Author: Samikhsya Bureau

ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ ଓ ଭଉଣୀଙ୍କର ପବିତ୍ର ଦିନଟିଏ । ଭଉଣୀଟିଏ ସୁରକ୍ଷା ପାଇଁ ଏକ ଡୋରି ଟାଣି ଦିଏ ଭାଇର ହାତରେ । ସୁରକ୍ଷାର ରକ୍ଷାସୂତ୍ର ହେଉଛି ରକ୍ଷା ବନ୍ଧନ । ଭାଇ ଓ ଭଉଣୀଙ୍କର ପବିତ୍ର ସମ୍ପର୍କ ହେଉଛି ଏହି ରାକ୍ଷୀ ପୂର୍ଣ୍ଣିମା । ସହରଠାରୁ ଗ୍ରାମ ସବୁଠି ଏହି ପର୍ବ ବେଶ୍‌ ଆଡମ୍ବର ସହକାରେ ପାଳନ କରାଯାଉଛି ।  ଆଜି ଉତ୍ତର ପ୍ରଦେଶରେ ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହାତରେ ରାଖୀ ବାନ୍ଧିଛନ୍ତି। ସକାଳୁ ସକାଳୁ ଆନନ୍ଦିବେନ୍‌ ଯୋଗୀ ଆଦିତ୍ୟନାଥଙ୍କ ଘରେ ପହଞ୍ଚି ତାଙ୍କୁ ରାଖୀ ବାନ୍ଧିଥିଲେ। ସୀମାରେ ମଧ୍ୟ ଯବାନ୍‌ମାନଙ୍କ ହାତରେ ମହିଳାମାନେ ରାଖି ବାନ୍ଧିଛନ୍ତି ।

Read More

ରାଖୀ ପୁର୍ଣ୍ଣିମା ସାରା ଦେଶରେ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରେ ତାଙ୍କ ପାକିସ୍ତାନୀ ବଂଶୋଦ୍ଭବ ଉଭଣୀ କମାର ମୋହସିନ ଶେଖ ରାକ୍ଷୀ ବାନ୍ଧିଛନ୍ତି। ଏହି ସମୟରେ ସେ ମୋଦିଙ୍କୁ ଏକ ବଡ଼ ପେଣ୍ଟିଂ ଉପହାର ଆକାରରେ ଦେଇଥିବା ଜଣାପଡ଼ିଛି। କମାର ମୋହସିନ ଶେଖ ପାକିସ୍ତାନୀର କରାଚିରେ ରହୁଥିଲେ। କିନ୍ତୁ ସେ ଭାରତରେ ବିବାହ କରିଛନ୍ତି। ତାଙ୍କ ସ୍ୱାମୀ ଜଣେ ପେଣ୍ଟର। ବାହାଘର ପରେ ସେ ଭାରତ ଚାଲି ଆସିଥିଲେ ଏବଂ ସେବେଠାରୁ ଗୁଜରାଟର ଅହମଦାବାଦରେ ରହୁଛନ୍ତି।

Read More

ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବଢୁଥିବାରୁ ପର୍ଯ୍ୟାୟ କ୍ରମେ ଗୁରୁବାର ୧୬ଟି ଗେଟ ଖୋଲାଯାଇ ମହାନଦୀକୁ ବନ୍ୟାଜଳ ଛଡ଼ାଯାଇଛି। ମହାନଦୀର ଜଳସ୍ତର କ୍ରମାଗତ ଭାବେ ବଢୁଥିବାରୁ ପୂର୍ବାହ୍ନ ୧୧ଟା ୩୦ପରେ ଗେଟ ଖୋଲିବା ଆରମ୍ଭ ହୋଇଥିଲା। ଏଥିଯୋଗୁ ମହାନଦୀ ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି। ସୂଚନାଯୋଗ୍ୟ, ବୁଧବାର ହୀରାକୁଦ ଡ୍ୟାମର ଗୋଟିଏ ଗେଟ ଖୋଲାଯାଇଥିଲା। ପୂର୍ବାହ୍ନ ୧୧ଟା ୩୦ରେ ୭ ନମ୍ବର ଗେଟ ଖୋଲାଯାଇଥିବାବେଳେ ଅପରାହ୍ନ ୨ଟାରେ ଏହାକୁ ବନ୍ଦ କରି ଦିଆଯାଇଥିଲା। ହେଲେ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବଢୁଥିବାରୁ ପର୍ଯ୍ୟାୟ କ୍ରମେ ୧୬ଟି ଗେଟ ଖୋଲାଯାଇ ମହାନଦୀକୁ ବନ୍ୟାଜଳ ଛଡ଼ାଯାଉଛି।

