Author: Samikhsya Bureau

ପୁଣି ବିବାଦରେ ରସଗୋଲା । ଓଡ଼ିଶାକୁ ରସଗୋଲା ଜିଆଇ ମାନ୍ୟତା ମିଳିଥିବା ବେଳେ ଏହା ପୂର୍ବରୁ ପଶ୍ଚିମବଙ୍ଗକୁ ମଧ୍ୟ ମିଳିଥିଲା । ଯାହାକୁ ନେଇ ପୁଣି ବିବାଦ ସୃଷ୍ଟି ହୋଇଛି । ଦୀର୍ଘ ଦିନରୁ ରସଗୋଲାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ରହିଥିଲା । ପଶ୍ଚିମବଙ୍ଗ ଓ ଓଡ଼ିଶା ରସଗୋଲାକୁ ନିଜର ବୋଲି ଦାବୀ କରୁଥିଲେ । ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍‌ ମିଳିବା ପୂର୍ବରୁ ପଶ୍ଚିମବଙ୍ଗକୁ ମଧ୍ୟ ଜିଆଇ ଟ୍ୟାଗ ମିଳିଥିଲା । ଏହା ଉପରେ ଓଡ଼ିଶା ପକ୍ଷରୁ ରମେଶ ଚନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି ଆବେଦନ କରିଥିଲେ । ପଶ୍ଚିମବଙ୍ଗ ରସଗୋଲାକୁ ମିଳିଥିବା ଜିଆଇ ଟ୍ୟାଗ ରଦ୍ଦ ପାଇଁ ସେ ଆବେଦନ କରିଥିଲେ । ତେଣୁ ପଶ୍ଚିମବଙ୍ଗକୁ ମିଳିଥିବା ଜିଆଇ ଟ୍ୟାଗ ବିରୋଧରେ ଶୁଣାଣି ହେବ । ପଶ୍ଚିମବଙ୍ଗ ସରକାରଙ୍କ ୨ଟି ବିଭାଗକୁ ଜିଆଇ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି । ସେପ୍ଟେମ୍ବର ୬ରେ…

Read More

ନିଜର ମନ୍ତବ୍ୟ ପାଇଁ ଗୃହରେ ଦୁଃଖ ପ୍ରକାଶ କଲେ ବିଧାୟକ ବିଷ୍ଣୁ ସେଠୀ । ଦୁଃଖ ପ୍ରକାଶ ସହ ଗୃହର ବିବରଣୀରୁ ବାଦ୍‌ ଦେବାକୁ ଅନୁରୋଧ କରିଛନ୍ତି । ମୁଁ ଉଦ୍ଦେଶ୍ୟମୂଳକ ଭାବେ କହି ନଥିଲି ବୋଲି କହିଛନ୍ତି ବିଷ୍ଣୁ । ବିଷ୍ଣୁଙ୍କ ଦୁଃଖ ପ୍ରକାଶ ପରେ ରୁଲିଂ ଦେଲେ ବାଚସ୍ପତି । ବିଧାନସଭା ବିବରଣୀରୁ ବାଦ୍‌ ଦେବାକୁ ମଧ୍ୟ ବାଚସ୍ପତି ରୁଲିଂ ଦେଇଛନ୍ତି । ମିଡିଆ ମଧ୍ୟ  ଏ ସମ୍ପର୍କିତ ଖବର ଆଉ ପ୍ରକାଶ ନ କରିବାକୁ ରୁଲିଂ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଗତକାଲି ବିଷ୍ଣୁ ସେଠୀ ସଂସଦରେ ତିନି ତଲାକ ବିଲ୍‌ ପାରିତ ହେବା ନେଇ ବିଧାନସଭା ଗୃହରେ ମନ୍ତବ୍ୟ ରଖୁଥିଲେ । ଏହି ସମୟରେ ସେ ଟ୍ରିପଲ୍‌ ତଲାକ୍‌ ପାଇଥିବା ମସୁଲମାନ ମହିଳାଙ୍କ ପ୍ରତି କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଯାହାକୁ କେନ୍ଦ୍ର କରି କଂଗ୍ରେସ ଓ ବିଜେଡ଼ି କର୍ମୀ ହଙ୍ଗାମା ଆରମ୍ଭ…

Read More

ସ୍କୁଲ ପିଲାଙ୍କ ବସ୍ତାନି ବୋଝ ପ୍ରସଙ୍ଗରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ  ସମୀର ଦାଶ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବ୍ୟାଗ୍‌ ବୋଝରେ କୋମଳମତି ଶିଶୁମାନେ ଭାରସାମ୍ୟ ହରାଇ ବସୁଛନ୍ତି । ଏ ସମ୍ପର୍କିତ ଆଇନ୍‌କୁ କଡାକଡି ଲାଗୁ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଜିଠାରୁ ଜିଲ୍ଲାପାଳମାନେ ସ୍କ୍ବାର୍ଡ ଜରିଆରେ ଏହାର ତଦାରଖ କରିବେ । ନିଜେ ସ୍କୁଲ ବୁଲି ଏ ସମ୍ପର୍କରେ ତଦାରଖ କରିବେ ବୋଲି କହିଛନ୍ତି ମନ୍ତ୍ରୀ ସମୀର ଦାଶ ।ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବ୍ୟାଗ୍‌ ଓଜନକୁ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଯେଉଁ ନିର୍ଦ୍ଦେଶାବଳୀ (ଗାଇଡ୍‌ ଲାଇନ) ରହିଛି ତାକୁ ପାଳନ କରିବା ପାଇଁ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

