ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ୍ ଏବଂ ଅନ୍ୟ 4 ଜଣଙ୍କୁ 8 ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ । 2012 ମସିହାରେ ମୁମ୍ବାଇର ଜଣେ ହୋଟେଲ ବ୍ୟବସାୟୀଙ୍କୁ ବ୍ଲାକ୍ମେଲ ଓ ହତ୍ୟା ଉଦ୍ୟମ କରିବା ମାମଲାରେ ଏହି ଦଣ୍ଡବିଧାନ କରାଯାଇଛି । ଏହା ପୂର୍ବରୁ ମୁମ୍ବାଇର ଏହି ସ୍ୱତନ୍ତ୍ର କୋର୍ଟ ଛୋଟା ରାଜନ୍ ଏବଂ ଅନ୍ୟ 5 ଜଣଙ୍କୁ ଆର୍ମସ ଆକ୍ଟରେ ଦୋଷୀ ସାବ୍ୟସ୍ତ କରିଥିଲେ । କୋର୍ଟ ଆଜି ଅପରାହ୍ଣରେ ଏହି ରାୟ ଦେଇଛନ୍ତି । ଜେଲଦଣ୍ଡ ବ୍ୟତୀତ କୋର୍ଟ ଏହି ଅଣ୍ଡରୱାର୍ଲ୍ଡ ଡନ୍କୁ 5 ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ମଧ୍ୟ କହିଛନ୍ତି ।
Author: Samikhsya Bureau
ଭାରତୀୟ ବାୟୁସେନାରେ ପୁରାତନ ବିମାନର ବ୍ୟବହାର ନେଇ ବାୟୁସେନା ମୁଖ୍ୟ କ୍ଷୋଭ ପ୍ରକାଶ କରିଛନ୍ତି । ବାୟୁସେନା ମୁଖ୍ୟ ବି ଏସ୍ ଧନୋଆ କହିଛନ୍ତି ବାୟୁସେନାରେ ଦୀର୍ଘ 4 ଦଶନ୍ଧି ଧରି ପୁରାତନ ବିମାନ ଗୁଡିକୁ ବ୍ୟବହାର କରାଯାଉଛି । ଏପରିକି ସାଧାରଣ ଲୋକ କାର୍କୁ ମଧ୍ୟ ଏତେ ବର୍ଷ ବ୍ୟବହାର କରନ୍ତି ନାହିଁ ବୋଲି ବାୟୁସେନା ମୁଖ୍ୟ ପ୍ରକାଶ କରିଛନ୍ତି । ଭାରତୀୟ ବାୟୁସେନାର ଏକ ସେମିନାରରେ ଏହି ମତ ଦେଇଛନ୍ତି ଧନୋଆ । 1973-74ରୁ ଭାରତୀୟ ବାୟୁସେନାରେ ମିଗ୍-21 ବ୍ୟବହୃତ ହେଉଛି । ପଡୋଶୀ ପାକିସ୍ତାନ ଏଫ୍-16 ବ୍ୟବହାର କରୁଥିବା ବେଳେ ଭାରତ ପଛରେ ପଡି ଯାଇଥିବା କହିଛନ୍ତି ଧନୋଆ । ଧନୋଆଙ୍କ ଏହି ମନ୍ତବ୍ୟ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଉପସ୍ଥିତ ଥିଲେ ।
ଶ୍ରୀଲଙ୍କା ସ୍ପିନର ଅକିଲା ଧନଞ୍ଜୟ ଏବଂ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍ ଓ୍ବିଲିୟମ୍ସନ୍ ସନ୍ଦେହଜନକ ବୋଲିଂ ଆକ୍ସନ୍ କାରଣରୁ ଆଇସିସି ନଜରରେ ଆସିଛନ୍ତି । ଶ୍ରୀଲଙ୍କା ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଏହି ଅଭିଯୋଗ ଆସିଥିଲା । ଉଭୟଙ୍କ ବୋଲିଂ ଆକ୍ସନ୍ ଅବୈଧ ରହିଥିବା ନେଇ ଆଇସିସି ନକଟରେ ମ୍ୟାଚ୍ ଅଫିସିଆଲ ପ୍ରକାଶ କରିଥିଲେ । ଉଭୟ ଦଳକୁ ଏ ସମ୍ପର୍କରେ ଅବଗତ କରାଇ ଦିଆଯାଇଛି । ଅଗଷ୍ଟ 18 ତାରିଖରେ ଏହି ଅଭିଯୋଗ ଆସିଥିବା ବେଳେ 14 ଦିନ ମଧ୍ୟରେ ଆଇସିସି ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଉଭୟ ଖେଳାଳି 14 ଦିନ ମଧ୍ୟରେ ଆଇସିସି ତତ୍ତ୍ବାବଧାନରେ ନିଜର ବୋଲିଂ ଆକ୍ସନ୍ ଠିକ୍ କରି କ୍ରିକେଟ୍କୁ ପ୍ରତ୍ୟାବର୍ତ୍ତନ କରି ପାରିବେ । ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ଟେଷ୍ଟରେ ଧନଞ୍ଜୟ 6ଟି ଓ୍ବିକେଟ୍ ଅକ୍ତିଆର କରିଥିବା ବେଳେ ଶ୍ରୀଲଙ୍କା 6ଓ୍ବିକେଟ୍ରେ ମ୍ୟାଚ୍ରେ ବିଜୟୀ ହୋଇଥିଲା ।
