ଏକକାଳୀନ ତିନୋଟି ଭାଷାରେ ନିର୍ମାଣ ହେବାକୁ ଯାଉଥିବା ଆର ମାଧବନ୍ଙ୍କ ଫିଲ୍ମରେ କେମିଓ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ଶାହରୁଖ୍ ଖାନ୍ । ଶାହରୁଖ୍ କେବଳ ଫିଲ୍ମର ହିନ୍ଦି ଭର୍ସନ୍ରେ ନଜର ଆସିବେ ବୋଲି ସ୍ପଷ୍ଟ କରିଛନ୍ତି । ମାଧବନ୍ । ଏହି ଫିଲ୍ମଟି ହିନ୍ଦି, ତାମିଲ ଏବଂ ତେଲୁଗୁ ଭାଷାରେ ନିର୍ମାଣ ହେବ । ମାଧବନ୍ ନିଜେ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । କେରଳର ମହାକାଶ ବିଜ୍ଞାନୀ ତଥା ଇସ୍ରୋର ଏହି ପ୍ରସିଦ୍ଧ ବ୍ୟକ୍ତିତ୍ବଙ୍କ ଜୀବନିକୁ ନେଇ ଫିଲ୍ମଟି ଗତିଶୀଳ । ଫିଲ୍ମରେ ଶାହରୁଖ ଜଣେ ସାମ୍ବାଦିକ ଭୂମିକାରେ ନଜର ଆସିବେ ଯିଏ 77 ବର୍ଷ ବୟସ୍କ ନାରାୟଣନ୍ଙ୍କର ସାକ୍ଷାତକାର ନେଉଥିବେ । ତାମିଲ ଫିଲ୍ମରେ ଶାହରୁଖଙ୍କ ଚରିତ୍ରରେ ନଜର ଆସିବେ ଅଭିନେତା ସୂର୍ଯ୍ୟା ।
Author: Samikhsya Bureau
କୋରାପୁଟ ଜିଲ୍ଲା ସୁନାବେଡା ହାଲ୍ ସୁଖୋଇ ଫ୍ୟାକ୍ଟ୍ରିରେ ଆଜି ଅଘଟଣ ଘଟିଛି। କମ୍ପ୍ରେସର ଫାଟି ଜଣେ କର୍ମଚାରୀଙ୍କର ମୃତ୍ୟୁ ଘଟିଛି । ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁବରଣ କରିଛନ୍ତି । ମୃତ କର୍ମଚାରୀଜଣକ ହେଉଛନ୍ତି ମେକାନିକ୍ ହେହ୍ ସୁଦାମ ମହାନ୍ତି । କମ୍ପ୍ରେସର ଫାଟି ତାଙ୍କ ଶରୀରର ୯୦ ଭାଗ ପୋଡ଼ି ଯାଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ହାଲ୍ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା।
ଭାରତୀୟ କ୍ରିକେଟର ‘ଦ ଓ୍ବାଲ୍’ ରାହୁଲ୍ ଦ୍ରାବିଡଙ୍କୁ ବିସିସିଆଇର ସମନ ନେଇ ଅନେକ ପୁରୁଣା ଖେଳାଳି କ୍ଷୋଭ ପ୍ରକାଶ କରିଛନ୍ତି । ପୂର୍ବତନ ଖେଳାଳି ସୌରଭ ଗାଙ୍ଗୁଲି ଏବଂ ହରଭଜନ ସିଂ ଦ୍ରାବିଡଙ୍କ ସମର୍ଥନରେ ଟ୍ବିଟ୍ କରିଛନ୍ତି । ଦ୍ରାବିଡ୍ ଜାତୀୟ କ୍ରିକେଟ ଏକାଡେମୀର ମୁଖ୍ୟ ରହିଥିବା ବେଳେ ଇଣ୍ଡିଆ ସିମେଣ୍ଟର ଆମ୍ବାସାଡର ରହିଛନ୍ତି । ଏହି ମାମଲାକୁ ଦ୍ବୈତ ସ୍ବାର୍ଥ ମାମଲା ବୋଲି ଅଭିଯୋଗ କରି ମଧ୍ୟପ୍ରଦେଶ କ୍ରିକେଟ୍ ସଂଘର ସଦସ୍ୟ ସଞ୍ଜୀବ ଗୁପ୍ତାଙ୍କ ପକ୍ଷରୁ ଅଭିଯୋଗ ଅଣାଯାଇଥିଲା । ଅଭିଯୋଗର ବିଚାର କରି ଡି କେ ଜୈନ୍ ଦ୍ରାବିଡଙ୍କୁ ଏକ ନୋଟିସ୍ ପଠାଇଛନ୍ତି । ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଗାଙ୍ଗୁଲି କହିଛନ୍ତି, ଖବରରେ ରହିବା ନିମନ୍ତେ ଦ୍ବୈତ ସ୍ବାର୍ଥ ମାମଲା ଏକ ଫ୍ୟାସନ୍ରେ ପରିଣତ ହୋଇଗଲାଣି । ଦ୍ରାବିଡଙ୍କ ପରି ଖେଳାଳିଙ୍କୁ ଏହି ନୋଟିସ୍ ମିଳିବା ପରେ ବର୍ତ୍ତମାନ ଭଗବାନ କେବଳ ଭାରତୀୟ କ୍ରିକେଟକୁ ବଞ୍ଚାଇ…
