Author: Samikhsya Bureau

ଭାରତ ଏବଂ ଓ୍ବିଣ୍ଡିଜ୍‌ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଦୃଢ ସ୍ଥିତିରେ ରହିଛି ଭାରତ । ପ୍ରଥମ ଇନିଂସରେ ରାହାଣେ ଏବଂ ଜାଡେଜାଙ୍କ ଅର୍ଦ୍ଧଶତକ ସହିତ ଭାରତ ପ୍ରଥମ ଇନିଂସରେ 297 ରନ୍‌ ସଂଗ୍ରହ କରିଥିବା ବେଳେ ଇଶାନ୍ତ ଶର୍ମାଙ୍କ 5 ଓ୍ବିକେଟ୍‌ ବଳରେ ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ଓ୍ବିଣ୍ଡିଜ୍‌ 8 ଓ୍ବିକେଟ୍‌ ହରାଇ 189 ରନ୍‌ ସଂଗ୍ରହ କରିଛି । ପ୍ରଥମ ଦିନର ସ୍କୋରରେ ମାତ୍ର 4 ରନ୍‌ ଯୋଡି ଋଷଭ ପନ୍ତ ଆଉଟ୍‌ ହେବା ପରେ ମହମ୍ମଦ ସାମି ମଧ୍ୟ 4 ରନ୍‌ କରି ଆଉଟ୍‌ ହୋଇଥିଲେ । ଏହାପରେ ସାର୍‌ ଜାଡେଜା ଗିଅର୍‌ ବଦଳାଇ ଆକ୍ରମଣ କରିଥିଲେ । ଇଶାନ୍ତ ଶର୍ମା (19)ଙ୍କ ସହିତ ଜାଡେଜା 60 ରନ୍‌ ଯୋଡିଥିଲେ । ଏହାପରେ ଜାଡେଜା ବୁମ୍‌ରା(4)ଙ୍କ ସହିତ 29 ରନ୍‌ର ଭାଗିଦାରୀ କରି ଶେଷ ବ୍ୟାଟ୍ସମ୍ୟାନ୍‌ ଭାବରେ ହୋଲ୍ହରଙ୍କ ଶିକାର ହୋଇଥିଲେ ।…

Read More

ଜମ୍ମୁ-କାଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ମିଳିତ ବିରୋଧୀ କାଶ୍ମୀର ଯାତ୍ରା କରୁଛନ୍ତି ।  କଂଗ୍ରେସ, ଏନ୍‌ସିପି, କମ୍ୟୁନିଷ୍ଟ ପାର୍ଟିମାନେ ମିଳିତ ଭାବରେ କାଶ୍ମୀର ଗସ୍ତ କରୁଛନ୍ତି । ଏହି ଯାତ୍ରାରେ ରାହୁଲଙ୍କ ସହ ଗୁଲାମ ନବି ଆଜାଦ, କେସି ଭେଣୁଗୋପାଳ, ଆନନ୍ଦ ଶର୍ମା, ସୀତାରାମ ୟେଚୁରୀ, ଡି ରାଜା, ତିରୁଚି ଶିବା, ଦିନେଶ ତ୍ରିବେଦୀ, ମଜିତ ମେମନ, ମନୋଜ ଝା ଓ ଉପେନ୍ଦ୍ର ରେଡ୍ଡୀ ସେଠାକୁ ଗସ୍ତ କରୁଛନ୍ତି । ଏହି ସମସ୍ତ ବିରୋଧୀ ନେତାମାନେ ୧.୩୦ରେ ପହଞ୍ଚିବେ । ତେବେ ମିଳିତ ବିରୋଧୀଙ୍କ ଗସ୍ତ ଉପରେ ପୋଲିସ୍‌ ରୋକ୍‌ ଲଗାଇଛି ।  ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ କଂଗ୍ରେସ ନେତା ଗୁଲାମ ନବି ଆଜାଦ ଜମ୍ମୁ-କଶ୍ମୀର ଗସ୍ତରେ ବାହାରିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଦିଲ୍ଲୀ ବିମାନ ବନ୍ଦରରୁ ଫେରାଇ ଦିଆଯାଇଥିଲା। ସେହିପରି ରାହୁଲ୍‌ଙ୍କୁ ମଧ୍ୟ ଯିବାକୁ ଅନୁମତି ମିଳିନଥିଲା…

