Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନିଜ ଡାଏଟ୍‌ରେ ସାମିଲ୍‌ କରନ୍ତୁ ଅଲିଭ୍‌ ଅଏଲ୍‌, ଆଉ ପାଅନ୍ତୁ ୭ଟି ଫାଇଦା
ବିଶେଷ ଖବର

ନିଜ ଡାଏଟ୍‌ରେ ସାମିଲ୍‌ କରନ୍ତୁ ଅଲିଭ୍‌ ଅଏଲ୍‌, ଆଉ ପାଅନ୍ତୁ ୭ଟି ଫାଇଦା

September 15, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ସାଧାରଣତଃ କର୍ମଜୀବୀ ମହିଳାମାନେ ଘର, ଅଫିସ୍‌ ଆଦିରେ ଦୌଡ଼ି ଦୌଡ଼ି ନିଜ ଶରୀରକୁ ଅଣଦେଖା କରିଥା’ନ୍ତି। ବଦଳୁଥିବା ଲାଇଫ୍‌ଷ୍ଟାଇଲ୍‌ ସହିତ ଖାଦ୍ୟପେୟର ଅନିୟମତତାକୁ ନେଇ ବିଭିନ୍ନ ପ୍ରକାରର ସ୍ବାସ୍ଥ୍ୟ ସମସ୍ୟା ଭୋଗ କରନ୍ତି। କିନ୍ତୁ ଯଦି ଆପଣମାନେ ନିଜ ଖାଦ୍ୟରେ ଅଲିଭ୍‌ ଅଏଲ୍‌କୁ ସାମିଲ୍‌ କରିବେ, ତାହେଲେ ନିଜକୁ କେତେ ପ୍ରକାରର ସମସ୍ୟାରୁ ମୁକ୍ତ ରଖି ପାରିବେ, ତେବେ ଆସନ୍ତୁ ଜାଣିବା ଡାଏଟ୍‌ରେ ଅଲିଭ୍‌ ଅଏଲ୍‌ର ସାମିଲ୍‌ ହେବା ଦ୍ବାରା କ’ଣ କ’ଣ ସବୁ ଉପକାର ହୋଇପାରୁଛି।

ହୃଦୟ ପାଇଁ ଔଷଧ :

ଅଲିଭ୍‌ ଅଏଲ୍‌ରେ ଓମେଗା ୬ ଓ ଓମୋଗା ୩ ଫ୍ୟାଟି ଏସିଡ୍‌ ଭରପୂର ମାତ୍ରାରେ ମିଳିଥାଏ। ହୃଦୟରୋଗ ପାଇଁ ଏହା ବେଷ୍ଟ ଟନିକ୍‌ ରୂପେ ଜଣାଯାଏ। ତେଣୁ ଦୈନନ୍ଦିନରେ ଅଲିଭ୍‌ ଅଏଲ୍‌ ବ୍ୟବହାର ଦ୍ବାରା ହାର୍ଟ ଔଷଧ ରୂପେ କାର୍ଯ୍ୟ କରିବ।

କ୍ୟାନସରରୁ ରକ୍ଷା :

ଅଲିଭ୍‌ ଅଏଲ୍‌ରେ ଓଲିକ୍‌ ଏସିଡ୍‌ ନାମକ ଫେଟି ଏସିଡ୍‌ ମିଳିଥାଏ, ଯାହା କ୍ୟାନସରରୁ ରକ୍ଷା କରିବାରେ ସହାୟକ ହୋଇଥାଏ।

ତ୍ବଚା ଭାଙ୍ଗରୁ ରକ୍ଷା :

