Categories
ଆଜିର ଖବର ବିଶେଷ ଖବର

ନିଜାମୁଦ୍ଦିନ ଲିଙ୍କ୍‌ ଥିଲେ ଭୟ ଓ ଲଜ୍ଜା ନ କରି ନିର୍ଭୟରେ ସାମ୍ନାକୁ ଆସନ୍ତୁ : ସୁବ୍ରତ ବାଗ୍‌ଚୀ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଆଜି କରୋନା ସମ୍ପର୍କିତ ସୂଚନା ପ୍ରଦାନ କରିଛନ୍ତି ରାଜ୍ୟସରକାରଙ୍କ  କୋଭିଡ-19ର ମୁଖପାତ୍ର ସୁବ୍ରତ ବାଗ୍‌ଚୀ। ଏହି ଅବସରରେ ନିଜାମୁଦ୍ଦିନ ଫେରନ୍ତାଙ୍କୁ ନିର୍ଭୟରେ ଆଗେଇ ଆସି ସରକାରଙ୍କ ନିକଟରେ ତଥ୍ୟ ଦେବାକୁ ନିବେଦନ କରିଛନ୍ତି ବାଗ୍‌ଚୀ । ସେହିପରି ଯଦି କୌଣସି ବ୍ୟକ୍ତି ଯଦି ନିଜାମୁଦ୍ଦିନରୁ ଫେରିଛନ୍ତି କିମ୍ବା ସେମାନଙ୍କ ସହ କୌଣସି ଲୋକ ସଂସ୍ପର୍ଶରେ ଆସିଛନ୍ତି ତେବେ ତାଙ୍କ ମାଆ ଓ ଭଉଣୀମାନେ ସେମାନଙ୍କୁ ବୁଝାନ୍ତୁ ଆଉ ୧୦୪କୁ କଲ କରି ସବିଶେଷ ତଥ୍ୟ ଦିଅନ୍ତୁ ବୋଲି ଆଜି ମୁଖ୍ୟମନ୍ତ୍ରୀ ନିବେଦନ କରିଥିବା ବାଗଚୀ କହିଛନ୍ତି ।

ତବଲିଗ ଜମାତରୁ ଫେରିଥିବା 28ଜଣଙ୍କୁ ରାଜ୍ୟ ସରକାର ଟେଷ୍ଟ କରାଯାଇଛି । ସେଥିରୁ 25ଟି ନମୂନା ନେଗେଟିଭ ଆସିଥିବା ବେଳେ ୩ ଜଣଙ୍କ ପଜିଟିଭ ଆସିଛି । ଏହି ତିନି ଜଣ ଯାଜପୁର, କଟକ ଓ ପୁରୀ ଅଞ୍ଚଳର ବୋଲି ଜଣାପଡିଛି । ଆଜି ମୁଖ୍ୟମନ୍ତ୍ରୀ ମଧ୍ୟ ନିଜାମୁଦ୍ଦିନ ଫେରନ୍ତାଙ୍କୁ ଭୟ ଓ ଲଜ୍ଜ୍ୟା ନ କରି ନିର୍ଭୟରେ ସାମ୍ନାକୁ ଆସନ୍ତୁ ବୋଲି ଅପିଲ୍‌ କରିଥିଲେ ବୋଲି ବାଗ୍‌ଚୀ କହିଛନ୍ତି । ଅପରପକ୍ଷରେ  ଆଜି ସୁଦ୍ଧା ରାଜ୍ୟରେ ଏଯାଏ 1395ଟି ସାମ୍ପଲ୍‌ ଟେଷ୍ଟ କରାଯାଇଥିବାବେଳେ 20ଟି ପଜିଟିଭି ବାହାରିଛି । ସେଥି ମଧ୍ୟରୁ ଦୁଇଜଣ ସୁସ୍ଥ ରହିଛନ୍ତି  ବୋଲି କହିଛନ୍ତି ବାଗ୍‌ଚୀ । ଗତକାଲି ସର୍ବାଧିକ 15 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଚତୁର୍ଥ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା 42 ଜଣ ଚିହ୍ନଟ ହୋଇଥିବାବେଳେ ପଞ୍ଚମ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା 38ଜଣ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା 51 ଜଣ ଆଇସୋଲେସନ୍‌ରେ ଅଛନ୍ତି  । ଅନ୍ୟ ଆକ୍ରାନ୍ତମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଖୋଜା ଚାଲିଛି ବୋଲି କହିଛନ୍ତି ବାଗ୍‌ଚୀ । ସେହିପରି 20 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 16 ଜଣ କଟକ ଅଶ୍ବିନୀ ହସ୍ପିଟାଲରେ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ବାଗ୍‌ଚୀ ।

