Author: Samikhsya Bureau

ଝାରସୁଗୁଡାର ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନଙ୍କୁ ଆଜି ନିଲମ୍ବନ କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କାରଣରୁ ଏହି ନିଲମ୍ବନ କରାଯାଇଥିବା ଜଣାପଡିଛି। ଏକ ଅବକାରୀ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରିଥିଲେ ଜିଲ୍ଲାପାଳ। ଜଷ୍ଟିସ୍‌ କେ ଏସ୍‌ ଜାଭେରୀ ଏବଂ କେ ଆର ମହାପାତ୍ରଙ୍କ ଖଣ୍ଡପୀଠ ଏହି ନିଲମ୍ବନ ଆଦେଶ ଶୁଣାଇଥିଲେ। ପରବର୍ତ୍ତୀ ଶୁଣାଣି ଅଗଷ୍ଟ 27 ତାରିଖରେ ରହିଥିବା ବେଳେ ଉପ ଜିଲ୍ଳାପାଳ ପ୍ରଦୀପ ସାହୁଙ୍କୁ ଦାୟିତ୍ବ ଗ୍ରହଣ ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି।

Read More

ଉତ୍ତର -ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଝାଡ଼ଖଣ୍ଡ ମୁହାଁ ହୋଇଛି । ଏହା ପ୍ରଭାବରେ ରାଜ୍ୟର 5ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଝାଡ଼ଖଣ୍ଡ ମୁହାଁ ହେବା ଫଳରେ ଲଘୁଚାପ ଓ ମୈାସୁମୀ ସକ୍ରିୟ ଥିବାରୁ ରାଜ୍ୟର 5ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବରଗଡ଼ ,ସମ୍ବଲପୁର, ଝାରସୁଗୁଡ଼ା , ସୋନପୁର ଓ ବୈାଦ୍ଧରେ ଭୀଷଣ ବର୍ଷା ହେବା ବେଳେ ବଲାଙ୍ଗୀରରେ ସ୍ୱଳ୍ପ ବର୍ଷା ସମ୍ଭାବନା ରହିଛି ।

Read More

ରାଜନୈତିକ ଚାପ ବିନା ସିବିଆଇ ବଢିଆ କାମ କରୁଛି ବୋଲି ମତ ପ୍ରକାଶ କରିଛନ୍ତି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ । ତେଣୁ ସିବିଆଇକୁ ରାଜନୈତିକ ଚାପରୁ ଉର୍ଦ୍ଧ୍ବରୁ ରହିବା ଉଚିତ୍‌ । ସିବିଆଇର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ନିମନ୍ତେ ଏହାକୁ ସମସ୍ତ ରାଜନୈତିକ ଚାପରୁ ଉର୍ଦ୍ଧ୍ବରେ ରଖାଯିବା ଉଚିତ୍‌ ବୋଲି ମତ ଦେଇଛନ୍ତି ରଞ୍ଜନ ଗୋଗୋଇ । ମଙ୍ଗଳବାର ସିବିଆଇ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହି ମତ ପ୍ରକାଶ କରିଛନ୍ତି ମୁଖ୍ୟ ବିଚାରପତି । ଏହି ସଙ୍ଗଠନକୁ ପରିଚାଳନା ଏବଂ ଅର୍ଥନୈତିକ ସ୍ବତନ୍ତ୍ରତା ମିଳିବା ଆବଶ୍ୟକ । ନ୍ୟାୟ ପ୍ରଦାନରେ ସିବିଆଇ ସର୍ବଦା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ମାତ୍ର ବର୍ତ୍ତମାନର ପରସ୍ଥିତିରେ ରାଜନୈତିକ ଚାପରେ ସିବିଆଇର ସ୍ବତନ୍ତ୍ରତା ନଷ୍ଟ ହେଉଛି । କୌଣସି ରାଜନୈତିକ ଚାପ ନଥିଲେ ଏହା ଭଲ ଭାବରେ କାମ କରି ପାରୁଛି ବୋଲି ଗୋଗୋଇ କହିଥିଲେ ।

