Author: Samikhsya Bureau

ଦେଶରେ ନୂଆ ସଂଶୋଧିତ ଟ୍ରାଫିକ ନିୟମ ଲାଗୁ ହେବା ପରେ ୧୦ଗୁଣ ଜରିମାନା ଦେବାକୁ ପଡୁଛି । ନିୟମକୁ ବେଶ୍‌ କଡ଼ାକଡ଼ି କରାଯାଇଥିବାବେଳେ ଏଥିରୁ ବାଦ ପଡ଼ିନି ସରକାରୀ ଗାଡ଼ି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏହି ନିୟମ ଉଲଂଘନ କଲେ ଲାଗୁଛି ତଣ୍ଡ । ଆଜି ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ଼ ଠାରୁ ୧୫ହଜାର ଟଙ୍କା ଜୋରିମାନା ଆଦାୟ ହୋଇଛି । ଆଜି ଭୁବନେଶ୍ୱର ନାଲୋକୋ ଛକରେ ସରକାରୀ ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ଼ ଠାରୁ ୧୫ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ରୋଡ଼ ପରମିଟ ନଥିବା ବିଏମସି ଗାଡ଼ିକୁ ଲାଗିଲା ୧୦ହଜାର ଓ ଗୁଡ୍ସ କ୍ୟାରିଅରରେ କର୍ମଚାରୀଙ୍କୁ ବସାଇ ନେବା ଫଳରେ ୫ହଜାର ଟଙ୍କା ଫାଇନ ଲାଗିଛି । ଏହି ବିଏମସି ଗାଡ଼ିରୁ ମୋଟ ୧୫ହଜାର ଟଙ୍କା ଜୋରିମାନା ଆଦାୟ କରିଛି ଟ୍ରାଫିକ ପୋଲିସ ।

Read More

ଦେଶରେ ନୂତନ ଭାବେ ଲାଗୁ କରାଯାଇଥିବା ଟ୍ରାଫିକ୍‌ ନିୟମ ଫଳରେ ମାତ୍ରାଧିକ ଜରିମାନା ପ୍ରଦାନ କରିବାକୁ ପଡୁଛି । ଏହା ଫଳରେ ସାଧାରଣ ଜନତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସୂଚନା ମୁତାବକ ଜରିମାନା ଭରିଥିବା ବ୍ୟକ୍ତି ଯଦି ନିଜର ଆବଶ୍ୟକୀୟ କାଗଜପତ୍ର ଦେଖାନ୍ତି ତେବେ ତାଙ୍କୁ ଅର୍ଥ ଫେରସ୍ତ କରାଯିବ । ମୂଳ ରାଶିରୁ ଅଳ୍ପ ଜରିମାନା ରଖାଯାଇ ଅବଶିଷ୍ଟ ଅର୍ଥ ଫେରସ୍ତ କରାଯିବ ବୋଲି ଜଣାପଡିଛି । ଆରଟିଓ ଅଫିସର ସଞ୍ଜୀବ ବେହେରା ଗୁରୁବାର ଏହି ସୂଚନା ପ୍ରଦାନ କରିଛନ୍ତି ।

Read More

ଆଫଗାନିସ୍ତାନର ରାଜଧାନୀ କାବୁଲରେ ରହିଥିବା ଆମେରିକୀୟ ଦୂତାପବାସ ନିକଟରେ ଏକ ଭୟଙ୍କର କାର ବୋମା ବିସ୍ଫୋରଣ ଘଟିଛି । ଏହି କାର ବୋମା ବିସ୍ଫୋରଣରେ ଅନ୍ୟୁନ ତିନି ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 30ରୁ ଅଧିକ ଆହତ ହୋଇଛନ୍ତି । ଆମେରିକୀୟ ଦୂତାବାସ, ନାଟୋର କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ନିକଟରେ ଏହି ବିସ୍ଫୋରଣ ଘଟିଥିଲା । ଆମେରିକୀୟ ରାଷ୍ଟ୍ରଦୂତ ଆଫଗାନିସ୍ତାନ ଗସ୍ତରେ ରହିଥିବା ବେଳେ ଚଳିତ ସପ୍ତାହରେ ଏହା ଦ୍ବିତୀୟ ବିସ୍ଫୋରଣ । ମୃତକ ଏବଂ ଆହତଙ୍କ ମଧ୍ୟରେ ଏକାଧିକ ସୁରକ୍ଷା କର୍ମୀ ରହିଥିବା ନେଇ ପୋଲିସ୍‌ ମୁଖପାତ୍ର ଫିରଦୌସ୍‌ ଫରମାଜ୍‌ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସୋମବାର ଘଟିଥିବା ଅନ୍ୟ ଏକ ବିସ୍ଫୋରଣରେ 16 ଜଣଙ୍କ ପ୍ରାଣହାନି ଘଟିବା ସହିତ 100ରୁ ଅଧିକ ଆହତ ହୋଇଥିଲେ ।

