ଆଜି ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଯାଉଛି ଚନ୍ଦ୍ରଯାନ-2 । ଭାରତର ଏହି ବହୁ ପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ଶନିବାର ରାତି 1.55 ମିନିଟ୍ ସମୟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଭାରତର ଏହି ଐତିହାସିକ ମୂହୁର୍ତ୍ତର ସିଧା ପ୍ରସାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ସ୍କୁଲ ଛାତ୍ରଛାତ୍ରୀଙ୍କ ସହିତ ଦେଖିବେ । ଚନ୍ଦ୍ର ପୃଷ୍ଠରେ ପହଞ୍ଚିବା ପରେ ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ଅଲଗା ହୋଇଯିବେ । ଏହି ଲ୍ୟାଣ୍ଡର ଏବଂ ରୋଭରର ଜୀବନ ଚକ୍ର 14 ଦିନ ଲେଖାଏଁ ରହିବ । ପୂର୍ବରୁ ସମସ୍ତ ରାଷ୍ଟ୍ର ଚନ୍ଦ୍ରର ଉତ୍ତର ମେରୁରେ ଅବତରଣ କରୁଥିବା ବେଳେ ପ୍ରଥମ ରାଷ୍ଟ୍ର ଭାବରେ ଭାରତ ଦକ୍ଷିଣ ମେରୁରେ ପାଦ ରଖିବାକୁ ଯାଉଛି । ଏହି ମିଶନରେ ଭାରତ ଚନ୍ଦ୍ରରେ ଜଳର ଉପସ୍ଥିତି ଏବଂ ଜୀବନ ସତ୍ତାର ସମ୍ଭବତା ଉପରେ ପରୀକ୍ଷଣ କରିବ । ଏହି ଯାନଟି ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ…
Author: Samikhsya Bureau
ଅଯୋଧ୍ୟା ମାମଲାର ବିଚାର ଚାଲିଥିବା ବେଳେ ଏହାର ସିଧା ପ୍ରସାରଣ ପାଇଁ ଆଜି ସୁପ୍ରିମ୍କୋର୍ଟରେ ଆବେଦନ କରାଯାଇଥିଲା । ଏହି ଯାଚିକାର ବିଚାର କରି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଏହି ଆବେଦନକୁ ଖଣ୍ଡନ କରିଛନ୍ତି । ଆରଏସ୍ଏସ୍ ସଦସ୍ୟ କେ ଏନ୍ ଗୋବିନ୍ଦାଚାର୍ଯ୍ୟ ଏହି ମାମଲାର ସିଧା ପ୍ରସାରଣ ଏବଂ ରେକର୍ଡିଂ ପାଇଁ ଆବେଦନ କରାଯାଇଥିବା ବେଳେ ଏହାକୁ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଖାରଜ କରି ଦେଇଥିଲେ । ଏହି ମାମଲାକୁ ପ୍ରଥମେ ମୁଖ୍ୟ ବିଚାରପତିଙ୍କ ନିକଟରେ ଲିଷ୍ଟିଂ କରାଯିବା ଉଚିତ୍ ବୋଲି ନିଷ୍ପତ୍ତି ନିଆଯାଇଛି । ଏହା ସହିତ ମାମଲାର ଶୁଣାଣି ପାଇଁ ଜଷ୍ଟିସ୍ ସିଏଫ୍ ନରିମାନ ଏବଂ ସୂର୍ଯ୍ୟ କାନ୍ତଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ବରିଷ୍ଠ ଓକିଲ ବିକାଶ ସିଂ ଏହି ଗୋବିନ୍ଦାଚାର୍ଯ୍ୟଙ୍କ ପକ୍ଷରୁ ମାମଲା ପରିଚାଳନା କରୁଛନ୍ତି ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ଭାବରେ ଲାଗୁ କରାଯାଇଥିବା ମୋଟର ଯାନ ଆଇନ ଫଳରେ ସାଧାରଣ ଲୋକଙ୍କୁ ଅଧିକ ଜରିମାନା ପ୍ରଦାନ କରିବାକୁ ପଡୁଛି। ଫଳରେ ଆଜି ରାଜ୍ୟ ସରକାର ଏହି ନିୟମରେ ଆଂଶିକ ରିହାତି ପ୍ରଦାନ କରିଛନ୍ତି। ରାଜ୍ୟ ପରିବହନ ସଚିବ ଜି ଶ୍ରୀନିବାସ ଏହି ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି। ଏହା