ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଋଷ ଗସ୍ତରେ ଅଛନ୍ତି । ଏହି ଗସ୍ତ ସମୟରେ ଭ୍ଲାଡିଭୋଷ୍ଟକରେ ଅନୁଷ୍ଠିତ ପୂର୍ବା ଅର୍ଥନୈତିକ ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି ମୋଦି । ଏହି ସମ୍ମିଳନୀରେ ଅଭିଭାଷଣ ପ୍ରଦାନ ସମୟରେ ଭାରତ ସରକାର ସାଇବେରିଆର ବିକାଶ ପାଇଁ 1 ବିଲିୟନ୍ ଡଲାର ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି । ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ଉପସ୍ଥିତିରେ ମୋଦି ଏହି ଘୋଷଣା କରିଛନ୍ତି । ଯେତେବେଳେ ଅନ୍ୟ ଦେଶର ନାଗରିକଙ୍କ ଉପରେ କଟକଣା ଥିଲା, ସେତେବେଳେ ଭ୍ଲାଡିଭୋଷ୍ଟକ ଭାରତୀୟଙ୍କ ପାଇଁ ମୁକ୍ତ ଥିଲା । ଭାରତରେ ଆମେ ସବ୍କା ସାଥ୍ ସବ୍କା ବିକାଶ ମନ୍ତ୍ରରେ ଏକ ନୂଆ ଭାରତ ଗଠନ ଦିଗରେ କାମ କରୁଛୁ। ଭାରତ-ଋଷର ସମ୍ପର୍କ ଖୁବ୍ ମଜବୁତ। ଭ୍ଲାଡିଭୋଷ୍ଟକଦୁଇ ଦେଶ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ । ଭାରତ ଏହି ସ୍ଥାନରେ ଶକ୍ତି ବିକାଶ ତଥା ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶରେ ଏହି ଅର୍ଥ…
Author: Samikhsya Bureau
ବିଦ୍ୟୁତ ଚୋରି ରୋକିବାକୁ ଏକ ଅଭିନବ ଉପାୟ ଗ୍ରହଣ କରିଛି ସେସୁ । ବିଜୁଳି ଚୋରି ସଂକ୍ରାନ୍ତରେ ଖବର ଦେଲେ ମିଳିବ ପୁରସ୍କାର । ନାମ ଗୋପନ ରଖି ପୁରସ୍କାର ଦେବେ ସେସୁ କର୍ତ୍ତୃପକ୍ଷ । ଆଦାୟ ଜରିମାନାର ୧୦ ପ୍ରତିଶତ ଅର୍ଥ ପୁରସ୍କାର ଭାବେ ସୂଚନାଦାତାଙ୍କୁ ପ୍ରଦାନ କରାଯିବ । ସମୀକ୍ଷା ବୈଠକ ପରେ ଏ ସଂକ୍ରାନ୍ତରେ ସେସୁର ସିଇଓ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି । ଏଥର ବିଜୁଳି ବିଲ୍ ଆଦାୟ ଓ ମିଟର ରିଡିଂ କରିବେ ଏସଏଚଜି ମହିଳା । ମହିଳାମାନେ ବିଲ୍ ଆଦାୟ ଓ ଇ-ପେମେଣ୍ଟରେ କାମ କରିବେ ବୋଲି ସିଇଓ କହିଛନ୍ତି ।ସେହିଭଳି ଗାଁରେ ସେସୁର ନେଟୱାର୍କ ବଢାଇବାକୁ ଉଦ୍ୟମ ଆରମ୍ଭ ହୋଇଛି ।
କଂଗ୍ରେସ ନେତା ପି ଚିଦାମ୍ବରମ୍ ଏବଂ ତାଙ୍କ ପୁଅ କର୍ତ୍ତୀ ଚିଦାମ୍ବରମଙ୍କୁ ଏୟାରସେଲ ମାକ୍ସିସ୍ ମାମଲାରେ ରିହାତି ମିଳିଛି । ଇଡି ପକ୍ଷରୁ ଦାୟର କରାଯାଇଥିବା ମାମଲାରେ ଉଭୟଙ୍କୁ ଦିଲ୍ଲୀର ଏକ କୋର୍ଟ ରିହାତି ପ୍ରଦାନ କରିଛନ୍ତି । ଏୟାରସେଲ ମାକ୍ସିସ୍ର 3500 କୋଟି ଚୁକ୍ତିରେ 800 ମିଲିୟନ୍ ଡଲାରର ପୁଞ୍ଜିନିବେଶ ମାମଲାରେ ଗିରଫ କରିବା ପାଇଁ ଇଡଇ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା । କୋର୍ଟଙ୍କ ରାୟ ପ୍ରକାଶ ପରେ କର୍ତ୍ତୀ ସନ୍ତୋଷ ପ୍ରକାଶ କରିବା ସହିତ ଶେଷରେ ଆମେ କିଛି ମାମଲାରେ ବିଜୟ ହାସଲ କଲୁ ମୋଲି କହିଥିଲେ । ରାଜନୈତିକ ଅଭିସନ୍ଧି ରଖି ଦେଶରେ ପ୍ରଥମ ଥର ପାଇଁ କୌଣସି ମାମଲାକୁ ଏପରି ଟଣା ଯାଉଥିବାର ଅଭିଯୋଗ କରିଛନ୍ତି କର୍ତ୍ତୀ । ପ୍ରଧାନମନ୍ତ୍ରୀଙ୍କ ନେତୃ୍ତ୍ବରେ ଗଠିତ କମିଟି ଏହି ଚୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିଥିବା ବେଳେ କେବଳ ଅର୍ଥମନ୍ତ୍ରୀଙ୍କୁ ଗିରଫ କରାଯିବା ଉପରେ ପ୍ରଶ୍ନ ଉଠାଇଛନ୍ତିକ କର୍ତ୍ତୀ…
ସମୀକ୍ଷା ବ୍ୟୁରୋ ନିକଟରେ ଭାରତ ସରକାର ସଡକ ନିରାପତ୍ତା ତଥା ଦୁର୍ଘଟଣା ରୋକିବା ଦିଗରେ ନୂଆ ମୋଟର ଯାନ ଆଇନର ପ୍ରଚଳନ କରିଥିବାବେଳେ ଏବେ ପ୍ଲାଷ୍ଟିକ୍ ବ୍ୟବହାରକୁ ନେଇ ଏକ ନୂଆ ନିୟମ ପ୍ରଚଳନ କରିବାକୁ ଯାଉଛନ୍ତି। ସରକାର ସିଙ୍ଗଲ ୟୁଜ୍ ପ୍ଲାଷ୍ଟି୍କ୍ ବ୍ୟବହାରକୁ ନିଷିଦ୍ଧ ଘୋଷଣା କରିଛନ୍ତି। ଆସନ୍ତା ଅକ୍ଟୋବର ଦୁଇ ତାରିଖ ଅର୍ଥାତ୍ ଗାନ୍ଧି ଜୟନ୍ତୀ ଅବସରରୁ ପ୍ଲାଷ୍ଟିକ୍ ବ୍ୟବହାରକୁ ନେଇ ନିୟମ କଡ଼ାକଡ଼ି ପାଳନ କରାଯିବ। ଏଥିପାଇଁ ପ୍ଲାଷ୍ଟିକ୍ ବ୍ୟବହାରକାରୀ ମାନେ ସାବଧାନ ହୋଇଯା’ନ୍ତୁ। ଏହି ନୂଆ ନିୟମ ଅନୁସାରେ ଆପଣଙ୍କୁ ତଣ୍ଡ ସହିତ ଦଣ୍ଡ ମଧ୍ୟ ମିଳିବ। ଗତ ସ୍ଵାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣ ରେ ପରିବେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାରକୁ ରୋକିବାକୁ ଦେଶବାସୀଙ୍କୁ ଅନୁରୋଧ କରିଥିଲେ। ସରକାର ଏବେ ପାଣି ବୋତଲକୁ ବ୍ୟବହାର ନ କରି ଏଥିପାଇଁ ଅନ୍ୟ ଉପାୟ କରିବାକୁ ଯଥାଶୀଘ୍ର ପଦକ୍ଷେପ ନେବାକୁ କହିଛନ୍ତି। କେନ୍ଦ୍ର…
ଚାଇନିଜ୍ ମୋବାଇଲ ନିର୍ମାଣକାରୀ କମ୍ପାନୀ ତଥା ବୈଷୟିକ କୌଶଳ ପ୍ରଦାନକାରୀ କମ୍ପାନୀ ହୁଆଓ୍ବେ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ବିପଦ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରକାଶ କରିଛନ୍ତି । ହ୍ବାଇଟ ହାଉସ୍ରେ ବୁଧବାର ଟ୍ରମ୍ପ ନିଜ ମନ୍ତବ୍ୟରେ ଏହି ସୂଚନା ଦେଇଛନ୍ତି । ହୁଆଓ୍ବେ ଆମେରିକା ସେନାବାହିନୀ ଏବଂ ଗୁଇନ୍ଦା ବ୍ୟବସ୍ଥା ପ୍ରତ ବଡ ବିପଦ ତେଣୁ ହୁଆଓ୍ବେ ନିକଟରୁ ସତର୍କ ରହିବା ପାଇଁ ଆମେରିକୀୟ ସରକାର ଏହା ସହିତ ସମସ୍ତ ବ୍ୟବସାୟ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, 5ଜି ମୋବାଇଲ୍ ବର୍ଗରେ ହୁଆଓ୍ବେର ଏକଚାଟିଆ ବ୍ୟବସାୟ ଚାଲିଛି । ବର୍ତ୍ତମାନ ସୁଦ୍ଧା ମଧ୍ୟ ଆମେରିକାର ଅଧିକାଂଶ ସହରରେ ହୁଆଓ୍ବେ ନିଜର 5ଜି ସେବା ପ୍ରଦାନ କରୁଛି ।