Read More

ଜଳେଶ୍ୱର ରାଜପୁରରେ ଏକ ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି । ଚିକିତ୍ସା ସମୟରେ ଜଣେ ଜୀବିତ ବାଳକକୁ ମୃତ ଘୋଷଣା କରିବାରୁ ଗୋପୀକିଶନ ଭଟ୍ଟର ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ସୃଷ୍ଟି ହୋଇଛି । ଉତ୍ତ୍ୟକ୍ତ ଲୋକମାନେ ହସ୍ପିଟାଲ ଦାୟିତ୍ୱରେ ଥିବା ଡାକ୍ତରଙ୍କ ଘର ଉପରକୁ ଢେଲାମାଡ କରି ରାସ୍ତାରୋକ କରିଛନ୍ତି ।  ଜଳେଶ୍ୱର ରାଜପୁରରୁ ଚିକିତ୍ସା ପାଇଁ ବାଳକ ଜଣକ ଯାଇଥିଲେ । ସେଠାରେ ଚିକିତ୍ସା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘରେ ପହଞ୍ଚିବା ପରେ ବାଳକ ବଞ୍ଚିଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ ।

Read More

ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ୱାଧୀନତା ଦିବସ ଓ ରକ୍ଷାବନ୍ଧନ ଅବସରରେ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ଅକ୍ଟୋବର ୨୯ରୁ ଦିଲ୍ଲୀର ସମସ୍ତ ସରକାରୀ ବସ୍‌ରେ ମହିଳାମାନେ ମାଗଣାରେ ଯାତ୍ରା କରିପାରିବେ ବୋଲି କେଜ୍ରିୱାଲ ଘୋଷଣା କରିଛନ୍ତି। ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭଉଣୀମାନଙ୍କୁ ବଡ଼ ଉପହାର ଦେଇଛନ୍ତି କେଜ୍ରିଓ୍ବାଲ ।  ଆସନ୍ତା ଅକ୍ଟୋବର ୨୯ରୁ ମହିଳାମାନେ ମାଗଣାରେ ସମସ୍ତ ଡିଟିସି ଓ କ୍ଲଷ୍ଟର ବସ୍‌ରେ ମାଗଣାରେ ଯାତ୍ରା କରିପାରିବେ। ସେମାନଙ୍କ ସୁରକ୍ଷା ପାଇଁ ଆପ୍‌ ସରକାର ସବୁ ପ୍ରକାରର ବ୍ୟବସ୍ଥା କରିବେ ବୋଲି କହିଛନ୍ତି । ଦିଲ୍ଲୀ ବିଧାନସଭା ନିର୍ବାଚନ ଆଗକୁ ଥିବାର ଦିଲ୍ଲୀବାସୀଙ୍କ ପାଇଁ କେଜ୍ରିଓ୍ବାଲ୍‌ ବହୁ ଲୋକପ୍ରିୟ ଘୋଷଣା କରିଛନ୍ତି । ପୂର୍ବରୁ ସରକାର  ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ବ୍ୟୟକୁ ଦେୟମୁକ୍ତ କରିଥିବାବେଳେ ୧୧ ହଜାର ଓ୍ବାଇ-ଫାଇ୍‌ ସ୍ପଟ୍‌  ଲଗାଇବାର ଯୋଜନା ରଖିଛନ୍ତି ।

Read More

ଗୁଗୁଲ୍‌ ଆଜି ପାଳନ କରୁଛି ୭୩ତମ ସ୍ବାଧୀନତା ଦିବସ । ଏକ ସୁନ୍ଦର ଡୁଡୁଲ୍‌ ମାଧ୍ୟମରେ ଦେଶବାସୀଙ୍କ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଛି ।  ଏଥିରେ ଶିକ୍ଷା, କଳା, ଶକ୍ତି ଓ କରୁଣାକୁ ପ୍ରଦର୍ଶିତ କରାଯାଇଛି । ଏଥିର ସଂସଦ ଭବନ, ଇସ୍ରୋର ମିଶନ ମଙ୍ଗଳ, ମେଟ୍ରୋ ଟ୍ରେନ୍‌, ଭାରତୀୟ ଟେକ୍ସଟାଇଲ୍‌, ବନ୍ୟଜନ୍ତୁ ଓ ବିଭିନ୍ନତା ଭିତରେ ଏକତା ଓ ଭାରତର ସଂସ୍କୃତିକୁ ସ୍ଥାନିତ କରାଯାଇଛି । ଶୈବାଳିନୀ କୁମାର ଏହି ଡୁଡୁଲ୍‌କୁ ତିଆରି କରିଛନ୍ତି। ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ସ୍ବାଧୀନତା ପାଇଥିଲା ।

