Author: Samikhsya Bureau

ଓଡ଼ିଶା ଜନଜୀବନରେ ଯାତ୍ରା ଏକ ସ୍ବତନ୍ତ୍ର ପରିଚୟ ରଖିଛି। ଯାତ୍ରାରେ ପ୍ରଦର୍ଶିତ ହେଉଥିବା କାହାଣୀଗୁଡ଼ିକ ଜନ ଜୀବନର କାହାଣୀ ଦ୍ବାରା ପ୍ରଭାବିତ ହୋଇଥାଏ। ଅଭିନୟର ଏକ ନିଆରା ମଞ୍ଚ ହେଉଛି ଯାତ୍ରା।  ଯାତ୍ରାରେ କଳାକାରଙ୍କ ବାସ୍ତବ ତଥା ନିଖୁଣ ଅଭିନୟ ଦର୍ଶକଙ୍କ ହୃଦୟରେ ଗଭୀର ରେଖାପାତ କରିଥାଏ। ଫିଲ୍ମ, ଟେଲିଭିଜନ୍‌ର ଦୁନିଆଠାରୁ ଏହି ଦୁନିଆ ଟିକେ ନିଆରା। ଜଣେ ଯାତ୍ରା କଳାକାର ସିଧାସଳଖ ଦର୍ଶକଙ୍କ ସ୍ବୀକୃତ ପାଇଥାଏ। ଏଥିରେ ରିଟେକ୍‌ର ସୁବିଧା ନଥାଏ। ସିଧାସଳଖ ନିଜ ଅଭିନୟର ପ୍ରତିଭା ପ୍ରଦର୍ଶନ କରିବା ହେଉଛି ଯାତ୍ରାର ଅନ୍ୟତମ ଆକର୍ଷଣ। ଥ୍ରୀଡି ଫିଲ୍ମ ଆସିବା ପରେ ମଧ୍ୟ ଯାତ୍ରା ପଛରେ ପଡ଼ିନାହିଁ, ଏବେବି ଯାତ୍ରା ଦର୍ଶକଙ୍କ ମହଲରେ ବେଶ୍‌ ଆଦୃତ। ଯାତ୍ରା କଳାକାରଙ୍କ ନିଆରା ପ୍ରଦର୍ଶନ ହିଁ ଯାତ୍ରାକୁ ସମୃଦ୍ଧ କରିଥାଏ। ଜଲିଉଡ୍‌ର ଜଣେ ଚର୍ଚ୍ଚିତ ଚେହେରା ହାପି କରଙ୍କ ସମ୍ପର୍କରେ ଭୀମା ନନ୍ଦଙ୍କ ରିପୋର୍ଟ.. ଜଲିଉଡ୍‌ରେ ହାପି କର ହେଉଛନ୍ତି ଏକ ଚର୍ଚ୍ଚିତ…

Read More

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟାନ୍ୟ ବିରୋଧୀ ନେତାଙ୍କୁ ଶ୍ରୀନଗର ବିମାନ ବନ୍ଦରରୁ ଫେରାଇ ଦିଆଯାଇଛି । ଶ୍ରୀନଗର ବିମାନ ବନ୍ଦରରେ ପହଞ୍ଚିବା ପରେ ଏହି ନେତା ମାନଙ୍କୁ ପୁନର୍ବାର ଦିଲ୍ଳୀ ଫେରାଇ ଦିଆଯାଇଛି । ଧାରା 370ର ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ରାହୁଲ ଏବଂ ବିପକ୍ଷ ଦଳର ଅନ୍ୟ ନେତା ମାନେ ଜମ୍ମୁ କାଶ୍ମୀର ଗସ୍ତ କରିବାକୁ ଚାହିଁଥିଲେ ମଧ୍ୟ ସେମାନଙ୍କୁ ନିରାଶ ହେବାକୁ ପଡିଛି । ଏହି ଯାତ୍ରାରେ ରାହୁଲଙ୍କ ସହ ଗୁଲାମ ନବି ଆଜାଦ, କେସି ଭେଣୁଗୋପାଳ, ଆନନ୍ଦ ଶର୍ମା, ସୀତାରାମ ୟେଚୁରୀ, ଡି ରାଜା, ତିରୁଚି ଶିବା, ଦିନେଶ ତ୍ରିବେଦୀ, ମଜିତ ମେମନ, ମନୋଜ ଝା ଓ ଉପେନ୍ଦ୍ର ରେଡ୍ଡୀ ପ୍ରମୁଖ ତାଙ୍କ ସହିତ ରହିଥିଲେ । ଜମ୍ମୁ କାଶ୍ମୀରରେ ଶାନ୍ତି ଫେରାଇ ଆଣିବାର ପ୍ରୟାସ କରାଯାଉଛି ଏବଂ କୌଣସି ନେତାଙ୍କୁ ଏହି ଶାନ୍ତି ଭଙ୍ଗର ସୁଯୋଗ ପ୍ରଦାନ କରାଯିବ ନାହିଁ…

Read More

ରଙ୍ଗାଚରଣ ପ୍ରଧାନ ହୋଇ ପାରନ୍ତି ଚିଦାମ୍ବରମ୍ ଜଣେ ବାଗ୍ନୀ ଅର୍ଥନୀତିଜ୍ଞ ଯିଏ ସରକାରଙ୍କ ଆର୍ଥିକ ନୀତିକୁ ସବିଶେଷ ତଥ୍ୟ ସହ ଅତି ପ୍ରାଞ୍ଜଳ ଭାବେ ସମାଲୋଚନା କରୁଥିଲେ । କିନ୍ତୁ ଦୁର୍ନୀତି ବିଷୟରେ କାହାକୁ ଛାଡ ମିଳିବା ଉଚିତ୍ ନୂହେଁ । ସେଥିପାଇଁ ତାଙ୍କୁ ଗିରଫ କରାଯିବା ପରେ ତାଙ୍କ ପ୍ରତି କୌଣସି ସମବେଦନା ରହିବା ଉଚିତ୍ ନୂହେଁ । ଉଚ୍ଚ ପଦବୀରେ ରହିଥିବା ନେତାମାନଙ୍କ ଦ୍ବାରା ପ୍ରୀୟାପ୍ରିତୀ ପୁଞ୍ଜିବାଦରେ (କ୍ରୋନି କ୍ୟାପିଟାଲିଜିମ୍) ଲିପ୍ତ ରହିବାର ଅଭିଯୋଗ ବହୁ ଦିନରୁ ହୋଇ ଆସିଛି । ତେଣୁ ଚିଦାମ୍ବରମ୍ ଗିରଫ ହୋଇ ନ୍ୟାୟାଳୟର ସମ୍ମୂଖୀନ ହେବା ଯଦି ରାଜନୈତିକ ଦଳ, ନେତା ଓ ବଡ ବଡ କମ୍ପାନୀ ମଧ୍ୟରେ ଥିବା ଅସାଧୁ ମେଣ୍ଟର ମୁଳୋତ୍ପାଟନ କରିବା ଦିଗରେ ଏକ ପଦକ୍ଷେପ ହୋଇଥାଏ ତେବେ ତାହାକୁ ସ୍ବାଗତ କରାଯିବା ଉଚିତ୍ । ଅନ୍ୟ ପକ୍ଷରେ ଯଦି ଶାସକ ଦଳ ନିଜର ହାତବାରିସି ଏଜେନ୍ସିଗୁଡିକୁ ବ୍ୟବହାର…

Read More

ଭାରତୀୟ ଟେନିସ୍‌ ଖେଳାଳି ସୁମିତ୍‌ ନାଗଲ୍‌ ୟୁଏସ୍‌ ଓପନ୍‌ ଯୋଗ୍ୟତା ପର୍ଯ୍ୟାୟରେ ବିଜୟୀ ହୋଇ ମୁଖ୍ୟ ଡ୍ରରେ ପ୍ରବେଶ କରିଛନ୍ତି। ଏହି ୨୨ ବର୍ଷୀୟ ଭାରତୀୟ ଖେଳାଳି ପ୍ରଥମ ରାଉଣ୍ଡ ମୁକାବିଲାରେ ବିଶ୍ବ ମାନ୍ୟତାରେ ତିନି ନମ୍ବର ସ୍ଥାନରେ ରହିଥିବା ରୋଜର ଫେଡେରରଙ୍କୁ ଭେଟିବେ। ପୂର୍ବତନ ୟୁଏସ ଓପନ୍‌ ତଥା ୨୧ ଗ୍ରାଣ୍ଡସ୍ଲାମ ଚାମ୍ପିୟନ୍‌ ଫେଡେରରଙ୍କ ମୁକାବିଲା କରିବେ ସୁମିତ ନାଗଲ୍‌। ୨୦୧୫ରେ ଜୁନିୟର ଓ୍ବିମ୍ବଲଡନ୍‌ ବିଜେତା ନାଗଲ୍‌ ପାନ୍‌ ଆମେରିକା ଗେମ୍‌ସ ସ୍ବର୍ଣ୍ଣ ପଦକ ବିଜେତା ଜୋଆଓ ମେନେଜେସ୍‌ଙ୍କୁ ପରାସ୍ତ କରି ୟୁଏସ୍‌ ଓପନ ମୁଖ୍ୟ ଡ୍ର ନିମନ୍ତେ ଯୋଗ୍ୟତା ହାସଲ କରିଛନ୍ତି। ମେନେଜେସ୍‌ଙ୍କୁ ୫-୭, ୬-୪ ଏବଂ ୬-୩ ସେଟ୍‌ରେ ପରାସ୍ତ କରିଥିଲେ ନାଗଲ୍‌। ନାଗଲ୍‌ଙ୍କ ବ୍ୟତିତ ଅନ୍ୟତମ ଭାରତୀୟ ଖେଳାଳି ପ୍ରଜ୍ନେଶ ଗୁଣେଶ୍ବରନ୍‌ ଏହି ଟୁର୍ଣ୍ଣାମେଣ୍ଟ ନିମନ୍ତେ ଯୋଗ୍ୟତା ହାସଲ କରିଛନ୍ତି। ଗୁଣେଶ୍ବରନ୍‌ ବିଶ୍ବ ମାନ୍ୟତାର ୮୯ତମ ସ୍ଥାନରେ ରହିଛନ୍ତି।

Read More

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡିଶା ରାଜ୍ୟପାଳ ଗଣେଷୀ ଲାଲ ମଧ୍ୟ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି । ଜେଟ୍‌ଲୀ ଜଣେ ମହାନ ଓକିଲ ଏବଂ ରାଜନେତା ଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍‌ କରିଛନ୍ତି । ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ଶୋକ ପ୍ରକାଶ କରିବା ସହିତ ଜେଟ୍‌ଲୀଙ୍କୁ ଜଣେ ବିଦ୍ବାନ ରାଜନେତା ଭାବରେ ଅଭିହିତ କରିଛନ୍ତି । ସରକାର ପରିଚାଳନାରେ ଜେଟ୍‌ଲୀଙ୍କ ଭୂମିକା ସର୍ବଦା ଅପୁରଣୀୟ ରହିବ ବୋଲି ଟ୍ବିଟ୍‌ କରିଛନ୍ତି ଗଣେଷୀ ଲାଲ୍‌ । ସେହିପରି ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ଜେଟ୍‌ଲୀଙ୍କ ବିୟୋଗରେ ମୁଁ ବହୁତ ଦୁଃଖିତ, ନିଜ ଛାତ୍ର ଜୀବନରୁ ଜଣେ ପ୍ରତିଷ୍ଠିତ ନେତା ରହିଥିବା ବେଳେ ଆମ ସମୟର ଜଣେ ବରିଷ୍ଠ ନେତା ରହିଥିଲେ…

Read More

ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ପରଲୋକ ଘଟିଛି । ଜେଟ୍‌ଲୀଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ଜେଟ୍‌ଲୀଙ୍କ ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି । ଉପ ରାଷ୍ଟ୍ରପତି ଏମ୍‌ ଭେଙ୍କିଆ ନାଇଡୁ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।  ପ୍ରଧାନମନ୍ତ୍ରୀ ମୋଦି ଜେଟ୍‌ଲୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହିତ ଜେଟ୍‌ଲୀ ଜଣେ ବିଶିଷ୍ଟ ରାଜନୈତିକ ବ୍ୟକ୍ତିତ୍ବ ଥିଲେ । ତାଙ୍କ ସ୍ଥାନ ଅପୂରଣୀୟ ବୋଲି କହିଛନ୍ତି ମୋଦି । ମୋଦି ଏବେ ଜି-7 ସମ୍ମିଳନୀରେ ଯୋଗ ଦେବା ପାଇଁ ବିଦେଶ ଗସ୍ତରେ ଅଛନ୍ତି । ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କ ବ୍ୟତୀତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି ।  ଅରୁଣ୍‌ ଜେ୍‌ଟଲୀଙ୍କ ମୃତ୍ୟୁରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗଭୀର ଶୋକ ବ୍ୟକ୍ତ କରିବା ସହ ଏହା ଗଭୀର ଆଘାତ ଦେଇଛି ବୋଲଇ…

Read More

ଗତକାଲି ତାମିଲନାଡୁକୁ 6-8 ଜଣ ଆତଙ୍କୀ ପ୍ରବେଶ କରିଥିବା ନେଇ ଗୁଇନ୍ଦା ରିପୋର୍ଟ ପ୍ରକାଶ ପାଇଥିଲା । ଏହା ପରେ ସମୁଦାୟ ଦକ୍ଷିଣ ଭାରତରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଥିବା ବେଳେ ଭେଲୋରରେ ଆଜି ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି । ସମୁଦାୟ 6 ଜଣ ଆତଙ୍କବାଦୀ ତାମିଲନାଡୁ ଏବଂ କୋଏମ୍ବାଟୋରରେ ଅବସ୍ଥାନ କରିଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିବା ବେଳେ ଭେଲୋରରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି । ତାମିଲନାଡୁ ପୋଲିସ୍‌ର ଏକ ସ୍ବତନ୍ତ୍ର ଟିମ୍‌ ଭେଲୋରରେ ମୁତୟନ କରାଯାଇଛି । ବିଭିନ୍ନ ମନ୍ଦିର, ବସ୍‌ଷ୍ଟାଣ୍ଡ ଏବଂ ରେଳ ଷ୍ଟେସନ୍‌ରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହିତ ଚେକ୍‌ପୋଷ୍ଟରେ ସମସ୍ତ ଗାଡିର ଯାଞ୍ଚ କରାଯାଉଛି । ଭେଲୋର ବ୍ୟତିତ କଟପଡି, ଆରାକ୍କୋଣମ୍‌ ଏବଂ ଜଲାରପେଟ ରେଳ ଷ୍ଟେସନ୍‌ରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି ।