Read More

କେନ୍ଦ୍ରମନ୍ତ୍ରୀ ହରସିମରତ୍‌ କୌର୍‌ ବାଦଲ୍‌ ମଙ୍ଗଳବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ଜଣେ ମନ୍ତ୍ରୀଙ୍କୁ ଆକ୍ରମଣ କରିଛନ୍ତି । ଇମ୍ରାନ୍‌ କାଶ୍ମୀରରେ ଧାରା 370 ଉଚ୍ଛେଦ ପ୍ରସଙ୍ଗରେ ବିଭିନ୍ନ ଅନ୍ତର୍ଜାତୀୟ ଦେଶର ସହଯୋଗ କାମନା କରୁଥିବା ବେଳେ ଏହାକୁ ସମାଲୋଚନା କରିଛନ୍ତି ବାଦଲ । ଏହା ଭାରତର ଅନ୍ତରୀଣ ମାମଲା ତେଣୁ ଏହି ପ୍ରସଙ୍ଗରେ ଭାରତ ପାକିସ୍ତାନ କିମ୍ବା ଇମ୍ରାନଙ୍କ ପରାମର୍ଶ ଆବଶ୍ୟକ କରୁନାହିଁ । ସେହିପରି ଅନ୍ୟ ଜଣେ ପାକିସ୍ତାନୀ ମନ୍ତ୍ରୀ ଫଓ୍ବାଦ ଚୌଧୁରୀଙ୍କୁ ପଞ୍ଜାବୀ ସୈନ୍ୟଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ପାଇଁ ସମାଲୋଚନା କରିଛନ୍ତି ବାଦଲ । ମଙ୍ଗଳବାର ଦିନ ଫଓ୍ବାଦ ଏକ ଟ୍ବିଟ୍‌ କରି କହିଥିଲେ, ଭାରତୀୟ ସେନା ବାହିନୀରେ ରହିଥିବା ପଞ୍ଜାବୀ ସୈନ୍ୟ କାଶ୍ମୀରରେ ମୁତୟନ ହେବାକୁ ଚାହୁଁନାହାନ୍ତି । ଏହାକୁ ବିରୋଧ କରି ବାଦଲ ଲେଖିଥିଲେ ‘ପଞ୍ଜାବୀ ମାନେ ଦେଶ ପାଇଁ ଜୀବନ ଉତ୍ସର୍ଗ କରିବା ପାଇଁ ସର୍ବଦା ଆଗରେ ରୁହନ୍ତି‘ ଫଓ୍ବାଦ ଆମେ…

Read More

ଆଜି ହୀରାକୁଦ ଡ୍ୟାମରୁ ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ।  ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି।  ଡାକବାଜି ଯନ୍ତ୍ର ଯୋଗେ ବନ୍ୟା ଜଳ ନିଷ୍କାସନ ନେଇ ସୂଚନା ଦିଆଯାଇଛି।  ଏହି ସମୟରେ କେହି ମହାନଦୀ ମଧ୍ୟକୁ ନଯିବାକୁ ଓ ଗୃହ ପାଳିତ ପଶୁଙ୍କୁ ନଦୀ ଆଖପାଖକୁ ନ ଛାଡିବାକୁ ପ୍ରଚାର କରାଯାଇ ଲୋକଙ୍କୁ ସଚେତନ କରାଯାଉଛି। ଆଜି ଦିନ ୧୧ଟା ପରେ ଯେ କୌଣସି ସମୟରେ ଗେଟ୍‌ ଖୋଲା ଆରମ୍ଭ ହେବ।  ଅନ୍ୟ ବର୍ଷ ପରି ପ୍ରଥମେ ୭ ନମ୍ବର ସ୍ଲୁଇସ ଗେଟ୍‌ ଖୋଲାଯାଇ ବନ୍ୟା ଜଳ ନିଷ୍କାଷନ କରାଯିବ।  ପରେ ଅନ୍ୟ ଗେଟ୍‌ ଖୋଲାଯିବ। ତେବେ ଚଳିତ ବନ୍ୟାରେ କେତୋଟି ଗେଟ୍ ଖୋଲାଯିବ ସେନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଡ୍ୟାମ କର୍ତ୍ତୃପକ୍ଷ ଏନେଇ ଛତିଶଗଡ ଜଳ ସମ୍ପଦ ବିଭାଗ ଅଧିକାରୀଙ୍କ ସହ ସମ୍ପର୍କରେ ଅଛନ୍ତି । ପରେ ବନ୍ୟାର ସ୍ଥିତିକୁ ଦେଖି ପଦକ୍ଷେପ ଗ୍ରହଣ କରାଯିବ…

