Author: Samikhsya Bureau
ସଂଶୋଧିତ ନୂତନ ମୋଟର ଯାନ ଆଇନ୍କୁ ନେଇ ଏବେ ସାରା ରାଜ୍ୟରେ ଧରପଗଡ଼ । ବିନା ଲାଇସେନ୍ସରେ ଗାଡ଼ି ଚାଳକଙ୍କଠାରୁ ଜରିମାନା ଆଦାୟ ତଥା ଦଣ୍ଡର ପ୍ରାବଧାନ ରହିଥିବାରୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଲମ୍ବା ଲାଇନ ଲାଗି ରହୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଖୋଲିବ ୫ଟି ଅତିରକ୍ତ କେନ୍ଦ୍ର ଖୋଲାଯିବା ବୋଲି ସୂଚନା ମିଳିଛି । ଭୁବନେଶ୍ବରଠାରେ ୪ଟି ଓ ଖୋର୍ଦ୍ଧାଠାରେ ଗୋଟିଏ କେନ୍ଦ୍ର ଖୋଲିବ । ଆରଟିଓ-୧, ଆରଟିଓ-୨ ବାଦ୍ ମୋଟ ୫ଟି ଅତିରିକ୍ତ କେନ୍ଦ୍ର ଖୋଲିବ ବୋଲି ସୂଚନା ଦେଇଛନ୍ତି ପରିବହନ ସଚିବ ଜି. ଶ୍ରୀନିବାସ । ଅତିରିକ୍ତ କେନ୍ଦ୍ରରେ କେବଳ ଲର୍ଣ୍ଣର୍ ଲାଇସେନ୍ସ ଦିଆଯିବ ବୋଲି ସୂଚନା ରହିଛି । ଭିଡ଼ ଦୃଷ୍ଟିରୁ ପ୍ରଥେମ ଭୁବନେଶ୍ବର ଓ ଖୋର୍ଦ୍ଧାରେ ଅତିରିକ୍ତ କେନ୍ଦ୍ର ଖୋଲାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ପରେ ଅନ୍ୟ ସହରେ ଭିଡ଼କୁ ଦେଖି ନିଷ୍ପତ୍ତି…
ଦୁର୍ନୀତି ବିକାଶର ସବୁଠାରୁ ବଡ଼ ପ୍ରତିବନ୍ଧକ । ତେଣୁ ଦୁର୍ନୀତି ବିରୁଦ୍ଧରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି କ୍ଷେତ୍ରରେ ଜିରୋ ଟଲରେନ୍ସ ନୀତି ଉପରେ ଗୁରୁତ୍ବ ଦେଇ ଆସିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଅଂଶସ୍ବରୂପ ଆଜି ୧୬ଜଣ ଅଧିକାରୀଙ୍କୁ ବରଖାସ୍ତ କରିଛନ୍ତି । ଏହି ବରଖାସ୍ତ ଅଧିକାରୀଙ୍କ ମଧ୍ୟରେ ୫ ଜଣ ପ୍ରଧାନ ଶିକ୍ଷକ, ୪ ଜଣ ଇଞ୍ଜିନିୟର, ଦୁଇଜଣ ରାଜସ୍ବ ନିରକ୍ଷକ, ଜଣେ ଫାର୍ମାସିଷ୍ଟ, ଜଣେ ଅମିନ୍, ଜଣେ ପଞ୍ଚାୟତ କାର୍ଯ୍ୟକାରୀ କର୍ମଚାରୀ ଓ ଦୁଇ ଜଣ କିରାଣୀ ଅନ୍ତର୍ଭୁକ୍ତ ରହିଛନ୍ତି । ଏହି ସମସ୍ତ ଅଧିକାରୀମାନେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଉଛନ୍ତି ଭୁବନେଶ୍ବରର ଆର୍ ଆଣ୍ଡ ବି ଡିଭିଜନ-ଆଇର ଡେପୁଟି ଏକଜ୍ୟୁକଟିଭ ଇଞ୍ଜିନିୟର ଜିବେଶ୍…
