Author: Samikhsya Bureau

ଦୁର୍ଘଟଣାରେ ଗୁରୁତର ବ୍ୟକ୍ତିଙ୍କୁ ଘରୋଇ ଡାକ୍ତରଖାନାରେ ଏଣିକି ମାଗଣା ଚିକିତ୍ସା ମିଳିବ ଏହି ଖର୍ଚ୍ଚ ସରକାର ‘ରାସ୍ତା ସୁରକ୍ଷା ପାଣ୍ଠି’ରୁ ଭରଣା କରିବେ  । ପ୍ରଥମେ କଟକ ଓ ଭୁବନେଶ୍ବରରେ ଏହା ଉପଲବ୍ଧ ହେବ ।  ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବରର ତିନୋଟି ଘରୋଇ ହସ୍ପିଟାଲ୍‌ରେ ଏହି ସୁବିଧା ମିଳିବ । ଭୁବନେଶ୍ବରର ଆପୋଲୋ, ଆମ୍ରି ଏବଂ ଅଶ୍ବିନୀ ହସ୍ପିଟାଲ୍‌ରେ ଏହି ମାଗଣା ଚିକିତ୍ସା ମିଳିବ । ପରେ ପରେ ଏହା  ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁରରେ ଉପଲବ୍ଧ ହେବ । ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ  ୪ କୋଟି ଟଙ୍କା ମଞ୍ଜୁର ହୋଇଛି ।  ମାଗଣା ଚିକିତ୍ସା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ୪ କୋଟି ଟଙ୍କା ଦେଇଛି ପରିବହନ ବିଭାଗ । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ ଡାକ୍ତ ପ୍ରମୋଦ କୁମାର ମେହେର୍ଦ୍ଦା ।  ଆହତ ବ୍ୟକ୍ତି ହସ୍ପିଟାଲରେ ପହଞ୍ଚିବା ପରେ ଶୀଘ୍ର ଚିକିତ୍ସା କରାଯିବ । ପ୍ରଥମ ୪୮ ଘଣ୍ଟା…

Read More

ଓଡ଼ିଶା ଫେରିଲେ ବହୁ ଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ। ଶନିବାର ଅପରାହ୍ନରେ ରାଜଧାନୀ ଏକ୍ସପ୍ରେସ୍‌ ଯୋଗେ କଟକ ଷ୍ଟେଶନରେ ପହଞ୍ଚିବା ପରେ ତାଙ୍କୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଏସ୍‌ସିବିକୁ ଅଣାଯାଇଛି । ଏଠାରେ ତାଙ୍କର ଆଗାମୀ ଚିକିତ୍ସା ଚାଲିବ। ଜଗା-କାଳିଆଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଏସ୍‌ସିବି ମେଡିକାଲରେ ପ୍ରେସ୍‌ମିଟ୍‌ କରାଯାଇଛି ।  ସ୍କୁଲରେ ନାମ ଲେଖାଇବା ପାଇଁ ଜଗା ପ୍ରସ୍ତୁତ ଆଗାମୀ କିଛି ସପ୍ତାହରେ ସ୍କୁଲରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ ବୋଲି  ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦେଶିକା ଶାଳିନୀ ପଣ୍ଡିତଙ୍କ ସୂଚନା ଦେଇଛନ୍ତି । ଜଗା ଏବେ ବେଶ୍‌ ଭଲ ଅଛି, ହିନ୍ଦୀ କହୁଛି ଓ ଇଂରାଜୀ ବୁଝି ପାରୁଛି ଜଗା, କାଳିଆର ସ୍ବାସ୍ଥ୍ୟାବସ୍ଥା ସାମାନ୍ୟ ଜଟିଳ ରହିଛି ବୋଲି କହିଛନ୍ତି ଦୀପକ ଗୁପ୍ତା । ତେବେ  ଏସ୍‌ସିବିରେ ଚିକିତ୍ସା ବ୍ୟବସ୍ଥା ନେଇ ଖୁସି ଜାହିର କରିଛନ୍ତି ଦୀପକ ଗୁପ୍ତା । ସୂଚନାଯୋଗ୍ୟ, କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଦିଲ୍ଲୀ ଏମ୍‌ସରେ…

Read More

ରାଜ୍ୟରେ ନୂତନ ମୋଟର ଯାନ ଆଇନ୍‌ରେ ପ୍ରଣୟନ ପରେ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଏବେ ସାଧାରଣଙ୍କ ସୁବିଧାର୍ଥେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ  ମୋଟର ଯାନ ଆଇନ ସହାୟତା ପାଇଁ ହେଲପ୍‌ ଲାଇନ ନମ୍ବର ଜାରି କରାଯାଇଛି । ଏହି ହେଲପ୍‌ ଲାଇନ୍‌ ଜରିଆରେ ଫାଇନ୍‌ ଆଦାୟ ବେଳେ ସମସ୍ୟା ହେଲେ ଜଣାଇ ହେବ ବୋଲି ସୂଚନା ରହିଛି । ତେବେ ସରକାରଙ୍କ ତରଫରୁ ଜାରି ହୋଇଥିବା  ଟୋଲ୍‌ ଫ୍ରି ନମ୍ବର- ୧୮୦୦-୩୪୫୧୦୭୩ରେ ମୋଟର ଯାନ ଆଇନ୍‌ରେ ସହାୟତା ନେଇପାରିବେ ।  ସକାଳ ୮ରୁ ରାତି ୧୦ଟା ଯାଏ ଖୋଲା ରହିବ ହେଲ୍ପ ଡେସ୍କ । ଫୋନ ଜରିଆରେ ଅଭିଯୋଗ ଜଣାଇହେବ ।  ରାଜ୍ୟର ସମସ୍ତ ଆର୍‌ଟିଓରେ ଖୋଲା ହେବ ହେଲ୍ପ ଡେସ୍କ ଖୋଲାହେବ ବୋଲି ପରିବହନ ସଚିବ ସୂଚନା ଦେଇଛନ୍ତି । ସେହିପରି ଗାଡ଼ି କାଗଜପତ୍ର ପାଇଁ ଆରଟିଓ ଅଧିକ ସ୍ଲଟ୍‌ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି…