ସେହିପରି ଘରୋଇ ହସ୍ପିଟାଲଗୁଡିକୁ କଡା ତାଗିଦ୍‌ କରାଯାଇଛି । ଫ୍ଲୁ, ଶ୍ବାସ ଲୁଚାଇଲେ ଲାଇସେନ୍ସ ରଦ୍ଦ କରାଯିବ ବୋଲି ରାଜ୍ୟ ସରକାର କଡା ଚେତାବନୀ ଦେଇଛନ୍ତି । ଘରୋଇ ହସ୍ପିଟାଲଗୁଡିକୁ ଚିକିତ୍ସା ପାଇଁ ଆସୁଥିବା ଫ୍ଲୁ ଏବଂ ଶ୍ବାସ ରୋଗୀଙ୍କ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ବାଗ୍‌ଚୀ । ନିର୍ଦ୍ଦିଷ୍ଟ ଫର୍ମାଟ୍‌ରେ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ବାଗ୍‌ଚୀ । ଏହି ସମ୍ପର୍କୀୟ ତଥ୍ୟ ଲୁଚାଇଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବାଗ୍‌ଚୀ ।

ଅପପ୍ରଚାର କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏହି ପ୍ରେସ୍‌ ମିଟ୍‌ରେ ଡିଜିପି ଅଭୟ ସୂଚନା ଦେଇଛନ୍ତି । କୋଭିଡ୍‌ – 19ର ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ ଡାଉନ୍‌ ଘୋଷଣା କରାଯାଇଥିବାବେଳେ ଗତକାଲି ଠାରୁ ଭୁବନେଶ୍ବର, କଟକ ଓ ଭଦ୍ରକ ମଧ୍ୟରେ ସଟ୍‌ ଡାଉନ୍‌ର ଘୋଷଣା କରାଯାଇଛି । ଏହି ସମୟରେ ସଟ୍ ଡାଉନ୍ ଓ ଲକ୍ ଡାଉନ୍‌ର ନିର୍ଦ୍ଦେଶ ନ ମାନୁଥିବା ଜନସାଧାରଣଙ୍କୁ ଗିରଫ କରାଯାଉଛି ଓ ଅଟକ ରଖାଯାଉଛି। ହେଲେ ଏହି ସାମ୍ପ୍ରତିକ ପରିସ୍ଥିତିରେ କିଛି ଅସାଧୁ ବ୍ୟକ୍ତି କରୋନାକୁ ନେଇ ସୋସିଆଲ ମିଡିଆରେ ଅନେକ ଖବର ପ୍ରସାରିତ କରୁଛନ୍ତି । ଯାହା ଓଡ଼ିଶାବାସୀଙ୍କ ମନରେ ଭୟ ସୃଷ୍ଟି କରିବା ସହ ରାଜ୍ୟର ବିଭିନ୍ନ ସମ୍ପ୍ରଦାୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି କରୁଛି। ତେଣୁ ରାଜ୍ୟବାସୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଯଦି କିଛି ଏପରି ଖବର ଦେଖୁଛନ୍ତି, ତାକୁ ଅନ୍ୟକାହାକୁ ଫରୱାର୍ଡ କରନ୍ତୁ ନାହିଁ। ଘଟଣାର ସତ୍ୟତା ଜାଣିବା ପାଇଁ ପୋଲିସ୍‌ର ସହାୟତା ନିଅନ୍ତୁ କିମ୍ବା ୧୦୦କୁ ଫୋନ୍ କରି ସଠିକ୍ ଖବର ନିଅନ୍ତୁ ବୋଲି ଡିଜି ଅଭୟ କହିଛନ୍ତି । ଅପପ୍ରଚାର କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଡିଜିିପି ।