ସହିତ ଏକାଧିକ ମାମଲା ବଦଳରେ ଯେ କୌଣସି ଗୋଟିଏ ମାମଲାରେ ଜରିମାନା ଆଦାୟ କରାଯିବ ବୋଲି ସଚିବ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ପ୍ରଦୂଷଣ ସାର୍ଟିଫିକେଟ୍କୁ ନେଇ ଏକ ମାସ ରିହାତି ପ୍ରଦାନ କରାଯାଇଛି। ସମୁଦାୟ ୨୧ଟି ସ୍ବୀକୃତିପ୍ରାପ୍ତ ପ୍ରଦୂଷଣ ସାର୍ଟିଫିକେଟ୍ ପ୍ରସ୍ତୁତକାରୀ କମ୍ପାନୀ ରହିଥିବା ବେଳେ ତନ୍ମଧ୍ୟରୁ ମାତ୍ର ୪ଟି ବର୍ତ୍ତମାନ କାର୍ଯ୍ୟକ୍ଷମ ରହିଛି। ଫଳସ୍ବରୂପ ସରକାର ସାଧାରଣ ଜନତାଙ୍କୁ ଏକ ମାସର ଅବଧି ପ୍ରଦାନ କରାଯିବାକୁ ନେଇ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ବେଆଇନ ଭାବରେ ଜରିମାନା ଆଦାୟ କରୁଥିବା ଅଧିକାରୀଙ୍କୁ ଦୁଇ…
ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ବିଜେଡିର ୧୧ଜଣ ନେତା ତଥା ସରକାରଙ୍କ ବିଭିନ୍ନ ବିଭାଗ ଓ ସଂସ୍ଥାର ଉପଦେଷ୍ଟାଙ୍କ ମଧ୍ୟରୁ ୬ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା, ଜଣଙ୍କୁ ମୁଖ୍ୟ ସଚିବ ପାହ୍ୟା ଓ ଅନ୍ୟ ୪ଜଣଙ୍କୁ ପ୍ରମୁଖ ସଚିବ ପାହ୍ୟାର ମିଳିଛି । ଏହି କ୍ରମରେ ସାମିଲ୍ ଅଛନ୍ତି ମିଶନ ଶକ୍ତି ଉପଦେଷ୍ଟା ତଥା ବିଜେଡି ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ର, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର ଦାସ, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଉପଦେଷ୍ଟା ମୁନ୍ନା ଖାଁ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଉପଦେଷ୍ଟା ଅନୁଭବ ପଟ୍ଟନାୟକ, କୃଷି ଓ କୃଷକ କଲ୍ୟାଣ ବିଭାଗ ଉପଦେଷ୍ଟା କୃତିବାସ ପାତ୍ର, ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡ ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡାଙ୍କୁ ‘ରାଷ୍ଟ୍ରମନ୍ତ୍ରୀ’ ପାହ୍ୟା ମିଳିଥିବାବେଳେ ସେହିପରି ସ୍ୱତନ୍ତ୍ର ବିକାଶ ପରିଷଦର ପରାମର୍ଶଦାତା ସୁଜିତ୍ କୁମାରଙ୍କୁ ‘ମୁଖ୍ୟ ସଚିବ’ ପାହ୍ୟା ମିଳିଛି । ସେହିପରି…
ଜିମ୍ବାଓ୍ବେର ପୂର୍ବତନ ରାଷ୍ଟ୍ରପତି ଏବଂ ଏକଛତ୍ରବାଦୀ ଶତକ ରବର୍ଟ ମୁଗାବେଙ୍କ ପରଲୋକ ହୋଇଛି। ସିଙ୍ଗାପୁରକୁ ଚିକିତ୍ସା ପାଇଁ ଯାଇଥିବା ସମୟରେ ୯୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଜିମ୍ବାଓ୍ବେର ବର୍ତ୍ତମାନର ରାଷ୍ଟ୍ରପତି ଏମରସନ୍ ମନନଗଗଓ୍ବା ଟ୍ବିଟ୍ କରି ଏହି ସୂଚନା ପ୍ରଦାନ କରିଛନ୍ତି। ୨୧ ଫେବୃୟାରୀ ୧୯୨୪ ରେ ଜିମ୍ବାଓ୍ବେର ରାଜଧାନୀ ହରାରେରେ ଜନ୍ମ ଗ୍ରହଣ କରିଥିଲେ ମୁଗାବେ। ୧୯୬୦ ରେ ରାଜନୀତିରେ ଯୋଗ ଦାନ ପରେ ୧୯୮୦ ରୁ ଜିମ୍ବାଓ୍ବେର ରାଷ୍ଟ୍ରପତି ପଦବୀରେ ରହିଥିଲେ। ବିଗତ କିଛି ବର୍ଷ ଧରି ଅସୁସ୍ଥ ରହିଥିବା ମୁଗାବେ ସର୍ବଦା ଚିକିତ୍ସା ପାଇଁ ସିଙ୍ଗାପୁର ଯାଉଥିଲେ। ଦୀର୍ଘ ୪ ଦଶନ୍ଧି ଧରି ଜିମ୍ବାଓ୍ବେର ରାଷ୍ଟ୍ରପତି ରହିଥିବା ମୁଗାବେ କ୍ଷମତା ଲୋଭରେ ଜିମ୍ବାଓ୍ବେର ଅର୍ଥନୀତିକୁ ଦୁର୍ବଳ କରି ଦେଇଥିଲେ। ନଭେମ୍ବର ୨୦୧୭ ରେ କ୍ଷମତାରୁ ଓହରିଥିଲେ ମୁଗାବେ।
ଆପ୍ ବିଧାୟିକା ଅଳକା ଲାମ୍ବା ଦଳ ଛାଡିବାର ନିଷ୍ପତ୍ତି ନେଇଛନ୍ତି । ଶୁକ୍ରବାର ଟ୍ବିଟ୍ଟର ଜରିଆରେ ଦଳ ଛାଡିବା ସମ୍ପର୍କରେ ଘୋଷଣା କରିଛନ୍ତି ଚାନ୍ଦିନୀଚୌକ୍ ବିଧାୟିକା ଲାମ୍ବା । ଏକ ଟ୍ବିଟ୍ ଜରିଆରେ ସମସ୍ତ ଦଳୀୟ କର୍ମକର୍ତ୍ତାଙ୍କ ଧନ୍ୟବାଦ ଜଣାଇଛନ୍ତି ଲାମ୍ବା । ବିଗତ 6 ବର୍ଷ ଧରି ଦଳ ସହିତ ଯାତ୍ରା ଏକ ଶିକ୍ଷଣୀୟ ଅନୁଭୂତି ରହିଛି । ରବିବାର ଦିନ ୟୁପିଏ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ ଅଳକା ଲାମ୍ବା । ଏହି ବୈଠକ ପରେ ନିଜର ଇସ୍ତଫା ପ୍ରଦାନ କରିଥିବାରୁ ଚଳିତ ବିଧାନସଭା ନିର୍ବାଚନ ପୂର୍ବରୁ ଅଳକା ଲାମ୍ବା କଂଗ୍ରେସ ଦଳରେ ଯୋଗ ଦେବାର ସମ୍ଭାବନା ରହିଛି । କିଛି ଦିନ ପୂର୍ବରୁ ଦଳୀୟ ବିଧାୟକଙ୍କ ସହିତ ଲାମ୍ବାଙ୍କର ଝଗଡା ହୋଇଥିଲା । ଏହି ଝଗଡା ପରେ ଦଳ ଛାଡିବା ପାଇଁ ନିଷ୍ପତ୍ତି ନେଇଥିଲେ ଲାମ୍ବା ।
ପୂର୍ବତନ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ଙ୍କ ଦ୍ବିଶତକ ସହାୟତାରେ ଚତୁର୍ଥ ଆସେସ୍ ଟେଷ୍ଟରେ ଦୃଢ ସ୍ଥିତିରେ ପହଞ୍ଚିଛି ଅଷ୍ଟ୍ରେଲିଆ। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୪୯୭/୮ରେ ପାଳି ଘୋଷଣା କରିଥିବା ବେଳେ ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୨୩ ରନ୍ରେ ଗୋଟିଏ ଓ୍ବିକେଟ୍ ହରାଇଛି। ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟିଭେନ୍ ସ୍ମିଥ୍ (୨୧୧) ରନ୍ ସଂଗ୍ରହ କରିଥିବା ବେଳେ ଟିମ୍ ପେନ୍(୫୮), ମାର୍ନସ୍ ଲାବୁଶ୍ଚାଞ୍ଜେ(୬୭) ରନ୍ ଏବଂ ମିଚେଲ ଷ୍ଟାର୍କ(୫୪*) ସଂଗ୍ରହ କରିଥିଲେ। ଇଂଲଣ୍ଡ ପକ୍ଷରୁ ବ୍ରୋଡ୍ ୯୭ ରନ୍ରେ ୩ ଟି ଓ୍ବିକେଟ୍ ଅକ୍ତିଆର କରିଥିବା ବେଳେ ଜ୍ୟାକ୍ ଲିଚ୍ ଏବଂ କ୍ରେଗ୍ ଓଭରଟନ୍ ୨ ଟି ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଥିଲେ। ଜୋ ରୁଟ୍ ସ୍ମିଥ୍ଙ୍କ ଓ୍ବିକେଟ୍ ଅକ୍ତିଆର କରିଥିଲେ। ଗତକାଲିର ଖେଳ ୧୭୦/୪ ରୁ ଆରମ୍ଭ କରି ୧୮୩ ରନ୍ରେ ଟ୍ରାଭିସ୍ ହେଡ୍(୨୩)ଙ୍କୁ ହରାଇଥିଲା। ଏହା ପରେ ମାଥ୍ୟୁ ଓ୍ବାଡେ(୧୬) ଙ୍କ ସହିତ ସ୍ମିଥ୍ ୪୧ ରନ୍ ଯୋଡିଥିଲେ।…
ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ପ୍ରତିବାଦରେ ଆଜି ଗଜପତି ମହାରାଜାଙ୍କ ନେତୃତ୍ବରେ ଏକ ବୈଠକ ବସିବ । ଏହି ବୈଠକ ଦିନ 11ଟାରେ ବସିବ ବୋଲି ଜଣାପଡିଛି । ଏହି ବୈଠକରେ ଆମିକସ୍ କ୍ୟୁରୀ ରଣଜିତ କୁମାର ଏବଂ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ଯୋଗ ଦେବେ ବୋଲି ଜଣାପଡିଛି । ସୁପ୍ରିମକୋର୍ଟଙ୍କ ନିର୍ଦେଶ କ୍ରମେ ମାମଲାର ଆମିକସ କ୍ୟୁରୀ ରଣଜିତ କୁମାର ଶୁକ୍ରବାର ଦିନ ଦୁଇ ଦିନିଆ ଗସ୍ତରେ ଅଛନ୍ତି । ଶନିବାର ଦିନ ଶ୍ରୀମନ୍ଦିର ଓ ମେଘନାଦ ପାଚେରୀ ଚତୁଃର୍ପାର୍ଶ୍ବ ପରିଦର୍ଶନ କରିବା ସହ ଶ୍ରୀମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ, ସେବାୟତ ନିଯୋଗ ଏବଂ ଅନ୍ୟାନ୍ୟ ପକ୍ଷଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
ବାହାମାସ୍ରେ ତାଣ୍ଡବ ମଚାଇଛି ହରିକେନ୍ ଡୋରିଆନ୍। ଏହି ପ୍ରଳୟଙ୍କାରୀ ହରିକେନ୍ରେ ମୃତ୍ୟୁ ସଂଖ୍ୟା ୩୦ ଛୁଇଁଛି। ଗୁରୁବାର ବିଳମ୍ବିତ ରାତିରେ ବାହାମାସ୍ ପ୍ରଧାନମନ୍ତ୍ରୀ ହ୍ୟୁବର୍ଟ ମିନ୍ନିସ୍ ଏହି ସୂଚନା ଦେଇଛନ୍ତି। ସେହିପରି ଅନେକ ଅଞ୍ଚଳରେ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ ହୋଇନଥିବା କାରଣରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୮୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ନେଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ହରିକେନ୍ଟି ଏହି ଦ୍ବୀପ ରାଷ୍ଟ୍ରକୁ ବିଶେଷ ଭାବେ କ୍ଷତିଗ୍ରସ୍ତ କରିଛି। ଏହି ଝଡରେ ସମୁଦାୟ ୧୩ ହଜାର ଘର ଭାଙ୍ଗି ଯାଇଥିବା ବେଳେ ଆବାକୋସ୍ ଏବଂ ଗ୍ରାଣ୍ଡ ବାହାମାର ୪୫ ପ୍ରତିଶତ ଅଞ୍ଚଳ କ୍ଷତିଗ୍ରସ୍ତ କରିଛି।
ଆମେରିକୀୟ ଟେନିଗସ୍ ଖେଳାଳି ସେରେନା ଓ୍ବିଲିୟମ୍ସ ୟୁଏସ୍ ଓପନ୍ କଫାଇନାଲ୍ରେ ପ୍ରବେଶ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ସହିତ ସେରେନା ନିଜ କ୍ୟାରିୟରର ୨୪ ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ ଲକ୍ଷ୍ୟରେ ରହିଛନ୍ତି। ବିଶ୍ବ ମାନ୍ୟତାର ୫ ନମ୍ବର ସ୍ଥାନରେ ରହିଥିବା ୟୁକ୍ରେନ୍ର ଏଲିନା ସ୍ବିତୋଲିନାଙ୍କୁ ପରାସ୍ତ କରି ୟୁଏସ୍ ଓପନ୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଆର୍ଥର ଆଶେ ଷ୍ଟାଡିୟମ୍ରେ ଅନୁଷ୍ଠିତ ସେମି ଫାଇନାଲ୍ରେ ସେରେନା ୬-୩, ୬-୧ ସେଟ୍ରେ ଏଲିନାଙ୍କୁ ପରାସ୍ତ କରିଛନ୍ତି। ସେରେନା ନିଜ କ୍ୟାରିୟରର ସାୟାହ୍ନରେ ପହଞ୍ଚିଥିଲେ ମଧ୍ୟ ବିଗତ 6 ମାସ ମଧ୍ୟରେ ଏହା ତାଙ୍କର ଚତୁର୍ଥ ଗ୍ରାଣ୍ଡସ୍ଲାମ ଫାଇନାଲ୍। ଏହି ବିଜୟ ସହିତ ସେରେନା ୟୁଏସ୍ ଓପନ୍ରେ ନିଜର ୧୦୧ ତମ ବିଜୟ ହାସଲ କରି କ୍ରିସ୍ ଏଭର୍ଟଙ୍କୁ ଅତିକ୍ରମ କରିଛନ୍ତି।