Read More

ଅଟୋମୋବାଇଲ୍‌ କ୍ଷେତ୍ର ବର୍ତ୍ତମାନ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛି ବୋଲି ପ୍ରକାଶ କରିଛନ୍ତି କେନ୍ଦ୍ର ସଡକ ଚଳାଚଳ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଗଡକରୀ କହିଛନ୍ତି, ବର୍ତ୍ତମାନ ସମଗ୍ର ବିଶ୍ବ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଥିବାରୁ ଭାରତୀୟ ଅଟୋ ଶିଳ୍ପ ମଧ୍ୟ ଏହା ଦ୍ବାରା ପ୍ରଭାବିତ ହେଉଛି । ଭାରତ ସରକାର ସଦା ସର୍ବଦା ଅଟୋ ଶିଳ୍ପ ସହିତ ରହିଛନ୍ତି ଏବଂ ଖୁବ୍‌ ଶୀଘ୍ର ଏହି ଶିଳ୍ପର ଅବସ୍ଥା ସୁଧୁରିବା ନେଇ ଆଶା ପ୍ରକାଶ କରିଛନ୍ତି ଗଡକରୀ । ଏହା ସହିତ ନୂତନ ଟ୍ରାଫିକ୍‌ ନିୟମ ନେଇ ମଧ୍ୟ ଗଡକରୀ ସୂଚନା ଦେଇଛନ୍ତି । ଏହି ନିୟମକୁ ନେଇ ବର୍ତ୍ତମାନ ସମଗ୍ର ଦେଶରେ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି । ବିଭିନ୍ନ ମହଲରୁ ଏହାକୁ ଆଲୋଚନା ଓ ସମାଲୋଚନା ମଧ୍ୟ କରାଯାଉଛି । ଏହା ଉପରେ ଗଡକରୀ କହିଛନ୍ତି ସରକାର ଜରିମାନା ପ୍ରଦାନ ପାଇଁ କାହାକୁ ବାଧ୍ୟ କରୁନାହାନ୍ତି । ସମସ୍ତେ…

Read More

ଗୃହବନ୍ଦୀ ଅବସ୍ଥାରେ ରହିଥିବା ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କୁ ଭେଟିବା ପାଇଁ ତାଙ୍କ ଝିଅଙ୍କୁ ଅନୁମତି ମିଳିଛି । ଗୁରୁବାର ସୁପ୍ରିମ୍‌କୋର୍ଟ ମୁଫ୍‌ତିଙ୍କ ଝିଅ ଇଲ୍‌ତିଜା ଜାଭେଦଙ୍କୁ ମୁଫ୍‌ତିଙ୍କୁ ଭେଟିବାର ଅନୁମତି ପ୍ରଦାନ କରିଛନ୍ତି । ବୁଧବାର ଜାଭେଦ୍‌ ମା’ଙ୍କୁ ଭେଟିବାର ଅନୁରୋଧ ନେଇ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରିଥିଲେ । ଗୁରୁବାର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ଏସ୍‌ ଏ ବୋବଡେ ଏବଂ ଜଷ୍ଟିସ୍‌ ଏସ୍‌ ଏ ନଜୀରଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଜାଭେଦ୍‌ଙ୍କୁ ଭେଟିବାର ଅନୁମତି ପ୍ରଦାନ କରିଛନ୍ତି । ବର୍ତ୍ତମାନ ଚେନ୍ନାଇରେ ଅବସ୍ଥାନ କରୁଥିବା ଜାଭେଦ୍‌ ବର୍ତ୍ତମାନ ଶ୍ରୀନଗର ଯାଇ ମୁଫ୍‌ତିଙ୍କୁ ଭେଟିବେ । ଜାଭେଦ୍‌ ମୁଫ୍‌ତିଙ୍କୁ ଭେଟିବା ପୂର୍ବରୁ ସ୍ଥାନୀୟ ଜିଲ୍ଲା ଅଧିକାରୀଙ୍କୁ ଭେଟି ଅନୁମତି ଆଣିବେ ବୋଲି ଖଣ୍ଡପୀଠ ନିଜ ନିଷ୍ପତ୍ତିରେ ଶୁଣାଇଛନ୍ତି ।