Read More

ସମୀକ୍ଷା ବ୍ୟୁରୋ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଦ୍ୱିତୀୟ ସଂଧ୍ୟାରେ ବଂଶୀ, ମାଣ୍ଡୋଲିନ ଓ ବେହେଲାର ସମିଶ୍ରଣ ସହିତ ସୁରଭି ଓ ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀ଼ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତିରେ ଶାସ୍ତ୍ରୀୟ ସଙ୍ଗୀତ ବାଦନର ମିଶ୍ରଣ ଦେଖିବାକୁ ମିଳିଥିଲା । ପାରସ ନାଥଙ୍କ ଦ୍ୱାରା ବଂଶୀ, ୟୁ.ରାଜେସଙ୍କ ଦ୍ୱାରା ମାଣ୍ଡୋଲିନ ଓ ଦୀପକ ପଣ୍ଡିତଙ୍କ ଦ୍ୱାରା ବେହେଲା ବାଦନର କାର୍ଯ୍ୟକ୍ରମ ହୋଇଥିଲା । ସେମାନେ ପ୍ରଥମେ ରାଗ ଭୀମପଲାଶି ଓ ତାଳ ତିନତାଲ ଉପରେ ଯନ୍ତ୍ରସଙ୍ଗୀତ ପରିବେଷଣ କରିଥିଲେ  ।  ସେମାନଙ୍କର ପ୍ରସ୍ତୁତିରେ ବିଭିନ୍ନ ରାଗ, ତାଳ ଓ ଲୟର ସମିଶ୍ରଣ  ରହିଥିଲା । ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତର ଏକ ସମନ୍ୱୟ ଦେଖିବାକୁ ମିଳିଥିଲା ସେମାନଙ୍କ ବାଦନରେ  । ସେମାନଙ୍କର ବାଦନର ଶୈଳୀ ଓ ସର୍ଜନାତ୍ମକ ଅଭିବ୍ୟକ୍ତି ଉପସ୍ଥିତ ଦର୍ଶକମାନଙ୍କୁ ବିମୋହିତ କରିଥିଲା  । ସେମାନଙ୍କୁ ତବଲାରେ ସହଯୋଗ…

Read More

ଦେଶରେ ଆର୍ଥିକ ମାନ୍ଦାବସ୍ଥା ମଧ୍ୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବୟାନ ସାମ୍ନାକୁ ଆସିଛି । 2014ରୁ ଦେଶରେ ଦରଦାମ ବୃଦ୍ଧି ହୋଇନାହିଁ ଏବଂ ମାନ୍ଦାବସ୍ଥା କମିଥିବା ନେଇ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ମାନ୍ଦାବସ୍ଥା ଏବଂ ମୁଦ୍ରାସ୍ଫୀତି ମଧ୍ୟ ନିୟନ୍ତ୍ରଣରେ ରହିଛି । ଯଦି କେହି ଏହି ପ୍ରସଙ୍ଗ ଉଠାଇବାକୁ ଚାହାଁନ୍ତି ତେବେ ସେମାନେ 2008ରୁ 2016 ମଧ୍ୟରେ ମୁଦ୍ରାସ୍ଫିତିକୁ ଦେଖିବା ଉଚିତ ବୋଲି ସେ କହିଛନ୍ତି । ସୂଚନାନୁସାରେ, ଦରଦାମ ଦୀର୍ଘଦିନ ଧରି ରିଜର୍ଭ ବ୍ୟାଙ୍କ ଦ୍ୱାରା ନିର୍ଧାରିତ 4 ପ୍ରତିଶତ ଲକ୍ଷ୍ୟ ମଧ୍ୟରେ ରହିଛି । ଖୁଚୁରା ଦରଦାମ ବୃଦ୍ଧି ଜୁଲାଇରେ 3.15 ପ୍ରତିଶତ ଥିଲା ଯାହା 3.18 ପ୍ରତିଶତରୁ କମ ରହିଛି । ଦେଶ ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି । ଯାହାକୁ ନେଇ ସରକାର କାଠଗଡାରେ ରହିଛନ୍ତି ।

