ସମୀକ୍ଷା ବ୍ୟୁରୋ ୧୭ତମ ଲୋକସଭା ନିର୍ବାଚନରେ ବିପୁଳ ମତଦାନ ପାଇ ପୁଣି ଥିରେ କ୍ଷମତାସୀନ ହୋଇଥିବା ବିଜେପି କିନ୍ତୁ ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ କେରଳ ଭଳି ରାଜ୍ୟରେ ହାର ମାନିଥିଲା । ଆନ୍ଧ୍ରପ୍ରଦେଶ ଓ କେରଳ ରାଜ୍ୟକୁ ଛାଡ଼ି ଓଡ଼ିଶା ଓ ପଶ୍ଚିମବଙ୍ଗରେ ବିଜେପି ଚଳିତ ଥର ନିଜର ସ୍ଥିତି ଟିକେ ମଜବୁତ୍ କରିଥିଲା । ବିଶେଷ କରି ନିର୍ବାଚନ ପୂର୍ବରୁ ଓଡ଼ିଶାକୁ ଆସି ଏକ ସ୍ଥାଣୁ ସରକାରକୁ ଗାଦିରୁ ହଟାଇ ଡବଲ୍ ଇଞ୍ଜିନ୍ର ସ୍ଲୋଗାନ୍ ଦେଇଥିବା ବିଜେପିର ନାରା କିନ୍ତୁ ନିର୍ବାଚନ ଫଳ ପରେ ପରିବର୍ତ୍ତନ ହୋଇଗଲା । ନିର୍ବାଚନ ଫଳାଫଳ ପରେ ଓଡ଼ିଶାରେ ପଞ୍ଚମଥର ପାଇଁ ବିଜୁ ଜନତା ଦଳ ସରକାର ଗଠନ କରିଥିଲେ ଓ ପ୍ରଥମଥର ପାଇଁ ବିଜେପି ମୁଖ୍ୟ ବିରୋଧୀ ଦଳ ରୂପେ ଉଭା ହୋଇଥିଲେ ବି ଅଦୃଶ୍ୟରେ ଏକ ଦୁଇ ଦଳଙ୍କ ଭିତରେ ମେଣ୍ଟ ରହିଥିବାର ପ୍ରତୀତ ହେଲା । ଦୀର୍ଘ ଦିନ…
Author: Samikhsya Bureau
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦ ରୁ ଅଧିକ ଜିଲ୍ଲାରେ ବଜ୍ରପାତ ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ, କଟକ, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡା ଓ ସମ୍ବଲପୁର ଆଦି ଜିଲ୍ଲାର ବାସିନ୍ଦାଙ୍କୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହି ସମୟରେ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।
ଜାତୀୟ ପୁରସ୍କାର ପ୍ରାପ୍ତ ଦକ୍ଷିଣ ଭାରତୀୟ ଅଭିନେତ୍ରୀ କୀର୍ତ୍ତି ସୁରେଶ ନିଜର ବଲିଉଡ୍ ପଦାର୍ପଣ କରିବାକୁ ଯାଉଛନ୍ତି। ସ୍ପୋର୍ଟସ୍ ଡ୍ରାମା ମୈଦାନ୍ ଜରିଆରେ ନିଜର ବଲିଉଡ୍ ପଦାର୍ପଣ କରିବାକୁ ଯାଉଛନ୍ତି ଚଳିତ ବର୍ଷର ଜାତୀୟ ପୁରସ୍କାର ବିଜେତା। ଫୁଟ୍ବଲ୍ କୋଚ୍ ସୟଦ୍ ଅବଦୁଲ୍ ରହିମ୍ଙ୍କ ଆତ୍ମଜୀବନି ଉପରେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମରେ ଅଜୟ ଦେବଗନଙ୍କ ବିପକ୍ଷରେ ନଜର ଆସିବେ କୀର୍ତ୍ତି। ମଙ୍ଗଳବାର କୀର୍ତ୍ତି ନିଜର ଟ୍ବିଟ୍ଟର ଆକାଉଣ୍ଟରେ ମୈଦାନ୍ର ପୋଷ୍ଟର ସେୟାର କରିଛନ୍ତି। ରହିମ୍ ଭାରତକୁ ୧୯୫୧ ଏବଂ ୧୯୬୨ ଏସିଆନ୍ ଗେମ୍ସ ଫୁଟ୍ବଲ୍ରେ ବିଜୟୀ କରାଇଥିଲେ। ରହିମ୍ଙ୍କ ପତ୍ନୀ ଭୂମିକାରେ ନଜର ଆସିବେ କୀର୍ତ୍ତି ସୁରେଶ । କୀର୍ତ୍ତି ସୁରେଶ ୨୦୧୩ ରେ ମାଲାୟଲମ୍ ଫିଲ୍ମ ଗୀତାଞ୍ଜଳି ଜରିଆରେ ସିଲ୍ଭର ସ୍କ୍ରିନ୍କୁ ଆସିଥିବା ବେଳେ ୨୦୧୪ ରେ ତାମିଲ ଫିଲ୍ମ ଇଧୁ ଏନା ମୟମରେ ନଜର ଆସିଥିଲେ । ୨୦୧୫ ର ବ୍ଲକବଷ୍ଟର ତେଲୁଗୁ ଫିଲ୍ମ ନେନୁ…