ସର୍ବୋପରି ଦେଶରେ ବ୍ୟାପୁଥିବା ଏହି ମହମାରୀ ସଂକଟରୁ ଆମେ ସଚେତନ ଓ ସତର୍କ ଦ୍ବାରା ହିଁ ରକ୍ଷା ପାଇପାରିବା ବୋଲି କହିଛନ୍ତି କୋଭିଡ-19ର ମୁଖପାତ୍ର ସୁବ୍ରତ ବାଗ୍‌ଚୀ । ଘରେ ରହି, ସତର୍କ ରହି ନିଜ ସହ ଅନ୍ୟକୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଆହ୍ବାନ ଦେଇଛନ୍ତି ବାଗ୍‌ଚୀ ।

Categories
ଆଜିର ଖବର

106 ଦିନ ପରେ ମିଳିଲା ସ୍ବାଧୀନତାର ନିଶ୍ବାସ : ପି ଚିଦାମ୍ବରମ

ଚେନ୍ନାଇ,5/12:   ଗତକାଲି ଜେଲ୍‌ରୁ ମୁକ୍ତ ହେବା ପରେ ଆଜି ଏକ ପ୍ରେସ୍‌ ମିଟ୍‌ ନେଇ ସୂଚନା ଦେଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ । ଦୀର୍ଘ 106 ଦିନର ସଂଘର୍ଷ ପରେ ସ୍ବାଧୀନତାର ନିଶ୍ବାସ ନେବାକୁ ମିଳିଛି ବୋଲି ପ୍ରକାଶ କରିଛନ୍ତି ଚିଦାମ୍ବରମ । ରାଜନୈତିକ ଅଭିସନ୍ଧି ରଖି ତାଙ୍କୁ ଗିରଫ କରାଯାଇଥିଲା ଏବଂ ଶେଷରେ ସତ୍ୟର ବିଜୟ ହୋଇଛି ବୋଲି ଚିଦାମ୍ବରମ ପ୍ରକାଶ କରିଛନ୍ତି । ଆଇଏନଏକ୍ସ ମାମଲାରୁ ମୁକ୍ତ ହେବା ପରେ ଚିଦାମ୍ବରମଙ୍କ କଂଗ୍ରେସ ନେତାଙ୍କ ପକ୍ଷରୁ ସ୍ବାଗତ କରାଯାଇଥିଲା । ଏହା ପରେ ଚିଦାମ୍ବରମ କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିବା ସହିତ ଆଜି ଏକ ପ୍ରେସ ମିଟ୍‌ ନେଇ ଟ୍ବିଟ୍‌ କରି ସୂଚନା ଦେଇଥିଲେ ।

Categories
ବିଶେଷ ଖବର ବ୍ୟବସାୟ

ବ୍ୟାଙ୍କିଂ ବ୍ୟବସ୍ଥାକୁ ନେଇ ସୀତାରମଣଙ୍କ ପ୍ରେସ୍‌ ମିଟ୍‌ : ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କର ମିଶ୍ରଣ ନେଇ ଘୋଷଣା