Read More

ସମୀକ୍ଷା ବ୍ୟୁରୋ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ପରଲୋକ ଘଟିଛି । ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ) ଦିନ୧୨.୦୭ ମିନିଟ୍‌ ସମୟରେ ପ୍ରାଣ ହରାଇଛନ୍ତି ଜେଟ୍‌ଲୀ । ଦୀର୍ଘଦିନ ଧରି ଅସୁସ୍ଥ ରହିଥିବା ବେଳେ ଆଜି ବିଜେପିର ଏହି ବରିଷ୍ଠ ନେତା ୬୭ବର୍ଷ ବୟସରେ ପ୍ରାଣ ହରାଇଛନ୍ତି । ଅଗଷ୍ଟ ୦୯ରୁ ଅରୁଣ୍‌ ଜେଟ୍‌ଲୀ ଏମ୍‌ସ୍‌ରେ ଚିକିତ୍ସିତ ହେଉଥିଲେ । ୨୮ଡିସେମ୍ବର ୧୯୫୨ରେ ଜନ୍ମ ଗ୍ରହଣ କରିଥିବା ଅରୁଣ ମହାରାଜ କିଶନ୍‌ ଜେଟ୍‌ଲୀ ଦିଲ୍ଳୀ ବିଶ୍ବବିଦ୍ୟାଳୟରୁ ନିଜର ଶିକ୍ଷା ସମାପ୍ତ କରିଥିଲେ । ଜଣେ ଆଇନଜୀବୀ ଏବଂ ରାଜନେତା ଭାବରେ ଜେଟ୍‌ଲୀ ବେଶ୍‌ ପ୍ରତିଷ୍ଠିତ । ଜେଟ୍‌ଲୀ ୧୯୮୨ରେ ଜମ୍ମୁ କାଶ୍ମୀର ଅର୍ଥମନ୍ତ୍ରୀ ଗିରିଧାରୀ ଲାଲ ଡୋଗ୍ରାଙ୍କ ଝିଅ ସଙ୍ଗୀତାଙ୍କୁ ବିବାହ କରିଥିଲେ ଜେଟ୍‌ଲୀ । ଉଭୟଙ୍କର ଦୁଇ ଜଣ ସନ୍ତାନ ରହିଛନ୍ତି । ଉଭୟଙ୍କ ସନ୍ତାନ ରୋହନ ଜେଟ୍‌ଲୀ ଏବଂ ସୋନାଲୀ ଜେଟ୍‌ଲୀ ଓକିଲ ଭାବରେ କାର୍ଯ୍ୟରତ…

Read More

ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ପରଲୋକ ଘଟିଛି। ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ) ଦିନ୧୨.୩୦ ମିନିଟ୍‌ ସମୟରେ ପ୍ରାଣ ହରାଇଛନ୍ତି ଜେଟ୍‌ଲୀ । ଦୀର୍ଘଦିନ ଧରି ଅସୁସ୍ଥ ରହିଥିବା ବେଳେ ଆଜି ବିଜେପିର ଏହି ବରିଷ୍ଠ ନେତା ୬୭ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି। ୨୮ ଡିସେମ୍ବର ୧୯୫୨ରେ ଜନ୍ମଗ୍ରହଣ କରିଥିବା ଅରୁଣ ମହାରାଜ କିଶନ୍‌ ଜେଟ୍‌ଲୀ ଦିଲ୍ଳୀ ବିଶ୍ବବିଦ୍ୟାଳୟରୁ ନିଜର ଶିକ୍ଷା ସମାପ୍ତ କରିଥିଲେ । ଜଣେ ଆଇନଜୀବୀ ଏବଂ ରାଜନେତା ଭାବରେ ଜେଟ୍‌ଲୀ ପ୍ରତିଷ୍ଠିତ। ୧୯୯୧ରେ ବିଜେପିରେ ଯୋଗ ଦେଇଥିବା ଜେଟ୍‌ଲୀ ୧୯୯୯ରେ ଦଳର ମୁଖପାତ୍ର ଦାୟିତ୍ବ ତୁଲାଇଥିଲେ। ୧୯୯୯ ବାଜପେୟୀ ସରକାରଙ୍କ ଅମଳରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ପାହ୍ୟା ହାସଲ କରିଥିଲେ। ୨୩ ଜୁଲାଇ ୨୦୦୦ରେ କ୍ୟାବିନେଟ୍‌ ପାହ୍ୟା ସହିତ ଆଇନ ମନ୍ତ୍ରାଳୟ ହାସଲ କରିଥିଲେ। ଏହାପରେ ୨୦୦୨ରେ ବିଜେପିର କାର୍ଯ୍ୟକାରୀ ସଚିବ ଭାବରେ ନିର୍ବାଚିତ ହେବା ସହିତ୨୦୦୩ରେ ଶିଳ୍ପ…