Read More

ପୁରୀ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ଓ ନିରାପତ୍ତା ପାଇଁ ଚାରି ପାଖରେ ୭୫ମିଟର ପର୍ଯ୍ୟନ୍ତ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଆଜି ସମୁଦ୍ରକୂଳ ବଳିଆପଣ୍ଡାରେ ଥିବା ଯାତ୍ରୀକା ନିବାସ ପରିସରରୁ ସମସ୍ତ ଜବରଦଖଲ ଉଚ୍ଛେଦ କରାଯାଇଛି । ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚାରି ପାଶ୍ୱର୍ରେ ୭୫ମିଟର ଭିତରେ ଥିବା ସମସ୍ତ ଜବରଦଖଲ ଭଙ୍ଗା କାର୍ଯ୍ୟ ଜାରି କରାଯାଇଛି । ସମୁଦ୍ରକୂଳ ବଳିଆପଣ୍ଡାରେ ଥିବା ଯାତ୍ରୀକା ନିବାସ ପରିସରରୁ ସମସ୍ତ ଜବରଦଖଲ ଆଜି ଉଚ୍ଛେଦ କରାଯାଇଛି । ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ କାର୍ଯ୍ୟ କରାଯାଉଛି । ଯାତ୍ରୀକା ନିବାସ ପରିସରରେ ନିର୍ମାଣ ହେବ ମଲ୍ଟି ଲେବୁଲ ପାର୍କିଂ ସ୍ଥଳ । ଯାତ୍ରୀକା ନିବାସ ସ୍ଥାନରେ ବହୁତଳ ପାର୍କିଂ ସ୍ପେସ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଗତକାଲି ପୁରୀର ଭିତ୍ତିଭୂମି ସମୀକ୍ଷା କରି ପୁରୀର ସୌନ୍ଦର୍ଯ୍ୟକରଣ ତଥା ପୁନୁରୁଦ୍ଧାର ନିମେନ୍ତ ୫୦୦ କୋଟି ପ୍ୟାକେଜ୍‌ର ଘୋଷଣା କରିଛନ୍ତି…

Read More

ଛତିଶଗଡରେ ସୁରକ୍ଷା ବଳ ଏବଂ ନକ୍ସଲଙ୍କ ମଧ୍ୟରେ ଏକ ଏନକାଉଣ୍ଟର ସଙ୍ଗଠିତ ହୋଇଛି । ଏହି ଏନକାଉଣ୍ଟରରେ 5 ଜଣ ନକ୍ସଲ ପ୍ରାଣ ହରାଇଥିବା ବେଳେ 2 ଜଣ ଯବାନ ଆହତ ହୋଇଛନ୍ତି । ଛତିଶଗଡର ନାରାୟଣପୁର ଅଞ୍ଚଳର ଅମ୍ବୁଜ ନଗରରେ ଏହି ଘଟଣା ଘଟିଛି । ସୁରକ୍ଷା ବଳଙ୍କ ପକ୍ଷରୁ କମ୍ବିଂ ଅପରେସନ୍‌ ଜାରି ରହିଥିବା ବେଳେ ନକ୍ସଲଙ୍କ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ପାଲଟା ଗୁଳିଚାଳନାରେ 5 ଜଣ ନକ୍ସଲ ପ୍ରାଣ ହରାଇଛନ୍ତି । ଆହତ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଏନ୍‌କାଉଣ୍ଟର ଜାରି ରହିଥିବା ଜଣାପଡିଛି ।

Read More

ରାଜ୍ୟରେ ଅଶ୍ଲୀଳ ଭିଡିଓ ଭାଇରାଲ୍‌ ହେବା ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । କିଛି ଦିନ ପୂର୍ବରୁ ବାଲେଶ୍ବରରେ ଏପରି ଘଟଣା ଘଟିଥିବା ବେଳେ ବର୍ତ୍ତମାନ ସମ୍ବଲପୁରରେ ଏହିପରି ଘଟଣା ସମ୍ମୁଖକୁ ଆସିଛି । ସମ୍ବଲପୁରରେ ଏକ ଭାଇରାଲ୍‌ ଭିଡିଓ ଘଟଣା ସମ୍ମୁଖକୁ ଆସିଛି । ଜନୈକା ମହିଳାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ ଘଟଣାରେ ପୋଲିସ୍‌ ଜଣଙ୍କୁ ଗିରଫ କରିଛି । ଯେଉଁ ମହିଳାଙ୍କ ଭିଡିଓ ସୁଟିଂ କରାଯାଇଛି ତାଙ୍କ ସ୍ବାମୀଙ୍କ ଅଭିଯୋଗ କ୍ରମେ ପୋଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ମହିଳାଙ୍କୁ ସୁଟ୍‌ କରି ଭିଡିଓ ଭାଇରାଲ୍‌ କରିଥିଲେ ।

