Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓ.ଏମ୍.ସି. ଗୁରୁ କେଳୁଚରଣ ମହାପାତ୍ର ପୁରଷ୍କାର ଉତ୍ସବର ଅନ୍ତିମ ସଂଧ୍ୟାରେ ଓଡ଼ିଶୀ ନୃତ୍ୟାଭିନୟ ନମାମି ଗଙ୍ଗେ
ବିଶେଷ ଖବର

ଓ.ଏମ୍.ସି. ଗୁରୁ କେଳୁଚରଣ ମହାପାତ୍ର ପୁରଷ୍କାର ଉତ୍ସବର ଅନ୍ତିମ ସଂଧ୍ୟାରେ ଓଡ଼ିଶୀ ନୃତ୍ୟାଭିନୟ ନମାମି ଗଙ୍ଗେ

September 12, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ସୃଜନ ଦ୍ୱାରା ଆୟୋଜିତ ୨୫ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଅନ୍ତିମ ସଂଧ୍ୟାରେ ଦେଖିବାକୁ ମିଳିଥିଲା ଓଡ଼ିଶୀ ନୃତ୍ୟାଭିନୟ ନମାମି ଗଙ୍ଗେ  । ଏହି ଉତ୍ସବର ମୂଳ ଉଦ୍ଦେଶ୍ୟ ଓଡିଶାର ସଂସ୍କୃତି ପ୍ରେମୀ ଦର୍ଶକମାନଙ୍କୁ ଭାରତର ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତକୁ ପ୍ରଦର୍ଶିତ କରାଇବା ସହିତ ତାହାକୁ କିପରି ଲୋକଲୋଚନକୁ ଆଣିବା । ୧୯୯୫ ମସିହାରୁ ପ୍ରତିବର୍ଷ ଓଡ଼ିଶାରେ ନୃତ୍ୟ, ସଙ୍ଗୀତ, ମଞ୍ଚ ଏବଂ ସିନେମା କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ନାଲକୋ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ସ୍ୱରୂପ ୧ ଲକ୍ଷ ଟଙ୍କା ଲେଖାଏଁ ଦୁଇଗୋଟି ପୁରସ୍କାର ପ୍ରଦାନ କରାଯାଇଥାଏ । ସେହିପରି ପ୍ରତ୍ୟେକ ବର୍ଷ ଦେଶର ସୁନାମଧନ୍ୟ ଶାସ୍ତ୍ରୀୟ ନୃତ୍ୟ ଓ ଓଡ଼ଶୀ ସଙ୍ଗୀତ ପାଇଁ ଚାରିଜଣ ଯୁବ କଳାକାରଙ୍କୁ ନାଲକୋ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥାଏ ।