କେଦାର ମିଶ୍ର ଅନେକ ଶିଳ୍ପୀ ଅଛନ୍ତି, ଯେଉଁମାନେ ସଙ୍ଗୀତ ତିଆରି କରନ୍ତି, ହେଲେ କ୍ଵଚିତ ଶିଳ୍ପୀ ଅଛନ୍ତି ଯେଉଁମାନେ ସଙ୍ଗୀତକୁ ମଣିଷର ଜୀବନରେ ରୂପାନ୍ତରିତ କରିଦିଅନ୍ତି। ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଖୟାମ ସେଇ କ୍ଵଚିତଙ୍କ ଭିତରୁ ଜଣେ। ଖୟାମ କେବଳ ସଙ୍ଗୀତ ନିର୍ଦ୍ଦେଶକ ନୁହନ୍ତି, ସେ ସମକାଳର ଜୀବନବୋଧକୁ ସଙ୍ଗୀତରେ ରୂପାନ୍ତରିତ କରିଥିବା ଶିଳ୍ପୀ । ସେ ଷାଠିଏ ଦଶକରେ ଭାରତୀୟ ଯୁବପିଢି ଲାଗି ଆଶା ଓ ଅଭିଳାଷର ପ୍ରତିନିଧି। “ଇନ କାଲି ସଦିୟୋ କେ ସର ସେ ଜବ ରାତ କା ଆଞ୍ଚଲ ଢଲକେଗା, ଜବ ଦୁଃଖକେ ବାଦଲ ପିଘଲେଙ୍ଗେ, ଜବ ସୁଖକେ ସାଗର ଛଲକେଗା, ଜବ ଅମ୍ବର ଝୁମ କେ ନାଚେଗା, ଜବ ଧରତୀ ନଗମେ ଗାଏଗି………. ୱୋ ସୁବହ କଭି ତୋ ଆଏଗି”- ୧୯୫୮ମସିହାରେ “ଫିର ସୁବହ ହୋଗୀ” ସିନେମାର ଏ ଗୀତ, ଆମର ଆଶାବାଦର ସଙ୍ଗୀତ ପାଳଟି ଯାଇଥିଲା। ମହାନ ଉର୍ଦ୍ଦୁ କବି ସାହିର ଲୁଧିଆନୱିଙ୍କ…
ପୂର୍ବତନ ଅର୍ଥମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ପି ଚିଦାମ୍ବରମ୍ଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଏୟାରସେଲ ମକ୍ସିସ୍ ମାମଲାରେ ପୂର୍ବରୁ ସ୍ବତନ୍ତ୍ର କୋର୍ଟ ଅଗଷ୍ଟ 9 ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିବା ବେଳେ ମଙ୍ଗଳବାର ଚିଦାମ୍ବରମ୍ଙ୍କ ଆଗୁଆ ଜାମିନ ମାମଲା ଖାରଜ କରିଛନ୍ତି । ଉଭୟ ସିବିଆଇ ଏବଂ ଇଡି ପକ୍ଷରୁ ଏହି ମାମଲା ଦାୟର କରାଯାଇଥିଲା । କୋର୍ଟଙ୍କ ରାୟ ପରେ ନ୍ୟାୟିକ ବ୍ୟବସ୍ଥାର ସମ୍ମୁଖୀନ ହେବାକୁ ସେ ପ୍ରସ୍ତୁତ ବୋଲି ଚିଦାମ୍ବରମ୍ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଏୟାରସେଲ୍ ଏବଂ ମାକ୍ସିସ୍ରେ ବିଦେଶୀ ପୁଞ୍ଜିନିବେଶକୁ ନେଇ ଏହି ମାମଲା ରୁଜୁ କରାଯାଇଛି ।
ଖୁବଶୀଘ୍ର ଓଡ଼ିଶାକୁ ଆଇକନିକ୍ ହେରିଟେଜ୍ର ମାନ୍ୟତା ମିଳିବ । ପୂର୍ବରୁ ଓଡ଼ିଶା ଡକ୍ୟୁମେଣ୍ଟରେ ଅଭାବ ଥିବାରୁ ମାନ୍ୟତା ମିଳିନଥିଲା । ପୁରୀ ଏବଂ କୋଣାର୍କ ଏମିତି ଜାଗା, ଯାହା ସ୍ଥାନ ପାଇବା ଜରୁରୀ ବୋଲି କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ । ପୁରୀ ଓ କୋଣାର୍କ ଆଇକିନ୍ ହେରିଟେଜ୍ରେ ମାନ୍ୟତା ପାଇବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍ । ଦିଲ୍ଲୀଠାରେ ଅନୁଷ୍ଠିତ ସମ୍ମିଳନୀରେ ପର୍ଯ୍ୟଟନ ମନ୍ତ୍ରୀ ଏହା କହିଛନ୍ତି । ଦେଶର ୧୭ ଆଇକନିକ୍ ସାଇଟରେ ଓଡ଼ିଶାର ଗୋଟିଏ ବି ପର୍ଯ୍ୟଟନସ୍ଥଳୀ ନଥିବାରୁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରାଯାଇଥିଲା ।
ବ୍ୟବସାୟୀ ତଥା ନିଜ ପୁତୁରା ରତୁଲ୍ ପୁରୀଙ୍କ ଗିରଫଦାରୀ ପରେ ମୁହଁ ଖୋଲିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ । ରତୁଲ ପୁରୀଙ୍କ ବ୍ୟବସାୟ ସହିତ ତାଙ୍କର କୌଣସି ସମ୍ବନ୍ଧ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କମଲ ନାଥ । ମଙ୍ଗଳବାର ରତୁଲ୍ ପୁରୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇଥିଲା । ରତୁଲ୍ ପୁରୀ ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡ ମାମଲାର ସିହ ଅଭିଯୁକ୍ତ ରହିଥିବା ବେଳେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁସାରେ ତାଙ୍କୁ ଇଡି ଗିରଫ କରିଛି । କମଲନାଥ କହିଛନ୍ତି, ‘ମୋର ରତୁଲଙ୍କ କମ୍ପାନୀରେ କୌଣସି ଅଂଶଧନ ନାହିଁ କିମ୍ବା ମୁଁ ନିର୍ଦ୍ଦେଶକ ପଦବୀରେ ନାହିଁ’ । ଗଣମାଧ୍ୟମ କେବଳ ଏପରି ଭୁଲ୍ ଖବର ପ୍ରକାଶ କରୁଛି । ନ୍ୟାୟିକ ବ୍ୟବସ୍ଥା ଉପରେ ମୋର ଭରସା ରହିଛି ଏବଂ ରତୁଲ୍ଙ୍କୁ ନ୍ୟାୟ ମିଳିବ ବୋଲି କହିଛନ୍ତି କମଲ ନାଥ ।
ରମାଦେବୀ ବିଶ୍ବବିଦ୍ୟାଳୟ ପରିସରରୁ ଅଲଗା ହେବ ଯୁକ୍ତ ଦୁଇ ଜୁନିଅର୍ କଲେଜ। ସରକାରଙ୍କ ସହ ଆଲୋଚନା ପରେ ଏନେଇ ସୂଚନା ଦେଇଛନ୍ତି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପଦ୍ମଜା ମିଶ୍ର। ସେ କହିଛନ୍ତି ଯେ, ୟୁନିଟ-୯ ସ୍ଥିତ ବାଳିକା ହାଇସ୍କୁଲ ପରିସରରେ ହାୟର ସେକେଣ୍ଡାରୀ ସ୍କୁଲ ପ୍ରତିଷ୍ଠା ହେବ। ଏଥିପାଇଁ ହାଇସ୍କୁଲ ପରିସରରେ ତିନି ଏକର ଜମି ଚିହ୍ନଟ କରାଯାଇଛି। ବିଲ୍ଡିଂ ନିର୍ମାଣ କାମ ଆରମ୍ଭ ହେବାକୁ ଥିବା ବେଳେ ସର୍ଭେ କାମ ପାଖାପାଖି ସରିଥିବା ଜଣାପଡ଼ିଛି।
ଭାରତୀୟ ସିନେମାର ବରିଷ୍ଠ ତଥା କିମ୍ବଦନ୍ତୀ ସଙ୍ଗୀତ ନିର୍ଦେଶକ ଗତକାଲି ରାତ୍ରିରେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି । ଫୁସଫୁସ ସଂକ୍ରମଣରେ ପୀଡିତ ହୋଇ ହସପିଟାଲରେ ଭର୍ତ୍ତି ହୋଇଥିବାବେଳେ ୯୨ ବର୍ଷୀୟ ଖୟାମ ଚିରନିଦ୍ରାରେ ଶୋଇଯାଇଛନ୍ତି । ଏହି ଲୋକପ୍ରିୟ ତଥା ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକଙ୍କ ମୃତ୍ୟୁରେ ବଲିଉଡ୍ ସ୍ତବ୍ଧ ହୋଇଯାଇଛି । ଖୟାମ୍ଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ଶୋକବ୍ୟକ୍ତ କରିବା ସହିତ ଭାରତୀୟ କଳା ଜଗତ ତାଙ୍କ ପାଖରେ ସର୍ବଦା ଋଣୀ ରହିବ ବୋଲି କହିଛନ୍ତି । ସେହିପରି ଲୋକପ୍ରିୟ ଗାୟିକା ଲତା ମଙ୍ଗେସକର୍ ଖୟାମ୍ଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରି ସଙ୍ଗୀତର ଏକ ଯୁଗ ସମାପ୍ତ ହେଲା ବୋଲି କହିଛନ୍ତି । ସେହିପରି ଗୀତିକାର ଜାଭେଦ ଅଖତର, ଗାୟକ ସୋନୁ ନିଗମ୍, ଅମିତାଭ ବଚ୍ଚନଙ୍କ ପରି ବହୁ ବଲିଉଡ୍ ସେଲିବ୍ରେଟି ଶୋକବ୍ୟକ୍ତ କରିଛନ୍ତି । ଏହି ପ୍ରସିଦ୍ଧ ସଙ୍ଗୀତ ନିର୍ଦେଶକ ୧୯୪୩ରେ ମାତ୍ର ୧୭ ବର୍ଷ ବୟସରେ ନିଜ ସଙ୍ଗୀତ ଜୀବନର ଯାତ୍ରା…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ତାଙ୍କ ବିରୋଧରେ କରାଯାଇଥିବା ମାନହାନି ମୋକଦ୍ଦମା ବିପକ୍ଷରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ବିଜେପି ନେତା ବିଜେନ୍ଦର ଗୁପ୍ତାଙ୍କ ପକ୍ଷରୁ ଦାଖଲ କରାଯାଇଥିବା ମାନହାନି ମୋକଦ୍ଦମା ବିପକ୍ଷରେ ମଙ୍ଗଳବାର କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି କେଜ୍ରିଓ୍ବାଲ । ମଙ୍ଗଳବାର ଶୁଣାଣିରେ ଜଷ୍ଟିସ୍ ମନୋଜ କୁମାର ଓହରିଙ୍କ ସମ୍ମୁଖରେ ହାଜର ହୋଇଥିଲେ କେଜ୍ରିଓ୍ବାଲ । ଏହି ଅଭିଯୋଗକୁ ଖଣ୍ଡନ କରିବା ସହିତ ବିଜେନ୍ଦର ଗୁପ୍ତାଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ କରିଛନ୍ତି କେଜ୍ରିଓ୍ବାଲ୍ । ବିଚାରପତି କେଜ୍ରିଓ୍ବାଲଙ୍କ ମାମଲାକୁ ଗ୍ରହଣ କରିବା ସହିତ ଆସନ୍ତା 23 ତାରିଖରେ ମାମଲାର ବିଚାର ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କେଜ୍ରିଓ୍ବାଲଙ୍କୁ ବିଜେପି ନେତା ବିଜେନ୍ଦର ଗୁପ୍ତା ହତ୍ୟା କରିବାର ଚେଷ୍ଟା କରୁଛନ୍ତି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରିଥିଲେ । ସାମାଜିକ ଗଣମାଧ୍ୟମରେ ଏହା ତାଙ୍କର ଛବି ମଳିନ କରୁଥିବାର…
କଂଗ୍ରେସ ମହାସଚିବ ତଥା ପୂର୍ବ ଉତ୍ତରପ୍ରଦେଶର ପ୍ରଭାରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଓ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି । ମଙ୍ଗଳବାର ଏକ ଟୁଇଟ୍ ଜରିଆରେ ସେ ଆରକ୍ଷଣ ବିଷୟକୁ ନେଇ ସଂଘ ପରିବାରକୁ ଘେରିଛନ୍ତି ପ୍ରିୟଙ୍କା । ପ୍ରିୟଙ୍କା କହିଛନ୍ତି ଯେ, ଆରକ୍ଷଣ ବିଷୟକୁ ନେଇ ସଂଘ ପରିବାରର ଯୋଜନା ବିପଜ୍ଜନକ । ଯେଉଁ ସମୟରେ ବିଜେପି ସରକାର ଗୋଟିଏ ଗୋଟିଏ ଜନହିତକାରୀ ଆଇନର ଗଳାରୁଦ୍ଧ କରୁଛି ସେତେବେଳେ ଆରଏସଏସ୍ ଏବେ ଆରକ୍ଷଣକୁ ନେଇ ତର୍କ ଆରମ୍ଭ କରିବା କଥା ଉଠାଇଛି । ତର୍କ ବାହାନାରେ ଆରଏସ୍ଏସ୍ ଓ ବିଜେପି ଅସଲରେ ସାମାଜିକ ନ୍ୟାୟକୁ ଟାର୍ଗେଟ୍ କରୁଛନ୍ତି । ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପ୍ରମୁଖ ମୋହନ ଭାଗବତ୍ ନିକଟରେ ଆରକ୍ଷଣକୁ ନେଇ ତର୍କ ହେବା ଜରୁରୀ ବୋଲି କହିଥିଲେ । ଯାହାକୁ ନେଇ ଏବେ ବିବାଦ ଦେଖାଯାଇଛି । ମୋହନଙ୍କ ଏହି ବୟାନକୁ ନେଇ ମଧ୍ୟ…
ଫନି ମୁକାବିଲା ପାଇଁ ଓଡିଶା ସରକାରକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସହାୟତା ରାଶି ଘୋଷଣା କରାଯାଇଛି । ଓଡିଶା ସମେତ ଅନ୍ୟ ଦୁଇ ରାଜ୍ୟ ହିମାଚଳ ପ୍ରଦେଶ ଏବଂ କର୍ଣ୍ଣାଟକ ନିମନ୍ତେ ମଧ୍ୟ ସହାୟତା ରାଶି ଘୋଷଣା କରାଯାଇଛି । ମଙ୍ଗଳବାର ଓଡିଶା ନିମନ୍ତେ 3338.22 କୋଟିର ସହାୟତା ରାଶି ଘୋଷଣା କରାଯାଇଛି । ପୂର୍ବରୁ ରାଜ୍ୟ ସରକାରଙ୍କୁ 1300 କୋଟିର ସହାୟତା ରାଶି ପ୍ରଦାନ କରାଯାଇଥିଲା । ମଙ୍ଗଳବାର ଏନ୍ଡିଆର୍ଏଫ୍ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ମଧ୍ୟରେ ବୈଠକ ପରେ ଏହି ସହାୟତା ରାଶି ଘୋଷଣା କରାଯାଇଛି । ଏନ୍ଡିଆର୍ଏଫ୍ ଏହି ସହାୟତା ରାଶି ରାଜ୍ୟ ସରକାରଙ୍କୁ ପ୍ରଦାନ କରିବ । ଏହି ବୈଠକ ପରେ ହିମାଚଳ ପ୍ରଦେଶ ନିମନ୍ତେ 64.5 କୋଟିର ସହାୟତା ରାଶି ଘୋଷଣା କରାଯାଇଛି । ସେହିପରି କର୍ଣ୍ଣାଟକକୁ 1029.39 କୋଟିର ମରୁଡି ସହାୟତା ଘୋଷଣା କରାଯାଇଛି ।
ମହିଳା କମିସନ ଅଧ୍ୟକ୍ଷା ଦାୟିତ୍ବ ନେଇଛନ୍ତି ମିନତି ବେହେରା । ଏହି ଦାୟିତ୍ବ ନେବା ପରେ ମିନତି ବେହେରା ପ୍ରତିକ୍ରିୟା ରଖିଛନ୍ତି । ଅଭିଯୋଗ ହେବାର ୧୫ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ମିନତି। ସେହିପରି ମିଷ୍ଟର କହ୍ନେୟା ଫିଲ୍ମ ପୋଷ୍ଟରକୁ ନେଇ ମଧ୍ୟ ମିନତିଙ୍କ ପ୍ରତିକ୍ରିୟା ରଖିଛନ୍ତି । ମହିଳାଙ୍କୁ ଏଭଳି ଚିତ୍ରିତ କରିବା ଠିକ୍ ହୋଇନି, ଆଇନ୍ର ପରିଧି ଭିତରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମିନତି କହିଛନ୍ତି । ମିଷ୍ଟର କହ୍ନେୟା ଫିଲ୍ମ ପୋଷ୍ଟରକୁ ନେଇ ବିବାଦ ବଢିବାରେ ଲାଗିଛି । ଏହି ବିବାଦୀୟ ପୋଷ୍ଟର ପାଇଁ ଫିଲ୍ମର ପ୍ରଯୋଜକ ତଥା ଅଭିନେତାଙ୍କ ବିରୁଦ୍ଧରେ ଏତଲା ମଧ୍ୟ ରୁଜୁ କରାଯାଇଛି ।
ଭାରତର ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ -2 ମଙ୍ଗଳବାର ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି । ଆଜି ସକାଳ 9.30 ମିନିଟ୍ ସମୟରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା ଚନ୍ଦ୍ରଯାନ-2 । ଭାରତର ଏହି ଐତିହାସିକ ମୂହୁର୍ତ୍ତରେ ଇସ୍ରୋର 200 କର୍ମଚାରୀ ମଧ୍ୟ ଉପସ୍ଥିତ ରହିଥିଲେ । ଚନ୍ଦ୍ରରେ ଅବତରଣର ଅନ୍ତିମ 30 ମିନିଟ୍ ଅତ୍ୟନ୍ତ ଚିନ୍ତାଜନକ ରହିଥିଲା ବୋଲି ଇସ୍ରୋର ଅଧ୍ୟକ୍ଷ କେ ଶିବନ୍ ନାୟାର ପ୍ରକାଶ କରିଛନ୍ତି । ଏହି 30 ମିନିଟ୍ ଇସ୍ରୋ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିଥିଲା ଏବଂ ସମସ୍ତ କର୍ମଚାରୀଙ୍କ ହୃତସ୍ପନ୍ଦନ ରୋକି ହୋଇଯାଇଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଇସ୍ରୋ ଅଧ୍ୟକ୍ଷ । ସେହିପରି ଭାରତର ମନୁଷ୍ୟ ମହାକାଶ ମିଶନ ଗଗନାୟନ ଉପରେ କାର୍ଯ୍ୟ ଜାରି ରହିଛି ଏବଂ ଖୁବ୍ଶୀଘ୍ର ଏହା କାର୍ଯ୍ୟକାରୀ କରାଯିବ ବୋଲି ଶିବନ୍ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଚନ୍ଦ୍ରଯାନ -2 ଚନ୍ଦ୍ରର ଚାରିଥର ପରିକ୍ରମା ପରେ…
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଆଜି ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ରାଜୀବ ଗାନ୍ଧିଙ୍କ ୭୫ତମ ଜନ୍ମଜୟନ୍ତୀ ଅବସରରେ ମନମୋହନ ସିଂହ କହିଛନ୍ତି ଯେ, ‘ଦେଶରେ ବଢୁଥିବା ଅସହିଷ୍ଣୁତା ଓ ସାମ୍ପ୍ରଦାୟିକ ଧ୍ରୁବୀକରଣ ଓ ମୁବ୍ ଲିଚିଂ ପରି ଘଟଣାଗୁଡ଼ିକ ଆମ ରାଜନୀତି ଓ ସମାଜକୁ କ୍ଷତି ପହଞ୍ଚାଉଛି । ଆମେ ରାଜୀବ ଗାନ୍ଧିଙ୍କ ମାର୍ଗରେ ଚାଲିବା ଉଚିତ୍ । ସ୍ବର୍ଗତ ରାଜୀବ ଗାନ୍ଧି ଶାନ୍ତି, ଏକୀକରଣ ଓ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ଗୁରୁତ୍ବ ଦେଉଥିଲେ । ଭାରତ ଅବିଭାଜ୍ୟ ଓ ଧର୍ମନିରପେକ୍ଷ ଆମର ରାଷ୍ଟ୍ରବାଦର ଆଧାର । କୌଣସି ଧର୍ମ ବିଦ୍ବେଷ ତଥା ଅସହିଷ୍ଣୁତାର ଶିକ୍ଷା ଦିଏ ନାହିଁ ବୋଲି କହିଛନ୍ତି ମନମୋହନ ସିଂହ । ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ସୋମବାର ଦିନ ରାଜସ୍ଥାନରୁ କଂଗ୍ରେସର ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିଦ୍ୱର୍ନ୍ଦ୍ୱରେ ନର୍ବାଚିତ ହୋଇଛନ୍ତି। ସେ ଅଗଷ୍ଟ ୧୩ରେ ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ…