Read More

ମହାରାଷ୍ଟ୍ର ଭିଓ୍ୱାଣ୍ଡିର ଶାନ୍ତି ନଗର ଅଞ୍ଚଳରେ ଥିବା ଏକ 4 ମହଲା କୋଠା ଭୁଶୁଡ଼ି ପଡ଼ିଛି । ଏଥିରେ 2 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 5 ଜଣ ଆହତ ହୋଇଛନ୍ତି । ଆହତଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇ ସ୍ଥାନୀୟ ଆଇଜିଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ଦୁଇ ଜଣ କୋଠା ତଳେ ଚାପି ହୋଇ ରହିଥିବା ଜଣାପଡିଛି । ସ୍ଥାନୀୟ ପୁଲିସ ସହିତ ଦମକଳ ବାହିନୀ ଓ ଏନଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଭୁଶୁଡ଼ି ପଡ଼ିଥିବା କୋଠାଟିକୁ ବେଆଇନ ଭିଓ୍ୱାଣ୍ଡି ନିଜାମପୁର ମ୍ୟୁନିସିପାଲଟି ଅଧିକାରୀ ଅଶୋକ ରଣଖମ୍ୱ କହିଛନ୍ତି ।

Read More

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଜେଲ୍‌ରେ ଜଣେ ବିଚାରଧୀନ ବନ୍ଦୀଙ୍କ ମୃତ୍ୟୁ ହୋଇଛି । ଲାଞ୍ଜିଗଡ଼ର ପଟ୍ଟନାୟକ ହରିଜନ ନାମକ ବ୍ୟକ୍ତିଙ୍କର ଜେଲ୍‌ରେ ମୃତ୍ୟୁ ଘଟିଛି । ପଟ୍ଟନାୟକ ଜେଲ୍‌ରେ ଥିବାବେଳେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ସମ୍ବଲପୁର ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁ ପରେ ଗଣ୍ଡଗୋଳ ଆଶଙ୍କାରେ ବେଦାନ୍ତ ଫାଟକ ସମ୍ମୁଖରେ 144 ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ପୂର୍ବରୁ ପଟ୍ଟନାୟକଙ୍କ କିଡ୍‌ନୀରେ ସମସ୍ୟା ରହିଥିବା ଜଣାପଡ଼ିଛି । ସେ ବେଦାନ୍ତ ଆନ୍ଦୋଳନରେ ଜେଲ୍‌ ଯାଇଥିବାରୁ ଗଣ୍ଡଗୋଳ ଆଶଙ୍କା କରାଯାଇଛି । ଉଲ୍ଲେଖ ଯୋଗ୍ୟ, ମାର୍ଚ୍ଚ 18 ତାରିଖ ଦିନ ସ୍ଥାନୀୟ ବାସିନ୍ଦାକୁ କମ୍ପାନୀରେ ନିଯୁକ୍ତି ଦେବା ଦାବିରେ ଲାଞ୍ଜିଗଡ଼ ବେଦାନ୍ତ କମ୍ପାନୀ ଫାଟକ ସମ୍ମୁଖରେ ଆନ୍ଦୋଳନ କରିଥିଲେ । ଏହି ସମୟରେ ସୁରକ୍ଷା କର୍ମୀ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ…

Read More

ଉତ୍ତର ପୂର୍ବ ବଙ୍ଗୋପସାଗରେ ମନସୁନ୍‌ ଟ୍ରାପ୍ ଲାଇନ୍‌ ଓ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାରେ ରାଜ୍ୟରେ ଦୁଇ ଦିନ ହେଲା ବର୍ଷା ଜାରି ରହିଛି । ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏଥିପାଇଁ ସକାଳ 10.30 ପର୍ଯ୍ୟନ୍ତ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, 13ଟି ଜିଲ୍ଲାରେ ବଜ୍ରପାତ ହେବାର ସମ୍ଭାବନା ରହିଛି । ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଭଦ୍ରକ ଓ ସୁନ୍ଦରଗଡ଼ରେ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହି ସମୟରେ ଘରୁ ବାହାରକୁ ନ ବାହାରିବାକୁ ସତର୍କ କରାଯାଇଛି ।