ଜିଏସଟି ଠକେଇ ଅଭିଯୋଗରେ ଆଜି ଜଣେ ବ୍ୟବସାୟୀ ଗିରଫ ହୋଇଛନ୍ତି । ସେ ବିନା ଜିନିଷ କିଣାବିକାରେ ଟିକସ ପୈଠ ହୋଇଥିବା ଦର୍ଶାଇ ୧୨କୋଟି ୮୪ଲକ୍ଷ ଟଙ୍କାର ଟିକସ ଫାଙ୍କି ଥିବାରୁ ଲୁଧିଆନା ପୋଲିସ ତାଙ୍କୁ ବଲାଙ୍ଗୀରରୁ ଗିରଫ କରିଛି । ରାଜ୍ୟ ଜିଏସଟି କମିଶନ ନିର୍ଦ୍ଦେଶକ୍ରମେ ଆଜି ଲୁଧିଆନା ପୋଲିସ ଚଢାଉ କରି ଜିଏସଟି ଠକେଇ ଅଭିଯୋଗରେ ଜଣେ ଓଡ଼ିଶାର ବ୍ୟବସାୟୀଙ୍କୁ ଗିରଫ କରିଛି । ବ୍ୟବସାୟୀ ଜଣକ ହେଉଛନ୍ତି ଟିଟିଲାଗଡ଼ର ତୀର୍ଥଙ୍କର ପଟେଲ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସନ୍ଧ୍ୟା 8ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ପୂର୍ବରୁ ପ୍ରଧାନମନ୍ତ୍ରୀ ଅପରାହ୍ନ 4ଟାରେ ଅଲ୍ ଇଣ୍ଡିଆ ରେଡିଓ ଜରିଆରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିବେ ବୋଲି କୁହାଯାଉଥିଲା । ମାତ୍ର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍ କରି ଏହି ଖବରକୁ ସ୍ପଷ୍ଟ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଶେଷ ଥର ପାଇଁ ଦେଶକୁ ଲୋକସଭା ନିର୍ବାଚନ ପୂର୍ବରୁ ମାର୍ଚ୍ଚ 27ରେ ସମ୍ବୋଧନ କରିଥିଲେ । ସୂଚନାଯୋଗ୍ୟ ନରେନ୍ଦ୍ର ମୋଦି ସରକାର ସୋମବାର ଜମ୍ମୁ କଶ୍ମୀର ପୁନଃଗଠନ ଓ ଧାରା 370କୁ ଉଚ୍ଛେଦ କରିବା ସମ୍ପର୍କୀତ ସଂକଳ୍ପକୁ ରାଜ୍ୟସଭାରେ ବହୁମତ ସହିତ ଗୃହୀତ ହୋଇଛି । ଏହି ବିଲ ଲୋକସଭାରେ ମଧ୍ୟ ବହୁମତ ସହିତ ଗୃହୀତ ହୋଇଛି ।
ପାକିସ୍ତାନ ସରକାର ଭାରତ ଓ ପାକିସ୍ତାନ ମଧ୍ୟରେ ଯାଉଥିବା ସମଝୌତା ଏକ୍ସପ୍ରେସକୁ ରବ୍ଦ କରିଛନ୍ତି । ଏନେଇ ପାକିସ୍ତାନୀ ଗଣମାଧ୍ୟମରେ ପ୍ରକାଶ ପାଇଛି । ସମଝୌତା ଏକ୍ସପ୍ରେସ ଭାରତର ରାଜଧାନୀ ନୂଆଦିଲ୍ଲୀରୁ ପାକିସ୍ତାନର ଲାହୋରକୁ ଚଳାଚଳ କରିଥାଏ । ଭାରତ ସରକାର ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ଏପରି ପଦକ୍ଷେପ ନେଇଛି । ଏହା ସହିତ ଭାରତୀୟ ଫିଲ୍ମକୁ ମଧ୍ୟ ପାକିସ୍ତାନ ବ୍ୟାନ୍ କରିଛି । ଏପରିକି ଭାରତ – ପାକିସ୍ତାନ ମଧ୍ୟରେ ଥିବା ୩ଟି ଆକାଶପଥକୁ ବନ୍ଦ କରିବା ସହ କୁଟନୈତିକ ସମ୍ପର୍କ ମଧ୍ୟ ଛିନ୍ନ କରିଥିଲା ।
