Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରତାପ ଷଡଙ୍ଗୀଙ୍କ ଷଣ୍ଢ ଅର୍ଥନୀତି ଓ ଅଢଙ୍ଗ ଇତିହାସ
ବିଶେଷ ଖବର

ପ୍ରତାପ ଷଡଙ୍ଗୀଙ୍କ ଷଣ୍ଢ ଅର୍ଥନୀତି ଓ ଅଢଙ୍ଗ ଇତିହାସ

September 13, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରତାପ ଷଡଙ୍ଗୀଙ୍କ ଷଣ୍ଢ ଅର୍ଥନୀତି ଓ ଅଢଙ୍ଗ ଇତିହାସ

କେଦାର ମିଶ୍ର

ବିଜେପି ମନ୍ତ୍ରୀ ଓ ନେତାମାନଙ୍କ ଜ୍ଞାନ ଓ ବିଜ୍ଞାନ କୁ ନେଇ ଆଜିକାଲି ରୋଚକ ଖବର ସବୁ ଦେଖିବାକୁ ମିଳୁଛି। ଗଲା ସପ୍ତାହରେ ମୋଦୀ ସରକାରର ଅନ୍ତତଃ ତିନିଜଣ ମନ୍ତ୍ରିଙ୍କ ଇତିହାସ, ବିଜ୍ଞାନ ଓ ଅର୍ଥନୀତି ସମ୍ପର୍କିତ ବକ୍ତବ୍ୟ ଶୁଣି ଆମେ ମୁଣ୍ଡରେ ହାତ ଦେଇ ବସିଛୁ। ପ୍ରଥମେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ କହିଲେ ଯେ, ଦେଶର ଅଟୋମୋବାଇଲ କ୍ଷେତ୍ରରେ ଅଭିବୃଦ୍ଧି ଘଟୁନାହିଁ, କାରଣ ନୂଆ ପ୍ରଜନ୍ମର ପିଲାମାନେ ଗାଡି କିଣିବା ଅପେକ୍ଷା ଓଲା ଓ ଉବରର ଗାଡିକୁ ଭଡାରେ ନେଉଛନ୍ତି। ଅପରପକ୍ଷରେ ଓଲା ଓ ଉବରର ବ୍ୟବସାୟ ଠିକ ଚାଲୁନି ବୋଲି କମ୍ପାନୀ କହୁଛି। ତେବେ ନିର୍ମଲା ସୀତାରମଣଙ୍କ ସପକ୍ଷରେ ଓଡିଶାର ଟୁଇଟର ନେତା, ବୈଜୟନ୍ତ ପଣ୍ଡା ଯୁକ୍ତି କରି ଲୋକଙ୍କଠାରୁ ବଢିଆ ଉତ୍ତର ପାଇଛନ୍ତି। ତାଙ୍କ ପରେ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି, “ଅର୍ଥନୀତିର ବିକାଶ କଥା ବୁଝିବାକୁ ହେଲେ ଗଣିତ ପାଲରେ ପଡନ୍ତୁ ନାହିଁ। ମନେରଖନ୍ତୁ, ଗଣିତ ନ ଜାଣି ଆଇନଷ୍ଟାଇନ ମାଧ୍ୟାକର୍ଷଣ ତତ୍ତ୍ଵ ର ଆବିଷ୍କାର କରିଥିଲେ।“ ଏକଥା ଯେ କହୁଛନ୍ତି, ସେ ଦେଶର ରେଳ ବିଭାଗ ମନ୍ତ୍ରୀ ଓ ଜଣାଶୁଣା ଚାଟାର୍ଡ ଏକାଉଣ୍ଟେଣ୍ଟ। ଆମେ ଜାଣିନୁ ଏକାଉଣ୍ଟେନ୍ସି ଲାଗି ସେ ଗଣିତ ପଢି ଥିଲେ କି ନାହିଁ। ତୃତୀୟ ଶ୍ରେଣୀର ବିଜ୍ଞାନ ବହି ପଢିଥିବା ପିଲା ବି କହିବ ମାଧ୍ୟାକର୍ଷଣ ନିୟମ ବା ଲ ଅଫ ଗ୍ରାଭିଟିର ଉଦ୍ଭାବକ ହେଉଛନ୍ତି ଆଇଜାକ ନିଉଟନ, ଆଇନଷ୍ଟାଇନ ନୁହନ୍ତି। ତେବେ ମନ୍ତ୍ରୀଙ୍କୁ ବୁଝାଇବ କିଏ? ଆଇନଷ୍ଟାଇନଙ୍କ ପ୍ରସିଦ୍ଧ ସୂତ୍ର  E=mc2 ଗଣିତ ର ଅଂଶ ବିଶେଷ କି ନୁହଁ ସେ କଥା ମୋଦୀ ସରକାରର ବରିଷ୍ଠ ମନ୍ତ୍ରୀମାନେ ଜାଣନ୍ତି ନାହିଁ ବୋଧହୁଏ!

ଏଣେ ଆମ ଓଡିଆ ବାବାଜୀ ପ୍ରତାପ ଷଡଙ୍ଗୀ ମଧ୍ୟ ଜ୍ଞାନ ଓ ବିଜ୍ଞାନରେ କମ ନୁହନ୍ତି। ପ୍ରତାପ ବାବୁ ସଂସ୍କୃତ ପଣ୍ଡିତ, ତେଣୁ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାଈ,ଛେଳି, କୁକୁଡା ଓ ବତକ ବିଭାଗର ମନ୍ତ୍ରୀ କରିଛନ୍ତି। ଗାଈ ବିଭାଗର ମନ୍ତ୍ରୀ ଭାବରେ ଦେଶର ଷଣ୍ଢମାନଙ୍କ ଦାୟିତ୍ଵ ମଧ୍ୟ ପ୍ରତାପ ବାବୁଙ୍କର। ନିଜର ଗବେଷଣାଲବ୍ଧ ଜ୍ଞାନରୁ ପ୍ରତାପ ବାବୁ କହିଛନ୍ତି ଯେ, ବ୍ରାଜିଲରେ ଗୋଟିଏ ଗୋଟିଏ ଷଣ୍ଢର ମୂଲ୍ୟ ପାଞ୍ଚ କୋଟି ଟଙ୍କା। ଏହି ତଥ୍ୟ ଅନୁଯାୟୀ ଭାରତ ଯଦି ଲକ୍ଷେ ଉନ୍ନତ ଷଣ୍ଢ ବଢାଇ ପାରିବ ତାହେଲେ ଆମକୁ ବିନା ପରିଶ୍ରମରେ ୫ ଲକ୍ଷ କୋଟି ଟଙ୍କା ମିଳିଯିବ। ତେଣୁ ଷଣ୍ଢ ପାଳନ ଠୁ ବଳି ବଡ ଶିଳ୍ପ ବା ବ୍ୟବସାୟ ଆଉ କଣ ଅଛି? ନରେନ୍ଦ୍ର ମୋଦୀ ଏବେ ପ୍ରତାପ ଷଡଙ୍ଗୀଙ୍କୁ କେବଳ ଷଣ୍ଢ ବିଭାଗର ମନ୍ତ୍ରୀ କରନ୍ତୁ ବୋଲି ଆମେ ଦାବି କରୁଛୁ!