Read More

ସମୀକ୍ଷା ବ୍ୟୁରୋ ଗତ ସପ୍ତାହେ ହେଲା ଲୋକଙ୍କ ଭିତରେ ଯେଉଁ ଅସନ୍ତୋଷ ଥିଲା ତାହା ଆଜି ଉଗ୍ର ରୂପ ଧାରଣ କରିଛି। ରାଜଧାନୀ ଭୁବନେଶ୍ବରର ହୃତକେନ୍ଦ୍ର ରାଜମହଲ ଛକରେ ଆଜି ଉତ୍ତ୍ୟକ୍ତ ଜନତା ପୋଲିସକୁ ଖୋଲାଖୋଲି ସାମ୍ନା କରିଛନ୍ତି। ରାଜରାସ୍ତାରେ ଆଜି ପୋଲିସ ଲୋକଙ୍କୁ ଗୋଡେଇ ଗୋଡେଇ ମାଡ ଦେଇଛି। ପୋଲିସ ଆକ୍ରମଣରେ ଗଣମାଧ୍ୟମର ପ୍ରତିନିଧିମାନେ ମଧ୍ୟ ଆହତ ହୋଇଛନ୍ତି। ଗତ ୧୯ ବର୍ଷର ନବୀନ ପଟ୍ଟନାୟକ ସରକାରରେ ପୋଲିସ ଗୁଣ୍ଡାରାଜର ଏ ପ୍ରକାର ଘଟଣା ଲୋକଙ୍କୁ ଆହୁରି କ୍ରୋଧିତ କରିଛି। ନୂଆ ମୋଟର ଯାନ ଆଇନକୁ ଲାଗୁ କରିବାରେ ଓଡିଶା ପୋଲିସର ମାତ୍ରାଧିକ ଆଗ୍ରହ ଓ ତାହାର ପ୍ରତିକ୍ରିୟାରେ ଲୋକଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଥିବାରୁ ଆଜି ଏ ପ୍ରକାର ଘଟଣା ଘଟିଛି। ଗତ ସପ୍ତାହେ ହେଲା ଏହି ଆଇନକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ କୁହୁଳୁଥିଲା। ଲୋକେ ଭୟରେ ନିଜର ଦୁଇ ଚକିଆ ଗାଡି ନେଇ ରାସ୍ତାକୁ…

Read More

ସମୀକ୍ଷା ବ୍ୟୁରୋ ରାଜ୍ୟରେ ଲାଗୁ ହୋଇଥିବା ନୂଆ ଟ୍ରାଫକି ନିୟମ ସାଧାରଣ ଲୋକଙ୍କ ଜୀବନଯାପନକୁ ଅଧିକ ପ୍ରଭାବିତ କରିଛି । କିନ୍ତୁ ଏଥିରୁ ମୁକୁଳି ଯାଉଛନ୍ତି ବଡ଼ ବଡ଼ିଆ ନେତା ଓ ପୋଲିସ କର୍ମୀ । ଏହାକୁ ନେଇ ଆଜି ରାଜମହଲ ଛକରେ ଉତ୍ତେଜନା ଦେଖାଦେଇଛି । ପୋଲିସ ଓ ସାଧାରଣ ଜନତା ମୁହଁମୁହିଁ ହୋଇଥିଲେ । ଫଳରେ ପୋଲିସ ସାଧାରଣ ଜନତାଙ୍କ ଉପରେ ଲାଠି ଚାର୍ଜ କରିଥିଲା । ଏହା ପରେ ପୋଲିସ କମିଶନର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏବେ ଇନ୍ସୁରାନ୍ସ ଓ ପଲ୍ୟୁସନ ପାଇଁ ନୁହେଁ, ବରଂ ୫ଟି ଗଫଲତି ପାଇଁ ଜରିମାନା ଆଦାୟ କରାଯାଉଛି । ସେହି ପାଞ୍ଚଟି ଭୁଲ୍‌ ବା ଗଫଲ୍‌ତି ହେଉଛି – ୧. ଦୁଇ ଚକିଆ ଯାନରେ ଦୁଇର ଉର୍ଦ୍ଧ୍ବ ବା ତିନି ଜଣ ଗଲେ ୨. ହେଲମେଟ୍‌ ନ ପିନ୍ଧି ଗାଡ଼ି ଚଳାଇଲେ ୩. ମଦ ପିଇ ଗାଡ଼ି ଚଳାଇଲେ…