Read More

ତାମିଲ୍‌ ଫିଲ୍ମ କତ୍ଥୀର ହିନ୍ଦି ରିମେକ୍‌ରେ ନଜର ଆସିବାକୁ ଯାଉଛନ୍ତି ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାର । କିଛିଦିନ ପୂର୍ବରୁ ଅଜିତ କୁମାରଙ୍କ ବୀରମ୍‌ ର ହିନ୍ଦି ରିମେକ୍‌ ସମ୍ପର୍କରେ ଘୋଷଣା କରିଥିବା ଅକ୍ଷୟ ଏ ଆର ମୁରୁଗାଦୋସଙ୍କ କତ୍ଥୀରେ ନଜର ଆସିବେ ବୋଲି ଜଣାପଡିଛି । ମିଶନ ମଙ୍ଗଲର ନିର୍ଦ୍ଦେଶକ ଜଗନ ଶକ୍ତି ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ । ଫିଲ୍ମର ନାମ ଇକ୍କା ରହିବା ନେଇ ଅକ୍ଷୟ ସ୍ପଷ୍ଟ କରିଛନ୍ତି । ଏହି ଫିଲ୍ମଟି ଉଭୟ ତାମିଲ ଏବଂ ତେଲୁଗୁରେ ନିର୍ମିତ ହୋଇଥିବା ବେଳେ ଫିଲ୍ମଟି ବ୍ଲକ୍‌ବଷ୍ଟର ରହିଥିଲା । ମିଶନ ମଙ୍ଗଲ ରିଲିଜ୍‌ ପରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ନିର୍ଦ୍ଦେଶକ ଜଗନ ଶକ୍ତି ସୂଚନା ଦେଇଛନ୍ତି । ମିଶନ ମଙ୍ଗଲରେ ଅକ୍ଷୟଙ୍କ ବ୍ୟତିତ ବିଦ୍ୟା ବାଲାନ, ତାପସୀ ପାନ୍ନୁ, କୀର୍ତ୍ତୀ କୁହ୍ଲାରୀ, ସୋନାକ୍ଷୀ ସିହ୍ନା, ନିତ୍ୟା ମେନେନ ଏବଂ ଶର୍ମନ ଯୋଶୀ ପ୍ରମୁଖ…

Read More

କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ଲାଗି ପୁଣି ଥରେ ପ୍ରସ୍ତାବ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ । ଏହି ପ୍ରସଙ୍ଗରେ ଭାରତରର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,  ଏହି ପ୍ରସଙ୍ଗରେ ତୃତୀୟ ପକ୍ଷଙ୍କ କୌଣସି ଆବଶ୍ୟକତା ନାହିଁ । ଏହା ଦ୍ବିପାକ୍ଷିକ ପ୍ରସଙ୍ଗ । ବ୍ୟାଙ୍କକରେ ଆଜି ଭାରତୀୟ ବିଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପିମ୍ପୋଓଙ୍କ ସହ ଆଲୋଚନା କରିଛନ୍ତି । ଦୁଇ ଦେଶର ପ୍ରତିନିଧିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସ୍ତରରେ ଆଲୋଚନା ହୋଇଥିଲା । ବୈଠକ ପରେ ଜୟଶଙ୍କର କାଶ୍ମୀର ପ୍ରସଙ୍ଗରେ କେବଳ ପାକିସ୍ତାନ ସହ ଆଲୋଚନା ହେବ ବୋଲି କହିଛନ୍ତି ଜୟଶଙ୍କର । ଜୟଶଙ୍କର ଓ ମାଇକ ପାମ୍ପିଓ ଆର୍ଥିକ ଓ ବ୍ୟବସାୟିକ ନୀତି ଉପରେ ଚର୍ଚ୍ଚା କରିଛନ୍ତି । ଦୁଇ ଦେଶ ମଧ୍ୟରେ ସମ୍ପର୍କ ଭଲ ରହିଥିବା ବେଳେ ବ୍ୟବସାୟିକ ଦୃଷ୍ଟିରୁ କିଛି ବିବାଦ ରହିଛି ।…

Read More

ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଫଳରେ କୋରକୋଣ୍ଡା ଓ ଏମ୍‌ଭି-୩୬ ପୋଲ ଉପରେ ୫ ଫୁଟ୍‌ର ପାଣି ପ୍ରଭାବିତ ହେଉଛି। ତେଣୁ ମାଲକାନଗିରି-ବାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏଥିଯୋଗୁ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହୋଇଛି।  କୋରକୁଣ୍ଡା, ଏମ୍‌ଭି ୯୬ ଓ ଏମ୍‌ଭି ୩୭ ପୋଲ ଉପରେ ପାଣି ଚାଲିଥିବାବେଳେ ବାଲିମେଳା-ମାଲକାନଗିରି ଓ କାଲିମେଳା-ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗତ ୨୯ ତାରିଖରେ ଜିଲ୍ଲାରେ ଲଗାଣ ବର୍ଷା ହୋଇଥିବାରୁ ବନ୍ୟା ସ୍ଥିତି ଉପୁଜିଥିଲା। ବର୍ଷା ଯୋଗୁ ପୋଟେରୁ, କାଙ୍କୋରକୋଣ୍ଡା, କନ୍ୟାଶ୍ରମ, ଏମ୍‌ଭି ୯୦ ଓ କୋରକୁଣ୍ଡା ଭଳି ସ୍ଥାନରେ ଥିବା ପୋଲ ଉପରେ ବର୍ଷା ଜଳ ପ୍ରବାହିତ ହୋଇଥିଲା। ତେଣୁ ମାଲକାନଗିରି-କାଲିମେଳା, କାଲିମେଳା-ପଡିଆ, କାଲିମେଳା-ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ପୋଲ ଉପରେ ପାଣି ପ୍ରଭାବିତ ହୋଇଥିବାରୁ  ଉଭୟ ପଟେ ଗାଡ଼ି ମୋଟର ଅଟକି ରହିଥିଲା।