ତେବେ ପ୍ରତାପ ବାବୁ କିଛି ଭୁଲ କହିନାହାନ୍ତି। ଏମିତି କିଛି ଷଣ୍ଢ ସତରେ ଅଛନ୍ତି, ଯାହାଙ୍କର ମୂଲ୍ୟ ୫ ରୁ ୭ କୋଟି ହୋଇପାରେ। ହରିୟାନାରେ ଯୁବରାଜ ବୋଲି ଏକ ଷଣ୍ଢର ମୂଲ୍ୟ ସାତ କୋଟି ଟଙ୍କା ବୋଲି ଆମେ ଶୁଣିଛୁ। ଏ ପ୍ରକାର ବିରଳ ଷଣ୍ଢଙ୍କ ସିମେନ ବିକ୍ରି କରି ଲକ୍ଷାଧିକ ଟଙ୍କା ରୋଜଗାର ହୋଇଥାଏ। ତେବେ ଏ ପ୍ରକାର ଷଣ୍ଢ ଅନେକ କୋଟିରେ ଗୋଟିଏ ମାତ୍ର ଓ ଏମାନଙ୍କୁ ପାଳିବା ଲାଗି ମାସକ ଅତି କମରେ ପଚାଶ ହଜାର ଟଙ୍କା ଦରକାର ପଡିବ। ପ୍ରତାପ ବାବୁ ସେ ଅନୁସାରେ ନିଜର ଷଣ୍ଢ ଅର୍ଥନୀତି ବୁଝିବା ଦରକାର।

ଷଣ୍ଢ ଅର୍ଥନୀତି କଥା କହିବା ବ୍ୟତୀତ ଭାରତର ଇତିହାସ ସଂପୂର୍ଣ୍ଣ ଭୁଲ ବୋଲି ପ୍ରତାପ ବାବୁ କହିଛନ୍ତି। ତା ମାନେ, ପୂରା ଭାରତର ଇତିହାସ ଏବେ ପ୍ରତାପ ଷଡଙ୍ଗୀ ଲେଖିବେ  ବା ବଦଳାଇବେ! ଶିଖ ଧର୍ମ ଅଲଗା ଏକ ଧର୍ମ ନୁହେଁ, ଏହା ହିନ୍ଦୁ ଧର୍ମର ଏକ ଅଙ୍ଗ ବୋଲି ପ୍ରତାପ ବାବୁ କହିଛନ୍ତି। ଏ ଇତିହାସ ଯଦି ଭୁଲ, ପ୍ରଥମେ ମୋଦୀ ସରକାର ଶିଖା ଧର୍ମକୁ ଅଲଗା ଏକ ଧର୍ମ ଭାବେ ମିଳିଥିବା ସ୍ଵୀକୃତି ପ୍ରତ୍ୟାହାର କରନ୍ତୁ। ଇତିହାସ ତ ବାରମ୍ବାର ଲେଖା ହେଉଥାଏ। ହେଲେ ସରକାର ଚାହିଁଲେ ଶିଖ ଧର୍ମର ସ୍ଵୀକୃତି ତୁରନ୍ତ ପ୍ରତ୍ୟାହାର କରିପାରିବେ। ପ୍ରତାପ ଷଡଙ୍ଗୀ ସେକଥା କରି ପାରିବେ କି?