Read More

କେଦାର ମିଶ୍ର ବନ୍ୟା ଓ ବଲାଙ୍ଗୀର, ଏ ଦୁଇଟି ଶବ୍ଦର ସମ୍ପର୍କ ନିଆଁ ଓ ପାଣି ପରି ବିପରୀତ। କେବେ ଦିନେ ବଲାଙ୍ଗୀର ସହରରେ ବନ୍ୟାଜଳ ପଶି ଆସିବ ଓ ସାରା ସହର ଜଳମଗ୍ନ ହୋଇଯିବ, ଏକଥା ବିଶ୍ଵାସ କରି ହେଉନି। ଅଥଚ ତାହା ହିଁ ହୋଇଛି। ଗତ ଚବିଶ ଘଣ୍ଟା ଭିତରେ ପୁରା ବଲାଙ୍ଗୀର ସହର ପାଣିଘେରରେ ଅଣନିଃଶ୍ଵାସୀ। ଯେଉଁ ଚିତ୍ର ସବୁ ଆସୁଛି, ସେ ସବୁ ଅତ୍ୟନ୍ତ ଭୟାବହ। ବଲାଙ୍ଗୀର ସହର ମଝିରେ ରହିଥିବା ଇଷ୍ଟଦେବୀ ସମଲେଶ୍ବରୀଙ୍କ ମନ୍ଦିରରେ ଆଣ୍ଠୁଏ ପାଣି। ସହରର ବିଭିନ୍ନ ପଡା ଓ ବସ୍ତିରେ ପ୍ରବଳ ପାଣିର ସୁଅ। କାର ଓ ବସ ବି ବୁଡିକି ଅଛନ୍ତି। ସବୁ ଘରେ ପାଣି ପଶିଯାଇଛି। ଅନେକ ପଡାରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। ଏହାକୁ ଗତ ପଚାଶ ବର୍ଷ ଭିତରେ ସବୁଠୁ ବଡ ପ୍ରାକୃତିକ ବିସ୍ମୟ ବୋଲି କୁହା ଯାଇପାରେ। ମରୁଡି ଓ ଜଳକଷ୍ଟ ଲାଗି…

Read More

ସମୀକ୍ଷା ବ୍ୟୁରୋ ସିବିଏସସି ଦ୍ବାରା ଦଶମ ଓ ଦ୍ବାଦଶ ପିଲାଙ୍କ ବଢିଥିବା ସ୍କୁଲ ଫି ଉପରେ ପୁନଃବିଚାର କରିବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କଙ୍କୁ ଲେଖି୍ଥିବା ଚିଠିରେ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ, ସିବିଏସି ଯେପରି ଭାବେ ଫି ବୃଦ୍ଧି କରିଛି ତାହା ଠିକ୍ ନୁହେଁ। ଅନୁସୂଚିତ ଜାତି ଓ ଜନଜାତିଙ୍କ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଏହା 24 ଗୁଣା ବୃଦ୍ଧି ଘଟିଛି। ଏପରି ଅସ୍ବାଭାବିକ ବୃଦ୍ଧି କରିବା ବୋର୍ଡ ପକ୍ଷରେ ଯଥାର୍ଥ ନୁହେଁ। ଓଡିଶାର ସରକାର ଗ୍ରାମାଞ୍ଚଳରେ ପ୍ରାୟ 2ଶହ ସିବିଏସସି ସ୍କୁଲ ଖୋଲିଛନ୍ତି। ମୁଖ୍ୟତଃ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପାଇଁ ଏପରି ପଦକ୍ଷେପ ନିଆଯାଇଛି। ହେଲେ ବୋର୍ଡ ଯେପରି ଫି ବୃଦ୍ଧି କରିଛି, ତାହା ଦ୍ବାରା ଏହି ପିଲାମାନେ ବିଶେଷ ଭାବେ କ୍ଷତିଗସ୍ତ ହେବେ। ତୁରନ୍ତ ଏହା ଉପରେ ପୁନଃବିଚାର କରିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ନବୀନ…

Read More

ସମୀକ୍ଷା ବ୍ୟୁରୋ ବନ୍ୟା ଅଶଙ୍କା ଥିବା ଜିଲ୍ଲାଗୁଡିକର ଜିଲ୍ଲାପାଳମାନେ 24 ଘଣ୍ଟା ସତର୍କ ରହିବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଲୋକସେବା ଭବନରେ ଏକ ଭିଡିଓ କନଫ୍ରେସିଂ ମାଧ୍ୟମରେ ଜିଲ୍ଲାପାଳଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟତଃ ବଲାଙ୍ଗୀର,କଳାହାଣ୍ଡି, ବୈଦ,ସୁବର୍ଣ୍ଣପୁର,କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ବନ୍ୟାସ୍ଥିତିରେ ସୁଧାର ଆସି ନାହିଁ। ଏହି ଜିଲ୍ଲାଗୁଡିକରେ ସହାୟତ କାମ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ବଲାଙ୍ଗୀର ଜିଲ୍ଲାର ସ୍ଥିତି ଉଦବେଗ ଜନିତ ରହିଥିବାରୁ ସେଠାକୁ ଆଉ 3ଟି ଓଡ୍ରାଫ ଟିମ ପଠାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି 15 ତାରିଖ ସୁଦ୍ଧା ମହାନଦୀରେ ପ୍ରାୟ 11 ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେବାର ସମ୍ଭାବନା ରହିଛି। ଏହା ଦ୍ବାରା କଟକ, ଜଗତସିଂହପୁର,ପୁରୀ,ନୟାଗଡ,ଖୋର୍ଦ୍ଧା ଏବଂ କେନ୍ଦ୍ରାପଡା ଜିଲ୍ଲା କ୍ଷତିଗସ୍ତ ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାର ନଦୀବନ୍ଧଗୁଡିକ ସୁଦୃଢ ରହିଛି କି ନାହିଁ ତାହା ଯାଞ୍ଚ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ଏଥିସହିତ…