Read More

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ବରରେ ଅରୁଣ ଜେଟ୍‌ଲୀଙ୍କ ପାଇଁ ସର୍ବଦଳୀୟ ଶୋକସଭାଙ୍କ ରାଜ୍ୟପାଳ ଗଣେଶୀ ଲାଲଙ୍କ ସହ ସବୁ ଦଳର ନେତାମାନେ ଏଥିରେ ସାମିଲ୍‌ ହୋଇଛନ୍ତି । ଏହି ଶୋକସଭାରେ ବିଜେଡ଼ି, ବିଜେପି, କଂଗ୍ରେସ ଦଳର ବହୁ ନେତା ଶୋକସଭାରେ ସାମିଲ୍‌ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଶୋକସଭାକୁ ଆସିନଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଶୋକବାର୍ତ୍ତା ପଢିଥିଲେ ଦେବୀ ମିଶ୍ର ।

Read More

ପୁରୀରେ ଉଚ୍ଛେଦ ପ୍ରସଙ୍ଗରେ ସ୍ଥିତି ଅନୁଧ୍ୟାନ ପାଇଁ ଆସନ୍ତାକାଲି ଆମିକସ୍ କ୍ୟୁରୀ ଓ ସଲିସିଟର ଜେନେରାଲ ଦୁଇଦିନିଆ ଗସ୍ତରେ ଆସିବେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆମିକସ୍‌ କ୍ୟୁରୀ ପୁରୀ ସ୍ଥିତି ଅନୁଧ୍ୟାନ କରିବେ । ପୁର୍ବରୁ ୭ତାରିଖରେ ଆମିକସ୍ କ୍ୟୁରୀଙ୍କ ପୁରୀ ଆସିବା କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ଏଥିରେ ପରିବର୍ତ୍ତନ କରାଯାଇ ଆସନ୍ତାକାଲି ଆମିକସ୍ କ୍ୟୁରୀ ଓ ସଲିସିଟର ଜେନେରାଲ ପୁରୀ ଆସିବେ ବୋଲି ଜଣାପଡ଼ିଛି । ଆମିକସ୍ କ୍ୟୁରୀ ଓ ସଲିସିଟର ଜେନେରାଲଙ୍କ ପୁରୀ ଆସିବା କାର୍ଯ୍ୟସୂଚୀରେ ପରିବର୍ତ୍ତନ ନେଇ ଅତିରିକ୍ତ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି । ପୁରୀରେ ଉଚ୍ଛେଦ ପ୍ରସଙ୍ଗରେସ୍ଥିତି ଅନୁଧ୍ୟାନ ନେଇ ସୁପ୍ରିମକୋର୍ଟ ଆମିକସ୍ କ୍ୟୁରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୁରୀକୁ ବିଶ୍ୱ ଐତିହ୍ୟ ଓ ସୁରକ୍ଷା ଓ ସୈାନ୍ଦର୍ଯ୍ୟକରଣ ପାଇଁ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୭୫ମିଟର ଉଚ୍ଛେଦ ପ୍ରକ୍ରିୟାକୁ ସାଧାରଣ ଲୋକେ ବିରୋଧ କରି ସୁପ୍ରିିମ କୋର୍ଟରେ ଯାଚିକା ଦାଖଲ କରିଥିଲେ । ସୁପ୍ରିମ…

Read More

ରାଜ୍ୟରେ ସଡକ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆଜି ସକାଳୁ ନିମାପଡାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ନିମାପଡା ବଳଙ୍ଗା ରାସ୍ତାରେ ଘଟିଥିବା ଏହି ଦୁର୍ଘଟଣାରେ ବାପାଙ୍କର ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଭାବରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ କାଜିପୁର ଅଞ୍ଚଳର ଲୋକ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।

Read More

ପୂର୍ବା ଅର୍ଥନୈତିକ ସମ୍ମିଳନୀରେ ଯୋଗ ଦେବା ପାଇଁ ଦୁଇ ଦିନିଆ ଋଷ ଗସ୍ତରେ ରହିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଭେଟିଛନ୍ତି । ଋଷର ଭ୍ଲାଦିଭୋସ୍ତକ ସହରରେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ସାକ୍ଷାତ କରିଛନ୍ତି । ଆବେଙ୍କ ବ୍ୟତୀତ ସେ ମଙ୍ଗୋଲିଆ ରାଷ୍ଟ୍ରପତି ଖାଲଟମାଗୀନ ବଟଲଗାଇନ ଓ ମାଲେସିଆ ପ୍ରଧାନମନ୍ତ୍ରୀ ମହାଥୀର ମହମ୍ମଦଙ୍କୁ ଭେଟିଛନ୍ତି । ମୋଦି ଏବଂ ଆବେ ପ୍ରତିରକ୍ଷା ସମେତ ଅର୍ଥବ୍ୟବସ୍ଥା ଆଦି ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ରବୀଶ କୁମାର ଟ୍ୱିଟ କରି କହିଛନ୍ତି ଯେ, ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ଦୁଇଦେଶ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଥାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାପାନ ପ୍ରଧାନମନ୍ତ୍ରୀ ସିଜୋ ଆମ୍ବେଙ୍କ ମଧ୍ୟରେ ଭ୍ଲାଦିଭୋସ୍ତକରେ 5ଇଇଏଫ ମଧ୍ୟରେ ଆଲୋଚନା ହୋଇଥିଲା । ଦୁଇ ନେତାଙ୍କ ମଧ୍ୟରେ ଅର୍ଥ ବ୍ୟବସ୍ଥା , ପ୍ରତିରକ୍ଷା, ଓ 5ଜି ସମ୍ପର୍କରେ…