ପଦାରେ ପଡ଼ିଲା କୋରାପୁଟ ଜିଲ୍ଲା ବିଜେଡ଼ି କଳି । କୋରାପୁଟ ଜିଲ୍ଲା ବିଜେଡ଼ିରେ ଫାଟ ଦେଖିବାକୁ ମିଳିଛି । ଜିଲ୍ଲା ପରିଷଦର ଉପାଧ୍ୟକ୍ଷା ନିର୍ବାଚନରେ ଫାଟ ପଦାରେ ପଡ଼ିଲା । ଉପାଧ୍ୟକ୍ଷ ପଦବୀ ପାଇଁ ଛିଡା ହୋଇଥିଲେ ୨ଜଣ ପ୍ରାର୍ଥୀ। ଦଳୀୟ ନିର୍ଦ୍ଦେଶକୁ ଅମାନ୍ୟ କରି ଛିଡ଼ା ହେଲେ ବିଦ୍ରୋହୀ ପ୍ରାର୍ଥୀ । ୧୬-୮ ଭୋଟ୍ରେ ଜିତିଛନ୍ତି ଦଳୀୟ ପ୍ରାର୍ଥୀ ନର୍ସାଲୁ ମାମୁଡ଼ି ନାର୍ସାଲଙ୍କୁ ୧୬ ଓ ବିଦ୍ରୋହୀ ପାର୍ବତୀ ମସ୍ତିଙ୍କୁ ୮ଟି ଭୋଟ୍ ମିଳିଛି । ବିଦ୍ରୋହୀ ପ୍ରାର୍ଥୀ ପାର୍ବତୀଙ୍କୁ ତତ୍କାଳ ନିଲମ୍ବିତ କଲେ ଜିଲ୍ଲା ସଭାପତି ।
କାଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କ ମଧ୍ୟସ୍ଥତାକୁ ସମାଲୋଚନା କରିଛନ୍ତି ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓଓ୍ବେସୀ । କାଶ୍ମୀର ପ୍ରସଙ୍ଗରେ ଟ୍ରମ୍ପ ମୁଖିଆଗିରି କରିବା ଅନୁଚିତ୍ । ସୋମବାର ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପଙ୍କ ସହିତ କାଶ୍ମୀର ପ୍ରସଙ୍ଗରେ 30 ମିନିଟ୍ ଧରି ଆଲୋଚନା କରିଥିଲେ । ଏହା ଏକ ରାଷ୍ଟ୍ରୀୟ ସମସ୍ୟା କିମ୍ବା ଦ୍ବିପାକ୍ଷିକ ସମସ୍ୟା । ଏହାକୁ ନେଇ ଅନ୍ୟ ରାଷ୍ଟ୍ରର ରାଷ୍ଟ୍ରପତିଙ୍କ ମୁଖିଆଗିରି ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଛନ୍ତି ଓଓ୍ବେସୀ । ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହୋଇ ପାରିଥାନ୍ତି ମାତ୍ର ଅନ୍ୟ ରାଷ୍ଟ୍ରର ମାମଲାରେ ପୁଲିସବାଲା ବନିବାର କୌଣସି ଆବଶ୍ୟକତା ନାହିଁ ବୋଲି ଓଓ୍ବେସୀ କହିଛନ୍ତି । ଟ୍ରମ୍ପ କହିଛନ୍ତି କାଶ୍ମୀରର ସମସ୍ୟା କେବଳ ଦ୍ବିପାକ୍ଷିକ ନୁହେଁ ବରଂ ଏହା ହିନ୍ଦୁ ମୁସଲିମ୍ ସମସ୍ୟା । ଏହି ପ୍ରସଙ୍ଗରେ ଆସନ୍ତା ଜି-7 ଶିଖର ସମ୍ମିଳନୀରେ ମୋଦିଙ୍କ ସହିତ ଆଲୋଚନା କରିବେ ବୋଲି ଟ୍ରମ୍ପ କହିଥିଲେ ।
କେନ୍ଦ୍ରାପଡ଼ା ଅଞ୍ଚଳରେ ବଜ୍ରପାତ ଘଟି ୫ ମୃତ, ୨ ଗୁରୁତର ହୋଇଛନ୍ତି । ଗରଦପୁର ଗୋତିବିଲ୍ ଗାଁରେ ମଧ୍ୟ ଜଣେ ମୃତବଣ କରିଥିବାବେଳେ ମହାକାଳପଡ଼ା କରଞ୍ଜ ଗାଁରେ ୨ ମୃତ, ୨ ଗୁରୁତର ହୋଇଛନ୍ତି । ସେହିପରି ଗରଦପୁର ବ୍ଳକ୍ ମରିଲୋ ଗାଁରେ ଜଣେ ଓ ମାର୍ଶାଘାଇ ବ୍ଲକ୍ ନରଣପୁର ଗାଁରେ ଜଣେ ମୃତ ହୋଇଥିବାର ସୂଚନା ରହିଛି । ପାଣିପାଗ ବିଭାଗ ତରଫରୁ ପୂର୍ବରୁ ସୂଚନା ଦିଆଯାଉଥିଲେ ମଧ୍ୟ ରାଜ୍ୟରେ ବଜ୍ରପାତ ଜନିତ ମୃତ ସଂଖ୍ୟା କମୁ ନାହିଁ ।
