବାଦଠାରେ ଥିବା ଏହି ପ୍ରଶିକ୍ଷଣ ସଂସ୍ଥାର ନାମ ‘ଫ୍ୟାମିଲି ଇନ୍ଷ୍ଟିଚ୍ୟୁଟ୍’ ରଖାଯାଇଛି । ଏଠାରେ ଝିଅପିଲାମାନଙ୍କୁ ଉତ୍ତମ ବଧୂ ହେବାର କୋର୍ସ ପ୍ରଦାନ କରାଯାଇଛି । ଏହି କେନ୍ଦ୍ରରେ ସଫଳ ବୈବାହିକ ଜୀବନ ଅତିବାହିତ କରିବାର କଳା ଉପରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଛି…
ଗତକାଲି ଭାରତୀୟ ଉଚ୍ଚାୟୁକ୍ତଙ୍କ ଉପରକୁ ଆକ୍ରମଣ କରାଯିବା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପ୍ରତିବାଦ କରି ହଜାର ହଜାର ପାକ୍ ନାଗରିକ ଧାରଣା ଦେଇଥିଲେ । ଏହି ଧାରଣା ସମୟରେ ଦୁଇ ନାଗରିକ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ପକଥର ଫୋପାଡିବା ସହିତ କାଶ୍ମୀରକୁ ମୁକ୍ତ କରିବାର ସ୍ଲୋଗାନ ଦେଇଥିଲେ । ସ୍କଟଲ୍ୟାଣ୍ଡ ୟାର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦୁଇ ନାଗରିକ ହେଉଛନ୍ତି ବ୍ରିଟିଶ୍ ପାକିସ୍ତାନୀ । ଏହି ଆକ୍ରମଣକୁ ଲଣ୍ଡନ ମେୟର ସାଦିକ୍ ଖାନ୍ ନିନ୍ଦା କରିବା ସହିତ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ପୂର୍ବରୁ ସମାନ ଘଟଣା ଅଗଷ୍ଟ 15 ତାରିଖରେ ଦେଖିବାକୁ ମିଳିଥିଲା ।
ବିଜେଡି ପକ୍ଷରୁ ଏହାର ଜାତୀୟ ମୁଖପାତ୍ର, ମିଡିଆ ଟିମ୍ ସଦସ୍ୟ ଓ ପାନେଲିଷ୍ଟଙ୍କ ନାଁ ଘୋଷଣା କରାଯାଇଛି। ଦଳର ଜାତୀୟ ଗଣମାଧ୍ୟମ ସଂଯୋଜକ ଭାବେ ଡ. ସସ୍ମିତ ପାତ୍ରଙ୍କୁ ନିଯୁକ୍ତି କରାଯାଇଥିବାବେଳେ ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତ ହୋଇଛନ୍ତି ଏମ୍ପି ପିନାକୀ ମିଶ୍ର, ଅନୁଭବ ମହାନ୍ତି, ଡ. ଅମର ପଟ୍ଟନାୟକ, ଡ. ସସ୍ମିତ ପାତ୍ର ଓ ସତ୍ୟନାରାୟଣ ସାହୁ। ସେହିପରି ଦଳର ମୁଖପାତ୍ର ଭାବରେ ଟିମ୍ରେ ରହିଛନ୍ତି ୧୪ଜଣ । ସେମାନଙ୍କ ମଧ୍ୟରେ ଦୁଇ ଜଣ ଏମ୍ପି ସ୍ଥାନ ପାଇଛି। ଏହି ଟିମ୍ର ସଦସ୍ୟମାନେ ହେଲେ ବିଧାୟକ ପ୍ରତାପ କେଶରୀ ଦେବ, ଦେବୀ ପ୍ରସାଦ ମିଶ୍ର, ଏମ୍ପି ପ୍ରଶାନ୍ତ ନନ୍ଦ, ଏ଼ମ୍ପି ରମେଶ ଚନ୍ଦ୍ର ମାଝି, ବିଧାୟକ ବ୍ୟୋମକେଶ ରାୟ, ସୁବାସ ଚୌହାନ, ସୁବାସ ସିଂ, ଆକାଶ ଦାସନାୟକ, ଅନୁଭବ ପଟ୍ଟନାୟକ, ଲେନିନ୍ ମହାନ୍ତି, ସୁଲତା ଦେଓ, ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧା ମିଶ୍ର ଓ ଭରଦ୍ୱାଜ ମିଶ୍ର ପ୍ରମଖ…