Read More

ଶେଷରେ ପୁଲିସ୍‌ ହାତରେ ଧରାପଡ଼ିଲା ବଣି ଓରଫ ତପନ ରାଉତ । 7 ଜଣ ପୋଲିସ୍‌ଙ୍କ ଚାକିରି ଖାଇବା ପରେ ତପନ ରାଉତକୁ ନୟାଗଡ଼ ପୁଲିସ ଗିରଫ କରିଛି । 3 ଥର ଫେରାର ହୋଇଯାଇଥିବା ବଣି ନିଜ ଗାଁ କରବର ନିକଟ ଜଙ୍ଗଲରେ ଲୁଚିଥିବା ବେଳେ ଧରାପଡ଼ିଛି । ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିଲା ବଣି । ଜେଲରେ ଥିବା ବେଳେ ସେ ପାଚେରୀ ଡେଇଁ ଦୁଇ ଥର ଖସି ପଳାଇଥିଲା । ତେବେ 9 ତାରିଖରେ କୋର୍ଟ ଯାଉଥିବା ବେଳେ ପୁଣି ଖସି ଯାଇଥିଲା । ଏହି ଘଟଣାରେ ନୟାଗଡ଼ ଏସପି 5 ଜଣ ପୁଲିସ ଅଧିକାରୀଙ୍କୁ ନିଲମ୍ବନ କରିଥିଲେ ।

Read More

ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ସୁବିଧା ଯୋଗାଇଆସୁଥିବା ସମ୍ବିଧାନର ଧାରା 370 ଉଚ୍ଛେଦ ହେବାର 8 ଦିନ ପରେ ମୁହଁ ଖୋଲିଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରା। ସେ କହିଛନ୍ତି ଯେଉଁଭଳି ଭାବେ ଏହା ଉଚ୍ଛେଦ ହେଲା ତାହା ଅସମ୍ବିଧାନିକ ।ଉତ୍ତରପ୍ରଦେଶର ସୋନ୍‌ଭଦ୍ରା ଗୁଳିକାଣ୍ଡରେ ମୃତ ବ୍ୟକ୍ତିଙ୍କ ପରିବାରକୁ ଭେଟିବାକୁ ଯାଇଥିବା ସମୟରେ ପ୍ରିୟଙ୍କା କହିଛନ୍ତି, ଯେଉଁଭଳି ଭାବେ ଏହି ପଦକ୍ଷେପ ନିଆଗଲା, ତାହା ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଏବଂ ଗଣତନ୍ତ୍ର ବିରୋଧୀ । ଏଥିରେ କିଛି ନିୟମ ପାଳନ କରିବାର ଥିଲା, ଯାହା କରାଯାଇନାହିଁ । ଏହା ପୂର୍ବରୁ ପ୍ରିୟଙ୍କାଙ୍କ ଭାଇ ତଥା କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି କହିଥିଲେ, ଗୋଟିଏ ରାଜ୍ୟକୁ ଦୁଇ ଖଣ୍ଡ କରିବା ଦ୍ୱାରା ଦେଶର ଅଖଣ୍ଡତା କ୍ଷୁଣ୍ଣ ହୋଇଛି ।