ପାକିସ୍ତାନୀ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ୍ଙ୍କ ଝିଅ ମରିୟମ୍ ନଓ୍ବାଜଙ୍କୁ ଗୁରୁବାର ଦିନ ପାକିସ୍ତାନରେ ଗିରଫ କରାଯାଇଛି । ଗୁରୁବାର ଏନ୍ଏବି ପକ୍ଷରୁ ମରିୟମ୍ଙ୍କୁ ଗିରଫ କରାଯାଇଥିବା ନେଇ ଜନୈକ ପିଏମ୍ଏଲ୍ ନେତ୍ରୀ ସୂଚନା ଦେଇଛନ୍ତି । ପିଏମ୍ଏଲ୍ ମୁଖପାତ୍ର ମରିୟମ ଔରଙ୍ଗଜେବ୍ ଗିରଫ ଖବରକୁ ସ୍ପଷ୍ଟ କରିଥିବା ବେଳେ ଗିରଫର କାରଣ ଜଣାପଡିନାହିଁ ବୋଲି ସୂଚନା ଦେଇଛନ୍ତି । ଲାହୋର ସ୍ଥିତ ବାସଭବନରୁ ମରିୟମଙ୍କୁ ଗିରଫ କରାଯାଇଥିବା ବେଳେ ଗିରଫର କାରଣ ଜଣାପଡିନାହିଁ । ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ନଓ୍ବାଜ ଶରିଫ୍ଙ୍କ ମାମଲାରେ କିଛି ଦିନ ପୂର୍ବରୁ ମରିୟମ୍ ବିଚାରପତିଙ୍କୁ ପ୍ରଲୋଭିତ ତଥା ଧମକ ଦିଆଯାଉଥିବାର ଏକ ଭିଡିଓ ପ୍ରଦର୍ଶନ କରିଥିଲେ । ଏହି ଭିଡିଓକୁ ନକଲି ବୋଲି କହିବା ସହିତ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ୧୯ ଉତ୍ତର ରଖିବା ପାଇଁ ସମନ ପ୍ରଦାନ କରାଯାଇଥିଲା ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରିବେ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଆସାମ ଗାୟକ ଭୁପେନ ହଜାରିକା ଓ ସମାଜସେବୀ ନାନାଜୀ ଦେଶମୁଖଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ତେବେ ନାନାଜୀ ଦେଶମୁଖ ଓ ଭୂପେନ ହଜାରିକାଙ୍କୁ ଏହା ମରୋଣତ୍ତର ଭାବେ ପ୍ରଦାନ କରାଯିବ। ଭାରତର ୧୩ତମ ରାଷ୍ଟ୍ରପତି ହେଉଛନ୍ତି ପ୍ରଣବ ମୁଖାର୍ଜୀ । ରାଷ୍ଟ୍ରପତି ହେବା ପୂର୍ବରୁ ଅର୍ଥମନ୍ତ୍ରାଳୟ ଓ ଆର୍ଥିକ ମନ୍ତ୍ରାଳୟ ରାଷ୍ଟ୍ରୀୟ ନେତୃତ୍ବ ନେଇଛନ୍ତି । କଂଗ୍ରେସର ସଂକଟମୋଚକ ଭାବରେ ପ୍ରଣବ ମୁଖାର୍ଜୀ ବେଶ୍ ପରିଚିତ । ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଶର ଆର୍ଥିକ ନୀତି ନିର୍ଣ୍ଣୟରେ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି ହିସାବରେ ପ୍ରଣବ ମୁଖାର୍ଜୀ ବେଶ୍ ପରିଚିତ । ମହାରାଷ୍ଟ୍ରର ହିଙ୍ଗୋଲିରେ ୧୧ ଅକ୍ଟୋବର ୧୯୧୬ରେ ଜନ୍ମ ନେଇଥିବା ନାନାଜୀ ଜନସଂଘର ସଂସ୍ଥାପକରେ ସାମିଲ୍ ରହିଥିବାବେଳେ ଜଣେ ସମାଜସେବୀ ମଧ୍ୟ ଥିଲେ ନାନାଜୀ । ୧୯୭୭ରେ ମୋରାଜୀ ମନ୍ତ୍ରିମଣ୍ଡଳରେ…