ସମୀକ୍ଷା ବ୍ୟୁରୋ ୟୂପିଏ ସରକାର ଅମଳରେ ତତ୍କାଳୀନ ଗୁଜରାଟ ରାଜ୍ୟର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଜେଲ ଯିବାକୁ ପଡ଼ିଥିଲା। ଫେକ ପୋଲିସ ଏନକାଉଣ୍ଟର ମାମଲାରେ ଅମିତ ଶାହାଙ୍କୁ ସେତେବେଳେ ସିବିଆଇ ଗିରଫ କରିଥିଲା। ୨୦୦୨ ଗୁଜରାଟ ଦଙ୍ଗା ଓ ଏହାର ପରିସରରେ ଘଟିଥିବା ଅନେକ ପ୍ରକାର ଅପରାଧର ତଦନ୍ତ ୟୁପିଏ ସରକାର ଆସିବା ପରେ ଆରମ୍ଭ ହୋଇଥିଲା। ଏହି ମାମଲାରେ ଅମିତ ଶାହା ଗିରଫ ହୋଇ ଦୀର୍ଘ ଦିନ ଜେଲରେ ରହିଥିଲେ। ତାଙ୍କୁ ଗୁଜରାଟରେ ପ୍ରବେଶ ନ କରିବାକୁ ସେତେବେଳେ ଅଦାଲତ ହୁକୁମ ଦେଇଥିଲେ। ସମୟର ପରିବର୍ତ୍ତନ ସହିତ ରାଜନୀତି ବଦଳିଛି। କାଲିର ତଡିପାର ଘୋଷିତ ହୋଇଥିବା ଅମିତ ଶାହା ଆଜି ଘଟଣାଚକ୍ରରେ ଦେଶର ଗୃହ ମନ୍ତ୍ରୀ ଓ ୟୁପିଏ ସରକାରଙ୍କ ଗୃହ ମନ୍ତ୍ରୀ ଥିବା ପି. ଚିଦମ୍ବରମ ବିରୋଧୀ ଦଳର ନେତା। ଆଜି ଚିଦମ୍ବରମ ଙ୍କ ଘର ଆଗରେ ସିବିଆଇ ଛିଡ଼ା ହୋଇଛି। ଚିଦମ୍ବରମଙ୍କ ଦୁଆରରେ ସିବିଆଇ କୁ…
ଅଲମ୍ପିକ୍ସ ଟେଷ୍ଟ ଇଭେଣ୍ଟରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ଏକ ପାଖିଆ ଭାବରେ ପରାସ୍ତ କରିଛି । ପ୍ରଥମ ମ୍ୟାଚ୍ରେ ଭାରତ ନ୍ୟୁଜିଲ୍ୟାଣ୍ଡ ନିକଟରୁ 1-2 ଗୋଲ୍ରେ ପରାସ୍ତ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚ୍ରେ ଜାପାନ୍କୁ 6-3ରେ ପରାସ୍ତ କରିଥିଲା । ଜାପାନ୍ର ଓଆଇ ହକି ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ଭାରତ ପକ୍ଷରୁ ପାଞ୍ଚ ଜଣ ଖେଳାଳି ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ଅଧିନାୟକ ହରମନପ୍ରୀତ୍ ସିଂ ମ୍ୟାଚ୍ର ସପ୍ତମ ମିନିଟ୍ରେ ମ୍ୟାଚ୍ର ପ୍ରଥମ ଗୋଲ୍ ସ୍କୋର କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମ୍ଶେର ସିଂ(18), ନୀଳକଣ୍ଠ ଶର୍ମା(22), ଗୁରସାହିବଜିତ୍ ସିଂ(26) ଏବଂ ମନଦୀପ୍ ସିଂ 27 ତମ ମିନିଟ୍ରେ ଗୋଲ୍ ସ୍କୋର କରି ଭାରତକୁ ବିଜୟୀ କରିଥିଲେ । ମ୍ୟାଚ୍ର ପ୍ରଥମାର୍ଦ୍ଧ ଭାରତ ଆକ୍ରଣାତ୍ମକ ହକି ଖେଳିଥିବା ବେଳେ ଦ୍ବିତୀୟ ଭାଗରେ ରକ୍ଷଣାତ୍ମକ ହକି ଖେଳିଥିଲା । ଭାରତ ଦୁଇଟି ଗୋଲ୍ ପେନାଲ୍ଟି ଜରିଆରେ ସ୍କୋର କରିଥିବା ବେଳେ…
ବାବା ରାମ ରହିମ ଓ ଆଶାରାମ ବାପୁଙ୍କ ପରେ ଏବେ ହରିୟାଣାର ଆଉ ଜଣେ ବାବାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ହୋଇଛି। ବାବାଙ୍କ ବିରୋଧରେ ମହିଳାଙ୍କ ସହ ଯୌନ ଶୋଷଣ ଓ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି । ସୋସିଆଲ୍ ମିଡ଼ିଆରେ ବାବାଙ୍କ ଏସମ୍ପର୍କିତ ଭିଡ଼ିଓ ଭାଇରାଲ ହୋଇଛି। ଭିଡ଼ିଓ ଭାଇରାଲ ହେବାପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବାବେଳେ ବାବା ଆଶ୍ରମ ଛାଡ଼ି ଫେରାର ହୋଇଯାଇଥିବା କୁହାଯାଉଛି। ହରିୟାଣା ଗୁରୁଗ୍ରାମ୍ସ୍ଥିତ ବହେଡ଼ା କଲା ଗାଁରେ ବାସ କରୁଥିବା ବାବା ଜ୍ୟୋତିଗିରି ମହାରାଜଙ୍କର କେତେକ ମହିଳାଙ୍କ ସହିତ ଅବୈଧ ସମ୍ପର୍କ ରହିଥିବା ଅଭିଯୋଗ ହୋଇଛି। ଭିଡ଼ିଓର ଯାଞ୍ଚ୍ ଗୁରୁଗ୍ରାମ୍ ପୋଲିସର ସାଇବର ଶାଖା ଦ୍ୱାରା କରାଯାଉଛି। ଇତିମଧ୍ୟରେ ଭିଡ଼ିଓ ଭାଇରାଲ କରିଥିବା ଲୋକଙ୍କ ବିରୋଧରେ ବି ମାମଲା ଦାଏର କରାଯାଇଛି। କାରଣ ଏହି ଭିଡିଓରେ ପୀଡ଼ିତା ମହିଳାଙ୍କ ଚେହେରା ସମ୍ପୂର୍ଣ୍ଣ ଦେଖାଯାଉଛି । ଆଇଟି ଆଇନ୍ ଅନୁସାରେ…
ପୂର୍ବ ଉତ୍ତରପ୍ରଦେଶରୁ ଓଡ଼ିଶା ଦେଇ ଉତ୍ତର ତାମିଲନାଡ଼ୁ ଯାଏଁ ଟ୍ରପ ଲାଇନ ସୃଷ୍ଟି ହୋଇଛି । ଏହାର ପ୍ରଭାବ ଦକ୍ଷିଣ ଆଭ୍ୟନ୍ତରୀଣ ଭାଗରେ ଅଧିକ ରହିବ । ଫଳରେ ଆସନ୍ତା 24 ଘଣ୍ଟାରେ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । 24 ଘଣ୍ଟା ଭିତରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ପରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ନବରଙ୍ଗପୁର , ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହା ସହ 9ଟି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବା ସମ୍ଭାବନା ଥିବାରୁ ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ବଲାଙ୍ଗୀର, ସୋନପୁର, ବୈାଦ୍ଧ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, କଟକ, ଖୋର୍ଦ୍ଧା, ଯାଜପୁର ଜିଲ୍ଲାରେ ବଜ୍ରପାତ ସମ୍ଭାବନା ରହିଛି ।
ଆଜି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରିତ ହୋଇଛି । ରାଜଭବନରେ ଆୟୋଜିତ ଶପଥଗ୍ରହଣ ସମାରୋହରେ ଯୋଗୀଙ୍କ ୨୩ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଏହି ମନ୍ତ୍ରିମଣ୍ଡଳରେ ୬ଜଣ କ୍ୟାବିନେଟ୍, ୬ ରାଜ୍ୟ ମନ୍ତ୍ରୀ (ସ୍ବତନ୍ତ୍ର ପ୍ରଭାର) ଓ ୧୧ ରାଜ୍ୟ ମନ୍ତ୍ରୀମାନେ ଶପଥ ନେଇଛନ୍ତି । ଯୋଗୀଙ୍କ ୨୩ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଜାତିଗତ ସମୀକରଣକୁ ବିଶେଷ ଧ୍ୟାନ ଦିଆଯାଇଛି । ଯୋଗୀଙ୍କ ନୂଆ ମନ୍ତ୍ରିମଣ୍ଡଳ ମଧ୍ୟରେ ୬ ଜଣ ବ୍ରାହ୍ମଣ, ୨ ଜଣ କ୍ଷତ୍ରିୟ, ୨ ଜଣ ଜାଟ୍, ୧ ଗୁଜ୍ଜର, ୩ ଦଳିତ, ୨ କୁର୍ମି, ୧ ରାଜଭର, ୧ ଗଡରିଆ, ୩ ବୈଶ୍ୟ, ୧ ଶାକ୍ୟ ଓ ଜଣେ ମଲ୍ଲାହ ଜାତିର ରହିଛନ୍ତି । ଏହି ୨୩ମନ୍ତ୍ରୀଙ୍କ ମଧ୍ୟରେ ୧୪ଟି ନୂଆ ମୁହଁ ଯୋଡି ହୋଇଛନ୍ତି । ରାଜ୍ୟପାଳ ଅନନ୍ଦୀବେନ ପଟେଲ ସମସ୍ତ ମନ୍ତ୍ରୀଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ଯୋଗୀ ମନ୍ତ୍ରିମଣ୍ଡଳରେ ନୂଆ…
୧୯୯୦ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଡକ୍ଟର ସୁଧାଂଶୁ ଷଡଙ୍ଗୀ ଆଜି ଟୁଇନ୍ ସିଟିର କମିଶନ ଦାୟିତ୍ବ ଗ୍ରହଣ କରିଛନ୍ତି । ଡକ୍ଟର ଷଡ଼ଙ୍ଗୀ ପୂର୍ବରୁ ଷ୍ଟେଟ୍ କ୍ରାଇମ୍ ରେକର୍ଡ ବ୍ୟୁରୋର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଅନ୍ୟପକ୍ଷରେ ପୂର୍ବତନ ପୁଲିସ୍ କମିଶନର ସତ୍ୟଜିତ ମହାନ୍ତିଙ୍କୁ ଜେଲ୍ ବିଭାଗର ଏଡିଜି ଦାୟିତ୍ୱ ମିଳିଛି। ସୂଚନାଯୋଗ୍ୟ, ବି.କେ ଶର୍ମା ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନିଜର ନୂଆ ଟିମ୍ ଗଠନ କରିଛନ୍ତି। ଏଥିପାଇଁ ପୁଲିସ୍ ବିଭାଗରେ ବଡ଼ଧରଣର ଅଦଳବଦଳ କରିଥିଲେ। ଆଇପିଏସ୍ ଓ ଓପିଏସ୍ ସ୍ତରରେ ୩୯ଜଣ ବରିଷ୍ଠ ପୁଲିସ୍ ଅଫିସରଙ୍କ ବଦଳି ହୋଇଥିଲା। ଏହି ଅଦଳବଦଳ ବେଳେ ଭୁବନେଶ୍ୱର-କଟକ ପୁଲିସ୍ କମିଶନର ଭାବେ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ନୂଆ ଦାୟିତ୍ୱ ମିଳିଥିଲା।
ଗିରଫଦାରୀ ଉପରୁ ପ୍ରତିବନ୍ଧକ ଉଠାଇବା ସହିତ ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ । ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିବା ପରେ ମଧ୍ୟରାତ୍ରରେ ଚିଦାମ୍ବରମଙ୍କ ଓକିଲ କପିଲ୍ ଶିବଲ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । କୋର୍ଟ ମାମଲାକୁ ଗ୍ରହଣ କରିଥିଲେ ମଧ୍ୟ ତ୍ବରିତ ଶୁଣାଣି ଆବେଦନକୁ ଖାରଜ କରି ଦେଇଛନ୍ତି । ଫଳରେ ଆଇଏନ୍ଏକ୍ସ ମିଡିଆ ମାମଲାର ମୁଖ୍ୟ ଅଭିଯୁକ୍ତ ଚିଦାମ୍ବରମ୍ଙ୍କ ଗିରଫ ସମ୍ଭାବନା ଦେଖାଦେଇଛି । ଜଷ୍ଟିସ୍ ଏନ୍ ଭି ରମଣା ଏହି ମାମଲାର ବିଚାର କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଚିଦାମ୍ବରମ ମନ୍ତ୍ରୀ ରହିଥିବା ସମୟରେ 2007 ମସିହାରେ ଆଇଏନ୍ଏକ୍ସ ମିଡିଆ 305 କୋଟି ଟଙ୍କାର ବିଦେଶୀ ଅର୍ଥ ଗ୍ରହଣ କରିଥିଲା । ସିବିଆଇ ପକ୍ଷରୁ ମଙ୍ଗଳବାର ମଧ୍ୟରାତ୍ରରେ ଚିଦାମ୍ବରମଙ୍କ ବିପକ୍ଷରେ ଲୁକ୍ଆଉଟ୍ ନୋଟିସ୍ ଜାରି କରାଯାଇଛି ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ସୂଚନାନୁସାରେ, ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷ ଟିକମ ସିଂ ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ବ୍ଲକ ଅଧ୍ୟକ୍ଷ ଟିକମ ସିଂ ନାୟକଙ୍କ ଘରେ କୋରାପୁଟ, ନବରଙ୍ଗପୁର ଓ ଜୟପୁର ଭିଜିଲାନ୍ସ ଟିମ ମିଳିତ ଭାବେ ଚଢାଉ କରିଛି । ପୂର୍ବରୁ ଟିକମ ସିଂ ନାୟକ ଚନ୍ଦାହାଣ୍ଡି ଲାମ୍ପସର ଅଧ୍ୟକ୍ଷ ଥିଲେ । ସେ ଲ୍ୟାମ୍ପସରେ ଥିବା ସମୟରୁ ତାଙ୍କ ନାଁରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଥିଲା । ଆଜି ତାଙ୍କ ଘରେ ଭିଜିଲାନ୍ସର ଟିମ ଚଢାଉ କରି ଘରୁ ଅନେକ କାଗଜପତ୍ର ଦସ୍ତାବିଜ ଓ ସୁନାଗହଣା ପାଇଥିବାର ସୂଚନା ମିଳିଛି ।
ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ବୁଧବାର ଏକ ଏନ୍କାଉଣ୍ଟର ହୋଇଛି। ଏହି ଏନ୍କାଉଣ୍ଟରରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଛି । ଅଗଷ୍ଟ ୫ ପରଠାରୁ ସୁରକ୍ଷା ବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ଏହା ପ୍ରଥମ ଏନ୍କାଉଣ୍ଟର। ବୁଧବାର ସକାଳୁ ଉତ୍ତର କାଶ୍ମୀରର ବାରମୂଲ୍ଲାରେ ଏହି ଏନ୍କାଊଣ୍ଟର ସଙ୍ଗଠିତ ହୋଇଛି। ମଙ୍ଗଳବାର ସନ୍ଧ୍ୟା ୭.୩୦ ରୁ ଆରମ୍ଭ ହୋଇଥିବା ଏହି ଏନ୍କାଉଣ୍ଟର ଆରମ୍ଭ ହୋଇ ବୁଧବାର ଭୋର ୩.୩୦ ପର୍ଯ୍ୟନ୍ତ ଜାରି ରହିଥିଲା। ସକାଳ ୬.୩୦ ମିନିଟ୍ରେ ପୋଲିସ୍ ଆତଙ୍କୀଙ୍କ ଶବ ଜବତ କରିଥିଲା। ଏନ୍କାଉଣ୍ଟର ସମୟରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ପଥର ଫିଙ୍ଗାଯିବା କାରଣରୁ ସିଆରପିଏଫ୍ ଏବଂ ଜମ୍ମୁ କାଶ୍ମୀର ପୋଲିସ୍ର କିଛି ଅଧିକାରୀ ଆହତ ହୋଇଥିଲେ।
ଖୋର୍ଦ୍ଧାର ବାଲୁଗାଁ ନିକଟ ବେଲପଡ଼ା ଛକ ନିକଟରେ ଏକ ସଡକ ଦୁର୍ଘଟଣାରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ବାଲୁଗାଁ୧୬ ନମ୍ବର ଜାତୀୟ ରାଜପଥରେ ଦୁଇଟି ଟ୍ରକ୍ ପରସ୍ପର ସହ ଧକ୍କା ହେବାରୁ ଡ୍ରାଇଭର ଓ ହେଲପର୍ ପ୍ରାଣ ହରାଇଛନ୍ତି । ସୂଚନାଯୋଗ୍ୟ, ଆଜି ଭୋର ୪ଟା ସମୟରେ ଏହି ଘଟଣା ଘଟିିଛି । ବେଲପଡ଼ା ଛକ ନିକଟସ୍ଥ ରାଜପଥ ପାର୍ଶ୍ବରେ ଏକ ପଥର ବୋଝେଇ ଟ୍ରକ୍ ଖରାପ ହେବା କାରଣରୁ ଛିଡା ହୋଇଥିବାବେଳେ ଏହି ସମୟରେ ଅନ୍ୟ ଏକ ଧାନ ବୋଝେଇ ଟ୍ରକ୍ ଏହି ଟ୍ରକ୍ଟିକୁ ପଛରୁ ଧକ୍କା ଦେଇଥିଲା । ଧକ୍କା ଦେବା ସମୟରେ ପଥର ବୋଝଇ ଟ୍ରକ୍ର ଡ୍ରାଇଭର୍ ଓ ହେଲପର୍ଙ୍କ ମୃତ୍ୟୁ ହୋଇଛି । ମୃତକ ଦ୍ବୟ ହେଲେ ମୁନା ପାତ୍ର ଓ ସୁଦର୍ଶନ ବେହେରା । ମୁନା ପାତ୍ର ଟ୍ରକ୍ର ଡ୍ରାଇଭର ଓ ସେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳର ଜଣାପଡିଥିବାବେଳେ ମୃତ…