Read More

କୋଲକାତାର ଏକ ମେଟ୍ରୋପୋଲିଟନ ମାଜିଷ୍ଟ୍ରେଟ କୋର୍ଟ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁରଙ୍କ ବିରୋଧରେ ମଙ୍ଗଳବାର ଦିନ ଗିରଫ ପରଓ୍ବାନା ଜାରି କରିଛନ୍ତି । ଆଇନଜୀବୀ ସୁମିତ ଚୌଧୁରୀଙ୍କ ଦ୍ୱାରା ରୁଜୁ କରାଯାଇଥିବା ମାମଲାରେ ଏହି ୱାରେଣ୍ଟ ଜାରି କରାଯାଇଛି । ସୂଚନାଯୋଗ୍ୟ ଯେ, 11 ଜୁଲାଇ,2018ରେ ଶଶି ଥରୁରଙ୍କ ହିନ୍ଦୁ ପାକିସ୍ତାନ ବୟାନକୁ ନେଇ ଏହି ଗିରଫ ପରଓ୍ବାନା ଜାରି କରାଯାଇଛି । ଥରୁର୍‌ କହିଥିଲେ ଯଦି ବିଜେପି ପୁନର୍ବାର କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରେ ତେବେ ଭାରତ ହିନ୍ଦୁ ପାକିସ୍ତାନରେ ପରିଣତ ହେବ । ଭାରତରେ ସଂଖ୍ୟାଲଘୁଙ୍କ ସ୍ବରକୁ ଦବାଇ ଦିଆଯିବ ଏବଂ ଅତ୍ୟାଚାର କରାଯିବ ବୋଲି ମତ ଦେଇଥିଲେ ଥରୁର୍‌ ।

Read More

ପାଣିପାଗ ବିଭାଗ ପକ୍ଷରୁ 7ଟି ଜିଲ୍ଲାକୁ ରେଡ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଉତ୍ତର -ପଶ୍ଚିମ ବଙ୍ଗୋପସାଗରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଏହାର ପ୍ରଭାବରେ 7ଟି ଦକ୍ଷିଣ ଓଡିଶା ଜିଲ୍ଳାକୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସୁନ୍ଦରଗଡ, ବରଗଡ, କଳାହାଣ୍ଡି, ବୌଦ୍ଧ, ସୋନପୁର, ନୂଆପଡା ଏବଂ ଝାରସୁଗୁଡାକୁ ଏହି ସତର୍କ ସୂଚନା ଜାରି କରାଯାଇଛି । ଦକ୍ଷିଣ ଓଡିଶା ଜିଲ୍ଲାରେ ବନ୍ୟା ପରସ୍ଥିତି ସୃଷ୍ଟି ହୋଇଥିବାରୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି ।

Read More

ଦୁଇ ଦିନର ବ୍ୟବଧାନ ପରେ ପାଳନ ହେବ 73 ତମ ସ୍ୱାଧୀନତା ଦିବସ । ଚଳିତ ବର୍ଷ ଓଡ଼ିଶାରେ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ସ୍ଥାନରେ ପରିବର୍ତ୍ତନ କରାଯାଇଛି । ଗାନ୍ଧୀ ମାର୍ଗ ବଦଳରେ ପ୍ରଥମଥର ପାଇଁ ପ୍ରଦର୍ଶନୀ ପଡ଼ିଆରେ ଆୟୋଜନ କରାଯାଉଛି । ଏଥିପାଇଁ ଜୋରଦାରରେ ଚାଲିଛି ପ୍ରସ୍ତୁତି । ଏହା ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ତେଲେଙ୍ଗାନା ପୁଲିସ, ଟେରିଟୋରିଆଲ ଆର୍ମୀ, ସିଏଏଫ ଏବଂ ଓଡିଶା ପୁଲିସ ପରେଡ୍‌ରେ ଭାଗ ନେବେ । ପରେଡ ଦେଖିବା ପାଇଁ ପ୍ରାୟ 8-10 ହଜାର ଦର୍ଶକଙ୍କ ସମାଗମ ହେବ ବୋଲି ବୋଲି ଆକଳନ କରାଯାଉଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପ୍ରାୟ 20 ପ୍ଲାଟୁନ୍ ଫୋର୍ସଙ୍କୁ ମୁତୟନ କରାଯିବ ।

Read More

କାଳିଆ ଯୋଜନା ଯୋଜନା ସମୀକ୍ଷା ବୈଠକରେ ଆଜି ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଯାଞ୍ଚ ଅବଧି ବଢାଇ ଦିଆଯାଇଛି । ଏହି ଯାଞ୍ଚର ଶେଷ ତାରିଖ ଥିଲା କାଲି କିନ୍ତୁ ଏହି ଅବଧି ବୃଦ୍ଧି ହୋଇ 27 ଯାଏଁ ସମୟ ଦିଆଯାଇଛି । ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯିବାକୁ ପଞ୍ଚାୟତ ,ବ୍ଲକ ଓ ଜିଲ୍ଲା ସ୍ତରରେ କମିଟି ଗଠନ କରାଯାଇ ସମୟ ସୀମା ଦିଆଯାଇଥିଲା । କାଳିଆ ଯୋଜନା ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଯାଞ୍ଚର ଶେଷ ତାରିଖ ଥିଲା ଅଗଷ୍ଟ 14 କିନ୍ତୁ ଏହି ଅବଧି ବୃଦ୍ଧି କରାଯାଇ 27 ଯାଏଁ ସମୟ ଦିଆଯାଇଥିଲା । 27ରେ ପଞ୍ଚାୟତ ସ୍ତରୀୟ ,29ରେ ବ୍ଲକ ସ୍ତରୀୟ ଓ 31 ରେ ଜିଲ୍ଲାସ୍ତରୀୟ ଯାଞ୍ଚ ଶେଷ କରାଯିବ । କାଳିଆ ଯୋଜନା ସମୀକ୍ଷା ପରେ କୃଷି ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି ।

