Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟବସାୟ»ବ୍ୟାଙ୍କିଂ ବ୍ୟବସ୍ଥାକୁ ନେଇ ସୀତାରମଣଙ୍କ ପ୍ରେସ୍‌ ମିଟ୍‌ : ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କର ମିଶ୍ରଣ ନେଇ ଘୋଷଣା
ବ୍ୟବସାୟ

ବ୍ୟାଙ୍କିଂ ବ୍ୟବସ୍ଥାକୁ ନେଇ ସୀତାରମଣଙ୍କ ପ୍ରେସ୍‌ ମିଟ୍‌ : ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କର ମିଶ୍ରଣ ନେଇ ଘୋଷଣା

August 30, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
Union Minister of Finance and Corporate Affairs Nirmala Sitharaman addressing a press conference in New Delhi on Friday.
Union Minister of Finance and Corporate Affairs Nirmala Sitharaman addressing a press conference in New Delhi on Friday. UNI PHOTO-DK4U

ସମୀକ୍ଷା ବ୍ୟୁରୋ

ଭାରତୀୟ ଅର୍ଥନୀତିକୁ ଦୃଢତା ପ୍ରଦାନ କରିବା ପାଇଁ ତଥା ଭାରତୀୟ ଅର୍ଥନୀତିକୁ ୫ ଟ୍ରିଲିୟନ୍‌ ଅର୍ଥନୀତିରେ ପରିଣତ କରିବା ପାଇଁ ବିଭିନ୍ନ ନୂତନ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରେସ୍‌ ମିଟ୍‌ ସମୟରେ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କର ସମ୍ମିଶ୍ରଣ ନେଇ ଘୋଷଣା କରିଛନ୍ତି ସୀତାରମଣ। ଏହା ସହିତ ବିଭିନ୍ନ ରାଜ୍ୟରେ ରହିଥିବା ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଏବଂ ପଞ୍ଜାବ ଓ ସିନ୍ଧ ବ୍ୟାଙ୍କ ନିଜର ସେବା ଜାରି ରଖିବେ ବୋଲି ସୀତାରମଣ ଘୋଷଣା କରିଛନ୍ତି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ ଏବଂ ୟୁନାଇଟେଡ୍‌ ବ୍ୟାଙ୍କର ମିଶ୍ରଣ ନେଇ ଘୋଷଣା କରିଛନ୍ତି ସୀତାରମଣ। ଏହି ମିଶ୍ରଣ ପରେ ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ ଦେଶର ଦ୍ବିତୀୟ ସର୍ବବୃହତ ରାଷ୍ଟ୍ରାୟତ ବ୍ୟାଙ୍କର ମାନ୍ୟତା ହାସଲ କରିବ। ଏହା ସହିତ ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଆନ୍ଧ୍ର ବ୍ୟାଙ୍କ ଏବଂ କର୍ପୋରେସନ୍‌ ବ୍ୟାଙ୍କର ସମ୍ମିଶ୍ରଣ ହେବାକୁ ଯାଉଛି। ଏହି ମିଶ୍ରଣ ପରେ ଏହା ଦେଶର ପଞ୍ଚମ ସର୍ବବୃହତ ରାଷ୍ଟ୍ରାୟତ ବ୍ୟାଙ୍କର ମାନ୍ୟତା ହାସଲ କରିବ। ସେହିପରି କାନାରା ବ୍ୟାଙ୍କ ଏବଂ ସିଣ୍ଡିକେଟ ବ୍ୟାଙ୍କର ମିଶ୍ରଣ କରାଯିବ। ମିଶ୍ରଣ ପରେ ଏହା ଦେଶର ଚତୁର୍ଥ ବୃହତ ବ୍ୟାଙ୍କ ମାନ୍ୟତା ହାସଲ କରିବ। ସେହିପରି ବ୍ୟାଙ୍କ ଅଫ ବରୋଦା, ଦେନା ବ୍ୟାଙ୍କ ଏବଂ ବିଜୟା ବ୍ୟାଙ୍କ ସମ୍ମିଶ୍ରଣ ଉପରେ ଖୁବ୍‌ ଶୀଘ୍ର ମୋହର ଲାଗିବ ବୋଲି ସୀତାରମଣ କହିଥିଲେ।