Read More

ଭାରତ ଏବଂ ଓ୍ବିଣ୍ଡିଜ୍‌ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଦୃଢ ସ୍ଥିତିରେ ରହିଛି ଭାରତ । ପ୍ରଥମ ଇନିଂସରେ ରାହାଣେ ଏବଂ ଜାଡେଜାଙ୍କ ଅର୍ଦ୍ଧଶତକ ସହିତ ଭାରତ ପ୍ରଥମ ଇନିଂସରେ 297 ରନ୍‌ ସଂଗ୍ରହ କରିଥିବା ବେଳେ ଇଶାନ୍ତ ଶର୍ମାଙ୍କ 5 ଓ୍ବିକେଟ୍‌ ବଳରେ ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ଓ୍ବିଣ୍ଡିଜ୍‌ 8 ଓ୍ବିକେଟ୍‌ ହରାଇ 189 ରନ୍‌ ସଂଗ୍ରହ କରିଛି । ପ୍ରଥମ ଦିନର ସ୍କୋରରେ ମାତ୍ର 4 ରନ୍‌ ଯୋଡି ଋଷଭ ପନ୍ତ ଆଉଟ୍‌ ହେବା ପରେ ମହମ୍ମଦ ସାମି ମଧ୍ୟ 4 ରନ୍‌ କରି ଆଉଟ୍‌ ହୋଇଥିଲେ । ଏହାପରେ ସାର୍‌ ଜାଡେଜା ଗିଅର୍‌ ବଦଳାଇ ଆକ୍ରମଣ କରିଥିଲେ । ଇଶାନ୍ତ ଶର୍ମା (19)ଙ୍କ ସହିତ ଜାଡେଜା 60 ରନ୍‌ ଯୋଡିଥିଲେ । ଏହାପରେ ଜାଡେଜା ବୁମ୍‌ରା(4)ଙ୍କ ସହିତ 29 ରନ୍‌ର ଭାଗିଦାରୀ କରି ଶେଷ ବ୍ୟାଟ୍ସମ୍ୟାନ୍‌ ଭାବରେ ହୋଲ୍ହରଙ୍କ ଶିକାର ହୋଇଥିଲେ ।…

Read More

ଜମ୍ମୁ-କାଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ମିଳିତ ବିରୋଧୀ କାଶ୍ମୀର ଯାତ୍ରା କରୁଛନ୍ତି ।  କଂଗ୍ରେସ, ଏନ୍‌ସିପି, କମ୍ୟୁନିଷ୍ଟ ପାର୍ଟିମାନେ ମିଳିତ ଭାବରେ କାଶ୍ମୀର ଗସ୍ତ କରୁଛନ୍ତି । ଏହି ଯାତ୍ରାରେ ରାହୁଲଙ୍କ ସହ ଗୁଲାମ ନବି ଆଜାଦ, କେସି ଭେଣୁଗୋପାଳ, ଆନନ୍ଦ ଶର୍ମା, ସୀତାରାମ ୟେଚୁରୀ, ଡି ରାଜା, ତିରୁଚି ଶିବା, ଦିନେଶ ତ୍ରିବେଦୀ, ମଜିତ ମେମନ, ମନୋଜ ଝା ଓ ଉପେନ୍ଦ୍ର ରେଡ୍ଡୀ ସେଠାକୁ ଗସ୍ତ କରୁଛନ୍ତି । ଏହି ସମସ୍ତ ବିରୋଧୀ ନେତାମାନେ ୧.୩୦ରେ ପହଞ୍ଚିବେ । ତେବେ ମିଳିତ ବିରୋଧୀଙ୍କ ଗସ୍ତ ଉପରେ ପୋଲିସ୍‌ ରୋକ୍‌ ଲଗାଇଛି ।  ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ କଂଗ୍ରେସ ନେତା ଗୁଲାମ ନବି ଆଜାଦ ଜମ୍ମୁ-କଶ୍ମୀର ଗସ୍ତରେ ବାହାରିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଦିଲ୍ଲୀ ବିମାନ ବନ୍ଦରରୁ ଫେରାଇ ଦିଆଯାଇଥିଲା। ସେହିପରି ରାହୁଲ୍‌ଙ୍କୁ ମଧ୍ୟ ଯିବାକୁ ଅନୁମତି ମିଳିନଥିଲା…

Read More

ପୁରୀ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ଓ ନିରାପତ୍ତା ପାଇଁ ଚାରି ପାଖରେ ୭୫ମିଟର ପର୍ଯ୍ୟନ୍ତ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଆଜି ସମୁଦ୍ରକୂଳ ବଳିଆପଣ୍ଡାରେ ଥିବା ଯାତ୍ରୀକା ନିବାସ ପରିସରରୁ ସମସ୍ତ ଜବରଦଖଲ ଉଚ୍ଛେଦ କରାଯାଇଛି । ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚାରି ପାଶ୍ୱର୍ରେ ୭୫ମିଟର ଭିତରେ ଥିବା ସମସ୍ତ ଜବରଦଖଲ ଭଙ୍ଗା କାର୍ଯ୍ୟ ଜାରି କରାଯାଇଛି । ସମୁଦ୍ରକୂଳ ବଳିଆପଣ୍ଡାରେ ଥିବା ଯାତ୍ରୀକା ନିବାସ ପରିସରରୁ ସମସ୍ତ ଜବରଦଖଲ ଆଜି ଉଚ୍ଛେଦ କରାଯାଇଛି । ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ କାର୍ଯ୍ୟ କରାଯାଉଛି । ଯାତ୍ରୀକା ନିବାସ ପରିସରରେ ନିର୍ମାଣ ହେବ ମଲ୍ଟି ଲେବୁଲ ପାର୍କିଂ ସ୍ଥଳ । ଯାତ୍ରୀକା ନିବାସ ସ୍ଥାନରେ ବହୁତଳ ପାର୍କିଂ ସ୍ପେସ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଗତକାଲି ପୁରୀର ଭିତ୍ତିଭୂମି ସମୀକ୍ଷା କରି ପୁରୀର ସୌନ୍ଦର୍ଯ୍ୟକରଣ ତଥା ପୁନୁରୁଦ୍ଧାର ନିମେନ୍ତ ୫୦୦ କୋଟି ପ୍ୟାକେଜ୍‌ର ଘୋଷଣା କରିଛନ୍ତି…

Read More

ଛତିଶଗଡରେ ସୁରକ୍ଷା ବଳ ଏବଂ ନକ୍ସଲଙ୍କ ମଧ୍ୟରେ ଏକ ଏନକାଉଣ୍ଟର ସଙ୍ଗଠିତ ହୋଇଛି । ଏହି ଏନକାଉଣ୍ଟରରେ 5 ଜଣ ନକ୍ସଲ ପ୍ରାଣ ହରାଇଥିବା ବେଳେ 2 ଜଣ ଯବାନ ଆହତ ହୋଇଛନ୍ତି । ଛତିଶଗଡର ନାରାୟଣପୁର ଅଞ୍ଚଳର ଅମ୍ବୁଜ ନଗରରେ ଏହି ଘଟଣା ଘଟିଛି । ସୁରକ୍ଷା ବଳଙ୍କ ପକ୍ଷରୁ କମ୍ବିଂ ଅପରେସନ୍‌ ଜାରି ରହିଥିବା ବେଳେ ନକ୍ସଲଙ୍କ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ପାଲଟା ଗୁଳିଚାଳନାରେ 5 ଜଣ ନକ୍ସଲ ପ୍ରାଣ ହରାଇଛନ୍ତି । ଆହତ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଏନ୍‌କାଉଣ୍ଟର ଜାରି ରହିଥିବା ଜଣାପଡିଛି ।

Read More

ରାଜ୍ୟରେ ଅଶ୍ଲୀଳ ଭିଡିଓ ଭାଇରାଲ୍‌ ହେବା ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । କିଛି ଦିନ ପୂର୍ବରୁ ବାଲେଶ୍ବରରେ ଏପରି ଘଟଣା ଘଟିଥିବା ବେଳେ ବର୍ତ୍ତମାନ ସମ୍ବଲପୁରରେ ଏହିପରି ଘଟଣା ସମ୍ମୁଖକୁ ଆସିଛି । ସମ୍ବଲପୁରରେ ଏକ ଭାଇରାଲ୍‌ ଭିଡିଓ ଘଟଣା ସମ୍ମୁଖକୁ ଆସିଛି । ଜନୈକା ମହିଳାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ ଘଟଣାରେ ପୋଲିସ୍‌ ଜଣଙ୍କୁ ଗିରଫ କରିଛି । ଯେଉଁ ମହିଳାଙ୍କ ଭିଡିଓ ସୁଟିଂ କରାଯାଇଛି ତାଙ୍କ ସ୍ବାମୀଙ୍କ ଅଭିଯୋଗ କ୍ରମେ ପୋଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ମହିଳାଙ୍କୁ ସୁଟ୍‌ କରି ଭିଡିଓ ଭାଇରାଲ୍‌ କରିଥିଲେ ।

Read More

ମହାରାଷ୍ଟ୍ର ଭିଓ୍ୱାଣ୍ଡିର ଶାନ୍ତି ନଗର ଅଞ୍ଚଳରେ ଥିବା ଏକ 4 ମହଲା କୋଠା ଭୁଶୁଡ଼ି ପଡ଼ିଛି । ଏଥିରେ 2 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 5 ଜଣ ଆହତ ହୋଇଛନ୍ତି । ଆହତଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇ ସ୍ଥାନୀୟ ଆଇଜିଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ଦୁଇ ଜଣ କୋଠା ତଳେ ଚାପି ହୋଇ ରହିଥିବା ଜଣାପଡିଛି । ସ୍ଥାନୀୟ ପୁଲିସ ସହିତ ଦମକଳ ବାହିନୀ ଓ ଏନଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଭୁଶୁଡ଼ି ପଡ଼ିଥିବା କୋଠାଟିକୁ ବେଆଇନ ଭିଓ୍ୱାଣ୍ଡି ନିଜାମପୁର ମ୍ୟୁନିସିପାଲଟି ଅଧିକାରୀ ଅଶୋକ ରଣଖମ୍ୱ କହିଛନ୍ତି ।