Read More

ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଆସେସ୍‌ ସିରିଜ୍‌ର ଚତୁର୍ଥ ମ୍ୟାଚ୍‌ ମାଞ୍ଚେଷ୍ଟରର ଓଲ୍‌ଡ ଟ୍ରଫୋର୍ଡରେ ଆରମ୍ଭ ହୋଇଛି। ପ୍ରଥମ ଦିନର ଖେଳରେ ବର୍ଷା ବାଧା ସୃଷ୍ଟି କରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ୧୭୦/୩ ସଂଗ୍ରହ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ମାର୍ନସ୍‌ ଲାବୁସ୍ଚାଞ୍ଜେ ଏବଂ ଷ୍ଟିଭ୍‌ ସ୍ମିଥ୍‌ ଅର୍ଦ୍ଧଶତକ ହାସଲ କରିଥିଲେ। ଟସ୍‌ ଜିତ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା। ଦଳ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୮ ରନ୍‌ରେ ୨ ଟି ଓ୍ବିକେଟ୍‌ ହରାଇଥିଲା। ପ୍ରଥମ ୭ ଓଭର ମଧ୍ୟରେ ଷ୍ଟୁଆର୍ଟ ବ୍ରଡ୍‌ ଦୁଇ ଓପ୍ନର ମାର୍କସ୍‌ ହାରିସ୍‌(୧୩) ଏବଂ ଡେଭିଡ୍‌ ଓ୍ବାର୍ଣ୍ଣରଙ୍କୁ ପ୍ୟାଭିଲିୟନ୍‌ ଫେରାଇଥିଲେ। ଏହାପରେ ଇନ୍‌ଫର୍ମ ଲାବୁସ୍ଚାଞ୍ଜେ(୬୭) ଏବଂ ସ୍ମିଥ୍‌ (୬୦*) ୧୧୬ ରନ୍‌ ଯୋଡିଥିଲେ । ଲାବୁସ୍ଚାଞ୍ଜେ ୧୨୮ ବଲ୍‌ର ସମ୍ମୁଖୀନ ହୋଇ ୧୦ ଚୌକା ସହାୟତାରେ ୬୭ ରନ୍‌ ସଂଗ୍ରହ କରିଥିବା ବେଳେ ସ୍ମିଥ୍‌ ୯୪ ବଲ୍‌ର ସମ୍ମୁଖୀନ ହୋଇ ୭ ଚୌକା…

Read More

ଆଜି ସେପ୍ଟେମ୍ବର 5 ତାରିଖ ଗୁରୁ ଦିବସ । ଶିକ୍ଷାଦାତ୍ତା ଗୁରୁଙ୍କ ପାଇଁ ଆଜିର ଦିନଟି ବହୁ ଗୁରୁତ୍ୱପୂର୍ଣ୍ଣ । ଭାରତର ଦ୍ୱିତୀୟ ରାଷ୍ଟ୍ରପତି ତଥା ପ୍ରଥମ ଉପ-ରଷ୍ଟ୍ରପତି ଓ ବିଶିଷ୍ଟ ଶିକ୍ଷାବିତ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମତିଥିକୁ ସେପ୍ଟେମ୍ବର 5 ତାରିଖକୁ ସର୍ବଭାରତୀୟ ସ୍ତରରେ ‘ଗୁରୁଦିବସ ’ ଭାବରେ ପାଳନ କରାଯାଇଥାଏ । ଆଜିର ଦିନକୁ ପ୍ରତିବର୍ଷ ସାରା ଦେଶରେ ଗୁରୁ ଦିବସ ଭାବେ ପାଳନ କରାଯାଉଛି। ଏଥିପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁଙ୍କ ସମ୍ମାନର୍ଥେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଗୁରୁଙ୍କୁ ଛାତ୍ରଛାତ୍ରୀ ପୂଜା କରି ଆଶୀର୍ବାଦ ନେଉଛନ୍ତି। ରାଧାକ୍ରିଷ୍ଣନଙ୍କର ଜନ୍ନତିଥିକୁ ଜାତୀୟସ୍ତରରେ 1962 ମସିହା ପରଠାରୁ ପାଳନ ହୋଇ ଆସୁଛି ।