Read More

ଓଡିଶା ବିଧାନସଭାର ଗୃହ କମିଟି ହିମାଚଳ ପ୍ରଦେଶ ଗସ୍ତରେ ଯାଇଛନ୍ତି । ଇ ବିଧାନ ପ୍ରକଳ୍ପ କାର୍ଯ୍ୟାନ୍ବୟନ ସମ୍ପର୍କରେ ଅଧ୍ୟୟନ ନିମନ୍ତେ ଯାଇଥିବା ଏହି ଦଳ ହିମାଚଳ ବାଚସ୍ପତି ରାଜୀବ ଜିନ୍ଦଲଙ୍କୁ ଭେଟିଥିଲେ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନେତୃତ୍ବରେ ଯାଇଥିବା ଏହି ଦଳ ବିଧାନସଭା କମ୍ପ୍ୟୁଟରୀକରଣ ସମ୍ପର୍କରେ ସମସ୍ତ ଜ୍ଞାନ ଆହରଣ କରିଥିଲେ । ଉଭୟ ବାଚସ୍ପତିଙ୍କ ମଧ୍ୟରେ ଆଲୋଚନା ପରେ ସଦସ୍ୟ ମାନେ ବିଧାନସଭାର ବିଭିନ୍ନ ଶାଖା ପରିଦର୍ଶନ କରିବା ସହିତ ଏହି ପ୍ରକଳ୍ପ ଉପରେ ଆଲୋଚନା କରିଥିଲେ । ହିମାଚଳ ପ୍ରଦେଶ ବିଧାନସଭା ଅଧିବେଶନ ଚାଲିଥିବା ସମୟରେ ବିବରଣୀର ପ୍ରତ୍ୟକ୍ଷ ଅନୁଭୂତି ଲାଭ କରିଥିଲେ । ବିବରଣୀ ବ୍ୟତିରେକ ପ୍ରଶ୍ନୋତ୍ତର, ବିଲ୍‌, ଆଇନ୍‌, ପ୍ରସ୍ତାବ କିଭଳି ଅନ୍‌ଲାଇନ୍‌ କରାଯାଉଛି ସେ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ ଗୃହ କମିଟି । ବାଚସ୍ପତିଙ୍କ ସହ ଆଲୋଚନା ପୂର୍ବରୁ ହିମାଚଳ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମଧ୍ୟାହ୍ନ ଭୋଜନର ଆଲୋଚନା…

Read More

ସମୀକ୍ଷା ବ୍ୟୁରୋ ଜନ୍ମାଷ୍ଠମୀ ହେଉଛି ହିନ୍ଦୁ ଧର୍ମର ଏକ ବଡ ପର୍ବ। କାରଣ ଏହି ଦିବସରେ ପାପୀଙ୍କୁ ବିନାଶ କରିବା ପାଇଁ ଧରାପୃଷ୍ଠରେ ଅବତରଣ କରିଥିଲେ ପ୍ରଭୃ ଶ୍ରୀକୃଷ୍ଣ। ସେଥିପାଇଁ ସବୁ ବର୍ଷ ଭାଦ୍ରବ ଅଷ୍ଠମୀ ତିଥୀରେ ପାଳିତ ହୋଇଥାଏ ଜନ୍ମାଷ୍ଠମୀ। ଏହି ପର୍ବଟି ହିନ୍ଧୁ ଧର୍ମର ହୋଇଥିଲେ ମଧ୍ୟ ଜଣେ ମୁସିଲମ ମହିଳା ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ସେ ତାଙ୍କର ସନ୍ତାନକୁ ଶ୍ରୀକୃଷ୍ଣ ବେଶ କରି ପ୍ରତିଯୋଗୀତାରେ ସାମିଲ କରାଇଥିଲା। ସେ ମହିଳା ଜଣଙ୍କ ହେଉଛନ୍ତି ଉତ୍ତର ପ୍ରଦେଶ ବରେଲୀ ଜିଲ୍ଲାର। ତାଙ୍କର ଏପରି ପଦକ୍ଷେପକୁ ସେଠାକାର ବାସିନ୍ଦା ବେଶ୍ ପସନ୍ଦ କରିଛନ୍ତି। ତାଙ୍କୁ ସର୍ବଧର୍ମର ପ୍ରତୀକ ଭାବେ ଗ୍ରହଣ କରିଛନ୍ତି। ସାଧାରଣତଃ ଜନ୍ମାଷ୍ଠମୀରେ ପିଲାମାନଙ୍କ ମଧ୍ୟରେ ଶ୍ରୀକୃଷ୍ଣ ବେଶ ପ୍ରତିଯୋଗୀତା ହୋଇଥାଏ। ଏଥିରେ ଯେଉଁ ଶିଶୁ ଭଲ ଦେଖାଯାଇଥାଏ ଏବଂ କୃଷ୍ଣ ବିଷୟରେ ସାମାନ୍ୟ ଜ୍ଞାନ ଥାଏ ତାକୁ ପୁରସ୍କୃତ କରାଯାଇଥାଏ। ଏହି ପ୍ରତିଯୋଗୀତା ବିଭିନ୍ନ…