Read More

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଜେଲ୍‌ରେ ଜଣେ ବିଚାରଧୀନ ବନ୍ଦୀଙ୍କ ମୃତ୍ୟୁ ହୋଇଛି । ଲାଞ୍ଜିଗଡ଼ର ପଟ୍ଟନାୟକ ହରିଜନ ନାମକ ବ୍ୟକ୍ତିଙ୍କର ଜେଲ୍‌ରେ ମୃତ୍ୟୁ ଘଟିଛି । ପଟ୍ଟନାୟକ ଜେଲ୍‌ରେ ଥିବାବେଳେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ସମ୍ବଲପୁର ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁ ପରେ ଗଣ୍ଡଗୋଳ ଆଶଙ୍କାରେ ବେଦାନ୍ତ ଫାଟକ ସମ୍ମୁଖରେ 144 ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ପୂର୍ବରୁ ପଟ୍ଟନାୟକଙ୍କ କିଡ୍‌ନୀରେ ସମସ୍ୟା ରହିଥିବା ଜଣାପଡ଼ିଛି । ସେ ବେଦାନ୍ତ ଆନ୍ଦୋଳନରେ ଜେଲ୍‌ ଯାଇଥିବାରୁ ଗଣ୍ଡଗୋଳ ଆଶଙ୍କା କରାଯାଇଛି । ଉଲ୍ଲେଖ ଯୋଗ୍ୟ, ମାର୍ଚ୍ଚ 18 ତାରିଖ ଦିନ ସ୍ଥାନୀୟ ବାସିନ୍ଦାକୁ କମ୍ପାନୀରେ ନିଯୁକ୍ତି ଦେବା ଦାବିରେ ଲାଞ୍ଜିଗଡ଼ ବେଦାନ୍ତ କମ୍ପାନୀ ଫାଟକ ସମ୍ମୁଖରେ ଆନ୍ଦୋଳନ କରିଥିଲେ । ଏହି ସମୟରେ ସୁରକ୍ଷା କର୍ମୀ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ…

Read More

ଉତ୍ତର ପୂର୍ବ ବଙ୍ଗୋପସାଗରେ ମନସୁନ୍‌ ଟ୍ରାପ୍ ଲାଇନ୍‌ ଓ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାରେ ରାଜ୍ୟରେ ଦୁଇ ଦିନ ହେଲା ବର୍ଷା ଜାରି ରହିଛି । ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏଥିପାଇଁ ସକାଳ 10.30 ପର୍ଯ୍ୟନ୍ତ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, 13ଟି ଜିଲ୍ଲାରେ ବଜ୍ରପାତ ହେବାର ସମ୍ଭାବନା ରହିଛି । ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଭଦ୍ରକ ଓ ସୁନ୍ଦରଗଡ଼ରେ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହି ସମୟରେ ଘରୁ ବାହାରକୁ ନ ବାହାରିବାକୁ ସତର୍କ କରାଯାଇଛି ।

Read More

ଓଡିଶା ବିଧାନସଭାର ଗୃହ କମିଟି ହିମାଚଳ ପ୍ରଦେଶ ଗସ୍ତରେ ଯାଇଛନ୍ତି । ଇ ବିଧାନ ପ୍ରକଳ୍ପ କାର୍ଯ୍ୟାନ୍ବୟନ ସମ୍ପର୍କରେ ଅଧ୍ୟୟନ ନିମନ୍ତେ ଯାଇଥିବା ଏହି ଦଳ ହିମାଚଳ ବାଚସ୍ପତି ରାଜୀବ ଜିନ୍ଦଲଙ୍କୁ ଭେଟିଥିଲେ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନେତୃତ୍ବରେ ଯାଇଥିବା ଏହି ଦଳ ବିଧାନସଭା କମ୍ପ୍ୟୁଟରୀକରଣ ସମ୍ପର୍କରେ ସମସ୍ତ ଜ୍ଞାନ ଆହରଣ କରିଥିଲେ । ଉଭୟ ବାଚସ୍ପତିଙ୍କ ମଧ୍ୟରେ ଆଲୋଚନା ପରେ ସଦସ୍ୟ ମାନେ ବିଧାନସଭାର ବିଭିନ୍ନ ଶାଖା ପରିଦର୍ଶନ କରିବା ସହିତ ଏହି ପ୍ରକଳ୍ପ ଉପରେ ଆଲୋଚନା କରିଥିଲେ । ହିମାଚଳ ପ୍ରଦେଶ ବିଧାନସଭା ଅଧିବେଶନ ଚାଲିଥିବା ସମୟରେ ବିବରଣୀର ପ୍ରତ୍ୟକ୍ଷ ଅନୁଭୂତି ଲାଭ କରିଥିଲେ । ବିବରଣୀ ବ୍ୟତିରେକ ପ୍ରଶ୍ନୋତ୍ତର, ବିଲ୍‌, ଆଇନ୍‌, ପ୍ରସ୍ତାବ କିଭଳି ଅନ୍‌ଲାଇନ୍‌ କରାଯାଉଛି ସେ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ ଗୃହ କମିଟି । ବାଚସ୍ପତିଙ୍କ ସହ ଆଲୋଚନା ପୂର୍ବରୁ ହିମାଚଳ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମଧ୍ୟାହ୍ନ ଭୋଜନର ଆଲୋଚନା…