Read More

ମୁଖ ଶାସନ ସଚିବ ହେଲେ ଅସିତ୍‌ ତ୍ରିପାଠୀ । ୧୯୮୬ ବ୍ୟାଚ୍‌ର ଆଇଏଏସ୍‌ ଅଫିର ଅସିତ୍‌ ତ୍ରିପାଠୀ ଉନ୍ନୟନ କମିଶନ ଓ ଗୃହ ବିଭାଗର ଅତିରିକ୍ତ ଦାୟିତ୍ବରେ ରହିଥିଲେ। ଆଦିତ୍ୟ ପାଢୀଙ୍କ ପଦବୀରେ ଅସିତ୍‌ ତ୍ରିପାଠୀ ଅବସ୍ଥାପିତ ହୋଇଛନ୍ତି । ଆଦିତ୍ୟ ପ୍ରସାଦ ପାଢୀ ରାଜ୍ୟ ନିର୍ବାଚନ କମିଶନର ହେବା ପରେ ଗତକାଲି  ନିଜ ପଦବୀରୁ ସ୍ବେଚ୍ଛାକୃତ ଅବସର ନେଇଛନ୍ତି ।   ସେହିପରି ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଉନ୍ନୟନ କମିଶନର ଭାବେ ଦାୟିତ୍ବ ଦିଆଯାଇଥିବାବେଳେ ଶ୍ରୀଜଗନ୍ନାଥ ମନ୍ଦିରର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ଆର୍‌, ବାଲାକ୍ରିଷ୍ଣନ୍‌ଙ୍କୁ ସିଏମ୍‌ଓ ପରାମର୍ଶଦାତା, କ୍ରିଷ୍ଣନ୍‌ କୁମାରଙ୍କୁ  ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ  ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।  ଆସନ୍ତା ୧୯ ତାରିଖରୁ ଏହି ନୂତନ ନିଯୁକ୍ତି କାର୍ଯ୍ୟକାରୀ  ହେବ ।

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୩ତମ ସ୍ୱାଧୀନତା ଦିବସ ଉପଲକ୍ଷେ ନୂଆଦିଲ୍ଲୀର ଲାଲକିଲ୍ଲାଠାରେ ପତାକା ଉତ୍ତୋଳନ କରିଛନ୍ତି । ଏହା ସହ ସେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ମୋଦୀ ଏକ ବଡ ଘୋଷଣା କରିଛନ୍ତି । ଏବେ ଦେଶରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ରହିବେ । ଏହି ଏସ୍‌ଡିଏସ୍‌ ତିନି ସେନା ବାହିନୀ-ସ୍ଥଳ ସେନା, ବାୟୁସେନା ଓ ନୌସେନା ମଧ୍ୟରେ ସମନ୍ୱୟ ରକ୍ଷା କରିବ। ଏଥିସହ ଏମାନଙ୍କୁ ଉପଯୁକ୍ତ ନେତୃତ୍ୱ ପ୍ରଦାନ କରିବ। ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜଳ, ସ୍ଥଳ, ବାୟୁସେନା ସହ ମିଶି କାମ କରିବ । ଏହି ନୂତନ ବ୍ୟବସ୍ଥା ଦ୍ୱାରା ଦେଶର ଶକ୍ତି ବଢିବ । ଏହାଦ୍ୱାରା ସେନାର ତିନି ଅଙ୍ଗରେ କାମ କରିବା ଖୁବ୍ ସହଜ ହେବ ।

Read More

ଆଜି  ଖୋଲାଯିବ  ହୀରାକୁଦ ଡ୍ୟାମ୍‌ର 16 ଟି ଗେଟ୍‌  । ମହାନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ୁଥିବାରୁ ପୂର୍ବାହ୍ନ 11.30 ପରେ ଗେଟ୍‌ ଖୋଲିବା ଆରମ୍ଭ ହେବ ବୋଲି ଜଣାଇଛନ୍ତି  ଡ୍ୟାମ୍‌ କର୍ତ୍ତୃପକ୍ଷ। ଏଥିଯୋଗୁ ମହାନଦୀ ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଗତ କାଲି ହୀରାକୁଦ ଡ୍ୟାମ୍‌ର ଗୋଟିଏ ଗେଟ୍‌ ଖୋଲାଯାଇଥିଲା ।  ଗତ କାଲି  ପୂର୍ବାହ୍ନ 11.30 ରେ 7 ନମ୍ବର ଗେଟ୍‌ ଖୋଲାଯାଇଥିବା ବେଳେ ଅପରାହ୍ନ 2ଟାରେ ଏହାକୁ ବନ୍ଦ କରି ଦିଆଯାଇଥିଲା। ହେଲେ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବଢୁଥିବାରୁ ପର୍ଯ୍ୟାୟ କ୍ରମେ ଆଜି 16ଟି ଗେଟ୍‌ ଖୋଲାଯାଇ ମହାନଦୀକୁ ବନ୍ୟାଜଳ ଛଡ଼ାଯିବ। ହୀରାକୁଦ କଣ୍ଟ୍ରୋଲ୍‌ ରୁମ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇ ଗତକାଲି ରାତି ସୁଦ୍ଧା 612.23  ଫୁଟ୍‌ରେ ପହଞ୍ଚିଛି । ଜଳଭଣ୍ଡାରକୁ 2 ଲକ୍ଷ 57 ହଜାର 659 କ୍ୟୁସେକ୍‌…