Read More

ରାଜ୍ୟରେ ସଂଶୋଧିତ ନୂଆ ମୋଟର ଯାନ ଆଇନକୁ ବିରୋଧ କରି ରାସ୍ତାକୁ ଓହ୍ଲାଇବ ଅଟୋ ମହାସଂଘ । ପରିବହନ ସଚିବଙ୍କ ସହ ଅଟୋ ମହାସଂଘର ବୈଠକ ବିଫଳ ହୋଇଛି । ପ୍ରଥମେ ଭୁବନେଶ୍ୱର ବନ୍ଦ କରିବା ପରେ ଆବଶ୍ୟକ ପଡ଼ିଲେ ସାରା ଓଡ଼ିଶା ବନ୍ଦ ପାଳନ କରିବ ବୋଲି ଅଟୋ ମହାସଂଘ ଚେତାବନୀ ଦେଇଛି ।  ନୂତନ ମୋଟର ଯାନ ନିୟମ ଅନୁସାରେ କାଗଜପତ୍ର ଓ ଲାଇସେନ୍ସ ନଥିବାରୁ ସାଧାରଣ ଲୋକ ତଥା ଅଟୋ ଚାଳକ ମୋଟା ଅଙ୍କର ଫାଇନ ଗଣୁଛନ୍ତି । ଅଟୋ ଚଲାଇ ପେଟ ପୋଷୁଥିବା ଲୋକଙ୍କ ମଧ୍ୟ ଦେବାକୁ ପଡ଼ୁଛି ଜୋରିମାନା । ତେଣୁ ଏହାକୁ ବିରୋଧ କରି ଆଜି ଅଟୋ ଓ ଟ୍ୟାକ୍ସି ମହାସଂଘ ପରିବହନ ସଚିବଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ଆଲୋଚନା ଫଳପ୍ରଦ ହୋଇନାହିଁ । କେନ୍ଦ୍ର ଲଗାଇଥିବା ନୂଆ ଟ୍ରାଫିକ ଆଇନକୁ ବିରୋଧ କରୁଛୁ ବୋଲି ଏହାର ସଭାପତି ସୂଚନା…

Read More

ଅଗ୍ରଣୀ ସ୍ମାର୍ଟଫୋନ ବ୍ରାଣ୍ଡ ଭାବେ ଓପୋ ପକ୍ଷରୁ ଆଜି ଏହାର ରେନୋ ସିରିଜର ଏକ ନୂତନ ଫୋନ୍‌ର ବଜାର ପ୍ରବେଶ ହୋଇଛି । ରେନୋ-2 ଜେଡ୍‌ ପ୍ରଥମଥର ପାଇଁ 20 ଏକ୍ସ ଡିଜିଟାଲ ଜୁମ ବିଶିଷ୍ଟ 48 ମେଗା ପିକ୍ସେଲ କ୍ୟାମେରା, ଅଲଟ୍ରାଷ୍ଟିଡି ଭିଡିଓ ମୋଡ଼ ଏବଂ ଅଲଟ୍ରା ଡାର୍କ ମୋଡ଼ ଭଳି ନୂତନ ବୈଶିଷ୍ଟ୍ୟ ରହିଛି । ରେନୋ-2 ଜେଡ୍‌ରେ 8 ଜିବି ରାମ୍‌ ଏବଂ 256 ଜିବି ରମ୍‌ ରହିଥିବା ବେଳେ ଏହାର ମୂଲ୍ୟ 36900 ଟଙ୍କା ରହିଛି । ଏହା ଓସନ ବ୍ଲୁ ଏବଂ ଲୁମିନସ ବ୍ଲାକ ଭଳି ଦୁଇଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହେଉଛି । ରେନୋ-୨ ଜେଡର 4 ଜିବି ରାମ୍‌ର ଫୋନ୍‌ ମାତ୍ର 29990 ଟଙ୍କାରେ ଉପଲବ୍ଧ ହେଉଛି ।

Read More

ବିବାଦରେ ପଡିଛନ୍ତି ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀ । ଶାଶ୍ୱତ ଯୋଶୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କର ଜଣେ ଛାତ୍ରୀ । ଜଣେ ଛାତ୍ରୀ ଗୁରୁ ଦିବସ ଅବସରରରେ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଗୁରୁ ଶାଶ୍ୱତ ଯୋଶୀଙ୍କ ବିରୋଧରେ ବିଷ ଓଗାଳିଛନ୍ତି । ସେ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ଶାଶ୍ୱତ ଯୋଶୀ ଜଣେ ଶସ୍ତା ଓ ନିମ୍ନ ମାନସିକତାର ବ୍ୟକ୍ତି । ଛାତ୍ରୀ ଜଣକ ଅଭିଯୋଗ ଆଣିଛନ୍ତି ଯେ, ଶାଶ୍ୱତ ଯୋଶୀ ନିଜ ଶିଷ୍ୟକୁ କିଣି ନେଲା ଭଳି ବ୍ୟବହାର କରନ୍ତି । ତାଙ୍କ ଡ୍ୟାନ୍ସ ଏକାଡେମୀରେ ଯିଏ ନୃତ୍ୟ ଶିଖନ୍ତି ପୁଅ ହେଉ କିମ୍ବା ଝିଅ ସେ ସମସ୍ତଙ୍କୁ ‘ବଜାରୀ’ କହି ଡାକନ୍ତି ଏବଂ ହାତ ମଧ୍ୟ ଉଠାନ୍ତି । ଏହା ସହ ଛାତ୍ରୀଜଣକ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଶାଶ୍ୱତ ଯୋଶୀ ତାଙ୍କ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ବ୍ୟକ୍ତିଗତ…

