ସମୀକ୍ଷା ବ୍ୟୁରୋ ଓଡିଶା ପ୍ରଶାସନରେ ଏକ ବଡ ଧରଣର ଅଦଳ ବଦଳ ହେଲାପରେ, ହଠାତ କିଛି ଆଇଏଏସ ଅଧିକାରୀ ଏବେ ଇସ୍ତଫା ଦେବା ସହିତ ଆଉ କିଛି କେନ୍ଦ୍ରୀୟ ଡେପୁଟେସନରରେ ଯିବା ଲାଗି ତତ୍ପର ହୋଇ ପଡିଛନ୍ତି। ନିଜ ଚାକିରି କାଳ ପୂରିବାର ପ୍ରାୟ ବର୍ଷେ ଆଗରୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସ୍ଵେଚ୍ଛାକୃତ ଅବସର ନେଇ ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ଵ ଗ୍ରହଣ କରିବାକୁ ଯାଉଛନ୍ତି। ଏହି ଦାୟିତ୍ବରେ ସେ ଆହୁରି ପାଞ୍ଚ ବର୍ଷ କାମ କରିବାର ସୁଯୋଗ ପାଇବେ। ନୂଆ ମୁଖ୍ୟ ଶାସନ ସଚିବ ଭାବରେ ଆସନ୍ତା ୧୯ ତାରିଖ ଦିନ ଅସିତ ତ୍ରିପାଠୀ ଯୋଗଦେବେ ବୋଲି ସ୍ପଷ୍ଟ ହୋଇ ସାରିଛି। ଏହି ଅଦଳ ବଦଳ ପ୍ରକ୍ରିୟାରେ ରାଜ୍ୟ ବରିଷ୍ଠ ଅଧିକାରୀଙ୍କ ଭିତରେ ଏକପ୍ରକାର ଅସ୍ବସ୍ତିକର ଭାବନା ସୃଷ୍ଟି ହୋଇଛି। ଏହାର ପ୍ରତିଫଳନ ଦେଖିବାକୁ ମିଳିଛି ବରିଷ୍ଠ ଆଇଏଏସ ଅଧିକାରୀ ଗଗନ କୁମାର ଧଳଙ୍କ…
Author: Samikhsya Bureau
ଆଜି ବଲିଉଡ୍ ନବାବ ଖାନ୍ ଅର୍ଥାତ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ଙ୍କ ୪୯ତମ ଜନ୍ମଦିବସ । ଲୋକପ୍ରିୟ ଅଭିନେତ୍ରୀ ଶର୍ମିଳା ଟାଗୋର ଓ ମନସୁର୍ ଅଲ୍ଲୀ ଖାନ୍ଙ୍କ ପୁତ୍ର ସୈଫ୍ ଅଗଷ୍ଟ ୧୬, ୧୯୭୦ରେ ଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ । ସୈଫ୍ ୧୯୯୩ ମସିହାରେ ‘ପରମ୍ପରା’ ଫିଲ୍ମ ଜରିଆରେ ବଲିଉଡ୍ ଡେବ୍ୟୁ କରିଥିଲେ । ପରେ ପରେ ‘ୟୈ ଦିଲ୍ଲଗୀ’, ଓ ‘ମୈ ଖିଲାଡି ତୁ ଅନାଡ଼ି’ରେ ଅଭିନୟ କରି ଲୋକଲୋଚନକୁ ଆସିଥିଲେ। ୯୦ ଦଶକରେ ଏହି ଅଭିନେତାଙ୍କର ଅଭିନୟ କ୍ୟାରିୟର୍ ବେଶ୍ ସମୃଦ୍ଧ ରହିଥିଲା । ପାଖାପାଖି ୧୦୦ଟି ଫିଲ୍ମରେ ଅଭିନୟ କରିଥିବା ସୈଫ୍ଅଲ୍ଲୀ ଖାନ୍ଙ୍କ ସଫଳ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି – ‘ହମ୍ ସାଥ୍ ସାଥ୍ ହୈ’, ‘କଚ୍ଚେ ଧାଗେ,’, ‘‘ଦିଲ୍ ଚାହାତା ହୈ’, ‘କ୍ୟା କହନା’, ‘କଲ୍ ହୋ ନା ହୋ’, ‘ଏକ୍ ହସିନା ଥିୀ, ‘ ହମ୍ ତୁମ୍’, ‘ସଲାମ୍ ନମେସ୍ତ’, ‘ଓମ୍କାରା’, ‘ରେସ୍’, ‘ଲଭ୍…
ବଲାଙ୍ଗୀର ଜିଲ୍ଲା ଦେଓଗାଁ ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗ୍ରାମ୍ୟ ଜଳଯୋଗାଣ ପକଳ୍ପ କାମ ଚାଲିଥିବା ବେଳେ ବିଦ୍ୟୁତ ଆଘାତରେ ଦୁଇଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ସୂଚନାନୁସାରେ, ଆଜି ସକାଳେ ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଙ୍ଗା ଗ୍ରାମରେ ଗ୍ରାମ୍ୟ ଜଳଯୋଣ ପ୍ରକଳ୍ପ କାମ ଚାଲିଥିଲା । ଏହି କାମରେ ପ୍ରାୟ ୨୦ରୁ ଅଧିକ ଶ୍ରମିକ ସାମିଲ ଥିଲେ । ସେହି ସମୟରେ ଦୁଇଜଣ ଶ୍ରମିକ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଥିଲା । ମୃତ ଦୁଇ ଶ୍ରମିକ ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ଶ୍ରମିକଙ୍କ ମୃତ୍ୟୁ ପରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।
