Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମଦ ପରେ ପାନ ମସଲା ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଲେ ବିହାର ସରକାର
ଆଜିର ଖବର

ମଦ ପରେ ପାନ ମସଲା ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଲେ ବିହାର ସରକାର

August 30, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବିହାରରେ ନିତିଶ୍‌ ସରକାର ପାନ ମସଲା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ବିହାରରେ ମଦ ବନ୍ଦ ହେବା ପରେ ଏବେ ବିହାର ସରକାର ପାନ ମସଲା ଉପରେ ମଧ୍ୟ ନିଷେଧାଦେଶ ଜାରି କରିଛନ୍ତି । ତେବେ ଏହି ପ୍ରତିବନ୍ଧକ ଗୋଟିଏ ବର୍ଷ ପାଇଁ ଲଗାଯାଇଛି । ଏନେଇ ବିହାର ସରକାର ବିଜ୍ଞପ୍ତି ଦେଇଛନ୍ତି ।  ଖାଦ୍ୟ ସୁରକ୍ଷା ଆୟୁକ୍ତ ବିହାରରେ ବିଭିନ୍ନ ବ୍ରାଣ୍ଡର ପାନ ମସଲା ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ବିହାରରେ ବିକ୍ରି ହେଉଥିବା ପାନ ମସଲାରେ ମ୍ୟାଗ୍ନେସିୟମ୍‌ କାର୍ବୋନେଟ୍‌ର ମାତ୍ରା ଦେଖାଯାଇଛି । ଚଳିତ ଜୁନ୍‌ ଓ ଅଗଷ୍ଟରେ ଖାଦ୍ୟ ସୁରକ୍ଷା ବିଭାଗର ୨୦ଟି ଭିନ୍ନ ଭିନ୍ନ ବ୍ରାଣ୍ଡର୍‌ ପାନ ମସଲାର ନମୁନାର ଯାଞ୍ଚ ପରେ ପାନ ମସଲାରୁ ମ୍ୟାଗ୍ନେସିୟମ୍‌ କାର୍ବୋନେଟ୍‌ର ମାତ୍ରା ପାଇଛନ୍ତି ।  ଯାହା ଫଳରେ ହାର୍ଟ ତଥା ଅନ୍ୟାନ୍ୟ ଗମ୍ଭୀର ରୋଗ ହେଉଛି । ତେବେ ଯାଞ୍ଚ ହୋଇଥିବା ପାନ ମସଲାଗୁଡ଼ିକ ମଧ୍ୟରେ ରହିଛି ରଜନୀଗନ୍ଧା ପାନ ମସଲା, ରାଜ ନିବାସ ପାନ ମସଲା, ସୁପ୍ରିମ୍‌ ପାନ ମସଲା, ପାନ ପରାଗ ପାନ ମସଲା, ବାହାର ପାନ ମସଲା, ବାହୁବଲୀ ପାନ ମସଲା, ରାଜଶ୍ରୀ ପାନ ମସଲା, ରୌନକ୍‌ ପାନ ମସଲା, ସିଗ୍ନେଚର୍‌ ପାନ ମସଲା, କମଲା ପସନ୍ଦ ପାନ ମସଲା, ମଧୁ ପାନ ମସଲା ପ୍ରମୁଖ । ସରକାରଙ୍କ ଆଦେଶ ଅନୁସାରେ ବିହାରର ଜନତାଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ପାନ ମସଲା ଉତ୍ପାଦନ ଓ ବିକ୍ରି ଉପରେ ସମ୍ପୂର୍ଣ୍ଣ ରୂପେ ପ୍ରତିବନ୍ଧକ ଲଗାଯାଇଛି । ସେହିପରି ବିହାର ସଚିବାଳୟରେ କର୍ମଚାରୀଙ୍କ ପାଇଁ ଡ୍ରେସ୍‌ କୋଡ ଲାଗୁକରିଛନ୍ତି ବିହାର ସରକାର ।

Share. Facebook Twitter LinkedIn Email WhatsApp Copy Link

Related Posts

୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବେ ଗୋବିନ୍ଦା!: ଜାଣନ୍ତୁ କିଏ ସେ ଅଭିନେତ୍ରୀ?

August 21, 2026

ଭିଜିଲାନ୍ସ ଜାଲରେ ତହସିଲଦାର, ୫ ଲକ୍ଷ ଟଙ୍କା ସହ ଧରାପଡ଼ିଲେ

August 21, 2026

ଭୟଙ୍କର ସଡ଼କ ଦୁର୍ଘଟଣା, ମହିଳାଙ୍କ ସମେତ ୨ ଶିଶୁ ମୃତ

August 21, 2026

ବଲାଙ୍ଗୀରରେ ଲୋମଟାଙ୍ଗୁରା ହତ୍ୟାକାଣ୍ଡ

August 21, 2026
Latest News

ଚିର ନିଦ୍ରାରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ସଂଗୀତ ଜଗତରେ ଶୋକର ଛାୟା

August 21, 2026

ପେଲେଟ୍ ଗନ୍ ମାମଲା: ପୋଲିସ ଷ୍ଟେସନ ବାହାରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ

August 21, 2026

୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବେ ଗୋବିନ୍ଦା!: ଜାଣନ୍ତୁ କିଏ ସେ ଅଭିନେତ୍ରୀ?

August 21, 2026

‘ଇଥାନଲ ଯୋଗୁଁ ମହଙ୍ଗା ହେଲା ଚିନି’: ମୋଦି ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

August 21, 2026

ଭିଜିଲାନ୍ସ ଜାଲରେ ତହସିଲଦାର, ୫ ଲକ୍ଷ ଟଙ୍କା ସହ ଧରାପଡ଼ିଲେ

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.