ଆଇସିସି ପକ୍ଷରୁ ଆଫ୍ରିକୀୟ ରାଷ୍ଟ୍ର ଜିମ୍ବାଓ୍ବେ ଉପରେ ଆଇସିସି ପକ୍ଷରୁ ବାସନ୍ଦାଦେଶ ଲାଗୁ କରାଯାଇଥିବା ବେଳେ ବାଂଲାଦେଶ ଏବଂ ଆଫଗାନିସ୍ତାନ ସହିତ ଏହା ଏକ ତ୍ରୀରାଷ୍ଟ୍ରୀୟ ସିରିଜ୍ ଖେଳିବାକୁ ଯାଉଛି । ବାଂଲାଦେଶ ପକ୍ଷରୁ ଆଜି ସିରିଜ୍ର ସୂଚୀ ଘୋଷଣା କରାଯାଇଛି । ଜିମ୍ବାଓ୍ବେ ଉପରେ ବାସନ୍ଦାଦେଶ ଲଗାଯାଇଥିଲେ ମଧ୍ୟ ଦ୍ବିପାକ୍ଷିକ ଏବଂ ତ୍ରୀରାଷ୍ଟ୍ରୀୟ ସିରିଜ୍ ଖେଳିବା ଉପରେ ଅଙ୍କୁଶ ଲଗାଯାଇନାହିଁ ବୋଲି ବାଂଲାଦେଶ ବୋର୍ଡ ମୁଖପାତ୍ର ଜଲାଲ ୟୁନୁସ ପ୍ରକାଶ କରିଛନ୍ତି । ଆସନ୍ତା ସେପ୍ଟେମ୍ବର 13ରୁ 24 ମଧ୍ୟରେ ଏହି ସିରିଜ୍ ଅନୁଷ୍ଠିତ ହେବ । ତ୍ରୀରାଷ୍ଟ୍ରୀୟ ସିରିଜ୍ ପରେ ଚିଟ୍ଟାଗଙ୍ଗରେ ସେପ୍ଟେମ୍ବର 5ରୁ 9 ମଧ୍ୟରେ ବାଂଲାଦେଶ ଏବଂ ଆଫଗାନିସ୍ତାନ ମଧ୍ୟରେ ଟେଷ୍ଟ ମ୍ୟାଚ୍ ଅନୁଷ୍ଠିତ ହେବ ।
ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ବିଗତ କିଛିଦିନ ହେବ ସୁରକ୍ଷା ଘେରା ମଧ୍ୟରେ ରହିଥିବା ଜମ୍ମୁ କାଶ୍ମୀର ପ୍ରବେଶ ଉଦ୍ୟମ କରୁଥିବା ରାଜ୍ୟସଭା ସାଂସଦ ଗୁଲାମ ନବୀ ଆଜାଦଙ୍କୁ ବିମାନବନ୍ଦରରେ ରୋକାଯାଇଛି । ଗୁରୁବାର ଶ୍ରୀନଗର ଗସ୍ତ କରିବାର ଯୋଜନା କରିଥିଲେ । ମାତ୍ର ବିମାନବନ୍ଦରରେ ଆଜାଦଙ୍କୁ ଅଟକ ରଖାଯିବା ସହିତ ଫେରାଇ ଦିଆଯାଇଥିଲା । ସେହିପରି ଅନ୍ୟମାନଙ୍କ ମଧ୍ୟରେ ବ୍ୟବସାୟୀ ଶକୀଲ କଲନ୍ଦର ଏବଂ ମୁବୀନ୍ ଶାହଙ୍କୁ ମଧ୍ୟ ଗିରଫ କରାଯାଇଛି । ଗୁରୁବାର ଜାତୀୟ ସୁରକ୍ଷା ପରାମର୍ଶଦାତା ମୁଖ୍ୟ ଅଜିତ୍ ଡୋଭାଲ୍ ଆଜି ଜମ୍ମୁ କାଶ୍ମୀର ଗସ୍ତ କରିଛନ୍ତି । ଜମ୍ମୁ କାଶ୍ମୀରରୁ ଧାରା 144ରେ କୋହଳ କରିବା ପାଇଁ ବିଚାର କରୁଥିବା ନେଇ ସୂଚନା ଦେଇଛନ୍ତି ଏନ୍ଏସ୍ଏ ମୁଖ୍ୟ ଅଜିତ୍ ଡୋଭାଲ୍ ।
ରାଜ୍ୟ ପୋଲିସ ବିଭାଗର ନୂତନ ନିର୍ଦ୍ଦେଶକ ଭାବେ ଅଗ୍ନିଶମ ବିଭାଗ ଡିଜି ବିଜୟ କୁମାର ଶର୍ମା ଆଜି ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଛନ୍ତି । କଟକ ସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ପୂର୍ବତନ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ଏହି ସମୟରେ ପୋଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି । ଅଗ୍ନିଶମ ବିଭାଗର ଡିଜି ଥିବା ବି.