Read More

ମାଓ ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେବାକୁ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାଓ ଅଧ୍ୟୁଷିତ ୧୦ ରାଜ୍ୟର ବୈଠକ ଡାକିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ରାଜ୍ୟରେ ମାଓ ପ୍ରଭାବ ହ୍ରାସ ପାଇଛି, ମାଓ ଅଧ୍ୟୁଷିତ ଜିଲ୍ଲାରେ ମାଓ ପ୍ରଭାବ ହ୍ରାସ ନେଇ ଆଲୋଚନା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆସନ୍ତା 26 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଯୋଗଦାନ ପରେ ମୁଖ୍ୟମନ୍ତ୍ରୀ ଓଡିଶା ପ୍ରତ୍ୟାବର୍ତ୍ତନ କରିବେ ।

Read More

ଶୁକ୍ରବାର ଅପରାହ୍ନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ପ୍ରେସ୍‌ ମିଟ୍‌ କରିଥିଲେ । ଏହି ପ୍ରେସ୍‌ମିଟ୍‌ରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ସମ୍ପର୍କରେ ନିର୍ମଳା ଘୋଷଣା କରିଥିଲେ । ଆମେରିକା ଏବଂ ଚୀନ୍‌ ପରି ବିକଶିତ ରାଷ୍ଟ୍ର ଅପେକ୍ଷା ଭାରତର ଅଭିବୃଦ୍ଧି ହାର ସୁଦୃଢ ରହିଥିବା ନେଇ ଏହି ପ୍ରେସ୍‌ମିଟ୍‌ରେ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ସେହିପରି ଶ୍ରମ ଏବଂ କର ପ୍ରକ୍ରିୟାକୁ ନେଇ ସରକାର ସଂସ୍କାର ଜାରି ରଖିଛନ୍ତି ବୋଲି ସୀତାରମଣ ନିଜ ପ୍ରେସ୍‌ମିଟ୍‌ରେ କହିଥିଲେ । ଶ୍ରମ ଓ ପରିବେଶ ମଞ୍ଜୁରି କ୍ଷେତ୍ରରେ ମଧ୍ୟ ସଂସ୍କାର ଅଣାଯିବ, ସିଏସ୍‌ଆର ନିୟମର ଉଲ୍ଲଂଘନ ପାଇଁ ଆପରାଧିକ ମାମଲା ରୁଜୁ ହେବନାହିଁ ବୋଲି ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି । କର ପ୍ରକ୍ରିୟାକୁ ସରଳ କରାଯିବାର ପ୍ରୟାସ କରାଯାଉଛି । ଆସନ୍ତା ବିଜୟା ଦଶମୀ ପରଠାରୁ ସମସ୍ତ ବ୍ୟବସ୍ଥାର କମ୍ପ୍ୟୁଟରୀକରଣ କରାଯିବ ବୋଲି ସୀତାରମଣ ସୂଚନା ଦେଇଥିଲେ । ଆଜିର ତାରିଖରୁ ଆସନ୍ତ…

Read More

ଆସନ୍ତା ସେପ୍ଟମ୍ବର ୨ ତାରିଖରୁ ବିଜେଡ଼ି ରାଜ୍ୟବ୍ୟାପୀ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବ ।  ଏଥିପାଇଁ ଦଳ ପକ୍ଷରୁ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟି ଦଳର ସଭ୍ୟ ସଂଗ୍ରହ ଅଭିଯାନରେ ସମନ୍ୱୟ ରକ୍ଷା ସହ ତଦାରଖ କରିବ। ଦଳର ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ତଦାରଖ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରିଛନ୍ତି। କମିଟିର ଆବାହକ ଭାବେ ଦଳର ଉପସଭାପତି ତଥା ବିଧାୟକ ଦେବୀପ୍ରସାଦ ମିଶ୍ର ଓ ସଭ୍ୟ ଭାବେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ସଞ୍ଜୟ ଦାସବର୍ମା, ପ୍ରତାପ କେଶରୀ ଦେବ, ପ୍ରଦୀପ ପାଣିଗ୍ରାହୀ ଓ ପ୍ରଣବ ପ୍ରକାଶ ଦାସ କାର୍ଯ୍ୟ କରିବେ। ଆସନ୍ତାବର୍ଷ ଜାନୁୟାରୀ ମାସ ଶେଷ ସୁଦ୍ଧା ଦଳ ନିଜର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାମାସଠୁ ସଭ୍ୟ ସଂଗ୍ରହ ଅଭିଯାନ…