Read More

ଉତ୍ତର -ପଶ୍ଚିମ ବଙ୍ଗୋପସାଗରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଆସନ୍ତା 48 ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ଉତ୍ତର -ପଶ୍ଚିମ ବଙ୍ଗୋପସାଗରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି । ଯାହା ପ୍ରଭାବରେ ବହୁ ଜିଲ୍ଲାରେ ବର୍ଷା ଲାଗି ରହିଛି । ଏହା ପ୍ରଭାବରେ ଆସନ୍ତା 48 ଘଣ୍ଟା ରାଜ୍ୟର 12ଟି ଜିଲ୍ଲା ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ 5ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଆଜି ନବରଙ୍ଗପୁର, କୋରାପୁଟ, କନ୍ଧମାଳ , ଅନୁଗୁଳ, ସୋନପୁର, ଦେବଗଡ଼ ,ସମ୍ବଲପୁର , ଝାରସୁଗୁଡ଼ା, ମୟୂରଭଞ୍ଜ, ବରଗଡ଼, କେନ୍ଦୁଝରରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି…

Read More

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ରାଜ୍ୟସଭା ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ରାଜସ୍ଥାନ ରାଜ୍ୟସଭା ସାଂସଦ ପଦବୀ ପାଇଁ ଅନୁଷ୍ଠିତ ହେବାକୁ ଥିବା ଉପ ନିର୍ବାଚନ ପାଇଁ ମନମୋହନ ସିଂ ନିଜର ନାମାଙ୍କନ ଦାଖଲ କରିଛନ୍ତି । 86 ବର୍ଷୀୟ ମନମୋହନ ସିଂଙ୍କ ବିମାନବନ୍ଦରରୁ ପାଛୋଟି ନେଇଥିଲେ ରାଜସ୍ଥାନ କଂାଗ୍ରେସ ସଭାପତି ତଥା ଉପ ମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟ୍‌ । କଂଗ୍ରେସ ନିକଟରେ 100 ବିଧାୟକ ରହିଥିବା ବେଳେ 6 ଜଣ ବିଏସ୍‌ପି ଏବଂ 12 ଜଣ ସ୍ବାଧୀନ ବିଧାୟକ କଂଗ୍ରେସକୁ ସର୍ମଥନ କରୁଛନ୍ତି । 14 ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ରହିଥିବା ବେଳେ ସଚିନ୍‌ ପାଇଲଟ୍‌ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତୃତ୍ବଙ୍କ ଉପସ୍ଥିତିରେ ମନମୋହନ ସିଂ ନିଜର ନାମାଙ୍କନ ଦାଖଲ କରିଛନ୍ତି । ଏହି ଆସନ ପାଇଁ ବିଜେପି ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ । ଆସନ୍ତା 26 ତାରିଖରେ ନିର୍ବାଚନ ହେବା ସହିତ…

Read More

ତେଲୁଗୁ ଅଭିନେତା ବିଜୟ ଦେବରକୋଣ୍ଡା ନିଜର ଆଗାମୀ ଫିଲ୍ମକୁ ନେଇ ଘୋଷଣା କରିଛନ୍ତି । ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କ ସହିତ ନିଜ ଆଗାମୀ ଫିଲ୍ମ ସମ୍ପର୍କରେ ଘୋଷଣା କରିଛନ୍ତି । ଟେମ୍ପର ଏବଂ ଆଇ ସ୍ମାର୍ଟ ଶଙ୍କର ପରି ଫିଲ୍ମର ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କ ସହିତ ଏହି ଫିଲ୍ମ ନେଇ ବିଜୟ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ କରିଛନ୍ତି । ଏହି ଫିଲ୍ମର କାହାଣୀକୁ ପୂର୍ବରୁ ଚୀରଞ୍ଜିବୀ ଏବଂ ମହେଶ ବାବୁ ପ୍ରତ୍ୟାଖ୍ୟାନ କରିଥିଲେ । ସେହିପରି ନିକଟରେ କନ୍ନଡ ସୁପରଷ୍ଟାର ୟଶ୍‌ଙ୍କ ସହିତ ଏହି ଫିଲ୍ମର କାହାଣୀକୁ ନେଇ ଆଲୋଚନା କରିଥିଲେ । ପୁରୀ ଜଗନ୍ନାଥ ଏବଂ ଚାର୍ମି କୌର୍‌ ଏହି ଫିଲ୍ମର ପ୍ରଯୋଜନା କରୁଛନ୍ତି । ନିକଟରେ ରିଲିଜ୍‌ ହୋଇଥିବା ବିଜୟଙ୍କ ଫିଲ୍ମ ଡିଅର କମ୍ରେଡ ବକ୍ସ ଅଫିସ୍‌ରେ ଆଭରେଜ ପ୍ରଦର୍ଶନ କରିଥିଲା ।