Read More

କେଦାର ମିଶ୍ର ଯେତେବେଳେ ପୁରୀ ମନ୍ଦିରର ମେଘନାଦ ପାଚେରି ଠାରୁ ୭୫ ମିଟର ଭିତରେ ରହିଥିବା ମଠ ଓ ଘର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା ସେତେବେଳେ ଏହା ଐତିହ୍ୟର ସୁରକ୍ଷା ଦୃଷ୍ଟିରୁ ଅନାବଶ୍ୟକ ବୋଲି ଆମେ କହିଥିଲୁ। ମନ୍ଦିର ସହିତ ମଠ ଗୁଡିକର ନିବିଡ ସମ୍ପର୍କ ରହିଥିବାରୁ ମଠ ଭାଙ୍ଗିବା ଏକ ଅନାବଶ୍ୟକ ପଦକ୍ଷେପ ବୋଲି ଆମେ ଆଜି ମଧ୍ୟ ମତ ରଖୁଛୁ। ହେଲେ ମଠ ଗୁଡିକ ବ୍ୟବସାୟିକ ପ୍ରତିଷ୍ଠାନ ରୂପେ ବ୍ୟବସାୟ କରିବା କଥାକୁ ଆମେ ସମର୍ଥନ କରୁନାହୁଁ। ପୁରୀ ସିଂହଦ୍ଵାରକୁ ଲାଗି ରହିଥିବା ରାମାନୁଜ ସଂପ୍ରଦାୟର ପ୍ରସିଦ୍ଧ ଏମାର ମଠ ଭାଙ୍ଗିବା ପ୍ରକ୍ରିୟା ଅତ୍ୟନ୍ତ ଦୁଃଖଦାୟକ ଥିଲା। ଏହି ମଠ ସହିତ ଓଡିଶା ଇତିହାସର ବହୁ ଅମ୍ଳାନ ସ୍ମୃତି ଜଡିତ ରହିଥିଲା। ମଠ ଭାଙ୍ଗିବା ସହିତ ସେ ସ୍ମୃତି ମଧ୍ୟ ବିଲୟ ହୋଇଗଲା। ଏପରିକି ଓଡିଶାର ସର୍ବ ପ୍ରାଚୀନ ଲାଇବ୍ରେରୀ ରଘୁନନ୍ଦନ ପାଠାଗାର ମଧ୍ୟ ମାଟିରେ ମିଶିଗଲା।…

Read More

ଓଡିଶା ପୋଲିସ୍‌ର ଏନ୍‌କାଉଣ୍ଟରରେ ଦୁଇ ଜଣ ଅପରାଧୀ ଆହତ ହୋଇଛନ୍ତି । ଖୋର୍ଦ୍ଧା ଟାଉନ ପୋଲିସର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଆପରାଧୀ ଜାମସେଦ ଆହତ ହୋଇଥିବା ବେଳେ ଭୁବନେଶ୍ୱରରେ ମଧ୍ୟ କଳିଙ୍ଗନଗରରେ କମିଶନରେଟ୍ ପୋଲିସର ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁଶାନ୍ତ ମାଝୀର ଗୋଡରେ ଗୁଳି ବାଜିଛି । ସୂଚନାନୁଯାୟୀ ଖୋର୍ଦ୍ଧା ଟାଉନ ପୋଲିସର ଚଢାଉ ସମୟରେ ଜାମସେଦ ପ୍ରଥମେ ପୋଲିସ ଉପରକୁ ବୋମା ମାଡ କରିଥିଲା । ଏଥିରେ ୪ଜଣ ପୋଲିସ କର୍ମୀ ଆହତ ହୋଇଥିଲା । ପରେ ପୋଲିସର ପାଲଟା ଆକ୍ରମଣରେ ତାର ଗୋଡରେ ଗୁଳି ବାଜିଥିଲା । ତାକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଛି । ଆଉ ଏକ ଘଟଣାକ୍ରମେ, କମିଶନରେଟ୍ ପୋଲିସ କଳିଙ୍ଗନଗର ଅଞ୍ଚଳରେ ଏନକାଉଣ୍ଟର କରିଛି । ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ମାଝୀ ଓରଫ ବେଲିଆ ଆହତ ହୋଇଛି । ସୁଶାନ୍ତର ବାମ ଗୋଡରେ ଗୁଳି ବାଜିଛି ।