ରାଜ୍ୟ ମାନବାଧିକାର ଅଧ୍ୟକ୍ଷ ଭାବେ ଆଜି ଜଷ୍ଟିସ ବିମଳ ପ୍ରସାଦ ଦାସ ଦାୟିତ୍ବ ଗ୍ରହଣ କରିଛନ୍ତି । ରାଜ୍ୟପାଳଙ୍କ ଅନୁମୋଦନ ପରେ ରାଜ୍ୟ ମାନବାଧିକାର ଅଧ୍ୟକ୍ଷ ଭାବେ ଜଷ୍ଟିସ ବିମଳ ପ୍ରସାଦ ଦାସ ଦାୟିତ୍ବ ଗ୍ରହଣ କରିଛନ୍ତି। ଦାୟିତ୍ବ ନେବା ପରେ ପଡ଼ି ରହିଥିବା ମାମଲାର ଶୀଘ୍ର ଶୁଣାଣୀ କରାଯିବ ଓ ଏହା ସହ ବୈଷୟିକ ଜ୍ଞାନକୌଶଳ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ । ମାନବାଧିକାର ଉଲଘଂନ ହେଲେ କାହାରିକୁ ଛଡ଼ାଯିବ ନାହିଁ ବୋଲି ପ୍ରତିକ୍ରିୟା ଦେଇଛନ୍ତି ଜଷ୍ଟିସ୍ ବିମଳ ପ୍ରସାଦ ଦାସ । ଚଳିତ ବର୍ଷ ଅଗଷ୍ଟ ୧୯ରେ ଏକ ବୈଠକ କରାଯାଇ ରାଜ୍ୟ ମାନବାଧିକାର ଅଧ୍ୟକ୍ଷ ପଦ ପାଇଁ ୩ଜଣଙ୍କ ନାଁ ସୁପାରିସ କରାଯାଇଥିଲା । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏହି ସୁପାରିସକୁ ଅନୁମୋଦନ କରି ରାଜ୍ୟ ମାନବାଧିକାର ଅଧ୍ୟକ୍ଷ ଭାବେ ଜଷ୍ଟିସ ବିମଳ ପ୍ରସାଦ ଦାସଙ୍କୁ ନିଯୁକ୍ତି ପ୍ରଦାନ କରିଥିଲେ ।
ସମୀକ୍ଷା ବ୍ୟୁରୋ ହାଡିବନ୍ଧୁ କହଁର, କନ୍ଧମାଳରୁ ରାଜଧାନୀକୁ ଆସିଥିଲେ ଜୀବନ ଓ ଜୀବିକାର ତଲାସରେ। ଅଟୋ ରିକ୍ସା ଚଲାଇ ଜୀବିକା ନିର୍ବାହ କରୁଥିବା ହାଡିବନ୍ଧୁ ହୁଏତ ଜାଣିନଥିଲେ, ସେଇ ଅଟୋ ରିକ୍ସା ହିଁ ଦିନେ ତାଙ୍କର ସବୁକିଛି ଉଜାଡି ଦେବ। ନୂଆ ମୋଟର ଯାନ ଆଇନ ଅନୁଯାୟୀ ଭୁବନେଶ୍ୱର ଟ୍ରାଫିକ ପୋଲିସ ବନ୍ଧୁ କହଁରକୁ ୪୭,୫୦୦ ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛି। ହୁଏତ ବନ୍ଧୁ ଚଲାଉଥିବା ଅଟୋ ରିକ୍ସାର ଦାମ ଜରିମାନା ଅର୍ଥରୁ କମ ହୋଇଥାଇପାରେ। ଗଣମାଧ୍ୟମର ସୂଚନା ଅନୁସାରେ ଭୁବନେଶ୍ୱର ପୋଲିସ ଓ ପରିବହନ ଅଧିକାରୀ ହାଡିବନ୍ଧୁ କହଁର ଠାରୁ ବିଭିନ୍ନ ପ୍ରକାର ବେଆଇନ ଗାଡି ଚାଳନା ବାବଦକୁ ଏ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କୁଆଡେ ମଦ ପିଇ ଗାଡି ଚଲାଉଥିଲେ। ତାଙ୍କର ଲାଇସେନ୍ସ ନଥିଲା। ଅଟୋ ରେଜିଷ୍ଟ୍ରେସନ ହୋଇନଥିଲା।ବୀମା କାଗଜ ଠିକ ନଥିଲା ଇତ୍ୟାଦି ଇତ୍ୟାଦି। ଏ ସବୁ ଆଦୌ ଗ୍ରହଣୀୟ ନୁହେଁ। ହେଲେ…