Read More

ସମୀକ୍ଷା ବ୍ୟୁରୋ ଜନ୍ମାଷ୍ଠମୀ ହେଉଛି ହିନ୍ଦୁ ଧର୍ମର ଏକ ବଡ ପର୍ବ। କାରଣ ଏହି ଦିବସରେ ପାପୀଙ୍କୁ ବିନାଶ କରିବା ପାଇଁ ଧରାପୃଷ୍ଠରେ ଅବତରଣ କରିଥିଲେ ପ୍ରଭୃ ଶ୍ରୀକୃଷ୍ଣ। ସେଥିପାଇଁ ସବୁ ବର୍ଷ ଭାଦ୍ରବ ଅଷ୍ଠମୀ ତିଥୀରେ ପାଳିତ ହୋଇଥାଏ ଜନ୍ମାଷ୍ଠମୀ। ଏହି ପର୍ବଟି ହିନ୍ଧୁ ଧର୍ମର ହୋଇଥିଲେ ମଧ୍ୟ ଜଣେ ମୁସିଲମ ମହିଳା ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ସେ ତାଙ୍କର ସନ୍ତାନକୁ ଶ୍ରୀକୃଷ୍ଣ ବେଶ କରି ପ୍ରତିଯୋଗୀତାରେ ସାମିଲ କରାଇଥିଲା। ସେ ମହିଳା ଜଣଙ୍କ ହେଉଛନ୍ତି ଉତ୍ତର ପ୍ରଦେଶ ବରେଲୀ ଜିଲ୍ଲାର। ତାଙ୍କର ଏପରି ପଦକ୍ଷେପକୁ ସେଠାକାର ବାସିନ୍ଦା ବେଶ୍ ପସନ୍ଦ କରିଛନ୍ତି। ତାଙ୍କୁ ସର୍ବଧର୍ମର ପ୍ରତୀକ ଭାବେ ଗ୍ରହଣ କରିଛନ୍ତି। ସାଧାରଣତଃ ଜନ୍ମାଷ୍ଠମୀରେ ପିଲାମାନଙ୍କ ମଧ୍ୟରେ ଶ୍ରୀକୃଷ୍ଣ ବେଶ ପ୍ରତିଯୋଗୀତା ହୋଇଥାଏ। ଏଥିରେ ଯେଉଁ ଶିଶୁ ଭଲ ଦେଖାଯାଇଥାଏ ଏବଂ କୃଷ୍ଣ ବିଷୟରେ ସାମାନ୍ୟ ଜ୍ଞାନ ଥାଏ ତାକୁ ପୁରସ୍କୃତ କରାଯାଇଥାଏ। ଏହି ପ୍ରତିଯୋଗୀତା ବିଭିନ୍ନ…

Read More

ମାଓ ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେବାକୁ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାଓ ଅଧ୍ୟୁଷିତ ୧୦ ରାଜ୍ୟର ବୈଠକ ଡାକିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ରାଜ୍ୟରେ ମାଓ ପ୍ରଭାବ ହ୍ରାସ ପାଇଛି, ମାଓ ଅଧ୍ୟୁଷିତ ଜିଲ୍ଲାରେ ମାଓ ପ୍ରଭାବ ହ୍ରାସ ନେଇ ଆଲୋଚନା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆସନ୍ତା 26 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଯୋଗଦାନ ପରେ ମୁଖ୍ୟମନ୍ତ୍ରୀ ଓଡିଶା ପ୍ରତ୍ୟାବର୍ତ୍ତନ କରିବେ ।

Read More

ଶୁକ୍ରବାର ଅପରାହ୍ନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ପ୍ରେସ୍‌ ମିଟ୍‌ କରିଥିଲେ । ଏହି ପ୍ରେସ୍‌ମିଟ୍‌ରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ସମ୍ପର୍କରେ ନିର୍ମଳା ଘୋଷଣା କରିଥିଲେ । ଆମେରିକା ଏବଂ ଚୀନ୍‌ ପରି ବିକଶିତ ରାଷ୍ଟ୍ର ଅପେକ୍ଷା ଭାରତର ଅଭିବୃଦ୍ଧି ହାର ସୁଦୃଢ ରହିଥିବା ନେଇ ଏହି ପ୍ରେସ୍‌ମିଟ୍‌ରେ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ସେହିପରି ଶ୍ରମ ଏବଂ କର ପ୍ରକ୍ରିୟାକୁ ନେଇ ସରକାର ସଂସ୍କାର ଜାରି ରଖିଛନ୍ତି ବୋଲି ସୀତାରମଣ ନିଜ ପ୍ରେସ୍‌ମିଟ୍‌ରେ କହିଥିଲେ । ଶ୍ରମ ଓ ପରିବେଶ ମଞ୍ଜୁରି କ୍ଷେତ୍ରରେ ମଧ୍ୟ ସଂସ୍କାର ଅଣାଯିବ, ସିଏସ୍‌ଆର ନିୟମର ଉଲ୍ଲଂଘନ ପାଇଁ ଆପରାଧିକ ମାମଲା ରୁଜୁ ହେବନାହିଁ ବୋଲି ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି । କର ପ୍ରକ୍ରିୟାକୁ ସରଳ କରାଯିବାର ପ୍ରୟାସ କରାଯାଉଛି । ଆସନ୍ତା ବିଜୟା ଦଶମୀ ପରଠାରୁ ସମସ୍ତ ବ୍ୟବସ୍ଥାର କମ୍ପ୍ୟୁଟରୀକରଣ କରାଯିବ ବୋଲି ସୀତାରମଣ ସୂଚନା ଦେଇଥିଲେ । ଆଜିର ତାରିଖରୁ ଆସନ୍ତ…

Read More