Read More

ସମୀକ୍ଷା ବ୍ୟୁରୋ ଆପଣଙ୍କ ସରକାର ଆପଣଙ୍କ ପାଖରେ ପହଁଚିବ। ଆପଣଙ୍କର ସମସ୍ୟା ସଂପର୍କରେ ଅଫିସରମାନେ ଫୋନ କରି ପଚାରିବେ। ରାଜ୍ୟରେ ଖୁବ୍ ଶିଘ୍ର ଆରମ୍ଭ ହେବ “ମୋ ସରକାର ଯୋଜନା”। ସ୍ବାଧିନତା ଦିବସ ଅବସରରେ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ପରେଡରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜାତୀୟ ପତାକା ଉତ୍ତୋଳନ ପରେ ସେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ଏହା କହିଛନ୍ତି। ଏ ସରକାର ହେଉଛି ଲୋକଙ୍କ ସରକାର, ଲୋକଙ୍କ ଦ୍ବାରା ଏ ସରକାର ହୋଇଛି। ତେଣୁ ସେହି ଲେକଙ୍କ କଥା ବୁଝିବାକୁ ସରକାରଙ୍କ ପାଖକୁ ଆଉ ଲୋକେ ଆସିବେ ନାହିଁ। ସେମାନଙ୍କ କଥା ବୁଝିବାକୁ ଅଫିସରମାନେ ଫୋନ କରି ବୁଝିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ଥାନାରୁ ଏହି ଯୋଜନା ଆରମ୍ଭ ହେବ। ପୋଲିସ ଅଧିକାରୀ ଲୋକଙ୍କୁ ଫୋନ କରି କେମିତି ଅଛନ୍ତି କିପରି ଅଛନ୍ତି ବୁଝିବେ। ଏହାପରେ ଅକ୍ଟୋବର 2 ଗାନ୍ଧୀ ଜୟନ୍ତରୁ…

Read More

ଭାରତ ୭୩ତମ ସ୍ୱାଧୀନତା ଦିବସ ପାଳନ କରିବା ପୂର୍ବରୁ ବୁଧବାର ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ଶୃଙ୍ଖଳାକୁ ୨-୦ରେ ଜିତିଛି। ତୃତୀୟ ତଥା ଶେଷ ଦିନିକିଆକୁ ଭାରତ ୬ ୱିକେଟରେ ବିଜୟୀ ହୋଇଛି । ଏଥି ସହିତ ଭାରତୀୟ ଟିମ ୱେଷ୍ଟଇଣ୍ଡିଜ ବିପକ୍ଷରେ ବିଜୟ ଅଭିଯାନ ଜାରି ରଖିଛି । ଟି-୨୦ ପରେ ଦିନିକିଆ ସିରିଜକୁ ମଧ୍ୟ ନିଜ ନାମରେ କରିଛି । ବିରାଟ କୋହଲି (୧୧୪)ଙ୍କ ସହିତ ଶ୍ରେୟସ ଆୟର ଭଲ ପାର୍ଟନରଶିପ କରିଥିଲେ । ଆୟର ୪୧ଟି ବଲ ଖେଳି ୬୫ ରନ ଯୋଡ଼ିଥିଲେ । ଶିଖର ଧାଓ୍ବନ ଓ ଋଷଭ ପନ୍ତଙ୍କୁ ଗୋଟିଏ ଓଭରରେ ହରାଇଥିଲା । ଏଭଳି ଏକ ବିପର୍ଯ୍ୟୟ ସମୟରେ କୋହଲି ଓ ଆୟର ୧୨୦ ରନ ଭାଗିଦାରୀ ହୋଇଥିଲେ । କୋହଲିଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଓ ମ୍ୟାନ ଅଫ ଦ ସିରିଜି ପୁରସ୍କାର ଦିଆଯାଇଥିଲା । ରୋହିତ ଶର୍ମା ଆଉଟ ହେବା ପରେ ଭାରତକୁ…