ବରିଷ୍ଠ ଆଇଏଏସ୍ ଗଗନ ଧଳ ଚାକିରିରୁ ଇସ୍ତଫା ଦେଇଥିବାର ସୂଚନା ମିଳିଛି । ୧୯୮୫ ବ୍ୟାଚ୍ର ବରିଷ୍ଠ ଆଇଏଏସ୍ ହେଉଛନ୍ତି ଗଗନ ଧଳ । କୃଷି ଉତ୍ପାଦନ କମିଶନର ଭାବେ କାର୍ଯ୍ୟରତ ଥିଲେ ଗଗନ । ଗଗନ ଧଳଙ୍କ ଜାଗାରେ ପ୍ରଦୀପ୍ତ ମହାପାତ୍ରଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ନିଯୁକ୍ତି ମିଳିଛି । ୨୦୨୦ ଜାନୁଆରୀରେ ଅବସର ନେଇଥାନ୍ତେ ଗଗନ ଧଳ । ନିକଟରେ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ ନିଜ ପଦବୀରୁ ସ୍ବେଚ୍ଛାକୃତ ଅବସର ନେଇଛନ୍ତି । ଏବେ ରାଜ୍ୟ ନିର୍ବାଚନ କମିଶନ ଭାବେ ଆଦିତ୍ୟ ପାଢୀଙ୍କୁ ନିଯୁକ୍ତି ମିଳିଥିବାବେଳେ ମୁଖ୍ୟ ଶାସନ ସଚିବ ପଦବୀରେ ଅସିତ୍ ତ୍ରିପାଠୀ ଅବସ୍ଥାପିତ ହୋଇଛନ୍ତି ।
ଜାମ୍ମୁ-କାଶ୍ମୀରରୁ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ କରିବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଆଗତ ପିଟିଶନର ଶୁଣାଣି ଶୁକ୍ରବାର ଆରମ୍ଭ ହୋଇଛି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏବଂ ବିଚାରପତି ଏସ.ଏ. ବୋବଡେ, ବିଚାରପତି ଏସ.ଏ ନଜୀରଙ୍କୁ ନେଇ ଗଠିତ ସ୍ବତନ୍ତ୍ର ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ। ଶୁଣାଣି ସମୟରେ ପ୍ରଧାନ ବିଚାରପତି ଆବଦେନକାରୀ ଏମ.ଏଲ. ଶର୍ମା ଏବଂ ଅନୁରାଧା ଭସୀନଙ୍କୁ ତାଗିଦ୍ କରି ଏହା କି ପ୍ରକାର ଆବେଦନ ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଛନ୍ତି। ଶର୍ମାଙ୍କ ଦ୍ବାରା ଆଗତ ହୋଇଥିବା ମାମଲାରେ ସଂଶୋଧନ କରି ପୁନଃ ଆବେଦନ କରିବାକୁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି । ଶର୍ମା ୩୭୦ ଧାରା ଉଚ୍ଛେଦ କରି ଜାମ୍ମୁ-କାଶ୍ମୀରକୁ ମିଳୁଥିବା ସୁବିଧାକୁ ନିରସ୍ତ୍ର କରାଯିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ଧାରା ୩୭୦ ଉପରେ ରାଷ୍ଟ୍ରପତିଙ୍କ ଆଦେଶ ବେଆଇନ ଏବଂ ଜାମ୍ମୁ-କାଶ୍ମୀର ବିଧାନସଭାର ସହମତି ବିନା ଏହା ଜାରି କରାଯାଇଥିବା ସେ ଦର୍ଶାଇଥିଲେ।