ରାଜଧାନୀରେ ଅଟୋ ଚାଳକଙ୍କୁ ୪୭ ହଜାର ଟଙ୍କାର ଜରିମାନା । ନୂଆ ମୋଟର ଯାନ ଆକ୍ଟ ଲାଗୁ ହେବା ପରେ ସାରା ଦେଶରେ ଟ୍ରାଫିକ ପୋଲିସ ଆକ୍ସନ ମୋଡରେ ରହିଛି । ଓଡିଶାରେ ମଧ୍ୟ ଏହି ନୂଆ ନିୟମ କଡାକଡି ଭାବେ ପାଳନ କରାଯାଉଛି । ଆଜି ଏହି ଚେକିଂ ସମୟରେ ପୋଲିସ ଜାଲରେ ପଡିଛନ୍ତି ଜଣେ ଅଟୋ ଚାଳକ । ଆଜି ଦିନବେଳେ ରାଜଧାନୀର ଆଚାର୍ଯ୍ୟ ବିହାର ଅଂଚଳରେ ଚେକିଂ ଚାଲୁଥିଲା । ଏହି ସମୟରେ ଜଣେ ଅଟୋ ଚାଳକ ପୋଲିସକୁ ଦେଖି ଘାବରାଇ ଯାଇଥିଲେ । ପରେ ପୋଲିସ ହାତରେ ଧରା ପଡିଥିଲ। ପ୍ରଥମେ ଟ୍ରାଫିକ ନିୟମ ଭାଙ୍ଗିଥିବାରୁ ତାଙ୍କୁ ୫ହଜାର ଟଙ୍କା ଫାଇନ ପକାଯାଇଥିଲା । ପରେ ଅଟୋର କାଗଜ ପତ୍ର, ରେଜିଷ୍ଟ୍ରେସନ, ଇନ୍ସୁରାନ୍ସ ଆଦି ଠିକ ନଥିବା ପୋଲିସକୁ ଜାଣିବାକୁ ମିଳିଥିଲା । ଫଳରେ ନୂଆ ସଂଶୋଧିତ ମୋଟର ଯାନ ଆଇନ ଅନୁସାରେ ତାଙ୍କୁ ଆହୁରି…
ପୁରୀକୁ ବିଶ୍ୱ ଐତିହ୍ୟ କରିବା ପାଇଁ ଶ୍ରୀମନ୍ଦିର ଚତୁର୍ପାଶ୍ୱରୁ ୭୫ମିଟର ଉଚ୍ଛେଦ ପ୍ରକ୍ରିୟାରେ ପୁଣି ଜାରି ରହିବ। ସାଧୁସନ୍ଥଙ୍କ ପ୍ରବଳ ବିରୋଧ ଯୋଗୁଁ ବଡ଼ ଆଖଡ଼ା ମଠ ଭାଙ୍ଗିବା ପ୍ରକ୍ରିୟା ସ୍ଥଗିତ ଥିବା ବେଳେ ଆଜି ୧୫ଜଣିଆ କିମିଟି ଓ ପୁରୀ ଜିଲ୍ଲାପାଳଙ୍କ ବୈଠକ ବିଫଳ ହୋଇଛି । ଉଚ୍ଛେଦ ବନ୍ଦ ପାଇଁ ୧୫ଜଣିଆ ପ୍ରତିନିଧି ଦଳର ଦାବୀକୁ ଜିଲ୍ଲାପାଳ ଅଗ୍ରାହ୍ୟ କରିଥିବା ବୈଠକ ପରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ପ୍ରତିକ୍ରିୟା ଦେଇଛନ୍ତି । ସୁରକ୍ଷା ଓ ବିନା ଆଲୋଚନାରେ ଉଚ୍ଛେଦ କରାଯିବା ପ୍ରତିବାଦରେ ଆଜି ଏକ ୧୫ ଜଣିଆ କମିଟି ପୁରୀ ଜିଲ୍ଲାପାଳ ବଳବନ୍ତ ସିଂହଙ୍କୁ ଭେଟିଥିଲେ । ଶ୍ରୀମନ୍ଦିର ଚତୁଃପାର୍ଶ୍ଵର ୭୫ମିଟର ପରିଧି ଯାଏଁ ଉଚ୍ଛେଦ ସ୍ଥଳରେ ସରକାର କ’ଣ କରିବାକୁ ଯୋଜନା ରଖିଛନ୍ତି ସେ ବ୍ଲୁ ପ୍ରିଣ୍ଟକୁ କାହିଁକି ସାମ୍ନାକୁ ଅଣାଯାଉ ନାହିଁ ବୋଲି କମିଟି ପ୍ରଶ୍ନ ଉଠାଇଥିଲା। ୧୫ଜଣିଆ କମିଟିରେ ଓକିଲ ସଂଘର କାର୍ଯ୍ୟକର୍ତ୍ତା,…
ବୁଧବାର ୟୁଏସ୍ ଓପନ୍ରେ ଏକ ବଡ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ପୂର୍ବତନ ଏକ ନମ୍ବର ତଥା 21 ଗ୍ରାଣ୍ଡସ୍ଲାମ ବିଜେତା ସ୍ବିସ୍ ତାରକା ରୋଜର ଫେଡେରର ବୁଧବାର କ୍ବାର୍ଟର ଫାଇନାଲ୍ ମ୍ୟାଚ୍ରେ ପରାଜିତ ହୋଇଛନ୍ତି । 78 ତମ ସିଡ୍ର ମାନ୍ୟତା ପାଇଥିବା ବୁଲଗେରିଆର ଗ୍ରୀଗୋର ଡିମିଟ୍ରୋଭ୍ଙ୍କ ନିକଟରୁଚ ପରାଜିତ ହୋଇଛନ୍ତି ତିନି ନମ୍ବର ସିଡ୍ ରୋଜର ଫେଡେରର୍ । ଉଭୟଙ୍କ ମଧ୍ୟରେ ପାଞ୍ଚ ସେଟ୍ର ମାରାଥନ୍ ମୁକାବିଲା ଚାଲିଥିଲା । 