କୌଣସି ରାଜନୈତିକ ଦଳକୁ ବିଭାଜନ କରିବା ମୋର ଆଦର୍ଶ ନୁହେଁ : ଶେଖ ହସିନା

Published: Apr 27, 2019, 12:34 pm IST

କୌଣସି ରାଜନୈତିକ ଦଳକୁ ବିଭାଜନ କରିବା ମୋର ଲକ୍ଷ୍ୟ ନୁହେଁ ବୋଲି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ପ୍ରକାଶ କରିଛନ୍ତି। ବିପକ୍ଷ ରାଜନୈତିକ ଦଳକୁ ବିଭାଜନ କରିବା ବା ଅନ୍ୟ କୌଣସି ପ୍ରକାରରେ ହଇରାଣ କରିବା ମୋର ନୀତି ନୁହେଁ ବୋଲି ହସିନା କହିଛନ୍ତି। ନିଜ କାର୍ଯ୍ୟାଳୟ ଗାନଭବନରେ ଅନୁଷ୍ଠିତ ଏକ ପ୍ରେସ୍‌ ମିଟ୍‌ରେ ଏହା ପ୍ରକାଶ କରିଛନ୍ତି ହସିନା।ଚଳିତ ମାସ ୨୧-୨୩ ପର୍ଯ୍ୟନ୍ତ ବ୍ରୁନେଇ ଗସ୍ତରେ ଥିବା ହସିନା ଏହି ଗସ୍ତର ଫାଇଦା ସମ୍ପର୍କରେ ଆଲୋଚନା କରିବା ପାଇଁ ଏହି ପ୍ରେସ୍‌ ମିଟ୍‌ କରିଥିଲେ। ସେହିପରି ତାଙ୍କର ଅଓ୍ବାମୀ ଲିଗ୍‌ କୌଣସି ଅଲଗା ରାଜନୈତିକ ଦଳର ପ୍ରାର୍ଥୀଙ୍କୁ ନିଜ ଦଳରେ ସାମିଲ କରିବ ନାହିଁ ବୋଲି କହିଥିଲେ ହସିନା। ବିପକ୍ଷ ନେତା ଖାଲେଦା ଜିଆଙ୍କ ପାରୋଲ ଆବେଦନ ଉପରେ ହସିନା କହିଥିଲେ, ପାରୋଲ ପାଇଁ ପ୍ରଥମେ ଆବେଦନ କରିବାକୁ ପଡିଥାଏ। ଏନେଇ ଜିଆଙ୍କ ପକ୍ଷରୁ କୌଣସି ଆବେଦନ ହୋଇନାହିଁ ବୋଲି ହସିନା କହିଛନ୍ତି।

Related posts