Read More

ନୂତନ ମୋଟର ଯାନ ଆଇନକୁ ନେଇ ସାଧାରଣରେ ଆତଙ୍କ ଦେଖାଦେଇଥିବାବେଳେ ଏବେ ସାଧାରଣ ଜନତା ସରକାରୀ ଗାଡ଼ିର କାଗଜପତ୍ର ଯାଞ୍ଚ କରୁଛନ୍ତି । ଗାଡ଼ି ଉପରେ ଜରିମାନା ନେଇ ଭୁବନେଶ୍ବରରେ ସାଧାରଣ ଲେକ ତାତିଛନ୍ତି । ସରକାରୀ ଗାଡ଼ିକୁ ଛାଡ଼ି ଦିଆଯାଉଥିବା ଅଭିଯୋଗ କରି ହୋହଲ୍ଲା କରିଛନ୍ତି । ଫାଇନ ଆଦାୟ ବେଳେ ଭୁବନେଶ୍ବର ରାଜମହଲ ଛକରେ ପୋଲିସଙ୍କୁ ଜନତା ଘେରିଥିବାବେଳେ ପୋଲିସ ଗାଡ଼ିର କାଗଜପତ୍ର ଠିକ୍‌ ନଥିବା ଅଭିଯୋଗ କରିଛନ୍ତି ।   ରାଜମହଲ ଛକରେ ୩ଟି ଗାଡ଼ି ଅଟକାଇ ଲୋକମାନେ ବିରୋଧ କରିଥିବାବେଳେ ସେଠାରେ ଏକ ଉତ୍ତେଜନାମୟ ପରିସ୍ଥିତି ସୃଷ୍ଟି ହୋଇଛି ।  ମୋବସ୍‌, ବିଏମ୍‌ସି ଗାଡ଼ି ଓ ପୋଲିସ୍‌ ଗାଡ଼ି ଅଟକାଇ କାଗଜପତ୍ର ଯାଞ୍ଚ କରିଛନ୍ତି ଲୋକେ । ମୋ ବସ୍‌ ଓଭରଲୋଡିଂ କରିଥିବାବେଳେ ସିଟ୍‌ ବେଲ୍ଟ ବାନ୍ଧିନଥିବାର ଅଭିଯୋଗ ହୋଇଛି । ସେହିପରି  ପୋଲିସ୍‌ ଗାଡ଼ି ସହ ୩ଟି ଗାଡ଼ିର କାଗଜପତ୍ର ଠିକ୍‌ ନଥିବାର ଅଭିଯୋଗ କରିଛନ୍ତି । …

Read More

କେଦାର ମିଶ୍ର ନୂଆ ଭାରତର ଏକ ନିର୍ଦ୍ଦିଷ୍ଟ ବର୍ଗ ଆଜିକାଲି ନିଜର ଭାବ ପ୍ରବଣତାକୁ ପ୍ରକଟ କରିବା ପାଇଁ କୌଣସି ସୁଯୋଗକୁ ହାତ ଛଡା କରୁନାହାନ୍ତି। ସେମାନଙ୍କ ଲାଗି ସବୁକିଛି କେବଳ ରାଜନୀତି। ଏପରିକି ମହାକାଶ ବିଜ୍ଞାନ ମଧ୍ୟ। ଯେତେବେଳେ ଭାରତ ନିଜର ଦ୍ଵିତୀୟ ଚନ୍ଦ୍ର ଅଭିଯାନ ଆରମ୍ଭ କଲା, ତାହା ଆଦୌ ରାଜନୈତିକ ବା ଦଳୀୟ ନିଷ୍ପତ୍ତି ନଥିଲା। “ଇସ୍ରୋ” ଭାରତର ଜାତୀୟ ସମ୍ପତ୍ତି ଓ ଏହି ସଂସ୍ଥାରେ କାମ କରୁଥିବା ପ୍ରତ୍ୟେକ ବୈଜ୍ଞାନିକ ଆମ ଲାଗି ଗର୍ବର କାରଣ। ୨୨, ଅକ୍ଟୋବର, ୨୦୦୮ ରେ ଯେତେବେଳେ ଚନ୍ଦ୍ରାୟନ-୧ ର ପ୍ରଥମ ଉତକ୍ଷେପଣ ହୋଇଥିଲା, ସେହିଦିନଠୁ ଆଜି ପର୍ୟନ୍ତ ଚନ୍ଦ୍ରକୁ ନେଇ ଅନେକ ତଥ୍ୟ ଆମର ହସ୍ତଗତ ହୋଇଛି। ଗତକାଲି ହୁଏତ ଚନ୍ଦ୍ରପୃଷ୍ଠରେ ଆମର ଅବତରଣ ସଫଳ ହୋଇନାହିଁ, ହେଲେ ମହାକାଶ ଗବେଷଣା କ୍ଷେତ୍ରରେ ଚନ୍ଦ୍ରାୟନ ଆମକୁ ଅମୂଲ୍ୟ ଉପଲବ୍ଧି ଦେଇଛି। ଏହା ଜାତି ପାଇଁ ଗୌରବର ବିଷୟ। ତେବେ…