Read More

କେଦାର ମିଶ୍ର କଥାଟି ବର୍ତ୍ତମାନ ପାଇଁ ଅସମ୍ଭବ ମନେ ହେଉଥିଲେ ମଧ୍ୟ ଭିତ୍ତିହୀନ ନୁହେଁ। ଓଡିଶାରେ ବିଜୁ ଜନତା ଦଳ ଭିତରେ ଏକ ବଡ ଧରଣର ବିଭାଜନ ସୃଷ୍ଟି କରିବାକୁ ବିଜେପି ତରଫରୁ ଏକ ଦୀର୍ଘସୂତ୍ରୀ ଯୋଜନା ଆରମ୍ଭ ହୋଇଛି। ଯଦିଓ ବିଧାନସଭାରେ ବିଜେପିର ମାତ୍ର ୨୩ ଜଣ ବିଧାୟକ ରହିଛନ୍ତି, ତଥାପି ବିଜେଡିରେ ବିରାଟ ବିଭାଜନ ସୃଷ୍ଟି କରି ଓଡିଶା ଦଖଲ କରିବାକୁ ବିଜେପି ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନ ଜରିଆରେ ବିଜେଡ଼ିର ପ୍ରାୟ ୫୨ ଜଣ ଅସନ୍ତୁଷ୍ଟ ବିଧାୟକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ବିଭିନ୍ନ ଉପାୟରେ ଘରଭେଦୀ ହେବାକୁ ପ୍ରବର୍ତ୍ତାଯାଉଛି। ଉତ୍ତର ପୂର୍ବ ରାଜ୍ୟ ସିକିମରେ ବିଜେପି ଯାହା କରିଛି, ଓଡିଶାରେ ଠିକ ତାହାର ପୁନରାବୃତ୍ତି ହୋଇ ପାରିବ ବୋଲି, ବିଜେପି ଆଶା କରୁଛି। ଗତ ଏପ୍ରିଲ ମାସରେ ସିକିମରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ଗୋଟିଏ ଆସନ ଜିତି ନଥିବା…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦେଶର ଜନତାଙ୍କୁ ସ୍ୱାଧୀନତା ଦିବସ ଓ ରକ୍ଷାବନ୍ଧନର ଅଭିନନନ୍ଦନ ଜଣାଇଛନ୍ତି । ମୋଦି ନିଜର ଟୁଇଟର ଆକାଉଣ୍ଟରେ ଦେଶର କୋଟି କୋଟି ଜନତାଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ୭୩ତମ ସ୍ୱାଧୀନତା ଦିବସ ସମାରୋହ ଅବସରରେ ଆଜି ଲାଲକିଲ୍ଲାରେ ତ୍ରିରଙ୍ଗା ଉଡାଇବେ । ଏଥି ସହିତ ମୋଦି ଏଠାରୁ ଦେଶର ଜନତାକୁ ସମ୍ବୋଧିତ କରିବେ । ଲାଲକିଲ୍ଲାରୁ ମୋଦି ୬ଷ୍ଠ ଥର ପାଇଁ ଗୁରୁବାର ସମ୍ବୋଧିତ କରୁଛନ୍ତି । ଏହି ଅବସରରେ ମୋଦିଙ୍କ ସହିତ ଭାରତୀୟ ବାୟୁସେନାର ୩ ଜଣ ମହିଳା ଅଧିକାରୀ ଉପସ୍ଥିତ ରହିବେ । ଫ୍ଲାଇଙ୍ଗ ଅଫିସର ପ୍ରୀତମ ସାଙ୍ଗୱାନ ମୋଦିଙ୍କୁ ଜାତୀୟ ପତାକା ଉଡାଇବାରେ ସାହାଯ୍ୟ କରିବେ । ଫ୍ଲାଇଟ ଲେଫ୍ଟନାଣ୍ଟ ଜ୍ୟୋତି ଯାଦବ ଓ ପ୍ଲାଇଟ ଲେଫ୍ଟନାଣ୍ଟ ମାନସୀ ଗେଦା ମୋଦିଙ୍କ ଉଭୟ ପାଶ୍ୱର୍ରେ ମୁତୟନ ରହିବେ । ସୂଚନାଯୋଗ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୬…

Read More

ଜାମ୍ମୁ-କାଶ୍ମୀରକୁ ସ୍ଵତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ର ଅଧିକାଂଶ ପ୍ରାବଧାନକୁ ହଟାଯିବା ଭାରତର ବଡ଼ ନିଷ୍ପତ୍ତି ପରେ ପାକିସ୍ତାନ ହତାଶ ହୋଇ ପଡ଼ିଛି । ସବୁ ମୋର୍ଚ୍ଚାରେ ବିଫଳ ହେବା ପରେ ପାକିସ୍ତାନ ଏବେ ଆତଙ୍କବାଦୀଙ୍କୁ ସୀମାରେ ଅନୁପ୍ରବେଶ କରାଇ ଜାମ୍ମୁ-କାଶ୍ମୀରରେ ହିଂସା ଭିଆଇବାକୁ ଉଦ୍ୟମ ଚଳାଇଛି । ମାତ୍ର ଭାରତୀୟ ସୁରକ୍ଷାବଳଙ୍କ ସତର୍କତା ଯୋଗୁଁ ପାକିସ୍ତାନର ଏହି ହୀନ ଚକ୍ରାନ୍ତ ସଫଳ ହୋଇ ପାରିନାହିଁ । ସେନା ସୂତ୍ର ମୁତାବକ ପାକିସ୍ତାନୀ ସେନା ଦ୍ଵାରା ମଙ୍ଗଳବାର ରାତିରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାର ବଡ଼ ଚକ୍ରାନ୍ତକୁ ପଣ୍ଡ କରିଛନ୍ତି । ସୂତ୍ର ମୁତାବକ ମଙ୍ଗଳବାର ରାତିରେ ଜାମ୍ମୁ-କାଶ୍ମୀରର ଉରି ସେକ୍ଟରରେ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ସେମାନଙ୍କୁ ଅନୁପ୍ରବେଶ କରାଇବା ପାଇଁ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ବିପୁଳ ପରିମାଣରେ ଗୁଳିବର୍ଷଣ କରିଥିଲେ । କୁହାଯାଉଛି ଯେ, ପାକିସ୍ତାନୀ ସେନା ଆତଙ୍କବାଦୀଙ୍କ ଏକ ଗୋଷ୍ଠୀକୁ ଭାରତୀୟ ସୀମାରେ ଅନୁପ୍ରବେଶ…