Read More

ସମନ୍ବିତ ଶିଶୁ ବିକାଶ ଯୋଜନାରେ ରାଜ୍ୟର ପ୍ରତ୍ୟେକ ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁ, ଗର୍ଭବତୀ ମହିଳା ଏବଂ ପ୍ରସୂତୀମା’ମାନଙ୍କୁ ଅତିରିକ୍ତ ପୁଷ୍ଟି ସାଧନ ପାଇଁ ଛତୁଆ ଯୋଗାଣ ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ଏବଂ ଉତ୍କୃଷ୍ଟ ମାନ ବଜାୟ ରଖିବା ଲକ୍ଷ୍ୟରେ ପ୍ରତି ମାସର ୨୩ ତାରିଖକୁ ଛତୁଆ ମିଶ୍ରଣ ପାଇଁ ସ୍ଥିର କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ସାରା ରାଜ୍ୟର ୩୩୮ଟି ଆଇସିଡିଏସ୍‌ ପ୍ରକଳ୍ପ ଅଧୀନରେ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ବାରା ଛତୁଆ ମିଶ୍ରଣ କରାଯାଇଛି । ପୂର୍ବରୁ ଜାରି କରାଯାଇଥିବା ସଂଶୋଧିତ ଗାଇଡ୍‌ ଲାଇନ୍‌ ଅନୁଯାୟୀ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ସିଡିପିଓ କିମ୍ବା ମିଶନ ଶକ୍ତିର ପ୍ରୋଗ୍ରାମ ଅଧିକାରୀମାନଙ୍କ ଉପସ୍ଥିତିରେ ନିର୍ଦ୍ଧାରିତ ପରିମାଣର ସାମଗ୍ରୀ ମିଶ୍ରଣ କରି ଛତୁଆ ପ୍ରସ୍ତୁତ କରାଯାଇଛି । ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ତରଫରୁ ପ୍ରତି ଜିଲ୍ଲାରେ ଚାଲିଥିବା ମିଶ୍ରଣ ପ୍ରକ୍ରିୟାରେ…

Read More

ସମୀକ୍ଷା ବ୍ୟୁରୋ ଓଡିଆ ଟ୍ରେନ ଟିକେଟ ଦିଆଯାଉ ବୋଲି ବହୁ ଦିନ ଧରି ହୋଇଆସୁଥିବା ଦାବୀ ଶେଷରେ ବାସ୍ତବ ରୂପ ନେଉଛି। ଆସନ୍ତାକାଲିଠାରୁ ଏଣିକି ସମସ୍ତ ଅଣ ସଂରକ୍ଷିତ ଟ୍ରେନ ଟିକେଟ ଓଡିଆ ଭାଷାରେ ମିଳିବ। ସେଥିପାଇଁ ଭାରତୀୟ ରେଳ ବିଭାଗ ସମସ୍ତ ପ୍ରକାରର ପ୍ରସ୍ତୁତି କରିଦେଇଛି। ଏହି ଟିକେଟରେ ଗନ୍ତବ୍ୟ ସ୍ଥଳଠାରୁ ଆରମ୍ଭ କରି ତାରିଖ ପ୍ରଭୁତି ସମସ୍ତ ବିବରଣୀ ଓଡିଆରେ ଲେଖାଯିବ। ଦୀର୍ଘଦିନ ଧରି ରେଳ ବିଭାଗ ଏ ଉପରେ ପରୀକ୍ଷା ନିରକ୍ଷା କରିଆସୁଥିଲା। ଶେଷରେ ବାସ୍ତବ ରୂପ ନେବା ପରେ ବର୍ତ୍ତମାନ ଆସନ୍ତକାଲି ଓଡିଶାରେ ଥିବା ସମସ୍ତ ଟିକେଟ କାଉଣ୍ଟରରେ ନୂଆ ସଫ୍ଟ ୱାର ପ୍ରଦାନ କରାଯାଇଛି। ଫଳରେ ଏଣିକି ଏହି ଅଣ ସଂରକ୍ଷିତ ବର୍ଗର ଟିକେଟରେ ଇଂରାଜୀ ସହିତ ଓଡିଆ ଲେଖାଥିବା ଟିକେଟ ମିଳିବ। ତେବେ ତାହା ଦିନ 12 ଟା ପରେ ସମସ୍ତ ରେଳ ଟିକେଟ କାଉଣ୍ଡରରେ ଏହା ଉପଲବ୍ଧ ହେବ ବୋଲି ଜଣାପଡିଛି।…