ସମୀକ୍ଷା ବ୍ୟୁରୋ

ଭାରତୀୟ ଅର୍ଥନୀତିକୁ ଦୃଢତା ପ୍ରଦାନ କରିବା ପାଇଁ ତଥା ଭାରତୀୟ ଅର୍ଥନୀତିକୁ ୫ ଟ୍ରିଲିୟନ୍‌ ଅର୍ଥନୀତିରେ ପରିଣତ କରିବା ପାଇଁ ବିଭିନ୍ନ ନୂତନ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରେସ୍‌ ମିଟ୍‌ ସମୟରେ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କର ସମ୍ମିଶ୍ରଣ ନେଇ ଘୋଷଣା କରିଛନ୍ତି ସୀତାରମଣ। ଏହା ସହିତ ବିଭିନ୍ନ ରାଜ୍ୟରେ ରହିଥିବା ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଏବଂ ପଞ୍ଜାବ ଓ ସିନ୍ଧ ବ୍ୟାଙ୍କ ନିଜର ସେବା ଜାରି ରଖିବେ ବୋଲି ସୀତାରମଣ ଘୋଷଣା କରିଛନ୍ତି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ ଏବଂ ୟୁନାଇଟେଡ୍‌ ବ୍ୟାଙ୍କର ମିଶ୍ରଣ ନେଇ ଘୋଷଣା କରିଛନ୍ତି ସୀତାରମଣ। ଏହି ମିଶ୍ରଣ ପରେ ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ ଦେଶର ଦ୍ବିତୀୟ ସର୍ବବୃହତ ରାଷ୍ଟ୍ରାୟତ ବ୍ୟାଙ୍କର ମାନ୍ୟତା ହାସଲ କରିବ। ଏହା ସହିତ ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଆନ୍ଧ୍ର ବ୍ୟାଙ୍କ ଏବଂ କର୍ପୋରେସନ୍‌ ବ୍ୟାଙ୍କର ସମ୍ମିଶ୍ରଣ ହେବାକୁ ଯାଉଛି। ଏହି ମିଶ୍ରଣ ପରେ ଏହା ଦେଶର ପଞ୍ଚମ ସର୍ବବୃହତ ରାଷ୍ଟ୍ରାୟତ ବ୍ୟାଙ୍କର ମାନ୍ୟତା ହାସଲ କରିବ। ସେହିପରି କାନାରା ବ୍ୟାଙ୍କ ଏବଂ ସିଣ୍ଡିକେଟ ବ୍ୟାଙ୍କର ମିଶ୍ରଣ କରାଯିବ। ମିଶ୍ରଣ ପରେ ଏହା ଦେଶର ଚତୁର୍ଥ ବୃହତ ବ୍ୟାଙ୍କ ମାନ୍ୟତା ହାସଲ କରିବ। ସେହିପରି ବ୍ୟାଙ୍କ ଅଫ ବରୋଦା, ଦେନା ବ୍ୟାଙ୍କ ଏବଂ ବିଜୟା ବ୍ୟାଙ୍କ ସମ୍ମିଶ୍ରଣ ଉପରେ ଖୁବ୍‌ ଶୀଘ୍ର ମୋହର ଲାଗିବ ବୋଲି ସୀତାରମଣ କହିଥିଲେ।