Read More

ମୋର ପ୍ରିୟ ଦେଶବାସୀ, (୧) ୭୩ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ମୁଁ ଆପଣମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ଦେଶବିଦେଶରେ ରହୁଥିବା ଭାରତମାତାର ସବୁ ସନ୍ତାନଙ୍କ ପାଇଁ ଏକ ଖୁସି ଓ ଆବେଗର ଦିବସ । ଦେଶମାତୃକାକୁ ବିଦେଶୀ ଶାସନରୁ ମୁକ୍ତ କରିବା ପାଇଁ ଯେଉଁ ଅସଂଖ୍ୟ ସ୍ୱାଧୀନତା ସଂଗ୍ରାମୀ ଓ ବିପ୍ଳବୀ ଅଦମ୍ୟ ସଂଘର୍ଷ, ସାହସ ଏବଂ ନିଷ୍ଠା ପ୍ରଦର୍ଶନ ପୂର୍ବକ ଚରମ ବଳିଦାନ ଦେଇଛନ୍ତି ଏହି ଅବସରରେ ଆମେ କୃତଜ୍ଞତାର ସହ ସେମାନଙ୍କୁ ସ୍ମରଣ କରୁଛୁ । (୨) ଦେଶର ଏକ ଘଡ଼ିସନ୍ଧି ମୁହୂର୍ତରେ ସ୍ୱାଧୀନ ଭାରତର ୭୨ବର୍ଷ ଆମେ ପୂର୍ଣ୍ଣ କରିବାକୁ ଯାଉଛୁ । ଆଉ କେଇ ସପ୍ତାହ ପରେ ଅକ୍ଟୋବର ୨ ତାରିଖରେ ଆମେ ଆମ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରିବା । ସେ ଦେଶମାତୃକାର ମୁକ୍ତି କ୍ଷେତ୍ରରେ ଆଲୋକବର୍ତିକା ଥିଲେ । ସ୍ୱାଧୀନତା ହାସଲରେ ସଫଳତା ଏବଂ ସକଳ…

Read More

ପହଲୁ ଖାନ୍‌ ଗୋଷ୍ଠୀ ହତ୍ୟା ମାମଲାରେ ଆଜି ଅଲବର୍‌ ଜିଲ୍ଲା ନ୍ୟାୟାଳୟ ଶୁଣାଣୀ କରିଛନ୍ତି । ଅଦାଲତ ଏହି ମାମଲାରେ ଥିବା ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ୨୦୧୭ରେ ହୋଇଥିବା ଗୋ ତସ୍କରୀ ସନ୍ଦେହରେ ପହୁଲ୍‌ ଖାନ୍‌କୁ ପିଟି ପିଟି କରି ଭିଡ ହତ୍ୟା କରାଯାଇଥିଲା ।  ଏହି ମାମଲାରେ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତଙ୍କ ଭିତରେ ଦୁଇଜଣ ନାବାଳକ ରହିଥିଲେ । ତେବେ ନାବାଳକଙ୍କ ଅଭିଯୋଗର ଶୁଣାଣି ଜୁଭେନାଇଲ୍‌ କୋର୍ଟରେ ହେଉଛି। ତେବେ ପ୍ରମାଣ ଅଭାବରୁ ଏହି ମାମଲାରେ ସମସ୍ତେ ମୁକ୍ତି ପାଇଛନ୍ତି। ୫୦ ବର୍ଷୀୟ ପେହଲୁ ଖାନ, ତାଙ୍କର ଦୁଇ ପୁଅ ଓ ଆଉ କିଛି ସହଯୋଗୀ ଗୋ-ମାଂସ ଚାଲାଣା କରୁଥିବା ଅଭିଯୋଗ ହୋଇଥିଲା।  ୨୦୧୯ରେ ସାରା ଭାରତବର୍ଷରେ ଗୋସୁରକ୍ଷା ନାମରେ ପାଖାପାଖି ୮ଟି  ହିଂସାକାଣ୍ଡ ଘଟିଛି । କେବଳ ହରିୟାଣା ନୁହେଁ, କର୍ଣ୍ଣାଟକ, ଆସାମ, ଝାରଖଣ୍ଡ, ମଧ୍ୟପ୍ରଦେଶ, ୟୁପି ଓ ବିହାର ଆଦି…