କେନ୍ଦ୍ର ସରକାରଙ୍କ ପକ୍ଷରୁ “ଓ୍ବାନ୍ ନେସନ ୱାନ ରାସନ କାର୍ଡ଼” ବ୍ୟବସ୍ଥା ଖୁବ ଶୀଘ୍ର ଲାଗୁ କରାଯିବ । ସେହି ବ୍ୟବସ୍ଥା ଅନୁସାରେ ଏଣିକି ଯେକୌଣସି ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ମଧ୍ୟ ଏହାର ଅନ୍ତର୍ଗତ ହେବେ। ଯୋଗ୍ୟ ହିତାଧିକାରୀ ବ୍ୟବସ୍ଥାରେ ଯେକୌଣସି ସ୍ଥାନରୁ ରାସନ ପାଇପାରିବେ । ଏହି ବ୍ୟବସ୍ଥା ସେପ୍ଟେମ୍ବର ୧ରୁ ଭୁବନେଶ୍ୱର ମହାନଗର ନିଗମରୁ ଆରମ୍ଭ କରାଯିବ । ପରବର୍ତ୍ତୀ ସମୟରେ ଏହା ସବୁ ସ୍ଥାନରେ ଲାଗୁ କରାଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି ।
ଅଲମ୍ପିକ୍ସ ଟେଷ୍ଟ ଇଭେଣ୍ଟର ଏକ ଅଭ୍ୟାସ ମ୍ୟାଚ୍ରେ ଭାରତୀୟ ପୁରୁଷ ହକି ଦଳ ଜାପାନକୁ 6-3ରେ ପରାସ୍ତ କରିଛି । ଭାରତ ପକ୍ଷରୁ ମନ୍ଦୀପ୍ ସିଂ ଏହି ମ୍ୟାଚ୍ରେ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ । ନିଜର ପ୍ରଥମ ମ୍ୟାଚ୍ରେ ଭାରତ ନ୍ୟୁଜିଲ୍ୟାଣ୍ଡ ନିକଟରୁ 1-2 ଗୋଲ୍ରେ ପରାସ୍ତ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚ୍ରେ ପ୍ରତ୍ୟାବର୍ତ୍ତନ କରିଛି ଭାରତ । ମନ୍ଦୀପ୍ଙ୍କ ବ୍ୟତୀତ ନୀଲକଣ୍ଠ ଶର୍ମା, ନୀଲମ ସଞ୍ଜୀବ ଖେସ୍ ଏବଂ ଗୁରଜାଣ୍ଟ ସିଂ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ । ଜାପାନ ପକ୍ଷରୁ କେଣ୍ଟାରୋ ଫୁକୁଡା, କେଣ୍ଟା ଟାନାକା ଏବଂ କାଜୁମା ମୁରାଟା ପ୍ରତ୍ୟୋକ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ଭାରତ ପକ୍ଷରୁ ନୀଳକଣ୍ଠ ଶର୍ମା ମ୍ୟାଚ୍ର ତୃତୀୟ ମିନିଟ୍ରେ ଗୋଲ୍ ସ୍କୋର କରି ଅଗ୍ରଣୀ ପ୍ରଦାନ କରିଥିଲେ । ନୀଲମ ସଞ୍ଜୀବ ଖେସ୍ ମ୍ୟାଚ୍ର ସପ୍ତମ ମିନିଟ୍ରେ ଗୋଲ ସ୍କୋର କରି ଭାରତକୁ 2-0ର ଅଗ୍ରଣୀ…
ବିବଦୀୟ ଇସ୍ଲାମିକ ଧର୍ମଗୁରୁ ତଥା ଭାରତରୁ ଫେରାର ହୋଇଯାଇଥିବା ଜାକିର ନାଏକଙ୍କ ଅଡ଼ୁଆ ବଢ଼ିଛି। ଧର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା କାରଣରୁ ମାଲେସିଆ ସରକାର ତାଙ୍କ ଉପରେ କଟକଣା ଜାରି କରିଛନ୍ତି। ଅର୍ଥାତ ଜାକିର ନାଏକ ଏଣିକି ଆଉ ସର୍ବସାଧାରଣରେ ଭାଷଣ ଦେଇପାରିବ ନାହିଁ। ଏହା ପୂର୍ବରୁ ମ୍ୟାଲେସିୟା ପୁଲିସ୍ ତାକୁ ବିବାଦୀୟ ବୟାନ ଘଟଣାରେ ଜେରା କରିଥିଲା। ଏହି ବିବାଦୀୟ ବୟାନବାଜୀ ପାଇଁ ଭାରତରେ ମଧ୍ୟ ତାକୁ ବ୍ୟାନ୍ କରାଯାଇଥିଲା। ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପ ଓ ମନିଲଣ୍ଡରିଂରେ ସେ ସାମିଲ ଥିବା ଜଣାପଡ଼ିବା ପରେ ଭାରତର ତଦନ୍ତକାରୀ ସଂସ୍ଥା ତା’କୁ ଖୋଜିବା ଆରମ୍ଭ କରିଥିଲେ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦୁରପ୍ପା ମଙ୍ଗଳବାର ନିଜର ମନ୍ତ୍ରୀ ମଣ୍ଡଳ ଗଠନ କରିଛନ୍ତି । 