ଦେଶରେ ନୂଆ ସଂଶୋଧିତ ଟ୍ରାଫିକ ନିୟମ ଲାଗୁ ହେବା ପରେ ୧୦ଗୁଣ ଜରିମାନା ଦେବାକୁ ପଡୁଛି । ନିୟମକୁ ବେଶ୍ କଡ଼ାକଡ଼ି କରାଯାଇଥିବାବେଳେ ଏଥିରୁ ବାଦ ପଡ଼ିନି ସରକାରୀ ଗାଡ଼ି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏହି ନିୟମ ଉଲଂଘନ କଲେ ଲାଗୁଛି ତଣ୍ଡ । ଆଜି ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ଼ ଠାରୁ ୧୫ହଜାର ଟଙ୍କା ଜୋରିମାନା ଆଦାୟ ହୋଇଛି । ଆଜି ଭୁବନେଶ୍ୱର ନାଲୋକୋ ଛକରେ ସରକାରୀ ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ଼ ଠାରୁ ୧୫ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ରୋଡ଼ ପରମିଟ ନଥିବା ବିଏମସି ଗାଡ଼ିକୁ ଲାଗିଲା ୧୦ହଜାର ଓ ଗୁଡ୍ସ କ୍ୟାରିଅରରେ କର୍ମଚାରୀଙ୍କୁ ବସାଇ ନେବା ଫଳରେ ୫ହଜାର ଟଙ୍କା ଫାଇନ ଲାଗିଛି । ଏହି ବିଏମସି ଗାଡ଼ିରୁ ମୋଟ ୧୫ହଜାର ଟଙ୍କା ଜୋରିମାନା ଆଦାୟ କରିଛି ଟ୍ରାଫିକ ପୋଲିସ ।
ଦେଶରେ ନୂତନ ଭାବେ ଲାଗୁ କରାଯାଇଥିବା ଟ୍ରାଫିକ୍ ନିୟମ ଫଳରେ ମାତ୍ରାଧିକ ଜରିମାନା ପ୍ରଦାନ କରିବାକୁ ପଡୁଛି । ଏହା ଫଳରେ ସାଧାରଣ ଜନତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସୂଚନା ମୁତାବକ ଜରିମାନା ଭରିଥିବା ବ୍ୟକ୍ତି ଯଦି ନିଜର ଆବଶ୍ୟକୀୟ କାଗଜପତ୍ର ଦେଖାନ୍ତି ତେବେ ତାଙ୍କୁ ଅର୍ଥ ଫେରସ୍ତ କରାଯିବ । ମୂଳ ରାଶିରୁ ଅଳ୍ପ ଜରିମାନା ରଖାଯାଇ ଅବଶିଷ୍ଟ ଅର୍ଥ ଫେରସ୍ତ କରାଯିବ ବୋଲି ଜଣାପଡିଛି । ଆରଟିଓ ଅଫିସର ସଞ୍ଜୀବ ବେହେରା ଗୁରୁବାର ଏହି ସୂଚନା ପ୍ରଦାନ କରିଛନ୍ତି ।
ଆଫଗାନିସ୍ତାନର ରାଜଧାନୀ କାବୁଲରେ ରହିଥିବା ଆମେରିକୀୟ ଦୂତାପବାସ ନିକଟରେ ଏକ ଭୟଙ୍କର କାର ବୋମା ବିସ୍ଫୋରଣ ଘଟିଛି । ଏହି କାର ବୋମା ବିସ୍ଫୋରଣରେ ଅନ୍ୟୁନ ତିନି ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 30ରୁ ଅଧିକ ଆହତ ହୋଇଛନ୍ତି । ଆମେରିକୀୟ ଦୂତାବାସ, ନାଟୋର କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ନିକଟରେ ଏହି ବିସ୍ଫୋରଣ ଘଟିଥିଲା । ଆମେରିକୀୟ ରାଷ୍ଟ୍ରଦୂତ ଆଫଗାନିସ୍ତାନ ଗସ୍ତରେ ରହିଥିବା ବେଳେ ଚଳିତ ସପ୍ତାହରେ ଏହା ଦ୍ବିତୀୟ ବିସ୍ଫୋରଣ । ମୃତକ ଏବଂ ଆହତଙ୍କ ମଧ୍ୟରେ ଏକାଧିକ ସୁରକ୍ଷା କର୍ମୀ ରହିଥିବା ନେଇ ପୋଲିସ୍ ମୁଖପାତ୍ର ଫିରଦୌସ୍ ଫରମାଜ୍ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସୋମବାର ଘଟିଥିବା ଅନ୍ୟ ଏକ ବିସ୍ଫୋରଣରେ 16 ଜଣଙ୍କ ପ୍ରାଣହାନି ଘଟିବା ସହିତ 100ରୁ ଅଧିକ ଆହତ ହୋଇଥିଲେ ।