Read More

କାଶ୍ମୀର ଉପତ୍ୟାକାରେ ସେନାବାହିନୀର ଉପସ୍ଥିତି ନେଇ ବିଭିନ୍ନ ମହଲରୁ ପ୍ରଶ୍ନ ଆସିବା ପରେ ଆଜି ଏହାର ଉତ୍ତର ରଖିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌ । ଡୋଭାଲ କହିଛନ୍ତି, ଧାରା 370 ଉଚ୍ଛେଦ ପରଠାରୁ ସେନାବାହିନୀ ଜମ୍ମୁ କାଶ୍ମୀରରେ ଉପସ୍ଥିତ ରହିଛନ୍ତି । ବର୍ତ୍ତମାନ ଜମ୍ମୁ କାଶ୍ମୀର ଏବରି ଏକ ରାଜ୍ୟ ଯେଉଁଠି ରାଜ୍ୟ ପୋଲିସ୍‌ ସାଧାରଣ ଜନତାଙ୍କ ବ୍ୟବସ୍ଥା ବୁଝୁଥିବା ବେଳେ ସେନାବାହିନୀକୁ କେବଳ ଆତଙ୍କୀଙ୍କ ମୁକାବିଲା ପାଇଁ ନିୟୋଜିତ କରାଯାଇଛି । ଜମ୍ମୁ କାଶ୍ମୀରରେ ସମୁଦାୟ 199ଟି ପୋଲିସ୍‌ ଥାନା ରହିଥିବା ବେଳେ ମାତ୍ର 10ଟି ଥାନା ଉପରେ କଟକଣା ଜାରି କରାଯାଇଛି । 10ଟି ଥାନାକୁ ଛାଡି ବାକି ସମସ୍ତ ଅଞ୍ଚଳର ଟେଲିଫୋନ୍‌ ସେବା ଚାଲୁ କରିଦିଆଯାଇଛି । ଧାରା 370 ଉଚ୍ଛେଦ ପରଠାରୁ 200 ପାକିସ୍ତାନୀ ଆତଙ୍କୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ 230 ସ୍ଥାନୀୟ ଯୁବକଙ୍କୁ ଚିହ୍ନଟ କରାଯାଇଥିବା ନେଇ ଡୋଭାଲ୍‌ ସୂଚନା ଦେଇଛନ୍ତି…

Read More

ନିଜ ଦଳର ଗୁମର ଫିଟାଇଲେ ଅମର ପ୍ରଧାନ । ବିସ୍ଫାେରକ ବୟାନ ଦେଇଛନ୍ତି କଂଗ୍ରେସର ଏହି ନେତାଜଣକ ।  କଂଗ୍ରେସ ଭିତରେ ଭିଲେନ ଅଛନ୍ତି ବୋଲି କହିଲେ ଅମର । ଏହି ଭିଲେନମାନେ କଂଗ୍ରେସରେ ରହି ସରକାରୀ ଦଳ ସହ ହାତି ମିଳାଇଛନ୍ତି । ସରକାରୀ ଦଳ ସହ ଏମାନେ ମିଶି କଂଗ୍ରେସ ନେତାଙ୍କୁ ଗିରଫ କରାଉଛନ୍ତି ।  କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଆଗରେ ଏହି ଭିଲେନ୍‌ମାନଙ୍କର ମୁଖା ଖୋଲିବେ ବୋଲି କହିଛନ୍ତି ଅମର ପ୍ରଧାନ ।  ଅମର ପ୍ରଧାନଙ୍କ ସହ ସ୍ବର ମିଳାଇଛନ୍ତି ଏଆଇସିସି ସମ୍ପାଦକ ଶରତ ରାଉତ । ସବୁ ଦଳରେ ଭିଲେନ୍‌ ଅଛନ୍ତି, ଆମ ଦଳରେ ଥାଇପାରନ୍ତି କହିବା ସହିତ  ଦଳ ବିରୋଧୀ ନେତାଙ୍କ ମୁଖା ଖୋଲି ବହିଷ୍କାର କରାଯିବା ଦରକାର ବୋଲି କହିଛନ୍ତି ଶରତ ।

Read More

ସମୀକ୍ଷା ବ୍ୟୁରୋ ଘଟଣାଟି ଯେ କେହି ଶୁଣିବ ସେ ଆଶ୍ଚର୍ଯ୍ୟ ହୋଇଯିବ । ହେଲେ ଏପରି ଅବିଶ୍ବାସନୀୟ ଘଟଣାଟି ସଂପୂର୍ଣ୍ଣ ସତକଥା। 74 ବର୍ଷ ବୟସରେ ଜଣେ ମହିଳା ଗର୍ଭବତୀ ହୋଇ ଜନ୍ମ ଦେଇଛନ୍ତି ଏକାଥରେ ଜାଆଁଳା ଛୁଆ। ବାହାଘରର 52 ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କ କୋଳକୁ ଶିଶୁଟିଏ ଆସିପାରି ନ ଥିଲା। ସେଥିପାଇଁ ଉଭୟ ସ୍ବାମୀସ୍ତ୍ରୀ ଦୁଃଖରେ ଭାଙ୍ଗି ପଡିଥିଲେ। ମାତ୍ର ଭଗବାନଙ୍କ ଆର୍ଶିବାଦରୁ ଏବେ ସ୍ବାମୀସ୍ତ୍ରୀଙ୍କ କୋଳକୁ ବୁଢା ବୟସରେ ମିଳିପାରିଛି ଛୁଆ। ତାପୁଣି ଦୁଇଟି ଛୁଆ। ଏପରି ଘଟଣାଟି ଘଟିଛି ଆନ୍ଧ୍ରପ୍ରଦେଶର ଗୁଣ୍ଠର ଜିଲ୍ଲାରେ। ମହିଳାଙ୍କ ନାମ ହେଉଛି ମାଙ୍ଗାୟାମ୍ମା ଏବଂ ସ୍ବାମୀଙ୍କ ନାମ ହେଉଛି ୟାରାମ୍ମାଟ୍ଟି ରାଜା ରାଓ। ଉଭୟ 1962 ମସିହା ମାର୍ଚ୍ଚ 22 ତାରିଖରେ ବିବାହ କରିଥିଲେ। ବିବାହର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କ କୋଳରେ ଛୁଆଟିଏ ନ ଥିବାରୁ, ପରିବାରର ଭବିଷ୍ୟତ ଚିନ୍ତା କରି ସେମାନେ ଦୁଃଖରେ ଥିଲେ।…