Read More

ଏସିଆର ନୋବେଲ୍‌ ପୁରସ୍କାର କୁହାଯାଉଥିବା ସମ୍ମାନଜନକ ରମଣ ମାଗାସେସ୍‌ ପୁରସ୍କାରର ଘୋଷଣା କରାଯାଇଛି । ଚଳିତ ବର୍ଷ ପାଇଁ ଏହି ପୁରସ୍କାରରେ ପୁରସ୍କୃତ ହେଉଥିବା ବ୍ୟକ୍ତିଙ୍କ ଭିତରେ ରହିଛନ୍ତି ଭାରତୀୟ ସାମ୍ବାଦିକ ରବିଶ୍‌ କୁମାର । ଭାରତୀୟ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ପାଇଁ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ । ରବିଶ୍‌ କୁମାର ଏହି ପୁରସ୍କାର ପାଇବାରେ ୧୧ତମ ଭାରତୀୟ ଅଟନ୍ତି। ଫିଲିଫାଇନ୍ସର ପୂର୍ବତନ ରାଷ୍ଟ୍ରପତି ରମଣ ମାଗାସେସ୍‌ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏସିଆର ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତି ତଥା ସଂସ୍ଥାକୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥାଏ ।  ରବିଶ୍‌ କୁମାରଙ୍କ ବ୍ୟତୀତ ଚଳିତ ଥର ଏହି ପୁରସ୍କାର ସମ୍ମାନରେ ମିଆଁମାର୍‌ର ସୋ ବିନ୍‌,  ଥାଇଲାଣ୍ଡର ଅଙ୍ଗହାନା ନିଲ୍‌ପାଇଜିତ୍‌, ଫିଲିଫାଇନ୍ସର ରେମଣ୍ଡ ଓ ଦକ୍ଷିଣ କୋରିଆର କିମ୍‌ ଜଙ୍ଗ ପ୍ରମୁଖ ସମ୍ମାନିତ ହେବେ । ପ୍ରାୟ ୧୨ ବର୍ଷ ପରେ ଜଣେ ଭାରତୀୟ…

Read More

କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆଗ୍ରହ ପ୍ରକାଶ କରିଛନ୍ତି । ତେବେ ଏହି ମଧ୍ୟସ୍ଥତା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ନିର୍ଭର କରୁଛି  ବୋଲି କହିଛନ୍ତି ଟ୍ରମ୍ପ୍‌। ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ଙ୍କ ସହ ପୂର୍ବରୁ ଏହି ପ୍ରସଙ୍ଗରେ ଚର୍ଚ୍ଚା କରିଛନ୍ତି ବୋଲି କହିଛନ୍ତି ଟ୍ରମ୍ପ୍‌ । ତେବେ କାଶ୍ମୀର ପ୍ରସଙ୍ଗରେ ଭାରତ ଟ୍ରମ୍ପ୍‌ଙ୍କ ପ୍ରସ୍ତାବକୁ ପୂର୍ବରୁ ଖଣ୍ଡନ କରି ସାରିଛି । ଏହା ଏକ ଦ୍ବିପାକ୍ଷିକ ପ୍ରସଙ୍ଗ । ଏବଂ ଆତଙ୍କବାଦୀର ମୂଳୋତ୍ପାଟନ ହେଲେ ହିଁ କାଶ୍ମୀର ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ଆଲୋଚାନ ହେବ ବୋଲି ଭାରତ ପୂର୍ବରୁ ସ୍ପଷ୍ଟ କରି ସାରିଛି । ଟ୍ରମ୍ପ୍‌ ଏକଥା ମଧ୍ୟ କହିଛନ୍ତି ଯେ, ଯଦି ଭାରତ ଚାହିଁବ ତେବେ ସେ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ ଅଛନ୍ତି । ଭାରତ କି ପାକିସ୍ତାନ ଦୁଇ ଦେଶ ମଧ୍ୟରୁ କେହି ବି…

