ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 26କୁ ବୃଦ୍ଧି

Published: Jul 1, 2020, 11:04 am IST

ଭୁବନେଶ୍ବର : ରାଜ୍ୟରୁ ପୁଣି ଆଉ ଜଣକର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍‌ ଜରିଆରେ ସୂଚନା ଦେଇଛି । ମୃତକ ଜଣକ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ 52 ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି । ସେ ଫୁସ୍‌ଫୁସ୍‌ କ୍ୟାନସର ସହିତ  ବ୍ରେନ୍‌ ମେଟାଷ୍ଟାସିସ୍ ରୋଗରେ ପୀଡ଼ିତ ଥିଲେ । ତେବେ ତାଙ୍କର ମୃତ୍ୟୁ କ୍ୟାନସର ଯୋଗୁଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।

ଗଞ୍ଜାମ ଜିଲ୍ଲାରେ କରୋନା ମାମଲା ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଆଜି ଜିଲ୍ଲାରେ ସର୍ବାଧିକ 102ଟି ମାମଲା ସାମ୍ନାକୁ ଆସିଛି । ସେହିପରି ଗଞ୍ଜାମରେ ମଧ୍ୟ ସର୍ବାଧିକ କରୋନା ଜନିତ ମୃତ୍ୟୁହୋଇଛି । ଗଞ୍ଜାମରେ ସର୍ବାଧିକ 15 ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି ।

ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 26ରେ ପହଞ୍ଚିଥିବାବେଳେ କରୋନାରେ ଆକ୍ରାନ୍ତ ହୋଇ ସୁଦ୍ଧା ଅନ୍ୟ ରୋଗ ଯୋଗୁଁ 7 ଜଣଙ୍କର ମୃତ୍ୟୁ ଘଟିଛି ।

Related posts