Read More

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତ ଓ ଚୀନ୍‌ ପ୍ରତି କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ଭାରତ ଓ ଚୀନ୍‌ ଏବେ ବିକାଶଶୀଳ ରାଷ୍ଟ୍ର ନୁହଁନ୍ତି ବରଂ ବିକଶିତ ରାଷ୍ଟ୍ର । କିନ୍ତୁ ସେମାନେ ବିଶ୍ବ ବ୍ୟବସାୟ ସଂଗଠନ (ଡବ୍ଲୁଟିଓ) ଟ୍ୟାଗ୍‌ ପାଇ ବହୁ ସୁବିଧା ହାସଲ କରୁଛନ୍ତି । ଏହି ଟ୍ୟାଗ୍‌ ପାଇଥିବା ଦେଶ ନିଜ ଇଚ୍ଛା ଅନୁସାରେ ସୀମା ଶୁଳ୍କ ଓ ଅନ୍ୟାନ୍ୟ ଟିକ୍ସ ବିଦେଶ ରାଷ୍ଟ୍ରର ସାମଗ୍ରୀ ଓ ଦ୍ରବ୍ୟ ଉପରେ ଲଗାଇ ପାରିବେ ।   ଟ୍ରମ୍ପ୍‌ ଦାବି କରି କହିଛନ୍ତି ଯେ, ସେ ଏବେ ଏହାକୁ ଆଗକୁ ହେବାକୁ ଦେବେନି ଏବଂ ଏହି ଟ୍ୟାଗ୍‌ ହଟାଯିବ ବୋଲି କହିଛନ୍ତି ।  ଟ୍ରମ୍ପ୍‌ ଆମେରିକାର ଉତ୍ପାଦ ଉପରେ ଅଧିକ ହାର ଶୁକ୍ଳ ଲାଗୁ କରିବା ନେଇ ଅନେକ ଥର ଭାରତକୁ ସମାଲୋଚନା କରିଛନ୍ତି । ସେହିପରି ବର୍ତ୍ତମାନ ଚୀନ ଓ ଆମେରିକା ମଧ୍ୟରେ ‘ଟ୍ରେଡ୍‌ ଓ୍ବାର’…

Read More

ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଲେ  ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ । ସ୍ବେଚ୍ଛାକୃତ ଅବସର ନେଲେ ଆଦିତ୍ୟ ପାଢୀ ।  ଆସନ୍ତା ଫେବୃଆରୀରେ ନିଜ ପଦବୀରୁ ଇସ୍ତଫା ନେଇଥା‘ନ୍ତେ । ନୂଆ ନିଯୁକ୍ତିକୁ ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କ ଅନୁମୋଦନ ଦେଇଛନ୍ତି ।  ଆଦିତ୍ୟ ପ୍ରସାଦ ପାଢ଼ୀ ରାଜ୍ୟ ନିର୍ବାଚନ କମିଶନର ହେବା ନେଇ ଆଜି ଵିଧିଵଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୯୮୩ ଵ୍ୟାଚ୍‌ର ପ୍ରଶାସନିକ ଅଧିକାରୀ ହେଉଛନ୍ତି ଆଦିତ୍ୟ ପ୍ରସାଦ ପାଢ଼ୀ । ତେବେ ଆଦିତ୍ୟଙ୍କ ପରେ ମୁଖ୍ୟ ଶାସନ ସଚିବ କିଏ ହେବେ, ତା’କୁ ନେଇ ଲାଗିରହିଛି ଚର୍ଚ୍ଚା । ତେବେ ମିଳିଥିବା ସୂଚନା ବର୍ତ୍ତମାନର ଉନ୍ନୟନ କମିଶନର ଓ ଗୃହ ବିଭାଗର ଅତିରିକ୍ତ ଦାୟିତ୍ୱରେ ଥିବା ଅସୀତ ତ୍ରିପାଠୀ ମୁଖ୍ୟ ଶାସନ ସଚିବ ଦୌଡ଼ରେ ଆଗରେ ରହିଛନ୍ତି । ସେହିପରି ଏହି ପଦବୀ ପାଇ ଜଙ୍ଗଲ ଓ ପରିବେଶ ବିଭାଗର ସଚିବ ଥିବା…