ଅଟୋମୋବାଇଲ୍ କ୍ଷେତ୍ର ବର୍ତ୍ତମାନ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛି ବୋଲି ପ୍ରକାଶ କରିଛନ୍ତି କେନ୍ଦ୍ର ସଡକ ଚଳାଚଳ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଗଡକରୀ କହିଛନ୍ତି, ବର୍ତ୍ତମାନ ସମଗ୍ର ବିଶ୍ବ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଥିବାରୁ ଭାରତୀୟ ଅଟୋ ଶିଳ୍ପ ମଧ୍ୟ ଏହା ଦ୍ବାରା ପ୍ରଭାବିତ ହେଉଛି । ଭାରତ ସରକାର ସଦା ସର୍ବଦା ଅଟୋ ଶିଳ୍ପ ସହିତ ରହିଛନ୍ତି ଏବଂ ଖୁବ୍ ଶୀଘ୍ର ଏହି ଶିଳ୍ପର ଅବସ୍ଥା ସୁଧୁରିବା ନେଇ ଆଶା ପ୍ରକାଶ କରିଛନ୍ତି ଗଡକରୀ । ଏହା ସହିତ ନୂତନ ଟ୍ରାଫିକ୍ ନିୟମ ନେଇ ମଧ୍ୟ ଗଡକରୀ ସୂଚନା ଦେଇଛନ୍ତି । ଏହି ନିୟମକୁ ନେଇ ବର୍ତ୍ତମାନ ସମଗ୍ର ଦେଶରେ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି । ବିଭିନ୍ନ ମହଲରୁ ଏହାକୁ ଆଲୋଚନା ଓ ସମାଲୋଚନା ମଧ୍ୟ କରାଯାଉଛି । ଏହା ଉପରେ ଗଡକରୀ କହିଛନ୍ତି ସରକାର ଜରିମାନା ପ୍ରଦାନ ପାଇଁ କାହାକୁ ବାଧ୍ୟ କରୁନାହାନ୍ତି । ସମସ୍ତେ…
ଗୃହବନ୍ଦୀ ଅବସ୍ଥାରେ ରହିଥିବା ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତିଙ୍କୁ ଭେଟିବା ପାଇଁ ତାଙ୍କ ଝିଅଙ୍କୁ ଅନୁମତି ମିଳିଛି । ଗୁରୁବାର ସୁପ୍ରିମ୍କୋର୍ଟ ମୁଫ୍ତିଙ୍କ ଝିଅ ଇଲ୍ତିଜା ଜାଭେଦଙ୍କୁ ମୁଫ୍ତିଙ୍କୁ ଭେଟିବାର ଅନୁମତି ପ୍ରଦାନ କରିଛନ୍ତି । ବୁଧବାର ଜାଭେଦ୍ ମା’ଙ୍କୁ ଭେଟିବାର ଅନୁରୋଧ ନେଇ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରିଥିଲେ । ଗୁରୁବାର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍ ଏସ୍ ଏ ବୋବଡେ ଏବଂ ଜଷ୍ଟିସ୍ ଏସ୍ ଏ ନଜୀରଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଜାଭେଦ୍ଙ୍କୁ ଭେଟିବାର ଅନୁମତି ପ୍ରଦାନ କରିଛନ୍ତି । ବର୍ତ୍ତମାନ ଚେନ୍ନାଇରେ ଅବସ୍ଥାନ କରୁଥିବା ଜାଭେଦ୍ ବର୍ତ୍ତମାନ ଶ୍ରୀନଗର ଯାଇ ମୁଫ୍ତିଙ୍କୁ ଭେଟିବେ । ଜାଭେଦ୍ ମୁଫ୍ତିଙ୍କୁ ଭେଟିବା ପୂର୍ବରୁ ସ୍ଥାନୀୟ ଜିଲ୍ଲା ଅଧିକାରୀଙ୍କୁ ଭେଟି ଅନୁମତି ଆଣିବେ ବୋଲି ଖଣ୍ଡପୀଠ ନିଜ ନିଷ୍ପତ୍ତିରେ ଶୁଣାଇଛନ୍ତି ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ବରରେ ଅରୁଣ ଜେଟ୍ଲୀଙ୍କ ପାଇଁ ସର୍ବଦଳୀୟ ଶୋକସଭାଙ୍କ ରାଜ୍ୟପାଳ ଗଣେଶୀ ଲାଲଙ୍କ ସହ ସବୁ ଦଳର ନେତାମାନେ ଏଥିରେ ସାମିଲ୍ ହୋଇଛନ୍ତି । ଏହି ଶୋକସଭାରେ ବିଜେଡ଼ି, ବିଜେପି, କଂଗ୍ରେସ ଦଳର ବହୁ ନେତା ଶୋକସଭାରେ ସାମିଲ୍ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଶୋକସଭାକୁ ଆସିନଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଶୋକବାର୍ତ୍ତା ପଢିଥିଲେ ଦେବୀ ମିଶ୍ର ।