6-3,4-6, 6-3, 4-6 ଏବଂ 6-2 ସେଟ୍ରେ ଫେଡେରରଙ୍କୁ ପରାସ୍ତ କରିଥିଲେ ଡିମିଟ୍ରୋଭ୍ । ଏହା ସହିତ ପ୍ରଥମ ଥର ପାଇଁ ସର୍ବନିମ୍ନ ମାନ୍ୟତା ପ୍ରାପ୍ତ କୌଣସି ଖେଳାଳି ସେମିରେ ପହଞ୍ଚିଛନ୍ତି । ପୂର୍ବରୁ ଭାରତୀୟ ଖେଳାଳି ସୁମିତ୍ ନାଗଲଙ୍କ ବିପକ୍ଷରୁ ଅଭିଯାନ ଆରମ୍ଭ କରିଥିବା ବେଳେ ପ୍ରଥମ ରାଉଣ୍ଡରେ ନାଗଲଙ୍କ ନିକଟରୁ ପରାଜିତ ହୋଇଥିଲେ । ଦିମିତ୍ରୋଭ୍ ପ୍ରଥମ ଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମ୍ର ସେମିରେ…
ପଞ୍ଚାନନ ଦଳାଇ ଭାଇ ନମସ୍କାର। କେମିତି ଅଛନ୍ତି, ଆପଣମାନେ ପେପରରେ ଗୋଟିଏ ବଢିଆ ଖବରଟିଏ ଦେଇଥିଲେ। ହେଲେ ସେଇଟା ପ୍ରଥମ ପୃଷ୍ଠାରେ ବଡବଡ ଅକ୍ଷରରେ ଛାପିବାର ଥିଲା। ଏମିତି ବଡ ପାଟିରେ କହି କହି ଆମ ପାଖକୁ ଆସିଲେ ବିଜେପିର ଜଣେ ନେତା। ଅବଶ୍ୟ ସେ ବିଜେପିରେ ଅଛନ୍ତି, ହେଲେ ବର୍ତ୍ତମାନ ପରିସ୍ଥିତିରେ ସେ ବିଜେପି ସହିତ ଖାପ ଖୁଆଇ ଚଳିପାରୁ ନାହିଁନ୍ତି। ସେଥିପାଇଁ ସେ ବିଜେପିର ଜଣେ ସକ୍ରିୟ ନେତା ନୁହଁନ୍ତି ବୋଲି କହିବାକୁ ପଡିବ। ତାଙ୍କ କଥା ସରିବା ପରେ ଆମେ ପଚାରିଲୁ ଭାଇ କେଉଁ ଖବର କଥା କହୁଛନ୍ତି କି? ଏଇ ଅଳ୍ପଦିନ ତଳେ ଯେଉଁ ବାହାରିଥିଲା, କାମ୍ପା ଟଙ୍କା, ସେହି ଖବର କଥା କହୁଛି। କେନ୍ଦ୍ର ସରକାର ଓଡିଶାକୁ ଦେଲେ ଏକାଥରକେ ୫ ହଜାର ୯ଶହ ୩୪କୋଟି ଟଙ୍କା। ଭାଇ ସତ କହିଲ ଏତେ ଟଙ୍କା ଏହି ଫଣ୍ଡରୁ ଓଡିଶାକୁ କେବେ ମିଳିଥିଲା ?୨୭ଟି ରାଜ୍ୟକୁ…
କେଦାର ମିଶ୍ର ସେପ୍ଟେମ୍ବର ୧ ତାରିଖରୁ ସାରା ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ହୋଇଛି। ଏହି ଆଇନର ସବୁଠୁ ବଡ ଉଦ୍ଦେଶ୍ୟ ହେଉଛି ଭାରତର ରାସ୍ତାରେ ଗାଡି ଚଲାଉଥିବା ସାଧାରଣ ଜନତାର ପକେଟ ରୁ ଟଙ୍କା ଆଦାୟ କରିବାର ଏକ ପ୍ରଶସ୍ତ ବାଟ ତିଆରି କରିବା। ଆପଣ ଯଦି ହେଲମେଟ ପିନ୍ଧିନାହାନ୍ତି ତାହେଲେ ଆପଣଙ୍କୁ ତୁରନ୍ତ ହଜାରେ ଟଙ୍କାର ଜରିମାନା ଗଣିବାକୁ ପଡିବ। ଯଦି ଟ୍ରାଫିକ ପୋଲିସଙ୍କର ହୃଦବୋଧ ହେଲା ଯେ ଆପଣ ରାସ୍ତାର ନିୟମ ଅବମାନନା କରି ଗାଡି ଚଳାଉଛନ୍ତି, ତାହେଲେ ଆପଣଙ୍କୁ ସାଙ୍ଗେ ସାଙ୍ଗେ ୫୦୦ ରୁ ୧୫୦୦ ଟଙ୍କା ଗଣିବାକୁ ପଡିବ। ଏ ସମ୍ପର୍କିତ ନିୟମ ଆଦୌ ସ୍ପଷ୍ଟ ନୁହେଁ। ଆପଣ ଯଦି ଟ୍ରାଫିକ ପୋଲିସ କୁ ନିଜ ଗାଡି ବିଷୟରେ ସଠିକ ତଥ୍ୟ ଦେବାକୁ ମନା କରନ୍ତି ତାହେଲେ ସିଧା ସିଧା ଜରିମାନା ୨୦୦୦ ଟଙ୍କା। ମଦ ପିଇ ଗାଡି ଚଲାଇଲେ ୫୦୦୦…