Read More

ଲିଭ ଇନ ରିଲେସନସିପ ଉପରେ ତୁରନ୍ତ ରୋକ ଲଗାଇବାକୁ ରାଜ୍ୟ ସରକାରଙ୍କୁ ରାଜସ୍ଥାନ ମାନବାଧିକାର ଆୟୋଗ ଆଦେଶ ଦେବା ସହ ଏହାକୁ ରୋକିବା ଲାଗି ସରକାରଙ୍କୁ ଉପାୟ ଚିନ୍ତା କରିବାକୁ କହିଛନ୍ତି।  ବୁଧବାର ରାଜସ୍ଥାନ ରାଜ୍ୟ ମାନବାଧିକାର ଆୟୋଗ ରାଜ୍ୟରେ ବଢୁଥିବା ଲିଭ ଇନ ରିଲେସନସିପ ମାମଲା ଏବଂ ମହିଳାମାନଙ୍କୁ ସମ୍ମାନର ସହ ଜିଇଁବାର ଅଧିକାର ସୁନିଶ୍ଚିତ କରିବା ଲାଗି ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।   ମାନବାଧିକାର ଆୟୋଗ ର ଅଧ୍ୟକ୍ଷ ଜଷ୍ଟିସ ପ୍ରକାଶ ତାଟିଆ ଏବଂ ଜଷ୍ଟିସ ମହେଶ ଚନ୍ଦ୍ର ଶର୍ମା ଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ରାଜ୍ୟର ମୁଖ୍ୟ ସଚିବ ଏବଂ ଗୃହ ବିଭାଗର ଅତିରିକ୍ତ ଶାସନ ସଚିବଙ୍କୁ ଏକ ଚିଠି ଲେଖି ଏନେଇ ଏକ ଆଇନ ଆଣିବାକୁ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ  ଲିଭ ଇନ ରିଲେସନସିପକୁ ନେଇ କେତେକ ମାମଲା ଆସିବା ପରେ କିଛି ମାସ ପୂର୍ବରୁ ଲିଭ ଇନ ରିଲେସନସିପ ରେ ରହୁଥିବା…

Read More

ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା କର୍ନାଟକର କଂଗ୍ରେସ ନେତା ତଥା ସଙ୍କଟମୋଚକ ଡିକେ ଶିବକୁମାରଙ୍କ ଜାମିନ ଆବେଦନକୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଖାରଜ କରି ଦେଇଛନ୍ତି। ଏହାପରେ କୋର୍ଟ ତାଙ୍କୁ ୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ରିମାଣ୍ଡରେ ପଠାଇ ଦେଇଛନ୍ତି। ସୂଚନାଯୋଗ୍ୟ, ଇଡି ଶିବକୁମାରଙ୍କ ପାଇଁ ୧୪ ଦିନର ରିମାଣ୍ଡ ମାଗିଥିଲେ। ଡି.କେ ଶିବକୁମାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଶେଷ ମନୁ ସିଙ୍ଘଭୀ ବେଲ ପାଇଁ ଆବେଦନ କରିଥିଲେ ଯାହାକୁ କୋର୍ଟ ଖାରଜ କରିଥିଲେ । ପ୍ରଥମେ କୋର୍ଟ ଶୁଣାଣି ସ୍ଥଗିତ ରଖିଥିବା ବେଳେ ପରେ ତାଙ୍କୁ ୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ଇଡି ରିମାଣ୍ଡକୁ ପଠାଇ ଦେଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି ମୋଦି  ଶିବକୁମାର ଙ୍କ ଗିରଫଦାରୀକୁ ନେଇ ସରକାରଙ୍କ ଉପରରେ ଅଭିଯୋଗ ଲଗାଇ କହିଛନ୍ତି ଯେ, ସେ ବିରୋଧୀ ନେତାଙ୍କୁ ଟାର୍ଗେଟ କରିବା ପାଇଁ ସରକାର ସାମ୍ବିଧାନିକ ସଂସ୍ଥା ଗୁଡିକୁ ବ୍ୟବହାର କରୁଛନ୍ତି । …

Read More

ପଞ୍ଜାବର ଗୁରୁଦାସପୁର ବାଟାଲାରେ ଏକ ବାଣ କାରଖାନାରେ ନିଆଁ ଲାଗି ଏକ ବଡ ଧରଣର ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧା ୨୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୫ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଘଟଣାରେ ଦୁଃଖ ପ୍ରକାଶ କରି ପୀଡିତଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା, ଗୁରୁତର ଆହତମାନଙ୍କୁ ୫୦ ହଜାର ଟଙ୍କା ଏବଂ ଆହତ ମାନଙ୍କୁ ୨୫ହଜାର ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଏହା ସହ ଏହି ଘଟଣାର ମାଜିଷ୍ଟ୍ରେଟ ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି।  ମିଳିଥିବା ସୂଚନା ଅନୁସାରେ ଏହି ଦୁର୍ଘଟଣାରେ କାରଖାନା ମାଲିକଙ୍କ ପରିବାରର ୬ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ନିଆଁକୁ ଆୟତ କରିବା ପାଇଁ ଘଟଣାସ୍ଥଳରେ ୧୦ରୁ ଅଧିକ ଦମକଳ ଗାଡି ମୁତୟନ…