କିଛି ସମୟ ପରେ ହୀରାକୁଦ ଡ୍ୟାମର ୧୦ଟି ଗେଟ୍ ବନ୍ଦ ହେବ । ୧୦ଟା ୩୦ରେ ୧୦ଟି ଗେଟ୍ ବନ୍ଦ ହେବା ନେଇ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ପର୍ଯ୍ୟାୟ କ୍ରମେ ଗୋଟିଏ ପରେ ଗୋଟିଏ ଗେଟ୍ ବନ୍ଦ ହେବ । ମହାନଦୀର ଉପର ମୁଣ୍ଡରେ ବର୍ଷା ହେବା ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଥିଲା ଏହାକୁ ନଜରରେ ରଖି ତଥା ବନ୍ୟାଜଳ ନିଷ୍କାସନ ପାଇଁ ଗତକାଲି ଏହାର ୧୬ଟି ଗେଟ୍ ଖୋଲାଯାଇଥିବା ବେଳେ ସକାଳ ୬ଟା ସୁଦ୍ଧା ୨୦ଟି ଗେଟ୍ ଖୋଲାଯାଇଥିଲଶ । ଆଜି ସକାଳ ୬ଟା ସୁଧା ହୀରାକୁଦ ଜଳସ୍ତର ୬୨୦.୮୭ ଫୁଟ୍ ଥିବା ବେଳେ ସେକେଣ୍ଡ ପିଛା ୧,୫୧୫,୫୦ ଘନଫୁଟ ଜଳ ପ୍ରବେଶ କରୁଛି ।
ମହାନଦୀର ଉପର ମୁଣ୍ଡରେ ବର୍ଷା ହେବା ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି । ଏହାକୁ ନଜରରେ ରଖି ତଥା ବନ୍ୟାଜଳ ନିଷ୍କାସନ ପାଇଁ ଗତକାଲି ଏହାର ୧୬ଟି ଗେଟ୍ ଖୋଲାଯାଇଥିବା ବେଳେ ଏବେସୁଧା ୨୦ଟି ଗେଟ୍ ଖୋଲିଛି । ଆଜି ସକାଳ ୬ଟା ସୁଧା ହୀରାକୁଦ ଜଳସ୍ତର ୬୨୦.୮୭ ଫୁଟ୍ ଥିବା ବେଳେ ସେକେଣ୍ଡ ପିଛା ୧,୫୧୫,୫୦ ଘନଫୁଟ ଜଳ ପ୍ରବେଶ କରୁଛି । ଜଳଭଣ୍ଡାରରୁ ସେକେଣ୍ଡ ପିଛା ୩,୨୮୨,୯୫ ଘନଫୁଟ ଜଳ ନିଷ୍କାସିତ ହେଉଛି । ଜଳ ସମ୍ପଦ ବିଭାଗ ଅନୁସାରେ ଖଇରମାଳ ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ଏଠାରେ ୪.୩୬ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ତେବେ ମୁଣ୍ଡଳିରେ ଜଳସ୍ତର କମୁଛି । ଏଠାରେ ୪.୫୮ କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେହିପରି ପଥରଲା ନଦୀରେ ଜଳସ୍ତର ସମାନ ରହିଥିବାବେଳେ ୧.୨୬ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି ।…
ଆଜି ମୁମ୍ବାଇରେ ନିତି ଆୟୋଗ ବୈଠକ ଅନୁଷ୍ଠିତ ହେବ । ମୁମ୍ବାଇ ମାଲାବାର ହିଲସ୍ଥିତ ଶୟିୟଦ୍ରୀ ଗେଷ୍ଟହାଉସରେ ଆଜି ଆୟୋଜିତ ହେବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ ନାହିଁ । ତାଙ୍କ ସ୍ଥାନରେ କୃଷି ମନ୍ତ୍ରୀ ଅରୁଣ ସାହୁ ବୈଠକରେ ସାମିଲ ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି ଶାସନରେ ଏହା ହେଉଛି ନିତି ଆୟୋଗର ଦ୍ୱିତୀୟ ବୈଠକ । ଏହି ବୈଠକରେ କୃଷି କ୍ଷେତ୍ରରେ ସାମଗ୍ରୀକ ବିକାଶ ଆଣିବା ଲାଗି ୭ଟି ଏଜେଣ୍ଡା ଉପରେ ଆଲୋଚନା ହେବାର ଅଛି । ଏହି ଅବସରରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ଆବଶ୍ୟକ ସଂଶୋଧନ ପାଇଁ ମଧ୍ୟ ପ୍ରସ୍ତାବ ଗ୍ରହଣ କରାଯିବ। ଏହାସହିତ ଉନ୍ନତ କୃଷି ପାଇଁ ଚାଷୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ ସହ କୃଷି ଉତ୍ପାଦନର ବଜାର ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ଘରୋଇ ପୁଞ୍ଜିନିବେଶ ଉପରେ ରାଜ୍ୟମାନଙ୍କ ମତାମତ ନିଆଯିବ। ଆଜି ଅପରାହ୍ଣ ୫ଟା ୪୫ରେ ମୁଖ୍ୟମନ୍ତ୍ରୀଙ୍କ…