ପୂର୍ବତନ କର୍ଣ୍ଣାଟକ ମନ୍ତ୍ରୀ ତଥା କଂଗ୍ରେସ ମୁଖ୍ୟ ଡି କେ ଶିବକୁମାରଙ୍କୁ ଗିରଫ କରାଯିବା ପ୍ରତିବାଦରେ କର୍ଣ୍ଣାଟକ ବନ୍ଦ ଏବଂ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନିଜର ଜଣେ ସହକର୍ମୀଙ୍କୁ ଚାପୁଡା ମାରିଛନ୍ତି । ଗଣମାଧ୍ୟମ ସମ୍ମୁଖରେ ସହକର୍ମୀଙ୍କ ବିବାଦୀୟ ବୟାନ କାରଣରୁ ସିଦ୍ଧରମୈୟା ଉତ୍କ୍ଷିପ୍ତ ହୋଇ ସହକର୍ମୀଙ୍କୁ ଚାପୁଡା ମାରୁଥିବାର ଭିଡିଓ ଭାଇରାଲ୍ ହୋଇଛି । ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଶିବକୁମାରଙ୍କୁ ଗିରଫ କରାଯାଇଛି । ଶୁକ୍ରବାର ଶିବକୁମାର କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟରେ ଆଗୁଆ ଜାମିନ ଆବେଦନ କରିଥିବା ବେଳେ ଏହା ଖାରଜ ହୋଇ ଯାଇଥିଲା । ଏହାପରେ ଶିବକୁମାରଙ୍କୁ ଆଜି ଗିରଫ କରାଯାଇଛି । ଶିବ କୁମାରଙ୍କ ଗିରଫ ପରେ କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ଉତ୍ତେଜନା ଏବଂ ପୋଡାଜଳା କାରଣରୁ ଶିକ୍ଷାନୁ ଷ୍ଠାନ ଗୁଡିକ ବନ୍ଦ ରଖାଯାଇଛି ।
ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ସମଗ୍ର ରାଜ୍ୟରେ ବର୍ଷା ଜାରି ରହିଛି । ଏହାର ପ୍ରଭାବରେ ସମୁଦାୟ 7ଟି ଜିଲ୍ଲାକୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ସାଙ୍ଗକୁ ବର୍ଜପାତ ହେବା ସମ୍ଭାବନା ରହିଛି । ରାଜ୍ୟରେ ଲାଗି ରହିଥିବା ବର୍ଷା ସହ ପୁରୀ, ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ଖୋର୍ଦ୍ଧା ଓ ନୟାଗଡ଼ରେ ଆଜି ଅପରାହ୍ନ 2ଟା ସୁଦ୍ଧା ବଜ୍ରପାତ ହେବା ସମ୍ଭାବନା ରହିଛି । ଏହାକୁ ନେଇ ଏହି ସମସ୍ତ ଜିଲ୍ଲାକୁ ଭୁବନେଶ୍ବର ସ୍ଥିତ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
ଦେଶରେ ଚାଲିଥିବା ଆର୍ଥିକ ମାନ୍ଦାବସ୍ଥାକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପ୍ରତିକ୍ରିୟାକୁ ସମର୍ଥନ କରିଛି ବିଜେପିର ସହଯୋଗୀ ଦଳ ଶିବସେନା । ଶିବସେନା ମନମୋହନ ସିଂଙ୍କୁ ସମର୍ଥନ କରିଥିବାବେଳେ ମୋଦି ସରକାରଙ୍କୁ ଟାର୍ଗେଟ୍ ମଧ୍ୟ କରିଛି । ଶିବସେନା ’ସାମ୍ନା’ ମୁଖପତ୍ରରେ ‘ମୌନୀ ବାବାଙ୍କ ଧମାକା’ ଶୀର୍ଷକରେ ଏକ ସମ୍ପାଦକୀୟରେ ବତ୍ତର୍ମାନ ଦେଶରେ ଚାଲିଥିବା