ବ୍ରହ୍ମଗିରିରେ ଏକ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ବ୍ରହ୍ମଗିରିର ରେବଣା ନୂଆଗାଁ ଡାକ୍ତରଖାନାରେ ଶିଶୁଟିର ମୃତ୍ୟୁ ଘଟିଛି । ଅଢେଇ ମାସର ଶିଶୁର ମୃତ୍ୟୁ ଘଟିବା ପରେ ପରିବାର ଲୋକ ଶିଶୁର ମୃତଦେହକୁ ଧରି ଡାକ୍ତରଖାନା ପରିସରରେ ଧାରଣାରେ ବସିଛନ୍ତି । ବୁଧବାର ଦିନ ପୋଲିଓ ଟୀକା ନେବା ପରେ ଶିଶୁଟି ଅସୁସ୍ଥ ହୋଇ ପଡିଥିଲା । ଟୀକାକରଣ କାରଣରୁ ମୃତ୍ୟୁ ହୋଇଥିବା ଦର୍ଶାଇ ପରିବାର ଲୋକ ଧାରଣାରେ ବସିଛନ୍ତି ।
ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମାନଙ୍କର ବିକାଶ ପାଇଁ ପ୍ରସ୍ତୁତ ଯୋଜନା ଜମ୍ମୁ କାଶ୍ମୀରରେ ଲାଗୁ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂ ପ୍ରକାଶ କରିଛନ୍ତି । ମନ୍ତ୍ରାଳୟର ବିଭିନ୍ନ କର୍ମଚାରୀ ଗୁରୁବାର ଦିନ ଜମ୍ମୁ ଏବଂ କାଶ୍ମୀରର ବିଭିନ୍ନ ଅଞ୍ଚଳ ଭ୍ରମଣ କରିଛନ୍ତି । ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରାଳୟ (ଡୋନର)ର ବିଭାଗୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂ ଗୁରୁବାର ମତ ଦେଇ କହିଛନ୍ତି, ସରକାର ଜମ୍ମୁ କାଶ୍ମୀରରେ ଏହି ବିକାଶ ମଡେଲ ଲାଗୁ କରିବା ନେଇ ବିଚାର କରୁଛନ୍ତି । କମିଟି ଜମ୍ମୁ କାଶ୍ମୀର ଗସ୍ତ ପରେ ନିଜର ରିପୋର୍ଟ ପ୍ରଦାନ କରିବା ପରେ ଏ ସମ୍ପର୍କିତ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ବିଗତ 5 ବର୍ଷ ମଧ୍ୟରେ ଏହି ଯୋଜନାରେ ଉତ୍ତର ପୂର୍ବୀୟ ରାଜ୍ୟ ଗୁଡିକର ବିକାଶ ସମ୍ଭବ ହୋଇଛି । ବର୍ତ୍ତମାନ ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ହୋଇ ସାରିଥିବାରୁ ଏହି ମଡେଲ ଲାଗୁ କରାଯାଇ…
ସାମାଜିକ ଗଣମାଧ୍ୟମ କମ୍ପାନୀ ଫେସବୁକର 40 କୋଟିରୁ ଅଧିକ ବ୍ୟବହାରକାରୀଙ୍କ ଫୋନ ନମ୍ୱରର ଡାଟା ଲିକ ହୋଇଛି । ଆମେରିକୀୟ ଗଣମାଧ୍ୟମ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି । ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ତିନି ଦେଶର ୟୁଜର୍ସଙ୍କ ଉପରେ ଏହାର ପ୍ରଭାବ ପଡିଛି । ଫୋନ ନମ୍ୱର ସହ ବ୍ୟବହାରକାରୀଙ୍କ ଏଜେଣ୍ଡା, ଲୋକେସନ ମଧ୍ୟ ଲିକ ହୋଇଛି । ନ୍ୟୁଜ ୱେବସାଇଟ ଟେକ କ୍ରଞ୍ଚ ଅନୁସାରେ ଆମେରିକା, ଭିଏତନାମ ଏବଂ ବ୍ରିଟେନରେ ରହୁଥିବା ଲୋକେ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଆମେରିକାରେ 13.3 କୋଟି ବ୍ୟବହାରକାରୀ, ଭିଏତନାମରେ 5 କୋଟି ଏବଂ ବ୍ରିଟେନର 1.8 ବ୍ୟବହାରକାରୀଙ୍କ ଡାଟା ଚୋରି ହୋଇଛି । ସମୁଦାୟ 41.9 କୋଟି ବ୍ୟବହାରକାରୀଙ୍କ ତଥ୍ୟ ଲିକ୍ ହୋଇଥିବା ଜଣାପଡିଛି ।
ଆଫଗାନିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଆଫଗାନିସ୍ତାନ 5 ଓ୍ବିକେଟ୍ ହରାଇ 271 ରନ୍ ସଂଗ୍ରହ କରିଛି । ଆଫଗାନିସ୍ତାନ ପକ୍ଷରୁ ଏହି ମ୍ୟାଚ୍ରେ ରେହମତ ଶାହା ଶତକ ହାସଲ କରିଛନ୍ତି । ପ୍ରଥମ ଆଫଗାନୀ ଖେଳାଳି ଭାବରେ ଟେଷ୍ଟ ଇତିହାସରେ ନିଜ ନାମ ଲିପିବଦ୍ଧ କରିଥିଲେ ରେହମତ ଶାହ । ଟସ୍ ଜିତି ବାଂଲାଦେଶ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ । ରେହମତ ଶାହ 10 ଚୌକା ଏବଂ 2 ଛକ୍କା ସହାୟତାରେ 102 ରନ୍ ସଂଗ୍ରହ କରିଥିବା ବେଳେ ଅସଘର ଆଫଗାନ ଖେଳ ଶେଷ ବେଳକୁ 88 ରନ୍ରେ ବ୍ୟାଟିଂ କରୁଛନ୍ତି । ଆଫଗାନିସ୍ତାନ 77 ରନ୍ରେ 3ଟି ଓ୍ବିକେଟ୍ ହରାଇଥିବା ବେଳେ ଶାହ-ଆଫଗାନ 120 ରନ୍ ଯୋଡିଥିଲେ । ଏହାପରେ ମହମ୍ମଦ ନବୀ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ । ଖେଳ ଶେଷବେଳକୁ ଅଫସର ଜଜାଇ(35) ଏବଂ ଆଫଗାନ(88) ଅବିଭାଜିତ…
ଆଜି ‘ ପଲ୍ ପଲ୍ ଦିଲକେ ପାସ’ ଫିଲ୍ମର ଟ୍ରେଲର୍ ରିଲିଜ୍ ହୋଇଛି । ୨ ମିନିଟ୍ ୧୭ ସେକେଣ୍ଡର ଏହି ଟ୍ରେଲର୍ରେ ଲଦାଖ ଓ ହିମାଚଳ ପ୍ରଦେଶର ସୁନ୍ଦର ଲୋକେଶନ୍ ରହିବା ସହିତ ଆକ୍ସନ ଓ ରୋମାନ୍ସ ଦେଖିବାକୁ ମିଳିଛି। ଏହି ଫିଲ୍ମ ଜରିଆରେ ବଲିଉଡ୍ର ସୁପରଷ୍ଟାର ସନ୍ନି ଦେଓଲଙ୍କ ପୁତ୍ର କରନ୍ ଦେଓ୍ବଲ୍ ବଲିଉଡ୍ ଡେବ୍ୟୁ କରିଥିବାବେଳେ ଏଥିରେ ତାଙ୍କ ବିପକ୍ଷରେ ଅଛନ୍ତି ନବାଗତା ସାହିର୍ ବାମ୍ବା । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ସମ୍ଭାଳିଛନ୍ତି ସୁପରଷ୍ଟାର ସନ୍ନି ଦେଓଲ । ଏହି ରୋମାଣ୍ଟିକ୍ ଡ୍ରାମ ଫିଲ୍ମଟି ସେପ୍ଟେମ୍ବର ୨୦ରେ ପରଦାକୁ ଆସିବ। ତେବେ ଏହି ଫିଲ୍ମର ଗୀତଗୁଡ଼ିକ ବେଶ୍ ଶ୍ରୁତିମଧୁର ହେବା ସହିତ ଶ୍ରୋତାଙ୍କୁ ବେଶ୍ ପସନ୍ଦ ଆସିଛି ।
ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି । ଏହି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ରହିଛି । ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କଲା ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଗଜପତି, ପୁରୀ, କୋରାପୁଟ, ବଲାଙ୍ଗିର, ରାୟଗଡ଼ା, ନୂଆପଡ଼ାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଦିଆଯାଇଥିବାବେଳେ ୧୧ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଗଜପତି, ମାଲକାନଗିରି, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ସୋନପୁର, ବରଗଡ଼, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ାକୁ କୁ ୟେଲୋ ଓ୍ବାର୍ଣ୍ଣିଂ ଦିଆଯାଇଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଋଷ ଗସ୍ତରେ ଅଛନ୍ତି । ଏହି ଗସ୍ତ ସମୟରେ ଭ୍ଲାଡିଭୋଷ୍ଟକରେ ଅନୁଷ୍ଠିତ ପୂର୍ବା ଅର୍ଥନୈତିକ ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି ମୋଦି । ଏହି ସମ୍ମିଳନୀରେ ଅଭିଭାଷଣ ପ୍ରଦାନ ସମୟରେ ଭାରତ ସରକାର ସାଇବେରିଆର ବିକାଶ ପାଇଁ 1 ବିଲିୟନ୍ ଡଲାର ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି । ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ଉପସ୍ଥିତିରେ ମୋଦି ଏହି ଘୋଷଣା କରିଛନ୍ତି । ଯେତେବେଳେ ଅନ୍ୟ ଦେଶର ନାଗରିକଙ୍କ ଉପରେ କଟକଣା ଥିଲା, ସେତେବେଳେ ଭ୍ଲାଡିଭୋଷ୍ଟକ ଭାରତୀୟଙ୍କ ପାଇଁ ମୁକ୍ତ ଥିଲା । ଭାରତରେ ଆମେ ସବ୍କା ସାଥ୍ ସବ୍କା ବିକାଶ ମନ୍ତ୍ରରେ ଏକ ନୂଆ ଭାରତ ଗଠନ ଦିଗରେ କାମ କରୁଛୁ। ଭାରତ-ଋଷର ସମ୍ପର୍କ ଖୁବ୍ ମଜବୁତ। ଭ୍ଲାଡିଭୋଷ୍ଟକଦୁଇ ଦେଶ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ । ଭାରତ ଏହି ସ୍ଥାନରେ ଶକ୍ତି ବିକାଶ ତଥା ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶରେ ଏହି ଅର୍ଥ…
ବିଦ୍ୟୁତ ଚୋରି ରୋକିବାକୁ ଏକ ଅଭିନବ ଉପାୟ ଗ୍ରହଣ କରିଛି ସେସୁ । ବିଜୁଳି ଚୋରି ସଂକ୍ରାନ୍ତରେ ଖବର ଦେଲେ ମିଳିବ ପୁରସ୍କାର । ନାମ ଗୋପନ ରଖି ପୁରସ୍କାର ଦେବେ ସେସୁ କର୍ତ୍ତୃପକ୍ଷ । ଆଦାୟ ଜରିମାନାର ୧୦ ପ୍ରତିଶତ ଅର୍ଥ ପୁରସ୍କାର ଭାବେ ସୂଚନାଦାତାଙ୍କୁ ପ୍ରଦାନ କରାଯିବ । ସମୀକ୍ଷା ବୈଠକ ପରେ ଏ ସଂକ୍ରାନ୍ତରେ ସେସୁର ସିଇଓ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି । ଏଥର ବିଜୁଳି ବିଲ୍ ଆଦାୟ ଓ ମିଟର ରିଡିଂ କରିବେ ଏସଏଚଜି ମହିଳା । ମହିଳାମାନେ ବିଲ୍ ଆଦାୟ ଓ ଇ-ପେମେଣ୍ଟରେ କାମ କରିବେ ବୋଲି ସିଇଓ କହିଛନ୍ତି ।ସେହିଭଳି ଗାଁରେ ସେସୁର ନେଟୱାର୍କ ବଢାଇବାକୁ ଉଦ୍ୟମ ଆରମ୍ଭ ହୋଇଛି ।
କଂଗ୍ରେସ ନେତା ପି ଚିଦାମ୍ବରମ୍ ଏବଂ ତାଙ୍କ ପୁଅ କର୍ତ୍ତୀ ଚିଦାମ୍ବରମଙ୍କୁ ଏୟାରସେଲ ମାକ୍ସିସ୍ ମାମଲାରେ ରିହାତି ମିଳିଛି । ଇଡି ପକ୍ଷରୁ ଦାୟର କରାଯାଇଥିବା ମାମଲାରେ ଉଭୟଙ୍କୁ ଦିଲ୍ଲୀର ଏକ କୋର୍ଟ ରିହାତି ପ୍ରଦାନ କରିଛନ୍ତି । ଏୟାରସେଲ ମାକ୍ସିସ୍ର 3500 କୋଟି ଚୁକ୍ତିରେ 800 ମିଲିୟନ୍ ଡଲାରର ପୁଞ୍ଜିନିବେଶ ମାମଲାରେ ଗିରଫ କରିବା ପାଇଁ ଇଡଇ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା । କୋର୍ଟଙ୍କ ରାୟ ପ୍ରକାଶ ପରେ କର୍ତ୍ତୀ ସନ୍ତୋଷ ପ୍ରକାଶ କରିବା ସହିତ ଶେଷରେ ଆମେ କିଛି ମାମଲାରେ ବିଜୟ ହାସଲ କଲୁ ମୋଲି କହିଥିଲେ । ରାଜନୈତିକ ଅଭିସନ୍ଧି ରଖି ଦେଶରେ ପ୍ରଥମ ଥର ପାଇଁ କୌଣସି ମାମଲାକୁ ଏପରି ଟଣା ଯାଉଥିବାର ଅଭିଯୋଗ କରିଛନ୍ତି କର୍ତ୍ତୀ । ପ୍ରଧାନମନ୍ତ୍ରୀଙ୍କ ନେତୃ୍ତ୍ବରେ ଗଠିତ କମିଟି ଏହି ଚୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିଥିବା ବେଳେ କେବଳ ଅର୍ଥମନ୍ତ୍ରୀଙ୍କୁ ଗିରଫ କରାଯିବା ଉପରେ ପ୍ରଶ୍ନ ଉଠାଇଛନ୍ତିକ କର୍ତ୍ତୀ…
ସମୀକ୍ଷା ବ୍ୟୁରୋ ନିକଟରେ ଭାରତ ସରକାର ସଡକ ନିରାପତ୍ତା ତଥା ଦୁର୍ଘଟଣା ରୋକିବା ଦିଗରେ ନୂଆ ମୋଟର ଯାନ ଆଇନର ପ୍ରଚଳନ କରିଥିବାବେଳେ ଏବେ ପ୍ଲାଷ୍ଟିକ୍ ବ୍ୟବହାରକୁ ନେଇ ଏକ ନୂଆ ନିୟମ ପ୍ରଚଳନ କରିବାକୁ ଯାଉଛନ୍ତି। ସରକାର ସିଙ୍ଗଲ ୟୁଜ୍ ପ୍ଲାଷ୍ଟି୍କ୍ ବ୍ୟବହାରକୁ ନିଷିଦ୍ଧ ଘୋଷଣା କରିଛନ୍ତି। ଆସନ୍ତା ଅକ୍ଟୋବର ଦୁଇ ତାରିଖ ଅର୍ଥାତ୍ ଗାନ୍ଧି ଜୟନ୍ତୀ ଅବସରରୁ ପ୍ଲାଷ୍ଟିକ୍ ବ୍ୟବହାରକୁ ନେଇ ନିୟମ କଡ଼ାକଡ଼ି ପାଳନ କରାଯିବ। ଏଥିପାଇଁ ପ୍ଲାଷ୍ଟିକ୍ ବ୍ୟବହାରକାରୀ ମାନେ ସାବଧାନ ହୋଇଯା’ନ୍ତୁ। ଏହି ନୂଆ ନିୟମ ଅନୁସାରେ ଆପଣଙ୍କୁ ତଣ୍ଡ ସହିତ ଦଣ୍ଡ ମଧ୍ୟ ମିଳିବ। ଗତ ସ୍ଵାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣ ରେ ପରିବେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାରକୁ ରୋକିବାକୁ ଦେଶବାସୀଙ୍କୁ ଅନୁରୋଧ କରିଥିଲେ। ସରକାର ଏବେ ପାଣି ବୋତଲକୁ ବ୍ୟବହାର ନ କରି ଏଥିପାଇଁ ଅନ୍ୟ ଉପାୟ କରିବାକୁ ଯଥାଶୀଘ୍ର ପଦକ୍ଷେପ ନେବାକୁ କହିଛନ୍ତି। କେନ୍ଦ୍ର…
ଚାଇନିଜ୍ ମୋବାଇଲ ନିର୍ମାଣକାରୀ କମ୍ପାନୀ ତଥା ବୈଷୟିକ କୌଶଳ ପ୍ରଦାନକାରୀ କମ୍ପାନୀ ହୁଆଓ୍ବେ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ବିପଦ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରକାଶ କରିଛନ୍ତି । ହ୍ବାଇଟ ହାଉସ୍ରେ ବୁଧବାର ଟ୍ରମ୍ପ ନିଜ ମନ୍ତବ୍ୟରେ ଏହି ସୂଚନା ଦେଇଛନ୍ତି । ହୁଆଓ୍ବେ ଆମେରିକା ସେନାବାହିନୀ ଏବଂ ଗୁଇନ୍ଦା ବ୍ୟବସ୍ଥା ପ୍ରତ ବଡ ବିପଦ ତେଣୁ ହୁଆଓ୍ବେ ନିକଟରୁ ସତର୍କ ରହିବା ପାଇଁ ଆମେରିକୀୟ ସରକାର ଏହା ସହିତ ସମସ୍ତ ବ୍ୟବସାୟ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, 5ଜି ମୋବାଇଲ୍ ବର୍ଗରେ ହୁଆଓ୍ବେର ଏକଚାଟିଆ ବ୍ୟବସାୟ ଚାଲିଛି । ବର୍ତ୍ତମାନ ସୁଦ୍ଧା ମଧ୍ୟ ଆମେରିକାର ଅଧିକାଂଶ ସହରରେ ହୁଆଓ୍ବେ ନିଜର 5ଜି ସେବା ପ୍ରଦାନ କରୁଛି ।