କେ.ଶର୍ମା ୩୩ ବର୍ଷର ଚାକିରି କାଳରେ ବହୁ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ରହିଛନ୍ତି । ଏହା ପୂର୍ବରୁ ସେ ସୁନ୍ଦରଗଡ଼, ସମ୍ବଲପୁର, ଫୁଲବାଣୀ ଓ ଖୋର୍ଦ୍ଧାରେ ଏସ୍ପିଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ଖୋର୍ଦ୍ଧାରେ ସେ ଦୁଇ ଦୁଇ ଥର ଏସ୍ପି ରହିଛନ୍ତି । ଏହା ସହିତ ୨୦୦୮ରୁ ୨୦୧୨ ଯାଏଁ ଏକ ଲମ୍ବା ସମୟ ଧରି କଟକ ଭୁବନେଶ୍ୱର ପୋଲିସ କମିଶନର…
ତାମିଲ ସୁପରଷ୍ଟାର ଅଜିତ୍ କୁମାରଙ୍କ ଅପ୍କମିଙ୍ଗ ଫିଲ୍ମ ନେରକୋଣ୍ଡା ପାରବୀ ରିଲିଜ୍ ପୂର୍ବରୁ ଅନ୍ଲାଇନ୍ ଲିକ୍ ହୋଇଯାଇଛି । ବଲିଉଡ୍ ଫିଲ୍ମ ପିଙ୍କର ଅଫିସିଆଲ ତାମିଲ ରିମେକ୍ରେ ଅମିତାଭ ବଚ୍ଚନଙ୍କ ଭୂମିକାରେ ନଜର ଆସିବେ ଥାଲା ଅଜିତ୍ । ରିଲିଜ୍ର ଗୋଟିଏ ଦିନ ପୂର୍ବରୁ ଏହି ଫିଲ୍ମଟି ଅନ୍ଲାଇନ୍ରେ ରିଲିଜ୍ ହେବା ଯୋଗୁଁ ମୁଖ୍ୟ ଅଭିନେତା ଅଜିତ୍ ନିଜର ଅସନ୍ତୋଷ ଜାହିର କରିଛନ୍ତି । ଫିଲ୍ମଟି ଆଜି ତାମିଲ ଭାଷାରେ ରିଲିଜ୍ ହେବାକୁ ଥିବା ବେଳେ ତାମିଲ ରକର୍ସ ନାମକ ଓ୍ବେବ୍ସାଇଟ୍ରେ ଏହି ଫିଲ୍ମଟି ଲିକ୍ ହୋଇଛି । ଏହି ଫିଲ୍ମରେ ଅଜିତ୍ଙ୍କ ବ୍ୟତୀତ ବିଦ୍ୟା ବାଲାନ, ଶ୍ରଦ୍ଧା ଶ୍ରୀନାଥ, ଅଭିରାମୀ ଭେଙ୍କଟାଚଳମ୍ ଏବଂ ଆଣ୍ଡ୍ରିଆ ଟାଇରାଙ୍ଗ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମଟି ମଧ୍ୟ ଉଭୟ ତାମିଲ୍ ଏବଂ ତେଲୁଗୁ ଭାଷାରେ ରିଲିଜ୍ ହେବ ।
ରାଜ୍ୟରେ ଦିନକୁ ଦିନ ଗଞ୍ଜେଇ ଚାଲାଣ ଭଳି ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ବେଧଡ଼କ ଭାବେ ଚାଲିଛି ଗଞ୍ଜେଇ ଚୋରାଚାଲାଣ । ଆଜି ପୁଣି କନ୍ଧମାଳ ଜିଲ୍ଲାରୁ 70 କେଜି ଗଞ୍ଜେଇ ଜବତ କରିବା ସହ 4 ଜଣଙ୍କୁ ପୋଲିସ ଗିରଫ କରିଛି । ସୂଚନାନୁସାରେ, କନ୍ଧମାଳ ଫିଙ୍ଗିରିଆ ଶାଶେନିପଦର ଠାରୁ ଅନ୍ୟତ୍ର ସ୍ଥାନକୁ ଏକ କାର ଯୋଗେ ଗଞ୍ଜେଇ ଚାଲାଣ ବେଳେ ପୋଲିସ ଚଢାଉ କରିଥିଲା । ଫଳରେ ସେଠାରୁ 70 କିଲୋ ଗଞ୍ଜେଇ ସହ କାର ଜବତ କରିଛି । ଏହି ଘଟଣାରେ ପୋଲିସ 4 ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି । ଏହି ଗଞ୍ଜେଇ ଚାଲାଣ ଲିଙ୍କ କେତେ ଦୂର ରହିଛି ଏବଂ ଏଥିରେ ଅନ୍ୟ କେଉଁମାନେ ସାମିଲ ଅଛନ୍ତି ସେମାନଙ୍କୁ ଖୋଜିବାକୁ ପ୍ରୟାସ ଜାରି କରିଛି ଫିଙ୍ଗିରିଆ ପୋଲିସ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଅପରାହ୍ନ 4ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସେ ନିଜର ସମ୍ବୋଧନରେ ଜମ୍ମୁ କଶ୍ମୀରରୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଶେଷ କରିବା ଓ 2ଟି କେନ୍ଦ୍ର ଶାସିତ ଅଂଚଳରେ ଭାଗ କରିବା ନେଇ କିଛି କହିପାରନ୍ତି । ଅଲ୍ ଇଣ୍ଡିଆ ରେଡିଓ ଜରିଆରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ମୋଦି ଶେଷ ଥର ପାଇଁ ଦେଶକୁ ଲୋକସଭା ନିର୍ବାଚନ ପୂର୍ବରୁ ମାର୍ଚ୍ଚ 27ରେ ସମ୍ବୋଧନ କରିଥିଲେ । ସୂଚନାଯୋଗ୍ୟ ନରେନ୍ଦ୍ର ମୋଦି ସରକାର ସୋମବାର ଜମ୍ମୁ କଶ୍ମୀର ପୁନଃଗଠନ ଓ ଧାରା 370କୁ ଉଚ୍ଛେଦ କରିବା ସମ୍ପର୍କୀତ ସଂକଳ୍ପକୁ ରାଜ୍ୟସଭାରେ ବହୁମତ ସହିତ ଗୃହୀତ ହୋଇଛି । ଏହି ବିଲ ଲୋକସଭାରେ ମଧ୍ୟ ବହୁମତ ସହିତ ଗୃହୀତ ହୋଇଛି ।
ଗୁରୁବାର ସକାଳେ ତାଇଓ୍ବାନ୍ରେ 6.4 ତୀବ୍ରତାର ଏକ ଭୂମିକମ୍ପ ଅନୁଷ୍ଠିତ ହୋଇଛି । ଗୁରୁବାର ଭୋର 5.28 ମିନିଟ୍ ସମୟରେ ଏହି ଭୂମିକମ୍ପ ଅନୁଷ୍ଠିତ ହୋଇଛି । ଏହି ଭୂମିକମ୍ପରେ କୌଣସି ଜନଜୀବନ ହାନି ହୋଇନଥିବା ବେଳେ ବିଭିନ୍ନ କୋଠା ଗୁଡିକ ଥରିଥିବାରୁ ଲୋକମାନେ ଭୟରେ ସଡକ ଉପରକୁ ପଳାଇ ଆସିଥିଲେ । ସମୁଦ୍ରରେ ସୃଷ୍ଟି ହୋଇଥିବା ଏହି ଭୂକମ୍ପ କାରଣରୁ ପୂର୍ବ ତାଇଓ୍ବାନ୍ର ୟିଲାନ୍ ସହରରେ ଏହି ଭୂକମ୍ପ ଅନୁଷ୍ଠିତ ହୋଇଥିଲା । ୟିଲାନ୍ରୁ 30 କିମି ଦୂର ପରିସୀମା ମଧ୍ୟରେ ଏହି ଭୂକମ୍ପର ପ୍ରଭାବ ପ୍ରାୟ 10 ସେକେଣ୍ଡ ଅନୁଭୂତ ହୋଇଥିଲା ।
ପାକିସ୍ତାନ ତରଫରୁ ପୁଣି ଥରେ ବୁଧବାର ଅସ୍ତ୍ରବିରତି ଉଲଂଘନ କରାଯାଇଛି । ଜମ୍ମୁ କଶ୍ମୀରର ରାଜୌରୀ ଜିଲ୍ଲାରେ ଏହି ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ସୁନ୍ଦରବଣୀ ସେକ୍ଟରରେ ପାକିସ୍ତାନ ତରଫରୁ ବୁଧବାର ରାତି ପ୍ରାୟ ୧୦ଟାରେ ଗୁଳି ବର୍ଷା ହୋଇଛି । ଏବେ ବି ଗୁଳିବର୍ଷା ଜାରି ରହିଛି । ଭାରତୀୟ ସେନା ପାକିସ୍ତାନକୁ କଡ଼ା ଜବାବ ଦେଉଛି । ପାକିସ୍ତାନର ଏଭଳି ବ୍ୟବହାରରେ ଭାରତୀୟ ସେନା ଉତ୍ତେଜିତ ହୋଇଛି । ପାକିସ୍ତାନ ଅଗଷ୍ଟ ୪ରେ ମଧ୍ୟ ଗୁଳିବର୍ଷା କରିଥିଲା । କେରନ ସେକ୍ଟରରେ ହୋଇଥିବା ଗୁଳିବର୍ଷାର ଜବାବରେ ଭାରତୀୟ ସେନା ତରଫରୁ ପାକିସ୍ତାନର ଗୁଳି ଚାଳନା କରାଯାଇଥିଲା