ଆର୍ଥିକ ମାନ୍ଦାବସ୍ଥାକୁ ମନମୋହନ ସିଂଙ୍କ ବୟାନକୁ ଚିତ୍ରଣ କରିଛନ୍ତି । ଆର୍ଥିକ ମାନ୍ଦାବସ୍ଥାରୁ ଦେଶକୁ ବଞ୍ଚାଇବା ପାଇଁ ମୋଦି ସରକାରଙ୍କୁ ଏ ଦିଗରେ ଧ୍ୟାନ ଦେବାକୁ ପଡ଼ିବ ବୋଲି କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ଶିବସେନା ଏହି ସମ୍ପାଦକୀୟରେ କହିଛନ୍ତି ଯେ, ମୋଦି ପାକିସ୍ତାନକୁ ଉଚିତ୍ ଶିକ୍ଷା ଦେବା ପାଇଁ ନିର୍ଣ୍ଣୟ ନେଇଛନ୍ତି । ମୋଦି ଏମିତି କରି ଦେଖାଇବେ, ଏଥିରେ କୌଣସି ସନ୍ଦେହ ନାହିଁ । କିନ୍ତୁ ଅର୍ଥବ୍ୟବସ୍ଥା ଓ ଲୋକଙ୍କ ଦୈନିକ ଗୁଜୁରାଣ ସମସ୍ୟା ମଧ୍ୟ ଗୁରୁତ୍ବପୂର୍ଣ୍ଣ ।…
ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଋଷ ଗସ୍ତରେ ଯାଇଛନ୍ତି । ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ପୂର୍ବା ଅର୍ଥନୈତିକ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମୋଦି ସକାଳୁ ଭ୍ଲାଡିଭୋଷ୍ଟକରେ ପହଞ୍ଚିବା ପରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ମୋଦିଙ୍କୁ ଗାର୍ଡ ଅଫ୍ ଅନର ସହିତ ସ୍ବାଗତ କରିଥିଲେ । ମୋଦି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବରେ ଋଷର ପୂର୍ବୀୟ ପ୍ରାନ୍ତ ଭ୍ଲାଡିଭୋଷ୍ଟକ୍ ଗସ୍ତ କରିଛନ୍ତି । ମୋଦି ଏହି ଅବସରରେ ସାଇବେରିଆନ ପକ୍ଷୀ ଗୁଜୁରାଟ ଉପକୂଳକୁ ଆସନ୍ତି ଏବଂ ମୁଁ ସାଇବେରିଆର ଭ୍ଲାଡିଭୋଷ୍ଟକ ଆସିଛି । ଉଭୟ ରାଷ୍ଟ୍ର ମଧ୍ୟରେ ରହିଥିବା ସମ୍ପର୍କ ଅତ୍ୟନ୍ତ ପୁରାତନ ଏବଂ ଦ୍ବିପାକ୍ଷିକ ଆଲୋଚନା ମଧ୍ୟରେ ଏହାକୁ ନୂତନ ସ୍ତରକୁ ନିଆଯାଇ ପାରିବ ବୋଲି ନିଜ ଅଭିଭାଷଣରେ ମୋଦି ପ୍ରକାଶ କରିଥିଲେ । ସେହିପରି ପ୍ରତିରକ୍ଷା କ୍ଷେତ୍ରକୁ ନେଇ ମୋଦି ଏବଂ ପୁତିନଙ୍କ ମଧ୍ୟରେ ଆଲୋଚନା ହେବ ବୋଲି ବୈଦେଶିକ ମନ୍ତ୍ରାଳୟ ସୂତ୍ରରୁ…
ରାଜଧାନୀ ତଥା ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଲିଙ୍ଗରାଜ ମନ୍ଦିରରେ ଦୁଇ ଦିନ ହେବ ଅଚଳାବସ୍ଥା ସୃଷ୍ଟି ହୋଇଛି । ବିଭିନ୍ନ ଦଇତା ନିଯୋଗ ମଧ୍ୟରେ ବିବାଦ କାରଣରୁ ମଙ୍ଗଳବାର ପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହିଥିବା ବେଳେ ଦ୍ବିତୀୟ ଦିନରେ ମଧ୍ୟ ସମାନ ଅବସ୍ଥା ଜାରି ରହିଛି । ଫଳସ୍ବରୂପ କ୍ରମାଗତ ଦ୍ବତୀୟ ଦିନ ପାଇଁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିବା ସହିତ ମହାପ୍ରଭୁ ଉପାସ ରହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଗଙ୍ଗୁଆ ନଦୀ ପାଣି ବ୍ୟବହାରକୁ ନେଇ ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦେଖାଦେଇଛି ।
ଆମେରିକୀୟ ଖେଳାଳି ରାଜୀବ ରାମ ଏବଂ ଅଷ୍ଟ୍ରେଲିଆର ସାମନ୍ତା ସ୍ତୋସୁର ୟୁଏସ୍ ଓପନ୍ କ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି । ଏହି ଆମେରିକା-ଅଷ୍ଟ୍ରେଲିଆ ଯୋଡି ଫ୍ରାନ୍ସର କ୍ରିଷ୍ଟେନ୍ ଫ୍ଲିପ୍କେନ୍ସ ଏବଂ ଏଡଓ୍ବାର୍ଡ ରୋଜରଙ୍କୁ 7-6, 7-5(2) ସେଟ୍ରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ବିଲି ଜିନ୍ କିଙ୍ଗ ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ତୃତୀୟ ସିଡ୍ ରାଜୀବ-ସାମନ୍ତା ବିଜୟୀ ହୋଇଛନ୍ତି । କ୍ବାର୍ଟରରେ ଉଭୟ ଷଷ୍ଠ ସିଡ୍ ଡେମି ସ୍କଚର୍ସ ଏବଂ ହେନ୍ରି କୋଣ୍ଟିନେନ୍ଙ୍କ ଯୋଡିଙ୍କୁ ଭେଟିବେ । ଅନ୍ୟ ଏକ ପ୍ରି କ୍ବାର୍ଟର ମ୍ୟାଚ୍ରେ ଜେମି ମୁରେ ଏବଂ ବେଥାନୀ ମାଟେକ୍ ସ୍ୟାଣ୍ଡସ୍ ବିଜୟୀ ହୋଇ କ୍ବାର୍ଟରରେ ପ୍ରବେଶ କରିଛନ୍ତି ।
ହରିକେନ୍ ଡୋରିଆନ୍ ପ୍ରଭାବରେ ବାହାମାସ୍ରେ 7 ଜଣଙ୍କର ମୃତ୍ୟୁ ଘଟିଛି । ଝଡର ପ୍ରଭାବ ଅଧିକ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ବାହାମାସ୍ ପ୍ରଧାନମନ୍ତ୍ରୀ ହ୍ୟୁବର୍ଟ ମିନ୍ନିସ୍ ପ୍ରକାଶ କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ପୂର୍ବରୁ 5 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମଙ୍ଗଳବାର ନ୍ୟୁ ପ୍ରୋଭିନ୍ସ ଆଇଲ୍ୟାଣ୍ଡରେ ଦୁଇ ଜଣ ଗୁରୁତର ଆହତଙ୍କ ପ୍ରାଣହାନି ଘଟିଥିଲା । କ୍ୟାଟେଗୋରୀ-2 ଶ୍ରେଣୀର ଝଡର ମାନ୍ୟତା ପାଇଥିବା ଏହି ସାମୁଦ୍ରିକ ଝଡ ବାହାମାସ୍ ପରେ ଆମେରିକା ମୁହାଁ ହୋଇଛି । ଝଡ ପ୍ରଭାବରେ ଅନେକ ଲୋକ ଗୁରୁତର ଆହତ ହୋଇଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି ।