ପବିତ୍ର ରେଖା ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ତେବେ ରାହୁରେଖା ଲାଗି ଏକ ଗୁପ୍ତ ନୀତି ହୋଇଥିବାରୁ 5 ଘଣ୍ଟା ପାଇଁ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଦ୍ୱିତୀୟ ଭୋଗମଣ୍ଡପ ପରେ ଅପରାହ୍ନ 2ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ରାହୁରେଖା ନୀତି ଅନୁଷ୍ଠିତ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଦ୍ୱାର ବନ୍ଦ ରହିବା ସହିତ ସାଧାରଣ ଦର୍ଶନ ବନ୍ଦ ରହିବ । ସ୍ନାନପୂର୍ଣ୍ଣିମା ଦିନ ପହଣ୍ଡି ହୋଇ ମହାପ୍ରଭୁ ଅଣସର ପିଣ୍ଡିକୁ ବିଜେ କରିବା ସମୟରେ ରାହୁରେଖା ଓହ୍ଲାଇ ଦିଆଯାଏ ।
ଜମ୍ମୁ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥି କରିବା ପାଇଁ ପୁଣି ଇଚ୍ଛା ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କଶ୍ମୀରକୁ ନେଇ ଯେଉଁ ବିବାଦ ରହିଛି ଏଥିରେ ମୁଖ୍ୟ କାରଣ ଧର୍ମ ବୋଲି ଟ୍ରମ୍ପ କହିଛନ୍ତି । ଏହି ବିବାଦର ସମାଧାନ ହେବା ଦରକାର ବୋଲି ସେ ସୋମବାର ଟ୍ବିଟ୍ କରିଛନ୍ତି । ଫ୍ରାନ୍ସରେ ଅନୁଷ୍ଠିତ ହେବାକୁ ଥିବା ଜି-7 ବୈଠକରେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଟ୍ରମ୍ପ ଆଲୋଚନା କରିବେ ବୋଲି ଜଣାପଡ଼ିଛି । ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ରାଷ୍ଟ୍ରପତିଙ୍କ ସହିତ 30 ମିନିଟ୍ ଧରି କଶ୍ମୀର ପ୍ରସଙ୍ଗରେ ଫୋନରେ କଥା ହୋଇଥିଲେ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଫୋନ୍ କରି ଟ୍ରମ୍ପଙ୍କୁ ମଧ୍ୟସ୍ଥି ପାଇଁ ପ୍ରସ୍ତାବ ଦେଇଥିଲେ । ପ୍ରଥମେ ଅରାଜି ହେବା ପରେ ପରେ ମଧ୍ୟସ୍ଥତା ପ୍ରସ୍ତାବ ଦେବା ପରେ ପୁଣି ଏଥିରୁ ଓହରିଥିଲେ ଟ୍ରମ୍ପ ମାତ୍ର ଗତକାଲି…
ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବାବୁଲାଲ୍ ଗୌରଙ୍କର 89 ବର୍ଷ ବୟସରେ ପରଲୋକ ହୋଇଯାଇଛି । ମଙ୍ଗଳବାର ଭୋପାଳ ସ୍ଥିତ ନର୍ମଦା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ବାବୁଲାଲଙ୍କର ଉଚ୍ଚ ରକ୍ତ ଚାପ ରହିଥିବା ବେଳେ କିଡନୀ ଠିକ୍ ଭାବେ କାମ କରୁନଥିବାରୁ ଅଗଷ୍ଟ 