Read More

କେଦାର ମିଶ୍ର ବଲିଉଡରେ ଆଜିକାଲି ଲଭ ଷ୍ଟୋରି ବା ପ୍ରେମ କାହାଣୀ ଆଉ ବେଶୀ ଚାଲୁନି। ବଜାରରେ ଏବେ ହେଟ ଷ୍ଟୋରି ବା ବିଦ୍ଵେଷର ସମୟ। ଏବେ ବଲିଉଡରେ ହେଟ ଷ୍ଟୋରି , ଏକ, ଦୁଇ, ତିନ….ଏମିତି ଗୋଟେ ପରେ ଗୋଟେ ସିନେମା ତିଆରି ହେଉଛି। ଓଡିଶା ରାଜନୀତିରେ କିନ୍ତୁ ଲଭ ଷ୍ଟୋରି ଓ ହେଟ ଷ୍ଟୋରି ହାତ ଧରାଧରି ହୋଇ ଚାଲିଛନ୍ତି। ଓଡିଶାରେ ଶାସନ କରୁଥିବା ବିଜୁ ଜନତା ଦଳ ଓ କେନ୍ଦ୍ରରେ ଶାସନ କରୁଥିବା ଭାରତୀୟ ଜନତା ପାର୍ଟି ଭିତରେ ନିର୍ବାଚନ ସମୟର ହେଟ ଷ୍ଟୋରି ସୁପର ହିଟ ନାଟକ ଥିଲା। ସେତେବେଳେ ବିଜେପିର ଜାତୀୟ ସଭାପତି ଯାତ୍ରାମାର୍କା ଡାଇଲଗ ମାରି କହୁଥିଲେ- ନବୀନ ବାବୁ ପୋଡା ଟ୍ରାନ୍ସଫର୍ମର, ତାଙ୍କୁ ଓପାଡି ସମୁଦ୍ରକୁ ଫୋପାଡି ଦିଅ। ଓଡିଶାରୁ ମନ୍ତ୍ରୀ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ କଥା କଥାକେ ନବୀନ ସରକାରକୁ ଅପାରଗ ଓ ସ୍ଥାଣୁ ବୋଲି କହି ମାଇକ ଫଟାଇ…

Read More

ଧାରା 370କୁ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଉଚ୍ଛେଦ କରାଯାଇଥିବା ବେଳେ ଏହା ବିରୋଧରେ କରାଯାଇଥିବା ମାମଲାକୁ ଦୁଇ ସପ୍ତାହ ଘୁଞ୍ଚାଇଛନ୍ତି । ମଙ୍ଗଳବାର ଦିନ କେନ୍ଦ୍ର ବିରୋଧରେ କରାଯାଇଥିବା ମାମଲାକୁ ଶୁଣାଣିକୁ ଘୁଞ୍ଚାଇଛନ୍ତି ଜଷ୍ଟିସ୍‌ ଅରୁଣ ମିଶ୍ରା, ଏମ୍‌ ଆର ଶାହ ଏବଂ ଅଜୟ ରସ୍ତୋଗୀଙ୍କ ଖଣ୍ଡପୀଠ । କଂଗ୍ରେସର ସାମାଜିକ କର୍ମୀ ତେହସାନ୍‌ ପୁନାଓ୍ବଲା ଜମ୍ମୁ କାଶ୍ମୀରରେ ଲଗା ଯାଇଥିବା କଟକଣା ଉଠାଇବା ପାଇଁ ଆବେଦନ କରିଥିଲେ । ସେହିପରି ଅନ୍ୟ ଏକ ମାମଲା କାଶ୍ମୀର ଟାଇମ୍ସର ସମ୍ପାଦକ ଅନୁରାଧା ଭାସିନ୍‌ ମଧ୍ୟ ଏକ ମାମଲା ଦାୟର କରିଥିଲେ । ଗଣମାଧ୍ୟମର ସ୍ବାଧୀନତା ଉପରେ ରୋକ୍‌ ଲଗାଯାଇଥିବା ନେଇ ଭାସିନ୍‌ ମାମଲା ରୁଜୁ କରିଥିଲେ ।