Read More

ସେପ୍ଟେମ୍ବର ୧ ତାରିଖରୁ ଦେଶରେ ନୂଆ ନୂତନ ମୋଟର ଯାନ ସଂଶୋଧିତ ଆଇନ୍‌ ଲାଗୁ ହେବା ପରେ ରାଜ୍ୟରେ ଏନେଇ ବେଶ୍‌ କଡ଼ାକଡ଼ି ନିୟମ ପାଳନ କରାଯାଉଛି । ନୂତନ ନିୟମ ଅନୁସାରେ ଧରପଗଡ଼ ଜୋରଦାର୍‌ ଚାଲିଥିବାବେଳେ ୧୦ ଗୁଣା ଜରିମାନା ଆଦାୟ ସାଧାରଣ ପକେଟକୁ ଭାରି ବାଧୁଛି । ଏହାକୁ ନେଇ ସାଧାରଣରେ ଏକ ଭୟ ବାତାବରଣ ଦେଖାଦେଇଛି । ତେବେ ନୂଆ ସଡକ ସୁରକ୍ଷା ଆଇନ୍‌ ନେଇ ପରିବହନ ସଚିବ ଜି. ଶ୍ରୀନିବାସ ସୂଚନା ଦେଇ କହିଛନ୍ତି ଯେ ଏନେଇ କେହି ଭୟଭୀତ ହେବା ଦରକାର ନାହିଁ ।  ଯେଉଁମାନେ କାଗଜପତ୍ର କରିନାହାନ୍ତି, ସେମାନେ କରିନିଅନ୍ତୁ ।  ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ସେଣ୍ଟ୍ରାଲ୍‌ ଆକ୍ଟରେ ଆଇନ୍‌ ହେଉଛି । ସବୁ ରାଜ୍ୟ ଏହି ସେଣ୍ଟ୍ରାଲ୍‌ ଆକ୍ଟକୁ ଲାଗୁ କରୁଛନ୍ତି । କର୍ମଚାରୀ ନିୟମ ବାହାରେ କାମ କଲେ ଦଣ୍ଡିତ ହେବେ । ସେହିପରି ଲୋକମାନଙ୍କୁ ହଇରାଣ ନ କରିବାକୁ…

Read More

ଭାରତୀୟ ଦଳରେ ଚାରି ନମ୍ବର ସ୍ଥାନକୁ ନେଇ ଦ୍ବନ୍ଦ୍ବ ଲାଗି ରହିଥିବା ବେଳେ ଏହି ସ୍ଥାନ ପାଇଁ ସଞ୍ଜୁ ସାମସନଙ୍କ ନାମ ସୁପାରିଶ କରିଛନ୍ତି ହରଭଜନ ସିଂ । ଗତକାଲି ସାମ୍‌ସନ୍‌ ଦକ୍ଷିଣ ଆଫ୍ରିକା ଏ ବିପକ୍ଷରେ 48 ବଲ୍‌ରୁ 91 ରନ୍‌ ସଂଗ୍ରହ କରିଥିଲେ । ଆଇପିଏଲ୍‌ର ଅନ୍ୟତମ ସଫଳ ଖେଳାଳି ସାମ୍‌ସନ୍‌ ଘରୋଇ ସର୍କିଟ୍‌ରେ ସଫଳ ହୋଇଥିଲେ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ତାଙ୍କୁ ପ୍ରଚୁର ସୁଯୋଗ ମିଳୁନାହିଁ । ସାମ୍‌ସନ୍‌ଙ୍କୁ ଗୋଟିଏ ଟି20 ମ୍ୟାଚ୍‌ରେ ସୁଯୋଗ ମିଳିଥିବା ବେଳେ ଦିନିକିଆରେ ପଦାର୍ପଣର ସୁଯୋଗ ମିଳିନାହିଁ । ଭାରତ ଯଦି ଭବିଷ୍ୟତ ପାଇଁ ଟିମ୍‌ ଗଠନ କରିବାକୁ ଚାହୁଁଥାଏ ତେବେ ସଞ୍ଜୁ ସାମ୍‌ସନ୍‌ଙ୍କ ପରି ଯୁବ ଖେଳାଳିଙ୍କୁ ସୁଯୋଗ ପ୍ରଦାନ କରାଯିବା ଉଚିତ୍‌ ବୋଲି ହରଭଜନ ଟ୍ବିଟ୍‌ କରିଛନ୍ତି । ଏହାକୁ ଥଟ୍ଟା କରି ଯୁବରାଜ ସିଂ ଲେଖିଥିଲେ ’ଦଳରେ ଚାରି ନମ୍ବର ବ୍ୟାଟ୍ସ ମ୍ୟାନ୍‌ଙ୍କ ଆବଶ୍ୟକତା ନାହିଁ, ଦଳର…