ଅଲିଭ୍‌ ଅଏଲ୍‌ରେ ଥିବା ଆଣ୍ଟି ଆକ୍ସିଡେଣ୍ଟର ଗୁଣ ଥିବା ଯୋଗୁଁ ମହିଳାଙ୍କ ତ୍ବଚା ଭାଙ୍ଗ ତଥା ଅସମୟରେ ଆସୁଥିବା ବୃଦ୍ଧାବସ୍ଥାରୁ ରକ୍ଷା କରିଥାଏ। ଏହାର ଦୈନନ୍ଦିନ ବ୍ୟବହାର ଦ୍ବାରା ତ୍ବଚା କମନୀୟ ହେବା ସହିତ ତ୍ବଚାରେ ଭାଙ୍ଗ ନ ପଡ଼ିବାକୁ ସାହାଯ୍ୟ କରିଥାଏ।

ବ୍ରେନ୍‌ ଷ୍ଟ୍ରୋକ୍‌ ପରି ବିପଦ କମ୍‌ ହେବା :

ଅଲିଭ୍‌ ତେଲ ରହିଥିବା ମୋନୋସେଚୁର୍‌ଟେଡ୍‌ ଫେଟ୍‌ ଯୋଗୁଁ ଏହା ବ୍ରେନ୍‌ ଷ୍ଟ୍ରୋକ୍‌ ବିପଦକୁ କମ୍ କରିବାରେ ବହୁତ ସାହାଯ୍ୟ କରିଥାଏ।

ଓଜନ ହ୍ରାସ  କରିବା :

ଅଲିଭ୍‌ ଅଏଲ୍‌ରେ ମୋଟାପା ହ୍ରାସ କରିବାରେ ବିଶେଷ ସହାୟକ ହୋଇଥାଏ। ଏହାର ବ୍ୟବହାର ଦ୍ବାରା ଆପଣ ମୋଟାପାରୁ ମୁକ୍ତି ପାଇପାରିବେ।

ରକ୍ତରେ ଶର୍କରା ପରିମାଣ କମ :

ଅଲିଭ୍‌ ତେଲ ଟାଇପ୍‌ ୨ ଡାଇବେଟିସ୍‌ ରୋଗୀଙ୍କ ପାଇଁ ବହୁତ ଲାଭକାରୀ ଅଟେ। ଏହି ତେଲର ଉପଯୋଗ ଦ୍ବାରା ରକ୍ତରେ ଶର୍କରା ପରିମାଣ ବହୁତ କମ୍‌ ରହିଥାଏ।

ମେନୋପୋଜ୍‌ରେ ଲାଭ :

ଅଲଭି୍‌ ଅଏଲ୍‌ ମହିଳାଙ୍କୁ ମେନେପୋଜ ପରେ ହେଉଥିବା ଅଷ୍ଟିଓପାରାସିସ୍‌ରୁ ମୁକ୍ତ ରଖିବା ସହିତ ବୋନ୍‌ର ଲେୟାରକୁ ମଧ୍ୟ ମଜବୁତ୍‌ କରିଥାଏ।

Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ୩୮ ନବ ଦମ୍ପତିଙ୍କୁ ଆଶୀର୍ବାଦ କଲେ ଉପମୁଖ୍ୟମନ୍ତ୍ରୀ

May 13, 2026

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେଲେ ବଡ ନିଷ୍ପତି, କାରକେଡ୍ ଗାଡି ସଂଖ୍ୟା କଲେ ହ୍ରାସ

May 13, 2026

୨୦୨୬-୨୭ ଖରିଫ୍ ବିପଣନ ଋତୁ ପାଇଁ ୧୪ଟି ଫସଲର ଏମଏସପି ବୃଦ୍ଧିକୁ କ୍ୟାବିନେଟ୍‌ ମଞ୍ଜୁରି

May 13, 2026

କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ, ନବୀନଙ୍କ ଶୋକ ପ୍ରକାଶ

May 13, 2026
Latest News

ଆଜି ମଇ ୧୪ ତାରିଖ ବୁଧବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

May 14, 2026

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ’ ଶୀର୍ଷକ କାର୍ଯ୍ୟକ୍ରମ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.