Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆତଙ୍କୀ ଓ ପାକିସ୍ତାନ ସମ୍ପର୍କକୁ ସ୍ବୀକାର କଲେ ଇମ୍ରାନ୍‌, ଏଥିପାଇଁ ଆମେରିକାକୁ କଲେ ଦାୟୀ
ଆଜିର ଖବର

ଆତଙ୍କୀ ଓ ପାକିସ୍ତାନ ସମ୍ପର୍କକୁ ସ୍ବୀକାର କଲେ ଇମ୍ରାନ୍‌, ଏଥିପାଇଁ ଆମେରିକାକୁ କଲେ ଦାୟୀ

September 13, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପାକିସ୍ତାନ ସହ ଆତଙ୍କବାଦୀଙ୍କ ସମ୍ପର୍କକୁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ସ୍ୱୀକାର କରିଛନ୍ତି। ଏଥିସହ ଆମେରିକା କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା(ସିଆଇଏ) ହିଁ ପାକିସ୍ତାନକୁ ଜିହାଦୀ ପାଳନ କରିବାକୁ ସମସ୍ତ ପ୍ରକାରର ଆର୍ଥିକ ସହାୟତା ଯୋଗାଇ ଦିଏ ବୋଲି ଇମ୍ରାନ ଖାନ୍‌ କହିଛନ୍ତି। ଏହାବାଦ୍‌ ସେ ପାକିସ୍ତାନରେ ଆତଙ୍କବାଦ ବଢ଼ିବା ପଛରେ ଆମେରିକାକୁ ପରୋକ୍ଷରେ ଦାୟୀ ମଧ୍ୟ କରିଛନ୍ତି। ରୁଷର ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ବେଳେ ଇମ୍ରାନ୍‌ ଖାନ୍‌ କହିଛନ୍ତି, “୮୦ ଦଶକରେ ଆଫଗାନିସ୍ତାନକୁ ରୁଷ କବଜା କରିଥିଲା। ଏହି ସମୟରେ ପାକିସ୍ତାନ ମୁଜାହିଦ୍ଦିନ ଲୋକଙ୍କୁ ରୁଷ ବିରୋଧରେ ଜିହାଦ କରିବାକୁ ଟ୍ରେନିଂ ଦେଉଥିଲା। ଅର୍ଥାତ ଏହି ଆତଙ୍କବାଦୀମାନେ ପାକିସ୍ତାନରୁ ହିଁ ତାଲିମ ପାଇଛନ୍ତି। ତେବେ ଏଥିପାଇଁ ସମସ୍ତ ଅର୍ଥ ସିଆଇଏ ହିଁ ପାକିସ୍ତାନକୁ ଦେଉଥିଲା। ଏହି ଶୀତଳ ଯୁଦ୍ଧରେ ପାକିସ୍ତାନ ହିଁ ଆମେରିକାକୁ ସହଯୋଗ କରିଥିଲା। ହେଲେ ଏବେ ଆମେରିକା ସେହି ଜିହାଦୀମାନଙ୍କୁ ଆତଙ୍କବାଦୀ ଘୋଷଣା କରୁଛି। ଯେଉଁ ସଂଗଠନ ଗୁଡ଼ିକ ରୁଷ ବିପକ୍ଷ ଯୁଦ୍ଧରେ ଆମେରିକାକୁ ସହଯୋଗ କରିଥିଲେ, ଏବେ ସେମାନେ ଆଉ ଜିହାଦୀ ହୋଇ ନାହାନ୍ତି। ସେମାନଙ୍କୁ ଆମେରିକା ଆତଙ୍କୀ ଘୋଷଣା କରିସାରିଛି। ସେହି ଆତଙ୍କବାଦୀମାନେ ଏବେ ପାକିସ୍ତାନ ଉପରେ ଆକ୍ରମଣ କରୁଛନ୍ତି। ସେମାନଙ୍କ ପାଇଁ ପାକିସ୍ତାନ ଛବି ବିଶ୍ୱ ଦରବାରରେ ଖରାପ ହେଉଛି। ଇମ୍ରାନଙ୍କ ମତରେ ସେତେବେଳେ ଆମେରିକାକୁ ସହଯୋଗ କରିବା ଠିକ୍‌ ନଥିଲା । ଯଦି ସେତେବେଳେ ପାକିସ୍ତାନ ଆମେରିକାକୁ ସହଯୋଗ କରିନଥା‘’ନ୍ତା, ତେବେ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା ବୋଲି କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ।  ପାକିସ୍ତାନ ପଡ଼ୋଶୀ ଆଫଗାନିସ୍ତାନରେ ଚାଲିଥିବା ଯୁଦ୍ଧରେ ସାମିଲ ହେବାରୁ, ଇସଲାମାବାଦକୁ ବହୁତ କ୍ଷତି ସହିବାକୁ ପଡ଼ିଥିଲା। ଏହି ଯୁଦ୍ଧରେ ପାକିସ୍ତାନ ୭୦ ହଜାର ଲୋକ ଓ ୧୦୦ ବିଲିୟନ ଡଲାର ହରାଇଥିଲା। କିନ୍ତୁ ଶେଷରେ କ’ଣ ହେଲା, ଆମେରିକା ଏଥି ପାଇଁ ପାକିସ୍ତାନକୁ ଦାୟୀ କଲା। ଇମ୍ରାନଙ୍କ ମତରେ ଏଥିରେ ପାକିସ୍ତାନ ପ୍ରତି ଅନ୍ୟାୟ ହୋଇଛି । ଚଳିତ ସପ୍ତାହରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପାକିସ୍ତାନ ସାହାଯ୍ୟରେ ଆୟୋଜିତ ଆଫଗାନ୍‌ ତାଲିବାନା ବାର୍ତ୍ତାକୁ ରଦ୍ଦ କରିଦେଇଥିଲେ । ଟ୍ରମ୍ପ୍‌ ତାଲିବାନ୍‌ ସହିତ ଶାନ୍ତି ବାର୍ତ୍ତାକୁ ରଦ୍ଦ କରିବା ପଛରେ କାବୁଲ୍‌ରେ ହୋଇଥିବା ତାଲିବାନୀ ଆକ୍ରମଣକୁ କାରଣ ଦର୍ଶାଇଛନ୍ତି । ଯେଉଁଥିରେ ଆମେରିକାର ସୈନିକ ସମେତ ୧୨ ଲୋକ ମୃତ୍ୟୁବରଣ କରିଛନ୍ତି । ଆଫଗାନ୍‌ ବାର୍ତ୍ତା ରଦ୍ଦ ହେବା ପରେ ପାକିସ୍ତାନକୁ ଝଟ୍‌କା ଲାଗିଛି ।୨୦୦୧ରୁ ଆଫଗାନିସ୍ତାନରେ ଆମେରିକା ତାଲିବାନ ବିରୋଧରେ ଲଢ଼େଇ କରୁଛି। ହେଲେ ଏଯାଏ ସଫଳତା ପାଇନାହିଁ। ଏଥିପାଇଁ ଆମେରିକା କେବଳ ପାକିସ୍ତାନକୁ ଦାୟୀ କରି ଚାଲିଛି।”