ଦୁଇଦିନ ହେଲା ପଶ୍ଚିମ ଓଡିଶାରେ ଲଗାଣ ବର୍ଷା ଫଳରେ ସୋନପୁର ଜିଲ୍ଲାରେ ପ୍ରବାହିତ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଫଳରେ ଏଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାର ବୀରମହାରାଜପୁର ସମେତ ସୋନପୁର ଓ ଉଲୁଣ୍ଡା ବ୍ଲକରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ପ୍ରାୟ 2 ହଜାରରୁ ଅଧିକ ଲୋକ ପ୍ରବାହିତ ହେବାସହ ଗମନାଗମନ ବ୍ୟାଘାତ ହୋଇଛି । ରକ୍ସା ଛକରେ ଥିବା ଏକ ମଠ ସମ୍ପୂର୍ଣ୍ଣ ବୁଡିଯାଇଛି । ମଠରେ 3 ସାଧୁ ଫସିରହିଥିବା ବେଳେ ସେମାନଙ୍କୁ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି ।
ଜବରଦସ୍ତ ଚାନ୍ଦା ମାଗିବା ଅଭିଯୋଗରେ 13 ଜଣ ଯୁବକଙ୍କୁ ଗିରଫ କରାଯାଇଛି । ବେଆଇନ ଚାନ୍ଦା ଉପରେ ରୋକ ଲଗାଇବା ପାଇଁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ପାର୍ବଣ ଋତୁ ଗଣେଷ ପୂଜା ଠାରୁ ଆରମ୍ଭ ହୋଇଥାଏ । ଗଣେଷ ପୂଜା ପରେ ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଓ ପରେ କାଳୀ ପୂଜା । ଏହି ପୂଜା ମଣ୍ଡପ ପ୍ରସ୍ତୁତି ଦେବାଦେବୀଙ୍କ ଆବାହନ ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ପାଇଁ ପିଲାମାନେ ଘର ଘର ବୁଲି ଟଙ୍କା ଚାନ୍ଦା ମାଗିଥାନ୍ତି । କିନ୍ତୁ ଜରଜବରଦସ୍ତ ଚାନ୍ଦା ମାଗିବା ଅଭିଯୋଗରେ ଭୁବନେଶ୍ୱର, ଢେଙ୍କାନାଳ, ସୁନ୍ଦରଗଡ଼, ରାୟଗଡ଼ାରେ 5ଟି ମାମଲା ରୁଜୁ କରାଯାଇଛି । ଏହି ଅଭିଯୋଗରେ 13 ଜଣଙ୍କୁ ଗିରଫ କରାଯାଇଛି ।
ଦଶଟି ସରକାରୀ ବ୍ୟାଙ୍କର ବିଳୟର ଘୋଷଣା ପରେ ସରକାର ବ୍ୟାଙ୍କିଙ୍ଗ ସେକ୍ଟର ସହ ଜଡିତ ଥିବା ଏଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାର ଏଲଆଇସି ସହ ମିଶି ଆଇଡିବିଆଇ ବ୍ୟାଙ୍କକୁ ୯ ହଜାର କୋଟି ଟଙ୍କାର ପୁଞ୍ଜି ଦେବା ନେଇ ଘୋଷଣା କରିଛନ୍ତି । ମଙ୍ଗଳବାର ଦିନ ମୋଦି କ୍ୟାବିନେଟ ଏହା ଉପରେ ମୋହର ମାରିଛନ୍ତି । ସରକାରଙ୍କ ଏହି ନିଷ୍ପତି ପରେ ଭାରତୀୟ ଜୀବନ ବୀମା ନିଗମର ମାଲିକାନାରେ ଥିବା ଏହି ବ୍ୟାଙ୍କର ଋଣ ଦେବା କ୍ଷମତା ବୃଦ୍ଧି ହେବ । ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କ୍ୟାବିନେଟ ବୈଠକ ପରେ ସୂଚନା ଦେଇଛନ୍ତି ଯେ ଆଇଡିବିଆଇ ବ୍ୟାଙ୍କରେ ପୁନଃ ପୁଞ୍ଜିକରଣ ପାଇଁ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏଥିରେ ଏକା ଥରକେ ସରକାର ଏବଂ ଏଲଆଇସି ଦୁହେଁ ପୁଞ୍ଜି ନିବେଶ କରିବେ । ଏହାଦ୍ୱାରା ଆଇଡିବିଆଇ ଏବଂ ଏଲଆଇସି ଉଭୟ ଲାଭାନ୍ୱିତ…