ଦେଶରେ ସମୁଦାୟ ୧୮ଟି ରାଷ୍ଟ୍ରାୟତ ବ୍ୟାଙ୍କ ରହିଥିବା ବେଳେ ତନ୍ମଧ୍ୟରୁ ୧୪ଟି ଲାଭରେ ଚାଲୁଥିବା ନେଇ ସୀତାରମଣ ସୂଚନା ଦେଇଥିଲେ। ସେହିପରି ଗୃହ ନିର୍ମାଣ କ୍ଷେତ୍ରକୁ ସରକାର ୩୩୦୦ କୋଟିର ସହାୟତା ପ୍ରଦାନ କରିବା ନେଇ ସୀତାରମଣ ସୂଚନା ପ୍ରଦାନ କରିଛନ୍ତି। ଚଳିତ ସରକାରଙ୍କ ସମୟରେ ୩ ଲକ୍ଷରୁ ଅଧିକ ନକଲି କମ୍ପାନୀ ବନ୍ଦ ହୋଇଥିବା ନେଇ ସୀତାରମଣ ସୂଚନା ଦେଇଥିଲେ। ସେହିପରି ଋଣ ଶୁଝୁ ନଥିବା ବ୍ୟବସାୟୀଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯିବ ବୋଲି ସୀତାରମଣ ସୂଚନା ଦେଇଥିଲେ। ଅଟୋ ମୋବାଇଲ୍‌ ଶିଳ୍ପକୁ ଅଗ୍ରଗତି ପ୍ରଦାନ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଏସ୍‌-୪ଇଞ୍ଜିନ ଚାଳିତ ଯାନ ବନ୍ଦ କରାଯିବାର ନିଷ୍ପତ୍ତି ନିଆଯାଇଛି। ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ବିଏସ୍‌-୪ଇଞ୍ଜିନର ଗାଡି ବିକ୍ରୟ କରାଯାଇ ପାରିବ ବୋଲି ଘୋଷଣା କରାଯାଇଛି। ସେହିପରି ରେଜିଷ୍ଟ୍ରେସନ୍‌ ଦେୟ ପ୍ରଦାନର ଶେଷ ତାରିଖ ଜୁନ୍‌ ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି ୩୦ଦିନ ମଧ୍ୟରେ ଜିଏସ୍‌ଟି ରିଫଣ୍ଡ ପ୍ରଦାନ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଭିତ୍ତିଭୂମିର ବିକାଶ ପାଇଁ ୧୦୦ଲକ୍ଷ କୋଟି ନିବେଶ କରାଯିବ ବୋଲି ଜଣାପଡିଛି।

financeminister nirmalasitharaman pressmeet thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଘିଡିଘିଡି ନାଦରେ ଗଡିଲା ରଥ,ଘଣ୍ଟାଏ ବିଳମ୍ବରେ ଆରମ୍ଭ ହେଲା ରଥଟଣା, ବର୍ଷା ସତ୍ବେ ବଡଦାଣ୍ଡ ଲୋକାରଣ୍ୟ

July 16, 2026

ମମତା ବାନାର୍ଜୀଙ୍କ ପାଇଁ ଝଟକା ପରେ ଝଟକା!: ମଦନ ମିତ୍ରଙ୍କ ପରେ ଏବେ ଇସ୍ତଫା ଦେଲେ କୋଏଲ ମଲିକ

July 16, 2026

ଏବେ ବିନା ସଂଯୋଗରେ କିଛି ମିନିଟରେ ଘରକୁ ଆସିବ LPG ସିଲିଣ୍ଡର: ଜାଣନ୍ତୁ କେମିତି?

July 16, 2026
Latest News

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026

ଗ୍ରାମରେ ମଦ ଭାଟିକୁ ନେଇ ଗର୍ଜିଲେ ମହିଳା: ଭାଙ୍ଗିଲେ ମଦ ଭାଟି

July 16, 2026

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତ ସମାଗମ

July 16, 2026

ବାଣପୁରରେ ଆରଏସଏସ ଓ ଏବିଭିପି ପକ୍ଷରୁ ରଥଯାତ୍ରା ସେବା କାର୍ଯ୍ୟ

July 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.