Read More

କେଦାର ମିଶ୍ର ଯଦି ପ୍ରଶ୍ନ ପଚରାଯାଏ ଓଡିଶା ବିଧାନସଭାରେ ବିରୋଧୀ ଦଳ ନେତା କିଏ, ତୁରନ୍ତ ଏହାର ଉତ୍ତର ମିଳିଯିବ, ଭବାନୀପାଟଣାର ମାନ୍ୟବର ବିଧାୟକ ଓ ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ ନାୟକ। ଏହା ଯଦି ସତ୍ୟ ତାହେଲେ, ବିରୋଧୀ ଦଳ ନେତା କିଏ ବୋଲି ଆମେ ପ୍ରଶ୍ନ ପଚାରୁଛୁ କାହିଁକି? ଏ ପ୍ରଶ୍ନ ଆମେ ପଚାରୁନୁ, ଏ ପ୍ରଶ୍ନ ବାରମ୍ବାର ବିଜେପିର ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ପଚାରୁଛନ୍ତି। ଏକାଧିକ ଥର ଗଣମାଧ୍ୟମକୁ ଜୟନାରାୟଣ ମିଶ୍ର କହିସାରିଛନ୍ତି ଯେ ତାଙ୍କ ସପକ୍ଷରେ ବିଜେପି ବିଧୟାକ ଦଳର ସର୍ବାଧିକ ବିଧାୟକଙ୍କର ସମର୍ଥନ ରହିଥିଲା। ଯଦି ତାଙ୍କ ପ୍ରତି ବିଧାୟକଙ୍କର ସମର୍ଥନ ଥିଲା, ତାହେଲେ ସେ ବିଜେପି ବିଧାୟକ ଦଳର ନେତା କାହିଁକି ହେଲେନାହିଁ- ଏହି ପ୍ରଶ୍ନର ଉତ୍ତର ବିଜେପି ହାଇ କମାଣ୍ଡ ଦେବେ ବୋଲି ସେ କହିଛନ୍ତି। ଏହାର ଅର୍ଥ ଅତ୍ୟନ୍ତ ସ୍ପଷ୍ଟ- ବିଜେପି ବିଧାୟକ ଦଳ ଉପରେ…

Read More

ଜମ୍ମୁ କଶ୍ମୀରରେ ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ଅଚାନକ ୨୮ ହଜାର ସୁରକ୍ଷା ବାହିନୀ ମୁତୟନ କରାଯାଇଛି । ଅଚାନକ ପଦକ୍ଷେପ ନେଇ କୌଣସି କାରଣ ଦିଆଯାଇ ନାହିଁ। ତେବେ   ଜମ୍ମୁ କଶ୍ମୀରରେ ଦେଖାଯାଇଥିବା ଅସ୍ଥିରତାକୁ ଦୃଷ୍ଟିରେ ରଖି ଘାଟୀରେ ସୁରକ୍ଷା ବାହିନୀର ୨୮ ହଜାର ଯବାନ ମୁତୟନ କରାଯାଉଛି । ସୁରକ୍ଷା ବାହିନୀର ଜଣେ ଅଧିକାରୀ ମିଳିଥିବା ସୂଚନା ଅନୁସାରେ ସୁରକ୍ଷା ବାହିନୀକୁ ଶ୍ରୀନଗର ସହରର ଅତିସମ୍ବେଦନଶୀଳ ଅଂଚଳରେ ତଥା ଘାଟୀର ଅନ୍ୟସ୍ଥାନରେ ମୁତୟନ କରାଯାଉଛି । ଏଥିରେ ଅଧିକାଂଶ ସିଆରପିଏଫ ଯବାନ ମଧ୍ୟ ଅଛନ୍ତି । ସେହିପରି  ସହରର ପ୍ରବେଶ ଓ ପ୍ରସ୍ତାନ ରାସ୍ତା ଗୁଡ଼ିକର ଦାୟିତ୍ୱ କେନ୍ଦ୍ରୀୟ ଅର୍ଦ୍ଧସୈନିକ ବଳକୁ ଦାୟିତ୍ୱ ଦିଆଯିବାର ସୂଚନା ରହିଛି।  ଗୁଇନ୍ଦା ସୂଚନା ଅନୁସାରେ ବିଦେଶୀ ଆତଙ୍କବାଦୀ ସେଠାରେ ମୁତୟନ ପୋଲିସକର୍ମୀଙ୍କୁ ଟାର୍ଗେଟ କରୁଛନ୍ତି ।

Read More

ସମୀକ୍ଷା ବ୍ୟୁରୋ ଆଜି ପ୍ରଧାନମନ୍ତ୍ରୀଙ୍କ ଅଫିସରେ ଦେଖିବାକୁ ମିଳିଥିଲା ଏକ ବିରଳ ଦୃଶ୍ୟ। ବିରଳ ଏଇଥିପାଇଁ କୁହାଯିବ ଯେ, ପ୍ରଧାନମନ୍ତ୍ରୀଙ୍କ ସହିତ ବିଜେଡି ଓ ବିଜେପି ସାଂସଦମାନେ ଏକାଠି ହୋଇଥିଲେ। କେବଳ ଲୋକସଭା ନୁହେଁ ରାଜ୍ୟସଭା ସାଂସଦଙ୍କୁ ମଧ୍ୟ ଏକାଠି ଦେଖିବାକୁ ମିଳିଥିଲା। ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଖୁସିରେ ଫଟୋ ଉଠାଇଥିଲେ। ଅବଶ୍ୟ ଘଟଣାଟି କୌଣସି ରାଜନୈତିକ ନ ଥିଲା। ତଥାପି ଦୁଇ ବିରୋଧୀ ଦଳ ଏକାଠି ହେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ଅବସର ଥିଲା ଓଡିଶାର ସଂସ୍କୃତ ଗବେଷକ ଡା.ପ୍ରବୋଧ କୁମାର ମିଶ୍ରଙ୍କ ପୁସ୍ତକ ଲୋକାର୍ପଣ ଉତ୍ସବ। ତାଙ୍କ ଦ୍ବାରା ଲିଖିତ “ହେ ମାଆ ମାତୃଭୂମି” ପୁସ୍ତକକୁ ପ୍ରଧାନମନ୍ତ୍ରୀ ଉନମୋଚନ କରିଥିଲେ। ଆଉ ଏହି ଉତ୍ସବରେ ଯୋଗଦେବା ପାଇଁ ସେ ଉଭୟ ବିଜେଡି ଓ ବିଜେପି ଦଳର ସାଂସଦଙ୍କୁ ନିମନ୍ତ୍ରଣ କରିଥିଲେ। ଏପରି ନିମନ୍ତ୍ରଣକୁ ଉଭୟଦଳର ସାଂସଦମାନେ ସାଦରେ ଗ୍ରହଣ କରି ଉତ୍ସବରେ ଯୋଗଦେଇଥିଲେ। ଏକାଠି ବିଜେପି…

Read More

ସମୀକ୍ଷା ବ୍ୟୁରୋ ଏକ ପରିବେଶ ଅନୁକୂଳ ପଦକ୍ଷେପ ସ୍ୱରୂପ ନୂଆଦିଲ୍ଲୀରେ ସେନା ଅଧିକାରୀଙ୍କ ଉପଯୋଗ ଲାଗି ଇ-କାର (ବିଦ୍ୟୁତ ଚାଳିତ କାର) ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ଶକ୍ତି ମନ୍ତ୍ରଣାଳୟ ଅଧୀନ ରାଷ୍ଟ୍ରାୟତ ଉଦ୍ୟୋଗ ଶକ୍ତି ଦକ୍ଷତା ସେବା ଲିଃ (ଇଇଏସଲ) ସହଭାଗୀତାରେ ଏହି ଉପକ୍ରମ ଆରମ୍ଭ କରାଯାଇଛି । ଦିଲ୍ଲୀରେ ସେନା ଅଧିକାରୀଙ୍କ ଉପଯୋଗ ଲାଗି ଇ-କାର ପ୍ରଚଳନ ନିମନ୍ତେ ବିଶ୍ୱ ପରିବେଶ ଦିବସ ଅବସରରେ ପରିକଳ୍ପନା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଆସିଥିବା ୧୦ଟି ଇ-କାରକୁ ଆଜି ଲେଫ୍ଟନାଂଟ ଜେନେରାଲ ଗୋପାଳ ଆର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଏହାକୁ ପାଇଲଟ ପ୍ରକଳ୍ପ ଭାବେ ହାତକୁ ନିଆଯାଇଥିବା ବେଳେ ଏହା ସଫଳ ହେଲେ ଦିଲ୍ଲୀରେ ଇ-କାର ସଂଖ୍ୟା ବୃଦ୍ଧି କରାଯିବ, ଯାହା ସର୍ବନିମ୍ନ ଅଙ୍ଗାର ନିର୍ଗମନ, ମିତବ୍ୟୟିତା ଓ ଦକ୍ଷତା ସୁନିଶ୍ଚିତ କରିବ। ପରିବେଶ ସୁରକ୍ଷା କ୍ଷେତ୍ରରେ ସେନା ସବୁବେଳେ ଆଗରେ ରହିଆସିଛି । ଭାରତୀୟ…

Read More

ଇବୋଲା ସଂକ୍ରମଣ ରୋକିବା ନିମନ୍ତେ କଙ୍ଗୋ ସୀମାକୁ ବନ୍ଦ କରିବାର ନିଷ୍ପତ୍ତି ନେଇଛି ରୁଆଣ୍ଡା । ଗୁରୁବାର ରୁଆଣ୍ଡା ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ରୁଆଣ୍ଡା ସୀମାରେ ରହିଥିବା କଙ୍ଗୋର ଗୋମା ସହରରେ ଇବୋଲା ବ୍ୟାପିବା ଖବର ଆସିବା ପରେ ରୁଆଣ୍ଡା ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ବୁଧବାର ଜନୈକ 1 ବର୍ଷୀୟ ବାଳିକା ଇବୋଲାରେ ସଂକ୍ରମିତ ହୋଇ ପ୍ରାଣ ହରାଇବା ପରେ ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ରୁଆଣ୍ଡା ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଗତବର୍ଷ ଇବୋଲା ସଂକ୍ରମଣରେ କଙ୍ଗୋରେ 1346 ଜଣ ପ୍ରାଣ ହରାଇଥିଲେ ।