Read More

ଅଜିତ୍‌ କୁମାରଙ୍କ ଫିଲ୍ମ ନେରକୋଣ୍ଡା ପାରାବି ତାମିଲନାଡୁ ବକସ ଅଫିସ୍‌ରେ କମାଲ୍‌ କରୁଛି । ବଲିଉଡ୍‌ ଫିଲ୍ମ ପିଙ୍କର ଅଫିସିଆଲ୍‌ ରିମେକ୍‌ ନେରକୋଣ୍ଡା ପାରାବି 5 ଦିନ ମଧ୍ୟରେ 60 କୋଟିରୁ ଅଧିକ ବ୍ୟବସାୟ କରିଲାଣି । ଫିଲ୍ମଟି ମାତ୍ର 5 ଦିନ ମଧ୍ୟରେ ସୁପରହିଟ୍‌ ଘୋଷିତ ହୋଇସାରିଲାଣି । ଏହା 2019ରେ ଅଜିତ୍‌ଙ୍କ ଦ୍ବିତୀୟ ସୁପରହିଟ୍‌ ଫିଲ୍ମ । ପୂର୍ବରୁ ଜାନୁୟାରୀରେ ରିଲିଜ୍‌ ହୋଇଥିବା ବିଶ୍ବାସମ୍‌ ମଧ୍ୟ ବକ୍ସ ଅଫିସ୍‌ରେ 160 କୋଟିରୁ ଅଧିକ ବ୍ୟବସାୟ କରିଥିଲା । ଏହି କୋର୍ଟରୁମ୍‌ ଡ୍ରାମାର ବଜେଟ୍‌ କମ୍‌ ରହିଥିବା ବେଳେ ଫିଲ୍ମରେ ଅଜିତ୍‌ଙ୍କ ବ୍ୟତୀତ ଶ୍ରଦ୍ଧା ଶ୍ରୀନାଥ, ବିଦ୍ୟା ବାଲାନ, ଅଭିରାମୀ ଏବଂ ଆଣ୍ଡ୍ରିଆ ଟାଇରାଙ୍ଗ ପ୍ରମୁଖଙ୍କ ଅଭିନୟ ଚମତ୍କାର ରହିଛି । ଫିଲ୍ମକୁ ଉଭୟ ସିଙ୍ଗଲ ସ୍କ୍ରିନ୍‌ ଏବଂ ମଲ୍ଟି ପ୍ଲେକ୍ସରେ ଚମତ୍କାର ବ୍ୟବସାୟ କରିଛି ।

Read More

ଦେଶ ଛାଡି ପଳାୟନ କରୁଥିବା ଜନୈକ କାଶ୍ମୀରି ନେତାଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି । ପ୍ରଶାସନିକ ସେବାରୁ ରାଜନୀତିରେ ଯୋଗ ଦେଇଥିବା ଶାହ ଫୈଜଲ୍‌ଙ୍କୁ ଦିଲ୍ଲୀରୁ ଗିରଫ କରାଯିବା ପରେ ପୁନର୍ବାର କାଶ୍ମୀର ଫେରାଇ ଦିଆଯାଇଛି । ଶାହ ଫୈଜଲ୍‌ଙ୍କୁ ବର୍ତ୍ତମାନ ଗୃହବନ୍ଦୀ ଭାବରେ ରଖାଯିବ । ନିଜ ସମୟର ୟୁପିଏସ୍‌ସି ଟପ୍ପର ରହିଥିବା ଗତବର୍ଷ ପ୍ରଶାସନିକ ସେବାରୁ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିଥିବା ଫୈଜଲ୍‌ ରାଜନୀତିରେ ଯୋଗ ଦେଇଥିଲେ । ଧାରା 370 ଉଚ୍ଛେଦ ନେଇ ସୋସିଆଲ ମିଡିଆରେ ବିଭିନ୍ନ ସମୟରେ ବିବାଦୀୟ ମନ୍ତବ୍ୟ ପ୍ରଦାନ କରିବା ସହିତ ବିରୋଧ କରିଥିଲେ ।

Read More

ଜମ୍ମୁରୁ ୧୪୪ ଧାରା ସହିତ ଅନ୍ୟ ପ୍ରତିବନ୍ଧକ ହଟାଇ ନିଆଯାଇଛି। ତେବେ କଶ୍ମୀରରେ ଏହା ପୂର୍ବବତ୍‌ ଜାରି ରହିବ। ସ୍ଥିିତିରେ ସୁଧାର ହେଲେ କିଛି ଦିନ ମଧ୍ୟରେ କଶ୍ମୀରରୁ ମଧ୍ୟ ସମସ୍ତ ପ୍ରତିବନ୍ଧକ ହଟାଇ ନିଆଯିବ ବୋଲି ଏଡିଜି ମୁନୀର ଖାଁ ସୂଚନା ଦେଇଛନ୍ତି। ତେବେ ମୋବାଇଲ୍‌ ଏବଂ ଇଣ୍ଟରନେଟ୍‌ ସେବା ଯୋଗାଣ ସ୍ବାଭାବିକ ହେବା ପାଇଁ କିଛି ଦିନ ଲାଗିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଅନୁଚ୍ଛେଦ ୩୭୦ର ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ସୁରକ୍ଷାକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି ହୋଇଥିଲା।

Read More