ସଂପୂର୍ଣ୍ଣ ଇତିହାସ ଭୁଲ ମାନେ କେଉଁ ଇତିହାସ? ପୃଥିବୀର କୌଣସି ସଭ୍ୟତାରେ ମୂଳ ଅଧିବାସୀ ବୋଲି କ୍ଵଚିତ ଲୋକ ଥାନ୍ତି। ସଭ୍ୟତା ଓ ସଂସ୍କୃତି ପରିବ୍ରାଜକ ମଣିଷ ସହିତ ବିକଶିତ ହୋଇଥାଏ। ପୁରାଣ ପଢାଇ ଆମକୁ ଇତିହାସ ବିଷୟରେ ଜ୍ଞାନ ଦେବା ରାଜନେତାମାନଙ୍କ ଦାୟିତ୍ଵ ନୁହେଁ। ସରକାର ଇତିହାସ ଲେଖନ୍ତି ନାହିଁ, ଇତିହାସ ଏକ ବୈଜ୍ଞାନିକ ଚିନ୍ତନ। ଏହା ପ୍ରତାପ ଷଡଙ୍ଗୀଙ୍କ କଳ୍ପନା ନୁହେଁ। ମହାଭାରତର ଉଦାହରଣ ଦେଇ ସେ ଜାତିବାଦକୁ ଆମ ଇତିହାସର ମୂଳ ବୋଲି କହିବାକୁ ଚେଷ୍ଟା କରିଛନ୍ତି। ତାହା ଅତ୍ୟନ୍ତ ବିପଜ୍ଜନକ। ଭାରତର ଇତିହାସ କେବଳ ବିଦେଶୀମାନେ ଲେଖିଥିଲେ ବୋଲି କହିବା, ତାଙ୍କର ଇତିହାସ ନିରକ୍ଷରତାକୁ ପ୍ରମାଣିତ କରୁଛି। ଉପନିବେଶବାଦୀ ଇତିହାସ ବା କଲୋନିଆଲ ହିଷ୍ଟ୍ରି ପରେ ଜାତୀୟତାବାଦୀ, ପ୍ରଗତିବାଦୀ, ପୋଷ୍ଟ କଲୋନୀଆଲ, ସବ ଅଲ୍ଟର୍ଣ୍ଣ ଓ ଓରିଏଣ୍ଟାଲ ଇତିହାସର ବହୁ ଧାରା ଆସିଛି ଓ ଯାଇଛି। ସେ ବିଷୟରେ ପ୍ରତାପ ବାବୁ ଜାଣିବାର ସୁଯୋଗ ଅବଶ୍ୟ ପାଇନଥିବେ। ନାଥୁରାମ ଗଡସେ ଓ ଦାରା ସିଂ ଭଳି  ହତ୍ୟାକାରୀଙ୍କୁ ଦେଶପ୍ରେମୀ ପ୍ରମାଣିତ କରିବାରେ ପ୍ରତାପ ଷଡଙ୍ଗୀ ବହୁ ଶ୍ରମ ସ୍ଵୀକାର କରିଛନ୍ତି! ତେଣୁ ସେ ସେଇମାନଙ୍କ ଇତିହାସ ଉପରେ ବେଶୀ ସମୟ ଦେଲେ ଭଲ ହେବ!!

Share. Facebook Twitter LinkedIn Email WhatsApp Copy Link

Related Posts

VB-G RAM G Act: ଭିବି-ଜି ରାମ ଜି ଯୋଜନାର ଶୁଭାରମ୍ଭ କଲେ ଶ୍ରୀ ଶିବରାଜ ସିଂହ ଚୌହନ

July 2, 2026

Odisha IHC MoU: ମେଗା ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଆରବ କଂପାନୀ ସହ ବୁଝାମଣା କଲା ଓଡିଶା

July 2, 2026

କିଏ ସେହି ଲାଲଜୀ ଦେଶାଇ, ଯିଏ ଓଡିଶା ପ୍ରଦେଶ କଂଗ୍ରେସର ହେଲେ ନୂଆ ପ୍ରଭାରୀ

July 2, 2026

‘ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧି’: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାର ନୂଆ ଅଧ୍ୟାୟ

July 2, 2026
Latest News

ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ସରକାରଙ୍କ କଡ଼ା ଆକ୍ସନ୍

July 3, 2026

ଏ ମାସ ଶେଷ ସୁଦ୍ଧା ବୋର୍ଡ, ନିଗମ ଘୋଷଣା

July 3, 2026

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି

July 2, 2026

ବଳରାମ ଦାସଙ୍କ ସମାଧି ପୀଠରେ ନିର୍ମାଣ ହେବ ଲକ୍ଷ୍ମୀ ପୁରାଣ କରିଡର

July 2, 2026

ପାଠ୍ୟପୁସ୍ତକ ତ୍ରୁଟି : ମତ ଲୋଡିଲେ ଶିକ୍ଷା ବିଭାଗ

July 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.