ମାଲକାନଗିରିଠାରେ ଜାତୀୟ ରାଜପଥ – ୩୨୬ରେ ସ୍କୁଲ ପିଲା ଧାରଣା କରି ରାସ୍ତାରୋକ କରିଛନ୍ତି। ନିମ୍ନମାନର ଖାଦ୍ୟ ଓ ବିଭିନ୍ନ ସମସ୍ୟା ନେଇ ରାସ୍ତାରୋକ କରିଛନ୍ତି। ମାଲକାନଗିରି ନାଏକଗୁଡ଼ା କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟରେ ଛାତ୍ରୀମାନେ ବିଭିନ୍ନ ସମସ୍ୟା ନେଇ ଅସନ୍ତୋଷ ପ୍ରକଟ କରିଛନ୍ତି। ହଷ୍ଟେଲରେ ଠିକ୍ ଭାବେ ଖାଦ୍ୟ ଦିଆଯାଉନଥିବାର ଅଭିଯୋଗ କରିଛନ୍ତି। ରାସ୍ତାରୋକ ଯୋଗୁଁ ଉଭୟ ପାର୍ଶ୍ବରେ ଅଟକି ରହିଛି ଶହ ଶହ ଗାଡ଼ି ମୋଟର।
ଶୁକ୍ରବାର 13 ସେପ୍ଟେମ୍ବରରେ ଭୂତ୍ ପାର୍ଟ ଓ୍ବାନ୍ର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି । ଏହି ପୋଷ୍ଟରରେ ଦୁଷ୍ଟ ଶକ୍ତି ବଶରେ ରହିଥିବା ଭିକି ପାଣି ମଧ୍ୟରେ ବୁଡିଯାଉଥିବାର ନଜର ଆସିଛନ୍ତି । କରଣ ଜୋହର ଏବଂ ଜୀ ସିନେମା ଫିଲ୍ମର ପ୍ରଯୋଯନା କରିଥିବା ବେଳେ କରଣ ସୋସିଆଲ ମିଡିଆରେ ଏହାର ପ୍ରଥମ ପୋଷ୍ଟର ରିଲିଜ୍ କରାଇଛନ୍ତି । ଏହା ସହିତ ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି । ନଭେମ୍ବର 15ରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମରେ ଭିକିଙ୍କ ବ୍ୟତୀତ ଭୂମି ପେଡନେକର ଏବଂ ଆଶୁତୋଷ ରାଣା ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଡେବ୍ୟୁଟାଣ୍ଟ ଭାନୁପ୍ରତାପ ସିଂ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ।
ସମୀକ୍ଷା ବ୍ୟୁରୋ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ନିକଟସ୍ଥ ନିମାଇମଲ୍ଲ ଗ୍ରାମର ଜଣେ ଯୁବକଙ୍କୁ ପୂର୍ବ ଶତ୍ରୁତାକୁ ନେଇ ଅପହରଣ କରିବା ସହ ମରଣାନ୍ତକ ଆକ୍ରମଣ ହୋଇଥିବାର ସୂଚନା ମିଳିଛି । ପୀଡ଼ିତ ଜଣକ ହେଉଛନ୍ତି ନିମାଇମଲ୍ଲ ନିବାସୀ ଜଗା ବେହେରାଙ୍କ ପୁତ୍ର ରାକେଶ ବେହେରା । ମିଳିଥିବା ସୂଚନା ଅନୁସାରେ କିଛିଦିନ ପୂର୍ବେ ବାଲୁଗାଁ ରେଲ୍ଓ୍ବେ ଷ୍ଟେସନ୍ ନିକଟସ୍ଥ ଏକ ଗ୍ରାମର କିଛି ଯୁବକ ନିମାଇମଲ୍ଲଠାରେଥିବା ଚଣ୍ଡୀମନ୍ଦିରରେ ବଣଭୋଜି କରିବାକୁ ଯାଇଥିଲେ । ସେଠାରେ ବଣଭୋଜି କରିବା ସମୟରେ କିଛି କଥାକୁ ନେଇ ସ୍ଥାନୀୟ ଯୁବକ ରାକେଶ ବେହେରାଙ୍କ ସହ ପାଟିତୁଣ୍ଡ ହୋଇଥିଲା । ତେବେ କିଛି ଦିନ ପରେ ଗତକାଲି ସେଠାରେ ସେହି ଯୁବକମାନେ ପୁନର୍ବାର ଭୋଜି କରିବାକୁ ଯାଇ ସେଠାରେ ଥିବା ପୂଜକ ଜାନିଙ୍କୁ ହଣ୍ଡା ହାଣ୍ଡି ମାଗିଥିଲେ । ସେ ବାରଣ କରିବାରୁ ତାଙ୍କୁ ମାରଧର କରିଥିଲେ । ପରେ ଉକ୍ତ ଯୁବକମାନେ ନିଜ ଗ୍ରାମକୁ ଫେରି…
କଂଗ୍ରେସ ପକ୍ଷରୁ ଅର୍ଥନୈତିକ ମାନ୍ଦାବସ୍ଥା ବିରୋଧରେ ପ୍ରତିବାଦର ଘୋଷଣା କରାଯାଇଛି । ଗୁରୁବାର କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ଏଆଇସିସି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ଅନୁଯାୟୀ ଆସନ୍ତା ଅକ୍ଟୋବର 15 ତାରିଖରୁ 25 ତାରିଖ ପର୍ଯ୍ୟନ୍ତ ଏହି ପ୍ରତିବାଦ କରାଯିବ । ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ଏହି ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ କଂଗ୍ରେସର ସମସ୍ତ ସାଧାରଣ ସମ୍ପାଦକ ଉପସ୍ଥିତ ଥିଲେ । ଏହା ସହିତ ଗାନ୍ଧୀଜୀଙ୍କ 150 ତମ ଜନ୍ମ ଦିବସ ଅବସରରେ ଆସନ୍ତା ଅକ୍ଟୋବର2ରୁ 9 ପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ପଦଯାତ୍ରାର ନିଷ୍ପତ୍ତି ନିଆଯାଇଛି । ବିଜେପି ପକ୍ଷରୁ ମିଥ୍ୟା ଅର୍ଥନୈତିକ ଅଭିବୃଦ୍ଧି ବିରୋଧରେ ପ୍ରତିବାଦର ଏହା ପ୍ରକୃଷ୍ଟ ସମୟ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଛନ୍ତି ।
ରଙ୍ଗାଚରଣ ପ୍ରଧାନ ପୁଣି ଗୋଟିଏ ନୂଆ ଯୋଜନା । ଏଥରର ଯୋଜନା ନାଁ ହେଉଛି ‘ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା’ । ଚଳିତ ମାସ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଝାଡଖଣ୍ଡ ଯାଇ ଏହାର ଉଦ୍ଘାଟନ କରିଛନ୍ତି । ଏଥିରେ ସାମିଲ ହେବାକୁ ଇଛୁକ ଚାଷୀ ମାନଙ୍କ ପାଇଁ ନାମାଙ୍କନ ପ୍ରକ୍ରୀୟା ଆଗରୁ ଆରମ୍ଭ ହୋଇ ସାରିଲାଣି । ଏହି ଯୋଜନାରେ ସାମିଲ ହେଉଥିବା ଚାଷୀଙ୍କୁ ୬୦ ବର୍ଷ ବୟସ ହେବା ପରେ ସରକାର ସେମାନଙ୍କୁ ମାସିକ ୩୦୦୦ ଟଙ୍କା ଲେଖାଏଁ ପେନସନ୍ ଦେବେ । ଯଦି ୬୦ ବର୍ଷ ବୟସ ପରେ ସେହି ଚାଷୀର ମୄତ୍ୟୁ ହୁଏ ତେବେ ତା’ର ପତ୍ନୀକୁ ମାସିକ ୧୫୦୦ ଟଙ୍କା ପେନସନ୍ ମିଳିବ । କେନ୍ଦ୍ର କୄଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତି ଯେ ଜଣେ କୄଷକ କଠିନ ପରିଶ୍ରମ କରିବା ସତ୍ତ୍ବେ ତାକୁ ପର୍ଯ୍ୟାପ୍ତ ଆୟ ମିଳୁନାହିଁ ।…
ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବରେ ବିକଶିତ କରିବା ପାଇଁ ରାଜ୍ୟ ସରକାର ବିଶେଷ ଗୁରୁତ୍ବ ଦେଉଛନ୍ତି । ଏଥିପାଇଁ ପୁରୀର ଭିତ୍ତିଭୂମିର ବିକାଶ, କୀର୍ତ୍ତିରାଜିର ସଂରକ୍ଷଣ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ କରାଯାଉଛି । ଏହିସବୁ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାରେ ଜିଲ୍ଲାପାଳଙ୍କୁ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୫ ଜଣ ଆଇଏଏସ୍ ଅଫିସରମାନଙ୍କୁ ପୁରୀରେ ନିଯୁକ୍ତ କରିଛନ୍ତି । ସେମାନେ ପୁରୀର ବିକାଶ ପାଇଁ କରାଯାଉଥିବା ବିଭିନ୍ନ ପ୍ରକଳ୍ପ ଦାୟିତ୍ବରେ ରହିବେ । ୨୦୧୮ ବ୍ୟାଚ୍ର ଏହି ଆଇଏଏସ ଅଫିସର ହେଉଛନ୍ତି ସୂର୍ଯ୍ୟବଂଶୀ ମୟୂର ବିକାଶ, କୀର୍ତ୍ତିଭାସନ ଭି, ଡ. ଶୁଭଙ୍କର ମହାପାତ୍ର, ଜେ. ସୋନାଲ୍, ଭୁବନେଶ ଦେବଦାସ ପାଟିଲ ପ୍ରମୁଖ । ଏମାନେ ସମେସ୍ତ ଆଜି ପୁରୀରେ କାର୍ଯ୍ୟର ଯୋଗ ଦେଇଛନ୍ତି । ପୁରୀ ଯିବା ପୂର୍ବରୁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ…
ଛାତ୍ର କଂଗ୍ରେସ ସଭାପତି ଇତୀଶ ପ୍ରଧାନଙ୍କ ବିଷୋଦ୍ଗାର ଉପରେ ମୁହଁ ଖୋଲିଛନ୍ତି ଓଡିଶା କଂଗ୍ରେସ ମୁଖ୍ୟ ନିରଞ୍ଜନ ପଟ୍ଟନାୟକ । ନିରଞ୍ଜନ କହିଛନ୍ତି ନିରାଶ ହୋଇ ଇତୀଶ ଏଭଳି ମନ୍ତବ୍ୟ ଦେଇଛନ୍ତି । ତାଙ୍କ ମନ୍ତବ୍ୟରୁ ପିଲାଳିଆମୀ ସ୍ପଷ୍ଟ ବାରି ହୋଇପଡୁଛି । କେବଳ ଓଡିଶାରେ ନୁହେଁ ଦେଶର ବିଭିନ୍ନ ପ୍ରାନ୍ତରେ କଂଗ୍ରେସ ଖରାପ ପ୍ରଦର୍ଶନ କରିଛି । ନିଜେ ଇତୀଶ ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ମାତ୍ର ପରାଜିତ ହୋଇଥିଲେ ତେଣୁ ଏଭଳି ମନ୍ତବ୍ୟ ତାଙ୍କୁ ଆଦୌ ଶୋଭା ଦେଉନାହିଁ । ଇତୀଶଙ୍କୁ ମିଳିଥିବା ଭୋଟର ପରିମାଣ ମଧ୍ୟ ସନ୍ତୋଷ ଜନକ ନୁହେଁ ଏହାର ଦୋଷ ସେ କାହାକୁ ଦେବେ ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ । ଉଲ୍ଲେଖ ଯୋଗ୍ୟ ଯେ, ନିରଞ୍ଜନ ଦଳକୁ ବିକ୍ରି କରିଛନ୍ତି ଏବଂ ରାଜ୍ୟରେ କଂଗ୍ରେସର ବିପର୍ଯ୍ୟୟ ପାଇଁ ନିରଞ୍ଜନ ଦାୟୀ ବୋଲି ଗତକାଲି ଛାତ୍ର କଂଗ୍ରେସ ସଭାପତି ଇତୀଶ ପ୍ରଧାନ ଅଭିଯୋଗ କରିଥିଲେ…
କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନୂତନ ମୋଟରଯାନ ଆଇନକୁ ସମାଲୋଚନା କରିଛନ୍ତି ମଧ୍ୟପ୍ରଦେଶ ପରିବହନ ମନ୍ତ୍ରୀ । ପରିବହନ ମନ୍ତ୍ରୀ ଗୋବିନ୍ଦ ସିଂ ରାଜପୁତ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ସାଧାରଣ ଲୋକଙ୍କୁ ଲୁଟିବା ନିମନ୍ତେ କେନ୍ଦ୍ର ସରକାର ଏହି ତୁଗଲକୀ ନିୟମ ଲାଗୁ କରିବାର ନିଷ୍ପତ୍ତି ନେଇଛନ୍ତି ବୋଲି ରାଜପୁତ କହିଛନ୍ତି । ମହମ୍ମଦ ବିନ୍ ତୁଗଲକ ଯେପରି କର ବ୍ୟବସ୍ଥାରେ ବୃଦ୍ଧି ଘଟାଇ ନିଜ ସାମ୍ରାଜ୍ୟର ଅନ୍ତ ଘଟାଇଥିଲେ ବର୍ତ୍ତମାନର ବିଜେପି ସରକାର ନୂତନ ମୋଟର ଯାନ ଆଇନ ଲାଗୁ କରି ଟ୍ରାଫିକ୍ ଜରିମାନାର ପରିମାଣରେ ବୃଦ୍ଧି ଘଟାଇ ନିଜ ଶାସନର ଅନ୍ତ ଘଟାଇବାର ପ୍ରସ୍ତୁତି ଚଳାଇଛି ବୋଲି ରାଜପୁତ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସେପ୍ଟେମ୍ବର 1ରୁ ଏହି ନୂତନ ମୋଟରଯାନ ଆଇନ ଲାଗୁ କରାଯାଇଥିବା ବେଳେ କେବଳ ମଧ୍ୟପ୍ରଦେଶ ଏବଂ ପଶ୍ଚିମବଙ୍ଗ ବ୍ୟତିତ ସମସ୍ତ ରାଜ୍ୟ ଏହି ନିୟମ ଲାଗୁ କରିଥିଲେ ।
ମାଲକାନ୍ଗିରି ଜିଲ୍ଲା ଅଞ୍ଚଳରେ ମିଳୁଛି ପ୍ଲାଷ୍ଟିକ୍ ଅଣ୍ଡା । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ୍ୟ । ସ୍ଥାନୀୟ ହାଇଟେକ୍ କଲୋନୀର ଜଣେ ବ୍ୟକ୍ତି ଏହି ଅଣ୍ଡା କିଣିଥିବାର ସୂଚନା ମିଳିଛି । ତେବେ ଏ ଅଣ୍ଡା ସମ୍ପର୍କରେ ଏଯାଏଁ ଖାଦ୍ୟ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ ହୋଇନି । ମାଲ୍କାନଗିରିରେ ଏହି ଅଣ୍ଡା ମିଳୁଥିବା ନେଇ ଚର୍ଚ୍ଚା ଏବେ ବେଶ୍ ଜୋର୍ରେ । ମିଳୁଥିବା ଏଇ ଅଣ୍ଡାଟି ଚେପ୍ଟା ହୋଇଯଉଛି, ଆସ୍ତରଣ ଦେଖାଯାଉଛି । ଅଣ୍ଡାର କେଶରକୁ ହାତରେ ଧରିଲେ ଝୁଲି ରହୁଥିବା ଦେଖାଯାଉଛି ।