ଏହି ବର୍ଷ ପୁରସ୍କାର ଉତ୍ସବର ୨୫ତମ ସମାରୋହ ଉତ୍ସବ ଉପଲକ୍ଷେ ଅନୁଷ୍ଠାନ ଦ୍ୱାରା ଦୁଇଗୋଟି ପୁରସ୍କାର ପରିବର୍ତ୍ତେ ପାଞ୍ଚଗୋଟି ପୁରଷ୍କାର – ନୃତ୍ୟ, ରଙ୍ଗମଞ୍ଚ, ସଙ୍ଗୀତ ଏବଂ ସିନେମାରେ ପ୍ରସିଦ୍ଧି ଲାଭକରିଥିବା ବ୍ୟକ୍ତିତ୍ୱମାନଙ୍କୁ ପୁରସ୍କୃତ କରାଯାଇଛି । ନାଲ୍‍କୋ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ୨୦୧୯ ପ୍ରଖ୍ୟାତ ତବଲା ବାଦକ ଗୁରୁ ହରମୋହନ ଖୁଣ୍ଟିଆ, ଓଡ଼ିଶୀ ନୃତ୍ୟ ଗୁରୁ ଦୁର୍ଗାଚରଣ ରଣବୀର, ବିଶିଷ୍ଟ ନୃତ୍ୟ ସମିକ୍ଷକ ଡ଼. ସୁନୀଲ କୋଠାରୀ ଓ ଶ୍ରୀମତୀ ଲୀଲା ଭେଙ୍କଟରମଣ ଏବଂ ବିଶିଷ୍ଟ ଫଟୋଗ୍ରାଫର ଅଭିନାସ ପରିଚ୍ଛାଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଅଛି । ଏହା ବ୍ୟତୀତ ନଲକୋ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ ପାଞ୍ଚଜଣ ବିଶିଷ୍ଟ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ବିଶାରଦ ଯଥା ଓଡ଼ିଶୀ ନୃତ୍ୟ ପାଇଁ ଶ୍ରୀମତୀ ସ୍ୱପ୍ନକୋଳ୍ପା ଦାସଗୁପ୍ତା, ଶ୍ରୀ ରାହୁଲ ଆଚାର୍ଯ୍ୟ, ଶ୍ରମତୀ ରାଜଶ୍ରୀ ପ୍ରହରାଜ, ଶାତ୍ରୀୟ ନୃତ୍ୟ ପାଇଁ ଶ୍ରୀମତୀ ଅନ୍ୱେଶା ମହନ୍ତ ଏବଂ ଓଡ଼ିଶୀ କଣ୍ଠ ସଙ୍ଗୀତ ପାଇଁ ଶ୍ରୀ ସତ୍ୟବ୍ରତ କଥାଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ସୃଜନ ଅନୁଷ୍ଠାନ ତରଫରୁ ପ୍ରଦାନ କରାଯାଇଅଛି । ଉଦଯାପନୀ ସଂଧ୍ୟାରେ ୨୫ତମ ସମାରୋହ ଉତ୍ସବ ଉପଲକ୍ଷେ ସୃଜନ ଅନୁଷ୍ଠାନ ଦ୍ୱାରା ଗୁରୁ କେଳୁଚରଣ ମହାପାତ୍ରଙ୍କ ସ୍ମରଣୀକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା ଯାହାକୁ ପ୍ରକାଶିତ କରିଥିଲେ ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ରଙ୍କ ।

ଅନ୍ତିମ ସଂଧ୍ୟାରେ ଗୁରୁ ରତିକାନ୍ତ ମହାପାତ୍ରଙ୍କ ସୃଜନ ଅନୁଷ୍ଠାନର ଶିଳ୍ପୀମାନେ ପ୍ରସ୍ତୁତ କରିଥିଲେ ପଣ୍ଡିତ ନିତ୍ୟାନନ୍ଦ ମିଶ୍ରଙ୍କ ଦ୍ୱାରା ଲିଖିତ ନମାମି ଗଙ୍ଗେ, ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ରତିକାନ୍ତ ମହାପାତ୍ର ଏବଂ ସ୍ୱର ସଂଯୋଜନା କରିଥିଲେ ଶ୍ରୀ ଲକ୍ଷ୍ମୀକାନ୍ତ ପାଲିତ । ଭଗବାନ ଶିବଙ୍କ ମସ୍ତକରୁ ଗଙ୍ଗାଙ୍କ ଉତ୍ପତ୍ତିର କାହାଣୀ ହେଉଛି ନମାମି ଗଙ୍ଗେ । ଗଙ୍ଗାଙ୍କ ଉତ୍ପତିର କାହାଣୀ ରାଜା ସାଗରଙ୍କ ଅଶ୍ୱମେଦ୍ଧ ଯଜ୍ଞରୁ ଆରମ୍ଭ । ଗଙ୍ଗା ଗୋମୁଖ ପାହାଡ଼ରୁ ଆରମ୍ଭ ହୋଇ ହିମାଳୟର ଶିଖର ପାଦଦେଶ ଦେଇ ଗତି କରି ବଙ୍ଗୋପସାଗରରେ ମିଶିଅଛି। ଅତିତରେ ଗଙ୍ଗାର ପାଦଦେଶରେ ବାସକରୁଥିବା ଲୋକମାନଙ୍କ ପାଇଁ ଗଙ୍ଗା ନଦୀ ଥିଲା ବହୁତ ଉପକାରୀ କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କର ଲାଳସା ଦିନେ ତାଙ୍କର ମୁର୍ଖାମୀରେ ପରିଣତ ହେଲା ଏବଂ ସେମାନେ ମାତା ଗଙ୍ଗାଙ୍କର ଆକ୍ରୋଶର ଶୀକାର ହେଲେ। ଗୋଟିଏ ସୁନ୍ଦର ସାମାଜିକ ପରିବେଶ ସମ୍ବନ୍ଧୀୟ ଉଦାହରଣ ଦେଉଥିବା ନମାମୀ ଗଙ୍ଗେ ଓଡ଼ଶୀର ନୂଆ-ଶାସ୍ତ୍ରୀୟ ଶୈଳୀରେ ପରିବେଶିତ। ମାତା ଗଙ୍ଗାଙ୍କୁ ସମ୍ମାନ କରିବା ସହିତ ତାହାର ଶୁଦ୍ଧ ରୂପକୁ ଫେରାଇ ଆଣିବା ପାଇଁ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ସମସ୍ତଙ୍କୁ ଅନୁରୋଧ କରିଥିଲେ ସୃଜନର କଳାକାରମାନେ। ନିଖୁଣ ଏବଂ ସମୟ ସାମୟିକ ସଂରଚନାରେ ସୁନ୍ଦର ଓ ଚମତ୍କାର ପରିବେଷଣ ଅତ୍ୟନ୍ତ ଚିତ୍ତାକର୍ଷକ ଓ ଭାବୋଦ୍ଦୀପକ ଥିଲା ଯାହାକୁ ଶେଷ ପର୍ଯ୍ୟନ୍ତ ଦର୍ଶକମାନେ ଉପଭୋଗ କରିଥିଲେ। ପରିବେଷଣଟିର ଅଲୋକ ସଂଚାଳନା କରିଥିଲେ ଦେବୀପ୍ରସାଦ ମିଶ୍ର।