Read More

ୟେମେନ୍‌ରେ ଏକ ମିଶାଇଲ ଆକ୍ରମଣରେ 44 ଜଣଙ୍କର ପ୍ରାଣହାନି ଘଟିଛି । ୟେମେନ୍‌ର ବନ୍ଦର ସହର ଆଡେନ୍‌ରେ ଏହି ମିଶାଇଲ୍‌ ଆକ୍ରମଣ ସଙ୍ଗଠିତ ହୋଇଥିଲା । ସେନା ପକ୍ଷରୁ ଏକ ପ୍ୟାରେଡ୍‌ ଅନୁଷ୍ଠିତ ହେଉଥିବା ବେଳେ ଏହି ମିଶାଇଲ୍‌ ଆକ୍ରମଣ ହୋଇଥିଲା । ୟେମେନ୍‌ର ବିଦ୍ରୋହୀ ଗୋଷ୍ଠୀ ହୌଥୀ ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ନେଇ ବିଗ୍ରେଡିୟର ଜେନେରାଲ ୟେହିଆ ସାରେଆ ପ୍ରକାଶ କରିଛନ୍ତି । ମିଶାଇଲ୍‌ ଆକ୍ରମଣ ପରେ ଆହତ ମାନଙ୍କୁ ତୁରନ୍ତ ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିପରି ଗୁରୁବାର ସକାଳୁ ଏକ କାର୍‌ ବିସ୍ଫୋରଣରେ 11 ଜଣଙ୍କର ମୃତ୍ୟୁ ଘଟିଥିଲା ।

Read More

କୁଲଭୂଷଣ ଯାଦବ ମାମଲାରେ ଅନ୍ତରାଷ୍ଟ୍ରୀୟ କୋର୍ଟରେ ବିଜୟ ପରେ ଭାରତକୁ ଆଉ ଏକ ସଫଳତା ମିଳିଛି । ପାକିସ୍ତାନ ନିଜର ଜେଲରେ ବନ୍ଦୀ ଭାରତୀୟ ନାଗରିକ କୁଲଭୂଷଣଙ୍କୁ କୂଟନୈତିକ ସହାୟତା ଦେବାକୁ ପ୍ରସ୍ତୁତ ହୋଇଛି । କୁଲଭୂଷଣ ଯାଧବଙ୍କୁ ଭାରତୀୟ କୂଟନୈତିକ ସହାୟତା ମିଳିବା ଭାରତ ପାଇଁ ବଡ଼ ବିଜୟ । କାରଣ ଏହା ପୂର୍ବରୁ ପାକିସ୍ତାନ କ୍ରମାଗତ କୁଲଭୂଷଣଙ୍କୁ କୂଟନୈତିକ ସହାୟତା ଦେବାକୁ ମନା କରି ଆସୁଥିଲା । ମାତ୍ର ମାମଲା ଅନ୍ତରାଷ୍ଟ୍ରୀୟ କୋର୍ଟରେ ପହଞ୍ଚିବାରୁ ଶେଷରେ ପାକିସ୍ତାନକୁ ଏହା ମାନିବାକୁ ପଡ଼ିଛି । ୧୦ଦିନ ପରେ ପାକିସ୍ତାନକୁ ଅନ୍ତରାଷ୍ଟ୍ରୀୟ କୋର୍ଟ ଆଦେଶକୁ ମାନିବାକୁ ପଡ଼ିଛି । ଭାରତ ପକ୍ଷରୁ ଆଲୋଚନା ନିମନ୍ତେ ଏକ କୂଟନୀତିଜ୍ଞଙ୍କ ଦଳ ଗଠନ କରାଯିବ ବୋଲି ବୈଦେଶିକ ମୁଖପାତ୍ର ରବୀଶ କୁମାର ସୂଚନା ଦେଇଛନ୍ତି । ବିଗତ ମାସରେ ପାକିସ୍ତାନର 16 ଜଣିଆ ବିଚାରପତି ଦଳ କୁଳଭୂଷଣଙ୍କ ଫାଶୀ ଦଣ୍ଡାଦେଶ ରୋକିବା ନେଇ ମତ…

Read More

ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲାର ସମାଧାନ ପାଇଁ ସୁପ୍ରିମ୍ କୋର୍ଟଙ୍କ ଦ୍ବାରା ଗଠିତ ମଧ୍ୟସ୍ଥତା କମିଟି  ଷ୍ଟାଟସ୍‌ ରିପୋର୍ଟ ପ୍ରଦାନ କରିଛନ୍ତି । ଏଥିରେ ତିନି ଜଣ ପକ୍ଷକାର ନିଜ ନିଜର ବାଦିକୁ ବିସ୍ତୃତଭାବେ ଉପସ୍ଥାପାନ କରିଛନ୍ତି । ସୁପ୍ରିମକୋର୍ଟ ଏହି ମାମଲାରେ ଆସନ୍ତାକାଲି ଶୁଣାଣି କରିବେ । ଆସନ୍ତାକାଲି ସୁପ୍ରିମ୍‌କୋର୍ଟ ଏହି ମାମଲା ଉପରେ ଶୁଣାଣି କରିବେ । ଏବଂ ଚୂଡ଼ାନ୍ତ ରିପୋର୍ଟ ଦେଖିସାରିବା ପରେ ଅଯୋଧ୍ୟା ମାମଲାର ପ୍ରତ୍ୟହ ଶୁଣାଣି ହେବ କି ନାହିଁ, ତାହା ଉପରେ ନିଷ୍ପତ୍ତି ନିଆଯିବ ।  ଅଯୋଧ୍ୟା ଜମି ମାମଲାକୁ ଆପୋଷ ବୁଝାମଣାରେ ସମାଧାନ କରିବାର ଏହା ଶେଷ ପ୍ରୟାସ ଥିଲା । ସୁପ୍ରିମକୋର୍ଟ ଜୁଲାଇ ୩୧ ପର୍ଯ୍ୟନ୍ତ ମଧ୍ୟସ୍ଥିଙ୍କୁ ଷ୍ଟାଟସ୍‌ ରିପୋର୍ଟ ଦେବା ପାଇଁ ସମୟ ଦେଇଥିଲେ ।