ଦେଶରେ ସମୁଦାୟ ୧୮ଟି ରାଷ୍ଟ୍ରାୟତ ବ୍ୟାଙ୍କ ରହିଥିବା ବେଳେ ତନ୍ମଧ୍ୟରୁ ୧୪ଟି ଲାଭରେ ଚାଲୁଥିବା ନେଇ ସୀତାରମଣ ସୂଚନା ଦେଇଥିଲେ। ସେହିପରି ଗୃହ ନିର୍ମାଣ କ୍ଷେତ୍ରକୁ ସରକାର ୩୩୦୦ କୋଟିର ସହାୟତା ପ୍ରଦାନ କରିବା ନେଇ ସୀତାରମଣ ସୂଚନା ପ୍ରଦାନ କରିଛନ୍ତି। ଚଳିତ ସରକାରଙ୍କ ସମୟରେ ୩ ଲକ୍ଷରୁ ଅଧିକ ନକଲି କମ୍ପାନୀ ବନ୍ଦ ହୋଇଥିବା ନେଇ ସୀତାରମଣ ସୂଚନା ଦେଇଥିଲେ। ସେହିପରି ଋଣ ଶୁଝୁ ନଥିବା ବ୍ୟବସାୟୀଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯିବ ବୋଲି ସୀତାରମଣ ସୂଚନା ଦେଇଥିଲେ। ଅଟୋ ମୋବାଇଲ୍‌ ଶିଳ୍ପକୁ ଅଗ୍ରଗତି ପ୍ରଦାନ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଏସ୍‌-୪ଇଞ୍ଜିନ ଚାଳିତ ଯାନ ବନ୍ଦ କରାଯିବାର ନିଷ୍ପତ୍ତି ନିଆଯାଇଛି। ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ବିଏସ୍‌-୪ଇଞ୍ଜିନର ଗାଡି ବିକ୍ରୟ କରାଯାଇ ପାରିବ ବୋଲି ଘୋଷଣା କରାଯାଇଛି। ସେହିପରି ରେଜିଷ୍ଟ୍ରେସନ୍‌ ଦେୟ ପ୍ରଦାନର ଶେଷ ତାରିଖ ଜୁନ୍‌ ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି ୩୦ଦିନ ମଧ୍ୟରେ ଜିଏସ୍‌ଟି ରିଫଣ୍ଡ ପ୍ରଦାନ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଭିତ୍ତିଭୂମିର ବିକାଶ ପାଇଁ ୧୦୦ଲକ୍ଷ କୋଟି ନିବେଶ କରାଯିବ ବୋଲି ଜଣାପଡିଛି।

Categories
ଆଜିର ଖବର

ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ସମାଲୋଚନା,  ଦୁଇଟି ଶବ୍ଦ ଶୁଣିଲେ ବିରକ୍ତ ହେଉଛନ୍ତି ନବୀନ

ରାଜ୍ୟରେ ଆଉ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ବାକି ରହିଛି। ଏହି ପର୍ଯ୍ୟାୟର ୬ଟି ଲୋକସଭା ଆସନ ଉପରେ ଉଭୟ ବିଜେଡ଼ି ଓ ବିଜେପିଙ୍କ ନଜର ରହିଛି। ଏବେବି ଉଭୟ ଦଳ ପକ୍ଷରୁ ଚାଲିଛି ଆରୋପ – ପ୍ରତ୍ୟାରୋପ। କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କଟାକ୍ଷ କରି  କହିଛନ୍ତି ଯେ,  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଦି ଓ ପରିବର୍ତ୍ତନ ଦୁଇଟି ଶବ୍ଦ ଶୁଣିଲେ ବିରକ୍ତ ହୋଇଯାଉଛନ୍ତି। ଆଜି ଭୁବନେଶ୍ୱର ସ୍ଥିତ ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ କଥା କହିବା ସହିତ  ମୁଖ୍ୟମନ୍ତ୍ରୀଙ୍କୁ ଗଲା ୧୯ ବର୍ଷର ହିସାବ ମାଗିବା ସହିତ ଆଗାମୀ ୫ ବର୍ଷରେ କ’ଣ କରିବାକୁ ଯୋଜନା କରିଛନ୍ତି, ତା’ର ବି ଜବାବ ମାଗିଛନ୍ତି। ନବୀନଙ୍କୁ ସମାଲୋଚନା କରି ଧର୍ମେନ୍ଦ୍ର ଆହୁରି କହିଥିଲେ,“ଓଡ଼ିଶାର ଲୋକେ ଆପଣଙ୍କୁ ବହୁତ ବଡ଼ ସୁଯୋଗ ଦେଇଥିଲେ। ଆପଣ ୧୯ ବର୍ଷ ଧରି କ୍ଷମତାରେ ରହିଲେ। କିନ୍ତୁ ରାଜ୍ୟର ଯେମିତି ବିକାଶ ହେବା କଥା, ତାହା ହୋଇନାହିଁ। କାରଣ ଏଥିପାଇଁ ଆପଣଙ୍କ ପାଖରେ ରାଜନୈତିକ ଇଚ୍ଛାଶକ୍ତି ନାହିଁ। ରାଜ୍ୟରେ ଶିଶୁ ମୃତ୍ୟୁହାର ଓ କୁପୋଷଣ ଭଳି ସମସ୍ୟା ଦେଖାଯାଉଛି।’ ସେହିପରି ଚତୁର୍ଥ ପର୍ଯ୍ୟାୟର ଚର୍ଚ୍ଚାରେ କେନ୍ଦ୍ରବିନ୍ଦୁ ଥିବା କେନ୍ଦ୍ରାପଡାର ଲୋକସଭା ଆସନ ପାଇଁ ବିଜେଡ଼ିର ରଣନୀତିକୁ ମଧ୍ୟ ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର।