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମାଲକାନଗିରି, ରାୟଗଡ଼ା, ଗଜପତି, ଗଂଜାମ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ବର୍ଷାର ଭୟଙ୍କର ରୂପ ଦେଖିବାକୁ ମିଳିଛି । ବନ୍ୟା ଯୋଗୁଁ ଶହ ଶହ ପରିବାର ଜଳବନ୍ଦୀରେ ଥିବା ବେଳେ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । କାଶୀନଗର ବ୍ଳକରେ କେବଳ 650 ଜଣଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ଆଶ୍ରୟ ଦିଆଯାଇଛି । ବନ୍ୟା ପ୍ରଭାବିତ ଅଂଚଳରେ ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ଦିଆଯିବାର ବ୍ୟବସ୍ଥା କରାଯାଉଛି । କାଶୀନଗର ଠାରୁ କିଡିଗାଁ ପର୍ଯ୍ୟନ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । କାଶୀପୁର ବ୍ଲକର କୁଚେଇପଦର, ଡାଙ୍ଗସାହି, କଡିପରୀ ଓ ମାଇକାଞ୍ଚକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ଆସାମ ପୋଲିସ ବୁଧବାର ୟୁନାଇଟେଡ ଲିବେରେଶନ ଫ୍ରଣ୍ଟ ଅଫ ଆସାମ (ଉଲ୍ଫା) ଉଗ୍ରବାଦୀ ସଂଗଠନର ୪ ଜଣ ସଦସ୍ୟଙ୍କୁ ଗିରଫ କରିଛି । ଦେବ୍ରୁଗଡ଼ ଏସପି ଏସ ଶଙ୍କରନ ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି । ଗିରଫ ହୋଇଥିବା 4 ଜଣ ଅଭିଯୁକ୍ତ ଉଲ୍ଫା ସହିତ ସମ୍ପର୍କ ରଖିଥିବା ନେଇ ଏସପି ଏସ ଶଙ୍କରନ ସୂଚନା ଦେଇଛନ୍ତି । ଗିରଫ ଉଗ୍ରବାଦୀଙ୍କ ନିକଟରୁ ଗୋଟିଏ ଉଲ୍ଫା ପତାକା, ନକ୍ସଲ ସାମଗ୍ରୀ ଓ କିଛି ମୋବାଇଲ ଜବତ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।
କେଦାର ମିଶ୍ର ଜାମ୍ମୁ-କାଶ୍ମୀରରେ ଭାରତ ସରକାର ଯଦି କିଛି ଭୁଲ କରନ୍ତି, ତାର ପ୍ରତିରୋଧ ଆମେ ଭାରତୀୟମାନେ କରିବୁ, ହେଲେ ଏଥିରେ ପାକିସ୍ତାନର କୌଣସି ଭୂମିକାକୁ ବରଦାସ୍ତ କରିବୁ ନାହିଁ। କାଶ୍ମୀର ପ୍ରସଙ୍ଗରେ ସବୁ ଭାରତୀୟ ସରକାରକୁ ସମର୍ଥନ କରିନାହାନ୍ତି ବା ସବୁ ଦେଶବାସୀ ଅର୍ଣ୍ଣବ ଗୋସ୍ଵାମୀଙ୍କ ଭଳି ପାଗଳ ପରି ଚିତ୍କାର କରୁନାହାନ୍ତି ଯେ, କିଲ ଦେମ ଇନ ଥାଇଜେଣ୍ଡ୍ସ। ନା, ଆଜି ମଧ୍ୟ କାଶ୍ମୀରର ଗଣତାନ୍ତ୍ରିକ ଅଧିକାର ଓ ମାନବିକ ଅଧିକାର ଲାଗି ଲକ୍ଷ ଲକ୍ଷ ଭାରତୀୟ ଚିନ୍ତିତ ଓ ସେମାନେ ରାସ୍ତାରେ ପ୍ରତିବାଦ କରୁଛନ୍ତି। ଏହି