ପୁରୀରେ ଉଚ୍ଛେଦ ପ୍ରସଙ୍ଗରେ ସ୍ଥିତି ଅନୁଧ୍ୟାନ ପାଇଁ ଆସନ୍ତାକାଲି ଆମିକସ୍ କ୍ୟୁରୀ ଓ ସଲିସିଟର ଜେନେରାଲ ଦୁଇଦିନିଆ ଗସ୍ତରେ ଆସିବେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆମିକସ୍ କ୍ୟୁରୀ ପୁରୀ ସ୍ଥିତି ଅନୁଧ୍ୟାନ କରିବେ । ପୁର୍ବରୁ ୭ତାରିଖରେ ଆମିକସ୍ କ୍ୟୁରୀଙ୍କ ପୁରୀ ଆସିବା କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ଏଥିରେ ପରିବର୍ତ୍ତନ କରାଯାଇ ଆସନ୍ତାକାଲି ଆମିକସ୍ କ୍ୟୁରୀ ଓ ସଲିସିଟର ଜେନେରାଲ ପୁରୀ ଆସିବେ ବୋଲି ଜଣାପଡ଼ିଛି । ଆମିକସ୍ କ୍ୟୁରୀ ଓ ସଲିସିଟର ଜେନେରାଲଙ୍କ ପୁରୀ ଆସିବା କାର୍ଯ୍ୟସୂଚୀରେ ପରିବର୍ତ୍ତନ ନେଇ ଅତିରିକ୍ତ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି । ପୁରୀରେ ଉଚ୍ଛେଦ ପ୍ରସଙ୍ଗରେସ୍ଥିତି ଅନୁଧ୍ୟାନ ନେଇ ସୁପ୍ରିମକୋର୍ଟ ଆମିକସ୍ କ୍ୟୁରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୁରୀକୁ ବିଶ୍ୱ ଐତିହ୍ୟ ଓ ସୁରକ୍ଷା ଓ ସୈାନ୍ଦର୍ଯ୍ୟକରଣ ପାଇଁ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୭୫ମିଟର ଉଚ୍ଛେଦ ପ୍ରକ୍ରିୟାକୁ ସାଧାରଣ ଲୋକେ ବିରୋଧ କରି ସୁପ୍ରିିମ କୋର୍ଟରେ ଯାଚିକା ଦାଖଲ କରିଥିଲେ । ସୁପ୍ରିମ…
ରାଜ୍ୟରେ ସଡକ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆଜି ସକାଳୁ ନିମାପଡାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ନିମାପଡା ବଳଙ୍ଗା ରାସ୍ତାରେ ଘଟିଥିବା ଏହି ଦୁର୍ଘଟଣାରେ ବାପାଙ୍କର ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଭାବରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ କାଜିପୁର ଅଞ୍ଚଳର ଲୋକ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।
ପୂର୍ବା ଅର୍ଥନୈତିକ ସମ୍ମିଳନୀରେ ଯୋଗ ଦେବା ପାଇଁ ଦୁଇ ଦିନିଆ ଋଷ ଗସ୍ତରେ ରହିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଭେଟିଛନ୍ତି । ଋଷର ଭ୍ଲାଦିଭୋସ୍ତକ ସହରରେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ସାକ୍ଷାତ କରିଛନ୍ତି । ଆବେଙ୍କ ବ୍ୟତୀତ ସେ ମଙ୍ଗୋଲିଆ ରାଷ୍ଟ୍ରପତି ଖାଲଟମାଗୀନ ବଟଲଗାଇନ ଓ ମାଲେସିଆ ପ୍ରଧାନମନ୍ତ୍ରୀ ମହାଥୀର ମହମ୍ମଦଙ୍କୁ ଭେଟିଛନ୍ତି । ମୋଦି ଏବଂ ଆବେ ପ୍ରତିରକ୍ଷା ସମେତ ଅର୍ଥବ୍ୟବସ୍ଥା ଆଦି ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ରବୀଶ କୁମାର ଟ୍ୱିଟ କରି କହିଛନ୍ତି ଯେ, ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ଦୁଇଦେଶ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଥାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାପାନ ପ୍ରଧାନମନ୍ତ୍ରୀ ସିଜୋ ଆମ୍ବେଙ୍କ ମଧ୍ୟରେ ଭ୍ଲାଦିଭୋସ୍ତକରେ 5ଇଇଏଫ ମଧ୍ୟରେ ଆଲୋଚନା ହୋଇଥିଲା । ଦୁଇ ନେତାଙ୍କ ମଧ୍ୟରେ ଅର୍ଥ ବ୍ୟବସ୍ଥା , ପ୍ରତିରକ୍ଷା, ଓ 5ଜି ସମ୍ପର୍କରେ…
ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଆସେସ୍ ସିରିଜ୍ର ଚତୁର୍ଥ ମ୍ୟାଚ୍ ମାଞ୍ଚେଷ୍ଟରର ଓଲ୍ଡ ଟ୍ରଫୋର୍ଡରେ ଆରମ୍ଭ ହୋଇଛି। ପ୍ରଥମ ଦିନର ଖେଳରେ ବର୍ଷା ବାଧା ସୃଷ୍ଟି କରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ୧୭୦/୩ ସଂଗ୍ରହ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ମାର୍ନସ୍ ଲାବୁସ୍ଚାଞ୍ଜେ ଏବଂ ଷ୍ଟିଭ୍ ସ୍ମିଥ୍ ଅର୍ଦ୍ଧଶତକ ହାସଲ କରିଥିଲେ। ଟସ୍ ଜିତ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା। ଦଳ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୮ ରନ୍ରେ ୨ ଟି ଓ୍ବିକେଟ୍ ହରାଇଥିଲା। ପ୍ରଥମ ୭ ଓଭର ମଧ୍ୟରେ ଷ୍ଟୁଆର୍ଟ ବ୍ରଡ୍ ଦୁଇ ଓପ୍ନର ମାର୍କସ୍ ହାରିସ୍(୧୩) ଏବଂ ଡେଭିଡ୍ ଓ୍ବାର୍ଣ୍ଣରଙ୍କୁ ପ୍ୟାଭିଲିୟନ୍ ଫେରାଇଥିଲେ। ଏହାପରେ ଇନ୍ଫର୍ମ ଲାବୁସ୍ଚାଞ୍ଜେ(୬୭) ଏବଂ ସ୍ମିଥ୍ (୬୦*) ୧୧୬ ରନ୍ ଯୋଡିଥିଲେ । ଲାବୁସ୍ଚାଞ୍ଜେ ୧୨୮ ବଲ୍ର ସମ୍ମୁଖୀନ ହୋଇ ୧୦ ଚୌକା ସହାୟତାରେ ୬୭ ରନ୍ ସଂଗ୍ରହ କରିଥିବା ବେଳେ ସ୍ମିଥ୍ ୯୪ ବଲ୍ର ସମ୍ମୁଖୀନ ହୋଇ ୭ ଚୌକା…
ଆଜି ସେପ୍ଟେମ୍ବର 5 ତାରିଖ ଗୁରୁ ଦିବସ । ଶିକ୍ଷାଦାତ୍ତା ଗୁରୁଙ୍କ ପାଇଁ ଆଜିର ଦିନଟି ବହୁ ଗୁରୁତ୍ୱପୂର୍ଣ୍ଣ । ଭାରତର ଦ୍ୱିତୀୟ ରାଷ୍ଟ୍ରପତି ତଥା ପ୍ରଥମ ଉପ-ରଷ୍ଟ୍ରପତି ଓ ବିଶିଷ୍ଟ ଶିକ୍ଷାବିତ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମତିଥିକୁ ସେପ୍ଟେମ୍ବର 5 ତାରିଖକୁ ସର୍ବଭାରତୀୟ ସ୍ତରରେ ‘ଗୁରୁଦିବସ ’ ଭାବରେ ପାଳନ କରାଯାଇଥାଏ । ଆଜିର ଦିନକୁ ପ୍ରତିବର୍ଷ ସାରା ଦେଶରେ ଗୁରୁ ଦିବସ ଭାବେ ପାଳନ କରାଯାଉଛି। ଏଥିପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁଙ୍କ ସମ୍ମାନର୍ଥେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଗୁରୁଙ୍କୁ ଛାତ୍ରଛାତ୍ରୀ ପୂଜା କରି ଆଶୀର୍ବାଦ ନେଉଛନ୍ତି। ରାଧାକ୍ରିଷ୍ଣନଙ୍କର ଜନ୍ନତିଥିକୁ ଜାତୀୟସ୍ତରରେ 1962 ମସିହା ପରଠାରୁ ପାଳନ ହୋଇ ଆସୁଛି ।