Categories
ଆଜିର ଖବର

କୌଣସି ରାଜନୈତିକ ଦଳକୁ ବିଭାଜନ କରିବା ମୋର ଆଦର୍ଶ ନୁହେଁ : ଶେଖ ହସିନା

କୌଣସି ରାଜନୈତିକ ଦଳକୁ ବିଭାଜନ କରିବା ମୋର ଲକ୍ଷ୍ୟ ନୁହେଁ ବୋଲି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ପ୍ରକାଶ କରିଛନ୍ତି। ବିପକ୍ଷ ରାଜନୈତିକ ଦଳକୁ ବିଭାଜନ କରିବା ବା ଅନ୍ୟ କୌଣସି ପ୍ରକାରରେ ହଇରାଣ କରିବା ମୋର ନୀତି ନୁହେଁ ବୋଲି ହସିନା କହିଛନ୍ତି। ନିଜ କାର୍ଯ୍ୟାଳୟ ଗାନଭବନରେ ଅନୁଷ୍ଠିତ ଏକ ପ୍ରେସ୍‌ ମିଟ୍‌ରେ ଏହା ପ୍ରକାଶ କରିଛନ୍ତି ହସିନା।ଚଳିତ ମାସ ୨୧-୨୩ ପର୍ଯ୍ୟନ୍ତ ବ୍ରୁନେଇ ଗସ୍ତରେ ଥିବା ହସିନା ଏହି ଗସ୍ତର ଫାଇଦା ସମ୍ପର୍କରେ ଆଲୋଚନା କରିବା ପାଇଁ ଏହି ପ୍ରେସ୍‌ ମିଟ୍‌ କରିଥିଲେ। ସେହିପରି ତାଙ୍କର ଅଓ୍ବାମୀ ଲିଗ୍‌ କୌଣସି ଅଲଗା ରାଜନୈତିକ ଦଳର ପ୍ରାର୍ଥୀଙ୍କୁ ନିଜ ଦଳରେ ସାମିଲ କରିବ ନାହିଁ ବୋଲି କହିଥିଲେ ହସିନା। ବିପକ୍ଷ ନେତା ଖାଲେଦା ଜିଆଙ୍କ ପାରୋଲ ଆବେଦନ ଉପରେ ହସିନା କହିଥିଲେ, ପାରୋଲ ପାଇଁ ପ୍ରଥମେ ଆବେଦନ କରିବାକୁ ପଡିଥାଏ। ଏନେଇ ଜିଆଙ୍କ ପକ୍ଷରୁ କୌଣସି ଆବେଦନ ହୋଇନାହିଁ ବୋଲି ହସିନା କହିଛନ୍ତି।