Read More

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ଆରମ୍ଭ ହୋଇସାରିଛି । ଆସନ୍ତା ୩୬ଘଣ୍ଟା ଯାଏଁ ରାଜ୍ୟରେ ବର୍ଷା ହେବା ସମ୍ଭାବନା ରହିଛି । କାଲି ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ୬ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅରେଞ୍ଜ ୱାର୍ଣ୍ଣିଂରେ ଆସୁଥିବା ଜିଲ୍ଲା ଗୁଡ଼ିକ ମଧ୍ୟରେ କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କଟକ, ଜଗତସିଂହପୁର, ପୁରୀ ରହିଛି । ଏହା ସହ ୧୧ଟି ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ବାଲେଶ୍ୱର, ସୁନ୍ଦରଗଡ଼, ଅନୁଗୁଳ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ଓ ମାଲକାନଗିରିରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ।

Read More

ପାକିସ୍ତାନ ସେନା ପକ୍ଷରୁ ରଜୌରୀର ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଏହି ଗୁଳି ଚାଳନରେ ଜଣେ ଯବାନ ଶହୀଦ ହୋଇଛନ୍ତି । ଶୁକ୍ରବାର ରଜୌରୀର ଅନି ଅଞ୍ଚଳରେ ଜଣେ ଯବାନ ଶହୀଦ ହୋଇଛନ୍ତି । ଶୁକ୍ରବାର ସକାଳୁ ରଜୌରୀର ସୁନ୍ଦରବନି ଅଞ୍ଚଳରେ ପ୍ରଥମେ ପାକ୍‌ ସେନା ପକ୍ଷରୁ ପ୍ରବଳ ଗୁଳିଚାଳନା କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ରାତିରେ ମଧ୍ୟ ପୁଞ୍ଚ ଜିଲ୍ଲାର କ୍ରିଷ୍ଣାଘାଟି ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା ।

Read More

ଜି-୭ ସମ୍ମିଳନୀ ଅଂଶଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତ କରିଛନ୍ତି । ଆଜି ଫ୍ରାନ୍ସଠାରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରିଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ପ୍ରବଳ ବହୁମତ ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଥର ପାଇଁ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି । ଏହା ସହିତ ଆଗାମୀ ପାଞ୍ଚ ବର୍ଷର ଭିଜନ ମଧ୍ୟ ରଖିଛନ୍ତି । ମୋଦି ଭାରତ ଓ ଫ୍ରାନ୍ସର ବନ୍ଧୁତ୍ବ ଅତୁଟ ବୋଲି କହିଛନ୍ତି । ଏମିତି କୌଣସି ନିଷ୍ପତ୍ତି ନାହିଁ ଯେଉଁଥିରେ ଦୁଇ ଦେଶ ଉଭୟଙ୍କୁ ସମର୍ଥନ କରିନାହାନ୍ତି । ଏକ ଭଲ ବନ୍ଧୁର ଅର୍ଥ ହେଉଛି ସୁଖ ହେଉ କି ଦୁଃଖ ପ୍ରତ୍ୟେକ ପରିସ୍ଥିତିରେ ସାଥ୍‌ ଦେବା ବୋଲି କହିଛନ୍ତି ମୋଦି। ଭାରତରେ ଫ୍ରାନ୍ସର ଫୁଟବଲ୍‌ ଟିମ୍‌ର ପ୍ରଶଂସକ କମ୍‌ ନାହାନ୍ତି ।  ଫ୍ରାନ୍ସ ଫୁଟବଲ୍‌ ଟିମ୍‌ ବିଶ୍ବକପ୍‌ ଜିତିଲେ,  ଭାରତ ଏହାର ଉତ୍ସବ ମନାଉଛି । ଫୁଟ୍‌ବଲପ୍ରେମୀ ଫ୍ରାନ୍ସବାସୀ…

Read More

ଜୟରାମ ରମେଶ ଓ ଅଭିଷେକ ମନୁ ସିଙ୍ଘଭିଙ୍କ ପରେ କଂଗ୍ରେସର ଆଉ ଜଣେ ବରିଷ୍ଠ ନେତା ଶଶି ଥରୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯଦି ଭଲ କାମ କରୁଛନ୍ତି, ତେବେ ଏହାର ପ୍ରଶଂସା ହେବା ଉଚିତ୍। ଯଦି ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଭୁଲ କରନ୍ତି ତେବେ ଆମର ସମାଲୋଚନାକୁ ବିଶ୍ଵସନୀୟତା ମିଳିବ। ଥରୁରୁ ଏକ ଟ୍ଵିଟରର ଜବାବରେ ଟ୍ଵିଟ୍ କରିଛନ୍ତି ଯେ, ଯଦି ଆପଣ ଜାଣି ପାରୁଛନ୍ତି ତେବେ ୬ ବର୍ଷ ପୂର୍ବେ ଏହା କହିଥିଲି ଯେ ଯେବେ ନରେନ୍ଦ୍ର ମୋଦି ଭଲ କହୁଛନ୍ତି ଏବଂ ଭଲ କାମ କରୁଛନ୍ତି ତେବେ ଏହାର ପ୍ରଶଂସା କରିବା ଉଚିତ୍। ଏହା ପରେ ସେ ଯଦି ଭୁଲ କରିବେ ତେବେ ଆମର ସମାଲୋଚନାକୁ ବିଶ୍ଵସନୀୟତା ମିଳିବ। ଶଶୀଙ୍କ ପୂର୍ବରୁ ଜୟରାମ ରମେଶ ଓ ଅଭିଷେକ ମନୁ ସିଂଘଭି ମୋଦିଙ୍କ ପ୍ରଶଂସା କରିଥିଲେ ।…