17 ଜଣ କ୍ୟାବିନେଟ୍ ମନ୍ତ୍ରୀ ୟେଦୁରପ୍ପାଙ୍କ ମନ୍ତ୍ରୀମଣ୍ଡଳରେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଭାଜୁ ଭାଇ ଭାଲ୍ଲା ଏହି ସମସ୍ତ ବିଧାୟକଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ଶପଥ ଗ୍ରହଣ କରିଥିବା ବିଧାୟକଙ୍କ ମଧ୍ୟରେ କେ ଏସ୍ ଇଶ୍ବରପ୍ପା, ଜଗଦୀଶ ସେଟ୍ଟାର, ସିଟି ରବି ଏବଂ ବାସଭରାଜ ବୋମ୍ମାଇ ପ୍ରମୁଖ ରହିଛନ୍ତି । କ୍ୟାବିନେଟ୍ର ସମ୍ପ୍ରସାରଣ ନେଇ ୟେଦୁରପ୍ପା ସୋମବାର ଦିନ ସୂଚନା ପ୍ରଦାନ କରିଥିଲେ । ଶପଥ ଗ୍ରହଣର ତିନି ସପ୍ତାହ ପର୍ଯ୍ୟନ୍ତ ୟେଦୁରପ୍ପା ନିଜର ମନ୍ତ୍ରୀମଣ୍ଡଳ ଗଠନ କରିନଥିଲେ । ସେହିପରି ମନ୍ତ୍ରୀ ଭାବରେ ଗୋବିନ୍ଦ ମକ୍ଥାପ୍ପା କାରାଜୋଲ୍, ଡ. ଅଶ୍ବତ୍ଥ ନାରାୟଣ, ଲକ୍ଷ୍ମଣ ସାଙ୍ଗପ୍ପା, ଆର୍ ଅଶୋକା, ବି ଶ୍ରୀରାମୁଲୁ, ଏସ୍ ସୁରେଶ କୁମାର, ଭି ସୋମାନ୍ନା, କୋଟା ଶ୍ରୀନିବାସ ପୂଜାରୀ, ଜେସି ମୁଧୁସ୍ବାମୀ, ଚନ୍ନାପ୍ପାଗୌଡା ପାଟିଲ୍, ଏଚ୍…
ଦେବ ରଞ୍ଜନ ଗଣତାନ୍ତ୍ରିକ ବିଚାର ନେଇ କାଶ୍ମୀରର ସନ୍ଦର୍ଭରେ ଆଜି କିଛି କହିବା ଅଥବା ଲେଖିବା ନିଜ ଘର ଉପରକୁ ଟେକା ମାରିବା ସଦୃଶ କଥା। ସେ ବନ୍ଧୁ ହେଉ କି ପରିବାର ସମସ୍ତେ ବୁଝି ନେଇଛନ୍ତି ଯେ ଗଣତନ୍ତ୍ରର ଅର୍ଥ ନୁହେଁ ବ୍ୟକ୍ତିକୁ ସ୍ବାଧୀନତା ଦେବା, କାଶ୍ମୀରବାସୀଙ୍କୁ ତ ଆଦୌ ନୁହେଁ। ’ଗୋଟେ ଦେଶ ଗୋଟେ ପତାକା’ ସ୍ଲୋଗାନ ଏଭଳି ଭାବପ୍ରବଣତା ତିଆରି କରିଦେଇଛି ଯେ ଯେମିତି ତୁମେ ଯଦି ବିଜେପି ସରକାରଙ୍କ ସହିତ ନାହଁ ତେବେ ତୁମେ ପାକିସ୍ତାନୀ! ନା ମୁଁ କେବେ କାଶ୍ମୀର ଯାଇପାରିଛି ନା କାଶ୍ମିରୀୟତ ସହିତ ମୋର କୌଣସି ସମ୍ପର୍କ ରହିଛି। କାଶ୍ମୀର ସହିତ ମୋର ସମ୍ପର୍କ ମୋର ଜଣେ ଆଦିବାସୀ ବନ୍ଧୁଙ୍କ ମାଧ୍ୟମରେ ଯିଏ ଜଣେ ଭାରତୀୟ ସେନାବାହିନୀର ଯବାନ। ସେ ସର୍ବଦା ଦୁଇଟି ମଣିଷ ହୋଇଥାଏ। ଗାଁରେ ଥିଲେ କୁହେ, ‘ଏ ପୁଲିସବାଲା ଯାହାକୁ ଇଚ୍ଛା ତାହାକୁ ବାନ୍ଧି ଆଣୁଛନ୍ତି ନହେଲେ…
ରାଜ୍ୟ କଂଗ୍ରେସର ସମସ୍ତ ନେତାଙ୍କୁ ଦିଲ୍ଲୀ ଡାକରା ମିଳିଛି । ରାଜ୍ୟ କଂଗ୍ରେସରେ ବିପର୍ଯ୍ୟୟର ମୁକାବିଲା କରିବା ନିମନ୍ତେ ରାଜ୍ୟର ସମସ୍ତ ନେତୃବୃନ୍ଦଙ୍କୁ ଦିଲ୍ଲୀ ଡକାଯାଇଛି । ଆସନ୍ତା 22 ତାରିଖରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ଏଡି ବୈଠକ ଅନୁଷ୍ଠିତ ହେବ । ସମସ୍ତ ଯୁବ ଏବଂ ବରିଷ୍ଠ ନେତୃତ୍ବ ଏହି ବୈଠକରେ ଯୋଗ ଦେବେ । ନେତା ମାନଙ୍କ ବ୍ୟତୀତ ବିଭିନ୍ନ ଜିଲ୍ଲା ସ୍ତରର ପ୍ରତିନଧି ମଧ୍ୟ ଏହି ବୈଠକରେ ଯୋଗ ଦେବେ ବୋଲି ଜଣାପଡିଛି । ଓଡିଶା ପିସିସି ସଭାପତି ଚୟନ ପାଇଁ ନିଷ୍ପତ୍ତି ଏହି ବୈଠକରେ ନିଆଯିବ ବୋଲି ଜଣାପଡିଛି ।