Share. Facebook Twitter LinkedIn Email WhatsApp Copy Link

Related Posts

କ୍ଷୁଦ୍ର ଜଳବିଦ୍ୟୁତ କ୍ଷେତ୍ରରେ ନୂଆ ପୁଞ୍ଜିନିବେଶ ଆଣିବା ପାଇଁ ଗୁରୁତ୍ୱ ଦେଲେ ଉପ-ମୁଖ୍ୟମନ୍ତ୍ରୀ

September 12, 2026

ପୂର୍ବ ବାସସ୍ଥାନକୁ ଫେରିବ ହାତୀ ‘ମାଧୁରୀ’: ଯତ୍ନ ନେବାରେ ସହଯୋଗ କରିବ ‘ବନତାରା’

September 12, 2026

ସାହେବୀରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ଜୀବନ କୌଶଳ ଉପରେ ସଚେତନତା କାର୍ଯ୍ୟକ୍ରମ

September 12, 2026

ମୋଦୀଙ୍କ ଜନ୍ମଦିନରେ ପ୍ରତ୍ୟେକ ଘରେ ‘ଆଶୀର୍ବାଦର ଦୀପ’ ଜଳାଇବାକୁ ଆହ୍ୱାନ କଲେ ଉପମୁଖ୍ୟମନ୍ତ୍ରୀ

September 12, 2026
Latest News

କ୍ଷୁଦ୍ର ଜଳବିଦ୍ୟୁତ କ୍ଷେତ୍ରରେ ନୂଆ ପୁଞ୍ଜିନିବେଶ ଆଣିବା ପାଇଁ ଗୁରୁତ୍ୱ ଦେଲେ ଉପ-ମୁଖ୍ୟମନ୍ତ୍ରୀ

September 12, 2026

ପୂର୍ବ ବାସସ୍ଥାନକୁ ଫେରିବ ହାତୀ ‘ମାଧୁରୀ’: ଯତ୍ନ ନେବାରେ ସହଯୋଗ କରିବ ‘ବନତାରା’

September 12, 2026

ସାହେବୀରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ଜୀବନ କୌଶଳ ଉପରେ ସଚେତନତା କାର୍ଯ୍ୟକ୍ରମ

September 12, 2026

ମୋଦୀଙ୍କ ଜନ୍ମଦିନରେ ପ୍ରତ୍ୟେକ ଘରେ ‘ଆଶୀର୍ବାଦର ଦୀପ’ ଜଳାଇବାକୁ ଆହ୍ୱାନ କଲେ ଉପମୁଖ୍ୟମନ୍ତ୍ରୀ

September 12, 2026

ଭିଜିଲାନ୍ସ ନଜରରେ ଅବକାରୀ ଅଧୀକ୍ଷକ, ସ୍କର୍ପିଓରୁ ମିଳିଲା ୫ ଲକ୍ଷ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.