Read More

ବନ୍ଧୁକ ଦେଖାଇ ଦ୍ବିନଦିପ୍ରହରରେ ବ୍ୟାଙ୍କ ଲୁଟିଛନ୍ତି ଦୁର୍ବୃତ୍ତ । ଝାରସୁଗୁଡା ବେଲପାହାଡ ଗୁମାଡେରା ସ୍ଥିତ ଆକ୍ସିସ୍ ବ୍ୟାଙ୍କରୁ ସଶସ୍ତ୍ର ଲୁଟ ହୋଇଥିବା ସୂଚନା ମିଳିଛି । ଦୁର୍ବୃତ୍ତମାନେ ୧୪ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ୪ଜଣ ଦୁର୍ବୃତ୍ତ ଆଜି ମୁଖା ପିନ୍ଧି ହଠାତ୍ ଆକ୍ସିସ୍ ବ୍ୟାଙ୍କ ଭିତରକୁ ପଶି ଆସିଥିଲେ । ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ ୧୪ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ତେବେ ଏଯାଏଁ ଲୁଟେରାମାନଙ୍କ ପରିଚୟ ମିଳିପାରି ନାହିଁ । ଘଟଣାସ୍ଥଳରେ ବେଲପାହାଡ ପୋଲିସ ସହ ଏସପି ପହଁଚି ଛାନଭିନ୍ କରୁଛି ।

Read More

ପଞ୍ଜାବରେ ଏକ ବଡ଼ଧରଣର ଅଘଟଣ ଘଟିଯାଇଛି । ପଞ୍ଜାବର ଗୁରୁଦାସପୁରର ବଟାଲାରେ ବୁଧବାର ଦିନ ମଧ୍ୟାହ୍ନରେ ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଛି । ଏହି ଦୁର୍ଘଟଣାରେ ପିଲାଙ୍କ ସହ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ବିସ୍ଫୋରଣରେ ୧୦ରୁ ଉର୍ଦ୍ଧ୍ବ ଆହତ ହୋଇଥିବାର ସୂଚନା ମିଳିଛି । ଆହାତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି।  ପୁଲିସ ଏବଂ ସ୍ଥାନୀୟ ପ୍ରଶାସନର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ମିଳିଥିବା ସୂଚନା ଅନୁସାରେ ବାଣ କାରଖାନାରେ ୫୦ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଥିଲେ । ବିସ୍ଫୋରଣରେ କାରଖାନା ପାଖରେ ଥିବା ଘରଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

Read More

ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ଆଜି ଅବକାଶ ନୀତି ଆରମ୍ଭ ହୋଇଛି,  ଦେଢଦିନ ପରେ ମହାପ୍ରଭୁ ଲିଙ୍ଗରାଜ ଦାନ୍ତ ଘଷିଛନ୍ତି । ଏନେଇ ବ୍ରାହ୍ମଣ ନିଯୋଗ ସଭାପତି ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି। ଜବରଦଖଲରେ ଥିବା ପ୍ରଭୁ ଲିଙ୍ଗରାଜଙ୍କ ବହୁ ମୂଲ୍ୟବାନ ସମ୍ପତ୍ତି ଫେରାଇ ଆଣିବା ପାଇଁ ପୂଜାପଣ୍ଡାମାନେ ନୀତିକାନ୍ତି ବନ୍ଦ କରିଦେଇଥିଲେ । ତେବେ ଆଜି ଦେବୋତ୍ତର କମିଶନଙ୍କ ଲିଖିତ ପ୍ରତିଶୃତି ଦେବା ପରେ ନୀତିକାନ୍ତି ସ୍ୱାଭାବିକ ହୋଇଛି ।  ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗର ଅସହେଯାଗ ଯୋଗୁଁ ପ୍ରଭୁ ଲିଙ୍ଗରାଜଙ୍କର ନୀତିକାନ୍ତି ହୋଇ ପାରି ନଥିଲା । ଜବରଦଖଲରେ ଥିବା ଲିଙ୍ଗରାଜଙ୍କ ବହୁ ମୂଲ୍ୟବାନ ଜମିକୁ ଫେରାଇ ଆଣିବା ପାଇଁ ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବାରୁ ପୂଜାପଣ୍ଡାମାନେ ଏହାକୁ ବିରୋଧ ପ୍ରଦର୍ଶନ କରି କୌଣସୀ ନୀତିକାନ୍ତି କରି ନଥିଲେ । ଉଲ୍ଲେଖଯୋଗ୍ୟ, ଲିଙ୍ଗରାଜ ମହାପ୍ରଭୁଙ୍କୁ ନୂଆଗାଁ ଗଙ୍ଗୁଆ ନଦୀ କୂଳରେ ଥିବା ପ୍ରାୟ…