Read More

ସମୀକ୍ଷା ବ୍ୟୁରୋ ଦେଶରେ ଏବେ ମୋଦି ସରକାରଙ୍କର ଦ୍ଵିତୀୟ ଏବଂ ରାଜ୍ୟ ସରକାରଙ୍କର ପଞ୍ଚମ ପାଳି ଚାଲିଛି। ଉଭୟ ସରକାର ଏବେ ଲୋକପ୍ରିୟତାର ଶୀର୍ଷରେ ଅଛନ୍ତି। କାଁ ଭାଁ ବିରୋଧ ଦେଖିବାକୁ ମିଳୁଛି ଯାହା ସବୁ ସରକାର ସମୟରେ ଥିଲା। କିନ୍ତୁ ଅତୀତରେ ସରକାରରେ ଥିବା ବିରୋଧୀ ଦଳ ଚଳିତ ସରକାରରେ ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ ବେଶ ଦୁର୍ବଳ ମନେ ହୁଏ। ନିର୍ବାଚନ ସମୟରେ ଉଭୟ ସରକାର ପ୍ରତିଶ୍ରୁତିର ବର୍ଷା କରିଥିଲେ। ଅନ୍ୟ ଦଳ ମଧ୍ୟ କରିଥିଲେ। ଯେହେତୁ ଅନ୍ୟ ଦଳ ତାଙ୍କର ମୁଖିଆ କିଏ ହେବ ସେମାନେ ନିଜେ ସନ୍ଦିହାନ ଥିବାରୁ ଲୋକମାନେ ତାଙ୍କୁ ଭରଷା କରି ପାରିଲେ ନାହିଂ ଏବଂ ଚଳିତ ସରକାର ରେ ପୁଣି ଥରେ କେନ୍ଦ୍ରରେ ମୋଦି ଏବଂ ରାଜ୍ୟରେ ନବୀନ ସରକାର ବିଜୟୀ ହେଲେ। ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ପ୍ରଚଳିତ କରି ଟଙ୍କାଏ ରେ କିଲେ ଚାଉଳ ଦେବାର…

Read More

2022 ରାଜ୍ୟଗୋଷ୍ଠୀ କ୍ରୀଡାରୁ ସୁଟିଂକୁ ବାଦ ଦିଆଯାଇଛି । ଭାରତର କ୍ରମାଗତ ବିରୋଧ ଏବଂ ଓହରିବାର ଧମକ ସତ୍ତ୍ବେଆଜି ରାଜ୍ୟଗୋଷ୍ଠୀ କ୍ରୀଡାର ମୁଖ୍ୟ ଲୁଇସ୍‌ ମାର୍ଟିନ୍‌ ଆଜି ଏହି ଘୋଷଣା କରିଛନ୍ତି । 1974 ପରଠାରୁ ପ୍ରଥମ ଥର ପାଇଁ ସୁଟିଂକୁ ରାଜ୍ୟଗୋଷ୍ଠୀ କ୍ରୀଡାରୁ ବାଦ ଦିଆଯିବା ନେଇ ମାର୍ଟିନ୍‌ ଘୋଷଣା କରିଛନ୍ତି । ସୁଟିଂରେ ଭାରତ ସମୁଦାୟ 16ଟି ରାଜ୍ୟଗୋଷ୍ଠୀ ପଦକ ହାସଲ କରିଥିବା ବେଳେ ସମୁଦାୟ 66ଟି ପଦକ ହାସଲ କରିଛି । ପୂର୍ବ ସଂସ୍କରଣରେ ଭାରତ ସୁଟିଂରୁ କେବଳ 7ଟି ପଦକ ହାସଲ କରିଥିଲା । ସୁଟିଂ ଏକ ବ୍ୟୟବହୁଳ ଖେଳ ହୋଇଥିବାରୁ ଏହାକୁ ବାଦ ଦିଆଯିବାର ନିଷ୍ପତ୍ତି ନିଆଯାଇଛି ବୋଲି ଲୁଇସ୍‌ ପ୍ରକାଶ କରିଛନ୍ତି । ଗତ ମାସରେ ଆଇଓସି ମୁଖ୍ୟ ନରିନ୍ଦର ବାତ୍ରା 2022ର ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରୁ ଓହରିବା ପାଇଁ କ୍ରୀଡାମନ୍ତ୍ରୀ କିରଣ ରିଜିଜ୍ଜୁଙ୍କୁ ପତ୍ର ଲେଖିଥିଲେ ।

Read More