ପ୍ରତ୍ୟେକ ବର୍ଷ ଏହି ପୁରସ୍କାର ଉତ୍ସବକୁ ବିଭିନ୍ନ ଅନୁଷ୍ଠାନମାନଙ୍କ ସାହାଯ୍ୟ ଦ୍ୱାରା ଆୟୋଜିତ କରାଯାଇଥାଏ ଯାହାଦ୍ୱାରା କି ଏହି ଉତ୍ସବ ଭରପୁର ସଫଳତା ଲାଭ କରିପାରିଛି । ଓଡ଼ିଶା ଖଣି ନିଗମ ଏହି ଉତ୍ସବର ମୁଖ୍ୟ ପୃଷ୍ଠପୋଷକ ଥିବା ସହିତ ନାଲ୍‍କୋ ଏହି ଉତ୍ସବର ପୁରସ୍କାର ପ୍ରୟୋଜକ ଥିଲେ। ଧରିତ୍ରୀ, ଓରିଶା ପୋଷ୍ଟ ଓ ନିୟୁଜ ୭ ମିଡ଼ିଆ ଉପସ୍ଥାପକ ଏବଂ ନର୍ତ୍ତକୀ ୱେବ୍‍ ପାଟନର ଥିଲେ । ଉତ୍ସବର ଅତିଥିମାନେ ଥିଲେ ପୂର୍ବତନ ରାଜସ୍ୱ ପରିଷଦର ଅଧ୍ୟକ୍ଷ ତଥା ଭାରତୀୟ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ଅଶୋକ କୁମାର ତ୍ରିପାଠୀ; ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ଶ୍ରୀ ରତିକାନ୍ତ ମହାପାତ୍ର । କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ଡ଼ଃ ଶ୍ରୀନୀବାସ  ଘଟୁଆରୀ।

Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ୩୮ ନବ ଦମ୍ପତିଙ୍କୁ ଆଶୀର୍ବାଦ କଲେ ଉପମୁଖ୍ୟମନ୍ତ୍ରୀ

May 13, 2026

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେଲେ ବଡ ନିଷ୍ପତି, କାରକେଡ୍ ଗାଡି ସଂଖ୍ୟା କଲେ ହ୍ରାସ

May 13, 2026

୨୦୨୬-୨୭ ଖରିଫ୍ ବିପଣନ ଋତୁ ପାଇଁ ୧୪ଟି ଫସଲର ଏମଏସପି ବୃଦ୍ଧିକୁ କ୍ୟାବିନେଟ୍‌ ମଞ୍ଜୁରି

May 13, 2026

କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ, ନବୀନଙ୍କ ଶୋକ ପ୍ରକାଶ

May 13, 2026
Latest News

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ’ ଶୀର୍ଷକ କାର୍ଯ୍ୟକ୍ରମ

May 13, 2026

ପୁଣି ମଣିପୁର ଅଶାନ୍ତ : ଗଡିଲା ମୁଣ୍ଡ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.