Read More

ବୁଧବାର ସିଙ୍ଗାପୁର ସ୍ଥିତ ମ୍ୟାଡାମ ତୁଷାଦରେ ବଲିଉଡ୍‌ ସୁପରଷ୍ଟାର ଶ୍ରୀଦେବୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ଶ୍ରୀଦେବୀଙ୍କ ବଲିଉଡ୍‌ ସୁପରହିଟ୍‌ ଫିଲ୍ମ ମିଷ୍ଟର ଇଣ୍ଡିଆର ଗୀତ ହଓ୍ବା ହଓ୍ବାଇର ଲୁକ୍‌ ଅନୁଯାୟୀ ଏହି ମହମ ମୂର୍ତ୍ତି ନିର୍ମାଣ କରାଯାଇଛି । ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମରେ ଶ୍ରୀଦେବୀଙ୍କ ସ୍ବାମୀ ବୋନି କପୁର ଏବଂ ଝିଅ ଜାହ୍ନବୀ କପୁର ଉପସ୍ଥିତ ଥିଲେ । ଏହି ପ୍ରତିମୂର୍ତ୍ତି ସମ୍ପର୍କରେ ମ୍ୟାଡାମ୍‌ ତୁଷାଦ୍‌ ସିଙ୍ଗାପୁର ପକ୍ଷରୁ ସୋସିଆଲ ମିଡିଆ ସାଇଟ ଟ୍ବିଟ୍ଟର ଜରିଆରେ ଘୋଷଣା କରାଯାଇଥିଲା । ଏହାପରେ ବୋନି କପୁର ଶ୍ରୀଦେବୀଙ୍କୁ ନେଇ ଏକ ଟ୍ବିଟ୍‌ କରିଥିଲେ । ଶ୍ରୀଦେବୀ କେବଳ ଆମ ହୃଦୟରେ ନୁହନ୍ତି ବରଂ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟରେ ରହିଛନ୍ତି ବୋଲି ବୋନି କପୁର ଟ୍ବିଟ୍‌ କରିଛନ୍ତି । ସେପ୍ଟେମ୍ବର 24, 2018ରେ ବାଥଟବ୍‌ରେ ବୁଡି ଶ୍ରୀଦେବୀ ପ୍ରାଣ ହରାଇଥିଲେ ।

Read More

ମୁମ୍ବାଇ ତଥା ଏହାର ଉପାନ୍ତ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ପାଣିପାଗ ବିଭାଗ ସହର ତଥା ସହରର ଅନ୍ୟାନ୍ୟ ଅଞ୍ଚଳକୁ ବୁଧବାର ଦିନ ’ରେଡ୍‌ ଆଲର୍ଟ’ ଜାରି କରିବା ସହିତ ଅଧିକାରୀଙ୍କୁ ଏପରି ସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭାରତୀୟ ପାଣିପାଗ ବିଭାଗ ତରଫରୁ ୨୪ ଘଣ୍ଟା ଭିତରେ ପାଖାପାଖି ୨୦୦ ମି.ମି. ବର୍ଷାର ହୋଇଥିବାର ରେକର୍ଡ କରାଯାଇଛି । ପାଣିପାଗ ବିଭାଗ ଜଣେ ଅଧିକାରୀଙ୍କ ମତରେ ମୁମ୍ବାଇର ପ୍ରାୟ ଅଞ୍ଚଳରେ ବ୍ୟାପକ ବର୍ଷା ହୋଇଛି । ମୁମ୍ବାଇ  ସହିତ ଥାଣେ ଓ ପାଲଘର ଜିଲ୍ଲାରେ ଆଗାମୀ ୨୪ ଘଣ୍ଟା ପାଇଁ ’ରେଡ ଆଲର୍ଟ’ ଜାରି କରାଯାଇଛି । ପାଖାପାଖି ୨୪ ଘଣ୍ଟା ପର୍ଯ୍ୟନ୍ତ ମୁମ୍ବାଇ ତଥା ଏହାର ଉପାନ୍ତ ଅଞ୍ଚଳରେ ମୂଷଳଧାରାରେ ବର୍ଷା ହେବାର ସମ୍ଭାବନା ରହିଛି । ପାଲଗର ଓ ଥାନେ ଜିଲ୍ଲାରେ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୨୦୪ ମିମି…

Read More