ପ୍ରସଙ୍ଗରେ ପାକିସ୍ତାନର ପ୍ରତିକ୍ରିୟା ଅତ୍ୟନ୍ତ ପିଲାଳିଆ, ଭୟାଳୁ ଓ ମୂର୍ଖତାପୂର୍ଣ । ଏହାକୁ କରତର କାଠ ପ୍ରେମ ବୋଲି କୁହାଯାଇପାରେ, ଯିଏ କି ବାରମ୍ବାର କାଟିବା ଓ ରକ୍ତାକ୍ତ କରିବା ଛଡା ଅଧିକ କିଛି କରିପାରିବ ନାହିଁ। ୧୯୪୭ ରୁ ପାକିସ୍ତାନ ଗଠନ ହେବା ଦିନଠୁ ଏହା କାଶ୍ମୀରର ସବୁଠୁ…
ସମୀକ୍ଷା ବ୍ୟୁରୋ ଆଜି ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି । ଉନ୍ନୟନ କମିଶନର ଥିବା ୧୯୮୬ ବ୍ୟାଚ୍ ଆଇଏଏସ୍ ଅଫିସର ଅସୀତ କୁମାର ତ୍ରିପାଠୀଙ୍କୁ କେବିକେ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଶ୍ରୀ ତ୍ରିପାଠୀ ଏବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାରେ ଉନ୍ନୟନ କମିଶନର ସହିତ ଗୃହ ସଚିବ ଦାୟିତ୍ୱରେ ମଧ୍ୟ ଅଛନ୍ତି। ସେହିପରି ଅନ୍ୟ ଯେଉଁ ଅଧିକାରୀଙ୍କ ବଦଳି ହୋଇଛି ସେମାନେ ହେଲେ 1-ଅସୀତ କୁମାର ତ୍ରିପାଠୀ- ଗୃହ ସଚିବ ଉନ୍ନୟନ କମିଶନର ସହ କେବିକେ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ 2-ସୁଦର୍ଶନ ପାଲ ଠାକୁର- ମହାନିର୍ଦ୍ଦେଶକ, ଗୋପବନ୍ଧୁ ଏକାଡେମୀ । 3-ସି.ଜେ.ଭେନୁଗୋପାଳ- ରାଜସ୍ୱ ବୋର୍ଡ ସଦସ୍ୟ 4-ନିତେନ ଚନ୍ଦ୍ରା -ସାଧାରଣ ପ୍ରଶାସନ ବିଭାଗର ଓଏସ୍ଡି 5-ଦେଓ ରଞ୍ଜନ କୁମାର ସିଂହ- ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ପ୍ରମୁଖ ଶାସନ ସଚିବ ସହ ଅତିରିକ୍ତ ଭାବେ ବିଜ୍ଞାନ…
ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍ ଡିପ୍ରେସନ୍ର ରୂପ ନେଇଛି। ଏହାର ପ୍ରଭାବରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୧୧ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ରାଜ୍ୟ ସରକାର ଗଜପତି, ଗଞ୍ଜାମ, ପୁରୀ, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବଲାଙ୍ଗିର, ନୂଆପଡ଼ା, ବୌଦ୍ଧ ଓ ସୋନପୁର ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୧୦ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, ବରଗଡ଼, ସମ୍ବଲପୁର, କଟକ, ଢେଙ୍କାନାଳ, ଅନୁଗୋଳ, ଯାଜପୁର ଓ କେନ୍ଦ୍ରାପଡ଼ାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

