କୋହଲି ଏବଂ ରାହାଣେଙ୍କ ଅର୍ଦ୍ଧଶତକ : ଦୃଢ ସ୍ଥିତିରେ ଭାରତ

Published: Aug 25, 2019, 2:26 pm IST

ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଦୃଢ ସ୍ଥିତିରେ ରହିଛି ଭାରତ । ପ୍ରଥମ ଇନିଂସରେ 75 ରନ୍‌ର ଅଗ୍ରଣୀ ହାସଲ କରିଥିବା ଭାରତ ଦ୍ବିତୀୟ ଇନିଂସରେ ଅଧିନାୟକ ଏବଂ ଉପ ଅଧିନାୟକଙ୍କ ଅପରାଜିତ ଶତକୀୟ ଭାଗିଦାରୀ ଫଳରେ ଦୃଢ ସ୍ଥିତିରେ ରହିଛି । ଭାରତ 81 ରନ୍‌ରେ ତିନି ଓ୍ବିକେଟ୍‌ ହରାଇଥିବା ବେଳେ କୋହଲି (51*) ଏବଂ ରାହାଣେ(55*) 104* ରନ୍‌ର ଭାଗିଦାରୀ କରି ବ୍ୟାଟିଂ କରୁଛନ୍ତି । ଭାରତର ଅଗ୍ରଣୀ 260 ରନ୍‌ରେ ପହଞ୍ଚିଛି । ଭାରତ ପକ୍ଷରୁ ମୟଙ୍କ ଅଗ୍ରଓ୍ବାଲ ଏବଂ କେ ଏଲ୍‌ ରାହୁଲ ଭଲ ପ୍ରାରମ୍ଭ କରିଥିଲେ ମଧ୍ୟ କେ ଏଲ୍‌ ରାହୁଲଙ୍କ ଭୁଲ୍‌ ନିଷ୍ପତ୍ତି କାରଣରୁ ମୟଙ୍କ (16) ଚେସ୍‌ଙ୍କ ବଲ୍‌ରେ ଲେଗ ବିଫୋର୍‌ ଆଉଟ୍‌ ହୋଇଥିଲେ । ଏହାପରେ ରାହୁଲ୍‌(38) ପ୍ରଥମ ଇନିଂସ ପରି ସେଟ୍‌ ହୋଇ ନିଜ ଓ୍ବିକେଟ୍‌ ଫୋପାଡିଥିଲେ । ପୂଜାରା(25) କେମାର ରୋଚ୍‌ଙ୍କ ଏକ ଇନ୍‌ ସ୍ବିଙ୍ଗରରେ ବୋଲ୍ଡ ହୋଇଥିବା ବେଳେ ରାହାଣେ ଏବଂ କୋହଲି ଅପରାଜିତ ରହି ଇନିଂସ ସମ୍ଭାଳିଥିଲେ । ବିରାଟ କୋହଲି 111 ବଲ୍‌ରୁ 2 ଚୌକା ସହିତ 51 ରନ୍‌ ସଂଗ୍ରହ କରିଥିବା ବେଳେ ଆଜିଙ୍କ୍ୟ ରାହାଣେ 140ଟି ବଲ୍‌ରୁ 3 ଚୌକା ସହାୟତାରେ 55 ରନ୍‌ ସଂଗ୍ରହ କରିଥିଲେ । ଚେସ୍‌ 69 ରନ୍‌ରେ ଦୁଇଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ରୋଚ୍‌ 18 ରନ୍‌ରେ ଗୋଟିଏ ଓ୍ବିକେଟ୍‌ ଅକ୍ତିଆର କରିଥିଲେ ।

Related posts