Read More

ଗୁରୁବାର ଲୋକସଭାରେ ନୂତନ ଦେବାଳିଆ ନୀତିକୁ ମଞ୍ଜୁରୀ ମିଳିଛି । ପୂର୍ବରୁ ରହିଥିବା ଦେବାଳିଆ ନିୟମରେ ପରିବର୍ତ୍ତନ କରାଯିବା ସହିତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏହି ବିଲ୍‌ ଉପସ୍ଥାପନ କରିଥିଲେ । ପୂର୍ବ ନିୟମରେ 7ଟି ପରିବର୍ତ୍ତନ କରାଯାଇ ଏହି ବିଲ୍‌କୁ ଆଗତ କରାଯାଇଥିଲା । ନୂତନ ନିୟମ ଅନୁଯାୟୀ 330 ଦିନ ମଧ୍ୟରେ ଦେବାଳିଆ ନୀତିର ସମାଧାନ କରାଯିବ । ପୂର୍ବରୁ ଏହି ବିଲ୍‌ ରାଜ୍ୟସଭାରେ ସୋମବାର ଏହି ବିଲ୍‌କୁ ମଞ୍ଜୁରୀ ମିଳି ସାରିଥିବା ବେଳେ ଆଜି ସଂସଦର ନିମ୍ନ ସଦନରେ ମଧ୍ୟ ଏହାକୁ ମଞ୍ଜୁରୀ ମିଳିଛି । ଲୋକସଭାରେ ମଞ୍ଜୁରୀ ପରେ ଏହି ବିଲ୍‌କୁ ରାଷ୍ଟ୍ରପତିଙ୍କ ଅନୁମୋଦନ ନିମନ୍ତେ ପଠାଯିବ ।

Read More

ସମୀକ୍ଷା ବ୍ୟୁରୋ ବାହାରେ ଆପଣ ପରିଶ୍ରା କରୁଛନ୍ତି, ହେଲେ ସାବଧାନ। ଏଣିକି କୌଣସି ବାହାର ସ୍ଥାନରେ ମଳମୁତ୍ର ପରିତ୍ୟାଗ କଲେ ଆପଣଙ୍କୁ ଗଣିବାକୁ ପଡିବ ଜୋରିମାନା। ସହରକୁ ସ୍ବଚ୍ଛ ରଖିବା ପାଇଁ ଏହିପରି ଏକ ଭିନ୍ନ ନିୟମ କରିଛି ବ୍ରହ୍ମପୁର ମହାନଗର ନିଗମ। ବ୍ରହ୍ମପୁର ସହରରେ ସାଧାରଣତଃ ବାହାରେ ମଳମୁତ୍ର ତ୍ୟାଗ କରିବାରେ ଲୋକଙ୍କର ଅଭ୍ୟାସ ରହିଛି। ଏପରିକି ସର୍ଭେ ରିପୋର୍ଟରେ ମଧ୍ୟ ବାହାରେ ମଳମୁତ୍ର ତ୍ୟାଗ କରିବାରେ ବ୍ରହ୍ମପୁର ସହର ଆଗରେ ଅଛି। ଏହି ଅପମାନଠାରୁ ଦୂରେଇ ରହିବା ପାଇଁ ବିଏମସି ବା ବ୍ରହ୍ମପୁର ମହାନଗର ନିଗମ ଏହି ପଦକ୍ଷେପ ନେଇଛି।  ନିଷ୍ପତି ଅନୁସାରେ ବାହାରେ ପରିଶ୍ରା କଲେ 10 ଟଙ୍କା ଏବଂ ମଳତ୍ୟାଗ କଲେ 50 ଟଙ୍କା ଜରିମାନା ଆଦାୟ କରାଯିବ। ଏହି ନିୟମ ଗତମାସଠାରୁ ଆରମ୍ଭ କରାଯାଇଛି। ଗତମାସରେ ବିଏମସି ପରିଶ୍ରା କରୁଥିବା ବେଳେ 18 ଜଣଙ୍କୁ ଧରି 10 ଟଙ୍କା ଲେଖାଏଁ ଆଦାୟ କରିଛି। ସେହିପରି…