7ରେ ନର୍ମଦା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବାବୁଲାଲଙ୍କ ବିୟୋଗରେ ମଧ୍ୟପ୍ରଦେଶ ବିଜେପି ସଭାପତି ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି । ବାବୁଲାଲ୍ 23 ଅଗଷ୍ଟ 2004 ରୁ 29 ନଭେମ୍ୱର 2005 ପର୍ଯ୍ୟନ୍ତ ମଧ୍ୟପ୍ରଦେଶ ବିଜେପିର ମୁଖ୍ୟମନ୍ତ୍ରୀ ଥିଲେ ।
ଗିରଫ ହେବାରୁ ରକ୍ଷା ପାଇବା ପାଇଁ ଫୋନ୍ ସ୍ୱିଚ୍ ଅଫ୍ କରି ଫେରାର ହୋଇଯାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍ । ଆଇଏନ୍ଏକ୍ସ ମିଡିଆ ମାମଲାରେ ଗିରଫ ନ ହେବା ପାଇଁ ଆଗୁଆ ଜାମିନ୍ ଆବେଦନ ଦିଲ୍ଲୀ ହାଇକୋର୍ଟରେ ଖାରଜ ହୋଇଯିବା ପରେ ସେ ଏପରି କରିଥିବା କୁହାଯାଉଛି । ଆଜି ବିଚାରପତି ଜଷ୍ଟିସ୍ ସୁନୀଲ ଗୌର ଏହି ରାୟ ଦେବା ପରେ ଚିଦାମ୍ବରମ୍ଙ୍କୁ ଗିରଫ କରିବାକୁ ଯାଇଥିବା ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚିଦାମ୍ବରମ୍ଙ୍କ ଘରୁ ଖାଲି ହାତରେ ଫେରିଛନ୍ତି । ସୂଚନାଯୋଗ୍ୟ ଯେ, ଚିଦାମ୍ବରମ୍ଙ୍କ ନାମରେ ଉଭୟ ଇଡି ଓ ସିବିଆଇ ତଦନ୍ତ କରୁଛନ୍ତି। ତେଣୁ ସେ ଉଭୟ ତଦନ୍ତକାରୀ ସଂସ୍ଥାର ଗିରଫଦାରୀରୁ ବଞ୍ଚିବା ପାଇଁ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । କିନ୍ତୁ ଏହା ଖାରଜ ହେବା ପରେ ସନ୍ଧ୍ୟାରେ ପ୍ରଥମେ ସିବିଆଇ ଟିମ୍ ଏବଂ ଇଡି ଟିମ୍ ଚିଦାମ୍ବରମ୍ଙ୍କ…
ଓଡିଶା ରାଜ୍ୟ ଯୁବ କଲ୍ୟାଣ ପରିଷଦର ନୂତନ ଅଧ୍ୟକ୍ଷ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ବିଜୟ କୁମାର ନାୟକ । 2013ରୁ ଯୁବଗୋଷ୍ଠୀଙ୍କ ନିମନ୍ତେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଗ୍ରହଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ରାଜ୍ୟ ଯୁବ କଲ୍ୟାଣ ପରିଷଦ ଅନେକ ଯୁବ କଲ୍ୟାଣ ପରିଷଦ ସଞ୍ଚାଳନ କରିଥାଏ । ରାଜ୍ୟର ଯୁବଗୋଷ୍ଠୀଙ୍କୁ ସୁଦୃଢ, ସଙ୍ଗଠିତ ଓ କ୍ରିୟାଶୀଳ କରିବାରେ ବିଜୁ ଯୁବ ବାହିନୀ ସହାୟକ ହୋଇଛି ବୋଲି ଦାୟିତ୍ବ ଗ୍ରହଣ ଅବସରରେ ବିଜୟ ନାୟକ ପ୍ରକାଶ କରିଥିଲେ । ରାଜ୍ୟ 6800 ପଞ୍ଚାୟତ, 113 ସହରାଞ୍ଚଳରେ ‘ବିଜୁ ଯୁବ ବାହିନୀ’ ଗଠନ ହୋଇ 2 ଲକ୍ଷ 70 ହଜାର ଯୁବକ ଯୁବତୀଙ୍କୁ ସ୍ବେଚ୍ଛାସେବୀ ଭାବରେ ସାମିଲ କରିଛି । ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି ସ୍ବେଚ୍ଛାସେବୀ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏହି କାର୍ଯ୍ୟଧାରାକୁ…