Read More

ଚଳିତ ବର୍ଷ ଶଷକୁ ଲିଓନେଲ ମେସି ବାର୍ସେଲୋନା ଛାଡିବେ ବୋଲି ଜଣାପଡିଛି । ବାର୍ସେଲୋନା ସଭାପତି ଜୋସେପ୍‌ ମାରିଆ ବାର୍ଟୋମ୍ୟୁ ଏକ ଟିଭି ସାକ୍ଷାତକାର ଜରିଆରେ ଏହି ସୂଚନା ଦେଇଛନ୍ତି । ମେସି 2017-2021 ପର୍ଯ୍ୟନ୍ତ ବାର୍ସେଲୋନା ସହିତ ଅନୁବନ୍ଧିତ ହୋଇଥିବା ବେଳେ 2019-20 ସିଜିନ୍‌ ପରେ ମେସି ଦଳ ଛାଡିବାରେ କୌଣସି ଅସୁବିଧା ନାହିଁ ବୋଲି ଜୋସେପ୍‌ ମାରିଆ ପ୍ରକାଶ କରିଛନ୍ତି । ପୂର୍ବରୁ ଜାଭି ହର୍ଣ୍ଣାଣ୍ଡେଜ୍‌, କାର୍ଲୋସ୍‌ ପାୟୋଲ୍‌ ଏବଂ ଆନ୍ଦ୍ରେସ୍‌ ଇନିଏଷ୍ଟା ମଧ୍ୟ ସମୟ ପୂର୍ବରୁ ଦଳ ପରିତ୍ୟାଗ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ବାର୍ସେଲୋନା ପକ୍ଷରୁ ଖେଳୁଥିବା ସମୟରେ ମେସି 5 ଥର ବାଲନ୍‌ ଡି ଓର୍‌ ହାସଲ କରିଛନ୍ତି ।

Read More

ଆଜି ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଉଚ୍ଛେଦ ପ୍ରସଙ୍ଗ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ଏହି ବୈଠକରେ ସରକାରଙ୍କୁ କ୍ଲିନ୍‌ ଚିଟ୍‌ ଦେଇଛନ୍ତି ଆମିକସ୍‌ କ୍ୟୁରି। ପୁରୀକୁ ବିଶ୍ୱ ଐତିହ୍ୟରେ ସାମିଲ କରିବା ସହ ସୁରକ୍ଷା ଓ ସୈାନ୍ଦର୍ଯ୍ୟକରଣ ପାଇଁ ଶ୍ରୀମନ୍ଦିରରୁ ୭୫ମିଟର ଚାରିପାର୍ଶ୍ବ ଉଚ୍ଛେଦ କାର୍ଯ୍ୟ ଅନୁଧ୍ୟାନ କରି ସରକାରଙ୍କ ନିଷ୍ପତ୍ତି ଠିକ୍‌ ରହିଛି ବୋଲି ଆମିକସ କ୍ୟୁରୀ କହିଛନ୍ତି। ଆଜି ବୈଠକରେ ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳଙ୍କ ସହ ଆମିକସ୍ କ୍ୟୁରୀ ଆଲୋଚନା କରିଥିଲେ। ଏହା ସହ ସେ କହିଛନ୍ତି ଯେ,  ଏହା ଆଲୋଚନା ଓ ସହମତି ଭିତ୍ତିରେ ଉଚ୍ଛେଦ ହେଉଛି । ଆସନ୍ତା ବର୍ଷ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ କରାଯିବ। ୨୫ ବର୍ଷରେ ଥରେ ନାଗାର୍ଜୁନ ବେଶ ହୁଏ। ଏହି କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ରହିଛି ବୋଲି କହିବା ସହିତ ପ୍ରଶାସନର ଆଗାମୀ ଯୋଜନାର ବ୍ଲୁପ୍ରିଣ୍ଟ ଦେଖିଛନ୍ତି। ପୁରୀର ବିକାଶ ହେଲେ…

Read More

ଆଜି ହୀରାକୁଦ ଡ୍ୟାମର 6ଟି ଗେଟ୍ ବନ୍ଦ କରାଯାଇଛି । ପୂର୍ବରୁ 12ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିଲା । ଏବେ 6ଟି ଗେଟ୍ ବନ୍ଦ ହେବା ପରେ ଏବେ 6ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା କାରଣରୁ ମହାନଦୀ ଜଳସ୍ତର ବୃଦ୍ଧି ପାଉଛି । ଫଳରେ ଏହାର ପ୍ରଭାବରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଆଜି ଦିନ ସାଢେ ଦଶଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 624.29 ଫୁଟ ରହିଥିଲା। ତେବେ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା 630 ଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି 171453 କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ 117762 କ୍ୟୁସେକ୍ ଜଳ ନିଷ୍କାସନ ହେଉଛି ।

Read More