Read More

ବିଶ୍ବ ବ୍ୟାଡମିଣ୍ଟନ ଚାମ୍ପିୟନ୍‌ସିପ୍‌ ପ୍ରି କ୍ବାର୍ଟର ଫାଇନାଲରୁ ବିଦାୟ ନେଇଛନ୍ତି ଭାରତୀୟ ଲଳନା ସାଇନା ନେହ୍ବାଲ । ଡେନମାର୍କର ମିଆ ବ୍ଲିଚ୍‌ଫେଲ୍ଟଙ୍କ ନିକଟରୁ ପରାସ୍ତ ହୋଇ ବିଶ୍ବ ଚାମ୍ପିୟନ୍‌ସିପ୍‌ରୁ ନିଜର ଅଭିଯାନ ଶେଷ କରିଛନ୍ତି ଅଲମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ସାଇନା । ତିନି ସେଟ୍‌ର ଏହି ମୁକାବିଲା ଏକ ଘଣ୍ଟା 12 ମିନିଟ୍‌ ପର୍ଯ୍ୟନ୍ତ ଚାଲିଥିଲା । ଅଷ୍ଟମ ସିଡ୍‌ ସାଇନା 12 ତମ ସିଡ୍‌ ବ୍ଲିଚ୍‌ଫେଲ୍ଟଙ୍କ ନିକଟରୁ 21-15, 25-27 ଏବଂ 12-21 ସେଟ୍‌ରେ ପରାସ୍ତ ହୋଇଥିଲେ । ସାଇନା ବିଦାୟ ନେବା ପରେ ବର୍ତ୍ତମାନ ଏକମାତ୍ର ଭାରତୀୟ ଭାବରେ ପିଭି ସିନ୍ଧୁ ବିଶ୍ବ ଚାମ୍ପିୟନ୍‌ସିପ୍‌ରେ ରହିଛନ୍ତି । କ୍ବାର୍ଟର ଫାଇନାଲ୍‌ରେ ସିନ୍ଧୁ ଚାଇନିଜ୍‌ ତାଇପେର ଟାଇ ଜୁ ୟିଙ୍ଗଙ୍କୁ ଭେଟିବାକୁ ଯାଉଛନ୍ତି ।

Read More

ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ବଡ ଆଶ୍ବସ୍ତି ମିଳିଛି । ଚିଦାମ୍ବରମ୍‌ଙ୍କ ନାମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କରାଯାଇଥିବା ଅଭିଯୋଗକୁ ଖାରଜ କରାଯିବା ସହିତ ଏହି ମାମଲାର ବିଚାର ପାଇଁ ସୋମବାରର ତାରିଖ ଧାର୍ଯ୍ୟ କରିଛନ୍ତି । ଇଡି ମାମଲାରୁ ଆସନ୍ତା ଡିସେମ୍ବର 3 ତାରିଖ ପର୍ଯ୍ୟନ୍ତ ଉଭୟ ଚିଦାମ୍ବରମ ଏବଂ ତାଙ୍କ ପୁଅ କର୍ତ୍ତୀଙ୍କୁ ଆଶ୍ବସ୍ତି ମିଳିଥିଲେ ମଧ୍ୟ ଆସନ୍ତା ସୋମବାର ପର୍ଯ୍ୟନ୍ତ ଚିଦାମ୍ବରମ୍‌ ସିବିଆଇ ରିମାଣ୍ଡରେ ରହିବେ । ଆସନ୍ତା ସୋମବାର ଦିନ ଏହି ମାମଲାର ରାୟ ପ୍ରକାଶ କରାଯିବ । ସୋମବାର ପର୍ଯ୍ୟନ୍ତ ସିବିଆଇ ରିମାଣ୍ଡରେ ରହିବେ ଚିଦାମ୍ବରମ୍‌ ।

Read More