Read More

ସାଗରିକା ମୀନା କୁମାରୀ, ଏ ନାଁ ଇ ଏକ ଇତିହାସ। ହିନ୍ଦୀ ସିନେମାରେ ଏମିତି ଏକ ଚେହେରା ଯିଏ କରୁଣ ରସର ଏକ କବିତା ପରି। ମୀନାକୁମାରୀଙ୍କ ମୁହଁ ବୋଧେ ତାଙ୍କ ସମୟର ଅଭିବ୍ୟକ୍ତିକୁ ରେଖାଙ୍କିତ କରୁଥିଲା। ଷାଠିଏ ଓ ସତୁରୀ ଦଶକର ସବୁଠୁ ଲୋକପ୍ରିୟ ଅଭିନେତ୍ରୀ ଭାବେ ମୀନା କୁମାରୀ ବେଶ୍‌ ପରିଚିତ ।  ଆଜି ମୀନା କୁମାରୀ ଯଦି ବଞ୍ଚିଥାନ୍ତେ ତାଙ୍କୁ  ୮୬ ବର୍ଷ ହୋଇଥାନ୍ତା । ବଲିଉଡ୍‌ର ଟ୍ରାଜେଡି କ୍ବିନ୍ ଭାବେ ବେଶ୍‌ ପରିଚିତା ଏହି ଅଭିନେତ୍ରୀଜଣକ୧୯୩୨ ମସିହା ଅଗଷ୍ଟ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ।  ମୀନାଙ୍କ ପ୍ରକୃତ ନାମ ଥିଲା ମହଜବୀନ୍‌ ।ଭାରତୀୟ ସିନେମାର ସବୁଠୁ ସଫଳ ଓ ଚର୍ଚ୍ଚିତ ସିନେମା   ‘ସାହେବ ବିବି ଔର ଗୁଲାମ୍‌’, ‘ପାକିଜା’, ‘ମେରେ ଅପନେ’, ‘ବୈଜୁ ବାଓ୍ବାରା, ‘ଦିଲ୍‌ ଅପ୍‌ନା ପ୍ରୀତ୍‌ ପରାୟେ‘, ‘ପରିଣୀତା’, ‘ଆଜାଦ୍‌’, ‘ଏକ ହୀ ରାସ୍ତା’, ‘ମିସ୍‌ ମେରୀ’, ‘ଶାରଦା’, ‘କୋହିନୂର୍‌’, ‘ସାହେବ ବିବି…

Read More

ଗାଜା ସୀମା ଅତିକ୍ରମ କରୁଥିବା ସମୟରେ ଇସ୍ରାଏଲୀ ସେନା ଦ୍ବାରା ତିନି ପାଲଷ୍ଟାଇନ୍‌ ଆତଙ୍କବାଦୀ ନିହତ ହୋଇଛନ୍ତି । ଇସ୍ରାଏଲୀ ସେନା ପକ୍ଷରୁ ଆକ୍ରମଣରେ ତିନି ପାଲେଷ୍ଟାଇନ୍‌ ନାଗରିକ ନିହତ ହୋଇଥିବା ବେଳେ ତିନି ଜଣ ଇସ୍ରାଏଲୀ ଯବାନ ଆହତ ହୋଇଛନ୍ତି । ଦକ୍ଷିଣ ଗାଜାରେ ରହିଥିବା ହମାସ୍‌ ଷ୍ଟ୍ରିପ୍‌ ଦେଇ ଆକ୍ରମଣ କରାଯାଇଥିବା ବେଳେ ଜଣେ ଯବାନ ଗୁରୁତର ଏବଂ ଅନ୍ୟ ଦୁଇ ଜଣ ସାମାନ୍ୟ ଆହତ ହୋଇଛନ୍ତି । ବିଗତ ଏକ ବର୍ଷ ମଧ୍ୟରେ ସୀମା ଅତିକ୍ରମ କିମ୍ବା ଆକ୍ରମଣ କରିବା ପ୍ରଚେଷ୍ଟାରେ 279 ଜଣ ପାଲେଷ୍ଟାଇନ୍‌ ନାଗରିକ ନିହତ ହୋଇଛନ୍ତି ।

Read More

ସମୀକ୍ଷା ବ୍ୟୁରୋ ପରିଶେଷରେ ଉନ୍ନାଓ ଘଟଣାରେ ମାନ୍ୟବର ସୁପ୍ରିମ କୋର୍ଟ ହସ୍ତକ୍ଷେପ କରିଛନ୍ତି। ଗତ ଦୁଇ ବର୍ଷ ଧରି ନ୍ୟାୟ ପାଇଁ ସଂଘର୍ଷ କରୁଥିବା ଉନ୍ନାଓ ର ପୀଡ଼ିତା ଯୁବତୀଙ୍କ ଚିଠି ଉପରେ ସ୍ଵତନ୍ତ୍ର ବିଚାର କରି ମାନ୍ୟବର ସୁପ୍ରିମ କୋର୍ଟ ଆସନ୍ତା ୨୪ ଘଣ୍ଟା ଭିତରେ ତାଙ୍କୁ ୨୫ ଲକ୍ଷ ଟଙ୍କାର କ୍ଷତି ପୂରଣ ଦେବାକୁ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଏହି ଘଟଣା ସହ ସମ୍ପୃକ୍ତ ପାଞ୍ଚଟି ମାମଲାକୁ ବିଚାର ପାଇଁ ତୁରନ୍ତ ଉତ୍ତର ପ୍ରଦେଶରୁ ଦିଲ୍ଲୀକୁ ସ୍ଥାନାନ୍ତରିତ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପୀଡ଼ିତାଙ୍କ ସୁରକ୍ଷା ଦାୟିତ୍ଵ ନିଶ୍ଚିତ କରିବାକୁ ମାନ୍ୟବର ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ତଦନ୍ତ କରୁଥିବା ସିବିଆଇ କୁ ଆସନ୍ତା ୭ ଦିନ ଭିତରେ ଗତ ଜୁଲାଇ ୨୮ ତାରିଖର ହତ୍ୟା ଉଦ୍ୟମ ତଥା ୪୫ ଦିନ ଭିତରେ ଦୁଷ୍କର୍ମ ମାମଲାର ତଦନ୍ତ ସାରିବାକୁ କଡା…

Read More