ରାଜ୍ୟର ଯୁକ୍ତ ତିନି କଲେଜଗୁଡ଼ିକରେ ଖାଲିପଡ଼ିଥିବା ସିଟ୍ ପୂରଣ ପାଇଁ ଆଜିଠାରୁ ସ୍ପଟ ଆଡମିଶନ ପ୍ରକ୍ରିୟା ଆରମ୍ଭ ହେବ । ଛାତ୍ରଛାତ୍ରୀମାନେ ଆଜି ଓ ଆସନ୍ତାକାଲି ନାମ ଲେଖାଇବା ପଞ୍ଜୀକରଣ କରିପାରିବେ । ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ସିଲେକ୍ସନ ତାଲିକାରେ ଥିବା ଛାତ୍ରଛାତ୍ରୀ ଅନ୍ଲାଇନରେ ଟଙ୍କା ଦାଖଲ କରିବେ । ୨୩ ତାରିଖରେ ନାମଲେଖା ହେବ । ଆସନ୍ତା ୨୪ ତାରିଖରୁ ପାଠପଢ଼ା ଆରମ୍ଭ ହେବ । ପୂର୍ବରୁ ଦୁଇଟି ପର୍ଯ୍ୟାୟେ ନାମଲେଖା ହୋଇସାରିଥିବା ବେଳେ ଅନେକ କଲେଜଗୁଡ଼ିକରେ ସିଟ୍ ଖାଲିପଡ଼ିଛି । ଏହି ଖାଲି ସିଟଗୁଡ଼ିକୁ ପୂରଣ ପାଇଁ ସ୍ପଟ ଆଡମିସନ କରାଯାଉଛି।
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ହେଉଛି ପ୍ରଥମ ପୁଣ୍ୟତିଥି। ନୂଆ ଦିଲ୍ଲୀ ସ୍ଥିତ ତାଙ୍କ ସ୍ମୃତିସ୍ଥଳ ‘ସଦେବ ଅଟଳ’ ଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବିଜେପିର ଅନେକ ବରିଷ୍ଠ ତଥା ତୁଙ୍ଗ ନେତୃବୁନ୍ଦ ବାଜେପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସେହିପରି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଟୁଇଟରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବାଜପେୟୀଙ୍କ ପ୍ରଥମ ପୁଣ୍ୟତିଥିରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ୨୦୧୮ ଅଗଷ୍ଟ ୧୬ରେ ନୂଆଦିଲ୍ଲୀସ୍ଥିତ ଏମ୍ସରେ ସା ୫ଟା ୫ରେ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗ ହୋଇଥିଲା। ତାଙ୍କ ଅସ୍ଥି ଭାରତର ୧୦୦ଟି ନଦୀରେ ବିସର୍ଜନ କରାଯାଇଥିଲା। ଅଟଳ ବିହାରୀ ବାଜପେୟୀ ୯ଥର ଲୋକସଭା ସାଂସଦ ହୋଇଥିବା ବେଳେ ୨ଥର ରାଜ୍ୟସଭାକୁ ମନୋନୀତ ହୋଇଥିଲେ। ସେହିପରି ୩ଥର ଦେଶର ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଥିଲେ ବାଜପେୟୀ । ୧୯୯୬ରେ ସେ ୧୩ଦିନ ପାଇଁ…
ଶୈଲେନ ରାଉତରାୟ (ଖାଇବାକୁ ନେଇ ଲେଖିବାର ପରମ୍ପରା ଆମର ବହୁତ କମ। ତେଣୁ ଓଡିଆ ଖାଦ୍ୟର କୌଣସି ବିଶେଷ ଐତିହାସିକ ଦଲିଲ ଆମର ନାହିଁ। କାଁ ଭାଁ ଲେଖାକୁ ବାଦ ଦେଲେ ଖାଦ୍ୟର ଏକ ସଂକଳିତ ଇତିହାସ ଆମର ନାହିଁ। ଓଡିଆ ଖାଦ୍ୟର ଏକ ଛୋଟିଆ ବିବରଣୀ ଓ ତାର ସମାଜତାତ୍ତ୍ଵିକ ଦିଗ ଉପରେ ଏଇ ଆଲେଖ୍ୟ।) ୧୯୨୯ ମସିହାରେ ମୟୁରଭଞ୍ଜ ରଜା ଶ୍ରୀ ପୂର୍ଣଚନ୍ଦ୍ର ଭଞ୍ଜ ସରକାରୀ କାମରେ ପାରିଷଦ ଓ କର୍ମଚାରୀ ବେଷ୍ଟିତ ହୋଇ ବମ୍ବେଇ ଯାଇଥିଲେ। ସେଠି ଖିଅର ହେବା ସମୟରେ ଖୁର ମୁନରେ ସାମାନ୍ୟ ଆଘାତ ପାଇଲେ। ତହିଁରୁ ଧନୁଷ୍ଠଙ୍କାର ହୋଇ ସେ ଅପ୍ରେଲ ୨୩ ତାରିଖରେ ପରଲୋକ ଚାଲିଗଲେ। ସେତେବେଳକୁ ମହାରାଜାଙ୍କୁ ମାତ୍ର ୨୯ ବର୍ଷ ବୟସ ହୋଇଥାଏ। ଟ୍ରେନରେ ଶବ ମୟୁରଭଞ୍ଜ ଆସିବା ପାଇଁ ଚାରି ଦିନ ଲାଗି ଗଲା। ଓଡ଼ିଶାର ପ୍ରଖ୍ୟାତ ଗାଳ୍ପିକ ଶ୍ରୀ ବସନ୍ତ ଶତପଥୀ ସେ ସମୟରେ ଫ୍ରେଜର୍…
ଭାରତୀୟ ସିନେମାର ବରିଷ୍ଠ ତଥା କିମ୍ବଦନ୍ତୀ ସଙ୍ଗୀତ ନିର୍ଦେଶକଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନାହି। ଫୁସଫୁସ ସଂକ୍ରମଣରେ ପୀଡିତ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ୯୨ ବର୍ଷୀୟ ଖୟାମ ରବିବାର ଦିନ ଠାରୁ ସୂରଜ ହସ୍ପିଟାଲରେ ଆଇସିଇଉରେ ରହିଛନ୍ତି। ଏହି ପ୍ରସିଦ୍ଧ ସଙ୍ଗୀତ ନିର୍ଦେଶକ ୧୯୪୩ରେ ମାତ୍ର ୧୭ ବର୍ଷ ବୟସରେ ନିଜ ସଙ୍ଗୀତ ଜୀବନର ଯାତ୍ରା ଆରମ୍ଭ କରିଥିଲେ। ୧୯୫୩ ମସିହାରେ ଫିଲ୍ମ ଫୁଟପାଥ ଜରିଆରେ ବଲିଉଡ କାରିୟର ଆରମ୍ଭ କରିଥିଲେ। ୧୯୬୧ରେ ଆସିଥିବା ଫିଲ୍ମ ‘ ଶୋଲ ଓର ସବନମ ପାଇଁ ସେ ଖୁବ ପରିଚିତି ହାସଲ କରିଥିଲେ। ତାଙ୍କ ଫିଲ୍ମଗୁଡିକ ମଧ୍ୟରେ ରହିଛି – ଆଖିର ଖତ, କାଭି କାଭି, ତ୍ରିଶୂଳ, ନୂରୀ, ବଜାର, ଉମରାଓ ଜାନ ଓ ଯାତ୍ରା ଆଦି ଫିଲ୍ମ ରେ ତାଙ୍କ ସଙ୍ଗୀତ ଶୈଳୀର ଏକ ନିଆରା ରଙ୍ଗ ଦେଖିବାକୁ ମିଳିଥିଲା। ସଙ୍ଗୀତ ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ବହୁ ପୁରସ୍କାରରେ ସେ ସନମାନନିତ…
ଜାମ୍ମୁ-କାଶ୍ମୀରରୁ ୩୭୦ ଧାରା ତଥା ସ୍ଵତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରିବା କୁ ନେଇ ଭାରତର ପଦକ୍ଷେପ ଉପରେ ଆଜି ଜାତି ସଂଘ ସୁରକ୍ଷା ପରିଷଦରେ ଶୁକ୍ରବାର ବନ୍ଦ କୋଠରୀରେ ଆଲୋଚନା ହେବ। ଏହି ପ୍ରସଙ୍ଗକୁ ଆଲୋଚନା ନେଇ ଚୀନ ଦାବି କରିଛି। ଜାମ୍ମୁ-କାଶ୍ମୀରରୁ ପ୍ରତ୍ୟାହାର କରିବାକୁ ମିଳିତ ଜାତିସଂଘରେ ଉଠାଇବା ପାଇଁ ପାକିସ୍ତାନ ନିଜ ଚେଷ୍ଟା ଜାରି ରଖିଥିଲା। ପାକିସ୍ତାନକୁ ଏହି ପ୍ରୟାସରେ ଚୀନର ସମର୍ଥନ ମିଳିଛି। ଶୁକ୍ରବାର ସକାଳ ୧୦ଟାରେ କାଶ୍ମୀର ପ୍ରସଙ୍ଗରେ ମିଳିତ ଜାତିସଂଘର ସୁରକ୍ଷା ପରିଷଦର ବନ୍ଦ କୋଠରୀରେ ଆଲୋଚନା ହେବ। ତେବେ କାଶ୍ମୀର ମାମଲାରେ ଭାରତ କେବେ ବି ଅନ୍ତରାଷ୍ଟ୍ରୀୟ ଦଖଲକୁ ମଞ୍ଜୁରୀ ଦେଇ ନାହିଁ। କାଶ୍ମୀର ପ୍ରସଙ୍ଗରେ ପାକିସ୍ଥାନର କୂଟନୀତି ବିଫଳ ହେଉଥିବାବେଳେ ଆଜିର ବୈଠକରେ ଏହି ପ୍ରସଙ୍ଗକୁ ନେଇ ୟୁଏନରେ ଆଲୋଚନା କିପରି ରହୁଛି, ତାହା ଦେଖିବାକୁ ବାକି ରହିଲା।
ସାରା ଦେଶରେ ସ୍ବାଧୀନତା ଦିବସ ସହ ରାକ୍ଷୀ ପୂର୍ଣ୍ଣିମା ମହା ଆଡମ୍ବରରେ ପାଳନ କରାଯାଉଛି । ରାକ୍ଷୀ ଅବସରରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଅତୀତର ସ୍ମୃତିଚାରଣ କରିଛନ୍ତି । ପ୍ରିୟଙ୍କା ନିଜ ଟୁଇଟର୍ରେ ଏକ ଫେଟା ସେୟାର୍ କରିଛନ୍ତି । ଯେଉଥିରେ ସେ ତାଙ୍କ ଭାଇ ରାହୁଲ୍ ଗାନ୍ଧିଙ୍କ ସହ ନଜର ଆସିଛନ୍ତି । ଏହି ଫଟୋଟି ତାଙ୍କ ପିଲାବେଳର ଫଟୋ । ପ୍ରିୟଙ୍କା ଏହି ଫଟୋକୁ ସେୟାର କରି ଲେଖିଛନ୍ତି – ‘ମୋତେ ଲାଗେ ଜିନିଷ ଯେତେ ପୁରୁଣା ହେଲେ ବି ବଦଳେ ନାହିଁ, କାରଣ, ଦୁନିଆର ସବୁଠୁ ଭଲ ହେଉଛନ୍ତି ମୋ’ ଭାଇ @ ରାହୁଲ୍ ଗାନ୍ଧି ।‘
ଅଗଷ୍ଟ ୧୫ରେ ଭାରତର ସ୍ବାଧୀନତା ଦିବସ ପାଳିତ ଅବସରରେ ପାକିସ୍ତାନରେ ମଧ୍ୟ ଗୁଞ୍ଜି ଉଠିଛି ସମବେତ ଜୟ ହିନ୍ଦ୍ ସ୍ବର। ପାକିସ୍ତାନର ବାଲୁଚିସ୍ତାନ ବାସିନ୍ଦା ଭାରତକୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କୁ ମୁକ୍ତ କରିବା ପାଇଁ ଅନୁରୋଧ କରିଛନ୍ତି। ୧୯୪୮ ମାର୍ଚ୍ଚ ୨୭ରେ ପାକିସ୍ତାନ ବାଲୁଚିସ୍ତାନକୁ ବଳପୂର୍ବକ ଅଧିକୃତ କରିଥିଲା। ସେବେଠାରୁ ଏଠାକାର ବାସିନ୍ଦା ପାକିସ୍ତାନରୁ ଅଲଗା ହେବା ପାଇଁ ସଂଗ୍ରାମ ଜାରି ରଖିଛନ୍ତି। ବାଲୁଚିସ୍ଥାନର ଗ୍ବାଦର ବନ୍ଦର ଇରାନ୍, ଭାରତ ଏବଂ ଆଫଗାନିସ୍ତାନ ମଝିରେ ରହିଛି। ପାକିସ୍ତାନ ନ ଯାଇ ସିଧା ଭାରତରୁ ଏହା ମଧ୍ୟ ଦେଇ ଆଫଗାନିସ୍ତାନରେ ପହଞ୍ଚିହେବ। ୧୯୪୭ ଅଗଷ୍ଟ ୧୧ରେ ବ୍ରିଟିଶ୍ କବଳରୁ ବାଲୁଚିସ୍ତାନକୁ ମୁକ୍ତି ମିଳିଥିଲା। ତେବେ ପାକିସ୍ତାନ ଏହି ଅଞ୍ଚଳକୁ ନିଜର ଅଂଶ ଭାବେ ଗ୍ରହଣ କରିଛି। ଏହି ଅଞ୍ଚଳ ଦୀର୍ଘ ସମୟ ଧରି ପାକିସ୍ତାନ ସରକାରଙ୍କ ଉପେକ୍ଷାର ଶିକାର ହେଉଥିବା କୁହାଯାଉଛି। ଏଠାକାର ବାସିନ୍ଦା ସ୍ବାଧୀନତା ପାଇଁ ପାକିସ୍ତାନ ବିରୋଧରେ ସଂଗ୍ରାମ…
ବଲିଉଡ୍ରେ ସତୁରୀ ଓ ଅଶୀ ଦଶକରେ ନିଜ ଚୁଲ୍ବୁଲ୍ ହସ ଦ୍ବାରା ରାଜ୍ କରୁଥିବା ଅଭିନେତ୍ରୀ ବିଦ୍ୟା ସିହ୍ନାଙ୍କର ଆଜି ପରଲୋକ ହୋଇଯାଇଛି । ଫୁସ୍ଫୁସ୍ ଓ ହୃଦରୋଗ ସମସ୍ୟାରେ ପୀଡିତ ଥିବା ବିଦ୍ୟା ଗୁରୁତର ଅବସ୍ଥାରେ ମୁମ୍ବାଇର କ୍ରିଟିକେୟାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଭେଣ୍ଟିଲେଟରରେ ଥିବା ସମୟରେ ଆଜି ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ୧୯୭୪ ମସିହାରେ ଫିଲ୍ମ ‘ରାଜା କାକା’ରେ କିରଣ କୁମାର୍ଙ୍କ ବିପକ୍ଷରେ ନଜର ଆସି ପ୍ରଥମେ ବଲିଉଡ୍ରେ ପାଦ ଦେଇଥିଲେ । କିନ୍ତୁ ‘ରଜନୀଗନ୍ଧା’ ଫିଲ୍ମରେ ସେ ପରିଚିତି ହାସଲ କରିଥିଲେ । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ରହିଥିଲେ ଅଭିନେତା ଅମୋଲ୍ ପାଲେକର୍ । ତାଙ୍କ ଅଭିନୀତ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ‘ଛୋଟୀ ସୀ ବାତ୍’, ‘ପତି ପତ୍ନୀ ଔର୍ ଓ୍ବ’, ‘ମୁକ୍ତି’, ମେରା ଜୀବନ୍, ଇନ୍କାର୍, କିତାବ୍, ମମତା, ସଫେଦ୍ ଝୁଟ୍, ମଗରୁର୍, ମିରା, ସ୍ବୟଂମ୍ବର, ସବୁତ୍, ପ୍ୟାରା…