କେଦାର ମିଶ୍ର ଯେତେବେଳେ ପୁରୀ ମନ୍ଦିରର ମେଘନାଦ ପାଚେରି ଠାରୁ ୭୫ ମିଟର ଭିତରେ ରହିଥିବା ମଠ ଓ ଘର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା ସେତେବେଳେ ଏହା ଐତିହ୍ୟର ସୁରକ୍ଷା ଦୃଷ୍ଟିରୁ ଅନାବଶ୍ୟକ ବୋଲି ଆମେ କହିଥିଲୁ। ମନ୍ଦିର ସହିତ ମଠ ଗୁଡିକର ନିବିଡ ସମ୍ପର୍କ ରହିଥିବାରୁ ମଠ ଭାଙ୍ଗିବା ଏକ ଅନାବଶ୍ୟକ ପଦକ୍ଷେପ ବୋଲି ଆମେ ଆଜି ମଧ୍ୟ ମତ ରଖୁଛୁ। ହେଲେ ମଠ ଗୁଡିକ ବ୍ୟବସାୟିକ ପ୍ରତିଷ୍ଠାନ ରୂପେ ବ୍ୟବସାୟ କରିବା କଥାକୁ ଆମେ ସମର୍ଥନ କରୁନାହୁଁ। ପୁରୀ ସିଂହଦ୍ଵାରକୁ ଲାଗି ରହିଥିବା ରାମାନୁଜ ସଂପ୍ରଦାୟର ପ୍ରସିଦ୍ଧ ଏମାର ମଠ ଭାଙ୍ଗିବା ପ୍ରକ୍ରିୟା ଅତ୍ୟନ୍ତ ଦୁଃଖଦାୟକ ଥିଲା। ଏହି ମଠ ସହିତ ଓଡିଶା ଇତିହାସର ବହୁ ଅମ୍ଳାନ ସ୍ମୃତି ଜଡିତ ରହିଥିଲା। ମଠ ଭାଙ୍ଗିବା ସହିତ ସେ ସ୍ମୃତି ମଧ୍ୟ ବିଲୟ ହୋଇଗଲା। ଏପରିକି ଓଡିଶାର ସର୍ବ ପ୍ରାଚୀନ ଲାଇବ୍ରେରୀ ରଘୁନନ୍ଦନ ପାଠାଗାର ମଧ୍ୟ ମାଟିରେ ମିଶିଗଲା।…
ଓଡିଶା ପୋଲିସ୍ର ଏନ୍କାଉଣ୍ଟରରେ ଦୁଇ ଜଣ ଅପରାଧୀ ଆହତ ହୋଇଛନ୍ତି । ଖୋର୍ଦ୍ଧା ଟାଉନ ପୋଲିସର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଆପରାଧୀ ଜାମସେଦ ଆହତ ହୋଇଥିବା ବେଳେ ଭୁବନେଶ୍ୱରରେ ମଧ୍ୟ କଳିଙ୍ଗନଗରରେ କମିଶନରେଟ୍ ପୋଲିସର ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁଶାନ୍ତ ମାଝୀର ଗୋଡରେ ଗୁଳି ବାଜିଛି । ସୂଚନାନୁଯାୟୀ ଖୋର୍ଦ୍ଧା ଟାଉନ ପୋଲିସର ଚଢାଉ ସମୟରେ ଜାମସେଦ ପ୍ରଥମେ ପୋଲିସ ଉପରକୁ ବୋମା ମାଡ କରିଥିଲା । ଏଥିରେ ୪ଜଣ ପୋଲିସ କର୍ମୀ ଆହତ ହୋଇଥିଲା । ପରେ ପୋଲିସର ପାଲଟା ଆକ୍ରମଣରେ ତାର ଗୋଡରେ ଗୁଳି ବାଜିଥିଲା । ତାକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଛି । ଆଉ ଏକ ଘଟଣାକ୍ରମେ, କମିଶନରେଟ୍ ପୋଲିସ କଳିଙ୍ଗନଗର ଅଞ୍ଚଳରେ ଏନକାଉଣ୍ଟର କରିଛି । ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ମାଝୀ ଓରଫ ବେଲିଆ ଆହତ ହୋଇଛି । ସୁଶାନ୍ତର ବାମ ଗୋଡରେ ଗୁଳି ବାଜିଛି ।
ଲିଭ ଇନ ରିଲେସନସିପ ଉପରେ ତୁରନ୍ତ ରୋକ ଲଗାଇବାକୁ ରାଜ୍ୟ ସରକାରଙ୍କୁ ରାଜସ୍ଥାନ ମାନବାଧିକାର ଆୟୋଗ ଆଦେଶ ଦେବା ସହ ଏହାକୁ ରୋକିବା ଲାଗି ସରକାରଙ୍କୁ ଉପାୟ ଚିନ୍ତା କରିବାକୁ କହିଛନ୍ତି। ବୁଧବାର ରାଜସ୍ଥାନ ରାଜ୍ୟ ମାନବାଧିକାର ଆୟୋଗ ରାଜ୍ୟରେ ବଢୁଥିବା ଲିଭ ଇନ ରିଲେସନସିପ ମାମଲା ଏବଂ ମହିଳାମାନଙ୍କୁ ସମ୍ମାନର ସହ ଜିଇଁବାର ଅଧିକାର ସୁନିଶ୍ଚିତ କରିବା ଲାଗି ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ମାନବାଧିକାର ଆୟୋଗ ର ଅଧ୍ୟକ୍ଷ ଜଷ୍ଟିସ ପ୍ରକାଶ ତାଟିଆ ଏବଂ ଜଷ୍ଟିସ ମହେଶ ଚନ୍ଦ୍ର ଶର୍ମା ଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ରାଜ୍ୟର ମୁଖ୍ୟ ସଚିବ ଏବଂ ଗୃହ ବିଭାଗର ଅତିରିକ୍ତ ଶାସନ ସଚିବଙ୍କୁ ଏକ ଚିଠି ଲେଖି ଏନେଇ ଏକ ଆଇନ ଆଣିବାକୁ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଲିଭ ଇନ ରିଲେସନସିପକୁ ନେଇ କେତେକ ମାମଲା ଆସିବା ପରେ କିଛି ମାସ ପୂର୍ବରୁ ଲିଭ ଇନ ରିଲେସନସିପ ରେ ରହୁଥିବା…
ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା କର୍ନାଟକର କଂଗ୍ରେସ ନେତା ତଥା ସଙ୍କଟମୋଚକ ଡିକେ ଶିବକୁମାରଙ୍କ ଜାମିନ ଆବେଦନକୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଖାରଜ କରି ଦେଇଛନ୍ତି। ଏହାପରେ କୋର୍ଟ ତାଙ୍କୁ ୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ରିମାଣ୍ଡରେ ପଠାଇ ଦେଇଛନ୍ତି। ସୂଚନାଯୋଗ୍ୟ, ଇଡି ଶିବକୁମାରଙ୍କ ପାଇଁ ୧୪ ଦିନର ରିମାଣ୍ଡ ମାଗିଥିଲେ। ଡି.କେ ଶିବକୁମାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଶେଷ ମନୁ ସିଙ୍ଘଭୀ ବେଲ ପାଇଁ ଆବେଦନ କରିଥିଲେ ଯାହାକୁ କୋର୍ଟ ଖାରଜ କରିଥିଲେ । ପ୍ରଥମେ କୋର୍ଟ ଶୁଣାଣି ସ୍ଥଗିତ ରଖିଥିବା ବେଳେ ପରେ ତାଙ୍କୁ ୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ଇଡି ରିମାଣ୍ଡକୁ ପଠାଇ ଦେଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି ମୋଦି ଶିବକୁମାର ଙ୍କ ଗିରଫଦାରୀକୁ ନେଇ ସରକାରଙ୍କ ଉପରରେ ଅଭିଯୋଗ ଲଗାଇ କହିଛନ୍ତି ଯେ, ସେ ବିରୋଧୀ ନେତାଙ୍କୁ ଟାର୍ଗେଟ କରିବା ପାଇଁ ସରକାର ସାମ୍ବିଧାନିକ ସଂସ୍ଥା ଗୁଡିକୁ ବ୍ୟବହାର କରୁଛନ୍ତି । …
ପଞ୍ଜାବର ଗୁରୁଦାସପୁର ବାଟାଲାରେ ଏକ ବାଣ କାରଖାନାରେ ନିଆଁ ଲାଗି ଏକ ବଡ ଧରଣର ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧା ୨୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୫ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଘଟଣାରେ ଦୁଃଖ ପ୍ରକାଶ କରି ପୀଡିତଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା, ଗୁରୁତର ଆହତମାନଙ୍କୁ ୫୦ ହଜାର ଟଙ୍କା ଏବଂ ଆହତ ମାନଙ୍କୁ ୨୫ହଜାର ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଏହା ସହ ଏହି ଘଟଣାର ମାଜିଷ୍ଟ୍ରେଟ ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଏହି ଦୁର୍ଘଟଣାରେ କାରଖାନା ମାଲିକଙ୍କ ପରିବାରର ୬ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ନିଆଁକୁ ଆୟତ କରିବା ପାଇଁ ଘଟଣାସ୍ଥଳରେ ୧୦ରୁ ଅଧିକ ଦମକଳ ଗାଡି ମୁତୟନ…