୭୩ ତମ ସ୍ବାଧୀନତା ଦିବସ ଅବସରରେ ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଭାରତକୁ ସ୍ବାଧୀନତା ଦିବସର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶୁଭେଚ୍ଛା ଜଣାଇବା ସହିତ ଟୁଇଟ୍ରେ ଭାରତ ଓ ଇସ୍ରାଏଲ୍ରେ ବନ୍ଧୁତ୍ବ କଥା ମଧ୍ୟ ଉପସ୍ଥାପନ କରିଛନ୍ତି । ଭାରତ ଓ ଇସ୍ରାଏଲ୍ର ବନ୍ଧୁତ୍ବ ଖୁବ୍ ଦୃଢ । କେବଳ ସହଯୋଗୀ ରାଷ୍ଟ୍ର ରୂପେ ନୁହେଁ, ବରଂ ବିଭିନ୍ନ କାରଣ ପାଇଁ ଭାରତ ଓ ଇସ୍ରାଏଲ୍ର ବନ୍ଧୁତ୍ବ ବେଶ୍ ଗୁରୁତ୍ବପୂର୍ଣ୍ଣ । ସେହିପରି ଭାରତର ସ୍ବାଧୀନତା ଦିବସ ଅବସରରେ ରୁଷ୍ର ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ମୋ’ ସରକାର କାର୍ଯ୍ୟକ୍ରମକୁ କଂଗ୍ରେସ ମଧ୍ୟ ତୀବ୍ର ସମାଲୋଚନା କରିଛି । କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହା ସରକାରଙ୍କ ଏକ ପ୍ରହସନ । ଥାନାରେ ଦୁର୍ନୀତି ଭର୍ତ୍ତି ହୋଇଥିବାବେଳେ ମେଡ଼ିକାଲରେ ଭିତ୍ତିଭୂମି ନାହିଁ । ଏପରି ସ୍ଥିତିରେ ଯୋଜନା କିପରି କାର୍ଯ୍ୟକାରୀ ହେବ ବୋଲି ପ୍ରଶ୍ନ କରିଛନ୍ତି ସୁର ରାଉତରାୟ । ସେହିପରି ଏହି ଯୋଜନା ସମ୍ପର୍କରେ ଏଆଇସିସି ସମ୍ପାଦକ ଶରତ ରାଉତ ପ୍ରତିକ୍ରିୟା ରଖିଛନ୍ତି । ମୋ’ ସରକାର କାର୍ଯ୍ୟକ୍ରମକୁ ସ୍ବାଗତ କରିବା ସହିତ, ଏହାର କାର୍ଯ୍ୟକାରିତାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ଶରତ । ମୁଖ୍ୟମନ୍ତ୍ରୀଙ୍କ ସଦ୍ଭାବନା ଆସିଛି, ଏଥର ଲୋକଙ୍କ ସମସ୍ୟା ବୁଝିବେ । କିନ୍ତୁ ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜ୍ଞାନ, ଗରିମା ଓ ଧ୍ୟାନ ନାହିଁ ବୋଲି କହିଛନ୍ତି ଶରତ । ସେହିପରି କଂଗ୍ରେସ ଦଳ ସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, କଂଗ୍ରେସକୁ ଆଉ…
ରାଜ୍ୟ ସରକାରଙ୍କ ‘ମୋ’ ସରକାର’ ଯୋଜନା ପ୍ରସଙ୍ଗକୁ ନେଇ ବିଜେପି ଅଭିଯୋଗ କରିବା ପରେ ଏହା ଉପରେ ଜବାବ ରଖିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ମିଛ କହିନାହାନ୍ତି, ବରଂ ବିରୋଧୀଙ୍କୁ ଏହା ମିଛ ଲାଗୁଛି ବୋଲି କହିଛନ୍ତି ପ୍ରମିଳା । ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାହା ଅଭିଯୋଗ ଆସେ, ତାହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଥା’ନ୍ତି । ଏବେ ବିରୋଧୀ ଦେଖନ୍ତୁ ଏହି ଯୋଜନାର କିପରି ଗାଁ ଗହଳିର ଲୋକମାନେ ଲାଭ ଉଠାଉଛନ୍ତି । ସେହିପରି ଥାନା, ବ୍ଲକ୍ ଓ ତହସିଲ ସ୍ତରରୁ ଯାହା ଅଭିଯୋଗ, ତାହାର ସମାଧାନ ମୁଖ୍ୟମନ୍ତ୍ରୀ କରନ୍ତି । ସେହିପରି ପ୍ରଶାସନିକ ସ୍ତରରେ ଆବଶ୍ୟକତା ଦୃଷ୍ଟିରୁ ନିଯୁକ୍ତି ନେଇ ପଦେକ୍ଷପ ନିଅନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଅଜ୍ଞାତରେ କୌଣସି ନିର୍ଦ୍ଦେଶ ଅଫିସରଙ୍କ ପାଖକୁ ଯାଏନି ବୋଲି କହିଛନ୍ତି ପ୍ରମିଳା ।
ରାଜ୍ୟସରକାରଙ୍କ ମୋ’ ସରକାର କାର୍ଯ୍ୟକ୍ରମକୁ ବିଜେପିର ତୀବ୍ର ସମାଲୋଚନା । ମୋ’ ସରକାର ଏକ ହାସ୍ୟାସ୍ପଦ କଥା, ମିଛ କହିବା ବନ୍ଦ କରନ୍ତୁ ମୁଖ୍ୟମନ୍ତ୍ରୀ ବୋଲି ଦାବି କରିଛି ବିଜେପି । ଅଭିଯୋଗ ଶୁଣିବାକୁ ଯାହାର ଧୈର୍ଯ୍ୟ ନାହିଁ ସେ ଫୋନ୍ରେ କ’ଣ ସମସ୍ୟା ବୁଝିବେ । ଯାହାର କଥା କହିବାର ଦକ୍ଷତା ନାହିଁ ସେ ଫୋନ୍ରେ କ’ଣ ସମସ୍ୟା ବୁଝିବେ ବୋଲି କହିଛନ୍ତି ବିଜେପିର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ଆଜି ୭୩ତମ ସ୍ବାଧୀନତା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଉଦ୍ବୋଧନ ଦେଇ ‘ମୋ ସରକାର’ ଯୋଜନା ଆରମ୍ଭ କରାଯିବ ବୋଲି କହିଥିଲେ । ଏହି ଯୋଜନାକୁ ଟାର୍ଗେଟ୍ କରିଛି ବିଜେପି । ସେହିପରି ସରକାରୀ କର୍ମଚାରୀଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ଅଫିସରଙ୍କ ସ୍ବେଚ୍ଛାକୃତ ଅବସରକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛି ବିଜେପି । ପୂର୍ବରୁ ଏଭଳି ହେଉନଥିଲା, ୨୦ ବର୍ଷ ହେଲାଣି ଏଭଳି ହେଉଛି । ତୃତୀୟ ମହଲାର…
ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ମହଗାଁ-ଗୋଡ଼ାଲରେ ଏକ ଦୁଃଖଦ ଘଟଣା ଘଟିଛି। ଗାଁ ନିକଟସ୍ଥ ନାଳରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ସୁଧିର ବିରୁଆ ଓ ଟୁବୁଲିଆ ବିରୁଆ। ସେମାନଙ୍କ ଘର ଝାରଖଣ୍ଡରେ। ସୂଚନା ଅନୁସାରେ, ସିନାପାଲି ବ୍ଲକ୍ ଅଞ୍ଚଳରେ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍ ଖମ୍ବ ପୋତା କାମ କରିବାକୁ ଏକ ଠିକା ସଂସ୍ଥା ଦ୍ୱାରା ଝାରଖଣ୍ଡର ଶ୍ରମିକମାନଙ୍କୁ ନିୟୋଜିତ କରାଯାଇଥିଲା। ତେବେ ଆଜି ସକାଳେ ନିକଟସ୍ଥ ନାଳକୁ ଗାଧୋଇବାକୁ ଯାଇଥିଲେ।ହଠାତ୍ ପାଦ ଖସି ଯିବାରୁ ସୁଧିର ବୁଡ଼ି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଟୁବୁଲିଆ ମଧ୍ୟ ପାଣିରେ ବୁଡ଼ି ଯାଇଥିଲେ। ଖବର ପାଇ ଦମକଳ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ହେଲେ ସେତେବେଳକୁ ଉଭୟଙ୍କ ମୃତ୍ୟୁ ହୋଇ ସାରିଥିଲା।

